Skip to main content

ୟୁରୋ କପ୍‌ରୁ ବିଶ୍ୱ ଚାମ୍ପିୟନ ଫ୍ରାନ୍ସର ବିଦାୟ

ବୁଖାରେଷ୍ଟ, ୩୦।୬(ଏପି)-ୟୁରୋ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ସୋମବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଏକ ମ୍ୟାଚରେ ସୁଇଜରଲାଣ୍ଡ ପେନାଲ୍ଟି ଶୁଟ୍‌ ଆଉଟ୍‌ ୫-୪ ଗୋଲରେ ଫ୍ରାନ୍ସକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଫଳରେ ରାଉଣ୍ଡ ଅଫ୍‌-୧୬ରୁ ଫ୍ରାନ୍ସର ଅଭିଯାନ ଶେଷ ହୋଇଛି। ମ୍ୟାଚର ନିର୍ଦ୍ଧାରିତ ସମୟରେ ୩-୩ ଗୋଲରେ ବରାବର ରହିଥିଲା। ଫ୍ରାନ୍ସ ପକ୍ଷରୁ କରିମ ବେଞ୍ଜିମା ୫୭, ୫୯ ଓ ପଲ୍‌ ପୋଗ୍‌ବା ୭୫ ତମ ମିନିଟରେ ଗୋଲ ଦେଇଥିଲେ। ସୁଇଜରଲାଣ୍ଡ ପକ୍ଷରୁ ହାରିସ ସେଫେରୋଭିଚ୍‌ ୧୫, ୮୧ ଏବଂ ମାରିଓ ଗାଭ୍ରାନୋଭିକ୍‌ ୯୦ତମ ମିନିଟରେ ଗୋଲ ଦେଇଥିଲେ। ଫଳାଫଳ ନିର୍ଣ୍ଣୟ ପାଇଁ ଶୁଟ୍‌ଆଉଟର ସହାୟତା ନିଆ ଯାଇଥିଲା। ଏଥିରେ ସୁଇଜରଲାଣ୍ଡର ୫ ଜଣ ଖେଳାଳି ଗୋଲ ଦେଇଥିବାବେଳେ ଫ୍ରାନ୍ସର ୪ ଖେଳାଳି ପ୍ରତିପକ୍ଷ ନେଟ୍‌ ସ୍ପର୍ଶ କରିବାକୁ ସକ୍ଷମ ହୋଇଥିଲେ। କିଲିଆନ ଏମ୍‌ବାପେଙ୍କ ଶଟ୍‌କୁ ପ୍ରତିପକ୍ଷ ଗୋଲକିପର ଅଟକାଇ ଦେଇଥିଲେ। ନିଜ ଦ୍ୱିତୀୟ ଝିଅର ଜନ୍ମ ପାଇଁ ସ୍ତ୍ରୀଙ୍କ ପାଖରେ ରହିବାକୁ ୟୁରୋକପ୍‌ ଅଧାରୁ ଘରକୁ ପଳାଇଥିବା ସୁଇଜରଲାଣ୍ଡ ଗୋଲକିପର ସୋମେର ସମ୍ଭବତଃ କ୍ୟାରିୟରର ଶ୍ରେଷ୍ଠ ସେଭ୍‌ କରି ଦଳକୁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରାଇଥିଲେ। ଦୀର୍ଘ ୬୭ ବର୍ଷ ବ୍ୟବଧାନରେ ସୁଇଜରଲାଣ୍ଡ କୌଣସି ବଡ଼ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ୧୯୫୪ ବିଶ୍ୱକପ ଆୟୋଜନ କରିବା ପରଠାରୁ ସୁଇଜରଲାଣ୍ଡ ଆଉ କୌଣସି ବଡ଼ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିପାରି ନ ଥିଲା। ଦଳ ୩ ଥର ରାଉଣ୍ଡ ଅଫ୍‌ ୧୬ରୁ ହିଁ ବିଦାୟ ନେଇଥିଲା। ଆସନ୍ତା ଶୁକ୍ରବାର ସେଣ୍ଟ ପିଟର୍ସବର୍ଗରେ ସ୍ପେନକୁ ଭେଟିବ ସୁଇଜରଲାଣ୍ଡ।
କୋପେନହାଗେନଠାରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚରେ ସ୍ପେନ ୫-୩ ଗୋଲରେ କ୍ରୋଏସିଆକୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ମ୍ୟାଚଟି ଅତିରିକ୍ତ ସମୟରେ ଶେଷ ହୋଇଥିଲା। କ୍ରୋଏସିଆ ପକ୍ଷରୁ ପେଦ୍ରି ଲୋପେଜ ୨୦ତମ ମିନିଟରେ ଆତ୍ମଘାତୀ ଗୋଲ ଦେଇଥିବାବେଳେ ମିର୍ସାଲ୍ଭ ଓରିସିକ ୮୫ ଓ ମାରିଓ ପାସାଲିକ୍‌ ୯୦+୨ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ସ୍ପେନ ପକ୍ଷରୁ ପାବ୍‌ଲୋ ସାରାବିୟା ୩୮, ସେସାର ଆଜପିଲକୁଇଟା ୫୭, ଫାରେନ ଟୋରେସ ଗାର୍ସିଆ ୭୭, ଆଲଭାରୋ ମୋରାଟା ୧୦୦ ଏବଂ ମାଇକେଲ ଓୟାରଜାବାଲ ୧୦୩ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ।

The post ୟୁରୋ କପ୍‌ରୁ ବିଶ୍ୱ ଚାମ୍ପିୟନ ଫ୍ରାନ୍ସର ବିଦାୟ appeared first on Dharitri Odia News.



Popular posts from this blog

କ୍ଷତିପୂରଣ ଲାଗି ବଢ଼ିପାରେ ଜିଏସ୍‌ଟି

ନୂଆଦିଲ୍ଲୀ,୩୧।୭-କରୋନା ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ସରକାରଙ୍କ ଟିକସ ଜନିତ ଆୟ ବର୍ତ୍ତମାନ କମିଛି। ଫଳରେ ରାଜ୍ୟଗୁଡିକର ଅଂଶ ପ୍ରଦାନ କରିବା ଦିଗରେ ବର୍ତ୍ତମାନ କଷ୍ଟକର ହେଉଛି। ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ବଡ ବଡ ରାଜ୍ୟକୁ ବାଦ୍‌ ଦେଲେ ଅଧିକାଂଶ ରାଜ୍ୟଗୁଡ଼ିକର ଆୟ କେନ୍ଦ୍ରଠାରୁ ମିଳୁଥିବା ଜିଏସ୍‌ଟି ଉପରେ ନିର୍ଭର କରିଥାଏ। ଲକ୍‌ଡାଉନ ଯୋଗୁ ଜିଏସ୍‌ଟି ଆଦାୟ ଉପରେ ନକାରାତ୍ମକ ପ୍ରଭାବ ପଡିଛି। ଏଭଳି ସ୍ଥିତିରେ କେନ୍ଦ୍ର ସମ୍ପୂର୍ଣ୍ଣ ହାତ ଟେକି ଦେଇଥିବା ଜଣାପଡିଛି। କେନ୍ଦ୍ର ଚାହୁଁଛି ଯେ, ରାଜ୍ୟଗୁଡ଼ିକ ବଜାରରୁ ଋଣ ଉଠାନ୍ତୁ। ରାଜସ୍ବ ମାମଲାରେ ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଆଇନଗତ ଲଢ଼େଇ ଆରମ୍ଭ ହୋଇଯାଇଛି। ବଜାରରୁ ଋଣ ଉଠାଇବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି କେରଳ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ତାକୁ ବିରୋଧ କରୁଛନ୍ତି। କେନ୍ଦ୍ର ନିଜର ଦାୟିତ୍ୱକୁ ଠିକ୍‌ ଭାବେ ନିର୍ବାହ କରୁ ବୋଲି ରାଜ୍ୟଗୁଡିକ ଯୁକ୍ତି ବାଢିଛନ୍ତି। କେନ୍ଦ୍ର ବଜାରରୁ ଋଣ କରୁ ଏବଂ ରାଜ୍ୟଗୁଡିକ ଯେଉଁ ରାଜସ୍ବରେ ଯେଉଁ କ୍ଷତି ସହୁଛନ୍ତି ତା’ର ଭରଣା କରୁ ବୋଲି ରାଜ୍ୟଗୁଡିକ ଯୁକ୍ତିରେ କହିଛନ୍ତି। ୨୦୧୭ରେ ଜିଏସ୍‌ଟି କାର୍ଯ୍ୟକାରୀ କରାଯିବା ସମୟରେ କେନ୍ଦ୍ର ସରକାର କହିଥିଲେ ଯେ, ରାଜ୍ୟଗୁଡ଼ିକର ରାଜସ୍ବ ହ୍ରାସକୁ କେନ୍ଦ୍ର ଭରଣା କରିବ। ଆଗାମୀ ୫ ବର୍ଷ ଯାଏ ଏଭଳି ...

ଅକ୍ଟୋବର ୫ରେ ମୋରାଟୋରିୟମ ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଋଣ ମୋରାଟୋରିୟମ ସୁବିଧା ବଢ଼ାଇବା ଏବଂ ଋଣ କିସ୍ତିର ସୁଧ ଉପରେ ସୁଧ ଲାଗୁ ମାମଲାର ସୁପ୍ରିମକୋର୍ଟ ପୁଣି ଥରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ସରକାର ଏହି ପ୍ରସଙ୍ଗ ଉପରେ ବିଚାର କରୁଛନ୍ତି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ସରକାର ନେବା ସମ୍ଭାବନା ରହିଛି। ଏ ନେଇ ଗୁରୁବାର ସୁଦ୍ଧା ସରକାର ସ୍ପଷ୍ଟ କରିବାକୁ ପ୍ରୟାସ କରିବେ। ଅକ୍ଟୋବର ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି। ଏହି ମାମଲାର ଶୁଣାଣି ଶୀଘ୍ର କରିବାକୁ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାଜୀବ ଦତ୍ତା ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଛନ୍ତି। ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ନ୍ୟାୟାଳୟଙ୍କୁ କହିଛନ୍ତି, ଏହି ପ୍ରସଙ୍ଗରେ କିଛି ଆର୍ଥତ୍କ ମାମଲା ଜଡିତ ରହିଛି। ପ୍ରସଙ୍ଗଗୁଡିକୁ ବିଚାରକରିବା ଲାଗି ସମୟର ଆବଶ୍ୟକତା ରହିଛି। ଅକ୍ଟୋବର ପହିଲାରେ ମୋରାଟୋରିୟମ ମାମଲାର ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୩ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ କହିଥିଲେ, ଋଣ କିସ୍ତି ପ୍ରଦାନ କରିବାକୁ ସକ୍ଷମ ହେଉ ନ ଥିବା ଆକାଉଣ୍ଟଗୁଡିକୁ ଆଗାମୀ ୨ ମାସ ଯାଏ ଏନ୍‌ପିଏ ଘୋଷଣା କରା ନ ଯାଉ। ସୋମବାର ହୋଇଥିବା ଶୁଣାଣିରେ ...