Skip to main content

ସଞ୍ଚାର ଭବନରେ ନିରାଶା

ସଞ୍ଚାର ଭବନରେ ଜଟିଳ ପରିସ୍ଥିତିରେ କାର୍ଯ୍ୟ ସମ୍ପାଦନ କରିବାକୁ କେହି ରାଜି ନ ଥିତ୍ବା ଭଳି ଜଣାପଡ଼ୁଛି। ଏବେ ସେଠାରେ ବିଭିନ୍ନ ବିଭାଗରେ ବାବୁମାନଙ୍କ ସଂଖ୍ୟା ପୂର୍ବଭଳି ରହିଛି। କିନ୍ତୁ ଭିତିରିଆ ଭାବେ ନୀତିରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବା ଲାଗି କାର୍ଯ୍ୟ ଜାରି ରହିଥିଲା ବୋଲି ସଞ୍ଚାର ଭବନରେ ଏ ସମ୍ପର୍କରେ ଅବଗତ ଥିବା ବ୍ୟକ୍ତିମାନେ କହୁଛନ୍ତି। ୨୦୧୯ରେ ସରକାର ଯେତେବେଳେ ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନ୍‌ଏଲ୍‌ର ହଜାର ହଜାର କର୍ମଚାରୀଙ୍କୁ ଭିଆର୍‌ଏସ୍‌ ବା ସ୍ବେଚ୍ଛାକୃତ ଅବସର ଦେବାକୁ କାହିଁକିି ତରବରିଆ ଭାବେ କାର୍ଯ୍ୟ କଲେ ସେ ସମ୍ପର୍କରେ ଏଯାବତ କେହି ବି ପ୍ରଶ୍ନ ଉତ୍‌ଥାପନ କରୁନାହାନ୍ତି। ଏହାର ଦୁଇ ବର୍ଷ ପରେ ଡିପାର୍ଟମେଣ୍ଟ ଅଫ୍‌ ଟେଲିକମ୍ୟୁନିକେଶନସ୍‌ (ଡିଓଟି) ବାବୁମାନଙ୍କୁ ଅସୁବିଧାରେ ପକାଇବାକୁ ପୁଣି ସେଭଳି ଏକ ନିଷ୍ପତ୍ତି ଲାଗୁ କରିଛି। ଆର୍ଥିକ ସମସ୍ୟାରେ ବୁଡି ରହିଥିବା ଦୁଇଟି ରାଷ୍ଟ୍ରାୟତ୍ତ ଟେଲିକମ୍ୟୁନିକେଶନ କମ୍ପାନୀ ଚାଲୁ ରହିବା ଲାଗି ସଂଗ୍ରାମ କରୁଛନ୍ତି। ତେବେ ବ୍ୟାପକ କର୍ମଚାରୀ ଭିଆର୍‌ଏସ୍‌ ନେବା ସତ୍ତ୍ୱେ ବି ଏହା ଠିକ୍‌ ଭାବେ କାର୍ଯ୍ୟ କରିପାରିଲା ନାହିଁ। ସଞ୍ଚାର ଭବନରେ ନିରାଶା ଭାବ ବଢୁଛି। ଏହା ଏବେ କାର୍ଯ୍ୟରତ ଗୋଟିଏ ଗୋଷ୍ଠୀର ବାବୁମାନଙ୍କ ଯୋଗୁ ହେଉଛି ବୋଲି ଶୁଣିବାକୁ ମିଳୁଛି। ଯେଉଁ ବାବୁମାନେ ସେତେବେଳେ ଚାକିରିରୁ ଅବସର ନେଇ ପ୍ରଚୁର ଟଙ୍କା ପାଇଥିତ୍ଲେ ସେହି ବାବୁମାନଙ୍କୁ ପୁଣି ନିଯୁକ୍ତି ଦେବାକୁ ଚେଷ୍ଟା କରାଯାଉଛି। ଏହା ଏବେ ସବୁ କାମକୁ ଠିକ୍‌ ଭାବେ ନେଇଆଣି ତୁଲାଇପାରୁଥିତ୍ବା ଓ ସବୁ କାର୍ଯ୍ୟ ଉପରେ ଧ୍ୟାନ ଦେଉଥିତ୍ବା ଟେଲିକମ୍‌ ସଚିବ ଅଂଶୁ ପ୍ରକାଶଙ୍କ ଉପରେ ନିର୍ଭର କରେ। ଏଭଳି ଭିନ୍ନ ଧରଣର ଆମନ୍ତ୍ରଣ ପାଇଁି ତାଙ୍କୁ ନଜର ରଖିବାକୁ ପଡିବ। ତେବେ ଏଭଳି ଦୋହରା କାମ ଉପରେ ସତର୍କତା ଅବଲମ୍ବନ କରିବାକୁ ବର୍ତ୍ତମାନ ପାଇଁ କେତେକ ସୂତ୍ରରୁ ପରାମର୍ଶ ଦିଆଯାଇଛି। ପ୍ରକାଶ ନିର୍ଦ୍ଦେଶ ଦେଇଛନ୍ତି ଯେ, ସବୁ ଘଟଣା ଉପରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ନ କରାଯିବା ଯାଏ କୌଣସି ପୂର୍ବତନ କର୍ମଚାରୀଙ୍କୁ ପୁନଃ ନିଯୁକ୍ତ କରାଯାଇପାରିବ ନାହିଁ। କିନ୍ତୁ ଯଦି ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌କୁ ବଞ୍ଚାଇବାକୁ ହେବ ତେବେ ତାଙ୍କ ପାଖରେ ଆଉ ଅଧିତ୍କ ସମୟ ନାହିଁ। ଅବଶ୍ୟ, ଏହି ପରିସ୍ଥିତିରେ କେମିତି ଏକ ସରକାରଙ୍କୁ ଏହି ଦୁଇ ବିଶାଳ ଟେଲିକମ କମ୍ପାନୀରୁ ତାଙ୍କର ମୂଲ୍ୟବାନ ଅଂଶଧନ ଫେରାଇ ଆଣିବାକୁ ପ୍ରେରିତ କରୁଛି ଏବଂ ଏହାକୁ ଯୁକ୍ତିଯୁକ୍ତ ବୋଲି ସାବ୍ୟସ୍ତ କରଛନ୍ତି ସେ ସମ୍ପର୍କରେ କିଛି ଗୁଞ୍ଜରଣ ଶୁଣିବାକୁ ମିଳିଛି। ଏହା ଏବେ ଆଉ ଏକ ଉଗ୍ର ବିତର୍କ ହେବ। ସ୍ମରଣଯୋଗ୍ୟ ଯେ, ସରକାର ନିକଟରେ ରାଷ୍ଟ୍ରାୟତ୍ତ ସଂଗଠନ ଅଡର୍ର୍ନାନ୍ସ ଫ୍ୟାକ୍ଟ୍ରି ବୋର୍ଡର ପୁନର୍ଗଠନ କରିବାକୁ ଘୋଷଣା କରିଛନ୍ତି। ଦୀର୍ଘଦିନ ଧରି ରଣନୈତିକ କାର୍ଯ୍ୟପନ୍ଥା ଗ୍ରହଣ କରି ସମ୍ମାନଜନକ ସ୍ଥିତିରେ ଆସିଥିବା ଏହି ସଂସ୍ଥାକୁ ସରକାର ୭ଟି କର୍ପୋରେଟ୍‌ ସଂସ୍ଥାରେ ବିଭକ୍ତ କରୁଛନ୍ତି। ତେବେ ସରକାର ନେଉଥିବା ପଦକ୍ଷେପ ସଶସ୍ତ୍ର ବଳର ଏହା ଏକ ପୁରୁଣା ଦାବି ଥିଲା ଓ ଏହାକୁ ସ୍ଥଗିତ ରଖାଯାଇଥିଲା । କିନ୍ତୁ ସଞ୍ଚାର ଭବନର ସମସ୍ୟା ଭିନ୍ନ। ସର୍ବୋପରି ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନ୍‌ଏଲ୍‌ର ଘଟଣା ମଧ୍ୟ ନିଶ୍ଚିତ ଭାବେ ଭିନ୍ନ। ତେବେ ଟେଲକମ୍‌ ମନ୍ତ୍ରଣାଳୟ ଏହି ବିଷୟରେ କାହିଁକି ହାତେ ମାପି ଚାଖଣ୍ଡେ ଚାଲୁଛି ତାହା ଏଥିରୁ ବି ଆଂଶିକ ବୁଝାପଡ଼ୁଛି।
ଚାପରେ ମନ୍ତ୍ରଣାଳୟ
ଗତ ବର୍ଷ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର ଦେଶର ସବୁଆଡ଼େ ତାଙ୍କ ମନ୍ତ୍ରଣାଳୟର ୧୯ଟି ସମନ୍ବିତ ଆଞ୍ଚଳିିକ କାର୍ଯ୍ୟାଳୟ ପ୍ରତିଷ୍ଠା କରିବାକୁ ସବୁଜ ସଙ୍କେତ ଦେଇଥିତ୍ଲେ। ସେତେବେଳେ ସେ ଏଭଳି କହିବାର ଉଦ୍ଦେଶ୍ୟ ଥିଲା ଯେ, ମନ୍ତ୍ରଣାଳୟର କର୍ମଚାରୀ ସଂଖ୍ୟା ନ ବଢ଼ାଇ ଏହି ସମ୍ପ୍ରସାରଣ ଦ୍ୱାରା କାର୍ଯ୍ୟରେ ଉତ୍ତମ ସମନ୍ବୟ ଏବଂ ସଞ୍ଚାଳନ ରକ୍ଷା କରାଯାଇପାରିବ। କିନ୍ତୁ କମ୍‌ କର୍ମଚାରୀରେ ଅଧିକ କାମ କରୁଥିବା ତାଙ୍କ ମନ୍ତ୍ରଣାଳୟର ବାବୁମାନେ ଅଭିଯୋଗ କରିଆସୁଥିଲେ। ତେବେ ଏଭଳି ସମ୍ପ୍ରସାରଣ ପାଇଁ ବାବୁମାନଙ୍କ ଯୁକ୍ତି ନିଶ୍ଚତ ଭାବେ ଭିନ୍ନ ଥିଲା। ବହୁ ମାସ ପରେ ମନ୍ତ୍ରଣାଳୟର ଯୋଜନା ଲାଗୁ କରାଯାଇଛି, ତାହା ପୁଣି ପୂରା ମନ୍ଥର ଗତିରେ ଓ ଏହା ଦକ୍ଷତା ବଢାଇ ପାରିନାହିଁ। ଏହି ଯୋଜନାରେ ବାସ୍ତବରେ ପ୍ରମୁଖ ପ୍ରସ୍ତାବ ସଂଖ୍ୟା ବଢିଚାଲିଛି ଓ ସେଥିରୁ ଅନେକ ଏବେ ସୁଦ୍ଧା ସ୍ଥଗିତ ରହିଥିତ୍ବା ଦେଖିବାକୁ ମିଳିଛି। ସୂତ୍ରରୁ ପ୍ରକାଶ ଯେ, ନୂତନ ଭାବେ ପ୍ରତିଷ୍ଠା କରାଯାଇଥିବା କାର୍ଯ୍ୟାଳୟଗୁଡ଼ିକରେ ମନ୍ତ୍ରଣାଳୟ କର୍ମଚାରୀ ପୂରଣ କରିପାରିନାହିଁ। ଜୟପୁର,ଶିମଲା,ଜମ୍ମୁ, କୋଲକାତା ଏବଂ ଗାନ୍ଧିନଗରର ନୂଆ କାର୍ଯ୍ୟାଳୟଗୁଡ଼ିକରେ ଏଯାବତ ଜଣେ ହେଲେ ବି କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇନାହିଁ, କିନ୍ତୁ ପ୍ରାଥମିକ ସ୍ତରରେ ଦୃଷ୍ଟି ଆକର୍ଷଣ କରିବା ଲାଗି ସକ୍ରିୟତା ପ୍ରକାଶ କରାଯାଇଛିି। ବିଶେଷ କରି ଏହି ଯୋଜନା ନେଇ ଆଗଉଥିବାରୁ ମନ୍ତ୍ରଣାଳୟ ଉପରେ କାର୍ଯ୍ୟ ଚାପ ବାସ୍ତବରେ ବଢିଯାଇଛି। ନିଯୁକ୍ତିରେ ବିଳମ୍ବ ଯୋଗୁ କାର୍ଯ୍ୟରତ ପୁରୁଣା ଅଧିତ୍କାରୀଙ୍କୁ ଅଧିକ କାମ କରିବାକୁ ପଡୁଛି। ଯେଉଁ ନୂଆ ଅଧିକାରୀମାନଙ୍କୁ ନିଯୁକ୍ତି ଦେବାର ଥିଲା ସେମାନଙ୍କ କାମ ବି ଏବେ ପୁରୁଣା ଅଧିକାରୀମାନେ ତୁଲାଉଛନ୍ତି। ଗତବର୍ଷ ଜମା କରାଯାଇଥିବା ପାଖାପାଖିତ୍ ୫୦୦ ପ୍ରସ୍ତାବରୁ କେବଳ ଅଧା ଜଙ୍ଗଲ ଜମିର ପ୍ରୋଜେକ୍ଟ ପାଇଁ ମନ୍ତ୍ରଣାଳୟର ଅନୁମୋଦନ ପାଇନାହିଁ। ଏସବୁ ଏଯାବତ ସ୍ଥଗିତ ରଖାଯାଇଛି। ଜଙ୍ଗଲ ଜମିରେ ପ୍ରୋଜେକ୍ଟ କରିବା ଏକ ଭଲ ବିଷୟ ହୋଇପାରେ, କିନ୍ତୁ ଏଥିରେ ବିପଦ ଲୁଚିିରହିଛି। କିନ୍ତୁ ଦେଶ ମହାମାରୀର ସଙ୍କଟରେ ଥିତ୍ତ୍ବାବେଳେ ଓ ଅର୍ଥବ୍ୟସ୍ଥାକୁ ଆଗକୁ ବଢାଇବାର ଆବଶ୍ୟକତା ରହିଥିବାବେଳେ ଏହି ସମୟରେ କ’ଣ ଏହି ସବୁ ପୁନର୍ବ୍ୟବସ୍ଥା ବାସ୍ତବରେ ଦରକାର ଥିଲା କି?
Email: dilipcherian@gmail.com

The post ସଞ୍ଚାର ଭବନରେ ନିରାଶା appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଆମେରିକାରେ ଏକ ମାସ ଟ୍ରେନିଂ ନେବେ ବଜରଙ୍ଗ

ନୂଆଦିଲ୍ଲୀ, ୨୯ା୧୧(ପି.ଟି.)-ରେସ୍‌ଲର ବଜରଙ୍ଗ ପୁନିଆ ଆମେରିକାରେ ଏକ ମାସ ଧରି ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ତାଙ୍କର ଏହି ଯୋଜନା ମଞ୍ଜୁର ଲାଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବେ ବୋଲି ଆଶା ରହିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ମିଶନ ଅଲିମ୍ପିକ ସେଲ୍‌ ଗଠିତ। ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ରୁ କେଉଁ ଆଥ୍‌ଲେଟମାନେ ଆର୍ଥିକ ସହାୟତା ପାଇବେ ତାହା ଏହା ସ୍ଥିର କରିଥାଏ। ମିଶିିଗାନସ୍ଥିତ କ୍ଲିଫ୍‌ କିନ୍‌ ରେସ୍‌ଲିଂ କ୍ଲବଠାରେ ଡିସେମ୍ବର ୪ରୁ ଜାନୁୟାରୀ ୩ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହେବ। ଏବାବଦରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଉଠିବା ପରେ ବଜରଙ୍ଗ ସୋନେପତସ୍ଥିତ ସାଇ ସେଣ୍ଟରେ ଟ୍ରେନିଂ ନେଇଛନ୍ତି। କୋଚ୍‌ ଏମଜାରିଅସ୍‌ ବେଣ୍ଟିନ୍‌ଡିସ୍‌ ଏବଂ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଗସ୍ତ କରିବେ। ସେଠାରେ ମୁଖ୍ୟ କୋଚ୍‌ ସର୍ଗେଇ ବେଲୋଗ୍ଲାଜୋଭ୍‌ଙ୍କ ଅଧୀନରେ ଅନ୍ୟ ଟପ୍‌ ଅନ୍ତର୍ଜାତୀୟ ରେସ୍‌ଲରମାନଙ୍କ ସହ ସେ ତାଲିମ ନେବେ। ବେଲୋଗ୍ଲାଜୋଭ୍‌ ହେଉଛନ୍ତି ଦୁଇଥର ଅଲିମ୍ପିକ ଚାମ୍ପିୟନ॥ ବଜରଙ୍ଗ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିସାରିଛନ୍ତି। ୬୫କେଜି ଶ୍ରେଣୀରେ ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ରେସ୍‌ଲର ଡିସେମ୍ବର ୧୨ରୁ ୧୮ ପର୍ଯ...