Skip to main content

Posts

Showing posts from June, 2021

ଦିନକରେ କରୋନା ନେଲା ୪୮ ଜୀବନ:ମୃତ୍ୟୁ ସଂଖ୍ୟା ୪ ହଜାର ଟପିଲା

ଭୁବନେଶ୍ୱର,୩୦ା୬(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୪୮ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୦୧୮ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମୁଥିବାବେଳେ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲଗୁନାହିଁ। Regret to inform the demise of forty eight numbers of Covid positive patients while under treatment in hospitals. 1.A 65 years old Male of Angul District who was also suffering from Diabetes Mellitus. 2.A 70 years old Male of Angul District. — H & FW Dept Odisha (@HFWOdisha) June 30, 2021 3.A 37 years old Male of Balasore District. 4.A 75 years old Male of Balasore District who was also suffering from Chronic Kidney Disease. 5.A 40 years old Female of Baragarh District. — H & FW Dept Odisha (@HFWOdisha) June 30, 2021 6.A 80 years old Female of Bargarh District who was also suffering from Diabetes Mellitus, Cerebro Vascular Accident, Bronchial Asthama. 7.A 35 years old Female of Bargarh Dist...

ଦ୍ୱିତୀୟ ରାଉଣ୍ଡରେ ଭେନସ, ଜେଭରେଭ

ଓ୍ବିମ୍ବେଲଡନ,୩୦।୬: ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଆମେରିକାର ଭେନସ ଓ୍ବିଲିୟମ୍ସ। ଏଥିସହ ସେ କ୍ୟାରିୟରର ୯୦ତମ ଗ୍ରାଣ୍ଡସ୍ଲାମ ମ୍ୟାଚ ଖେଳିବାର ସୌଭାଗ୍ୟଲାଭ କରିଛନ୍ତି। ପ୍ରଥମ ରାଉଣ୍ଡରେ ସେ ରୋମାନିଆର ମିହାଏଲ ବୁଜାର୍ନେସ୍କୁଙ୍କୁ ୭-୫, ୪-୬, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ୫ ଥର ଚାମ୍ପିୟନ ଭେନସ ଏଠାରେ ଓ୍ବାଇଲ୍ଡ କାର୍ଡ ମାଧ୍ୟମରେ କ୍ୟାରିୟରର ୨୩ତମ ଓ୍ବିମ୍ବେଲଡନ ଖେଳୁଛନ୍ତି। ମହିଳା ଡ୍ର’ର ସବୁଠାରୁ ବୟସ୍କା ୪୧ ବର୍ଷୀୟ ଭେନସ ଗତ ଫେବୃୟାରୀ ପରେ ଆଉ କୌଣସି ମ୍ୟାଚ ଜିତିପାରି ନ ଥିଲେ। ଭେନସ ଦ୍ୱିତୀୟ ରାଉଣ୍ଡରେ ଟ୍ୟୁନିସିଆର ଓନ୍ସ ଜାବେଉରଙ୍କୁ ଭେଟିବେ। ଜାବେଉର ପ୍ରଥମ ରାଉଣ୍ଡରେ ସ୍ବିଡେନର ରିବେକା ପିଟରସନଙ୍କୁ ପରାସ୍ତ କରିଥିଲେ। ପୁରୁଷ ସିଙ୍ଗଲ୍ସର ଏକ ମ୍ୟାଚରେ ଆଲେକଜାଣ୍ଡର ଜେଭରେଭ ୬-୩, ୬-୪, ୬-୧ ସେଟ୍‌ରେ ଟାଲୋନ ଗ୍ରିକସ୍ପୋରଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପହଞ୍ଚତ୍ଛନ୍ତି। ସେହିପରି ସେବାଷ୍ଟିଆନ କୋର୍ଡା ୬-୩, ୬-୪, ୬-୭(୫/୭), ୭-୬(୭/୫) ସେଟ୍‌ରେ ଆଲେକ୍ସ ଡି ମିନାଉରଙ୍କୁ ଏବଂ ଡାନ୍‌ ଇଭାନ୍ସ ୭-୬(୭/୪), ୬-୨, ୭-୫ ସେଟ୍‌ରେ ଫେଲିସିଆନୋ ଲୋପେଜଙ୍କୁ ହରାଇଛନ୍ତି। ମହିଳା ସିଙ୍ଗଲ୍ସରେ ଆଞ୍ଜେଲିକ୍‌ କର୍ବର ୬-୪, ୬-୩ ସେଟ୍‌ରେ ନିନା ଷ୍ଟୋଜାନୋଭିକ୍‌ଙ୍କୁ ପରାସ୍ତ କରିଛନ୍ତି। ସେହିପରି ଆଶ୍‌ଲେ ବାର୍ଟି ୬-୧, ୬-୭(୧/୭), ୬-...

ଦୈନିକ ମୃତ୍ୟୁ ସଂଖ୍ୟା କମିଲା, ପୁଣି ବଢ଼ିଲେ ନୂଆ ଆକ୍ରାନ୍ତ …

ନୂଆଦିଲ୍ଲୀ,୩୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ମୃତ୍ୟୁ ସଂଖ୍ୟା ୯ ଶହରୁ କମ୍‌ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ି ୪୫ ହଜାର ୯୫୧ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୮୧୭ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୬୦ ହଜାର ୭୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୬. ୯୨ ପ୍ରତିଶତ ରହିଛି। ଅପରପକ୍ଷରେ ୫ ଲକ୍ଷ ୩୭ ହଜାର ୬୪ଜଣ ଚିକିତ୍ସିତ ହେଉଛନ୍ତି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୩ ଲକ୍ଷ ୯୮ ହଜାର ୪୫୪ ଛୁଇଁଛି। ବର୍ତ୍ତମାନ ସୁଦ୍ଧା ୩୩ କୋଟି ୨୮ ଲକ୍ଷ ୫୪ ହଜାର ୫୨୭ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ଇତିମଧ୍ୟରେ ୪୦ କୋଟି ୮୧ ଲକ୍ଷ ୩୯ ହଜାର ୨୮୭ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। The post ଦୈନିକ ମୃତ୍ୟୁ ସଂଖ୍ୟା କମିଲା, ପୁଣି ବଢ଼ିଲେ ନୂଆ ଆକ୍ରାନ୍ତ … appeared first on Dharitri Odia News .

ଚତୁର୍ଥ ଷ୍ଟେଜ୍‌ ଜିତିଲେ କାଭେଣ୍ଡିସ୍‌

ପ୍ୟାରିସ, ୩୦ା୬ ବ୍ରିଟେନର ମାର୍କ କାଭେଣ୍ଡିସ ଟୁର୍‌ ଡି’ ଫ୍ରାନ୍ସର ଚତୁର୍ଥ ଷ୍ଟେଜ୍‌ ଜିତିଛନ୍ତି। ୫ ବର୍ଷରେ ଏହା ହେଉଛି ତାଙ୍କର ପ୍ରଥମ ଏବଂ ଟୁର୍‌ରେ ମୋଟ ଉପରେ ଏହା ହେଉଛି ତାଙ୍କର ୩୧ତମ ଷ୍ଟେଜ୍‌ ବିଜୟ। ମଙ୍ଗଳବାର ରେଡନଠାରୁ ଫୋଗର୍ସ ୧୫୦.୪ କିଲୋମିଟର ଦୂରତା ବିଶିଷ୍ଟ ଏହି ରେସ୍‌ରେ କାଭେଣ୍ଡିସଙ୍କ ପଛକୁ ଯଥାକ୍ରମେ ନାସେର ବୋହାନି ଓ ଜାସ୍ପର ଫିଲିପ୍‌ସେନ୍‌ ରହିଥିଲେ। ଡଚ୍‌ ରାଇଡର ମାଥ୍ୟୁ ଭାନ୍‌ ଡର ପୋଏଲ ଓଭର ଅଲ୍‌ ଲିଡର ଭାବେ ୟେଲୋ ଜର୍ସି ବଜାୟ ରଖିଥିଲେ। ଆଉ ୩ଟି ଷ୍ଟେଜ୍‌ ଜିତିଲେ ଡିସେନିକ୍‌-କ୍ୱିକ୍‌-ଷ୍ଟେପ୍‌ ଟିମ୍‌ର କାଭେଣ୍ଡିସ୍‌ ଏଡି ମର୍‌କକ୍ସଙ୍କ ସର୍ବକାଳୀନ ୩୪ ଷ୍ଟେଜ୍‌ ବିଜୟର ସମକକ୍ଷ ହେବେ। ସୋମବାର ତୃତୀୟ ଷ୍ଟେଜ୍‌ ରେସ୍‌ ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କେତେଜଣ ରାଇଡର ବିକ୍ଷୋଭ ପ୍ରଦର୍ଶନ କରିବାରୁ ରେସ୍‌ ୧ ମିନିଟ ଅଟକି ଥିଲା। ସେମାନଙ୍କ ମଧ୍ୟରେ ଜରେଣ୍ଟ ଥୋମାସ ଓ ୨୦୨୦ ରନର୍ସଅପ୍‌ ପ୍ରିମୋଜ ରୋଗ୍ଲିିକ୍‌ ଅନ୍ୟତମ ଥିଲେ। The post ଚତୁର୍ଥ ଷ୍ଟେଜ୍‌ ଜିତିଲେ କାଭେଣ୍ଡିସ୍‌ appeared first on Dharitri Odia News .

ୟୁରୋ କପ୍‌ରୁ ବିଶ୍ୱ ଚାମ୍ପିୟନ ଫ୍ରାନ୍ସର ବିଦାୟ

ବୁଖାରେଷ୍ଟ, ୩୦।୬(ଏପି)-ୟୁରୋ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ସୋମବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଏକ ମ୍ୟାଚରେ ସୁଇଜରଲାଣ୍ଡ ପେନାଲ୍ଟି ଶୁଟ୍‌ ଆଉଟ୍‌ ୫-୪ ଗୋଲରେ ଫ୍ରାନ୍ସକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଫଳରେ ରାଉଣ୍ଡ ଅଫ୍‌-୧୬ରୁ ଫ୍ରାନ୍ସର ଅଭିଯାନ ଶେଷ ହୋଇଛି। ମ୍ୟାଚର ନିର୍ଦ୍ଧାରିତ ସମୟରେ ୩-୩ ଗୋଲରେ ବରାବର ରହିଥିଲା। ଫ୍ରାନ୍ସ ପକ୍ଷରୁ କରିମ ବେଞ୍ଜିମା ୫୭, ୫୯ ଓ ପଲ୍‌ ପୋଗ୍‌ବା ୭୫ ତମ ମିନିଟରେ ଗୋଲ ଦେଇଥିଲେ। ସୁଇଜରଲାଣ୍ଡ ପକ୍ଷରୁ ହାରିସ ସେଫେରୋଭିଚ୍‌ ୧୫, ୮୧ ଏବଂ ମାରିଓ ଗାଭ୍ରାନୋଭିକ୍‌ ୯୦ତମ ମିନିଟରେ ଗୋଲ ଦେଇଥିଲେ। ଫଳାଫଳ ନିର୍ଣ୍ଣୟ ପାଇଁ ଶୁଟ୍‌ଆଉଟର ସହାୟତା ନିଆ ଯାଇଥିଲା। ଏଥିରେ ସୁଇଜରଲାଣ୍ଡର ୫ ଜଣ ଖେଳାଳି ଗୋଲ ଦେଇଥିବାବେଳେ ଫ୍ରାନ୍ସର ୪ ଖେଳାଳି ପ୍ରତିପକ୍ଷ ନେଟ୍‌ ସ୍ପର୍ଶ କରିବାକୁ ସକ୍ଷମ ହୋଇଥିଲେ। କିଲିଆନ ଏମ୍‌ବାପେଙ୍କ ଶଟ୍‌କୁ ପ୍ରତିପକ୍ଷ ଗୋଲକିପର ଅଟକାଇ ଦେଇଥିଲେ। ନିଜ ଦ୍ୱିତୀୟ ଝିଅର ଜନ୍ମ ପାଇଁ ସ୍ତ୍ରୀଙ୍କ ପାଖରେ ରହିବାକୁ ୟୁରୋକପ୍‌ ଅଧାରୁ ଘରକୁ ପଳାଇଥିବା ସୁଇଜରଲାଣ୍ଡ ଗୋଲକିପର ସୋମେର ସମ୍ଭବତଃ କ୍ୟାରିୟରର ଶ୍ରେଷ୍ଠ ସେଭ୍‌ କରି ଦଳକୁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରାଇଥିଲେ। ଦୀର୍ଘ ୬୭ ବର୍ଷ ବ୍ୟବଧାନରେ ସୁଇଜରଲାଣ୍ଡ କୌଣସି ବଡ଼ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ୧୯୫୪ ବିଶ୍ୱକପ ଆୟୋଜନ କରିବା ପରଠାରୁ ସୁଇଜରଲାଣ୍ଡ ଆଉ କୌଣସ...

ଟୋକିଓ ଟିକେଟ ଘୋଷଣାକୁ ଦୂତୀଙ୍କ ଅପେକ୍ଷା

ଭୁବନେଶ୍ୱର, ୩୦।୬(କ୍ରୀଡ଼ା ପ୍ରତିନିଧି): ଜାପାନର ଟୋକିଓରେ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଅଲିମ୍ପିକ୍ସ ଅନୁଷ୍ଠିତ ହେବ। କ୍ୱାଲିଫାଇଂ ପାଇଁ ଡେଡ୍‌ଲାଇନ୍‌ ଶେଷ ହୋଇଥିବାରୁ ଏବେ ବିଭିନ୍ନ ଇଭେଣ୍ଟ ଲାଗି ପ୍ରତିଯୋଗୀଙ୍କ ତାଲିକା ଘୋଷଣା ସମୟ ଆସିଯାଇଛି। ଆଉ ଦିନେ ଦୁଇଦିନ ମଧ୍ୟରେ ଏହି ତାଲିକା ପ୍ରକାଶ ପାଇବାର ଥିବାରୁ ଉତ୍ସୁକତା ବଢ଼ିଛି। କ୍ୱାଲିଫାଇଂ ସମୟ ସ୍ପର୍ଶ କରିଥିବା ପ୍ରତିଯୋଗୀମାନେ ନିର୍ଦ୍ୱନ୍ଦ୍ୱରେ ଥିବାବେଳେ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ଅନୁସାରେ ଟୋକିଓରେ ପାଦ ଦେବାକୁ ଆଶା ରଖିଥିବା ପ୍ରତିଯୋଗୀ ଆଶା ଓ ଆଶଙ୍କାରେ ରହିଛନ୍ତି। ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ପ୍ରତିଯୋଗିତାର ଗ୍ଲାମର ଇଭେଣ୍ଟ ୧୦୦ ମିଟର ରେସ୍‌ରେ ମାତ୍ର ୨ ସେକେଣ୍ଡ ପାଇଁ ଅଲିମ୍ପିକ୍ସ ଯୋଗ୍ୟତା ସ୍ପର୍ଶ କରିବାରୁ ବଞ୍ଚତ୍ତ ହୋଇଛନ୍ତି। ଇଣ୍ଡିଆନ ଗ୍ରାଁ ପ୍ରି-୪ରେ ସେ ୧୧.୧୭ ସେକେଣ୍ଡ ସମୟ ନେଇ ନିଜ ଆଶାକୁ ଦ୍ୱିଗୁଣିତ କରିଛନ୍ତି। ତେବେ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ଅନୁସାରେ ସେ ଟୋକିଓ ଟିକେଟ ପାଇବା ନେଇ ବେଶ୍‌ ଆଶାବାଦୀ। କରୋନା ମହାମାରୀ ପାଇଁ ୨୦୨୦ରେ ବିଶେଷ ଟୁର୍ନାମେଣ୍ଟ ହୋଇପାରି ନ ଥିଲା। ତେଣୁ ୨୦୧୯ରୁ ଏ ପର୍ଯ୍ୟନ୍ତ ସେ ଭାଗ ନେଇଥିବା ୫ଟି ଟୁର୍ନାମେଣ୍ଟର ଟାଇମିଂ ଦୃଷ୍ଟିରୁ ତାଙ୍କ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ୧୨୧୯ରେ ପହଞ୍ଚତ୍ଛି। ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ୧୫୦୦ ପଏଣ୍ଟ ଧାର୍ଯ୍ୟ ଥିବାବେଳେ ୧୨୧୯ ପଏଣ୍ଟ ତାଙ...

ସମୟ ନାହିଁ

ଆତଙ୍କବାଦୀ କାର୍ଯ୍ୟକଳାପରେ ପିଲାଙ୍କୁ ସାମିଲ କରାଯାଉଛି। ଏହାକୁ ନେଇ ଜାତିସଂଘ ସୁରକ୍ଷା ପରିଷଦରେ ‘ଶିଶୁ ଓ ସଶସ୍ତ୍ର ସଂଘର୍ଷ’ ଶୀର୍ଷକ ଆଲୋଚନାରେ ଭାରତ ଚିନ୍ତାପ୍ରକଟ କରିଛି। ଏଥିରେ ଭାରତର ବହିର୍ବ୍ୟାପାର ସଚିବ ହର୍ଷ ବର୍ଦ୍ଧନ ଶ୍ରିଙ୍ଗ୍‌ଲା ଭାଗ ନେଇ ଶିଶୁଙ୍କୁ ଆତଙ୍କବାଦୀ କାର୍ଯ୍ୟରେ ଲିପ୍ତ କରାଇବାରେ ଦାୟୀ ସବୁ ବିଷୟଗୁଡ଼ିକ ଉପରେ ପଦକ୍ଷେପ ନେବା ସହ ଏଗୁଡ଼ିକୁ ଶେଷ କରିବାକୁ ଆହ୍ବାନ ଦେଇଛନ୍ତି। ନିକଟରେ ଆଫ୍ରିକାର ବୁର୍କିନାଫାସୋର ୧୨ରୁ ୧୪ ବର୍ଷର ପିଲାଙ୍କ ଅଣସଂଗଠିତ ସେନା ପ୍ରାୟ ଏକ ଗ୍ରାମରେ ପ୍ରବେଶ କରି ସ୍ତ୍ରୀ ଲୋକ ଏବଂ ପିଲାଙ୍କ ସମେତ ୧୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ହତ୍ୟା କଲେ। କେତେକ ଜାଗାରେ ଏହିଭଳି ଯୁବବାହିନୀ ଧର୍ମ ନାମରେ ରକ୍ତର ସମୁଦ୍ର ବୁହାଉଥିବାବେଳେ ଅନ୍ୟ କେତେକ ଜାଗାରେ ଜାତିଗତ ବିଦ୍ୱେଷକୁ ନେଇ ହତ୍ୟା ରଚୁଛନ୍ତି। ଏ ସମ୍ପର୍କରେ ଜାତିସଂଘରେ ନିକଟରେ ଉଦବେଗ୍‌ ପ୍ରକାଶ ପାଇଛି। ଭାରତର ବହିର୍ବ୍ୟାପାର ସଚିବ ତାଙ୍କ ଭାଷଣରେ ଏହାର ପ୍ରତିକାର ସମ୍ପର୍କରେ କହିଛନ୍ତି ଯେ, ଏହିସବୁ ବିଷୟଗୁଡ଼ିକୁ ଧ୍ୟାନ ଦେଇ ଶିଶୁମାନଙ୍କ ସୁରକ୍ଷା ସହ ଆତଙ୍କବାଦକୁ ରୋକିବା ପାଇଁ ଏକ ସମନ୍ବିତ ଦୃଷ୍ଟିକୋଣ ଆପଣାଇବାକୁ ପଡ଼ିବ। ସେହିଭଳି ଅନ୍ୟ ଦେଶ ନେତାମାନେ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। କିନ୍ତୁ ଏହି ବିରାଟକାୟ ସମସ୍ୟାର ସମାଧାନ ଦିଗରେ କୌଣସି ଦେଶ ତରଫରୁ ବିଧିବଦ୍ଧ ପ୍ରସ୍ତାବ ଆସିଥିବା ଖବର ପଢ଼...

ମିଶ୍ରିତ ଶିକ୍ଷା

କୋଭିଡ୍‌-୧୯ ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି ଶିକ୍ଷା ବ୍ୟବସ୍ଥା। ଦୀର୍ଘ ୧୫ ମାସ ପିଲାମାନେ ଘରେ ରହି ଅନ୍‌ଲାଇନ୍‌ରେ ପାଠ ପଢ଼ୁଛନ୍ତି। ଯେଉଁମାନଙ୍କ ପାଖରେ ସ୍ମାର୍ଟଫୋନ୍‌ର ସୁବିଧା ନାହିଁ ସେମାନେ ପଢ଼ାରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇଛନ୍ତି। ଆଗକୁ ଭୂତାଣୁର ପ୍ରଭାବ କମିଲା ପରେ ଯେତେବେଳେ ସ୍କୁଲ ଖୋଲିବ ସେତେବେଳେ ଶୈକ୍ଷିକ ବାତାବରଣ କ’ଣ ରହିବ ତାହାକୁ ନେଇ ଅନେକ ଅନୁମାନ ଲଗାଯାଇପାରେ। କିନ୍ତୁ ବିଦ୍ୟାଳୟ କେବେ ଖୋଲିବ ତାହା କହିବା ଆଜିର ସ୍ଥିତିରେ କଷ୍ଟକର। ଭାରତୀୟ ଶିକ୍ଷା ବ୍ୟବସ୍ଥା ଯେଉଁ ଢାଞ୍ଚାରେ ଗଡ଼ି ଆସିଛି, ସେଥିରୁ ଅନୁମାନ ଲଗାଯାଇପାରେ ଯେ ସ୍କୁଲ ଖୋଲିବା ମାତ୍ରେ ସମ୍ପୂର୍ଣ୍ଣ ଭାବେ ପୁରୁଣା ଶୈଳୀକୁ ପିଲାଙ୍କୁ ଫେରାଇ ନିଆଯିବ। ଯେପରି କି ଏହି କରୋନା ମହାମାରୀରୁ ଭାରତୀୟ ଶିକ୍ଷା ବ୍ୟବସ୍ଥା କିଛି ଶିକ୍ଷା ପାଇଲା ନାହିଁ। କୋଭିଡ୍‌ ଯୋଗୁ ବାଧ୍ୟବାଧକତାରେ ହେଉ ପଛେ ଶିକ୍ଷା ବ୍ୟବସ୍ଥାକୁ ଅନ୍‌ଲାଇନ୍‌ ମାଧ୍ୟମ ଆପଣାଇବାକୁ ପଡ଼ିଲା। ଶିକ୍ଷୟିତ୍ରୀ ଶିକ୍ଷକଙ୍କଠାରୁ ଆରମ୍ଭକରି ଛାତ୍ରୀଛାତ୍ର ସମସ୍ତେ କ୍ରମଶଃ ଏହି ନୂଆ ପ୍ରଣାଳୀ ସହ ଅଭ୍ୟସ୍ତ ହେଲେ। ଏଥିରେ ବିଭିନ୍ନ ଅସୁବିଧା ଦେଖା ଦେଇଥିଲେ ମଧ୍ୟ ଏହାର ସକାରାତ୍ମକ ଦିଗକୁ ଅଣଦେଖା କରିହେବ ନାହିଁ। ତେବେ ସ୍କୁଲ ଖୋଲିଲେ ମନେହୁଏ ଯେପରି ଏସବୁକୁ ତୁରନ୍ତ ଭୁଲିଯାଇ ପୁଣି ଯେଉଁ କଥାକୁ ସେଇ କଥାରେ ପଡ଼ିଯିବେ। ଏମିତି ହେଲେ ପୁନଶ୍ଚ ଯେବେ କେବେ କୋଭିଡ୍‌-୧୯...

ରାଜ୍ୟରେ ପୁଣି ବଢିଲା ସଂକ୍ରମଣ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୩,୩୭୧କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କାଲି କମ୍‌ ଥିବାବେଳେ ଆଜି ପୁଣି ହଠାତ୍‌ ବଢିଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୨୨ ଜଣ କ୍ୱାରାଣ୍ଟାଇନ୍‌ ଥିଲେ। ବାକି ୧୪୪୯ଟି ହେଉଛି ଲୋକାଲ କେସ। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୩୦ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୬୮ ଜଣ ଚିହ୍ନଟ ହୋଇଛନ୍ତି। ୩,୫୫୬ ଟି ନୂଆ କେସ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯ ହଜାର ୮୦୦ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୭୪ ହଜାର ୩୦୭ ଜଣ ସୁସ୍ଥ ହୋଇସାରିଛନ୍ତି। ୩୧ ହଜାର ୪୨୨ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। Covid-19 Report For 29th June New Positive Cases: 3371 In quarantine: 1922 Local contacts: 1449 (Details of local contacts will be shared by concerned Dist Administration) District Wise Cases: 1. Angul: 93 2. Balasore: 258 3. Bargarh: 35 4. Bhadrak: 176 5. Balangir: 12 — I & PR Department, Odisha (@IPR_Odisha) June 30, 2021 6. Boudh: 19 7. Cuttack: 468 8. Deogarh: 3 9. Dhenkanal: 58 10. Gajapati: 12 11. Ganj...

୭ ଆନ୍ତଃରାଜ୍ୟ ସାଇବର ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୩୦।୬(ବ୍ୟୁରୋ):କମିଶନରେଟ୍‌ ପୋଲିସ ଏକ ବଡ଼ ଆନ୍ତଃରାଜ୍ୟ ସାଇବର ଠକ ଗ୍ୟାଙ୍ଗର ରହସ୍ୟ ଉନ୍ମୋଚନ କରିଛି ା ସାଇବର ଠକେଇ ଲିଙ୍କ୍‌ ଖୋଜୁ ଖୋଜୁ ମିଳିଛି ବଡ଼ ଧରଣର ଟେଲିକମ୍‌ ସ୍କାମ୍‌। କେତେକ ସର୍ଭିସ ପ୍ରୋଭାଇଡର ବେଆଇନ ଭାବେ ସିମ୍‌ ଆକ୍ଟିଭେଟ କରି କିପରି ସାଇବର ଠକଙ୍କୁ ସିମ୍‌ ଯୋଗାଉଥିଲେ ତାହା ଧରାପଡ଼ିଛି। ସ୍ପେଶାଲ ସ୍କ୍ବାର୍ଡ ଓ ଶହୀଦନଗର ଥାନା ପୋଲିସ ମିଳିତ ଚଢ଼ାଉ କରି ୭ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୬ ହଜାରରୁ ଅଧିକ ଡୁପ୍ଲିକେଟ୍‌ ସିମ୍‌କାର୍ଡ ଓ ୧୫୦ରୁ ଊର୍ଦ୍ଧ୍ୱ ଚୋରା ମୋବାଇଲ ଫୋନ୍‌ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ଭଦ୍ରକର ମହେଶ୍ବର ବାରିକ, ରଜନୀକାନ୍ତ ପାଣିଗ୍ରାହୀ, ଶ୍ରୀନିବାସ ଘଡ଼େଇ, ରାଜେଶ କୁମାର ସେଠୀ, କେନ୍ଦୁଝରରୁ ସୁବ୍ରତ କୁମାର ପାଣିଗ୍ରାହୀ ଓ ସୁକାନ୍ତ କୁମାର ଦାସ ଏବଂ ବାଲେଶ୍ବରରୁ ମଙ୍ଗଳମୟ ମିଶ୍ର। ଗିରଫ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ବାଙ୍କୁଆଳର ଜଣେ ମହିଳା ପ୍ରାୟ ୫ ଲକ୍ଷ ଟଙ୍କା ସାଇବର ଠକେଇର ଶିକାର ହୋଇଥିଲେ। ଉକ୍ତ ମହିଳାଙ୍କୁ ଅଭିଯୁକ୍ତମାନେ ସିମ୍‌ ଅଚଳ ହେବା ନେଇ ଫୋନ କରିଥିଲେ। ପରେ ସେମାନେ ପଠାଇଥିବା ଲିଙ୍କ୍‌ରେ କ୍ଲିକ୍‌ କଲେ ସିମ୍‌ ବନ୍ଦ ହେବ ନାହିଁ ବୋଲି କହିଥିଲେ। ମହିଳା ଜଣଙ୍କ ଉକ୍ତ ଲିଙ୍କ୍‌ରେ କ୍ଲିକ୍‌ କରିବା ପରେ ପ୍ରଥମେ ୨ଲକ୍ଷ ୭୮ହଜାର ଓ ପରେ ଆଉ ୨ ଲକ୍ଷ କଟିଯାଇଥିଲା। ମହିଳାଙ୍କ ଅଭିଯୋଗ କ୍ରମେ ଏନେଇ ଶହୀଦ ...

ଟ୍ରେନ୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ କିନ୍ନର

ଭୁବନେଶ୍ୱର,୩୦।୬(ବ୍ୟୁରୋ):କରୋନା କଟକଣା ଭିତରେ ଓଡ଼ିଶାରୁ ଟ୍ରେନ୍‌ରେ ବାହାରକୁ ଚାଲାଣ ହେଉଛି ଗଞ୍ଜେଇ। ଏହି କାରବାରରେ ସମ୍ପୃକ୍ତ ହେଉଛନ୍ତି କିନ୍ନର। ସୋମବାର ଗୁଜରାଟର ସୁରଟକୁ ଚାଲାଣବେଳେ ଆର୍‌ପିଏଫ୍‌ ଓ କ୍ରାଇମବ୍ରାଞ୍ଚ ମିଳିତ ଭାବେ ଭୁବନେଶ୍ୱର ରେଳ ଷ୍ଟେଶନରେ ଚଢାଉ କରି ଦୁଇ ଚାଲାଣକାରୀ କିନ୍ନରଙ୍କୁ ଗିରଫ କରିଛି। ସେମାନେ ହେଲେ ଗଞ୍ଜାମ ଜିଲା ବେଗୁନିଆପଡା ଥାନା ଖଞ୍ଚଣା ଗ୍ରାମର ଲକ୍ଷ୍ମୀଧର ମହାନ୍ତି ଓରଫ ଲିଜା(୨୫) ଓ ବସନ୍ତ ସ୍ବାଇଁ(୩୪)। ସେମାନଙ୍କଠାରୁ ୧୫ କେଜି ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ଦେଢ ଲକ୍ଷ ଟଙ୍କା ହେବ। ଅଭିଯୁକ୍ତଙ୍କୁ ହସ୍ତାନ୍ତର ପରେ ଜିଆର୍‌ପି ଥାନାରେ ମାମଲା(୪୬/୨୧) ରୁଜୁ ହୋଇଛି। ଏଥିରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ସେନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି। ପୋଲିସ ସୂଚନା ଅନୁଯାୟୀ, କିନ୍ନର ଲିଜା ଓ ବସନ୍ତ ଦୁଇବର୍ଷ ତଳେ ଟ୍ରେନରେ ବୁଲି ଯାତ୍ରୀଙ୍କଠାରୁ ଟଙ୍କା ମାଗୁଥିଲେ। ଏହାପରେ ସେମାନେ ବିଭିନ୍ନ ବିବାହ ଉତ୍ସବରେ ନୃତ୍ୟ ପରିବେଷଣ କରି ରୋଜଗାର କରୁଥିଲେ। ତେବେ କେବେଠୁ ଓ କାହା ଦ୍ୱାରା ଗଞ୍ଜେଇ କାରବାରରେ ସାମିଲ ହୋଇଛନ୍ତି ସେନେଇ ପଚରାଉଚରା ଚାଲିଛି। ସୁରଟରେ ରହୁଥିବା ଓଡିଆ ଶ୍ରମିକଙ୍କ ପାଇଁ ସେମାନେ ଏହି ଗଞ୍ଜେଇ ଚାଲାଣ କରୁଥିଲେ ବୋଲି ସେମାନେ କହିଛନ୍ତି। ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ଲିଜା ଓ ବସନ୍ତ ଖୋର୍ଦ୍ଧା ଜିଲା ବାଲୁଗାଁରୁ ପ୍ରଶାନ୍ତ...

ସିଲ୍‌ ହେଲା ୭ ମଦ ଦୋକାନ

ଭୁବନେଶ୍ୱର, ୩୦।୬ (ବ୍ୟୁରୋ):କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଦୋକାନ ଖୋଲି ମଦ ବିକ୍ରି ଉପରେ ଅଙ୍କୁଶ ଲଗାଇଛନ୍ତି ସରକାର। କେବଳ ଅନ୍‌ଲାଇନ୍‌ରେ ମଦ ଯୋଗାଣକୁ ଅନୁମତି ରହିଛି। ହେଲେ ଲକ୍‌ଡାଉନ୍‌ ହେଉ କି ସପ୍ତାହାନ୍ତ ଶଟ୍‌ଡାଉନ୍‌, ସବୁ ସମୟରେ ରାଜଧାନୀରେ ମଦ କାଉଣ୍ଟରରୁ ମଦ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। କିଏ ପଛପାର୍ଶ୍ୱ ଗଳାବାଟରେ ତ ଆଉ କିଏ ଶଟର ତଳେ ବେପାର କରୁଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବାବେଳେ ବିଳମ୍ବରେ ପ୍ରଶାସନର ନିଦ ଭାଙ୍ଗିଛି। ଭୁବନେଶ୍ୱରରେ ସଂକ୍ରମଣ କମୁଥିବାବେଳେ ବ୍ୟବସାୟୀ ଓ ଗ୍ରାହକ ଦିନକୁ ଦିନ ଅମାନିଆ ହୋଇପଡୁଥିବାରୁ ବିଏମ୍‌ସି, ବିଡିଏ ଓ କମିଶନରେଟ ପୋଲିସ ସୋମବାରଠାରୁ ଚଢ଼ାଉକୁ ଜୋର୍‌ଦାର କରିଛି। ମଙ୍ଗଳବାର ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଓ ବିଡିଏ ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢାଉ କରି ୭ ମଦ ଦୋକାନକୁ ସିଲ୍‌ କରିଛି। ଏଥିସହ ଦୋକାନୀଙ୍କଠାରୁ ୪୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଡମଣା, କେୟାର ହସ୍ପିଟାଲ ସମ୍ମୁଖ, ଜୟଦେବ ବିହାର ଓ ଆଚାର୍ଯ୍ୟ ବିହାରରେ ଥିବା ୫ ମଦ ଦୋକାନକୁ ସିଲ୍‌ କରାଯାଇଛି। ସେହିପରି ବାପୁଜୀନଗରରେ ଥିବା ଏକ ମଦ ଦୋକାନରେ ବ୍ୟବସାୟ ଚାଲିଥିବାବେଳେ ତାହାକୁ ସିଲ୍‌ କରାଯାଇ ୧୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ବିଏମ୍‌ସିର ଦକ୍ଷିଣ ପୂର୍ବ ଜୋନ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଶହୀଦନଗରରେ ଥିବା ଏକ ମଦ ଦୋକାନକୁ ସିଲ୍...

ମାଷ୍ଟର କ୍ୟାଣ୍ଟିନରୁ ଯୋଦ୍ଧା, ଘୋଡ଼ା ପ୍ରତିମୂର୍ତ୍ତି ସ୍ଥାନାନ୍ତର କରା ନ ଯାଉ

ଭୁବନେଶ୍ୱର,୩୦ା୬(ବ୍ୟୁରୋ): ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମାଷ୍ଟର କ୍ୟାଣ୍ଟିନ ଛକରୁ ଯୋଦ୍ଧା, ଘୋଡ଼ା ସ୍ଥାନାନ୍ତର ନ କରିବା ପାଇଁ ରାଜ୍ୟ ସରକାରଙ୍କୁ ଉପଦେଶ ଦେବା ଲାଗି ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସୁରେଶ ରାଜଭବନ ଯାଇ ରାଜ୍ୟପାଳଙ୍କ ନିକଟକୁ ସ୍ମାରକପତ୍ର ପଠାଇଦେଇଛନ୍ତି। ସ୍ମାରକପତ୍ରରେ ସେ ଉଲ୍ଲେଖ କରିଛନ୍ତି, ମାଷ୍ଟର କ୍ୟାଣ୍ଟିନର ଯୋଦ୍ଧା, ଘୋଡ଼ା ଓଡ଼ିଆ ଜାତିର ଭାବାବେଗ ସହ ଜଡ଼ିତ। ଏହା ସ୍ବର୍ଗତ ସ୍ଥପତି ରଘୁନାଥ ମହାପାତ୍ରଙ୍କ ଦ୍ୱାରା ନିର୍ମିତ। ହରେକୃଷ୍ଣ ମହତାବଙ୍କଠାରୁ ବିଜୁ ପଟ୍ଟନାୟକ, ନନ୍ଦିନୀ ଶତପଥୀ, ସତ୍ୟପ୍ରିୟ ମହାନ୍ତି, ଚିନ୍ତାମଣି ପାଣିଗ୍ରାହୀ ପ୍ରଭୃତି ଓଡ଼ିଶାର ଦିବଂଗତ ଜନନାୟକଙ୍କ ପ୍ରେରଣା ଓ ଉପଦେଶରେ ଏହି ମୂର୍ତ୍ତିକୁ ଏଠାରେ ସ୍ଥାନିତ କରାଯାଇଥିଲା। ରାଜମହଲ ଛକ ଭୁବନେଶ୍ୱରର କେନ୍ଦ୍ରବିନ୍ଦୁ। ରେଳ ଷ୍ଟେଶନ ଓ ସଚିବାଳୟର ମଧ୍ୟସ୍ଥଳରେ ଏହା ସ୍ଥାନିତ ହୋଇ ଓଡ଼ିଆ ଜାତିର ସ୍ବର୍ଣ୍ଣିମ ଇତିହାସ, କୀର୍ତ୍ତିର ନିଦର୍ଶନ ହୋଇଛି। ଯଦି ସ୍ମାର୍ଟସିଟିର ବିକାଶ ପାଇଁ ମାଷ୍ଟର କ୍ୟାଣ୍ଟିନ ଛକର ଆଧୁନିକୀକରଣ କରାଯାଉଛି ତାହାର ଆମେ ପରିପନ୍ଥୀ ନୁହେଁ। ମାତ୍ର ଏହି ମୂର୍ତ୍ତିର ସ୍ଥାନାନ୍ତର ନ କରିବା ପାଇଁ ରାଜ୍ୟପାଳ ହସ୍ତକ୍ଷେପ କରିବା ପାଇଁ ସେ ନିବେଦନ କରିଛନ୍ତି। The post ମାଷ୍ଟର କ୍ୟାଣ୍ଟିନରୁ ଯୋଦ୍ଧା, ଘୋଡ଼ା ପ୍ରତିମୂର୍ତ୍ତି ସ୍ଥାନାନ୍ତର କରା ...

ଚାଷୀ ସମସ୍ୟା, ପକ୍କାଘର ବଣ୍ଟନରେ ଦୁର୍ନୀତି ଅଭିଯୋଗ ଆଣିଲା ଭାଜପା

ଭୁବନେଶ୍ୱର,୩୦ା୬(ବ୍ୟୁରୋ): ଦୀର୍ଘଦିନ ଧରି ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଉ ନ ଥିବା ଭାଜପା ନିଜର ରଣନୀତି ପରିବର୍ତ୍ତନ କରିଛି। ରାଜ୍ୟରେ ପଞ୍ଜୀକରଣ କରିଥିବା ସମସ୍ତ ଚାଷୀଙ୍କ ଧାନ କିଣିବା ଦାବିରେ ଭାଜପା ପକ୍ଷରୁ ଜୁଲାଇ ୧ ଏବଂ ୨ରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ। ଏହି ୨ ଦିନ ଚାଷୀଙ୍କ ସହ ଭାଜପା କାର୍ଯ୍ୟକର୍ତ୍ତାମାନେ ରାଜ୍ୟର ସମସ୍ତ ଧାନମଣ୍ଡି ଆଗରେ ଧାରଣା ଦେଇ ରାଜରାସ୍ତା ରୋକିବା ସହ ସ୍ଥାନୀୟ ସିଏସ୍‌ଓ(ସିଭିଲ ସପ୍ଲାଏ ଅଫିସ) କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବେ ବୋଲି ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇବା ଦାବିରେ ଆସନ୍ତା ୭,୮ ଏବଂ ୯ ତାରିଖରେ ରାଜ୍ୟର ସମସ୍ତ ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଭାଜପା ପକ୍ଷରୁ ପ୍ରତିବାଦ କରାଯିବ ବୋଲି ସମୀର ଆହ୍ବାନ କରିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସମୀର କହିଛନ୍ତି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ପ୍ରୟୋଗଶାଳା ହେଉଛି ଓଡ଼ିଶା। ଓଡ଼ିଶାର ଗରିବ, ଅସହାୟ, ଚାଷୀ ଏବଂ ତୃଣମୂଳସ୍ତରରେ ଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବ୍ୟାପକ ଅର୍ଥ ପଠାଉଛନ୍ତି। ଦୁର୍ଭାଗ୍ୟର ବିଷୟ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଯୋଗୁ କେନ୍ଦ୍ରୀୟ ଅନୁଦାନ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନାହିଁ। ବିଶେଷକରି ଚା...

ଦାନ୍ତ ଭାଙ୍ଗି ମଇଳା ଖୁଆଇବା ଭିଡିଓ ଭାଇରାଲ

ଛତ୍ରପୁର,୩୦।୬(ଡି.ଏନ୍‌.ଏ.):ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ରାମେୟାପଲ୍ଲୀ ଗାଁରେ ଗତ ୧୯ ତାରିଖରେ ଗୁଣି ସନ୍ଦେହରେ ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳର ଏନ୍‌. ଭେଙ୍କଟରମଣଙ୍କୁ ପିଟି ହତ୍ୟା କରାଯାଇଥିଲା। ତେବେ ହତ୍ୟା ପୂର୍ବରୁ ଭେଙ୍କଟରମଣଙ୍କ ଦାନ୍ତ ଭଙ୍ଗାଯିବା ସହ ମଇଳା ଖାଇବାକୁ ବାଧ୍ୟ କରାଯାଇଥିବା ଓ ଠେଙ୍ଗାରେ ମାଡ଼ ମରାଯିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ହତ୍ୟା ଘଟଣାରେ ପୂର୍ବରୁ ପୋଲିସ ୧୩ ଜଣଙ୍କୁ ଗିରଫ କରିଥିଲା। ଗତ ସୋମବାର ଅନ୍ୟ ଜଣେ ଅଭିଯୁକ୍ତ ବି. ଶଙ୍କର ରାଓ ଗିରଫ ହୋଇଛନ୍ତି। ଫଳରେ ହତ୍ୟା ଘଟଣାରେ ଗିରଫଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି। ସୂଚନାଯୋଗ୍ୟ, ଚମାଖଣ୍ଡି ଥାନା ଅଧିନ ରାମେୟାପଲ୍ଲୀ ଗାଁର ପି. ଭୀମରାଜୁଙ୍କ ଡାକିବା ପ୍ରକାରେ ପୂଜାପାଠ କରିବା ଲାଗି ବ୍ରହ୍ମପୁର ଆଙ୍କୁଲି ସୁବାସ ନଗରର ଭେଙ୍କଟରମଣ ଓ ଲାଞ୍ଜିପଲ୍ଳୀ ମେନ୍‌ ରୋଡ୍‌ର ପି. ଧବଳେଶ୍ୱର ରେଡ୍ଡୀ ୧୯ ତାରିଖରେ ଗାଁକୁ ଆସିଥିଲେ। ପୂଜାପାଠ ଚାଲିଥିବାବେଳେ ଗ୍ରାମର ୩୦ରୁ ଉର୍ଦ୍ଧ୍ୱ ଲୋକ ଗୁଣିଗାରେଡି ସନ୍ଦେହ କରି ମାଡ଼ ମାରିବାରୁ ଭେଙ୍କଟରମଣଙ୍କ ମୃତ୍ୟୁ ଘଟିଥିଲା। ଭୀମରାଜୁ ଓ ଧବଳେଶ୍ୱର ଗୁରୁତର ଆହତ ହୋଇଥିଲେ। ଭୀମରାଜୁଙ୍କ ଏତଲା ପ୍ରକାରେ ଥାନାରେ ୧୨୦/୨୧ରେ ମାମଲା ରୁଜୁ ହୋଇଥିଲା। The post ଦାନ୍ତ ଭାଙ୍ଗି ମଇଳା ଖୁଆଇବା ଭିଡିଓ ଭାଇରାଲ appeared first on Dharitri Odia News .

ଆଜିଠୁ ଶିଶୁଙ୍କୁ ପିସିଭି ଟିକା

ଭୁବନେଶ୍ୱର, ୩୦।୬(ବ୍ୟୁରୋ):ଶିଶୁଙ୍କୁ ନିମୋକୋକାଲ ନିମୋନିଆ ଓ ମସ୍ତିଷ୍କ ସଂକ୍ରମଣରୁ ସୁରକ୍ଷା ଦେବ ନିମୋକୋକାଲ କଞ୍ଜୁଗେଟ୍‌ ଟିକା (ପିସିଭି)। ଶିଶୁଙ୍କ ନିୟମିତ ଟିକାକରଣରେ ଏହାକୁ ସାମିଲ କରାଯାଇଥିବାବେଳେ ବୁଧବାରଠାରୁ ସାରା ରାଜ୍ୟରେ ଟିକାକରଣ ଆରମ୍ଭ ହେବ। ଭୁବନେଶ୍ୱର ୟୁନିଟ୍‌-୪ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏହି ଟିକାକରଣ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ। ଏହି ଟିକାର ତିନୋଟି ଡୋଜ୍‌ ଦିଆଯିବ। ପ୍ରଥମ ଡୋଜ୍‌ ଦେଢ଼ ମାସରେ, ଦ୍ୱିତୀୟଟି ସାଢ଼େ ତିନି ମାସରେ ଓ ତୃତୀୟ ଡୋଜ୍‌ ୯ ମାସରେ ଦିଆଯିବ। ବିଶ୍ୱର ୧୪୬ଟି ଦେଶରେ ଏହାର ବ୍ୟବହାର ହେଉଥିବାବେଳେ ଭାରତରେ ବିହାର, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ଆଦି ୫ ରାଜ୍ୟରେ ୨୦୧୭ରୁ ଚାଲୁଛି। ଓଡ଼ିଶାରେ ପ୍ରଥମଥର ପାଇଁ ଏହି ଟିକାକୁ ୟୁନିଭର୍ସାଲ ଇମ୍ୟୁନାଇଜେଶନ ପ୍ରୋଗ୍ରାମ(ୟୁଆଇପି)ରେ ସାମିଲ କରାଯାଇଛି। ଏହି ଟିକା ବ୍ୟୟବହୁଳ ହୋଇଥିବାବେଳେ ରାଜ୍ୟ ସରକାର ଏହାକୁ ମାଗଣାରେ ଦେବେ। ପରିବାର କଲ୍ୟାଣ ନିର୍ଦ୍ଦେଶକ ତଥା ରାଜ୍ୟ ଇମୁନାଇଜେଶନ ଅଫିସର ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ବର୍ତ୍ତମାନ ଆସିଥିବା ୮୮,୪୦୦ ଟିକା ସବୁ ଜିଲାକୁ ବଣ୍ଟନ କରାଯାଇଛି। ପ୍ରତି ବୁଧବାର ପିଲାଙ୍କୁ ଏହି ଟିକା ଦିଆଯିବ। ଏହାର ସେଭଳି କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି ପାଣିଗ୍ରାହୀ କହିଛନ୍ତି। The post ଆଜିଠୁ ଶିଶୁ...

ନୂଆ ବନ୍ଦର ବିଲ୍‌କୁ ଓଡ଼ିଶାର ବିରୋଧ

ଭୁବନେଶ୍ୱର,୩୦ା୬(ବ୍ୟୁରୋ):ଭାରତୀୟ ବନ୍ଦର ଆଇନ-୧୯୦୮କୁ ବଦଳାଇ ନୂତନ ଆଇନ ଆଣିବାକୁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏ ନେଇ କେନ୍ଦ୍ର ସରକାର ଭାରତୀୟ ବନ୍ଦର ବିଲ୍‌ -୨୦୨୧ ଚିଠା (ଡ୍ରାଫ୍ଟ) ପ୍ରସ୍ତୁତ କରିଛନ୍ତି। ଏହା ଉପରେ ମତାମତ ଦେବାକୁ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କଠାରୁ ମତାମତ ଲୋଡ଼ାଯାଇଛି। ଏହି ବିଲ୍‌ରେ କେନ୍ଦ୍ର ସରକାର ରାଜ୍ୟଠାରୁ ଛୋଟ ବନ୍ଦରଗୁଡ଼ିକ ଉପରୁ କ୍ଷମତା ଛଡ଼ାଇ ନେବା ସହ ଓଡ଼ିଶା ରାଜ୍ୟ ସାମୁଦ୍ରିକ ବୋର୍ଡକୁ ଅକାମୀ କରିଦେବାକୁ ଷଡ଼ଯନ୍ତ୍ର କରିଛନ୍ତି। ଏହି ବିଲ୍‌ କାର୍ଯ୍ୟକାରୀ ହେଲେ ରାଜ୍ୟରେ ଥିବା ଛୋଟ ବନ୍ଦରଗୁଡ଼ିକର ସମ୍ପୂର୍ଣ୍ଣ ପରିଚାଳନା କ୍ଷମତା କେନ୍ଦ୍ର ହାତକୁ ଚାଲିଯିବ। ଏହି ବିଲ୍‌କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ବିରୋଧ କରାଯାଇଛି। ମଙ୍ଗଳବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏନେଇ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଚିଠି ଲେଖି ଆପତ୍ତି ଉଠାଇଛନ୍ତି। ମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟ ସରକାର ଛୋଟ ବନ୍ଦରଗୁଡ଼ିକର ଉତ୍ତମ ପରିଚାଳନା ପାଇଁ ଓଡ଼ିଶା ରାଜ୍ୟ ସାମୁଦ୍ରିକ ବୋର୍ଡ ଗଠନ କରିଛନ୍ତି। ୨୦୨୧ ଫେବୃୟାରୀରେ ବିଧାନସଭା ଦ୍ୱାରା ଏହାକୁ ଅନୁମୋଦନ କରାଯାଇ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟକୁ ପଠାଯାଇଛି। ଏହି ବୋର୍ଡ ଏବେ ରାଷ୍ଟ୍ରପତିଙ୍କ ଅନୁମୋଦ...

୨୨ ବର୍ଷ ଧରି ଲଗାତାର ଜୀବନରେ ମାରି ଦେବାକୁ ଆସୁୁଥିଲା ଫୋନ୍‌ କଲ୍‌…

ମୁମ୍ବାଇ: ବଲିଉଡ୍‌ର ଖ୍ୟାତି ସମ୍ପନ୍ନ ପ୍ଲେ ବ୍ୟାକ ସିଙ୍ଗର ଉଦିତ୍‌ ନାରାୟଣଙ୍କ ପ୍ରାରମ୍ଭିକ ଜୀବନ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା। ୧୯୮୦ ଜୁଲାଇ ୫ରେ ପ୍ରଥମ ଫିଲ୍ମ ‘ଉନିସ ବିଶ’ରେ ସେ ପ୍ଲେ ବ୍ୟାକ ସିଙ୍ଗର ଭାବେ କାମ ଆରମ୍ଭ କରିଥିଲେ। ଫିଲ୍ମର ସଙ୍ଗୀତ ରାଜେଶ ରୋଶନଙ୍କର ଥିଲା। ଏହାକୁ ଅମିତ ଖାନ୍ନା ଲେଖିଥିଲେ। ତେବେ ବଲଉଡ୍‌ରେ କାମ କରିବା ମଧ୍ୟରେ ୧୯୯୮ଠାରୁ ୨୦୧୯ ମଧ୍ୟରେ ତାଙ୍କୁ ଦୀର୍ଘ ୨୨ ବର୍ଷ ଧରି ଜୀବନରେ ମାରି ଦେବାକୁ ଧମକପୂର୍ଣ୍ଣ ଫୋନ୍‌ କଲ ଆସୁୁଥିଲା। ଧମକକୁ ନେଇ ସେ ଉଦାସ ହୋଇ ପଡୁଥିଲେ। ଜୀବନଟା ବୋଝ ପରି ଲାଗୁଥିଲା। କେତେକ ଥର ସେ ଆତ୍ମହତ୍ୟା କରିବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି। ଫିଲ୍ମ ପାଇଁ ଗୋଟିଏ ଗୀତ ଗାଇଲେ ସେତେବେଳେ ୧୫ ହଜାରରୁ ୨୦ ହଜାର ଟଙ୍କା ମିଳୁଥିଲା। ୨୦୧୧ରେ ଳକ୍ଷ୍ନୌରେ ତାଙ୍କୁ କିଛି ଅଜଣା ଲୋକ ଛୁରୀ ଧରି ମାରିବାକୁ ଆସିଥିଲେ। ତେବେ ପରେ ସେମାନେ ପୋଲିସ ହାତରେ ଧରା ପଡ଼ିଥିଲେ ଏକ ସାକ୍ଷାତ୍‌କାରରେ ସେ କହିଥିଲେ। The post ୨୨ ବର୍ଷ ଧରି ଲଗାତାର ଜୀବନରେ ମାରି ଦେବାକୁ ଆସୁୁଥିଲା ଫୋନ୍‌ କଲ୍‌… appeared first on Dharitri Odia News .

ପ୍ରିୟଙ୍କା ପିନ୍ଧିଲେ ଏମିତି ଡ୍ରେସ୍‌, ଅଟକିଗଲା ସମସ୍ତଙ୍କ ନଜର: ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ରୁ ହଲିଉଡ୍‌କୁ ଜମ୍ପ୍‌ ମାରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିକଟରେ ନ୍ୟୁୟର୍କରେ ପ୍ରାଇଡ ପ୍ୟାରେଡରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପ୍ରିୟଙ୍କା ଏକ ଧଳା ରଙ୍ଗର ପୋଷାକରେ ବହୁତ ସୁନ୍ଦର ଦେଖାଯାଉଥିଲେ। ପ୍ରିୟଙ୍କା ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ପ୍ୟାରେଡରେ ଅଂଶଗ୍ରହଣ ବିଷୟରେ ସୂଚନା ଦେଇଥିଲେ। ପ୍ରିୟଙ୍କା ଏହି ଫଟୋ ଶେୟାର କରି କ୍ୟାପସନରେ ଲେଖିଛନ୍ତି, ଖୁସି ଅନୁଭବ କରୁଛି। ପ୍ରାଇଡ ପ୍ୟାରେଡରେ ଯୋଗଦେବା ପାଇଁ ଏକ ପୁରା ସ୍ଲିଭ ଟପ ଏବଂ ହାଇ ସ୍ଲିଟ ସ୍କର୍ଟ ପିନ୍ଧିଥିଲେ ପ୍ରିୟଙ୍କା। ସେ ଏହି ସୁନ୍ଦର ଧଳା ପୋଷାକ ସହିତ ମେଳ ଖାଉଥିବା ପିଭିସି ହିଲ ପିନ୍ଧିଥିଲେ। ତେବେ ତାଙ୍କ ଏହି ଟପ୍‌ ଆରୋନ ଇଣ୍ଟରନ୍ୟାସନାଲ ବ୍ରାଣ୍ଡର ଅଟେ ଏବଂ ଏହାର ମୂଲ୍ୟ ୧୭ ହଜାର ୨୫୬ ଟଙ୍କା ଥିବାବେଳେ ସ୍କର୍ଟ ୨୦ ହଜାର ୨୬୩ ଟଙ୍କା। ପ୍ରିୟଙ୍କା ଏକ ସୁନା ଘଣ୍ଟା, ସୁନ୍ଦର ସୁନା ବ୍ରେସଲେଟ ଏବଂ ହାତରେ ମୁଦି ପିନ୍ଧି ବହୁତ ସୁନ୍ଦର ଦେଖାଯାଉଥିଲେ। ହଲିଉଡ ବ୍ରାଣ୍ଡର ଅନେକ ଡିଜାଇନର୍‌ ଏବଂ ସେଲିବ୍ରିଟି ପ୍ରିୟଙ୍କା ଚୋପ୍ରାଙ୍କ ଲୁକ୍‌ସକୁ ପ୍ରଶଂସା କରୁଛନ୍ତି। The post ପ୍ରିୟଙ୍କା ପିନ୍ଧିଲେ ଏମିତି ଡ୍ରେସ୍‌, ଅଟକିଗଲା ସମସ୍ତଙ୍କ ନଜର: ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ appeared first on Dharitri Odia News .

ଅପହରଣର ୧୪ ଦିନ ପରେ ଉଦ୍ଧାର ହେଲା ଶିଶୁ

ଲଙ୍ଗଳେଶ୍ବର, ୩୦।୬(ଡି.ଏନ.ଏ.)- ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଧୀନ ଚକ୍ରଜୂନି ଗ୍ରାମର ଏକ ଇଟାଭାଟିରୁ ୧୪ଦିନ ପୂର୍ବରୁ ଚୋରି ହୋଇଥିବା ଜଣେ ୩ ମାସର ଶିଶୁପୁତ୍ରକୁ ମଙ୍ଗଳବାର ରାତି ୧୦ଟା ବେଳେ ଉଦ୍ଧାର କରାଯାଇଛି। ଗଁାମୁଣ୍ଡ ଏକ ନିଛାଟିଆ ଘରୁ ଉକ୍ତ ଶିଶୁପୁତ୍ରକୁ ତାଙ୍କ ମା’ ଝୁନୀ ମାରାଣ୍ଡି ଉଦ୍ଧାର କରିଛନ୍ତି। ଝୁନି ତାଙ୍କ ପୁଅ ସହ ଶୋଇଥିବା ବେଳେ ୫ ଜଣ ଲୋକ ପିଲାଟିକୁ ଚୋରାଇ ନେଇ ପଳାଇଯାଇଥିଲେ। ଗାଁ ଲୋକ ପହଞ୍ଚି ୫ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛନ୍ତି। The post ଅପହରଣର ୧୪ ଦିନ ପରେ ଉଦ୍ଧାର ହେଲା ଶିଶୁ appeared first on Dharitri Odia News .

ଟୋକିଓ ଅଲିମ୍ପିକ୍‌: ଏବେ ବି ଅଛି ଦୂତୀଙ୍କ ଆଶା

ଭୁବନେଶ୍ୱର, ୩୦।୬(କ୍ରୀଡ଼ା ପ୍ରତିନିଧି)- ଜାପାନର ଟୋକିଓରେ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଅଲିମ୍ପିକ୍ସ ଅନୁଷ୍ଠିତ ହେବ। କ୍ୱାଲିଫାଇଂ ପାଇଁ ଡେଡ୍‌ଲାଇନ୍‌ ଶେଷ ହୋଇଥିବାରୁ ଏବେ ବିଭିନ୍ନ ଇଭେଣ୍ଟ ଲାଗି ପ୍ରତିଯୋଗୀଙ୍କ ତାଲିକା ଘୋଷଣା ସମୟ ଆସିଯାଇଛି। ଆଉ ଦିନେ ଦୁଇଦିନ ମଧ୍ୟରେ ଏହି ତାଲିକା ପ୍ରକାଶ ପାଇବାର ଥିବାରୁ ଉତ୍ସୁକତା ବଢ଼ିଛି। କ୍ୱାଲିଫାଇଂ ସମୟ ସ୍ପର୍ଶ କରିଥିବା ପ୍ରତିଯୋଗୀମାନେ ନିର୍ଦ୍ୱନ୍ଦ୍ୱରେ ଥିବାବେଳେ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ଅନୁସାରେ ଟୋକିଓରେ ପାଦ ଦେବାକୁ ଆଶା ରଖିଥିବା ପ୍ରତିଯୋଗୀ ଆଶା ଓ ଆଶଙ୍କାରେ ରହିଛନ୍ତି। ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ପ୍ରତିଯୋଗିତାର ଗ୍ଲାମର ଇଭେଣ୍ଟ ୧୦୦ ମିଟର ରେସ୍‌ରେ ମାତ୍ର ୨ ସେକେଣ୍ଡ ପାଇଁ ଅଲିମ୍ପିକ୍ସ ଯୋଗ୍ୟତା ସ୍ପର୍ଶ କରିବାରୁ ବଞ୍ଚତ୍ତ ହୋଇଛନ୍ତି। ଇଣ୍ଡିଆନ ଗ୍ରାଁ ପ୍ରି-୪ରେ ସେ ୧୧.୧୭ ସେକେଣ୍ଡ ଟାଇମିଂ ହାସଲ କରି ନିଜ ଆଶାକୁ ଦ୍ୱିଗୁଣିତ କରିଛନ୍ତି। ତେବେ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ଅନୁସାରେ ସେ ଟୋକିଓ ଟିକେଟ ପାଇବା ନେଇ ବେଶ୍‌ ଆଶାବାଦୀ। କରୋନା ମହାମାରୀ ପାଇଁ ୨୦୨୦ରେ ବିଶେଷ ଟୁର୍ନାମେଣ୍ଟ ହୋଇପାରି ନ ଥିଲା। ତେଣୁ ୨୦୧୯ରୁ ଏ ପର୍ଯ୍ୟନ୍ତ ସେ ଭାଗ ନେଇଥିବା ୫ଟି ଟୁର୍ନାମେଣ୍ଟର ଟାଇମିଂ ଦୃଷ୍ଟିରୁ ତାଙ୍କ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ୧୨୧୯ରେ ପହଞ୍ଚତ୍ଛି। ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ୧୫୦୦ ପଏଣ୍ଟ ଧାର୍ଯ୍ୟ ଥିବାବେଳେ ୧୨୧୯...

ବାରିପଦା ଓ ନୀଳଗିରି ରଥଯାତ୍ରା ପାଇଁ ସୁପ୍ରିମକୋର୍ଟରେ ଆବେଦନ

ବାଲେଶ୍ୱର ଅଫିସ/ବାରିପଦା ଅଫିସ, ୩୦।୬- ବାରିପଦା ଓ ନୀଳଗିରିରେ ଚଳିତବର୍ଷ ସମସ୍ତ କୋଭିଡ୍‌ ନିୟମ ଅନୁସାରେ ରଥଯାତ୍ରା କରାଇବା ପାଇଁ ସୁପ୍ରିମକୋର୍ଟରେ ମଙ୍ଗଳବାର ଆବେଦନ କରାଯାଇଛି। ବାରିପଦା ରଥଯାତ୍ରା ପାଇଁ ଭଞ୍ଜସେନା ପକ୍ଷରୁ ଆକାଶକୁମାର ଶର୍ମା ଓ ବାଲେଶ୍ୱର ଜିଲାର ନୀଳଗିରିଠାରେ ରଥଯାତ୍ରା ଲାଗି ଜଗନ୍ନାଥପ୍ରେମୀ ଆଇନଜୀବୀ ଡ. ସୁଶାନ୍ତ କୁମାର କାନୁନ୍‌ଗୋ ମଙ୍ଗଳବାର ସୁପ୍ରିମକୋର୍ଟରେ ଆବେଦନ କରିଥିବା ପ୍ରେସ ବିବୃତ୍ତିରେ ଜଣାଇଛନ୍ତି। The post ବାରିପଦା ଓ ନୀଳଗିରି ରଥଯାତ୍ରା ପାଇଁ ସୁପ୍ରିମକୋର୍ଟରେ ଆବେଦନ appeared first on Dharitri Odia News .

ଗାଙ୍ଗୁଲିଙ୍କୁ ପଛରେ ଛାଡ଼ିଲେ ରୁଟ୍‌

ଚେଷ୍ଟର-ଲେ-ଷ୍ଟ୍ରିଟ,୨୯।୬: ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜୋ ରୁଟ୍‌ ଏଠାରେ ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ୭୯* ରନ୍‌ର ଇନିଂସ ଖେଳିବା ଅବସରରେ ଦିନିକିଆ କ୍ରିକେଟରେ ୬ ହଜାର ରନ୍‌ ପୂରଣ କରିଛନ୍ତି। ଏହି ମାଇଲଷ୍ଟୋନ ଛୁଇଁବାରେ ସେ ବିଶ୍ୱର ଚତୁର୍ଥ ଦ୍ରୁତତମ ବ୍ୟାଟ୍ସମ୍ୟାନ। ଏହି ଧାରାରେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ପଛରେ ଛାଡ଼ି ଦେଇଛନ୍ତି ରୁଟ୍‌। ୬୦୦୦ ରନ୍‌ ପୂରଣ କରିବା ପାଇଁ ଗାଙ୍ଗୁଲିଙ୍କୁ ୧୪୭ଟି ଇନିଂସ ଲାଗିଥିଲାବେଳେ ରୁଟ୍‌ ୧୪୧ ତମ ଇନିଂସରେ ଏହି ମାଇଲଷ୍ଟୋନ ଛୁଇଁଛନ୍ତି। ଦିନିକିଆ ଫର୍ମାଟରେ ଦ୍ରୁତତମ ୬୦୦୦ ରନ୍‌ ପୂରଣ କରିବାର ରେକର୍ଡ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ ହାସିମ ଆମଲାଙ୍କ ନାମରେ ରହିଛି। ସେ ମାତ୍ର ୧୨୩ଟି ଇନିଂସରେ ଏହି ମାଇଲଷ୍ଟୋନ ସ୍ପର୍ଶ କରିଥିଲେ। ଏହି ତାଲିକାରେ ତାଙ୍କ ପଛକୁ ବିରାଟ କୋହଲି (୧୩୬ ଇନିଂସ) ଓ କେନ ଓ୍ବିଲିୟମସନ (୧୩୯) ରହିଛନ୍ତି। The post ଗାଙ୍ଗୁଲିଙ୍କୁ ପଛରେ ଛାଡ଼ିଲେ ରୁଟ୍‌ appeared first on Dharitri Odia News .

କୋହଲିଙ୍କ ପାଇଁ ସ୍ଥାନ ନାହିଁ ଆକାଶ ଚୋପ୍ରାଙ୍କ ବିଶ୍ୱ ଟେଷ୍ଟ ଏକାଦଶ ଦଳରେ

ନୂଆଦିଲ୍ଲୀ,୨୯।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ମୁକୁଟ ପିନ୍ଧିଥିବା ନ୍ୟୁଜିଲାଣ୍ଡକୁ ଟକ୍କର ଦେବା ପାଇଁ ବିଶ୍ୱ ଟେଷ୍ଟ ଏକାଦଶ ବାଛିଛନ୍ତି ପୂର୍ବତନ କ୍ରିକେଟର ତଥା ଭାଷ୍ୟକାର ଆକାଶ ଚୋପ୍ରା। ଏହି ଦଳରେ ସେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚିତ ହେଉଥିବା ବିରାଟ କୋହଲିଙ୍କୁ ସ୍ଥାନ ଦେଇ ନାହାନ୍ତି। ଆକାଶଙ୍କ ବିଶ୍ୱ ଟେଷ୍ଟ ଏକାଦଶ ଦଳରେ ସ୍ଥାନ ପାଇଛନ୍ତି କେବଳ ୩ ଭାରତୀୟ। ସେମାନେ ହେଲେ ରୋହିତ ଶର୍ମା, ରବିଚନ୍ଦ୍ରନ ଅଶ୍ୱିନ ଓ ରିଷଭ ପନ୍ତ। ବ୍ୟାଟିଂ କ୍ରମର ଚତୁର୍ଥ କ୍ରମରେ କୋହଲିଙ୍କ ବଦଳରେ ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କୁ ବାଛିଛନ୍ତି। ମୁଁ ଦଳରେ ରୁଟଙ୍କୁ ରଖିଛି। କୋହଲି ଓ ପାକିସ୍ତାନ ଅଧିନାୟକ ବାବର ଆଜାମ ସ୍ଥାନ ପାଇ ନାହାନ୍ତି। କାରଣ ଦୁଇ ବର୍ଷ ଧରି ଖେଳାଯାଇଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ସେ ୧୬୬୦ ରନ୍‌ କରିଛନ୍ତି। ସେ ଅପେକ୍ଷାକୃତ ଅଧିକ ମ୍ୟାଚ୍‌ ଖେଳିଥିଲେ। କିନ୍ତୁ ତାଙ୍କ ନାମରେ ଭାରତ ଓ ଶ୍ରୀଲଙ୍କାରେ ଦ୍ୱିଶତକ ରହିଛି ବୋଲି ନିଜ ୟୁଟ୍ୟୁବ ଚାନେଲରେ କହିଛନ୍ତି ଆକାଶ। ଓପନିଂ ସ୍ଲଟ ପାଇଁ ରୋହିତଙ୍କ ସହ ବାଛିଛନ୍ତି ଶ୍ରୀଲଙ୍କାର ଦିମ୍ୟୁଥ କରୁଣାରତ୍ନେଙ୍କୁ। ୩ୟ ଓ ୫ମ ସ୍ଲଟ ଲାଗି ଅଷ୍ଟ୍ରେଲିଆର ମାର୍ନସ ଲାବୁସେନ ଓ ଷ୍ଟିଭ ସ୍ମିଥଙ୍କୁ ଦଳ ଯାଗା ଦେଇଛନ୍ତି। ବିଶ୍ୱ ଶ୍ରେଷ୍ଠ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ବଦଳରେ ନେଇଛନ୍ତି ବେନ ଷ୍ଟୋକ୍ସଙ୍କୁ। ସେହିଭଳି କ୍ୱିଣ୍ଟନ ଡି’ କକ୍‌ଙ୍କ ଭଳି...

ଟୁଇଟରକୁ ପ୍ରଶ୍ନ: କାହିଁକି ବନ୍ଦ କରିଥିଲ କେନ୍ଦ୍ରମନ୍ତ୍ରୀଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ,୨୯।୬: କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଓ ବିରୋଧୀ ଏମ୍‌ପି ଶଶି ଥରୁରଙ୍କ ଆକାଉଣ୍ଟକୁ କାହିଁକି ଲକ୍‌ କରାଯାଇଥିଲା? ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟୁଇଟରକୁ ଉପରୋକ୍ତ ପ୍ରଶ୍ନ କରିଛି କଂଗ୍ରେସ ନେତା ଥରୁରଙ୍କ ନେତୃତ୍ୱାଧୀନ ସୂଚନା ଓ ପ୍ରଯୁକ୍ତିବିଦ୍ୟା ସମ୍ପର୍କୀତ ସଂସଦୀୟ କମିଟି। ଏହାର ଉତ୍ତର ରଖିବା ପାଇଁ ଟୁଇଟରକୁ ଦୁଇ ଦିନ ସମୟ ଦିଆଯାଇଛି। ଏଥି ସହ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଓ ଗୁଗୁଲକୁ ଦେଶର ନୂଆ ଆଇଟି ଆଇନ ପାଳନ କରିବାକୁ ଦିଆଯାଇଛି ନିର୍ଦ୍ଦେଶ। ଗତ ଶୁକ୍ରବାର ଆଇନ ମନ୍ତ୍ରୀଙ୍କ ଟୁଇଟର ଆକାଉଣ୍ଟକୁ ଏକ ଘଣ୍ଟା ପାଇଁ ଲକ୍‌ କରି ଦିଆଯାଇଥିଲା। ଆମେରିକାର ଡିଜିଟାଲ ମିଲେନିୟମ କପିରାଇଟ୍‌ ଆଇନ (ଡିଏମ୍‌ସିଏ) ଅଧୀନରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଦର୍ଶାଇଥିଲା ଟୁଇଟର। କଂଗ୍ରେସ ଏମ୍‌ପି ଥରୁରଙ୍କ ଭଳି ଅନ୍ୟ ନେତା ସମାନ ଅସୁବିଧାର ସମ୍ମୁଖୀନ ହୋଇଥିବା ଦାବି କରିଥିଲେ। କେଉଁ ନିୟମ ଆଧାରରେ ଉକ୍ତ ଦୁଇ ଆକାଉଣ୍ଟକୁ ଲକ୍‌ କରାଯାଇଥିଲା, ତାହାର ସମ୍ପୂର୍ଣ୍ଣ ତଥ୍ୟ ଟୁଇଟରଠାରୁ ମଗାଯାଇଛି। The post ଟୁଇଟରକୁ ପ୍ରଶ୍ନ: କାହିଁକି ବନ୍ଦ କରିଥିଲ କେନ୍ଦ୍ରମନ୍ତ୍ରୀଙ୍କ ଆକାଉଣ୍ଟ appeared first on Dharitri Odia News .

ପହିଲାରୁ ଏଟିଏମ୍‌ରୁ ଟଙ୍କା ଉଠାଇଲେ ଲାଗିବ ଚାର୍ଜ

ନୂଆଦିଲ୍ଲୀ,୨୯।୬: ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ଏଟିଏମ୍‌ କାର୍ଡରେ ମାସକୁ ୪ ଥରରୁ ଅଧିକ ଥର ଟଙ୍କା ଉଠାଇଲେ ଆକାଉଣ୍ଟରୁ ଗଣିବାକୁ ପଡ଼ିବ ଟଙ୍କା। ଏହି ନିୟମ ଜୁଲାଇ ପହିଲାରୁ ପୂରା ଦେଶରେ ଆରମ୍ଭ ହେବ। ବେସିକ ସେଭିଂ ବ୍ୟାଙ୍କ ଡିପୋଜିଟ୍‌ (ବିଏସ୍‌ବିଡି) ଆକାଉଣ୍ଟଧାରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ ବୋଲି କୁହାଯାଇଛି। ବିଏସ୍‌ବିଡି ଆକାଉଣ୍ଟ ପାଇଁ ସେବା ଶୁଳ୍କରେ ସଂଶୋଧନ ଅନୁଯାୟୀ, ମାସରେ ୪ ଥରରୁ ଅଧିକ ଥର ଟଙ୍କା ଉଠାଇଲେ ଏସ୍‌ବିଆଇ ୧୫ରୁ ୭୫ ଟଙ୍କା ପର୍ଯ୍ୟନ୍ତ ଆଦାୟ କରିବ। ଏହି ନିୟମ ଚଳିତ ବର୍ଷ ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହେବ ବୋଲି ଦେଶର ସର୍ବବୃହତ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ବିଏସ୍‌ବିଡି ଆକାଉଣ୍ଟଧାରୀଙ୍କୁ ବର୍ଷକୁ ଚେକ୍‌ବୁକର ୧୦ ପୃଷ୍ଠା ମାଗଣାରେ ବ୍ୟବହାର କରିପାରିବେ। ଏହାପରେ ଦେୟ ସହ ଜିଏସ୍‌ଟି ଦେବାକୁ ପଡ଼ିବ। ଏଟିଏମ୍‌ ଓ ସିଡିଏମ୍‌ (କ୍ୟାଶ ଡିସପେନ୍ସିଂ ମେସିନ)ରେ ଅଣ ଆର୍ଥିକ ଟ୍ରାନ୍ସଜାକଶନ ଲାଗି କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଏସ୍‌ବିଆଇ ଏଟିଏମ୍‌ କିମ୍ବା ଅନ୍ୟ ବ୍ୟାଙ୍କର ଏଟିଏମ୍‌ରୁ ୪ ଥର ମାଗଣାରେ ଟଙ୍କା ଉଠାଇପାରିବେ। The post ପହିଲାରୁ ଏଟିଏମ୍‌ରୁ ଟଙ୍କା ଉଠାଇଲେ ଲାଗିବ ଚାର୍ଜ appeared first on Dharitri Odia News .

ଓଡ଼ିଶା: ଆଜିର ଫଟୋ ( ଜୁନ୍ ୨୯, ୨୦୨୧)

କଟକ ଚାନ୍ଦିନିଚୌକ୍ ରାସ୍ତା ପାର୍ଶ୍ୱରେ ବିକ୍ରି ପାଇଁ ଛତା ଗୁଡିକୁ  ସଜାଇ ରଖୁଛନ୍ତି ବ୍ୟବସାୟୀ   ଭୁବନେଶ୍ୱର ରେଲୱେ ଷ୍ଟେସନରେ ସାମାଜିକ ଦୂରତ୍ୱ କୁ ଫୁ   କଟକ ବକ୍ସି ବଜ଼ାର ଅଂଚଳରେ ଥିବା ଏକ ବରଗଛକୁ କଟା ଯାଉଛି   ରାଜଧାନୀରେ  ବୁଲ୍ ଡୋଜର୍ ଆଗରେ ବସି ଜଣେ ବ୍ୟକ୍ତି ଯାଉଛନ୍ତି The post ଓଡ଼ିଶା: ଆଜିର ଫଟୋ ( ଜୁନ୍ ୨୯, ୨୦୨୧) appeared first on Dharitri Odia News .

ଟୁଇଟର ବିରୋଧରେ ଚାଇଲ୍ଡ ପର୍ନୋଗ୍ରାଫି ମାମଲା

ନୂଆଦିଲ୍ଲୀ,୨୯।୬: ଟୁଇଟର ପିଛା ଛାଡ଼ିବାକୁ ନା ଧରୁନି ବିବାଦ। ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ବିରୋଧରେ ଦିଲ୍ଲୀରେ ଚାଇଲ୍ଡ ପର୍ନୋଗ୍ରାଫି ମାମଲା ଦାୟର ହୋଇଛି। ୟୁଜର୍ସଙ୍କ ପୋଷ୍ଟ ସମ୍ପର୍କୀତ ଅଧିକାର ହରାଇବା ପରେ ଟୁଇଟର ବିରୋଧରେ ଏହା ଚତୁର୍ଥ ମାମଲା। ପୋକ୍‌ସୋ ଆଇନ ଓ ଆଇଟି ଆଇନ ଅଧୀନରେ ସୋସିଆଲ ମିଡିଆ ପ୍ଲାଟଫର୍ମ ବିରୋଧରେ ନୂଆ ମାମଲା ଦାୟର ହୋଇଛି। ଶିଶୁ ଅଧିକାର ସୁରକ୍ଷା ଜାତୀୟ କମିଶନ (ଏନ୍‌ସିପିସିଆର) ପକ୍ଷରୁ ଅଭିଯୋଗ ଆସିବା ପରେ ଦିଲ୍ଲୀ ପୋଲିସର ସାଇବର ସେଲ୍‌ ଏହି ମାମଲା ରୁଜୁ କରିଛି। ପିଲାଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋ ଟୁଇଟରରେ କ୍ରମାଗତ ପୋଷ୍ଟ କରାଯାଉଥିବା ଅଭିଯୋଗରେ ଦର୍ଶାଯାଇଛି ଏନ୍‌ସିପିସିଆର। ପୂର୍ବରୁ ଏ ସମ୍ପର୍କରେ ସ୍ବର ଉଠାଇଥିବା କମିଶନ ସାଇବର ସେଲ ଓ ଦିଲ୍ଲୀ ପୋଲିସ ମୁଖ୍ୟଙ୍କୁ ପୃଥକ ଚିଠି ଲେଖିଛି। ସାଇବର ସେଲର ବରିଷ୍ଠ ଅଧିକାରୀଙ୍କୁ ଜୁନ ୨୯ ତାରିଖରେ କମିଶନ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ମାସ ମଧ୍ୟ ଭାଗରେ ଗାଜିଆବାଦରେ ମୁସିଲମ ବୃଦ୍ଧଙ୍କୁ ଆକ୍ରମଣ ଘଟଣାରେ ଟୁଇଟର ବିରୋଧରେ ମାମଲା ଦାୟର ହୋଇଥିଲା। ଏହି ମାମଲାରେ ଗିରଫ ହେବାରୁ ଟୁଇଟର ଇଣ୍ଡିଆ ମୁଖ୍ୟ ମନୀଷ ମାହେଶ୍ୱରୀଙ୍କୁ ସୁରକ୍ଷା ଦେଇଛି କର୍ନାଟକ ହାଇକୋର୍ଟ। ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ୟୁପି ପୋଲିସ। ଏହାବାଦ୍‌ ଜମ୍ମୁ-କଶ୍ମୀର, ଲଦାଖକୁ ଅଲଗା ଦେଶ ଦର୍ଶାଉଥିବା ଦେଶର ତ୍ରୁଟିପୂର୍ଣ୍ଣ ମ...

ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ଲାଗି ଦୂତୀଙ୍କ ନାମ ସୁପାରିସ୍‌

ଭୁବନେଶ୍ୱର,୨୯।୬: ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳ ରତ୍ନ ପାଇଁ ମହିଳା ଧାବକ ଦୂତୀ ଚାନ୍ଦଙ୍କ ନାମ ରାଜ୍ୟ ସରକାର ସୁପାରିସ କରିଛନ୍ତି। ଚଳିତ ବର୍ଷ କ୍ରୀଡ଼ାରେ ଦୂତି ଉଲ୍ଲେଖନୀୟ ପ୍ରଦର୍ଶନ କରି ଭାରତକୁ ଅଗ୍ରଣୀ କରିଥିବାରୁ ମଙ୍ଗଳବାର ଏହି ବଡ଼ ସମ୍ମାନ ପାଇଁ ତାଙ୍କ ନାମକୁ ସୁପାରିସ କରାଯାଇଛି। ଏହାଛଡ଼ା ଅର୍ଜୁନ ପୁରସ୍କାର ନିମନ୍ତେ ପୁରୁଷ ହକି ଦଳର ଷ୍ଟାର ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା, ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ କୋଚ୍‌ କାଳୁ ଚୌଧୁରୀ ଏବଂ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ପୂର୍ବତନ ଆଥ୍‌ଲେଟ୍‌ ଅନୁରାଧା ବିଶ୍ୱାଳଙ୍କ ନାମ ମଧ୍ୟ ସୁପାରିସ କରାଯାଇଛି। ପ୍ରକାଶ ଯେ, ୨୦୨୦ କ୍ରୀଡ଼ାଦିବସ ଅବସରରେ ଦୂତୀଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ପ୍ରଦର୍ଶନ ବେଶ ଭଲ ରହିଛି। ସେହିଭଳି ବିରେନ୍ଦ୍ର ଏଯାବତ ୧୫୦ରୁ ଅଧିକ ମ୍ୟାଚ୍‌ ଭାରତ ପକ୍ଷରୁ ଖେଳିସାରିଛନ୍ତି। The post ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ଲାଗି ଦୂତୀଙ୍କ ନାମ ସୁପାରିସ୍‌ appeared first on Dharitri Odia News .

କୋଭିଡ୍‌ ନିୟମ କଡ଼ାକଡ଼ି ପାଳନ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୬(ବ୍ୟୁରୋ): କୋଭିଡ୍‌ ନିୟମ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା ଅବସରରେ ମଙ୍ଗଳବାର ସେ ସଂକ୍ରମଣ ହାର ଅଧିକ ଥିବା ଜିଲାରେ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ଘରକୁ ଘର ବୁଲି ସର୍ଭେକୁ ଆହୁରି ତ୍ୱରାନ୍ବିତ କରାଯାଉ। ତୃତୀୟ ଲହର ପ୍ରସ୍ତୁତି ନେଇ ଡାକ୍ତରଙ୍କ ତାଲିମକୁ ପ୍ରାଥମିକତା ଦିଆଯାଉ। ଟିକାକରଣ ଏବଂ ଶିଶୁମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। The post କୋଭିଡ୍‌ ନିୟମ କଡ଼ାକଡ଼ି ପାଳନ କର: ମୁଖ୍ୟମନ୍ତ୍ରୀ appeared first on Dharitri Odia News .

ପରଲୋକରେ ଉପେନ୍ଦ୍ର କୁମାର ପାହାଡ଼ସିଂହ

ଭୁବନେଶ୍ୱର,୨୯।୬(ବ୍ୟୁରୋ): ପରଲୋକରେ ଆକାଶବାଣୀର ପୂର୍ବତନ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡସିଂହ। ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ହୃଦଘାତରେ ତାଙ୍କ ପରଲୋକ ଘଟିଥିବା ସୂଚନା ମିଳିଛି। ତେବେ ୯୦ ଦଶକରେ ଆକାଶବାଣୀର ଲୋକପ୍ରିୟ ସମ୍ବାଦପାଠକ ଥିଲେ ସେ। ଗୁରୁ ଗମ୍ଭୀର ସ୍ବରରେ ସମ୍ବାଦ ପଠନ ପାଇଁ ସେ ଘରେ ଘରେ ପରିଚିତ ଥିଲେ। ଏବେ ତାଙ୍କ ମୃତ୍ୟୁ ଖବର ପାଇବା ପରେ ଶୋକର ଛାୟା ଖେଳିଯାଇଛି। ରେଡିଓ କଥା ମନେ ପଡ଼ିବା ସମୟରେ ତାଙ୍କ ସ୍ବରରେ ‘ ସମ୍ବାଦ ପଢ଼ୁଛନ୍ତି ଉପେନ୍ଦ୍ର କୁମାର ପାହାଡସିଂହ’ ଉକ୍ତିଟି ମନେ ପଡେ। ଖବର ଜାଣିବାକୁ ଆଗ୍ରହ ନ ଥିଲେ ହେଁ ନାଁ ମୁଖସ୍ତ ହୋଇସାରିଥିଲା ବୋଲି ସୋସିଆଲ ମିଡିଆରେ ମତ ପ୍ରକାଶ ପାଉଛି। ସେ ଚିରକାଳ ମନେ ରହିବେ ବୋଲି ପ୍ରଶଂସକ କହୁଥିବା ଦେଖାଯାଉଛି। The post ପରଲୋକରେ ଉପେନ୍ଦ୍ର କୁମାର ପାହାଡ଼ସିଂହ appeared first on Dharitri Odia News .

ଶାଶୁ ଅପମାନ ଦେବାରୁ ୨ ପୁତୁରାଙ୍କୁ ପିଟି ପିଟି ହତ୍ୟା

ହାଇଦ୍ରାବାଦ,୨୯।୬: ଦୁଇ ନାବାଳକ ପୁତୁରା(ଜଣେ ୭ ବର୍ଷର ଓ ଜଣେ ୧୦ ବର୍ଷ)ଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ସେମାନଙ୍କ ମଉସା। ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲାରେ ସୋମବାର ଏଭଳି ଘଟିଛି ଜଘନ୍ନ୍ୟ ହତ୍ୟାକାଣ୍ଡ। ପାର୍ଥିବ ସାହାସାଓ୍ବତ ଓ ରୋହନ ଅଶ୍ୱିନଙ୍କୁ ଗୁରୁତର ଅବସ୍ଥାରେ ଜିଲା ସରକାରୀ ହସ୍ପିଟାଲକୁ ଅଣାଯାଇଥିଲା। ସେମାନଙ୍କ ମଉସା (ମା’ଙ୍କ ଭଉଣୀର ସ୍ବାମୀ) ଶ୍ରୀନିବାସ ରାଓ ସେମାନଙ୍କୁ ଖୁବ୍‌ ପିଟି ଥିଲେ। ଯାହା ଫଳରେ ଦୁଇ ଭାଇଙ୍କ ମୁଣ୍ଡ ସମେତ ଦେହର ବିଭିନ୍ନ ଅଙ୍ଗରେ ଗଭୀର ଆଘାତ ସୃଷ୍ଟି ହୋଇଥିଲା। ମୃତ ନାବାଳକଙ୍କ ବାପା ମା’ କୋଟେସ୍ବାରା ରାଓ ଉମା ଦେବୀ ବେଙ୍ଗାଲୁରୁରେ ଦିନ ମଜୁରିଆ ଭାବେ କାମ କରୁଛନ୍ତି। ଲକ୍‌ଡାଉନ ଯୋଗୁ ଛୁଆଙ୍କୁ ମାମୁ ଘରେ ଛାଡ଼ି ଯାଇଥିଲେ। ସୋମବାର ଦୁଇ ପୁତୁରାଙ୍କୁ ଏକ ଘରେ ବନ୍ଦ କରି ଖୁବ୍‌ ପିଟିବା ପରେ ରକ୍ତାକ୍ତ ଅବସ୍ଥାରେ ଛାଡ଼ି ଦେଇଥିଲେ ଶ୍ରୀନିବାସ। କିନ୍ତୁ ଦୁଇ ପୁତୁରାଙ୍କ ସହ ଖେଳୁଥିବା ନିଜ ପୁଅଙ୍କୁ ଛୁଇଁ ନ ଥିଲେ। ଶାଶୁଙ୍କ ଦ୍ୱାରା ଅପମାନିତ ହେବା ପରେ କ୍ରୋଧିତ ହୋଇ ଶ୍ରୀନିବାସ ଏଭଳି କାଣ୍ଡ ଘଟାଇଥିଲେ। ତାଙ୍କୁ ହସ୍ପିଟାଲରୁ ଗିରଫ କରାଯାଇଛି। ମୃତକଙ୍କ ଜେଜେମାଙ୍କ ଅଭିଯୋଗ କ୍ରମେ ଆମେ ମାମଲା ରୁଜୁ କରି ତଦନ୍ତ ଚଲାଇଛୁ ବୋଲି ହତ୍ୟାକାଣ୍ଡର ତଦନ୍ତ କରୁଥିବା ରେପାଲେ ସର୍କଲ ଇନସ୍ପେକ୍ଟର ସୂର୍ଯ୍ୟନାରାୟଣ କହିଛନ୍ତି। The post ଶାଶୁ ଅପମାନ ଦେବାରୁ ୨ ପୁତୁରାଙ୍...

ହ୍ରିତିକ୍‌ଙ୍କ ଏହି ଫଟୋକୁ ଦେଖି ପୂର୍ବପତ୍ନୀ କହିଲେ ‘୨୧ ବର୍ଷର ଭଳି ଲାଗୁଛ’; ଭାଇରାଲ ହେଉଛି…

ବମ୍ବେ: ଛାଡପତ୍ର ପରେ ପୂର୍ବ ସ୍ବାମୀଙ୍କ ସହ ଭଲ ସମ୍ପର୍କ ରଖିଛନ୍ତି ସୁଜୈନ ଖାନ୍‌। ଅଭିନେତା ହ୍ରିତିକ ରୋଶନ ଏବଂ ସେ ଅନେକ ପାର୍ଟିରେ ଏକାଠି ନଜର ଆସୁଛନ୍ତି। ପିଲାମାନଙ୍କ ସହ ଏକାଠି ସମୟ ମଧ୍ୟ ଅତିବାହିତ କରୁଛନ୍ତି ମଧ୍ୟ। ଏସବୁ ମଧ୍ୟରେ ସେମାନେ ପୁଣିଥରେ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ବଢ଼ିବାରେ ଲାଗିଛି। ଦୀର୍ଘଦିନ ପରେ ହ୍ରିତିକଙ୍କ ଏକ ଫଟୋକୁ ପସନ୍ଦ କରିଛନ୍ତି ସୁଜୈନ। ଇନଷ୍ଟାଗ୍ରାମରେ ଅଭିନେତା ଶର୍ଟଲେସ ଅବତାରରେ ଏକ ଫଟୋ ଶେୟାର କରିଥିଲେ। ଏହା ତାଙ୍କ ପ୍ରଶଂସକଙ୍କ ସହ ସୁଜୈନଙ୍କ ମଧ୍ୟ ହୃଦୟ ଜିଣିଛି। ଫଟୋରେ ସୁଜୈନ ‘ ୨୧ ବର୍ଷର ଭଳି ଲାଗୁଛ’ ବୋଲି ଲେଖିଛନ୍ତି। ଏହା ବେଶ୍‌ ଭାଇରାଲ ହେଉଥିବା ବେଳେ ପ୍ରଶଂସକମାନେ ଗୋଟିଏ ପରେ ଗୋଟିଏ କମେଣ୍ଟ ଦେଉଛନ୍ତି। The post ହ୍ରିତିକ୍‌ଙ୍କ ଏହି ଫଟୋକୁ ଦେଖି ପୂର୍ବପତ୍ନୀ କହିଲେ ‘୨୧ ବର୍ଷର ଭଳି ଲାଗୁଛ’; ଭାଇରାଲ ହେଉଛି… appeared first on Dharitri Odia News .

୧ ଲକ୍ଷ ୨୦ ହଜାର ଦେଇ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କଠାରୁ ୧୨ଟି ଆମ୍ବ କିଣିଲେ ଏହି ବ୍ୟକ୍ତି; କାରଣ ଜାଣିଲେ…

ବର୍ତ୍ତମାନ ସମୟରେ ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ପାଲଟିଛି ସାମାଜିକ ଗଣମାଧ୍ୟମ। ଏଥିରେ କିଛି ବି ଭାଇରାଲ ହେବା ମାତ୍ରେ ଚର୍ଚ୍ଚାର ବିଷୟକୁ ଆସିଯାଏ। ବାସ୍‌, ଅନେକ କିଛି ପରିବର୍ତ୍ତନ ହୋଇଯାଏ ଏଥିରେ। ସେଭଳି କ୍ରମରେ ଝାରଖଣ୍ଡ ଜାମସେଦପୁରରେ ରହୁଥିବା ଜଣେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଙ୍କ ଭାଗ୍ୟ ଖୋଲିଛି ଏହି ସୋସିଆଲ ମିଡିଆ। ୧୧ ବର୍ଷୀୟା ତୁଳସୀ କୁମାରୀଙ୍କ ରାସ୍ତା ଉପରେ ବସି ଆମ୍ବ ବିକିବାର କାହାଣୀ ଭାଇରାଲ ହେବା ପରେ ତାଙ୍କ ସ୍ଥିତି ବଦଳିଯାଇଛି। ଜଣେ ବ୍ୟକ୍ତି ତୁଳସୀଙ୍କଠାରୁ ୧୨ଟି ଆମ୍ବ କିଣି ତାଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ଦେଇଛନ୍ତି। ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ପାଠ ପଢ଼ିବାକୁ ଆଶା ରଖିଥିଲେ ତୁଳସୀ। ହେଲେ କରୋନାକୁ ନେଇ ଲକ୍‌ଡାଉନ୍‌ ଏବଂ ପରିବାରର ଆର୍ଥିକ ସ୍ଥିତି ଯୋଗୁ ସେ ଏକ ସ୍ମାର୍ଟଫୋନ କିଣି ପାରୁ ନ ଥିଲେ। ଏଥିପାଇଁ ତାଙ୍କ ପାଠପଢ଼ା ବନ୍ଦ ହୋଇଯାଇଥିଲା। ହାର ନ ମାନି ଆମ୍ବ ବିକି ଟଙ୍କା ଯୋଗାଡ଼ କରିବାକୁ ନିଷ୍ପତ୍ତି ନେଇଥିଲେ ସେ। ପ୍ରତ୍ୟେହ ସେ ଆମ୍ବ ବିକିବାକୁ ପହଞ୍ଚି ଯାଉଥିଲେ। ଏହି କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୁମ୍ବାଇରେ ରହୁଥିବା ଏକ ପ୍ରତିଷ୍ଠିତ କମ୍ପାନୀର ଉପାଧ୍ୟକ୍ଷ ଅମେୟା ହେତେଙ୍କ ପାଖରେ କଥାଟି ପହଞ୍ଚିଥିଲା। ସେ ତୁଳସୀଙ୍କ ସହାୟତା କରିବା ଲାଗି ନିଷ୍ପତ୍ତି ନେଇଥିଲେ। ଏଣୁ ଲକ୍ଷାଧିକ ଟଙ୍କା ଦେଇ ଆମ୍ବ କିଣିନେଇଥିଲେ। ସହାୟତା ପାଇ ତୁଳସୀ ବେଶ ଖୁସି...

କୁନି ଝିଅର ଜୀବନ ପାଇଁ ଆଗେଇ ଆସିଲେ ସୌଦି

ଅକଲାଣ୍ଡ,୨୯।୬: ଟିମ୍‌ ଇଣ୍ଡିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ନ୍ୟୁଜିଲାଣ୍ଡ ପେସର ଟିମ୍‌ ସୌଦି ପିନ୍ଧିଥିବା ଜର୍ସିକୁ ନିଲାମ କରିବାକୁ ଯାଉଛନ୍ତି। ଏହି ପ୍ରକ୍ରିୟାରୁ ଆୟ ହେବାକୁ ଥିବା ଅର୍ଥ ବିରଳ କର୍କଟ ରୋଗର ପୀଡ଼ିତ ୮ ବର୍ଷୀୟା କୁନି ଝିଅର ଚିକିତ୍ସାରେ ଖର୍ଚ୍ଚ ହେବ। ଏହି ଶାର୍ଟରେ ରହିଛି ନ୍ୟୁଜିଲାଣ୍ଡ ଦଳୀୟ ଖେଳାଳିଙ୍କ ହସ୍ତାକ୍ଷର। ୨୦୧୮ଠାରୁ ନ୍ୟୁରୋବ୍ଲାଷ୍ଟୋମା ନାମକ ବିରଳ କର୍କଟ ରୋଗରେ ପୀଡ଼ିତ ୮ ବର୍ଷୀୟା ହୋଲି ବେଟି। ୩୨ ବର୍ଷୀୟ ପେସର କିଛି ବର୍ଷ ତଳେ ବେଟିଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିବାକୁ ପାଇଥିଲେ। ସେବେଠୁ ସେ ତାଙ୍କୁ ଚିକିତ୍ସାରେ ସାହାଯ୍ୟ କରିବାକୁ ଉଦ୍ୟମ କରୁଛନ୍ତି। ”ହୋଲିଙ୍କୁ ସମର୍ଥନ କରିବା ପାଇଁ ଡବ୍ଲ୍ୟୁଟିସି ଫାଇନାଲରେ ପିନ୍ଧିଥିବା ଶାର୍ଟକୁ ନିଲାମ କରୁଛି। ଏଥିରୁ ଆୟ ହେବାକୁ ଥିବା ସମସ୍ତ ଅର୍ଥ ବେଟିଙ୍କ ପରିବାରକୁ ପ୍ରଦାନ କରାଯିବ। କିଛି ବର୍ଷ ତଳେ ତାଙ୍କ କାହାଣୀ ସମ୍ପର୍କରେ ଜାଣିବାକୁ ପାଇଥିଲା ମୋ ପରିବାର। ଅଧିକ ଚିକିତ୍ସା ଦରକାର ଥିବା ଜାଣିବାକୁ ପାଇବା ପରେ ତାଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ବାଟ ଖୋଜୁଥିଲି। ଆଶା କରୁଛି, ଏହି ଶାର୍ଟ ମାଧ୍ୟମରେ ବେଟିଙ୍କ ପରିବାରକୁ ମୁଁ ସାହାଯ୍ୟ କରିପାରିବି। ଜଣେ ବାପା ହିସାବରେ ବେଟିଙ୍କ ପ୍ରତି ମୋ ସମବେଦନା ରହିଛି“ ବୋଲି ସୌଦି ଇନଷ୍ଟାଗ୍ରାମରେ ଜର୍ସିର ଫଟୋ ସହ ଲେଖିଛନ୍ତି। The post କୁନି ଝ...

ଜାନ୍‌ଙ୍କୁ ଦେଖି ଚିହ୍ନିପାରୁନାହାନ୍ତି ଅନେକ; ପଛରେ ରହିଛି ଏଭଳି…

ବମ୍ବେ: ବର୍ତ୍ତମାନ ସମୟରେ ଫିଟ୍‌ ରହିବା ହେଉଛି ବଡ଼ ଆହ୍ବାନ। ହେଲେ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରୁଛନ୍ତି ଅନେକ ସେଲିବ୍ରିଟି। ବିଗ୍‌ ବସ୍‌ ସିଜନ-୧୪ରେ ଭାଗ ନେଇଥିବା ଜାନ କୁମାର ସାନୁ ଏବେ ସେଭଳି କିଛି କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ପ୍ରତିଯୋଗୀ ହିସାବରେ ସାମିଲ ହେବା ସମୟରେ ତାଙ୍କ ଓଜନ ଥିଲା ୯୨ କିଗ୍ରା। ହେଲେ ସେ ୨୨ କିଗ୍ରା ଓଜନ ହ୍ରାସ କରିଛନ୍ତି। ଜାନ୍‌ ନିଜର ଟ୍ରାନ୍ସଫରମେଶନକୁ ନେଇ କହିଛନ୍ତି, ଲକ୍‌ଡାଉନ୍‌ ସମୟରେ ସେ ନିଜକୁ ବ୍ୟସ୍ତ ରଖିବାକୁ ଚେଷ୍ଟା କରିଥିଲେ। ଏଣୁ ସେ ଅଧିକ ସମୟ ଓ୍ବାର୍କଆଉଟ୍‌, ସଙ୍ଗୀତ ଏବଂ ନୂଆ ନୂଆ ଜିନିଷ ଉପରେ ଦେଉଥିଲେ। ବିଗ୍‌ବସ୍‌ରୁ ଫେରିବା ପରେ ସେ ନିଜର ଓଜନକୁ ନିୟନ୍ତ୍ରଣ କରିବା ଉଚିତ ବୋଲି ଭାବିଥିଲେ। ଗାୟକ ହୋଇଥିବାରୁ ତାଙ୍କୁ ଫିଟ୍‌ ରହିବାର ଆବଶ୍ୟକତା ଥିବା ଅନୁଭବ କରିଥିଲେ। ଶେଷରେ ତାହା ହିଁ ହୋଇଛି। ଜାନ୍‌ ଏବେ ନିଜକୁ ବେଶ୍‌ ସୁସ୍ଥ ଥିବା ଅନୁଭବ କରୁଛନ୍ତି। ଖାଇବାପିଇବାଠାରୁ ଆରମ୍ଭ କରି ବ୍ୟାୟାମ ଉପରେ ସେ ଗୁରୁତ୍ୱ ଦେଉଛନ୍ତି। The post ଜାନ୍‌ଙ୍କୁ ଦେଖି ଚିହ୍ନିପାରୁନାହାନ୍ତି ଅନେକ; ପଛରେ ରହିଛି ଏଭଳି… appeared first on Dharitri Odia News .

ଅକ୍ଷୟ କୁମାରଙ୍କୁ କଟ୍ରିନା ପଚାରିଲେ ‘ତୁମକୁ ରାଖୀ ବାନ୍ଧି ପାରିବି କି?’; ଜବାବରେ ଚାପୁଡ଼ା….

ବମ୍ବେ: ସୁନ୍ଦରୀ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବାକୁ ମନ ଆତୁର ହୋଇପାରେ। ହେଲେ ଯଦି ରାଖୀ ବାନ୍ଧିବାକୁ କୁହାଯାଏ, ତେବେ ଉତ୍ତର ନା ହେବା ସ୍ବାଭାବିକ। ଏଭଳି କିଏ କାହିଁକି ବା ଚାହିଁବ। ସେଭଳି କିଛି ଥିଲା ଅଭିନେତ୍ରୀ କଟ୍ରିନା କୈଫଙ୍କ ଅନୁଭୂତି। ଖିଲାଡି କିଙ୍ଗ ଅକ୍ଷୟ କୁମାରଙ୍କ ସହ କଟ୍ରିନାଙ୍କ ଯୋଡ଼ି ଜମେ। ପରଦାରେ ଉଭୟଙ୍କ ଫିଲ୍ମ ସୁପରହିଟ୍‌ ହେବାର ନଜିର ରହିଛି। ‘ଓ୍ବେଲକମ୍‌’, ‘ନମସ୍ତେ ଲଣ୍ଡନ’, ‘ସିଙ୍ଗ ଇଜ୍‌ କିଙ୍ଗ’ ଆଦି ଚଳଚ୍ଚିତ୍ରରେ ସେମାନଙ୍କର କେମିଷ୍ଟ୍ରି ଦର୍ଶକଙ୍କ ହୃଦୟ ଜିତିଛି। ହେଲେ ଏକଦା କଟ୍ରିନା ଅକ୍ଷୟଙ୍କ ସହ ରୋମାନ୍ସ ନୁହେଁ ବରଂ ରାଖୀ ବାନ୍ଧିବାକୁ ଚାହିଁଥିଲେ। ସେ ବି ଅସଲ ଜୀବନରେ। ଆପଣ ଯାହା ପଢ଼ିଲେ ସତ। କରନ୍‌ ଜୋହରଙ୍କ ଚାଟ୍‌ ଶୋ’ରେ କଟ୍ରିନା ଉକ୍ତ ଦିନର ଘଟଣା ବିଷୟରେ କହିଥିଲେ। ‘ତିସ ମାର୍‌ ଖାନ୍‌’ ଶୁଟିଂସେଟ୍‌ରେ ସେ ଅକ୍ଷୟଙ୍କୁ ରାଖୀ ବାନ୍ଧିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏନେଇ ସେ ଅଭିନେତାଙ୍କୁ ‘ତୁମକୁ ରାକ୍ଷୀ ବାନ୍ଧି ପାରିବି କି? ବୋଲି ପ୍ରଶ୍ନ କରିଥିଲେ। ଏହାକୁ ନେଇ ଅକ୍ଷୟ ତାଙ୍କୁ ଚାପୁଡ଼ା ଦରକାର କି ବୋଲି ରାଗିକରି କହିଥିଲେ। ଅକ୍ଷୟଙ୍କୁ ନେଇ କଟ୍ରିନାଙ୍କ ମନରେ ସମ୍ମାନ ଥିଲେ ହେଁ କଥାଟି ତାଙ୍କୁ ପସନ୍ଦ ଆସି ନ ଥିଲା। ଅଭିନେତା ଜଣେ ଭଲ ବନ୍ଧୁ ହୋଇଥିବାରୁ ତାଙ୍କୁ ରାଖୀ ବାନ୍ଧିବାରେ କିଛି ଅସୁବିଧା ନ ଥିବା ସେ ଭାବିଥିଲେ। ହେଲେ ଅକ୍ଷୟଙ୍କୁ ତାହା ଲାଗି ...

ଟେନଶନରୁ ବର୍ତ୍ତିବା ପାଇଁ ବାଥରୁମ୍‌ରେ ଲୁଚିଥିଲେ ଖେଳାଳି

ଲଣ୍ଡନ,୨୯।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲର ଅନ୍ତିମ ତଥା ନର୍ଣ୍ଣାୟକ ଦିନ ଭାରତୀୟ ଦଳର ବୋଲିଂ ଦେଖି ଭୟବିତ ହୋଇପଡ଼ିଥିଲେ ଫାଇନାଲର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା କାଇଲ ଜେମିସନ। ଏପରି କି ଚାପରୁ ବର୍ତ୍ତିବା ପାଇଁ ନ୍ୟୁଜିଲାଣ୍ଡର ଷ୍ଟାର ଅଲରାଉଣ୍ଡର ବାଥରୁମରେ ଲୁଚି ଯାଇଥିଲେ। ଏକ ସାକ୍ଷାତ୍‌କାରରେ ସେ ଏହି ସୂଚନା ଦେଇଛନ୍ତି। ”ବୋଧ ହୁଏ, ଖେଳ ଦେଖିବାରେ ଏହା ମୋ ଜୀବନର ସବୁଠୁ କଷ୍ଟକର ମୁହୂର୍ତ୍ତ ଥିଲା। ଆମେ ଡ୍ରେସିଂ ରୁମ ଭିତରେ ବସି ଟିଭିରେ ମ୍ୟାଚ୍‌ ଦେଖୁଥିଲୁ। ଟିକେ ବିଳମ୍ବ ହେଉଥିଲା, କିନ୍ତୁ ପ୍ରତ୍ୟେକ ବଲ ପରେ ଭାରତୀୟ ଫ୍ୟାନ୍ସ ଉତ୍ସାହିତ ହୋଇ ଉଠୁଥିଲେ। ଖେଳ ଦେଖିବା ଏତେ କଷ୍ଟକର ହୋଇ ପଡ଼ିଥିଲା ଯେ, କୋଳାହଳରୁ ଦୂରେଇବା ପାଇଁ ମୁଁ ବାଥରୁମ୍‌ ଚାଲି ଯାଇଥିଲି। ମାତ୍ର ଆମର ଦୁଇ ସିନିୟର ବ୍ୟାଟ୍ସମ୍ୟାନ (ରସ ଟେଲର ଓ କେନ ଓ୍ବିଲିୟମନ) ଧୈର୍ଯ୍ୟର ସହ ଖେଳି ମ୍ୟାଚ୍‌ ଶେଷ କରିଥିଲେ“ ବୋଲି ୬ ଫୁଟ୍‌ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ବୋଲର କହିଛନ୍ତି। ତେବେ ଦଳ ସହ ଖୁସି ମନାଇବାକୁ ତାଙ୍କୁ ଯଥେଷ୍ଟ ସମୟ ମିଳି ନ ଥିଲା। ଡବ୍ଲ୍ୟୁଟିସି ଫାଇନାଲ ଶେଷ ହେବାର ୨ ଦିନ ପରେ ସେ ସରେ ପାଇଁ ଟି୨୦ ବ୍ଲାଷ୍ଟରେ ଖେଳୁଥିବା ନଜର ଆସିଥିଲେ। The post ଟେନଶନରୁ ବର୍ତ୍ତିବା ପାଇଁ ବାଥରୁମ୍‌ରେ ଲୁଚିଥିଲେ ଖେଳାଳି appeared first on Dharitri Odia News .

ଅତ୍ୟଧିକ ମିଠା ଖାଉଥିଲେ…

ମିଠା ଏପରି ଏକ ଜିନିଷ, ଯାହାକୁ ଦେଖିବା ମାତ୍ରେ ଅଧିକାଂଶ ବ୍ୟକ୍ତିଙ୍କର ପାଟିରୁ ଲାଳ ଗଡ଼ିଥାଏ। ଏପରି ଖାଦ୍ୟ ବେଶ୍‌ ସ୍ବାଦିଷ୍ଟ ଏକଥା ସତ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା କେତେକ ସ୍ବାସ୍ଥ୍ୟଜନିତ ସମସ୍ୟାକୁ ପରୋକ୍ଷରେ ଡାକିଆଣିଥାଏ। ଅତ୍ୟଧିକ ମିଠା ଖାଇବା ଦ୍ୱାରା ସଂପୃକ୍ତ ବ୍ୟକ୍ତିଙ୍କର ମସ୍ତିଷ୍କର କାର୍ଯ୍ୟଧାରା ପ୍ରଭାବିତ ହୋଇଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି। ‘ଅତ୍ୟଧିକ ମିଠା ଖାଇବା ଏବଂ ମସ୍ତିଷ୍କର କାର୍ଯ୍ୟଧାରା’ ଶୀର୍ଷକ ବିଷୟକୁ ନେଇ ୟୁନିଭର୍ସିଟି ଅଫ୍‌ ସିଡ୍‌ନୀର ବିଶେଷଜ୍ଞମାନେ ଏକ ଗବେଷଣା କରିଥିଲେ। ଅତ୍ୟଧିକ ମିଠା ଖାଉଥିବା ବ୍ୟକ୍ତିମାନଙ୍କର ମସ୍ତିଷ୍କର କାର୍ଯ୍ୟଧାରାକୁ ତନ୍ନ ତନ୍ନ କରି ପରୀକ୍ଷା ନିରୀକ୍ଷା କରିବା ପରେ ସେମାନେ ଏପରି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ। The post ଅତ୍ୟଧିକ ମିଠା ଖାଉଥିଲେ… appeared first on Dharitri Odia News .

କମ୍‌ ବୟସରେ କେଶ ଧଳା ହୋଇ ଯାଉଛି କି…

ବୟସ ବଢ଼ିବା ସହିତ କେଶର ରଙ୍ଗ ପରିବର୍ତ୍ତନ ହୋଇ ଧଳା ହେବା ଏକ ସାଧାରଣ କଥା। ମାତ୍ର ବର୍ତ୍ତମାନ ସମୟରେ କେବଳ ବୟସ୍କ ଲୋକ ନୁହନ୍ତି ବରଂ ଯୁବପିଢ଼ିମାନଙ୍କଠାରେ ଏହି ସମସ୍ୟା ଦେଖାଯାଉଛି। ଏହାର ମୁଖ୍ୟ କାରଣ ପାଲଟିଛି ଆଧୁନିକ ଜୀବନଶୈଳୀ ସହ କେଶକୁ ସୁନ୍ଦର କରିବା ନିମନ୍ତେ ବିଭିନ୍ନ ରସାୟନିକ ସାମଗ୍ରୀର ବ୍ୟବହାର। ଏଥିସହ ଚିନ୍ତା, ବାୟୁ ପ୍ରଦୂଷଣ ଆଦି ଏହାର ଅନ୍ୟତମ କାରଣ ବୋଲି କୁହାଯାଏ। ଯଦି ଏହି ସମସ୍ୟାକୁ ନେଇ ଆପଣ ଚିନ୍ତାରେ ଅଛନ୍ତି, ତେବେ ଏହାକୁ ସହଜ ଉପାୟରେ ରୋକିପାରିବେ। କେଶ ପାଇଁ ଭିଟାମିନ୍‌ ନିତାନ୍ତ ଆବଶ୍ୟକ। ତେଣୁ ଆପଣଙ୍କ ଖାଦ୍ୟପେୟରେ ଏସବୁ ବ୍ୟବହାର କରି ଏଥିରୁ ମୁକ୍ତି ପାଇପାରିବେ। ବାଦାମ ବାଦାମରେ କପର ଓ ଭିଟାମିନ୍‌ ’ଇ’ ରହିଥାଏ । ଏହା କେଶ ପାଇଁ ଅଧିକ ଲାଭଦାୟକ ହୋଇଥାଏ। ଚକୋଲେଟ ମସ୍‌ରୁମ ଏଥିରେ ମଧ୍ୟ ଅଧିକ ମାତ୍ରରେ କପର ଥାଏ, ଯାହା କେଶକୁ କଳା ଓ ଘଞ୍ଚ କରାଇଥାଏ। ଶାଗ ଶାଗ ଖାଇବା ଦ୍ୱାରା ଭିଟାମିନ୍‌ ବି ମିଳିଥାଏ, ଯାହା ଶରୀର ପାଇଁ ଜରୁରୀ । ଏହା କେଶକୁ କଳା କରାଇଥାଏ। ଅଣ୍ଡା ଅଣ୍ଡାରେ ଭିଟାମିନ ବି -୧୨ ଥାଏ,ଏହା କେଶ ପାଇଁ ଅଧିକ ଜରୁରୀ ହୋଇଥାଏ। ଯଦି ଆପଣଙ୍କର ଅଣ୍ଡା ଖାଇବାରେ କୌଣସି ସମସ୍ୟା ନ ଥାଏ ତେବେ ପ୍ରତିଦିନ ଏହାକୁ ଖାଇପାରିବେ। The post କମ୍‌ ବୟସରେ କେଶ ଧଳା ହୋଇ ଯାଉଛି କି… appeared first on Dharitri Odia News .

କଶ୍ମୀରରେ ପୋଲିସ ଅଫିସର ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା

ଶ୍ରୀନଗର, ୨୮।୬: ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ପୋଲିସ ଅଫିସର (ଏସ୍‌ପିଓ) ଏବଂ ତାଙ୍କ ସ୍ତ୍ରୀ ଓ ଝିଅଙ୍କୁ ଆତଙ୍କବାଦୀମାନେ ନିର୍ମମ ଭାବେ ଗୁଳିକରି ହତ୍ୟା କରିଛନ୍ତି। ଜୈଶ-ଇ-ମହମ୍ମଦ(ଜେଇଏମ୍‌)ର ଏଭଳି ଆକ୍ରମଣକୁ ରାଜନୈତିକ ଦଳଗୁଡ଼ିକ ନିନ୍ଦା କରିଛନ୍ତି। ପୋଲିସ ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ରବିବାର ରାତିରେ ଦକ୍ଷିଣ କଶ୍ମୀରର ଅଓ୍ବନ୍ତିପୋରା ଅଞ୍ଚଳର ହରିପରିଗାମ୍‌ରେ ରହୁଥିବା ଏସ୍‌ପିଓ ଫୟାଜ ଅହମଦଙ୍କ ଘରେ ପଶି ତାଙ୍କୁ, ସ୍ତ୍ରୀ ରାଜା ବେଗମ୍‌ ଏବଂ ୨୨ ବର୍ଷୀୟ ଝିଅ ରାଫିଆଙ୍କୁ ଗୁଳି କରିଥିଲେ। ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ଫୟାଜଙ୍କୁ ମୃତ ଘୋଷଣା କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ଓ ଝିଅଙ୍କ ମୃତ୍ୟୁ ଘଟିଛି। ପୋଲିସ ଉକ୍ତ ଅଞ୍ଚଳକୁ ଚାରିପଟୁ ଘେରି ତଲାସି ଅଭିଯାନ ଚଳାଇଥିବା ବେଳେ କାହାକୁ ଗିରଫ କରାଯାଇନାହିଁ। ହତ୍ୟାକାଣ୍ଡରେ ଜଣେ ବିଦେଶୀଙ୍କ ସମେତ ୨ଜଣ ଜେଇଏମ୍‌ ଆତଙ୍କବାଦୀ ସମ୍ପୃକ୍ତ ଥିବା କଶ୍ମୀର ରେଞ୍ଜ୍‌ ପୋଲିସ ଆଇଜି ବିଜୟ କୁମାର କହିଛନ୍ତି। ଫୟାଜଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସ୍ତ୍ରୀ ଓ ଝିଅ ଗୁଳିର ଶିକାର ହୋଇଥିଲେ। The post କଶ୍ମୀରରେ ପୋଲିସ ଅଫିସର ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା appeared first on Dharitri Odia News .

୫ଟି ବଲ୍‌ରୁ ୩୦ ରନ୍‌ର ବିସ୍ଫୋରକ ଇନିଂସ ଖେଳିଲେ ଏହି କ୍ରିକେଟର୍‌

ଗ୍ରେନାଡା,୨୮।୬: ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜରେ ଦକ୍ଷିଣ ଆଫ୍ରିକା ଏକ ଦୃଢ ପ୍ରତ୍ୟାବର୍ତ୍ତନ କରିଥିଲା ଏବଂ ଦ୍ୱିତୀୟ ମ୍ୟାଚକୁ ୧୬ ରନ୍‌ରେ ଜିତି ସିରିଜ ୧-୧ ବରାବର କରିଥିଲା। ଏହି ମ୍ୟାଚ ପରେ ପରାଜୟ ସତ୍ତ୍ୱେ ଫାବିଆନ ଆଲେନ ପ୍ରାଧାନ୍ୟ ବିସ୍ତାର କରିଥିଲେ। ସେ ମାତ୍ର ୧୨ ବଲରେ ୩୪ ରନ ସଂଗ୍ରହ କରିଥିଲେ। ଏହି ଇନିଂସରେ ସେ ୫ଟି ବଲ୍‌ରୁ ୫ଟି ଛକା ସହାୟତାରେ ୩୦ ରନ ସଂଗ୍ରହ କରିଥିଲେ। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୧୬୬ ସ୍କୋର କରିଥିଲା। ଏହାର ଜବାବରେ, କାରିବିଆନ ଦଳ ଧାର୍ଯ୍ୟ ଓଭରରେ ୯ ଉଇକେଟ ହରାଇ ମାତ୍ର ୧୫୦ ରନ ସ୍କୋର କରିପାରିଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ୟାପଟେନ ଟେମ୍ବା ବାଭୁମା ୩୩ଟି ବଲରେ ୪୬ ରନ ସଂଗ୍ରହ କରିଥିଲେ। ଏହି ଅଧିନାୟକ ଇନିଂସରେ ସେ ୫ ଚୌକା ଓ ଗୋଟିଏ ଛକା ମାରିଥିଲେ। The post ୫ଟି ବଲ୍‌ରୁ ୩୦ ରନ୍‌ର ବିସ୍ଫୋରକ ଇନିଂସ ଖେଳିଲେ ଏହି କ୍ରିକେଟର୍‌ appeared first on Dharitri Odia News .

ମୁଣ୍ଡ ଉପରେ ଯିବ!

ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତ ସପ୍ତାହରେ ରେଳଗାଡ଼ି ଯୋଗେ ଉତ୍ତରପ୍ରଦେଶର କାନପୁର ଯାଇଥିଲେ। ଏହି ଦେଶର ବିରାଟକାୟ ରେଳ ବ୍ୟବସ୍ଥା ଏବେ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିବା ବେଳେ ଅଳ୍ପ କେତୋଟି ଗାଡ଼ି ଚାଲିଛି। ଅବଶ୍ୟ ରାଷ୍ଟ୍ରପତିଙ୍କ ରେଳ ଗାଡ଼ିରେ ସାଧାରଣ ଯାତ୍ରୀ ଚଢ଼ିବାର ସୁବିଧା ନ ଥାଏ। କାରଣ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ଟ୍ରେନ୍‌ ରହିଛି। ଭାରତକୁ ଆମେ ଗଣତାନ୍ତ୍ରିକ ଦେଶ କହିଲେ ମଧ୍ୟ ବଡ଼ବଡ଼ିଆଙ୍କ ରାଜକୀୟ ଠାଣି ଭାଙ୍ଗିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ୁଛି। ଦୀର୍ଘ ୭ ଦଶନ୍ଧିର ସ୍ବାଧୀନତା ପରେ ଆମର ଅମଲାତନ୍ତ୍ର ଯୋଗୁ ସାଧାରଣ ଲୋକଙ୍କ ମନରେ ଏହି ବଡ଼ଲୋକଙ୍କ ପ୍ରତି ଥିବା ସମ୍ମାନ କ୍ରମଶଃ ବିକୃତ ରୂପ ଧାରଣ କରିସାରିଲାଣି। ବହୁ ଶତାବ୍ଦୀ ଧରି ବିଭିନ୍ନ ବାହ୍ୟଶକ୍ତି ଦ୍ୱାରା ଶାସିତ ହୋଇଆସିଥିବା ଭାରତୀୟ ବଡ଼ଲୋକଙ୍କର ଚାକର ଭାବେ ନିଜର ଆତ୍ମଶାନ୍ତି ଲାଭ କରିଥାଏ। ଅନେକ ଭାରତୀୟଙ୍କ ଘରେ ଏବେ ମଧ୍ୟ ବଡ଼ବଡ଼ିଆଙ୍କ ସହ ଫଟୋ କାନ୍ଥରେ ଟଙ୍ଗା ହୋଇଥିବା ଦେଖିବାକୁ ମିଳେ। ସେହି ଫଟୋକୁ ଅତି ଗର୍ବର ସହ ପ୍ରଦର୍ଶିତ କରାଯିବାର ଉଦାହରଣ ରହିଛି। ଇତିମଧ୍ୟରେ ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧି ସରିଲାଣି। ସମଗ୍ର ପୃଥିବୀରେ ପରିବର୍ତ୍ତନ ଆସୁଥିବା ବେଳେ ଭାରତୀୟମାନେ ସେହିଭଳି ରାଜା ଖୋଜିବାରେ ବ୍ୟସ୍ତ ଅଛନ୍ତି। ଆମର ପୂର୍ବପୁରୁଷଙ୍କ ଚିନ୍ତାଧାରା ଅନୁଯାୟୀ ସାଧାରଣ ଲୋକଙ୍କ ଦୁଃଖଦୁର୍ଦ୍ଦଶା ଦୂର ହେବାକୁ...

ଭୟଙ୍କର ସ୍ଥିତିରେ ଆମ ବିଦ୍ୟାଳୟ

ରାଜୀବ କର୍ମି ସରକାର ନିଜସ୍ବ ବିଦ୍ୟାଳୟକୁ ପିଲା ଅଭାବରୁ ବନ୍ଦ କରୁଛନ୍ତି, ଅଥଚ ବର୍ଷ ବର୍ଷ ଧରି ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତକୁ ଗଢ଼ିଥିବା ହଜାର ହଜାର ହାଇସ୍କୁଲକୁ ସମ୍ପୂର୍ଣ୍ଣ ଅନୁଦାନ ଦେଉ ନାହାନ୍ତି। କାରଣ ଯାହା ହେଉନା କାହିଁକି ସରକାରୀ କଳ ପିଲାମାନଙ୍କୁ ନିଜ ବିଦ୍ୟାଳୟରେ ରଖିପାରିଲେ ନାହିଁ। କୋଟି କୋଟି ଟଙ୍କାର ଅନୁଦାନ, ହଜାର ହଜାର କର୍ମଚାରୀ ଦିନ ରାତି ପରିଶ୍ରମ କରି ବି ନିଜ ବିଦ୍ୟାଳୟକୁ ବଞ୍ଚେଇ ପାରୁ ନାହାନ୍ତି; ଯାହାଫଳରେ ସରକାର ହାତ ଟେକି ଦେଇ ମୂଳୁ ମାଇଲେ ଯିବ ସରି ଲକ୍ଷ୍ୟରେ ବାଧ୍ୟ ହୋଇ ବିଦ୍ୟାଳୟକୁ ବନ୍ଦ କରୁଛନ୍ତି। ଅନ୍ୟ ଦିଗରେ ପରିଚାଳନା କମିଟିମାନେ ନିଜସ୍ବ ଉଦ୍‌ଯୋଗରେ ପଞ୍ଚାୟତ ସ୍ତରରେ ଉଚ୍ଚ ବିଦ୍ୟାଳୟଟିଏ ଖୋଲି ଅନେକ ପିଲାଙ୍କ ପାଇଁ ଶିକ୍ଷା ଗ୍ରହଣ କରିବାର ସୁଯୋଗ ସୃଷ୍ଟି କରିଛନ୍ତି। ସେହି ଅଞ୍ଚଳରେ ଯଦି ବେସରକାରୀ ଉଦ୍ୟମରେ ବିଦ୍ୟାଳୟଟିଏ ଖୋଲାଯାଇ ନ ଥାନ୍ତା ତେବେ ସେହି ପିଲାମାନେ ନିଶ୍ଚିତ ଭାବରେ ଅଧାରେ ପାଠ ଛାଡ଼ିବାକୁ ବାଧ୍ୟ ହୋଇଥାନ୍ତେ। ଆଉ ଯଦି ସରକାରଙ୍କୁ ଭରସା କରାଯାଇଥାନ୍ତା ତେବେ ଆହୁରି ଅନେକ ବର୍ଷ ଅପେକ୍ଷା କରିବାକୁ ପଡ଼ିଥାନ୍ତା। କହିବା ବାହୁଲ୍ୟ ଯେ ସରକାରଙ୍କ ଅଧିକାଂଶ ବୋଝକୁ କମିଟି ଦ୍ୱାରା ପରିଚାଳିତ ଏହି ବ୍ଲକ୍‌ ଗ୍ରାଣ୍ଟ ବିଦ୍ୟାଳୟଗୁଡ଼ିକ ହିଁ ହାଲୁକା କରୁଛନ୍ତି। କିନ୍ତୁ ଏମାନଙ୍କୁ ପୂର୍ଣ୍ଣ ଅନୁଦାନ ଦେଇ ସରକାରୀ ବିଦ୍ୟାଳୟର ମାନ୍ୟତା ଦେବାରେ ସରକାର କ...

ସ୍ନେହମୟୀ ମାଆ ଓ ସବା ସାନପୁଅ

ଡ. ଶରତ ଚନ୍ଦ୍ର ରଥ ଖରାଦିନେ ଅସହ୍ୟ ଗରମ ହେଲେ ଲୋକମାନେ ଅତିଷ୍ଠ ହୋଇପଡ଼ନ୍ତି, ଜୀବଜନ୍ତୁ ଗଛପତ୍ର ଆକୁଳ ବିକଳ ହୋଇପଡ଼ନ୍ତି। ବର୍ଷା ଟିକିଏ ହୁଅନ୍ତା କି! ଏହି କଥା ପରସ୍ପର ଭିତରେ ଲୋକମାନେ କଥା ହୁଅନ୍ତି। ଦିନେ ଦୁଇଦିନ ଭିତରେ କଳାମେଘ ଘୋଟିଆସେ, ବର୍ଷା ହୁଏ, ପରିବେଶ ଶୀତଳି ଯାଏ। ଲୋକେ ଆଶ୍ୱସ୍ତ ହୁଅନ୍ତି। ମାତ୍ର କାହାକୁ କୃତଜ୍ଞତା ଦେବାକୁ ହେବ ଜାଣନ୍ତି ନାହିଁ, ଜାଣିଲେ ମଧ୍ୟ ଦିଅନ୍ତି ନାହିଁ। ଏତେ କଷ୍ଟ କରିବ କିଏ? କାହିଁକି ବା କରିବ। ମାଆର କାମ ଆମର ଯତ୍ନ ନେବା, ନେଲା, ଏଥିପାଇଁ କୃତଜ୍ଞତା ଜଣାଇବା କ’ଣ ଦରକାର? ଆମ ପାଇଁ ଚିନ୍ତା କରିବା ତ ତା’ର କାମ, ଆମ ଶୁଭ ମନାସିବା ତ ତା’ର କାମ, ତାକୁ କୃତଜ୍ଞତା ଜଣାଇଲେ ସେ କହିବ ନ ଜଣାଇଲେ ମଧ୍ୟ କହିବ, ଆଦର କଲେ ସେ କହିବ, ହତାଦର କଲେ ମଧ୍ୟ କହିବ। ମାଆ ହୋଇଛି ପରା…। ଏଠାରେ ମାଆ ଅର୍ଥରେ ପ୍ରକୃତିର କଥା କୁହାଯାଉଛି। ଅହରହ ପ୍ରକୃତିମାତା ସମସ୍ତଙ୍କର କଲ୍ୟାଣ ପାଇଁ କର୍ମ କରୁଛି, ନିଜ କଥା ଭାବିବାକୁ ତାକୁ ବେଳ ନାହିଁ। ଏ ସମଗ୍ର ସୃଷ୍ଟି ତା’ର। ସମସ୍ତେ ତା’ର ସନ୍ତାନ। କେବଳ ଆମେ ନୁହେଁ ହାତୀ ମଧ୍ୟ, ଝିଟିପିଟି ମଧ୍ୟ ଓ ପିମ୍ପୁଡି ମଧ୍ୟ। ଏତେ ଟିକିଏ ଝିଟିପିଟି ଛୁଆଟିକୁ କିଏ ଶିଖାଇଛି ଚୁପ୍‌ ହୋଇ କାନ୍ଥରେ ଲାଖି ରହିବାକୁ, ମଝିରେ ମଝିରେ ଟିକି ଲାଙ୍ଗୁଡ଼ଟିକୁ ଟିକିଏ ହଲେଇ ଦେବାକୁ, ପାଖକୁ ଟିକି ପୋକଟି ଆସିଲେ ଟକ୍‌କିନା ପାଟିରେ ପକାଇ ଦେବାକୁ। ଯିଏ ଶିଖା...

ଆଜି ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ

ଭୁବନେଶ୍ୱର,୨୮ା୬(ବ୍ୟୁରୋ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସୋମବାର ଅନୁଷ୍ଠିତ ହେବ। କାର୍ଯ୍ୟକାରିଣୀ ବୈଠକ ଭର୍ଚୁଆଲ ମୋଡ୍‌ରେ ପୂର୍ବାହ୍ନ ୧୦ଟା ୪୫ରୁ ଆରମ୍ଭ ହୋଇ ୪ଟା ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକାରିଣୀରେ ପଞ୍ଚାୟତ ନିର୍ବାଚନ ନେଇ ଏଜେଣ୍ଡା ପାସ୍‌ ହେବ ବୋଲି ଦଳର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି। ଗତ ଶନିବାର ବିଜେଡି ପକ୍ଷରୁ ଜିଲା ପର୍ଯ୍ୟବେକ୍ଷକ ତାଲିକା ପ୍ରକାଶ ପାଇଥିବା ବେଳେ ସମତାଳରେ ଭାଜପା ମଧ୍ୟ କ୍ରିୟାଶୀଳ ହୋଇଥିବା ଦେଖିବାକୁ ମିଳିଛି। ସମାନଭାବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ଭାଜପା ପକ୍ଷରୁ ପଞ୍ଚାୟତ ନିର୍ବାଚନ ନେଇ ଏକ କମିଟି ଗଠନ କରାଯାଇଛି। ମିଳିଥିବା ସୂଚନା ମୁତାବକ, ରବିବାର ଭାଜପା ପକ୍ଷରୁ ଏକ ଓ୍ବେବିନାର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟତଃ ପଞ୍ଚାୟତ ନିର୍ବାଚନରେ ଦଳ କିପରି ପ୍ରସ୍ତୁତ ହେବ ସେ ନେଇ ଆଲୋଚନା କରାଯାଇଛି। ଓ୍ବାର୍ଡକୁ ଏକକ କରି ନିର୍ବାଚନ ବୈତରଣୀ ପାର୍‌ ହେବା ଲାଗି ଭାଜପାର ଓ୍ବେବିନାର୍‌ରେ ମୁଖ୍ୟ ନିଷ୍ପତ୍ତି ହୋଇଛି। ଏହାସହ କାର୍ଯ୍ୟକାରିଣୀ ଲାଗି ଚିଠା ପ୍ରସ୍ତାବ ପ୍ରସ୍ତୁତ କରିବା ଉପରେ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସମୀରଙ୍କ ନୂତନ ଟିମ୍‌ ପଞ୍ଚାୟତ ନିର୍ବାଚନରେ ମୁଖ୍ୟ ଭୂମିକା ନିର୍ବାହ କରିପାରନ୍ତି। ଗତଥର ପଞ୍ଚାୟତ ନିର୍ବାଚନରେ ଭାଜପା ପଶ୍...

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି। ଜନ ସଚେତନତା ଅଭାବ ସାଙ୍ଗକୁ ଏନ୍‌ଫୋର୍ସମେଣ୍ଟ ଟିମ୍‌ର ଚଢ଼ାଉ ହେଉ ନ ଥିବାରୁ ସେବନକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳରେ ଏହି ଆଇନ ଉଲ୍ଲଂଘନ ହୋଇଥିଲେ ମଧ୍ୟ ଗତ ୫ମାସ ହେବ ପୋଲିସ ପକ୍ଷରୁ ଜରିମାନା ଆଦାୟ ହୋଇ ନ ଥିବା ଜଣାପଡ଼ିଛି। ଉକ୍ତ ଅଞ୍ଚଳରେ ଏହି ଆଇନ ଶୀତଳ ଭଣ୍ଡାରରେ ପଡ଼ିରହିଛି। ଏଥିଯୋଗୁ ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଧୂମପାନମୁକ୍ତ ବେଗୁନିଆ ଥାନା ଅଞ୍ଚଳ ଘୋଷଣା ପ୍ରଶାସନର ଭେଳିକି ବୋଲି ସାଧାରଣରେ କୁହାଯାଉଛି। ସୂୂଚନା ମୁତାବକ, ୨୦୧୨ ଜୁନରେ କୋଟପା ଆଇନ(୨୦୦୩)କୁ ଖୋର୍ଦ୍ଧା ଜିଲାରେ ଲାଗୁ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ପୋଷ୍ଟର, ବ୍ୟାନର, ବିଜ୍ଞାପନ ଓ ଡାକବାଜି ଯନ୍ତ୍ରରେ ଜନସଚେତନତା ଅଭିଯାନର ଏକ ମାସ ପରେ ବେଗୁନିଆ ଅଞ୍ଚଳରେ ନିୟମ ଲାଗୁ ହୋଇଥିଲା। ଆଇନ କାର୍ଯ୍ୟକାରୀ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଓ ପୋଲିସ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏକ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ରେ ଏଡିଏମ୍‌ଓ ଜନସ୍ବାସ୍ଥ୍ୟ, ଜିଲାର ବିଭିନ୍ନ ଥାନା ଅଧିକାରୀ ସହ ବେଗୁନିଆ ଆଇଆଇସି, ଡ୍ରଗ୍ସ ଇନ୍ସପେକ୍ଟର, ଫୁଡ୍‌ ସେଫ୍ଟି ଅଫିସର ଏବଂ ଜଣେ ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍...

ଏକ ଛତ୍ରବାଦୀ ଶାସକଙ୍କ ଓଜନ କମୁଛି, ଦେଶବାସୀଙ୍କ ଚିନ୍ତା ବଢୁଛି…

ପୋୟାଙ୍ଗୟଙ୍ଗ,୨୮।୬: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କୁ ନେଇ ଏବେ ଦେଶବାସୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ କିଛି ମାସ ଧରି ଲଗାତାର କିମ୍‌ଙ୍କ ଶରୀର ଓଜନ ଲଗାତାର କମିବାରେ ଲାଗିଛି। କିମ୍‌ ଦୁର୍ବଳ ହେଉଥିବାରୁ ଏନେଇ ଜନସାଧାରଣଙ୍କ ମଧ୍ୟରେ ନାନା ପ୍ରଶ୍ନ ଉଙ୍କି ମାରୁଛି। ତେବେ ଏନେଇ କିମ୍‌ଙ୍କ ଶାସକ ଦଳ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ। ସୂଚନାଯୋଗ୍ୟ ସମ୍ପ୍ରତି ଉତ୍ତର କୋରିଆରେ ଖାଦ୍ୟ ସାମଗ୍ରୀର ଘୋର ଅଭାବ ଦେଖାଦେଇଛି। ଏଠାରେ କଫି ପ୍ୟାକେଟ୍‌ ଦାମ୍‌ ୭ ହଜାର ୪୧୪ ଟଙ୍କା ଥିବାବେଳେ କଦଳୀ କିଲୋଗ୍ରାମ୍‌ ୩ ହଜାର ୩୩୫ ଟଙ୍କାରେ ପହଞ୍ଚିଛି। ସେହିପରି ବ୍ଳରାକ୍‌ ଟି ପ୍ୟାକେଟ୍‌ ଦାମ୍‌ ୫ ହଜାର ୧୯୦ ଟଙ୍କାରେ ପହଞ୍ଚିଛି। ଏପରିସ୍ଥଳେ କିମ୍‌ ସ୍ବାସ୍ଥ୍ୟାବସ୍ଥା ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। The post ଏକ ଛତ୍ରବାଦୀ ଶାସକଙ୍କ ଓଜନ କମୁଛି, ଦେଶବାସୀଙ୍କ ଚିନ୍ତା ବଢୁଛି… appeared first on Dharitri Odia News .

ସ୍ଥାନ ପାଇବ ଓଡ଼ିଆ ଯୁବକଙ୍କ କଳାକୃତି

ରାଜକନିକା,୨୮ା୬(ଡି.ଏନ୍‌.ଏ.): ଡେରାଡୁନ୍‌ ମଶୌରୀର ନ୍ୟାଶନାଲ ଡିଫେନ୍ସ ଏକାଡେମୀରେ ଭାରତୀୟ ଯବାନଙ୍କ ବୀରତ୍ୱର ଝଲକ ସ୍ବରୂପ ମୂର୍ତ୍ତି ସ୍ଥାନ ପାଇବ। ଏହି ମୂର୍ତ୍ତି ନିର୍ମାଣ କରୁଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଅନ୍ତର୍ଗତ ନହୁଣି ପଞ୍ଚାୟତସ୍ଥିତ ନୂଆଗାଁରେ ତ୍ରିଲୋଚନ ବେହେରା (୩୭)। ଏ ନେଇ ଗାଁ ଓ ପରିବାରରେ ଆନନ୍ଦର ଲହରୀ ଖେଳିଯାଇଛି। ଜଣେ ପେସାଦର କାରିଗର ଭାବେ ୧୮ବର୍ଷ ଧରି ସେ ବିଭିନ୍ନ ସ୍ଥାନରେ ମୂର୍ତ୍ତି ଗଢ଼ି ଚାଲିଛନ୍ତି। ସୂଚନାଯୋଗ୍ୟ, ତ୍ରିଲୋଚନ କୁମ୍ଭକାର ପରିବାରରେ ଜନ୍ମ ନେଇଥିବାରୁ ପିଲାଦିନୁ ଭାଲୁକୁଣୀ ଓ କଣ୍ଢେଇ ତିଆରି କରିବାରେ ସଉକ ଥିଲା। ବାପା ବୃନ୍ଦାବନ ଓ ମାଅ ଜ୍ୟୋତି ଏହି ମୂର୍ତ୍ତି ନିର୍ମାଣରେ ସହଯୋଗର ହାତ ବଢ଼ାଇଥିଲେ। ସେ ନିକଟସ୍ଥ ସପଲାଙ୍ଗ ଶ୍ରୀରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ କଲାପରେ ଓଳାଭର କଲେଜରେ ବିଏ ପଢ଼ିଥିଲେ। ହେଲେ ସେତେବେଳେ ଓଡ଼ିଶାରେ ଘଟିଥିଲା ୧୯୯୯ ମହାବାତ୍ୟା। ଗରିବ ପରିବାର ହୋଇଥିବାରୁ ଖାଇବାକୁ ନ ପାଇ ତାଙ୍କୁ ଘର ଛାଡ଼ିବାକୁ ପଡ଼ିଥିଲା। ସେ ନିକଟସ୍ଥ ପେଗରପଡା ଗାଁର ନନ୍ଦ ମଉସାଙ୍କ ଘରେ ସିମେଣ୍ଟ କାରିଗର ଭାବେ ମୂର୍ତ୍ତି ଗଢ଼ୁ ଥିଲେ। ଘରର ଶୋଚନୀୟ ଅବସ୍ଥା ନିଜ ଆଖିରେ ଦେଖି ପେଟ ପୋଷିବାକୁ ସେଠାରୁ ପୁରୀ ପଳାଇଥିଲେ। ସେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ସାରିବା ପରେ ଅଠରନଳା ପାଖରେ ଥିବା ୟୁନିଭରସାଲ ଆର୍ଟ ଆଣ୍ଡ କ୍ରାଫ୍ଟରେ କ...

ଏକଦା ରଜନୀକାନ୍ତଙ୍କ ଏଭଳି କଥା ଶୁଣି ହିସିଥିଲେ ବିଗ୍‌ ବି: ବୋହୂ ଐଶ୍ୱର୍ଯ୍ୟାଙ୍କ ସହ ‘ରୋବଟ୍‌’ରେ ରୋମାନ୍ସ କରିବାକୁ ନେଇ…

ରଜନୀକାନ୍ତ ଗତ ପାଞ୍ଚ ଦଶନ୍ଧି ଧରି ସିନେମା ଜଗତରେ ରାଜ କରି ଆସୁଛନ୍ତି। ତାଙ୍କର ଏହି ଦୀର୍ଘ କ୍ୟାରିୟରରେ, ଏପରି ଅନେକ କାହାଣୀ ଅଛିି, ଯାହାକୁ ମନେପକାଇ ସେ ନିଜେ ହସିଥାନ୍ତି। ଆଜି ଆମେ ଆପଣଙ୍କୁ ଏପରି ଏକ କଥା କହିବାକୁ ଯାଉଛୁ, ଯାହା ଶୁଣିବା ପରେ ଅମିତାଭ ବଚ୍ଚନ ମଧ୍ୟ ହସିବାକୁ ବାଧ୍ୟ ହୋଇଥିଲେ। ବାସ୍ତବରେ ସୁପରଷ୍ଟାର ରଜନୀକାନ୍ତ ଐଶ୍ୱର୍ଯ୍ୟା ରାୟଙ୍କ ସହ ଏସ୍‌ ଶଙ୍କରଙ୍କ ଫିଲ୍ମ ‘ରୋବଟ୍‌’ରେ କାମ କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ୨୩ ବର୍ଷର ବୟସ ପାର୍ଥକ୍ୟ ଥିଲା। ଏହା ସତ୍ତ୍ୱେ ଉଭୟଙ୍କୁ ଫିଲ୍ମରେ କପଲ୍‌ ଭାବରେ ଦେଖିବାକୁ ମିଳିଥିଲା। ୨୦୧୦ ମସିହାରେ ଏହି ଚଳଚ୍ଚିତ୍ରର ଶୁଭାରମ୍ଭ ସମୟରେ ରଜନୀକାନ୍ତ ଗଣମାଧ୍ୟମକୁ ଫିଲ୍ମ ସହ ଜଡିତ ଏକ ମଜାଳିଆ କଥା କହିଥିଲେ। ସେ କହିଥିଲେ ତାଙ୍କ ଭାଇଙ୍କ ପଡ଼ୋଶୀ ଜଣେ ରାଜସ୍ଥାନୀ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ କି ରଜନୀକାନ୍ତ ଐଶ୍ୱର୍ଯ୍ୟାଙ୍କ ହିରୋ ଭୂମିକାରେ ଅଭିନୟ କରିଛନ୍ତି। ଯେତେବେଳେ ପ୍ରଶଂସକ ରଜନୀକାନ୍ତଙ୍କୁ ଦେଖିଲେ, ସେ କହିଥିଲେ -ରଜନୀ କ୍ୟା ହାଲ, ବାଲ-ଓ୍ବାଲ ସବ୍‌ କ୍ୟା ହୋ ଗୟା । ରଜନୀକାନ୍ତ ଉତ୍ତର ଦେଲେ ହଁ ଛାଡ଼। ଏହା ପରେ ସେ ପଚାରିଲେ ଆପଣ ବର୍ତ୍ତମାନ ବାର୍ଦ୍ଧକ୍ୟ ଜୀବନକୁ ଉପଭୋଗ କରୁଛନ୍ତି କି? ରଜନୀକାନ୍ତ କହିଲେ, ମୁଁ ବର୍ତ୍ତମାନ ଏକ ଫିଲ୍ମରେ କାମ କରୁଛି। ଏହା ପରେ ସେ ପୁଣି ପଚାରିଥିଲେ କେଉଁ ଫିଲ୍ମ? ରଜନୀକାନ୍ତ କହିଥିଲେ ‘ରୋବଟ’, ଫିଲ୍ମର...

ଜଳୁଛି ପେଟ, ଅନ୍‌ଲାଇନ ପାଠକୁ ପଚାରେ କିଏ

ମହାକାଳପଡ଼ା,୨୮ା୬(ଡି.ଏନ୍‌.ଏ.): କରୋନା ମାଡ଼ରେ ବିଦ୍ୟାଳୟ ବନ୍ଦ ଯୋଗୁ ପିଲାମାନେ ପାଠପଢା ଭୁଲି ଗଲେଣି। ରାଜ୍ୟ ସରକାର ପିଲାଙ୍କ ଭବିଷ୍ୟତ ଶିକ୍ଷାକୁ ରୀତିମତ ମୁଖ୍ୟ ଶ୍ରୋତକୁ ଆଣିବାକୁ ନୂଆ ଯୋଜନା ବା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଏହାକୁ କାର୍ଯ୍ୟକାରୀ କରିଛନ୍ତି। ସ୍ମାର୍ଟ ମୋବାଇଲ୍‌ ଫୋନରେ ୟୁଟ୍ୟୁବ ମାଧ୍ୟମରେ ଦଶମ ଯାଏ ପିଲାଙ୍କୁ ଶିକ୍ଷା ପ୍ରଦାନ କରାଯିବ। ଅନେକ ଅଞ୍ଚଳରେ ବିଦ୍ୟୁତ୍‌, ସର୍ଭର, ସ୍ମାର୍ଟ ଫୋନ, ପରିଚାଳନା, ଆର୍ଥତ୍କ ଆଦି ଅନେକ ସମସ୍ୟା ଦେଖା ଦେବା ସମ୍ଭାବନା ରହିଛି। ମୋବାଇଲ ୟୁଟ୍ୟୁବ୍‌ରେ ପିଲାଙ୍କୁ ଶିକ୍ଷା ପ୍ରଦାନକୁ ନେଇ ପ୍ରଶ୍ନ ଉଠୁଛି। ତେବେ ଏହି ଶିକ୍ଷାକୁ ପିଲାମାନେ କେତେ ଗ୍ରହଣ କରୁଛନ୍ତି ଆଗାମୀ ଦିନ କହିବ। ଅନେକ ପିଲାଙ୍କ ପରିବାରରେ ସ୍ମାର୍ଟ ମୋବାଇଲ୍‌ ସାତସପନ। ଗରିବ ପରିବାରରେ ପିଲାମାନେ ଅର୍ଥ ଅଭାବ ଯୋଗୁ ଭୋକ ଉପାସରେ ସମୟ ଅତିବାହିତ କରୁଛନ୍ତି। ଏମାନଙ୍କ କହିବା କଥା ପେଟ ଜଳୁଥିବା ବେଳେ ଭୋକ ଚିନ୍ତା ଖାଉଛି। ପାଠ ଓ ମୋବାଇଲ୍‌ କଥା ପଚାରେ କିଏ। ଏ ହେଉଛି କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଗଁା ଜଙ୍ଗଲଘେରି ଜନଜାତିମାନଙ୍କ ପରିବାର କାହାଣୀ। ଏହି ପରିବାରରେ ଚାଷ ଜମି ନାହିଁ। ଜଙ୍ଗଲ, ନଦୀ, ସମୁଦ୍ରରୁ ମାଛ କଙ୍କଡା ଧରି ପରିବାର ପ୍ରତିପୋଷଣ କରିଥାନ୍ତି। ମୋବାଇଲ ଏମାନଙ୍କ ପାଇଁ ସାତସପନ। ବ୍ଲକର ପେଟଛେଲା ପଞ୍ଚାୟତର ଆଦିବାସୀ ଶବର ସମ୍ପ୍ରଦାୟ ଜଙ୍ଗଲଘେ...