Skip to main content

ଏକ ଛତ୍ରବାଦୀ ଶାସକଙ୍କ ଓଜନ କମୁଛି, ଦେଶବାସୀଙ୍କ ଚିନ୍ତା ବଢୁଛି…

ପୋୟାଙ୍ଗୟଙ୍ଗ,୨୮।୬: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କୁ ନେଇ ଏବେ ଦେଶବାସୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ କିଛି ମାସ ଧରି ଲଗାତାର କିମ୍‌ଙ୍କ ଶରୀର ଓଜନ ଲଗାତାର କମିବାରେ ଲାଗିଛି। କିମ୍‌ ଦୁର୍ବଳ ହେଉଥିବାରୁ ଏନେଇ ଜନସାଧାରଣଙ୍କ ମଧ୍ୟରେ ନାନା ପ୍ରଶ୍ନ ଉଙ୍କି ମାରୁଛି। ତେବେ ଏନେଇ କିମ୍‌ଙ୍କ ଶାସକ ଦଳ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ। ସୂଚନାଯୋଗ୍ୟ ସମ୍ପ୍ରତି ଉତ୍ତର କୋରିଆରେ ଖାଦ୍ୟ ସାମଗ୍ରୀର ଘୋର ଅଭାବ ଦେଖାଦେଇଛି। ଏଠାରେ କଫି ପ୍ୟାକେଟ୍‌ ଦାମ୍‌ ୭ ହଜାର ୪୧୪ ଟଙ୍କା ଥିବାବେଳେ କଦଳୀ କିଲୋଗ୍ରାମ୍‌ ୩ ହଜାର ୩୩୫ ଟଙ୍କାରେ ପହଞ୍ଚିଛି। ସେହିପରି ବ୍ଳରାକ୍‌ ଟି ପ୍ୟାକେଟ୍‌ ଦାମ୍‌ ୫ ହଜାର ୧୯୦ ଟଙ୍କାରେ ପହଞ୍ଚିଛି। ଏପରିସ୍ଥଳେ କିମ୍‌ ସ୍ବାସ୍ଥ୍ୟାବସ୍ଥା ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

The post ଏକ ଛତ୍ରବାଦୀ ଶାସକଙ୍କ ଓଜନ କମୁଛି, ଦେଶବାସୀଙ୍କ ଚିନ୍ତା ବଢୁଛି… appeared first on Dharitri Odia News.