Skip to main content

ମୁଣ୍ଡ ଉପରେ ଯିବ!

ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତ ସପ୍ତାହରେ ରେଳଗାଡ଼ି ଯୋଗେ ଉତ୍ତରପ୍ରଦେଶର କାନପୁର ଯାଇଥିଲେ। ଏହି ଦେଶର ବିରାଟକାୟ ରେଳ ବ୍ୟବସ୍ଥା ଏବେ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିବା ବେଳେ ଅଳ୍ପ କେତୋଟି ଗାଡ଼ି ଚାଲିଛି। ଅବଶ୍ୟ ରାଷ୍ଟ୍ରପତିଙ୍କ ରେଳ ଗାଡ଼ିରେ ସାଧାରଣ ଯାତ୍ରୀ ଚଢ଼ିବାର ସୁବିଧା ନ ଥାଏ। କାରଣ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ଟ୍ରେନ୍‌ ରହିଛି। ଭାରତକୁ ଆମେ ଗଣତାନ୍ତ୍ରିକ ଦେଶ କହିଲେ ମଧ୍ୟ ବଡ଼ବଡ଼ିଆଙ୍କ ରାଜକୀୟ ଠାଣି ଭାଙ୍ଗିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ୁଛି। ଦୀର୍ଘ ୭ ଦଶନ୍ଧିର ସ୍ବାଧୀନତା ପରେ ଆମର ଅମଲାତନ୍ତ୍ର ଯୋଗୁ ସାଧାରଣ ଲୋକଙ୍କ ମନରେ ଏହି ବଡ଼ଲୋକଙ୍କ ପ୍ରତି ଥିବା ସମ୍ମାନ କ୍ରମଶଃ ବିକୃତ ରୂପ ଧାରଣ କରିସାରିଲାଣି। ବହୁ ଶତାବ୍ଦୀ ଧରି ବିଭିନ୍ନ ବାହ୍ୟଶକ୍ତି ଦ୍ୱାରା ଶାସିତ ହୋଇଆସିଥିବା ଭାରତୀୟ ବଡ଼ଲୋକଙ୍କର ଚାକର ଭାବେ ନିଜର ଆତ୍ମଶାନ୍ତି ଲାଭ କରିଥାଏ। ଅନେକ ଭାରତୀୟଙ୍କ ଘରେ ଏବେ ମଧ୍ୟ ବଡ଼ବଡ଼ିଆଙ୍କ ସହ ଫଟୋ କାନ୍ଥରେ ଟଙ୍ଗା ହୋଇଥିବା ଦେଖିବାକୁ ମିଳେ। ସେହି ଫଟୋକୁ ଅତି ଗର୍ବର ସହ ପ୍ରଦର୍ଶିତ କରାଯିବାର ଉଦାହରଣ ରହିଛି।
ଇତିମଧ୍ୟରେ ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧି ସରିଲାଣି। ସମଗ୍ର ପୃଥିବୀରେ ପରିବର୍ତ୍ତନ ଆସୁଥିବା ବେଳେ ଭାରତୀୟମାନେ ସେହିଭଳି ରାଜା ଖୋଜିବାରେ ବ୍ୟସ୍ତ ଅଛନ୍ତି। ଆମର ପୂର୍ବପୁରୁଷଙ୍କ ଚିନ୍ତାଧାରା ଅନୁଯାୟୀ ସାଧାରଣ ଲୋକଙ୍କ ଦୁଃଖଦୁର୍ଦ୍ଦଶା ଦୂର ହେବାକୁ ହେଲେ ରାଜା ହିଁ କରିପାରିବେ। ଏହି ସାମନ୍ତବାଦୀ ମନୋଭାବରେ ଗଢ଼ିଉଠିଥିବା ଭାରତୀୟ ପୁରୁଣା ଚିନ୍ତାଧାରା ଛାଡ଼ିପାରୁ ନ ଥିବା ହେତୁ ଗଣତାନ୍ତ୍ରିକ ନେତାମାନଙ୍କୁ ମଧ୍ୟ ରାଜାଙ୍କ ପୋଷାକ କିମ୍ବା ଢାଞ୍ଚାରେ ଦେଖିବାକୁ ସବୁବେଳେ ଲୋକେ ଭଲ ପାଆନ୍ତି। ହୁଏତ ସେଇଥିପାଇଁ ଗତ ସପ୍ତାହରେ ରାଷ୍ଟ୍ରପତି କୋବିନ୍ଦଙ୍କ ରେଳଗାଡ଼ି କାନପୁର ସହର ପ୍ରବେଶ କରିବା ପୂର୍ବରୁ ଏକ ଦୁଃଖଦାୟକ ଘଟଣା ଘଟିଲା। ଭାରତୀୟ ଶିଳ୍ପ ସଂଗଠନ (ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରିଜ୍‌ ଆସୋସିଏଶନ) କାନପୁର ଶାଖାର ମହିଳା ସଭାନେତ୍ରୀ ବନ୍ଦନା ମିଶ୍ର ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କ ପୁତ୍ରଙ୍କ ସହିତ ହସ୍ପିଟାଲ ବାଟରେ ଥିଲେ। ସହରର ଗୋବିନ୍ଦପୁରୀ ଅଞ୍ଚଳରେ ରେଳପଥ ଉପରେ ଥିବା ଫ୍ଲାଏଓଭର ଦେଇ ତାଙ୍କ ଗାଡ଼ି ଡାକ୍ତରଖାନା ଯାଇଥାଆନ୍ତା। କିନ୍ତୁ ରାଷ୍ଟ୍ରପତିଙ୍କ ରେଳଗାଡ଼ି ତଳେ ଯିବାକୁ ଥିବାରୁ ଫ୍ଲାଏଓଭର ଉପରେ ପୋଲିସ ସବୁ ଗାଡ଼ି ଯାତାୟାତ ବନ୍ଦ କରିଦେଇଥିଲା। ସେଇ ଫ୍ଲାଏଓଭର କିମ୍ବା ରେଳ ଓଭରବ୍ରିଜ୍‌ରେ ଗାଡ଼ି ଚଳାଚଳ ଘଟିଥିଲେ ରାଷ୍ଟ୍ରପତିଙ୍କ ରେଳଗାଡ଼ି ଯିବାରେ ଅସୁବିଧା ହୋଇ ନ ଥାନ୍ତା। ଏମିତି ବି ନୁହେଁ ଯେ, ରାମନାଥ କୋବିନ୍ଦ ତାଙ୍କ ଡବାର ଦୁଆର ଖୋଲି ବାହାରକୁ ଝୁଲିକରି ଠିଆ ହୋଇଥିବେ। ତେଣୁ ଫ୍ଲାଏଓଭର ଉପରେ ମୋଟରଗାଡ଼ି ଯାତାୟାତ କରିବାର କୌଣସି ଅସୁବିଧା ନ ଥିଲା। ପ୍ରୋଟୋକଲ କିମ୍ବା ସୁରକ୍ଷା ନିମନ୍ତେ ଯଦି ପୋଲିସର ଚିନ୍ତା ଥିଲା, ତେବେ ପୋଲିସ ପୋଲର ଦୁଇ ପାର୍ଶ୍ୱରେ ଛିଡ଼ା ହୋଇ କୌଣସି ଗାଡ଼ିକୁ ଅଟକିବା ପାଇଁ ବାରଣ କରିପାରିଥାନ୍ତା। କିନ୍ତୁ ଯେହେତୁ ଉଭୟ ପାର୍ଶ୍ୱରେ ଗାଡ଼ିକୁ ବନ୍ଦ କରିଦିଆଯାଇଥିଲା, ସେଥିପାଇଁ ଅସୁସ୍ଥ ବନ୍ଦନାଙ୍କ ଗାଡ଼ି ମଧ୍ୟ ଦୀର୍ଘ ସମୟ ଅଟକି ରହିଥିଲା। ଡାକ୍ତରଖାନା ସୁବିଧାରୁ ବଞ୍ଚିତ ହେବା ଫଳରେ ତାଙ୍କର ମୃତ୍ୟୁ ଘଟିଲା।
ବନ୍ଦନା ମିଶ୍ର ଏହି ଭିଭିଆଇପି ପ୍ରୋଟୋକଲର ପ୍ରଥମ ଶିକାର ନୁହନ୍ତି। ଦିଲ୍ଲୀରେ ଅନେକ ଥର ଭିଭିଆଇପିଙ୍କ କାର୍‌କେଡ୍‌ ଯିବାର ବହୁ ପୂର୍ବରୁ ରାସ୍ତା ବନ୍ଦ କରିଦିଆଯାଇଥାଏ, ଯେଉଁଥିପାଇଁ ମୃତ୍ୟୁ ସମେତ ବିଭିନ୍ନ ପ୍ରକାର ହଇରାଣହରକତ ହେବା ପାଇଁ ସାଧାରଣ ନାଗରିକ ବାଧ୍ୟ ହୋଇଥାଏ। ଏଭଳି ଘଟଣା ଭାରତର ବିଭିନ୍ନ ସ୍ଥାନରେ ବାରମ୍ବାର ଘଟୁଥିଲେ ମଧ୍ୟ ପୋଲିସ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ପ୍ରତିକାର ଉଦ୍ୟମ ହୁଏ ନାହିଁ। ତେବେ କାନପୁର ପୋଲିସ କମିଶନର କ୍ଷମାପ୍ରାର୍ଥନା କରି ବନ୍ଦନା ମିଶ୍ରଙ୍କ ଦେହାନ୍ତ ଯୋଗୁ ଦୁଃଖ ପ୍ରକାଶ କରିଛନ୍ତି। ଏହି କ୍ଷୁଦ୍ର କ୍ଷମାପ୍ରାର୍ଥନା ହୋଇ ନ ଥାନ୍ତା ଯଦି ବନ୍ଦନା ଜଣେ ସୁପରିଚିତ ଓ ଧନୀ ମହିଳା ହୋଇ ନ ଥାନ୍ତେ। ତାଙ୍କ ସ୍ଥାନରେ ଜଣେ ଅଟୋରିକ୍ସା ଚାଳକଙ୍କ ମାତା କିମ୍ବା ଶ୍ରମିକଙ୍କ ପତ୍ନୀ ହୋଇଥିଲେ ଗଣମାଧ୍ୟମରେ ସେଇ ଘଟଣା ସ୍ଥାନ ପାଇ ନ ଥାନ୍ତା। ଭାରତ କେବେ ବିଶ୍ୱଶକ୍ତି ହୋଇପାରିବ କି ନାହିଁ କହିବା କାହାରି ପାଇଁ ସମ୍ଭବପର ନୁହେଁ। କିନ୍ତୁ ଯେଉଁ ଗଣତାନ୍ତ୍ରିକ ଦେଶରେ ନାଗରିକଙ୍କ ଜୀବନ ମାଛି ମଶା ଭଳି ପରିଗଣିତ ହୋଇଥାଏ, ସେହି ଦେଶରେ କୌଣସି ସ୍ଥାୟୀ ସାମାଜିକ ପରିବର୍ତ୍ତନ ବା ଉନ୍ନତି ଘଟିବା ଅସମ୍ଭବ।

The post ମୁଣ୍ଡ ଉପରେ ଯିବ! appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଆମେରିକାରେ ଏକ ମାସ ଟ୍ରେନିଂ ନେବେ ବଜରଙ୍ଗ

ନୂଆଦିଲ୍ଲୀ, ୨୯ା୧୧(ପି.ଟି.)-ରେସ୍‌ଲର ବଜରଙ୍ଗ ପୁନିଆ ଆମେରିକାରେ ଏକ ମାସ ଧରି ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ତାଙ୍କର ଏହି ଯୋଜନା ମଞ୍ଜୁର ଲାଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବେ ବୋଲି ଆଶା ରହିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ମିଶନ ଅଲିମ୍ପିକ ସେଲ୍‌ ଗଠିତ। ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ରୁ କେଉଁ ଆଥ୍‌ଲେଟମାନେ ଆର୍ଥିକ ସହାୟତା ପାଇବେ ତାହା ଏହା ସ୍ଥିର କରିଥାଏ। ମିଶିିଗାନସ୍ଥିତ କ୍ଲିଫ୍‌ କିନ୍‌ ରେସ୍‌ଲିଂ କ୍ଲବଠାରେ ଡିସେମ୍ବର ୪ରୁ ଜାନୁୟାରୀ ୩ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହେବ। ଏବାବଦରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଉଠିବା ପରେ ବଜରଙ୍ଗ ସୋନେପତସ୍ଥିତ ସାଇ ସେଣ୍ଟରେ ଟ୍ରେନିଂ ନେଇଛନ୍ତି। କୋଚ୍‌ ଏମଜାରିଅସ୍‌ ବେଣ୍ଟିନ୍‌ଡିସ୍‌ ଏବଂ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଗସ୍ତ କରିବେ। ସେଠାରେ ମୁଖ୍ୟ କୋଚ୍‌ ସର୍ଗେଇ ବେଲୋଗ୍ଲାଜୋଭ୍‌ଙ୍କ ଅଧୀନରେ ଅନ୍ୟ ଟପ୍‌ ଅନ୍ତର୍ଜାତୀୟ ରେସ୍‌ଲରମାନଙ୍କ ସହ ସେ ତାଲିମ ନେବେ। ବେଲୋଗ୍ଲାଜୋଭ୍‌ ହେଉଛନ୍ତି ଦୁଇଥର ଅଲିମ୍ପିକ ଚାମ୍ପିୟନ॥ ବଜରଙ୍ଗ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିସାରିଛନ୍ତି। ୬୫କେଜି ଶ୍ରେଣୀରେ ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ରେସ୍‌ଲର ଡିସେମ୍ବର ୧୨ରୁ ୧୮ ପର୍ଯ...