Skip to main content

Posts

Showing posts from April, 2021

୩ରୁ ଓଳିକିଆ ବେପାର

ଅନୁଗୋଳ ଅଫିସ, ୩୦।୪ ଅନୁଗୋଳ ଜିଲାରେ କରୋନା ସଂକ୍ରମଣକୁ କିପରି ହ୍ରାସ କରାଯାଇ ପାରିବ ତାହା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଥିବା ବେଳେ ଏବେ ଆଗକୁ ଆସିଛି ଜିଲା ବଣିକ ସଂଘ। କରୋନା ଚେନ୍‌ ଭାଙ୍ଗିବାକୁ ବଜାର ଉପରେ ନିୟନ୍ତ୍ରଣ ଜରୁରୀ ହୋଇଥିବାରୁ ବଣିକ ସଂଘ ପକ୍ଷରୁ ବେପାର ସମୟ ହ୍ରାସ ଦିଗରେ ଚିନ୍ତା କରାଯାଇଥିଲା। ଏପରି କି ଦୈନିକ ଗୋଟିଏ ଓଳି ସକାଳ ୭ରୁ ଅପରାହ୍ନ ୩ଟା ଯାଏ ଦୋକାନ ବଜାର ଖୋଲାଯିବାକୁ ସ୍ଥିର କରାଯିବା ସହ ଏ ନେଇ ଅନ୍ୟ ୨୧ଟି ସଂଘ ସହ ଆଲୋଚନା କରାଯାଇଥିଲା। ଏଥିରେ ସମସ୍ତେ ସହମତ ହେବା ପରେ ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଥିଲା। ପ୍ରଶାସନ ମଧ୍ୟ ଏହାକୁ ଗ୍ରହଣ କରିଛି। ତେଣୁ ଆସନ୍ତା ମେ ୩ ତାରିଖରୁ ୧୬ ତାରିଖ ଯାଏ ଜିଲାର ସମସ୍ତ ଦୋକାନ ବଜାର ଉପରେ ଏହି କଟକଣା ଜାରି କରାଯିବ। ଅନୁଗୋଳ ଜିଲାରେ କରୋନା ସଂକ୍ରମଣ ସ୍ଥିତି ଧୀରେ ଧୀରେ ଭୟଙ୍କର ଆଡ଼କୁ ଗତି କରୁଛି। ବିଶେଷକରି ଗତ ୨୭ତାରିଖ ଠାରୁ ଜିଲାରେ ଦୈନିକ ପଜିଟିଭ୍‌ ସଂଖ୍ୟା ୩ଶହ ଉପରେ ରହୁଛି। ଏହା ଜିଲାବାସୀଙ୍କ ଚିନ୍ତା ବଢ଼ାଇ ଦେଇଥିବାବେଳେ ପ୍ରଶାସନ ଆଖିରୁ ମଧ୍ୟ ନିଦ ଛଡ଼ାଇ ନେଇଛି। ଗତବର୍ଷ ପରି ପ୍ରଶାସନ କଟକଣା ଲାଗୁ କରିଥିଲେ ମଧ୍ୟ ଏହାକୁ ଅଧିକ କଡ଼ାକଡ଼ି ପାଳନ କରୁନାହିଁ। ବିଶେଷକରି ସହର ବଜାର ଓ ଶିଳ୍ପାଞ୍ଚଳରୁ ଅଧିକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ବଜାର ଉପରେ ନିୟନ୍ତ୍ରଣ ରଖିପାରୁ ନାହିଁ। ବ୍ୟବସାୟ ବେଳେ ଗ୍ରାହକଙ୍କ ମଧ୍ୟରେ ...

ପୁଣି କରୋନାରେ ଆଖିବୁଜିଲେ ୧୪ ଆକ୍ରାନ୍ତ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନାରେ ୧୪ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୪୩ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୧୪ ମୃତକଙ୍କ ମଧ୍ୟରୁ କୋରାପୁଟ ଓ ସୁନ୍ଦରଗଡ଼ରୁ ସର୍ବାଧିକ ୩ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାବାତ ଖୋର୍ଦ୍ଧା ଓ ରାୟଗଡ଼ା ଜିଲ୍ଲାରୁ ୨ ଲେଖାଏ ଆକ୍ରାନ୍ତ ଆଖି ବୁଜିଛନ୍ତି। ଗଞ୍ଜାମ, କଳାହାଣ୍ଡି, ନବରଙ୍ଗପୁର ଓ ସମ୍ବଲପୁରରୁ ଜଣେ ଲେଖାଏ କରୋନା ପଜିଟିଭ ବ୍ୟକ୍ତି ପ୍ରାଣ ହରାଇଛନ୍ତି। The post ପୁଣି କରୋନାରେ ଆଖିବୁଜିଲେ ୧୪ ଆକ୍ରାନ୍ତ appeared first on Dharitri Odia News .

ବିକାଶରେ ଲାଗିଛି ଅଙ୍କୁଶ

ଭୁବନ, ୩୦।୪(ଡି.ଏନ.ଏ.) ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ୬ମାସ ହେଲା ମୁରବିବିହୀନ ହୋଇପଡ଼ିଛି। ଏଠାରେ କାର୍ଯ୍ୟ କରୁଥିବା ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳଙ୍କ କରୋନାରେ ମୃତ୍ୟୁ ଘଟିବା ପରେ ୨୦୨୦ ଅକ୍ଟୋବର ୨୫ରୁ ଏହି ପଦବୀ ଖାଲିପଡ଼ିଛି। ତହସିଲଦାର ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ପଦବୀ ପୂରଣ ହେଉ ନ ଥିବାରୁ ନିଷ୍ପତ୍ତି ନେବାରେ ବିଳମ୍ବ ହେଉଛି। ତେଣୁ ବିକାଶନମୂଳକ କାର୍ଯ୍ୟରେ ଅଙ୍କୁଶ ଲାଗିଛି, ଯାହାକୁ ନେଇ ଏନ୍‌ଏସି ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏସିଆ ମହାଦେଶର ସର୍ବବୃହତ୍‌ ଗ୍ରାମର ମାନ୍ୟତା ପାଇଛି ଭୁବନ। ଏହା ଢେଙ୍କାନାଳ ଜିଲା ଅନ୍ୟତମ ବ୍ୟବସାୟିକ ପେଣ୍ଠସ୍ଥଳ ମଧ୍ୟ। ସହରର ପରିଚାଳନା ଦାୟିତ୍ୱ ଏନ୍‌ଏସି ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛି। ଏବେ କୋଭିଡ୍‌ ସମୟରେ ଜନସାଧାରଣଙ୍କୁ ସଚେତନ କରାଇବା, ସମାନ୍ତରାଳ ଭାବେ ସରକାରୀ କାର୍ଯ୍ୟ ତ୍ୱରାନ୍ବିତ କରିବା, ଟିକାକରଣ କାର୍ଯ୍ୟ ଆଗକୁ ନେବାରେ ବିଜ୍ଞପିତ ଅଞ୍ଚଳ ପରିଷଦର ଗୁରୁଦାୟିତ୍ୱ ରହିଛି। ହେଲେ ଏନ୍‌ଏସିର ସରକାରୀ ମୁଖିଆ ପଦବୀ ଖାଲି ପଡ଼ିଥିବାରୁ କରୋନା ପରିଚାଳନା ସମେତ ୧୫ ଓ୍ବାର୍ଡର ଅନ୍ୟ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି। ଅନ୍ୟପଟେ ତହସିଲଦାର ତହସିଲ କାର୍ଯ୍ୟାଳୟ, ସବ୍‌ରେଜିଷ୍ଟ୍ରି କାର୍ଯ୍ୟାଳୟ, ରାଜସ୍ବ ବିଭାଗର ଦାୟିତ୍ୱ ସମ୍ଭାଳୁଛନ୍ତି। ଅତ୍ୟଧିକ କା...

ଚିଙ୍ଗୁଡ଼ି ସହ ୫ ହଜାର ଲାଞ୍ଚ ମାଗି ଏଏସ୍‌ଆଇ ନିଲମ୍ବିତ

ଭଦ୍ରକ ଅଫିସ/ଚାନ୍ଦବାଲି, ୩୦।୪ (ଡି.ଏନ.ଏ.)- ଜଣେ ଅଭିଯୁକ୍ତଙ୍କୁ ଖସାଇ ଦେବା ପାଇଁ ଚିଙ୍ଗୁଡ଼ି ସହ ୫ ହଜାର ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ଭଦ୍ରକ ଜିଲା ଚାନ୍ଦବାଲି ଥାନା ଏଏସ୍‌ଆଇ ହରେକୃଷ୍ଣ ପାଢ଼ୀ ନିଲମ୍ବିତ ହୋଇଛନ୍ତି। ଏଏସ୍‌ଆଇ ପାଢ଼ୀ ଏଭଳି ଲାଞ୍ଚ ମାଗୁଥିବାର ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଚାନ୍ଦବାଲି ଏସ୍‌ଡିପିଓ ଉମାଶଙ୍କର ମହାରଣା ଘଟଣାର ତଦନ୍ତ କରିବାରୁ ଏହି ଅଡିଓର ସତ୍ୟତା ଜଣାପଡ଼ିଥିଲା। ୨୦୧୮ର ଚାନ୍ଦବାଲି ଥାନା ଅଧୀନ ତେନ୍ତୁଲିଡିହି ପଞ୍ଚାୟତର ଏକ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଖସାଇଦେବା ତଥା ମାମଲାକୁ ରଫାଦଫା କରିବା ଲାଗି ଏଏସ୍‌ଆଇ ପାଢ଼ୀ ଲାଞ୍ଚ ମାଗିଥିଲେ। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ଏସ୍‌ପି ଚରଣ ସିଂ ମୀନା ଗୁରୁବାର ତାଙ୍କୁ ନିଲମ୍ବନ କରିଥିବା ସୂଚନା ଦିଆଯାଇଛି। The post ଚିଙ୍ଗୁଡ଼ି ସହ ୫ ହଜାର ଲାଞ୍ଚ ମାଗି ଏଏସ୍‌ଆଇ ନିଲମ୍ବିତ appeared first on Dharitri Odia News .

ଅନୁପ୍ରବେଶକାରୀଙ୍କୁ ସୁହାଉଛି ଜଳପଥ

ବାଲେଶ୍ୱର ଅଫିସ, ୩୦।୪- ବାଲେଶ୍ୱର ଜିଲାରେ ୮୪ କିଲୋମିଟର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ପାଇଁ ୩ଟି ସାମୁଦ୍ରିକ ଥାନା ରହିଛି। ସଦର ବ୍ଲକ ଅନ୍ତର୍ଗତ ବଳରାମଗଡ଼ି ଓ କଷାଫଳ ସାମୁଦ୍ରିକ ଥାନା ଏବଂ ଭୋଗରାଇ ବ୍ଲକ ଅଧୀନ ତାଳସାରୀ ସାମୁଦ୍ରିକ ଥାନା ରହିଛି। ଉକ୍ତ ଥାନାଗୁଡ଼ିକରେ କର୍ମଚାରୀ ଅଭାବରୁ ଅନୁପ୍ରବେଶକାରୀଙ୍କୁ ରୋକିବା ଅସମ୍ଭବ ହୋଇପଡୁଛି। କରୋନାର ଦ୍ୱିତୀୟ ଲହରରେ ସ୍ଥଳପଥ ସିଲ୍‌ କରାଯାଇଥିବା ବେଳେ ଜଳପଥ ସେମାନଙ୍କୁ ବେଶ୍‌ ସୁହାଉଛି। ବିଶେଷ କରି ପଶ୍ଚିମବଙ୍ଗରୁ ବହୁ ଲୋକ ଜଳପଥ ଦେଇ ଓଡ଼ିଶାରେ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି। କରୋନା ଦ୍ୱିତୀୟ ଲହର ପ୍ରଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଓଡ଼ିଶାକୁ ଏବେ ପଶ୍ଚିମବଙ୍ଗ ଓ ବାଂଲାଦେଶ ବହୁ ଅନୁପ୍ରବେଶକାରୀ ମାଛ ଧରିବା ସହ ଜାଲବୁଣା, ବୋଟ୍‌ ମରାମତି କରିବା ଓ ଚାଳକ ଭାବରେ କାମ କରିବା ପାଇଁ ଆସୁଛନ୍ତି। ଏମାନଙ୍କ ମାଧ୍ୟମରେ କରୋନା ଭଳି ମହାମାରୀ ରାଜ୍ୟରେ ଅଧିକ ହେବାରେ ଲାଗିଛି। ବିଶେଷ କରି ସମୁଦ୍ର ଉପକୂଳବର୍ତ୍ତୀ ଭୋଗରାଇ, ବାଲିଆପାଳ, ସଦର, ବାହାନଗା ଓ ରେମୁଣା ବ୍ଲକ ପ୍ରତି ବିପଦ ଦେଖାଦେଇଛି। ୨୦୦୮ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ କେନ୍ଦ୍ରସରକାର ଉପକୂଳ ସୁରକ୍ଷା ପାଇଁ ରାଜ୍ୟସରକାରଙ୍କୁ ସାମୁଦ୍ରିକ ଥାନା ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଏହି ତିନୋଟି ସାମୁଦ୍ରିକ ଥାନା ପ୍ରତିଷ୍ଠା କରିଥିଲେ ରାଜ୍...

ସ୍ତ୍ରୀଙ୍କ ପାଇଁ ହାତ ପାତୁଛନ୍ତି ସ୍ବାମୀ

କୁଆମରା, ୩୦।୪ (ଡି.ଏନ.ଏ.)-କର୍କଟ ରୋଗାକ୍ରାନ୍ତ ସ୍ତ୍ରୀଙ୍କୁ ଭଲ କରିବା ପାଇଁ ସ୍ବାମୀ ବାରଦୁଆର ବୁଲି ବୁଲି ଅର୍ଥ ଭିକ୍ଷା କରୁଛନ୍ତି। ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରି ନ ପାରି ସହାୟତା ପାଇଁ ପ୍ରଶାସନଠାରୁ ଆରମ୍ଭ କରି ବିଭିନ୍ନ ବ୍ୟକ୍ତିଙ୍କଠାରେ ହାତ ପାତିି ଆକୁଳ ନିବେଦନ କରୁଥିବା ଦେଖିବାକୁ ମିଳିଛି। ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ସାଇଁକୁଳା ଗଡସାହି ଗ୍ରାମରେ। ଏହି ଗ୍ରାମର ପ୍ରଫୁଲ୍ଲ ଚନ୍ଦ୍ର ବେହେରାଙ୍କ ସ୍ତ୍ରୀ କଳ୍ପଲତା (୫୦) ଗତ ଜାନୁୟାରୀ ମାସରେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ସ୍ଥାନୀୟ ଡାକ୍ତରଖାନାରେ ମାସେ କାଳ ଚିକିତ୍ସିତ ହେବା ପରେ ରୋଗ ଉପସମ ହେଲା ନାହିଁ। ଫଳରେ ସେ ବାଲେଶ୍ୱର ଡାକ୍ତରଖାନା ଯାଇଥିଲେ। ସେଠାରେ କଳ୍ପଲତାଙ୍କ ପାଟିରେ ଘା’ ଦେଖି ଡାକ୍ତର କ୍ୟାନ୍ସର ବୋଲି କହିବା ପରେ ପ୍ରଫୁଲ୍ଲଙ୍କ ପାଦତଳୁ ମାଟି ଖସି ପଡ଼ିଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ କଳ୍ପଲତାଙ୍କୁ ନେଇ କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ୍‌କୁ ଯାଇଥିଲେ। ସେଠାରେ ୩ ଦିନ ରହି ଚିକିତ୍ସିତ ହୋଇଥିଲେ। ସେଠାରେ ଚିକିତ୍ସାରେ ଅବହେଳା କରାଯିବା ସହ ଅସ୍ତ୍ରୋପଚାର ପାଇଁ ଏକ ଘରୋଇ ହସ୍ପିଟାଲକୁ ପଠାଇ ଦିଆଯାଇଥିବା ପ୍ରଫୁଲ୍ଲ ଅଭିଯୋଗ କରିଛନ୍ତି। ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ପାଖରେ ସମ୍ବଳ ନ ଥିବାରୁ ଶେଷରେ କଳ୍ପଲତାଙ୍କୁ ଘରକୁ ଫେରାଇ ଆଣିଥିଲେ।...

ଘରେ ରେମ୍‌ଡେସିଭିର୍‌ ନ ନେବାକୁ ପରାମର୍ଶ

ନୂଆଦିଲ୍ଲୀ, ୩୦।୪(ପି.ଟି.):ସାମାନ୍ୟ ଏବଂ ମଧ୍ୟମ ଲକ୍ଷଣ ଥିବା କରୋନା ସଂକ୍ରମିତଙ୍କ ହୋମ୍‌ ଆଇସୋଲେଶନ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁବାର ସଂଶୋଧିତ ଗାଇଡ୍‌ଲାଇନ ଜାରି କରିଛି। ଘରେ ରହୁଥିବା ରୋଗୀ ରେମ୍‌ଡେସିଭିର ଇଞ୍ଜେକ୍‌ଶନ ନ ନେବା ପାଇଁ ପରାମର୍ଶ ଦିଆଯାଇଛି। କେବଳ ହସ୍ପିଟାଲରେ ରହୁଥିବା ରୋଗୀଙ୍କୁ ରେମ୍‌ଡେସିଭିର ଦିଆଯାଇପାରିବ। ଘରେ ରହୁଥିବା ସଂକ୍ରମିତଙ୍କଠାରୁ ଅନ୍ୟ କାହାକୁ ଯେପରି ଭୂତାଣୁ ନ ବ୍ୟାପେ ସେଥିପାଇଁ ସେ ସବୁବେଳ ପାଇଁ ତିନି ସ୍ତରୀୟ ମେଡିକାଲ ମାସ୍କ ନିଶ୍ଚୟ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ସଂକ୍ରମିତ ରହୁଥିବା ଘରେ ଉପଯୁକ୍ତ ବାୟୁ ଚଳାଚଳ ହେଉଥିବା ଆବଶ୍ୟକ। ହୋମ୍‌ ଆଇସୋଲେଶନ ଶେଷ ହେବା ପରେ ଆଉ ପରୀକ୍ଷା କରାଇବା ଆବଶ୍ୟକ ନାହିଁ। ଗାଇଡ୍‌ଲାଇନ ଅନୁଯାୟୀ ଯଦି ୭ ଦିନରୁ କମ୍‌ ଜ୍ୱର ଓ କାଶ ଆଦି ଲକ୍ଷଣ ଦେଖାଦିଏ, ତେବେ ଡାକ୍ତରଙ୍କ ପରାମର୍ଶକ୍ରମେ ଓରାଲ ଷ୍ଟେରଏଡ୍‌ର କମ୍‌ ମାତ୍ରା ନେଇପାରିବେ। ସେହିପରି ୬୦ ବର୍ଷରୁ ଊର୍ଦ୍ଧ୍ୱ ଏବଂ ଯେଉଁମାନଙ୍କର ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ୍‌ରୋଗ, ଦୀର୍ଘଦିନର ଫୁସ୍‌ଫୁସ, ଲିଭର କିମ୍ବା କିଡ୍‌ନୀ ରୋଗ ରହିଛି, ସେମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଉପଯୁକ୍ତ ମୂଲ୍ୟାୟନ କରିବା ପରେ ହୋମ୍‌ ଆଇସୋଲୋଶନ ପାଇଁ ଅନୁମତି ଦିଆଯାଇପାରିବ। ଅମ୍ଳଜାନ ସାଚୁରେଶନ ସ୍ତର ହ୍ରାସ ପାଇଲେ ବା ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ ରୋଗୀଙ୍କୁ ତୁରନ...

ଇତିହାସ ରଚିବେ ବିଜୟନ୍‌

ନୂଆଦିଲ୍ଲୀ,୩୦ା୪:ପୂର୍ବାପେକ୍ଷା ଏଥର ଆମେ ଅଧିକ ଆସନରେ ବିଜୟୀ ହେବୁ। ଗୁରୁବାର ରାତିରେ ଏକ୍‌ଜିଟ୍‌ ପୋଲ୍‌ ଫଳ ଆସିବା ପରେ କେରଳ ରାଜଧାନୀ ଥିରୁଭାନନ୍ତପୁରମ୍‌ରେ ଏହା ଥିଲା ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ଙ୍କ ପ୍ରଥମ ମନ୍ତବ୍ୟ। ଏହି ଦକ୍ଷିଣ ଭାରତୀୟ ରାଜ୍ୟରେ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ କ୍ଷମତାସୀନ ହୋଇ ଇତିହାସ ରଚିବାକୁ ଯାଉଥିବା ବିଜୟନ୍‌ କହିଛନ୍ତି, ମେ’ ୨ରେ ଆସିବାକୁ ଥିବା ଫଳାଫଳକୁ ନେଇ କୌଣସି ସନ୍ଦେହ ନାହିଁ। ୨୦୧୬ ବିଧାନସଭା ନିର୍ବାଚନ ତୁଳନାରେ ଏଥର ଭାରତୀୟ କମ୍ୟୁନିଷ୍ଟ ପାର୍ଟି-ମାର୍କ୍ସବାଦୀ(ସିପିଆଇଏମ୍‌) ନେତୃତ୍ୱାଧୀନ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏଲ୍‌ଡିଏଫ୍‌) ଅଧିକ ଆସନ ଦଖଲ କରି ପୁନର୍ବାର କ୍ଷମତାସୀନ ହେବ। ମୁଁ କେରଳର ଜନତାଙ୍କୁ ଜାଣେ। ଏହା ହେଉଛି ମୋର ଆମତ୍ବିଶ୍ୱାସ। ପଶ୍ଚିମବଙ୍ଗ ବିଧାନସଭାର ଅଷ୍ଟମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ବିଭିନ୍ନ ସର୍ବେକ୍ଷଣ ସଂସ୍ଥା ଓ ଜାତୀୟ ଗଣମାଧ୍ୟମ ପକ୍ଷରୁ ଏକ୍‌ଜିଟ୍‌ ପୋଲ ପ୍ରକାଶ ପାଇଛି। ଏଥିରେ ବିଜୟନ୍‌ ଇତିହାସ ରଚିବାକୁ ଯାଉଛନ୍ତି ବୋଲି ଭବିଷ୍ୟବାଣୀ କରାଯାଇଛି। ୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୭୧ ଆସନ ଆବଶ୍ୟକ ଥିବାବେଳେ ୨୦୧୬ରେ ଏଲ୍‌ଡିଏଫ୍‌ ୯୧ ଆସନ ଦଖଲ କରି କ୍ଷମତାସୀନ ହୋଇଥିଲା। କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ୟୁଡିଏଫ୍‌)କୁ ମାତ୍ର ୪୭ ଆସନରେ ସଫଳତା ମିଳିଥିଲା।...

କେନ୍ଦ୍ରୀୟ ବାହିନୀ ଖର୍ଚ୍ଚ ଛାଡ଼ ହେଉ

ଭୁବନେଶ୍ୱର,୩୦ା୪(ବ୍ୟୁରୋ): ଓଡ଼ିଶାରେ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବାହିନୀ (ସିଏପିଏଫ୍‌) ମୁତୟନ ବାବଦ ୪୫୬୧.୨୩ କୋଟି ଟଙ୍କାର ଖର୍ଚ୍ଚ ପଇଠ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦାବି କରିଛି। ହେଲେ ଏହି ଖର୍ଚ୍ଚ ଛାଡ଼ କରିବାକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସିଏପିଏଫ୍‌ ଯବାନ ମୁତୟନ ବାବଦକୁ ମନ୍ତ୍ରଣାଳୟ ୨୦୨୦ ଅକ୍ଟୋବର ୧ ତାରିଖ ଯାଏ ୪୫୬୧.୨୩ କୋଟି ଖର୍ଚ୍ଚ ଦାବି କରିଛି। ଏହି ଖର୍ଚ୍ଚକୁ ପୁନର୍ବିଚାର କରିବାକୁ ୨୦୧୫ରେ ରାଜ୍ୟ ସରକାର ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ। ତେବେ କେବଳ ସ୍ବତନ୍ତ୍ର ପାହ୍ୟା ରାଜ୍ୟ ଯଥା ଉତ୍ତର ପୂର୍ବ ରାଜ୍ୟ, ଜମ୍ମୁ-କଶ୍ମୀର ଏବଂ ହିମାଚଳ ପ୍ରଦେଶ ବ୍ୟତୀତ ଅନ୍ୟ ରାଜ୍ୟଗୁଡ଼ିକୁ ଖର୍ଚ୍ଚ ଛାଡ଼ କରିବା ନେଇ କୌଣସି ବ୍ୟବସ୍ଥା ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜଣାଇ ଦିଆଯାଇଥିଲା। ସମ୍ବଳର ଅଭାବ ହେତୁ କେନ୍ଦ୍ରୀୟ ବାହିନୀ ମୁତୟନ ବାବଦ ଖର୍ଚ୍ଚ ବହନ କରିବା ରାଜ୍ୟ ପକ୍ଷେ ସମ୍ଭବ ହେଉନାହିଁ। ସମଗ୍ର ଦେଶ ପାଇଁ ମାଓବାଦୀ କାର୍ଯ୍ୟକଳାପ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହା ଜାତୀୟ ସଂହତି ପ୍ରତି ବଡ଼ ବିପଦ ହୋଇଛି। ଏହା ଏକ ଜାତୀୟ ସମସ୍ୟା। ଏହାକୁ ମିଳିତ ଭାବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମୁକାବିଲା କରୁଛନ୍ତି। ସୀମିତ ସମ୍ବଳ ସତ୍ତ୍ୱେ ଓଡ଼ିଶା ସ...

ସ୍ଥଗିତ ରହିଲା ଓବିସି ଗଣନା

ଭୁବନେଶ୍ୱର,୩୦ା୪(ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ୟାନ୍ୟ ପଛୁଆବର୍ଗ(ଓବିସି)ଙ୍କ ଲାଗି ହେବାକୁ ଥିବା ସାମାଜିକ ଓ ଶିକ୍ଷାଗତ ସର୍ଭେ କାର୍ଯ୍ୟକୁ ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନ(ଓଏସ୍‌ସିବିସି) ସ୍ଥଗିତ ଘୋଷଣା କରିଛନ୍ତି। ଏହି ସର୍ଭେ କାର୍ଯ୍ୟ ମେ’ ପହିଲାରୁ ହେବାକୁ ଥିଲା। ଏହା ମେ’ ୨୦ ତାରିଖ ଯାଏ ଚାଲିବା ସହ ଜୁନ୍‌ ୧୧ ସୁଦ୍ଧା ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯାଇଥାଆନ୍ତା। ତେବେ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବଢ଼ିଚାଲିଥିବାରୁ କମିଶନ ମେ’ ପହିଲାରୁ ହେବାକୁ ଥିବା ସର୍ଭେ କାର୍ଯ୍ୟକୁ ସାମୟିକ ଭାବେ ସ୍ଥଗିତ କରିଛନ୍ତି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି କମିଶନଙ୍କ ମେମ୍ବର ସେକ୍ରେଟାରୀ ଭି.ଭି. ଯାଦବ କହିଛନ୍ତି। ସଂଶୋଧିତ ସର୍ଭେ କାର୍ଯ୍ୟସୂଚୀ ବିଷୟରେ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୨୦ ଫେବୃୟାରୀରେ ରାଜ୍ୟ ସରକାର ପଛୁଆବର୍ଗଙ୍କ ସର୍ଭେ ପାଇଁ ଓଏସ୍‌ସିବିସି ଗଠନ କରିଥିଲେ।ଏହାର ଅଧ୍ୟକ୍ଷ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରଘୁନାଥ ବିଶ୍ୱାଳ ଥିବାବେଳେ ନଭନୀତା ରଥ, ମିତାଲି ଚିନ୍ନାରା ଏବଂ ପ୍ରସନ୍ନ କୁମାର ପାତ୍ର ସଦସ୍ୟ ରହିଛନ୍ତି। ରାଜ୍ୟ ସରକାର ୧୯୯୩ରେ ଓବିସି କମିଶନ ଗଠନ କରିଥିଲେ। ତେବେ ପ୍ରଥମ କାର୍ଯ୍ୟକାଳ ପରେ ଏହା ଅକାମୀ ହୋଇପଡ଼ିଥିଲା। The post ସ୍ଥଗିତ ରହିଲା ଓବିସି ଗଣନା appeared fir...

ତେନ୍ଦୁଲକର ଦେଲେ ୧ କୋଟି ଟଙ୍କା

ନୂଆଦିଲ୍ଲୀ, ୩୦ା୪ (ପି.ଟି.)-କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ କ୍ରୟ ଲାଗି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଗୁରୁବାର ୧କୋଟି ଟଙ୍କା ଦାନ କରିଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଥିବାରୁ ଦେଶର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଏବେ ସଙ୍କଟରେ ପଡ଼ିଛି। ରୋଗୀଙ୍କୁ ଚିକିତ୍ସା କ୍ଷେତ୍ରରେ ଅକ୍ସିଜେନ ଓ ଗୁରୁତ୍ୱପୂର୍ଣ୍ଣ ଔଷଧର ଅଭାବ ଦେଖାଦେଇଛି। ସମଗ୍ର ଦେଶରେ ହସ୍ପିଟାଲଗୁଡ଼ିକୁ ଜୀବନରକ୍ଷାକାରୀ ଅକ୍ସିଜେନ କନ୍‌ସେନଟ୍ରେଟର୍ସ ଯୋଗାଇ ଦେଉଥିବା ‘ମିଶନ ଅକ୍ସିିଜେନ୍‌’ ନାମକ ସଂସ୍ଥାକୁ ତେନ୍ଦୁଲକର ଏହି ଅର୍ଥ ଦାନ କରିଛନ୍ତି। ସୂଚନାଯୋଗ୍ୟ, ମୁମ୍ବାଇର ଏହି ୪୮ ବର୍ଷୀୟ ବ୍ୟାଟିଂ ଆଇକନ ଗତ ମାସରେ କରୋନା ସଂକ୍ରମିତ ହୋଇଥିଲେ। ଡାକ୍ତରଖାନାରେ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ। ଯୋଗ୍ୟ ବିବେଚିତ ହେବା ମାତ୍ରେ ସେ ପ୍ଲାଜ୍‌ମା ଦାନ କରିବାକୁ ପ୍ରସ୍ତୁତ ବୋଲି ନିକଟରେ ପ୍ରକାଶ କରିଥିଲେ। The post ତେନ୍ଦୁଲକର ଦେଲେ ୧ କୋଟି ଟଙ୍କା appeared first on Dharitri Odia News .

ଆଇପିଏଲ୍‌ରୁ ଓହରିଲେ ଅମ୍ପାୟର ମେନନ

ନୂଆଦିଲ୍ଲୀ, ୩୦ା୪ (ପି.ଟି.)- ଭାରତର ଟପ୍‌ ଅମ୍ପାୟର ନୀତୀନ ମେନନ ଚଳିତ ଆଇପିଏଲ୍‌ରୁ ଓହରିଯାଇଛନ୍ତି। ତାଙ୍କ ପରିବାରର ୨ ସଦସ୍ୟ କୋଭିଡ୍‌ ସଂକ୍ରମଣରେ ଥିବା ଜଣାପଡ଼ିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ ଭାରତରୁ ଅଷ୍ଟ୍ରେଲିଆକୁ ବିମାନଯାତ୍ରା ବନ୍ଦ ଘୋଷଣା ପରେ ଅଷ୍ଟ୍ରେଲୀୟ ଅମ୍ପାୟର ପଲ୍‌ ରିଫେଲ ନିଜ ଦେଶକୁ ଫେରିଯିବା ଚେଷ୍ଟା କରି ବିଫଳ ହୋଇଛନ୍ତି। ଖବର ଅନୁସାରେ ଇନ୍ଦୋର ବାସିନ୍ଦା ମେନନଙ୍କ ସ୍ତ୍ରୀ ଓ ମା’ କରୋନା ସଂକ୍ରମିତ ହୋଇଛନ୍ତି। ଆଇସିସି ଏଲିଟ୍‌ ପ୍ୟାନେଲ ଅଫ୍‌ ଅମ୍ପାୟର୍ସ ତାଲିକାରେ ମେନନ ଏକମାତ୍ର ଭାରତୀୟ। ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ ବେଳେ ତାଙ୍କ କାର୍ଯ୍ୟଦକ୍ଷତାର ଉଚ୍ଚ ପ୍ରଶଂସା କରାଯାଇଥିଲା। ପରିବାରରେ ଦୁଇଜଣ କରୋନାରେ ଆକ୍ରାନ୍ତ ହୋଇଥିବାରୁ ମେନନ ବର୍ତ୍ତମାନ ମାନିସକ ସ୍ତରରେ ମ୍ୟାଚ ପରିଚାଳନା କରିବା ଅବସ୍ଥାରେ ନ ଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ଅଫିସିଆଲ ପ୍ରକାଶ କରିଛନ୍ତି। ଭାରତରେ କରୋନା ମହାମାରୀ ଏହାର କାୟାବିସ୍ତାର କରି ଚାଲିଥିବାରୁ ଅଷ୍ଟ୍ରେଲିଆ ସରକାର ଭାରତରୁ ତାଙ୍କ ଦେଶକୁ ବିମାନ ଚଳାଚଳ ଉପରେ କଟକଣା ଜାରି କରିଛନ୍ତି। ରିଫେଲ ତେଣୁ ଦୋହା ବାଟ ଦେଇ ସ୍ବଦେଶ ଫେରିଯିବାକୁ ଉଦ୍ୟମ କରିଥିଲେ। ନିଜେ ଜଣେ ଅଷ୍ଟ୍ରେଲୀୟ ହୋଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନ ଥିଲା। ରିଫେଲ ବର୍ତ୍ତମାନ ଅହମଦାବାଦସ୍ଥିତ ଏକ ହୋଟେଲରେ ଅବସ୍ଥାନ କରୁଛନ୍...

ଟିକା ପାଇଁ ଚିଠି

ଭୁବନେଶ୍ୱର,୩୦ା୪(ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମଣ ଦ୍ରୁତଗତିରେ ବଢ଼ିଚାଲିଛି। ରାଜ୍ୟରେ ଏପ୍ରିଲ୍‌ ମାସରେ ଏଯାବତ୍‌ ୯୪,୫୯୬ ସଂକ୍ରମଣ ଚିହ୍ନଟ ହେଲେଣି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ବହୁମାତ୍ରାରେ ଟିକା ଆବଶ୍ୟକ ଥିବାରୁ ରାଜ୍ୟ ସରକାର ୨ ଟିକା ଉତ୍ପାଦନକାରୀ ସଂସ୍ଥାକୁ ଚିଠି ଲେଖିଛନ୍ତି। କେଉଁ ପର୍ଯ୍ୟାୟରେ କେତେ ଟିକା ଦରକାର, ସେନେଇ ଗୁରୁବାର ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଏସିଏସ୍‌) ପ୍ରଦୀପ୍ତ କୁମାର ମହାପାତ୍ର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଏବଂ ଭାରତ ବାୟୋଟେକ୍‌କୁ ଚିଠି ଲେଖିଛନ୍ତି। ଉଭୟ ସଂସ୍ଥାରୁ ରାଜ୍ୟ ସରକାର ମୋଟ ୨ କୋଟି ୩୦ଲକ୍ଷ ୩୪ ହଜାର ଟିକା ଆଣିବାକୁ ଅର୍ଡର ଦେଇଛନ୍ତି। ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରୁ ସରକାର ମେ’ ମାସ ପାଇଁ ୪୦ ଲକ୍ଷ, ଜୁନ୍‌, ଜୁଲାଇ ଏବଂ ଅଗଷ୍ଟ ପାଇଁ ମାସିକ ୬୦ ଲକ୍ଷ ଡୋଜ୍‌ କୋଭିଶିଲ୍ଡ କିଣିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ଭାରତ ବାୟୋଟେକ୍‌ଠାରୁ ୧୦ଲକ୍ଷ ୩୪ ହଜାର ଡୋଜ୍‌ କୋଭାକ୍ସିନ ସରକାର କ୍ରୟ ଆଦେଶ ଦେଇଛନ୍ତି। ମେ’ ୩୧ ସୁଦ୍ଧା ୫ ଲକ୍ଷ ଏବଂ ବାକି ୫.୩୪ ଲକ୍ଷ କୋଭାକ୍ସିନ ଡୋଜ୍‌ ଜୁନ୍‌ ୧୫ ସୁଦ୍ଧା ଯୋଗାଇ ଦେବାକୁ ଏସିଏସ୍‌ ଭାରତ ବାୟୋଟେକ୍‌କୁ ଚିଠି ଲେଖି ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ, ମେ’ ପହିଲାରୁ ୧୮ରୁ ୪୪ ବର୍ଷ ବର୍ଗଙ୍କୁ ମାଗଣା ଟିକା ଦେବାକୁ ରାଜ୍ୟ ସରକାର ଘୋଷଣା କ...

ଭାରତୀୟ ମହିଳା କ୍ରିକେଟ ଦଳ: ମୁଖ୍ୟ କୋଚ୍‌ ଦୌଡ଼ରେ ୫ ମହିଳା

ନୂଆଦିଲ୍ଲୀ, ୩୦।୪(ପି.ଟି.)-ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଦୌଡ଼ରେ ୫ ଜଣ ମହିଳା ସାମିଲ ହୋଇଛନ୍ତି। ୨୦୧୭ରୁ ଏହି ପଦରେ ପୁରୁଷ କୋଚ୍‌ ରହି ଆସୁଥିଲେ। ଏଥର ଆବେଦନ କରିଥିବା ମହିଳାଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ଚୟନ କମିଟି ମୁଖ୍ୟ ହେମଲତା କାଲା, ମମତା ମାବେନ, ଜୟା ଶର୍ମା, ସୁମନ ଶର୍ମା ଓ ନୋସିନ ଅଲ୍‌ କାଦିର। ପୁରୁଷଙ୍କ ମଧ୍ୟରେ ବର୍ତ୍ତମାନର କୋଚ୍‌ ଡବ୍ଲ୍ୟୁ.ଭି. ରମଣ ଗତ ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ ପରେ ପୁଣି ଆବେଦନ କରିଛନ୍ତି। ପୂର୍ବରୁ କୋଚ୍‌ ଦାୟିତ୍ୱ ତୁଲାଇ ସାରିଥିବା ରମେଶ ପାଓ୍ବାର, ତୁଷାର ଆରୋଥେ ମଧ୍ୟ ପୁଣି ଏହି ଦୌଡ଼ରେ ସାମିଲ ହୋଇଛନ୍ତି। ସିନିୟର ଖେଳାଳିଙ୍କ ସହ ମତଭେଦ ଯୋଗୁ ଅପ୍ରୀତିକର ପରିସ୍ଥିତିରେ ପାଓ୍ବାର ଓ ଆରୋଥେଙ୍କୁ ପଦ ଛାଡ଼ିବାକୁ ପଡ଼ିଥିଲା। ଚଳିତ ମାସ ୨୬ ଆବେଦନର ଶେଷ ତାରିଖ। ଏହାପରେ ମଦନ ଲାଲଙ୍କ ନେତୃତ୍ୱାଧୀନ କ୍ରିକେଟ ପରାମର୍ଶଦାତା କମିଟି ମୁଖ୍ୟ କୋଚ୍‌ ଚୟନ କରିପାରନ୍ତି। ମହିଳା ଚୟନ କମିଟି ମୁଖ୍ୟ ନୀତୁ ଡେଭିଡ ଜଣେ ମହିଳା ଜାତୀୟ ଦଳର ମୁଖ୍ୟ କୋଚ୍‌ ହୁଅନ୍ତୁ ବୋଲି ଚାହୁଛନ୍ତି। ନ୍ୟୁଜିଲାଣ୍ଡରେ ଆସନ୍ତା ବର୍ଷ ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ନୂଆ କୋଚ୍‌ ଦଳକୁ ପ୍ରସ୍ତୁତ କରିବେ। ”ବିସିସିଆଇ ଏ ପର୍ଯ୍ୟନ୍ତ ସାକ୍ଷାତକାର ତାରିଖ ସ୍ଥିର କରିନାହିଁ। ଏଥିପାଇଁ ଅନୁମତି ମିଳିଲେ ଆମେ ମହିଳା ହେଉ ବା ପୁରୁଷ ଜଣେ ଶ୍ରେଷ୍ଠ ପ୍ରାର୍ଥୀଙ...

ରାଜ୍ୟରେ ଆଜି ରେକର୍ଡ ୮,୬୮୧ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରେ ସର୍ବାଧିକ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ଶୁକ୍ରବାର ରାଜ୍ୟରେ ୮,୬୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ, ଲଗାତାର କିଛି ଦିନ ଧରି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧,୪୦୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବଲାଙ୍ଗିର ଜିଲାରୁ ୪୫୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ାରୁ ୩୦୪, ସୁନ୍ଦରଗଡ଼ରୁ ୭୪୫, ଝାରସୁଗୁଡ଼ାରୁ ୪୧୧, ବରଗଡ଼ରୁ ୪୨୩, କଳାହାଣ୍ଡି ଜିଲାରୁ ୧୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କେନ୍ଦୁଝର ଜିଲାରୁ ୧୬୦, ଅନୁଗୋଳ ଜିଲାରୁ ୩୨୫, ପୁରୀରୁ ୫୧୪, ଗଞ୍ଜାମରୁ ୧୯୮, ନବରଙ୍ଗପୁରରୁ ୩୬୮, କଟକରୁ ୫୭୦, ସମ୍ବଲପୁରରୁ ୪୧୦, ମୟୂରଭଞ୍ଜରୁ ୨୨୦, ନୟାଗଡ଼ରୁ ୧୬୦, ଯାଜପୁରରୁ ୩୨୧, ରାୟଗଡ଼ାରୁ ୧୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଜପତି ଜିଲାରୁ ୧୨୫, କୋରାପୁଟ ଜିଲାରୁ ୧୧୩, ସୁବର୍ଣ୍ଣପୁରରୁ ୯୮, କେନ୍ଦ୍ରପଡାରୁ ୮୫, ଭଦ୍ରକରୁ ୧୦୨, ଦେବଗଡରୁ ୧୦୨ ଷ୍ଟେଟ ପୁଲ- ୨୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୪ ହଜାର ୧୯୪କୁ ବୃଦ୍ଧି ପାଇଛି। ଆକ୍ଟିଭ ୬୧,୬୯୮ ଥିବା ବେଳେ ସୁସ୍ଥ ହେଲେଣି ୩ ଲକ୍ଷ ୭୮୦ ହଜାର ୪୦୦। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। Covid-19 Report For 29th April New Positive ...

ଏଇ ଭାରତରେ

ପେସାରେ ଜଣେ ମେକାନିକାଲ ଇଞ୍ଜିନିୟର ହୋଇ ଡ. ସଲିମ୍‌ ଚାନ୍ନିଓ୍ବାଲା କୃଷକମାନଙ୍କ ଉନ୍ନତି ଲାଗିି ଆଗକୁ ଆସିଛନ୍ତି। ସେ ସୁରଟର ସର୍ଦ୍ଦାର ବଲ୍ଲଭଭାଇ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜିର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇ ୨୦୧୯ରେ ଅବସର ନେବା ପରେ ଏକ ବାୟୋ-ଅର୍ଗାନିକ ଲିକ୍ୟୁଡ୍‌ ଫର୍ଟିଲାଇଜର ବା ଜୈବିକ ତରଳ ସାର ପ୍ରସ୍ତୁତ କରୁଛନ୍ତି। ୧୬ ପ୍ରକାର ମାଇକ୍ରୋନ୍ୟୁଟ୍ରିଣ୍ଟ ଓ ପଙ୍କରୁ ଏହି ସାର ତିଆରି କରୁଛନ୍ତି ସଲିମ୍‌। ପ୍ରତି ଲିଟର ତରଳ ସାରର ଦାମ ରଖିଛନ୍ତି ୬୫ ଟଙ୍କା। ବଜାରରେ ଉପଲବ୍ଧ ରାସାୟନିକ ସାର ମୂଲ୍ୟ ତୁଳନାରେ ଏହାକୁ ୨୦% କମ୍‌ ଦାମରେ ସେ ଚାଷୀମାନଙ୍କୁ ଦେଉଛନ୍ତି। ଏହି ସାରର ବିଶେଷତ୍ୱ ହେଉଛି,ଏହାକୁ ଖେତରେ ପ୍ରୟୋଗ କରିବା ଦ୍ୱାରା ୨୦% ଅଧିକ ଫସଲ ଉପତ୍ାଦନ ହୋଇପାରୁଛି। ସଲିମ୍‌ଙ୍କ ଦ୍ୱାରା ପ୍ରସ୍ତୁତ ସାରକୁ ଉପଯୋଗ କରି ଏବେ ସୁରଟରେ ୪୦୦ କୃଷକ ଉପକୃତ ହେଉଛନ୍ତି। ରାସାୟନିକ ସାର ଓ କୀଟନାଶକ ପ୍ରୟୋଗରେ ପନିପରିବା ଓ ଶସ୍ୟରେ ବଢୁଥିତ୍ବା ବିଷାକ୍ତ ତତ୍ତ୍ୱ ଦୂର କରିବା ପାଇଁ ସେ ଏହା ପ୍ରସ୍ତୁତ କରିଛନ୍ତି ବୋଲି କହନ୍ତି ସଲିମ୍‌। ଏହି ସାର ପ୍ରୟୋଗ କରିବା ଯୋଗୁ କୀଟନାଶକ ବ୍ୟବହାର କରିବାକୁ ପଡୁନାହିଁ। The post ଏଇ ଭାରତରେ appeared first on Dharitri Odia News .

ଚକିତ କରିପାରେ ନନ୍ଦିଗ୍ରାମ

କୋଲକାତା, ୩୦ା୪: ପଶ୍ଚିମବଙ୍ଗରେ ଗୁରୁବାର ୮ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନ ସହ ‘ଖେଳ’ ଶେଷ ହୋଇଛି। ଚୂଡ଼ାନ୍ତ ଇନିଂସରେ ୭୬.୦୭% ମତଦାନ ହୋଇଛି। ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବହୁଚର୍ଚ୍ଚିତ ନନ୍ଦିଗ୍ରାମ ଆସନରେ ଏପ୍ରିଲ ୧ରେ ରେକର୍ଡ ସଂଖ୍ୟକ ୮୮% ମତଦାନ ହୋଇଥିଲା। ବିପୁଳ ମତଦାନ ହାରକୁ ଦେଖି କେତେକ ଗଣମାଧ୍ୟମ ସଂସ୍ଥା ଏହି ହାଇପ୍ରୋଫାଇଲ ସିଟ୍‌ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଚକିତ କରିଦେଇପାରେ ବୋଲି ମତ ଦେଇଛନ୍ତି। ନନ୍ଦିଗ୍ରାମ ଯୁଦ୍ଧଭୂଇଁରେ ମମତାଙ୍କ ବିପକ୍ଷରେ ଥିଲେ ତାଙ୍କ ପୂର୍ବତନ ସେନାପତି ତଥା ଭାଜପା ନେତା ଶୁଭେନ୍ଦୁ ଅଧିକାରୀ। ମମତା ନିଜ ଭବାନୀପୁର ଆସନ ଛାଡ଼ି ନନ୍ଦିଗ୍ରାମ ମଇଦାନକୁ ଆସିଥିବାରୁ ଶୁଭେନ୍ଦୁ ଏଠାରେ ତାଙ୍କୁ କଡ଼ା ଟକ୍କର ଦେଇଥିବା କୁହାଯାଉଛି। ଏହି ନିର୍ବାଚନମଣ୍ଡଳୀର ୭୦% ମତଦାତା ହିନ୍ଦୁ। ସ୍ଥାନୀୟ ବିଧାୟକ ଶୁଭେନ୍ଦୁ ଓ ତାଙ୍କ ସପକ୍ଷରେ ପ୍ରଚାର କରିବାକୁ ଆସିଥିବା ଭାଜପାର କେନ୍ଦ୍ରୀୟ ନେତାମାନେ ଏଠାରେ ହିନ୍ଦୁତ୍ୱ କାର୍ଡ ଖେଳି ମମତାଙ୍କୁ ପଛରେ ପକାଇବାକୁ ଉଦ୍ୟମ କରିଛନ୍ତି। ତେଣୁ ଦିଦିଙ୍କୁ ନନ୍ଦିଗ୍ରାମରେ ପରାଜୟର ମୁହଁ ଦେଖିବାକୁ ପଡ଼ିପାରେ ବୋଲି ଇଣ୍ଡିଆ ଟିଭି ଭବିଷ୍ୟବାଣୀ କରିଛି। The post ଚକିତ କରିପାରେ ନନ୍ଦିଗ୍ରାମ appeared first on Dharitri Odia News .

ଜିଭ କାମୁଡ଼ିବା

ଡ. ସୁବାସ ଚନ୍ଦ୍ର ପାତ୍ର ଜିଭ ମଣିଷ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଦୈନନ୍ଦିନ କଥୋପକଥନରେ ଜିଭ ଶବ୍ଦର ମଧ୍ୟ ବ୍ୟାପକ ବ୍ୟବହାର ପରିଲକ୍ଷିତ ହୁଏ। କେତେ ରୂଢ଼ି, ସଂଳାପ, ବାକ୍‌ଚାତୁରି ଏହି ଜିଭ ଶବ୍ଦକୁ ନେଇ ସମୃଦ୍ଧ। ଅବଶ୍ୟ ଜିଭ ଓ ଦାନ୍ତର ସମ୍ପର୍କକୁ ନେଇ ଆମ ଭାଷା, ସାହିତ୍ୟ, ସଂସ୍କୃତି ଓ ସମାଜ ବେଶ୍‌ ମୁଖର ଯଦିଓ ବିଜ୍ଞାନ ଏ ବାବଦରେ ଭିନ୍ନ କଥା କହେ। ଜିଭ ଦାନ୍ତର ସମ୍ପର୍କ ପ୍ରାୟତଃ ଅହିଂସ, କିନ୍ତୁ ବେଳେବେଳେ ଦାନ୍ତ ଜିଭପ୍ରତି ହିଂସାତ୍ମକ ଆଚରଣ କରେ। ବିଜ୍ଞାନ ଏହାର ବ୍ୟାଖ୍ୟା କରି କହେ ଯେ, ପ୍ରକୃତରେ ଏ ଦୁହିଁଙ୍କ ଭିତରେ ଥିବା ସୁସଂହତ ସମ୍ପର୍କ ଅବା ସାମୟିକ ବିଚ୍ୟୁତି ପାଇଁ ଏମାନେ ଦାୟୀ ନୁହନ୍ତି। ମସ୍ତିଷ୍କରେ ଥିବା ନିଉରନମାନେ ଜିଭ ଓ ଦାନ୍ତର ସୁସଂହତ ଗତିକୁ ନିୟନ୍ତ୍ରଣ କରନ୍ତି, ଯାହାଫଳରେ ନରମ ଜିଭଟି ଧାରୁଆ ଦାନ୍ତ ହାବୁଡ଼ରେ ପଡ଼ି ଖାଦ୍ୟ ପାଲଟି ପାକସ୍ଥଳୀ ମଧ୍ୟକୁ ଯାଏ ନାହିଁ। ବେଳେବେଳେ ଏହି ନିଉରନମାନଙ୍କ କାର୍ଯ୍ୟଧାରା ଶର୍ଟ ସର୍କିଟର ଶିକାର ହୁଏ; ଯାହାଫଳରେ ବିଚରା ଜିଭଟି କୌଣସି ଏକ ଦାନ୍ତର ଆକ୍ରମଣରେ କ୍ଷତିଗ୍ରସ୍ତ ହୁଏ, ଯାହାକୁ ଆମେ ଜିଭ କାମୁଡ଼ିବା କହୁଁ ଏବଂ ଏହାକୁ ବିଭିନ୍ନ ରୂପରେ ଚିତ୍ରଣ କରୁ। କେହି କେହି ଏହାକୁ ଅନ୍ୟମନସ୍କତା, ଉଦ୍‌ବିଗ୍ନତା, ମାନସିକ ଚାପର ପରିଣାମ ବୋଲି କହନ୍ତି। ତେବେ ଜିଭ ଓ ଦାନ୍ତର ଏ ପ୍ରକାର ଅନିୟନ୍ତ୍ରିତ ଓ ଅନିଚ୍ଛାକୃତ ସମ୍ପର୍କ ଆମ ଭାଷା, ସାହ...

ଏକ୍‌ଜିଟ୍‌ ପୋଲ୍‌ରେ ମମତାଙ୍କ ହ୍ୟାଟ୍ରିକ୍‌

ନୂଆଦିଲ୍ଲୀ,୩୦ା୪:ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ହ୍ୟାଟ୍ରିକ୍‌ ବିଜୟ ହାସଲ କରି ପୁଣି ଥରେ ଶାସନ କରିପାରେ। ଏହାସହ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। କେରଳରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ ଲଗାତର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନ ଦଖଲ କରି ଇତିହାସ ରଚିବାକୁ ଯାଉଛନ୍ତି। ତାମିଲନାଡୁରେ କ୍ଷମତା ପରିବର୍ତ୍ତନ ହେବ। ଦକ୍ଷିଣ ଭାରତର ଏହି ପ୍ରମୁଖ ରାଜ୍ୟରେ ଦ୍ରାବିଡ ମୁନେତ୍ରା କାଜାଗାମ (ଡିଏମ୍‌କେ) ଅଧ୍ୟକ୍ଷ ଏମ୍‌.କେ. ଷ୍ଟାଲିନ୍‌ଙ୍କ ବହୁଦିନର ସ୍ବପ୍ନ ସାକାର ହେବାକୁ ଯାଉଛି। ଏଠାରେ ଆକସ୍ମିକ ମୁଖ୍ୟମନ୍ତ୍ରୀ ଇ.କେ. ପାଲାନିସ୍ବାମୀଙ୍କ ନେତୃତ୍ୱକୁ ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି। ଅନ୍ୟପକ୍ଷେ ଆସାମରେ ଭାଜପା ପୁନର୍ବାର କ୍ଷମତାକୁ ଫେରିପାରେ। ଗୁରୁବାର ପଶ୍ଚିମବଙ୍ଗରେ ଅଷ୍ଟମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ବୁଥ୍‌ ଫେରନ୍ତା ଭୋଟରଙ୍କଠାରୁ ସଂଗୃହୀତ ମତକୁ ନେଇ ରାତି ପ୍ରାୟ ୭ଟାରେ ବିଭିନ୍ନ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ପ୍ରକାଶିତ ଏକ୍‌ଜିଟ୍‌ ପୋଲ୍‌ରୁ ଏହା ଅନୁମାନ କରାଯାଉଛି। ବ୍ୟାପକ କୋଭିଡ୍‌ କଟକଣା ଓ ସୁରକ୍ଷା ବନ୍ଦୋବସ୍ତ ମଧ୍ୟରେ ଶେଷ ହୋଇଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ୨୯୪ ଆସନ ମଧ୍ୟରୁ ୨୯୨ ସିଟ୍‌ରେ ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ମଧ୍ୟରେ ମତଦାନ ଶେଷ ହୋଇଥିବାବେଳେ ଅବଶିଷ୍ଟ ୨ ଆସନରେ ମେ’ ୧୬ରେ ଭୋ...

ବିକାଶ ଆକଳନର ନୂଆ ମାନଦଣ୍ଡ

ମ୍ୟାକ୍ସଓ୍ବେଲ ଗୋମେରା ବିଶ୍ୱର ପ୍ରାୟ ୧୫ କୋଟିରୁ ଊର୍ଦ୍ଧ୍ୱ ଲୋକ କରୋନା ମହାମାରୀରେ ପୀଡ଼ିତ। ଏହି ସଂଖ୍ୟା କାନାଡା, ଫ୍ରାନ୍ସ ଓ ଇଂଲଣ୍ଡର ମୋଟ ଜନସଂଖ୍ୟା ସହ ପାଖାପାଖି ସମାନ। ଗତ ବର୍ଷେ ହେଲାଣି ଉକ୍ତ ମହାମାରୀ ସମସ୍ତଙ୍କୁ ଦାରିଦ୍ର୍ୟ ଭିତରକୁ ଠେଲି ଦେଇଛି। ଫଳରେ କେତେକ ସରକାର କୋଭିଡ୍‌ -୧୯ ମୁକାବିଲା ଲାଗି ଅଭୂତପୂର୍ବ ଭାବେ ପ୍ରଚୁର ଅର୍ଥ ବ୍ୟୟ କରୁଛନ୍ତି। ମହାମାରୀଜନିତ ପରିସ୍ଥିତିରେ ଉଦ୍ଧାର ଏବଂ ପ୍ରୋତ୍ସାହନ ବାବଦରେ କେବଳ ୨୦୨୦ରେ ୧୪.୬ ଟ୍ରିଲିଅନ୍‌ ଡଲାରର ଆର୍ଥିକ ପ୍ୟାକେଜ ଘୋଷଣା କରାଯାଇଛି। କିନ୍ତୁ ମିଳିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି) ଓ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟର ଏକ ଅଧ୍ୟୟନଭିତ୍ତିକ ରିପୋର୍ଟ ସୂଚିତ କରିଛି ଯେ ,କୋଭିଡ୍‌ ଜନିତ କ୍ଷତି ଭରଣା କରି ପରିସ୍ଥିତି ସୁଧାରିବା ପାଇଁ ଯାହା ନିବେଶ କରାଯାଇଛି ସେଥିମଧ୍ୟରୁ ମାତ୍ର ୧୮ ପ୍ରତିଶତ ‘ଗ୍ରୀନ୍‌’ ଅର୍ଥାତ ପରିବେଶ ଉପଯୋଗୀ । ଏହା ହିଁ ସମସ୍ୟା। ବିଭିନ୍ନ ଦେଶର ସରକାର ଶୀଘ୍ର ଆର୍ଥିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ଚାହୁଁଥିବାରୁ ସେମାନଙ୍କୁ ମାନବ ପ୍ରଗତି ଓ କଲ୍ୟାଣର ମାନଦଣ୍ଡ ବଦଳାଇବାକୁ ହେବ। ନ ହେଲେ ସେମାନେ କରୁଥିବା ବିପୁଳ ନିବେଶ ବ୍ୟାପକ ତାରତମ୍ୟ ସୃଷ୍ଟି କରିବ ଏବଂ ଏହା ପରିବେଶର କ୍ଷତିକରିବ। ଏଭଳି କ୍ଷତି କୋଭିଡ୍‌ -୧୯ ଲାଗି ଭିତ୍ତି ସୃଷ୍ଟି କରିଛି। ଅବକ୍ଷୟମୁଖୀ ପରିବେଶ ଓ ବନ୍ୟଜନ୍ତୁ ତଥା ମଣିଷ ମଧ୍ୟରେ ବଢ...

ଅମୃତ ସମାନ ଅମ୍ଳଜାନ

ବୈଷ୍ଣବ ମେହେର ମାନବ ସମାଜକୁ ଭୟ ଓ ଆତଙ୍କ ଭିତରେ ରଖିଥିବା କରୋନାର ଦ୍ୱିତୀୟ ଲହର ଦିନକୁଦିନ ସାଂଘାତିକ ରୂପ ନେବାରେ ଲାଗିଛି l ବିଶେଷଜ୍ଞଙ୍କ ଆକଳନ ଅନୁସାରେ ମେ’ ମାସ ଶେଷ କିମ୍ବା ଜୁନ୍‌ ପ୍ରଥମାର୍ଦ୍ଧରେ ସଂକ୍ରମଣର ଲହର ଶୀର୍ଷ ଛୁଇଁବ l ଅର୍ଥାତ ସଂକ୍ରମଣ ମାତ୍ରା ଆସନ୍ତା କିଛି ସପ୍ତାହ ଯାଏ ଅଧିକ ପ୍ରଖର ହେବ l ଏବେ ଗୁରୁତର ରୋଗୀଙ୍କ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଆନୁଷଙ୍ଗିକ ବ୍ୟବସ୍ଥାରେ ଘୋର ସମସ୍ୟା ଦେଖାଦେଉଛି l ଦେଶରେ କେବଳ ଟିକା ଅଭାବ ନୁହେଁ ଅନେକ ସ୍ଥାନରେ ବେଡ୍‌, ଔଷଧ, ଭେଣ୍ଟିଲେଟର, ଆଇସିୟୁର ଅଭାବ ସହ ବିଶେଷକରି ଜୀବନ ରକ୍ଷାକାରୀ ଅମ୍ଳଜାନର ଅଭାବ ଏକ ଅଭାବନୀୟ ସ୍ଥିତି ସୃଷ୍ଟି କରୁଛି l କରୋନାରେ ଆକ୍ରାନ୍ତ ରୋଗୀ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ସୃଷ୍ଟି ହେବା କରୋନାର ମୁଖ୍ୟ ଓ ଗୁରୁତର ଲକ୍ଷଣ ବୋଲି କୁହାଯାଉଛି l ତେଣୁକରି ଗୁରୁତର କରୋନା ରୋଗୀଙ୍କୁ ଭେଣ୍ଟିଲେଟର ସୁବିଧା ଦେବା ନିହାତି ଆବଶ୍ୟକ ହୋଇଥାଏ l ଭେଣ୍ଟିଲେଟର ଶରୀରର ଫୁସ୍‌ଫୁସ ସହ କାମ କରିଥାଏ l ଭେଣ୍ଟିଲେଟର ସହିତ ସଂଲଗ୍ନ ଗ୍ୟାସ୍‌ ଟ୍ୟୁବ ମାଧ୍ୟମରେ କରୋନା ଆକ୍ରାନ୍ତଙ୍କୁ କୃତ୍ରିମ ଉପାୟରେ ଆବଶ୍ୟକ ଅମ୍ଳଜାନ ଯୋଗାଇ ଦିଆଯାଇଥାଏ l ଫଳରେ କରୋନା ଆକ୍ରାନ୍ତଙ୍କ ଦେହରେ ଆବଶ୍ୟକ ଅମ୍ଳଜାନ ପହଞ୍ଚି ପାରିଥାଏ। ବର୍ତ୍ତମାନ ଏତେସଂଖ୍ୟକ କରୋନା ରୋଗୀଙ୍କ ଶ୍ୱାସ ପ୍ରକ୍ରିୟାକୁ ସ୍ବାଭାବିକ ରଖିବା ପାଇଁ ପର୍ଯ୍ୟାପ୍ତ ପରିମା...

ଚକୋଲେଟ୍‌ ଚୋରି କରି ପୁଣି ଅଡୁଆରେ ପାକିସ୍ତାନ ରାଜନେତା

ଇସଲାମାବାଦ୍‌: ପାକିସ୍ତାନକୁ ପୁଣି ଥରେ ଲଜ୍ଜିତ ହେବାକୁ ପଡ଼ିଛି। ଦକ୍ଷିଣ କୋରିଆରେ ପାକିସ୍ତାନର ଦୁଇ ରାଜନେତା ଚୋରି କରିଥିବା ବେଳେ ଧରା ପଡ଼ିଛନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଦୁଇ ନେତା କୌଣସି ବଡ଼ ଜିନିଷ ଚୋରି କରିନାହାନ୍ତି। ଚକୋଲେଟ୍‌ ଏବଂ ଟୋପି ଚୋରି କରିଛନ୍ତି। ସିସିଟିଭିରେ ଏହି ଚୋରି ଘଟଣା କଏଦ ହୋଇଛି। ଏହି ଘଟଣାରେ ଲୋକେ ପାକିସ୍ତାନକୁ ଖୁବ୍‌ ଗାଳି କରୁଛନ୍ତି। ଏହା ପାକିସ୍ତାନୀ ରାଜନେତାଙ୍କ ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ପାକିସ୍ତାନ ନିଜ ଦେଶର କିଛି ଅସାଧୁ ବ୍ୟକ୍ତିବିଶେଷଙ୍କ ପାଇଁ ଅପମାନିତ ହୋଇ କ୍ଷମା ମାଗି ସାରିଛି। ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଦୂତାବାସର ଦୁଇ କର୍ମଚାରୀ ଦକ୍ଷିଣ କୋରିଆରେ ୧୯୦୦ ବର୍ନ ଚକୋଲେଟ୍‌ ଚୋରି କରିଥିବା ଅଭିଯୋଗ ହୋଇଛି। ସେହିପରି ୧୧୦୦ ଟୋପି ମଧ୍ୟ ଚୋରି କରିଛନ୍ତି। ଚୋରି ସମ୍ପର୍କରେ ଷ୍ଟୋର ମାଲିକ ମାମଲା ଦାୟର କରିଥିଲେ। ପୋଲିସ ସିସିଟିଭି ଯାଞ୍ଚ କରିଥିଲା। ଏଥିରୁ ଜଣାପଡ଼ିଥିଲା ଚୋର ଆଉ କେହି ନୁହନ୍ତି, ପାକିସ୍ତାନର ହିଁ ଅଟନ୍ତି। ଏଥିରେ ଦୁଇ ଅଭିଯୁକ୍ତ ଗିରଫ ହୋଇନାହାନ୍ତି ମାତ୍ର ସମଗ୍ର ବିଶ୍ୱରେ ପାକିସ୍ତାନକୁ ଲଜ୍ଜିତ ହେବାକୁ ପଡ଼ିଛି। ତେବେ ପାକିସ୍ତାନ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଆସିନାହିଁ। The post ଚକୋଲେଟ୍‌ ଚୋରି କରି ପୁଣି ଅଡୁଆରେ ପାକିସ୍ତାନ ରାଜନେତା appeared first on Dharitri Odia News .

ଭୁବନେଶ୍ୱର, କଟକ ପାଇଁ ଚିନ୍ତା ବଢ଼ିଲା: ଗୋଷ୍ଠୀ ସଂକ୍ରମଣ ସ୍ଥିତି

ଭୁବନେଶ୍ୱର, ୨୯।୪(ବ୍ୟୁରୋ): ରାଜ୍ୟରେ ବଢ଼ିବାରେ ଲାଗିଛି କରେନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୮,୩୮୬ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୦ଜଣଙ୍କ ମୃତ୍ୟୁ ଘଟିଛି। ଏଥିରୁ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧,୮୪୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କେବଳ ରାଜଧାନୀରୁ ରହିଛନ୍ତି ୧,୦୦୪। ସେହିପରି କଟକ ଜିଲାରେ ୪୯୬ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ଓ କଟକରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି ବୋଲି କହିଛନ୍ତି ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର। ସେ କହିଛନ୍ତି, କଟକ ଓ ଭୁବନେଶ୍ୱରରେ ସଂକ୍ରମଣ ଅଧିକ ବଢ଼ୁଛି। ଜଣେ ଲୋକ ଏକାଧିକ ଲୋକଙ୍କୁ ସଂକ୍ରମଣ କରୁଛନ୍ତି। ଯେଉଁ କାରଣରୁ କମ୍ୟୁନିଟି ଟ୍ରାନ୍ସମିଶନ୍‌ ବା ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି। ଯେହେତୁ ଭୁବନେଶ୍ୱରକୁ ଏକାଧିକ ଲୋକ ବାହାରୁ ଆସୁଛନ୍ତି ସେଥିପାଇଁ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି ବୋଲି ସେ କହିଛନ୍ତି। ଭୁବନେଶ୍ୱର ମାର୍କେଟ ବିଲ୍‌ଡିଂରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଯୋଗୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଏବଂ କମିଶନରେଟ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବୁଧବାର ରାତିରୁ ୪୮ଘଣ୍ଟା ପାଇଁ ସିଲ୍‌ କରାଯାଇଛି। ଫଳରେ ଏହା ଶୁକ୍ରବାର ରାତି ପର୍ଯ୍ୟନ୍ତ ଲାଗୁ ରହିବ। ଶନିବାର ଓ ରବିବାର ସପ୍ତାହାନ୍ତ ଶଟ୍‌ଡାଉନ ଥିବାରୁ ସୋମବାର ମାର୍କେଟ ବିଲ୍‌ଡିଂ ଖୋଲିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଯେଉଁଭଳି ଭା...

ଆଜି ବି ୬ ହଜାର ଉପରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ଗୁରୁବାର ରାଜ୍ୟରେ ୬୯୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ, ଲଗାତାର କିଛି ଦିନ ଧରି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବଲାଙ୍ଗିର ଜିଲାରୁ ୨୩୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ାରୁ ୪୨୦, ସୁନ୍ଦରଗଡ଼ରୁ ୪୭୪, ଝାରସୁଗୁଡ଼ାରୁ ୩୯୬, ବରଗଡ଼ରୁ ୩୩୦, କଳାହାଣ୍ଡି ଜିଲାରୁ ୨୯୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କେନ୍ଦୁଝର ଜିଲାରୁ ୧୬୦, ଅନୁଗୋଳ ଜିଲାରୁ ୩୨୫, ପୁରୀରୁ ୨୮୮, ଗଞ୍ଜାମରୁ ୧୨୮, ନବରଙ୍ଗପୁରରୁ ୨୫୫, କଟକରୁ ୫୧୭, ସମ୍ବଲପୁରରୁ ୩୨୩, ମୟୂରଭଞ୍ଜରୁ ୩୦୮, ନୟାଗଡ଼ରୁ ୧୨୧, ଯାଜପୁରରୁ ୨୨୬, ରାୟଗଡ଼ାରୁ ୧୮୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଜପତି ଜିଲାରୁ ୧୨୧, କୋରାପୁଟ ଜିଲାରୁ ୫୭, ସୁବର୍ଣ୍ଣପୁରରୁ ୧୩୧, ଷ୍ଟେଟ ପୁଲ- ୧୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୩୫ ହଜାର ୫୧୩କୁ ବୃଦ୍ଧି ପାଇଛି। ଆକ୍ଟିଭ ୫୭୭୧୦ ଥିବା ବେଳେ ସୁସ୍ଥ ହେଲେଣି ୩ ଲକ୍ଷ ୭୫ ହଜାର ୭୨୧। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। Covid-19 Report For 28th April New Positive Cases: 6998 In quarantine: 4054 Local contacts...

ଏଲ୍‌ଏନ୍‌ଜିକୁ ଏଲ୍‌ଏମ୍‌ଓ ଟ୍ୟାଙ୍କରରେ ପରିଣତ କଲା ଆଇଓସିଏଲ୍‌

ଭୁବନେଶ୍ୱର,୨୯।୪: ମେଡିକାଲ ଅକ୍ସିଜେନ ଯୋଗାଣକୁ ନଜରରେ ରଖି ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ୍‌ (ଆଇଓସିଏଲ୍‌) ପକ୍ଷରୁ ଏହାର ଅବ୍ୟବହୃତ ଏଲ୍‌ଏନ୍‌ଜି ଟ୍ୟାଙ୍କରକୁ ମେଡିକାଲ ଅକ୍ସିଜେନ ଟ୍ୟାଙ୍କର ଭାବେ ରୂପାନ୍ତରିତ କରାଯାଇଛି। ମହାମାରୀ ଲଢ଼େଇରେ ସାମିଲ ହୋଇ ସହଯୋଗର ହାତ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ା ପ୍ରଥମ ପର୍ଯ୍ୟାୟରେ ଏଲ୍‌ଏମ୍‌ଓ ଲୋଡ୍‌ ଯୁକ୍ତ ଏଲ୍‌ଏନ୍‌ଜି ଟ୍ୟାଙ୍କରକୁ ବୋକାରୋରୁ ବିହାରର ପାଟନାକୁ ପଠାଯାଇଛି। ଆଗାମୀ ଦିନରେ କମ୍ପାନୀ ଆଉ ୨୯ଟି ଅବ୍ୟବହୃତ ଏଲ୍‌ଏନ୍‌ଜି ଟ୍ୟାଙ୍କରକୁ ମେଡିକାଲ ଅକ୍ସିଜେନ ଟ୍ୟାଙ୍କର ଭାବେ ବ୍ୟବହାର କରିବ। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ଓଡ଼ିଶାର ୭ଟି ସ୍ଥାନ ସମେତ ଦେଶର ୯୩ଟି ସ୍ଥାନରେ ପ୍ରେସର ସ୍ବିଇଂ ଆଜର୍ପସନ (ପିଏସ୍‌ଏ) ମେଡିକାଲ ଅକ୍ସିଜେନ୍‌ ଜେନେରେଶନ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ନିକଟରେ ନିଷ୍ପତ୍ତି ନିଆଯାଇଛି। ସେହିଭଳି ଓଡ଼ିଶାରେ ଇଣ୍ଡିଆନ ଅଏଲ ପକ୍ଷରୁ ୩ଟି, ଏଚ୍‌ପିସିଏଲ୍‌ ଦ୍ୱାରା ୨ଟି ଏବଂ ପେଟ୍ରୋନେଟ୍‌ ଏଲ୍‌ଏନ୍‌ଜି ଦ୍ୱାରା ୨ଟି ଅକ୍ସିଜେନ୍‌ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଛି। The post ଏଲ୍‌ଏନ୍‌ଜିକୁ ଏଲ୍‌ଏମ୍‌ଓ ଟ୍ୟାଙ୍...

ଆଇପିଏଲ୍‌-୧୪: ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ମୁମ୍ବାଇ

ନୂଆଦିଲ୍ଲୀ,୨୯।୪(ପି.ଟି.): ଗତଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୪ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ଭେଟିବ। ସ୍ଥାନୀୟ ଅରୁଣ ଜେଟ୍‌ଲି ଷ୍ଟାଡିୟମରେ ଗୁରୁବାର ଅପରାହ୍ନରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଜିତି ମୁମ୍ବାଇ ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ରହିଛି। ମିଡ୍‌ଲ ଅର୍ଡରରେ ଥିବା ସମସ୍ୟାର ସମାଧାନ କରିବାକୁ ମୁମ୍ବାଇ ପ୍ରୟାସ କରିବ। ଅନ୍ୟପଟେ ଅସ୍ଥିର ପ୍ରଦର୍ଶନ କରୁଥିବା ରାଜସ୍ଥାନ ମଧ୍ୟ ବିଜୟୀ ହୋଇ ଟ୍ରାକ୍‌କୁ ଫେରିବାକୁ ଚେଷ୍ଟା କରିବ। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ କ୍ରମାଗତ ୨ଟି ମ୍ୟାଚ୍‌ରେ ପରାଜୟ ବରଣ କରିଛି। ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଠାରୁ ୨ ଉଇକେଟରେ ପରାସ୍ତ ହୋଇଥିଲା। ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ରେ ମୁମ୍ବାଇ କୋଲକାତା ନାଇଟ ରାଇଡର୍ସକୁ ୧୦ ଓ ସନରାଇଜର୍ସ ହାଇଦ୍ରାବାଦକୁ ୧୩ ରନରେ ପରାସ୍ତ କରିଥିଲା। କିନ୍ତୁ ଏହାପରେ ମୁମ୍ବାଇର ଲୟ ବିଗିଡି ଯାଇଥିଲା। ଦଳ ଚତୁର୍ଥ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୬ ଉଇକେଟରେ ଓ ପଞ୍ଜାବ କିଙ୍ଗ୍ସଠାରୁ ୯ ଉଇକେଟରେ ହାରିଥିଲା। ୫ଟି ମ୍ୟାଚ୍‌ ଖେଳି ମୁମ୍ବାଇ ୨ ବିଜୟ ଓ ୩ ପରାଜୟ ସହ ୪ ପଏଣ୍ଟ ହାସଲ କରି ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟପଟେ ସଞ୍ଜୁ ସାମ୍‌ସନଙ୍କ ରାଜସ୍ଥାନ ମଧ୍ୟ ୫ଟି ମ୍ୟାଚ୍‌ ଖେଳି ୨ଟି ବିଜୟ ହାସଲ କରିବା ସହ ୩ଟି ପରାଜୟ ବର...

ପିପିଇ କିଟ୍‌ ପିନ୍ଧି ବରଯାତ୍ରୀରେ ନାଚିଲେ ଆମ୍ବୁଲାନ୍ସ ଡ୍ରାଇଭର, କହିଲେ…

କରୋନା ମହାମାରୀ ସମୟରେ ଦେଶର ପ୍ରତ୍ୟେକ ବ୍ୟକ୍ତି ଭୟ ଆଉ ଚିନ୍ତାରେ ରହିଛନ୍ତି। ଏହି ମହାମାରୀ ଯୋଗୁ ଲୋକେ ପୁଣି ଥରେ ଘରେ ବସିବାକୁ ବାଧ୍ୟ ହେଲେ। ମାତ୍ର କିଛି ଲୋକ ଦିନ ରାତି କରୋନା ରୋଗୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି। ଡାକ୍ତର, ନର୍ସ, ପୋଲିସ, ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ପିପିଇ କିଟ୍‌ ପିନ୍ଧି ଲୋକଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଏବେ ଏମିତି ଜଣେ କରୋନା ଯୋଦ୍ଧାଙ୍କ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏମିତି ଦେଖିବାକୁ ମିଳିଛି ଉତ୍ତରାଖଣ୍ଡରେ। ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଆମ୍ବୁଲାନ୍ସ କର୍ମଚାରୀଙ୍କ କାମ ବି ବଢ଼ିଯାଇଛି। ଏମାନେ ସବୁବେଳେ ମାନସିକ ଏବଂ ଶାରୀରିକ କଷ୍ଟ ପାଉଛନ୍ତି। ଏଠାକାର ଜଣେ ଆମ୍ବୁଲାନ୍ସ କର୍ମଚାରୀ ବର ପ୍ରୋସେଶନ ଯାଉଥିବା ସମୟରେ ନିଜକୁ ରୋକି ପାରିଲେନି। ଗାଡ଼ି ଅଟକାଇ ସେହି ପିପିଇ କିଟ୍‌ ପିନ୍ଧି ବରଯାତ୍ରୀଙ୍କ ସହ ନାଚିଲେ। ଏହା ଦେଖି ଲୋକେ ଡରିଯିବା ସହ ତାଙ୍କଠାରୁ ଦୂରକୁ ଘୁଞ୍ଚିଗଲେ। ମହେଶ ନାମକ ଏହି ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ପଚାରିବାରୁ ସେ କହିଲେ, ଦିନରାତି ରୋଗୀ ବୋହି ବୋହି ଥକି ପଡ଼ିଥିଲି। ବ୍ୟାଣ୍ଡ ବାଜାର ଶବ୍ଦ ଶୁଣି ନିଜକୁ କଣ୍ଟ୍ରୋଲ କରିପାରିଲିନି। ମନକୁ ଟିକେ ହାଲ୍‌କା କରିବାକୁ ବରଯାତ୍ରୀଙ୍କ ସହ ନାଚିଦେଲି। ମହେଶଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ...

ଆଇପିଏଲ-୧୪: କୋଲକାତାର ଦିଲ୍ଲୀ ପରୀକ୍ଷା ଆଜି

ଅହମଦାବାଦ,୨୯।୪(ପି.ଟି.): ଇଅନ ମୋର୍ଗାନଙ୍କ କୋଲକାତା ନାଇଟ ରାଇଡର୍ସ ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛି। ଗୁରୁବାର ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ରେ କୋଲକାତା ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ। ଦିଲ୍ଲୀ ବିପକ୍ଷରେ କୋଲକାତାର ବ୍ୟାଟିଂ ବିଭାଗ ପରୀକ୍ଷାର ସମ୍ମୁଖୀନ ହେବ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୨୫ତମ ମ୍ୟାଚ୍‌ ଉଭୟ ଦଳ ପାଇଁ ଗୁରୁତ୍ୱ ବହନ କରୁଛି। କୋଲକାତାର ବ୍ୟାଟିଂ ଆଶାନୁରୂପ ହୋଇପାରିନାହିଁ। ପ୍ରତିଭାସମ୍ପନ୍ନ ଓପନର ଶୁବମନ ଗିଲ ୬ଟି ମ୍ୟାଚ୍‌ରୁ ଏ ପର୍ଯ୍ୟନ୍ତ ମାତ୍ର ୮୯ ରନ ସଂଗ୍ରହ କରି ନିଜ ଦୁର୍ବଳ ଫର୍ମର ପରିଚୟ ଦେଇଛନ୍ତି। ଦୁଇ ସ୍ପିନର ସୁନୀଲ ନାରିନ ଓ ବରୁଣ ଚକ୍ରବର୍ତ୍ତୀ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। ଦଳର ଟପଅର୍ଡର ଏ ପର୍ଯ୍ୟନ୍ତ ଲୟ ଫେରିପାଇନାହିଁ। ଗତ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ଧାର୍ଯ୍ୟ କରିଥିତ୍ବା ୧୨୪ ରନର ବିଜୟ ଲକ୍ଷ୍ୟ ହାସଲ କରିବାକୁ କୋଲକାତାକୁ ସଂଘର୍ଷ କରିବାକୁ ପଡିଥିଲା। ଦଳ ୩ ଓଭରରେ ମାତ୍ର ୧୭ ରନରେ ୩ ଉଇକେଟ ହରାଇଥିଲା। ତେବେ ଅଧିନାୟକ ମୋର୍ଗାନ ଭଲ ବ୍ୟାଟିଂ କରି ଦଳକୁ ଜିତାଇଥିଲେ। କୋଲକାତା ୬ଟି ମ୍ୟାଚ୍‌ ଖେଳି ୨ ବିଜୟ ଓ ୪ ପରାଜୟ ସହ ୪ ପଏଣ୍ଟ ପାଇ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ତେବେ ଦିଲ୍ଲୀ ୬ ମ୍ୟାଚ୍‌ ଖେଳି ୪ ବିଜୟ ଓ ୨ ପରାଜୟ ସହ ୮ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି। କୋଲକାତା ପ୍ରଥମ ମ୍ୟାଚ୍‌ରେ ହାଇଦ୍ରାବାଦ୍‌କୁ ହରା...

ଶୁଖିବାକୁ ବସିଛି କାନଝରୀ ଡ୍ୟାମ୍‌

କେନ୍ଦୁଝର, ୨୯।୪ (ସ୍ବ.ପ୍ର.):  କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାନଝରୀ ଜଳସେଚନ ପ୍ରକଳ୍ପ ବିଭିନ୍ନ କାରଣରୁ ଶୁଖିବାକୁ ବସିଛି। ବର୍ଷା ଅଭାବରୁ କାନଝରୀ ନଦୀର ଜଳସ୍ରୋତ ପ୍ରବାହ ବନ୍ଦ ହୋଇ ଯାଇଥିବାରୁ ବନ୍ଧକୁ ଜଳ ପ୍ରବେଶ କରୁନାହିଁ। ଫଳରେ ଡ୍ୟାମର ଜଳଧାରଣ ଅଞ୍ଚଳ ଶୁଷ୍କ ହୋଇ ପଡିଛି। ପ୍ରକାଶ ଯେ, ଏହି ଡ୍ୟାମ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିବା ସହିତ ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନଜୀବିକାର ସାଧନ ହୋଇଛି। ଏଠାକୁ ବହୁ ସଂଖ୍ୟାରେ ପକ୍ଷୀ ଆସିଥାନ୍ତି। ଜଙ୍ଗଲ ପରିବେଷ୍ଟିତ ଏହି ଡ୍ୟାମକୁ ବନ୍ୟଜନ୍ତୁ ମାନେ ପାଣି ପିଇବାକୁ ଆସିଥାନ୍ତି। ଏହି ଡ୍ୟାମରୁ ଚାଷ ଜମିକୁ ଜଳସେଚନ ହେବା ସହ କେନ୍ଦୁଝର ସହରକୁ ପାନୀୟ ଜଳ ଯୋଗାଣ ହୋଇଥାଏ ଏବଂ ମାଛ ଚାଷ ହୋଇଥାଏ। ଏଣୁ ଏହି ସବୁ ଦୃଷ୍ଟିରୁ ଜିଲାରେ ଏହି ବନ୍ଧର ଗୁରୁତ୍ୱ ଅଧିକ ବହନ କରିଥାଏ। ତେବେ ଦୀର୍ଘ ବର୍ଷ ହେଲା ଏହି ବନ୍ଧର ଜଳଧାରଣ ଅଞ୍ଚଳ ବ୍ୟାପକ ମୃତ୍ତିକା କ୍ଷୟ ଯୋଗୁ ମାଟି ପଡି ପୋତି ହୋଇଯାଉଥିବାରୁ ଜଳଧାରଣ କ୍ଷମତା କମିଯାଉଛି। ଏଣୁ ଏହାର ଖନନ ଓ ପୁନରୁଦ୍ଧାର ଆବଶ୍ୟକତା ରହିଛି ବୋଲି ପରିବେଶବିତ ଡକ୍ଟର ବିମ୍ବାଧର ବେହେରା ମତପ୍ରକାଶ କରିଛନ୍ତି। ସେହିପରି ଏହା ଚାରିପାଖରେ ବହୁ ପରିମାଣରେ ବନୀକରଣ କରାଗଲେ ମୃତ୍ତିକାକ୍ଷୟକୁ ରୋକାଯାଇପାରିବ ସହ ଜୈବମଣ୍ଡଳର ସୁରକ୍ଷା କରାଯାଇପାରିବ ବୋଲି ସେ କହିଛନ୍ତି। ଏହାର ବିକାଶ କରାଗଲେ ଚାରିପାଖରେ ଥିବା ୪ ଗ୍ରାମର ଲୋକେ ଉପକୃତ ହୋ...

୫ ଜଣ ଏକାଠି ହେଲେ କାର୍ଯ୍ୟାନୁଷ୍ଠାନ

କେନ୍ଦୁଝର, ୨୯।୪ (ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ଜିଲାରେ କରୋନାର ଦ୍ୱିତୀୟ ଲହରରେ ସ୍ଥିତି ଗୁରୁତର ହୋଇ ପଡୁଛି। ବିଶେଷ କରି ସହରାଞ୍ଚଳରେ କରନା ସଂଖ୍ୟା ଅଧିକ ଥିବାରୁ ଏହାର ସ୍ଥିତି ଅଧିକ ଗୁରୁତର ହୋଇ ପଡୁଛି। ଏଥିପାଇଁ ଜିଲାପାଳ ଆଶିଷ ଠାକରେ ଏକ ଖବରଦାତା ସମ୍ମିଳନୀ ଡାକି ଜାରି କରାଯାଇଥିବା ନୂତନ ଗାଇଡ ଲାଇନ ଓ ଏସଓପି ଉପରେ ଜଣାଇଥିଲେ। ସହରାଞ୍ଚଳ ତଥା ଏହାକୁ ଲାଗିଥିବା ପଞ୍ଚାୟତ ଅଞ୍ଚଳରେ ଏକସଙ୍ଗରେ ୫ ରୁ ଅଧିକ ଲୋକ ଏକାଠି ଉପରେ କଟକଣା ଲାଗୁକରାଯିବା ସହ ଧାରା ୧୪୪ ଲଗାଇବା ପାଇଁ ଉପଜିଲାପାଳ ମାନଙ୍କୁ ଆଦେଶ କରାଯାଇଛି। କରୋନା ଟେଷ୍ଟ ପାଇଁ ମେଡିକାଲ ରେ ଦେଖାଦେଉଥିବା ଭିଡକୁ ଦେଖି ଏହାକୁ ପୂର୍ବ ବର୍ଷ ଭଳି ସ୍ଥାନୀୟ ଡି.ଏନ.ହାଇସ୍କୁଲରେ ଟେଷ୍ଟ କରିବା ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି। ଟେଷ୍ଟ ପାଇଁ ନମୂନା ଦେବା ପରେ ସମସ୍ତେ ଘରେ ସଙ୍ଗରୋଧରେ ରହିବାକୁ କହିଥିଲେ। ଅଧିକ ରୋଗୀ ଗୁରୁତର ହୋଇ ପଡୁଥିବା କାରଣରୁ ଏବଂ ଅଧିକ ଅକ୍ସିଜେନର ଆବଶ୍ୟକତା ପଡୁଥିବାରୁ କୋଭିଡ ହସ୍ପିଟାଲରେ ବେଡ ସଂଖ୍ୟା ବୃଦ୍ଧି କରିବା ସହ କୋଭିଡ କେୟାର ସେଣ୍ଟରରେ ବେଡ ସଂଖ୍ୟା ବୃଦ୍ଧି କରାଯାଉଥିବା କହିଛନ୍ତି। ଏଥିପାଇଁ କର୍ମଚାରୀ ଓ ମେଡିକାଲ କର୍ମଚାରୀ ନିଯୁକ୍ତ ହୋଇସାରିଥିବା କହିଛନ୍ତି। ରାଙ୍କି ସ୍ଥିତ କୋଭିଡ ହସ୍ପିଟାଲରେ ଅକ୍ସିଜେନ ଯୁକ୍ତ ବେଡ ସଂଖ୍ୟାକୁ ୧୩୦କୁ ବୃଦ୍ଧି କରାଯାଇଛି। କେନ୍ଦୁଝରରେ ୨, ଯୋଡା, ବଡବିଲ ଚମ୍ପୁଆ...

ସ୍ବତନ୍ତ୍ର ବିମାନରେ ଅଷ୍ଟ୍ରେଲୀୟ ଖେଳାଳି ଘରକୁ ଯିବେ

ମେଲବୋର୍ନ,୨୯।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପରେ ଅଷ୍ଟ୍ରେଲୀୟ ଖେଳାଳିମାନଙ୍କୁ ସ୍ବତନ୍ତ୍ର ଅର୍ଥାତ୍‌ ଚାର୍ଟାର୍ଡ ବିମାନରେ ଘରକୁ ନିଆଯିବା ନେଇ ବିଚାରବିମର୍ଶ ଚାଲିଛି। ଏ ନେଇ ଅଷ୍ଟ୍ରେଲିଆ ପ୍ଲେୟାର୍ସ ୟୁନିୟନ ତରଫରୁ ବୁଧବାର ସୂଚନା ଦିଆଯାଇଛି। ଅବଶ୍ୟ ଏ ନେଇ ଅଷ୍ଟ୍ରେଲିଆ କ୍ରୀଡ଼ାମନ୍ତ୍ରୀ ଆନୁଷ୍ଠାନିକ ଭାବେ ଅନୁମତି ପ୍ରଦାନ କରିନାହାନ୍ତି। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ମାଲିକମାନଙ୍କ ସହ କଥା ହେବ ବୋଲି ଅଷ୍ଟ୍ରେଲିଆ କ୍ରିକେଟର୍ସ ଆସୋସିଏଶନ (ଏସିଏ) ମୁଖ୍ୟ ଟୋଡ୍‌ ଗ୍ରୀନବେର୍ଗ କହିଛନ୍ତି। ତେବେ ଏହା ଏକ ସାଧାରଣ କଥା ନୁହଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ମଧ୍ୟ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏ ନେଇ ସଫେଇ ଦେଇସାରିଛି। ବିଦେଶୀ ଖେଳାଳିମାନଙ୍କୁ ପୂରା ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ସେମାନଙ୍କ ଦେଶକୁ ଫେରିଯିବାର ବ୍ୟବସ୍ଥା କରାଯିବ ବୋଲି ବିସିସିଆଇ କହିଛି। ତେମେ ମେ’ ୩୦ରେ ଟୁର୍ନାମେଣ୍ଟ ଶେଷ ହେବା ପରେ ଏ ନେଇ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି। ଭାରତରେ ଏବେ କରୋନା ମହାମାରୀର ବିସ୍ଫୋରଣ ହୋଇଛି। ପ୍ରତ୍ୟେକ ଦିନ କୋଭିଡ୍‌-୧୯ର ଲକ୍ଷଲକ୍ଷ କେସ୍‌ ଦେଖିବାକୁ ମିଳୁଛି। ପ୍ରତ୍ୟେକ ବିଦେଶୀ ଖେଳାଳିଙ୍କୁ ପୂରା ସୁରକ୍ଷାର ସହ ଘରକୁ ପଠାଯିବ ବୋଲି ବିସିସିଆଇ ସିଓଓ ହେମାଙ୍ଗ ଅମିନ କହିଛନ୍ତି। ଚାର୍ଟାର୍ଡ ଫ୍ଲାଇଟ୍‌ ପାଇଁ ଅଷ...

ସଙ୍ଗିନ ହେଉଛି ସ୍ଥିତି

ଅନୁଗୋଳ ଅଫିସ, ୨୯।୪:  ଅନୁଗୋଳ ଜିଲାରେ କରୋନା ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଗତ ଦୁଇଦିନ ଭିତରେ ସଂକ୍ରମଣ ୭୦୦ ପାର୍‌ କରିଛି। ମଙ୍ଗଳବାର ୨ୟ ଲହରରେ ରେକର୍ଡ ସଂଖ୍ୟକ ସଂକ୍ରମିତ (୩୯୩) ଚିହ୍ନଟ ହୋଇଥିବାବେଳେ ବୁଧବାର ୩୩୬ ଜଣ ପଜିଟିଭ୍‌ ବାହାରିଛନ୍ତି। ଏଭଳି ଉପରମୁହଁା କରୋନା ଗ୍ରାଫ୍‌ ପାଇଁ ଚିନ୍ତାରେ ପଡ଼ିଛି ପ୍ରଶାସନ। ସଂକ୍ରମଣ ଚେନ୍‌ ଭାଙ୍ଗିବା ପାଇଁ ଜିଲାର ୨ ବ୍ଲକ ଓ ଗୋଟିଏ ପୌରପାଳିକାରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ବ୍ୟବସାୟୀମାନେ ସ୍ବତଃପ୍ରବୃତ୍ତ ଭାବେ ସରକାର ଧାର୍ଯ୍ୟ କରିଥିବା ସମୟ ପୂର୍ବରୁ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରିବାକୁ ଆଲୋଚନା କରିଥିବା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି। ଜିଲାର ତାଳଚେର ଅଞ୍ଚଳରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେହିପରି ବଅଁରପାଳ ଓ ଛେଣ୍ଡିପଦାରେ ସଂଖ୍ୟା ବଢୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତାଳଚେର ବ୍ଲକର ୩ ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏହି ସ୍ଥାନରେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ସର୍ବସାଧାରଣ ଲୋକଙ୍କ ଯାତାୟାତ ବନ୍ଦ ରହିବ। କେବଳ ଅତ୍ୟାବଶ୍ୟକୀୟ କାର୍ଯ ଥିଲେ ଲୋକମାନେ ବାହାରକୁ ଆସିପାରିବେ। ସେହିପରି ତାଳଚେର ପୌରାଞ୍ଚଳରେ ମଧ୍ୟ ପୂର୍ବରୁ ଗୋଟିଏ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଥିବାବେଳେ ବୁଧବାର ଅନ୍ୟ ଏକ ସ୍ଥାନ...

କରୋନା ଲଢ଼େଇରେ ଶିଳ୍ପଜଗତ

ବାଙ୍ଗାଲୋର,୨୯।୪:  ଦେଶର ଦ୍ୱିତୀୟ ବୃହତ୍‌ ଜନବହୁଳ ରାଷ୍ଟ୍ର ଭାରତରେ କରୋନା ମହାମାରୀ ବର୍ତ୍ତମାନ ସଙ୍କଟ ସୃଷ୍ଟି କରିଛି। କରୋନାର ଦ୍ୱିତୀୟ ଲହର ଯୋଗୁ ସଂକ୍ରମଣ ବର୍ତ୍ତମାନ ବଢ଼ିଥିବା ବେଳେ ଏହା ଚିନ୍ତାର କାରଣ ପାଲଟିଛି। ଏଭଳି ସ୍ଥିତିରେ ଦେଶର ଶିଳ୍ପ ଜଗତ କରୋନା ଲଢ଼େଇରେ ନିଜର ଯୋଗଦାନ ରଖିଛି। ଆମାଜନ, ଇଣ୍ଟେଲ,ଗୁଗଲ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବାଦ୍‌ ଟାଟାସନ୍ସ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଜେଏସ୍‌ଡବ୍ଲ୍ୟୁ ଭଳି ଭାରତୀୟ କମ୍ପାନୀଗୁଡ଼ିକ କୋଭିଡ୍‌ ଲଢ଼େଇରେ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ମେଡିକାଲ ଯନ୍ତ୍ରାଂଶ ବିମାନ ଯୋଗେ ପରିବହନ ସହ ମେଡିକାଲ ଅକ୍ସିଜେନ ଲାଗି ପାଣ୍ଠି ପ୍ରଦାନ ଭଳି କାମ ଶିଳ୍ପଜଗତ କରୁଥିବା ନଜରକୁ ଆସିଛି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟକୁ ନଜରରେ ରଖି ଉତ୍ତମ ସମନ୍ବୟ ସହିତ ଘରୋଇ କ୍ଷେତ୍ର ଯୋଗଦାନର ଆବଶ୍ୟକତା ରହିଛି ବୋଲି ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ଇନ୍‌ଷ୍ଟିଚ୍ୟୁଟ୍‌ର ଅର୍ଥନୀତିଜ୍ଞ ମଧୁରା ସ୍ବାମୀନାଥନ କହିଛନ୍ତି। ସୂଚନାଯୋଗ୍ୟ, ଆମାଜନ ଅକ୍ସିଜେନ ଯନ୍ତ୍ରାଂଶ ବିମାନ ଯୋଗେ ପରିବହନ ଲାଗି ପାଣ୍ଠି ପ୍ରଦାନ କରିଛି। ଗୁଗଲ ପକ୍ଷରୁ ନନ୍‌ ପ୍ରଫିଟ ଏବଂ ଅନ୍‌ଲାଇନ ଆଡ୍‌ ଗ୍ରାଣ୍ଟ, ଡେଲଏଟ ପକ୍ଷରୁ ଅକ୍ସିଜେନ ଯନ୍ତ୍ରାଂଶ, ତରଳ ଅମ୍ଳଜାନ ପରିବହନ ଲାଗି ଟାଟାର କ୍ରାୟୋଜେନିକ କଣ୍ଟେନର ବ୍ୟବସ୍ଥା କରିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏହାର ରିଫାଇନେରିରୁ ଅକ୍ସିଜେନ ଯୋଗାଣ କରୁଛ...

ମ୍ୟାଚ୍‌ ଫିକ୍ସିଂ: ଜୋୟସା ୬ ବର୍ଷ ବାସନ୍ଦ

ଦୁବାଇ,୨୯।୪(ପି.ଟି.): ଶ୍ରୀଲଙ୍କା ପୂର୍ବତନ ଦ୍ରୁତ ବୋଲର ତଥା କୋଚ୍‌ ନୂଆନ ଜୋୟସା ସବୁପ୍ରକାର କ୍ରିକେଟରୁ ୬ ବର୍ଷ ବାସନ୍ଦ ହୋଇଛନ୍ତି। ମ୍ୟାଚ୍‌ ଫିକ୍ସିଂ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ତାଙ୍କୁ ବୁଧବାର ବାସନ୍ଦ କରାଯାଇଛି ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଜେନେରାଲ ମ୍ୟାନେଜର- ଇଣ୍ଟିଗ୍ରିଟି ୟୁନିଟ୍‌ ଆଲେକ୍ସ ମାର୍ଶାଲ କହିଛନ୍ତି। କ୍ରିକେଟରେ ସ୍ବଚ୍ଛତାକୁ ପ୍ରାଧାନ୍ୟ ଦିଆଯିବ ଓ କୌଣସି ପ୍ରକାର ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଜଣେ ଭାରତୀୟ ବୁକିଙ୍କଠାରୁ ସେ ଦୁର୍ନୀତି ପ୍ରସ୍ତାବ ପାଇଥିଲେ ମଧ୍ୟ ସେ ଏହାକୁ ସାର୍ବଜନୀନ କରି ନ ଥିଲେ। ସେ ମଧ୍ୟ ପୂର୍ବରୁ ୨୦୧୮ ଅକ୍ଟୋବର ୩୧ ତାରିଖରେ ସାମୟିକ ଭାବେ ବାସନ୍ଦ ହୋଇଥିଲେ। ସେ ମଧ୍ୟ ଶ୍ରୀଲଙ୍କା ଜାତୀୟ ଦଳରେ କୋଚ୍‌ ରହିଛନ୍ତି। ଦୁର୍ନୀତି କରିବା ବଦଳରେ ସେ ସମସ୍ତଙ୍କର ରୋଲ ମଡେଲ ଭାବେ ପରିଚିତ ହେବା ଆବଶ୍ୟକ। ତେବେ ତାଙ୍କ କାର୍ଯ୍ୟକଳାପକୁ ଗ୍ରହଣ କରାଯାଇନାହଁି ବୋଲି ମାର୍ଶାଲ କହିଛନ୍ତି। ୪୨ ବର୍ଷୀୟ ଜୋୟସା ୩୦ ଟେଷ୍ଟ ଓ ୯୫ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ୟୁଏଇରେ ଅନୁଷ୍ଠିତ ଏକ ଟି୧୦ ଟୁର୍ନାମେଣ୍ଟରେ ତାଙ୍କ ବିରୋଧରେ ଦୁର୍ନୀତ ଅଭିଯୋଗ ଆସିଥିଲା। ସେତେବେଳେ ସେ ଶ୍ରୀଲଙ୍କା ଦଳର ବୋଲିଂ କୋଚ୍‌ ଭାବେ ଦାୟିତ୍ୱରେ ଥିଲେ। ସେ ମଧ୍ୟ ଶ୍ରୀଲଙ୍କା ଏ’ ଦଳର ବୋଲିଂ କୋଚ୍‌ ରୂପେ କାର୍ଯ୍ୟ କରିଛନ୍ତି। ଜୋୟସାଙ୍...

ଜୀବନ ବଞ୍ଚାଉଛି ଚୁଆପାଣି

କପ୍ତିପଦା,୨୯ା୪(ଡି.ଏନ୍‌.ଏ.)- ମୟୂୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ଶରତ ପଞ୍ଚାୟତର ଅଶ୍ୱକୋଟୀ ସାରଜମଡ଼ି ଗ୍ରାମ ଏବେ ବି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଛି। ଏଠାରେ ବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ୩୦୦ ଊର୍ଦ୍ଧ୍ୱ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ନିଦାବିଷ୍ଣୁ ସାଜିଛି। ଅଦ୍ୟାବଧି ଏହିି ଗ୍ରାମର ଲୋକେ ଚୁଆ ପାଣି ପିଉଛନ୍ତି। ସରକାରୀ ଭାବେ ଏହି ଗାଁରେ କେବଳ ଗୋଟିଏ ଛୋଟ ଗଡ଼ିଆ ଓ ୨ଟି ନଳ କୂଅ ରହିଛି।ଯାହାକି ଖରାଦିନେ ଶୁଖିଯାଏ। ବର୍ତ୍ତମାନ ଗ୍ରାମରେ ସେହି ପରିସ୍ଥିତି ଦେଖା ଦେଇଥିବା ବେଳେ ଲୋକେ ବିଲରେ ଚୁଆ ଖୋଳି ସେହି ପାଣିକୁ ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି। ଗାଁରେ ଛୋଟ ଛୋଟ ପିଲା ଗୋଳିଆ ପାଣି ଗଡ଼ିଆରେ ଗାଧୋଇବା ଓ ଚୁଆ ପାଣି ପିଇ ବହୁ ଦୂରାରୋଗରେ ପଡ଼ୁଥିବା କୁହନ୍ତି ପାନମଣୀ ସିଂ ଓ ଗୁରୁବାରୀ ସିଂ। ଗାଁରେ ଥିବା ନଳକୂଅର ଜଳସ୍ତର ଖରା ଦିିନେ ତଳକୁ ଚାଲି ଯାଉଥିବାରୁ ପାଣି ବାହାରୁ ନାହିଁ ା ପଥୁରିଆ ଅଞ୍ଚଳ ଆଳ କରି ଜଳସ୍ତର ଠିକ୍‌ ଭାବେ ନ ଥିବାରୁ ନୂତନ ନଳକୂପ ମଧ୍ୟ ଖୋଳା ଯାଉ ନାହିଁ। ଚୁଆ ପାଣି ଲୋକଙ୍କ ଜୀବନ ବଞ୍ଚାଉଥିବା କୁହନ୍ତି ବିଜୟ ସିଂ ଓ ଶିବୁ ସିଂ। ଖରା ଦିନ ପାଇଁ ବିଭାଗ ପକ୍ଷରୁ ୨ ଦିନରେ ଥରେ ଟ୍ୟାଙ୍କର ପାଣି ଯୋଗାଇ ଦିଆଯିବ ବୋଲି ଶୁଣିବାକୁ ମିଳୁଥିବା ଜଙ୍ଗଲ ରାସ୍ତାରେ ୧କି.ମି ଦୂର ପାଣି ଆଣିବକୁ ଯିବାକୁ ...

ଟିକା ବ୍ୟବସାୟ

ଭାରତରେ କରୋନାର ଦ୍ୱିତୀୟ ଲହରକୁ ନେଇ ପ୍ରଥମେ କଲିକତା ହାଇକୋର୍ଟ ନିର୍ବାଚନ କମିଶନ(ଇସି)ଙ୍କୁ ସମାଲୋଚନା କଲେ। ତା’ପରେ ମାଡ୍ରାସ୍‌ ହାଇକୋର୍ଟ ଇସିଙ୍କୁ ହତ୍ୟାକାରୀ ଆଖ୍ୟା ଦେଲେ। ଏହା ପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଦ୍ରା ଭଙ୍ଗ ହେଲା। କରୋନା ପରିଚାଳନା ଅବ୍ୟବସ୍ଥାକୁ ନେଇ ଆଉ ନୀରବ ରହିବୁ ନାହିଁ ବୋଲି ସୁପ୍ରିମକୋର୍ଟ ମତ ଦେଇଛନ୍ତି। ଏଥିସହିତ ଭାରତରେ ମିଳୁଥିବା ଦୁଇଟି ଭାକ୍ସିିନ-କୋଭାକ୍ସିନ ଓ କୋଭିଶିିଲ୍ଡର ଖୋଲାବଜାର ଦର କେଉଁ ଆଧାରରେ ସ୍ଥିର କରାଯାଇଛି ସେ ସମ୍ପର୍କରେ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ହସ୍ପିଟାଲରେ ଅକ୍ସିଜେନ୍‌ ଅଭାବରୁ ରୋଗୀଙ୍କ ମୃତ୍ୟୁ ଘଟିବା ଉପରେ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିବା ସହ ଏଭଳି ସଙ୍କଟ ସମୟରେ କେନ୍ଦ୍ର ସରକାରଙ୍କ ଜାତୀୟ ନୀତି କ’ଣ ବୋଲି ଜାଣିବାକୁ ଚାହଁିଛନ୍ତି। ପୁନର୍ବାର କୋଭିଡ୍‌ର ନୂତନ ପ୍ରକାରର ସଂକ୍ରମଣ ସମୟରେ ସ୍ବାସ୍ଥ୍ୟସେବାରେ ଅବ୍ୟବସ୍ଥା, ହସ୍ପିଟାଲରେ ଆବଶ୍ୟକତାଠାରୁ ଶଯ୍ୟା ସଂଖ୍ୟା କମ୍‌, ଓ୍ୟଷଧ ଏବଂ ଅକ୍ସିଜେନ୍‌ର ଅଭାବକୁ ମୁକାବିଲା କରିବା ପାଇଁ ସରକାର କାହିଁକି ପ୍ରସ୍ତୁତ ହୋଇପାରିଲେ ନାହିଁ ତାହା ଏକ ମୁଖ୍ୟ ପ୍ରଶ୍ନ ପାଲଟିଗଲାଣି। ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ଯେତେ ସଂକ୍ରମଣ ବିଶ୍ୱବ୍ୟାପୀ ଏବଂ ଭାରତରେ ହୋଇଛି, ସେଥିପାଇଁ ସ୍ବାଧୀନତା ପୂର୍ବରୁ ଓ ପରେ ସରକାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରି ନାଗରିକଙ୍କୁ ସ...

ଓଭରହେଡ୍‌ ଟାଙ୍କି ଅଛି, ମିଳୁନି ପାଣି

ଭଦ୍ରକ ଅଫିସ,୨୯।୪-ଭଦ୍ରକ ଜିଲାରେ ପାନୀୟ ଜଳ ଯୋଗାଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜିଲାରେ ମୋଟ ୧୮୬ଟି ଓଭରହେଡ୍‌ ଟାଙ୍କି କାର୍ଯ୍ୟକ୍ଷମ ଥିବା କୁହାଯାଉଛି। ହେଲେ ସମସ୍ତ ଟାଙ୍କି କେବଳ କାଗଜକଲମରେ କାର୍ଯ୍ୟକ୍ଷମ ବୋଲି ସାଧାରଣରେ ଅଭିଯୋଗ ହେଉଛି। ପ୍ରାୟତଃ କେଉଁଠି ପମ୍ପ ଖରାପ ତ ଅନ୍ୟ କେଉଁଠି ଗଁାର ଆବଶ୍ୟକତାକୁ ମେଣ୍ଟାଇ ପାରୁନାହିଁ ପାଣିଟାଙ୍କି। ସେହିପରି କେଉଁଠି ନିମ୍ନମାନର କାର୍ଯ୍ୟ ଯୋଗୁ ବାରମ୍ବାର ପାଇପ୍‌ଗୁଡ଼ିକ ଫାଟି ଯାଉଥିବା ଦେଖିବାକୁ ମିଳିଛି। ଫଳରେ ଜଳ ଯୋଗାଣ ସ୍ବାଭାବିକ ହୋଇପାରୁ ନାହିଁ। ପ୍ରକାଶ ଯେ, ଭଦ୍ରକ ପୌରାଞ୍ଚଳ ଚରମ୍ପାଠାରେ ୫ବର୍ଷ ପୂର୍ବେ ଏକ ଓଭରହେଡ୍‌ ଟାଙ୍କି ଓ ଭୂତଳ ଟାଙ୍କି ପୃଥକ୍‌ ପୃଥକ୍‌ ଭାବେ ନିର୍ମାଣ କରାଯାଇଥିଲା। ବିଦ୍ୟୁତ୍‌ ସଂଯୋଗ ନ ରହିଲେ ମଧ୍ୟ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ଉପଭୋକ୍ତାଙ୍କୁ ପାନୀୟ ଜଳ ଯୋଗାଣ ହୋଇପାରିବ ବୋଲି ଲକ୍ଷ୍ୟ ଥିଲା। କିନ୍ତୁ ନିର୍ମାଣ ଦିନଠାରୁ ଗୋଟିଏ ଦିନ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇନାହିଁ। ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବରୁ ଏହି ଦୁଇ ପାଣିଟାଙ୍କି କାର୍ଯ୍ୟକ୍ଷମ ହୋଇପାରୁ ନ ଥିବା ସ୍ଥାନୀୟ ଅଧିବାସୀ ନଳିନୀ ଦାସ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସେ ବହୁବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା କହିଛନ୍ତି। ସେହିପରି ବନ୍ତ ବ୍ଲକରେ ୨୦, ଭଣ୍ଡାରିପୋଖରୀରେ ୧୯, ବ...

ପ୍ରାଣୀ ଚମଡ଼ାର ବିକଳ୍ପ

ମାନେକା ଗାନ୍ଧୀ ପ୍ରାଣୀ ମାଂସ ଖାଇବା ଓ ପ୍ରାଣିଜ ଉପତ୍ାଦ ପିନ୍ଧିବାରେ ମୁଁ ଏକ ପରିବର୍ତ୍ତନ ଦେଖିବାକୁ ଯାଉଛି। ବିଶ୍ୱର ବୃହତ୍‌ କଂସେଇଖାନା କମ୍ପାନୀ ଏବଂ ନିବେଶକମାନେ ଲାବରେଟୋରିରେ ରିୟଲ ମିଟ୍‌ ବା ଅସଲି ମାଂସ (ଏହାକୁ ମଧ୍ୟ କ୍ଲନ୍‌ ମିଟ୍‌ କୁହାଯାଏ) ଏବଂ କ୍ଷୀର ପ୍ରସ୍ତୁତ କରିବା ପାଇଁ ନିବେଶ କରିଛନ୍ତି। ସିଙ୍ଗାପୁର ଭଳି ଅନ୍ୟ ଦେଶଗୁଡ଼ିକର ମାର୍କେଟରେ ରିୟଲ ମିଟ୍‌ ଉପଲବ୍ଧ ହେଉଛି। ‘ପରଫେକ୍ଟ ଡେ’ ମିଲ୍କ ସେଲ୍‌ ପ୍ରସ୍ତୁତ କରୁଛି। ତା’ର ଲହୁଣି ସ୍ମିଟେନ ନାମରେ ମାର୍କେଟରେ ମିଳୁଛି। ଏହା ପ୍ରାଣୀ କ୍ଷୀରରୁୁ ତିଆରି ହେଉନିି। ‘ଇନର୍ଭିଟୋ ଆନିମଲ ସେଲ୍‌ କଲ୍‌ଚର’ ଦ୍ୱାରା ମାଂସ ଉପତ୍ାଦନ କରିବାରେ ନେଦରଲାଣ୍ଡ ଏବଂ ଇସ୍ରାଏଲ ଆଗରେ ରହିଛନ୍ତି। ଇଣ୍ଟେନ୍‌ସିଭ ଫାର୍ମିଂ ବା ସଘନ କୃଷି ବଦଳରେ ଯଦି କ୍ଲିନ ମିଟ ଶିଳ୍ପର ମାନକ ଭାବେ ଉଭା ହେବ ତେବେ ପରିବେଶକୁ ବହୁ ଲାଭ ମିଳିିବ। ଉପଭୋକ୍ତା ଭାବେ ଆମେ ମଧ୍ୟ କ୍ଲିନ ମିଟ୍‌ ଖାଇବା ଦରକାର। ଏଥିରେ କଂସେଇଖାନାର ମାଂସ ଭଳି ଆଣ୍ଟିବାୟୋଟିକ୍ସ କି କ୍ଷତିକାରକ ବ୍ୟାକ୍ଟେରିଆ ନ ଥାଏ। ଏହାଦ୍ୱାରା ଆମେ ବର୍ଷକୁ ୫୬ ମିଲିୟନ ପ୍ରାଣୀଙ୍କ ଜୀବନ ବଞ୍ଚାଇପାରିବା। ହଁ, ପ୍ରତିବର୍ଷ ମଣିଷ ଏହି ସଂଖ୍ୟକ ପ୍ରାଣୀଙ୍କୁ ମାରି ମାଂସ ଖାଉଛି। ମାଂସ ଶିଳ୍ପ ମଧ୍ୟ ତା’ର ପରିସଂଖ୍ୟାନ ଉପସ୍ଥାପନ କରିବାରେ ଲାଗିଛି । କହୁଛି ଯେ,ମାର୍କେଟରେ ଶୁଦ୍ଧଶାକାହାରୀ ଏବଂ ଶାକାହାରୀଙ୍କ ସଂଖ୍ୟା ୫%ରୁ...

ୟୁନିଟ ଆଗୁଆ ବନ୍ଦ କଲା ମାରୁତି

ବାଙ୍ଗାଲୋର,୨୯।୪: କୋଭିଡ୍‌ ସ୍ଥିତିକୁ ନଜରରେ ରଖି ମାରୁତି ସୁଜୁକି ପକ୍ଷରୁ ଏହାର ଗୋଟିଏ ୟୁନିଟକୁ ଆଗୁଆ ବନ୍ଦ କରାଯାଇଛି। କମ୍ପାନୀ ଏହାର ଫ୍ୟାକ୍ଟ୍ରି ମେଣ୍ଟେନାନ୍ସ ଲାଗି ଜୁନ୍‌ରେ କାମ ବନ୍ଦ କରିବାର ଥିଲା। ହେଲେ ସ୍ଥିତି ବିଗିଡ଼ିବାରୁ ହରିୟାଣା ସ୍ଥିତ ମାନୁଫାକଚରିଂ ପ୍ଲାଣ୍ଟକୁ କମ୍ପାନୀ ମେ ପହିଲାରୁ ୯ ତାରିଖ ଯାଏ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ଏହାର ଗୁରୁଗ୍ରାମ ଏବଂ ମାନେଶ୍ୱରସ୍ଥିତ ଫ୍ୟାକ୍ଟ୍ରିକୁ ଜୁନ୍‌ରେ ବନ୍ଦ ରଖିବା ନେଇ ଯୋଜନା ରଖିଥିଲା। ଏହି ୟୁନିଟ୍‌ଗୁଡିକରୁ ଅକ୍ସିଜେନ ସଞ୍ଚୟକରି ମେଡିକାଲ ବ୍ୟବହାର ଲାଗି ଯୋଗାଇଦେବାକୁ କମ୍ପାନୀ ନିଷ୍ପତ୍ତି ନେଇଛି। ଉଲ୍ଲେଖଯୋଗ୍ୟ, ସୁଜୁକି ମୋଟର ମଧ୍ୟ ଗୁଜରାଟ ପ୍ଲାଣ୍ଟରେ ସମାନ ନିଷ୍ପତ୍ତି ଲାଗୁ କରିଛି। The post ୟୁନିଟ ଆଗୁଆ ବନ୍ଦ କଲା ମାରୁତି appeared first on Dharitri Odia News .

କରୋନା ଆଣିଛି ନିଦ୍ରା ବିଶୃଙ୍ଖଳା

ଡା.ସମ୍ରାଟ କର ରାଜ୍ୟର ସମସ୍ତ ସହରାଞ୍ଚଳରେ ପୂର୍ବଭାବେ ସପ୍ତାହାନ୍ତ ଶନିବାର ଓ ରବିବାର ଲକ୍‌ଡାଉନ ଆରମ୍ଭ ହୋଇଛି। ଯଦିଓ ଏହା ପୂର୍ବରୁ ବିଶେଷକରି ଦ୍ୱୈତନଗରୀରେ ରାତି ନଅରୁ ପରଦିନ ସକାଳ ପାଞ୍ଚ ପର୍ଯ୍ୟନ୍ତ କର୍ଫ୍ୟୁ ରହୁଛି। ବାସ୍ତବ କଥା ହେଉଛି, ଦେଶବ୍ୟାପୀ କରୋନା ଦ୍ୱିତୀୟ ଲହର ପରେ ତମାମ ଶଟ୍‌ଡାଉନ୍‌ ସମ୍ଭାବ୍ୟ ଘୋଷଣାକୁ ଚିନ୍ତା କରି କିଛି ଲୋକଙ୍କର କହିବାକୁ ଗଲେ ତାଙ୍କ ନିଦ ହଜିଗଲାଣି। ସେମାନଙ୍କ ମନରେ ଅହେତୁକ ଅବସନ୍ନତା, ଉତ୍କଣ୍ଠା ଆଦି ବଢ଼ିବା ସହ ନିଦ୍ରା ବିଶୃଙ୍ଖଳା ବି ପ୍ରମୁଖ ଅସ୍ବାଭାବିକତା ଭାବେ ଉଭା ହେଉଛି। ସରସତା ଆଣିବା ଲାଗି ରାତି ଅନିଦ୍ରା ରହି ଦୀର୍ଘକାୟ ଟେଲି ଧାରାବାହିକଗୁଡ଼ିକୁ ଏକାଧିକ୍ରମେ ଉପଭୋଗ କରିବା, ଅସୀମ ଅନ୍‌ଲାଇନ୍‌ ଗେମ୍‌ ଖେଳିବା ଓ ଭିଡିିଓ ଚାଟିଂ ଭଳି ବିକୃତ ଅଭ୍ୟାସ ଆପଣାଇବା ଯୋଗୁ ଆମ୍ଭମାନଙ୍କର ପ୍ରାକୃତିକ ନିଦ୍ରାଚକ୍ରରେ ଘୋର ବିଭ୍ରାଟ ଦେଖାଦେଇଛି। ଏ ଅବସରରେ ନିଦ୍ରା ବିଶୃଙ୍ଖଳା ସମ୍ପର୍କରେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ମଧ୍ୟ ଆଶାତୀତ ଭାବେ ବଢ଼ିଯାଇଛି। କରୋନା ବେଳେ ନିଜର ସ୍ବାସ୍ଥ୍ୟ, ରୋଜଗାର ଓ ଆର୍ଥିକ ସୁରକ୍ଷାକୁ ନେଇ ବ୍ୟସ୍ତ ବିବ୍ରତ ହୋଇପଡ଼ିବା ସହ ସ୍ଥଳବିଶେଷରେ ଘରେ ବସି ଧାର୍ଯ୍ୟ କାର୍ଯ୍ୟ କରିବା ଓ ସେହି ସମୟରେ ପରିବାରର ଭଲମନ୍ଦ ଆଦି ବୁଝିବା ଘଟଣା ନିଦ୍ରାକୁ ବହୁ ମାତ୍ରାରେ ପ୍ରଭାବିତ କରିଛି। ନିକଟରେ ଏକ ସର୍ଭେର ତଥ୍ୟ ଅନୁଯାୟୀ ଅଧିକାଂଶ ଲୋ...