Skip to main content

ସମୟ ନାହିଁ

ଆତଙ୍କବାଦୀ କାର୍ଯ୍ୟକଳାପରେ ପିଲାଙ୍କୁ ସାମିଲ କରାଯାଉଛି। ଏହାକୁ ନେଇ ଜାତିସଂଘ ସୁରକ୍ଷା ପରିଷଦରେ ‘ଶିଶୁ ଓ ସଶସ୍ତ୍ର ସଂଘର୍ଷ’ ଶୀର୍ଷକ ଆଲୋଚନାରେ ଭାରତ ଚିନ୍ତାପ୍ରକଟ କରିଛି। ଏଥିରେ ଭାରତର ବହିର୍ବ୍ୟାପାର ସଚିବ ହର୍ଷ ବର୍ଦ୍ଧନ ଶ୍ରିଙ୍ଗ୍‌ଲା ଭାଗ ନେଇ ଶିଶୁଙ୍କୁ ଆତଙ୍କବାଦୀ କାର୍ଯ୍ୟରେ ଲିପ୍ତ କରାଇବାରେ ଦାୟୀ ସବୁ ବିଷୟଗୁଡ଼ିକ ଉପରେ ପଦକ୍ଷେପ ନେବା ସହ ଏଗୁଡ଼ିକୁ ଶେଷ କରିବାକୁ ଆହ୍ବାନ ଦେଇଛନ୍ତି।
ନିକଟରେ ଆଫ୍ରିକାର ବୁର୍କିନାଫାସୋର ୧୨ରୁ ୧୪ ବର୍ଷର ପିଲାଙ୍କ ଅଣସଂଗଠିତ ସେନା ପ୍ରାୟ ଏକ ଗ୍ରାମରେ ପ୍ରବେଶ କରି ସ୍ତ୍ରୀ ଲୋକ ଏବଂ ପିଲାଙ୍କ ସମେତ ୧୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ହତ୍ୟା କଲେ। କେତେକ ଜାଗାରେ ଏହିଭଳି ଯୁବବାହିନୀ ଧର୍ମ ନାମରେ ରକ୍ତର ସମୁଦ୍ର ବୁହାଉଥିବାବେଳେ ଅନ୍ୟ କେତେକ ଜାଗାରେ ଜାତିଗତ ବିଦ୍ୱେଷକୁ ନେଇ ହତ୍ୟା ରଚୁଛନ୍ତି। ଏ ସମ୍ପର୍କରେ ଜାତିସଂଘରେ ନିକଟରେ ଉଦବେଗ୍‌ ପ୍ରକାଶ ପାଇଛି। ଭାରତର ବହିର୍ବ୍ୟାପାର ସଚିବ ତାଙ୍କ ଭାଷଣରେ ଏହାର ପ୍ରତିକାର ସମ୍ପର୍କରେ କହିଛନ୍ତି ଯେ, ଏହିସବୁ ବିଷୟଗୁଡ଼ିକୁ ଧ୍ୟାନ ଦେଇ ଶିଶୁମାନଙ୍କ ସୁରକ୍ଷା ସହ ଆତଙ୍କବାଦକୁ ରୋକିବା ପାଇଁ ଏକ ସମନ୍ବିତ ଦୃଷ୍ଟିକୋଣ ଆପଣାଇବାକୁ ପଡ଼ିବ। ସେହିଭଳି ଅନ୍ୟ ଦେଶ ନେତାମାନେ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। କିନ୍ତୁ ଏହି ବିରାଟକାୟ ସମସ୍ୟାର ସମାଧାନ ଦିଗରେ କୌଣସି ଦେଶ ତରଫରୁ ବିଧିବଦ୍ଧ ପ୍ରସ୍ତାବ ଆସିଥିବା ଖବର ପଢ଼ିବାକୁ ମିଳିନାହିଁ। ଧର୍ମ କିମ୍ବା ଅନ୍ୟ କୌଣସିଠାରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଦାରିଦ୍ର୍ୟ। ଖାଦ୍ୟ ପାଉ ନ ଥିବା ଶିଶୁ ଏହିଭଳି ଗ୍ୟାଙ୍ଗ୍‌ ବା ସେନାରେ ସାମିଲ ହେବା ପାଇଁ ଆକର୍ଷିତ ହେଉଛନ୍ତି। ନିଜ ମୁଣ୍ଡରୁ ବୋଝ ଦୂର କରିବାକୁ ଯାଇ ମାତାପିତା ମଧ୍ୟ ପିଲାମାନଙ୍କୁ ଏଥିରେ ଯୋଗ ଦେବାକୁ ବାରଣ କରୁନାହାନ୍ତି। ଉତ୍ତରପ୍ରଦେଶରେ ପିଲାମାନେ ଗାଲିଚା ଶିଳ୍ପରେ କାମ କଲା ପରି ଆଫ୍ରିକା ଓ ମଧ୍ୟପ୍ରାଚ୍ୟରେ ଯୁଦ୍ଧ କରିବାଟା ଏକ ଶିଳ୍ପରେ ପରିଣତ ହୋଇଗଲାଣି। ଆଜିର ଦୁନିଆରେ ଶିଶୁଶ୍ରମିକମାନଙ୍କର ଅଭାବ ଥିଲା ଭଳି ମନେହେଉନାହିଁ। ଏଭଳି ସ୍ଥଳେ ଏହି ପିଲାମାନଙ୍କ ପ୍ରତି ଦୟା ଓ ମମତା ପୋଷଣ କରିବା ସହିତ ସେମାନଙ୍କର ଆର୍ଥିକ ପରିସ୍ଥିତିରେ ଉନ୍ନତି କରାଇବାର ଦାୟିତ୍ୱ ସମଗ୍ର ପୃଥିବୀ ଉପରେ ପଡ଼ିଛି। ତେବେ ପୃଥିବୀର ସମୟ ନାହିଁ ଏହି ଭବିଷ୍ୟତ ପିଢ଼ିର କଥା ଚିନ୍ତା କରିବାକୁ।

The post ସମୟ ନାହିଁ appeared first on Dharitri Odia News.



Popular posts from this blog

କ୍ଷତିପୂରଣ ଲାଗି ବଢ଼ିପାରେ ଜିଏସ୍‌ଟି

ନୂଆଦିଲ୍ଲୀ,୩୧।୭-କରୋନା ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ସରକାରଙ୍କ ଟିକସ ଜନିତ ଆୟ ବର୍ତ୍ତମାନ କମିଛି। ଫଳରେ ରାଜ୍ୟଗୁଡିକର ଅଂଶ ପ୍ରଦାନ କରିବା ଦିଗରେ ବର୍ତ୍ତମାନ କଷ୍ଟକର ହେଉଛି। ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ବଡ ବଡ ରାଜ୍ୟକୁ ବାଦ୍‌ ଦେଲେ ଅଧିକାଂଶ ରାଜ୍ୟଗୁଡ଼ିକର ଆୟ କେନ୍ଦ୍ରଠାରୁ ମିଳୁଥିବା ଜିଏସ୍‌ଟି ଉପରେ ନିର୍ଭର କରିଥାଏ। ଲକ୍‌ଡାଉନ ଯୋଗୁ ଜିଏସ୍‌ଟି ଆଦାୟ ଉପରେ ନକାରାତ୍ମକ ପ୍ରଭାବ ପଡିଛି। ଏଭଳି ସ୍ଥିତିରେ କେନ୍ଦ୍ର ସମ୍ପୂର୍ଣ୍ଣ ହାତ ଟେକି ଦେଇଥିବା ଜଣାପଡିଛି। କେନ୍ଦ୍ର ଚାହୁଁଛି ଯେ, ରାଜ୍ୟଗୁଡ଼ିକ ବଜାରରୁ ଋଣ ଉଠାନ୍ତୁ। ରାଜସ୍ବ ମାମଲାରେ ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଆଇନଗତ ଲଢ଼େଇ ଆରମ୍ଭ ହୋଇଯାଇଛି। ବଜାରରୁ ଋଣ ଉଠାଇବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି କେରଳ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ତାକୁ ବିରୋଧ କରୁଛନ୍ତି। କେନ୍ଦ୍ର ନିଜର ଦାୟିତ୍ୱକୁ ଠିକ୍‌ ଭାବେ ନିର୍ବାହ କରୁ ବୋଲି ରାଜ୍ୟଗୁଡିକ ଯୁକ୍ତି ବାଢିଛନ୍ତି। କେନ୍ଦ୍ର ବଜାରରୁ ଋଣ କରୁ ଏବଂ ରାଜ୍ୟଗୁଡିକ ଯେଉଁ ରାଜସ୍ବରେ ଯେଉଁ କ୍ଷତି ସହୁଛନ୍ତି ତା’ର ଭରଣା କରୁ ବୋଲି ରାଜ୍ୟଗୁଡିକ ଯୁକ୍ତିରେ କହିଛନ୍ତି। ୨୦୧୭ରେ ଜିଏସ୍‌ଟି କାର୍ଯ୍ୟକାରୀ କରାଯିବା ସମୟରେ କେନ୍ଦ୍ର ସରକାର କହିଥିଲେ ଯେ, ରାଜ୍ୟଗୁଡ଼ିକର ରାଜସ୍ବ ହ୍ରାସକୁ କେନ୍ଦ୍ର ଭରଣା କରିବ। ଆଗାମୀ ୫ ବର୍ଷ ଯାଏ ଏଭଳି ...

ଅକ୍ଟୋବର ୫ରେ ମୋରାଟୋରିୟମ ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଋଣ ମୋରାଟୋରିୟମ ସୁବିଧା ବଢ଼ାଇବା ଏବଂ ଋଣ କିସ୍ତିର ସୁଧ ଉପରେ ସୁଧ ଲାଗୁ ମାମଲାର ସୁପ୍ରିମକୋର୍ଟ ପୁଣି ଥରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ସରକାର ଏହି ପ୍ରସଙ୍ଗ ଉପରେ ବିଚାର କରୁଛନ୍ତି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ସରକାର ନେବା ସମ୍ଭାବନା ରହିଛି। ଏ ନେଇ ଗୁରୁବାର ସୁଦ୍ଧା ସରକାର ସ୍ପଷ୍ଟ କରିବାକୁ ପ୍ରୟାସ କରିବେ। ଅକ୍ଟୋବର ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି। ଏହି ମାମଲାର ଶୁଣାଣି ଶୀଘ୍ର କରିବାକୁ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାଜୀବ ଦତ୍ତା ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଛନ୍ତି। ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ନ୍ୟାୟାଳୟଙ୍କୁ କହିଛନ୍ତି, ଏହି ପ୍ରସଙ୍ଗରେ କିଛି ଆର୍ଥତ୍କ ମାମଲା ଜଡିତ ରହିଛି। ପ୍ରସଙ୍ଗଗୁଡିକୁ ବିଚାରକରିବା ଲାଗି ସମୟର ଆବଶ୍ୟକତା ରହିଛି। ଅକ୍ଟୋବର ପହିଲାରେ ମୋରାଟୋରିୟମ ମାମଲାର ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୩ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ କହିଥିଲେ, ଋଣ କିସ୍ତି ପ୍ରଦାନ କରିବାକୁ ସକ୍ଷମ ହେଉ ନ ଥିବା ଆକାଉଣ୍ଟଗୁଡିକୁ ଆଗାମୀ ୨ ମାସ ଯାଏ ଏନ୍‌ପିଏ ଘୋଷଣା କରା ନ ଯାଉ। ସୋମବାର ହୋଇଥିବା ଶୁଣାଣିରେ ...