Skip to main content

ଏକଦା ରଜନୀକାନ୍ତଙ୍କ ଏଭଳି କଥା ଶୁଣି ହିସିଥିଲେ ବିଗ୍‌ ବି: ବୋହୂ ଐଶ୍ୱର୍ଯ୍ୟାଙ୍କ ସହ ‘ରୋବଟ୍‌’ରେ ରୋମାନ୍ସ କରିବାକୁ ନେଇ…

ରଜନୀକାନ୍ତ ଗତ ପାଞ୍ଚ ଦଶନ୍ଧି ଧରି ସିନେମା ଜଗତରେ ରାଜ କରି ଆସୁଛନ୍ତି। ତାଙ୍କର ଏହି ଦୀର୍ଘ କ୍ୟାରିୟରରେ, ଏପରି ଅନେକ କାହାଣୀ ଅଛିି, ଯାହାକୁ ମନେପକାଇ ସେ ନିଜେ ହସିଥାନ୍ତି। ଆଜି ଆମେ ଆପଣଙ୍କୁ ଏପରି ଏକ କଥା କହିବାକୁ ଯାଉଛୁ, ଯାହା ଶୁଣିବା ପରେ ଅମିତାଭ ବଚ୍ଚନ ମଧ୍ୟ ହସିବାକୁ ବାଧ୍ୟ ହୋଇଥିଲେ।

ବାସ୍ତବରେ ସୁପରଷ୍ଟାର ରଜନୀକାନ୍ତ ଐଶ୍ୱର୍ଯ୍ୟା ରାୟଙ୍କ ସହ ଏସ୍‌ ଶଙ୍କରଙ୍କ ଫିଲ୍ମ ‘ରୋବଟ୍‌’ରେ କାମ କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ୨୩ ବର୍ଷର ବୟସ ପାର୍ଥକ୍ୟ ଥିଲା। ଏହା ସତ୍ତ୍ୱେ ଉଭୟଙ୍କୁ ଫିଲ୍ମରେ କପଲ୍‌ ଭାବରେ ଦେଖିବାକୁ ମିଳିଥିଲା। ୨୦୧୦ ମସିହାରେ ଏହି ଚଳଚ୍ଚିତ୍ରର ଶୁଭାରମ୍ଭ ସମୟରେ ରଜନୀକାନ୍ତ ଗଣମାଧ୍ୟମକୁ ଫିଲ୍ମ ସହ ଜଡିତ ଏକ ମଜାଳିଆ କଥା କହିଥିଲେ। ସେ କହିଥିଲେ ତାଙ୍କ ଭାଇଙ୍କ ପଡ଼ୋଶୀ ଜଣେ ରାଜସ୍ଥାନୀ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ କି ରଜନୀକାନ୍ତ ଐଶ୍ୱର୍ଯ୍ୟାଙ୍କ ହିରୋ ଭୂମିକାରେ ଅଭିନୟ କରିଛନ୍ତି।

ଯେତେବେଳେ ପ୍ରଶଂସକ ରଜନୀକାନ୍ତଙ୍କୁ ଦେଖିଲେ, ସେ କହିଥିଲେ -ରଜନୀ କ୍ୟା ହାଲ, ବାଲ-ଓ୍ବାଲ ସବ୍‌ କ୍ୟା ହୋ ଗୟା । ରଜନୀକାନ୍ତ ଉତ୍ତର ଦେଲେ ହଁ ଛାଡ଼। ଏହା ପରେ ସେ ପଚାରିଲେ ଆପଣ ବର୍ତ୍ତମାନ ବାର୍ଦ୍ଧକ୍ୟ ଜୀବନକୁ ଉପଭୋଗ କରୁଛନ୍ତି କି? ରଜନୀକାନ୍ତ କହିଲେ, ମୁଁ ବର୍ତ୍ତମାନ ଏକ ଫିଲ୍ମରେ କାମ କରୁଛି। ଏହା ପରେ ସେ ପୁଣି ପଚାରିଥିଲେ କେଉଁ ଫିଲ୍ମ? ରଜନୀକାନ୍ତ କହିଥିଲେ ‘ରୋବଟ’, ଫିଲ୍ମରେ ଐଶ୍ୱର୍ଯ୍ୟା ହିରୋଇନ୍‌ ବୋଲି ସେ କହିଲେ। ପ୍ରଶଂସକ ଜଣକ ଖୁସି ହୋଇ କହିଲେ ହିରୋ କିଏ। ରଜନୀକାନ୍ତ ଉତ୍ତରରେ ସେ ନିଜେ ବୋଲି କହିଥିଲେ।

ଏହା ଶୁଣି ସେ ଆଶ୍ଚର୍ଯ୍ୟ ହୋଇ କହିଲେ, ତୁମେ ହିରୋ। ଏହା ପରେ ସେ ସେଠାରୁ ଚାଲିଗଲେ, କିଛି ସମୟ ପରେ ଏକ ମଜାଦାର ଘଟଣା ଘଟିଗଲା। ତାଙ୍କ ପିଲାମାନେ ମଧ୍ୟ ମୋତେ ଭେଟିବାକୁ ଆସିଥିଲେ। ସେ କହିଲେ କ’ଣ ବାପା ସେ ହିଁ ହିରୋ କହିଲେ। ସେ ସେଠାରେ ୧୦ ମିନିଟ ରହିଲେ କିନ୍ତୁ କିଛି ନ କହି କେବଳ ରଜନୀକାନ୍ତଙ୍କ ଆଡକୁ ଚାହିଁଲେ। ସେ ନିଜେ ନିଜକୁ କହୁଥିଲେ ଐଶ୍ୱର୍ଯ୍ୟାଙ୍କୁ କ’ଣ ହେଲା, ଅଭିଷେକ ବଚ୍ଚନଙ୍କୁ କ’ଣ ହେଲା, ସବୁଛାଡ଼, ଅମିତାଭଙ୍କୁ କ’ଣ ହେଲା । ହିରୋଇନ ପୁଣି ଏହି ବ୍ୟକ୍ତି ସହିତ ।

ଏହା ଶୁଣି ବିଗ୍‌ ବି ଜୋରରେ ହସିବାକୁ ଲାଗିଲା । ଏହା ପରେ ରଜନୀକାନ୍ତ ଐଶ୍ୱର୍ଯ୍ୟାଙ୍କୁ କହିଥିଲେ ମୋ ସହ କାମ କରିଥିବାରୁ ଧନ୍ୟବାଦ। ଏଥି ସହିତ, ଚଳଚ୍ଚିତ୍ରର ପ୍ରମୋଶନ ସମୟରେ ଏକ ସାକ୍ଷାତକାରରେ ରଜନୀକାନ୍ତ ଏହା ମଧ୍ୟ କହିଥିଲେ ଯେ ସେ ତାଙ୍କର ନିକଟତମ ବନ୍ଧୁ ଅମିତାଭଙ୍କ ବୋହୂ ହୋଇଥିବାରୁ ରୋବଟ ଫିଲ୍ମରେ ଏଶ୍ୱର୍ଯ୍ୟାଙ୍କ ସହ କାମ କରିବାରେ ସେ ନିଜକୁ ଅସହଜ ମନେ କରିଛନ୍ତି।

The post ଏକଦା ରଜନୀକାନ୍ତଙ୍କ ଏଭଳି କଥା ଶୁଣି ହିସିଥିଲେ ବିଗ୍‌ ବି: ବୋହୂ ଐଶ୍ୱର୍ଯ୍ୟାଙ୍କ ସହ ‘ରୋବଟ୍‌’ରେ ରୋମାନ୍ସ କରିବାକୁ ନେଇ… appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଆମେରିକାରେ ଏକ ମାସ ଟ୍ରେନିଂ ନେବେ ବଜରଙ୍ଗ

ନୂଆଦିଲ୍ଲୀ, ୨୯ା୧୧(ପି.ଟି.)-ରେସ୍‌ଲର ବଜରଙ୍ଗ ପୁନିଆ ଆମେରିକାରେ ଏକ ମାସ ଧରି ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ତାଙ୍କର ଏହି ଯୋଜନା ମଞ୍ଜୁର ଲାଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବେ ବୋଲି ଆଶା ରହିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ମିଶନ ଅଲିମ୍ପିକ ସେଲ୍‌ ଗଠିତ। ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ରୁ କେଉଁ ଆଥ୍‌ଲେଟମାନେ ଆର୍ଥିକ ସହାୟତା ପାଇବେ ତାହା ଏହା ସ୍ଥିର କରିଥାଏ। ମିଶିିଗାନସ୍ଥିତ କ୍ଲିଫ୍‌ କିନ୍‌ ରେସ୍‌ଲିଂ କ୍ଲବଠାରେ ଡିସେମ୍ବର ୪ରୁ ଜାନୁୟାରୀ ୩ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହେବ। ଏବାବଦରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଉଠିବା ପରେ ବଜରଙ୍ଗ ସୋନେପତସ୍ଥିତ ସାଇ ସେଣ୍ଟରେ ଟ୍ରେନିଂ ନେଇଛନ୍ତି। କୋଚ୍‌ ଏମଜାରିଅସ୍‌ ବେଣ୍ଟିନ୍‌ଡିସ୍‌ ଏବଂ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଗସ୍ତ କରିବେ। ସେଠାରେ ମୁଖ୍ୟ କୋଚ୍‌ ସର୍ଗେଇ ବେଲୋଗ୍ଲାଜୋଭ୍‌ଙ୍କ ଅଧୀନରେ ଅନ୍ୟ ଟପ୍‌ ଅନ୍ତର୍ଜାତୀୟ ରେସ୍‌ଲରମାନଙ୍କ ସହ ସେ ତାଲିମ ନେବେ। ବେଲୋଗ୍ଲାଜୋଭ୍‌ ହେଉଛନ୍ତି ଦୁଇଥର ଅଲିମ୍ପିକ ଚାମ୍ପିୟନ॥ ବଜରଙ୍ଗ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିସାରିଛନ୍ତି। ୬୫କେଜି ଶ୍ରେଣୀରେ ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ରେସ୍‌ଲର ଡିସେମ୍ବର ୧୨ରୁ ୧୮ ପର୍ଯ...