Skip to main content

ବିକାଶ ଆକଳନର ନୂଆ ମାନଦଣ୍ଡ

ମ୍ୟାକ୍ସଓ୍ବେଲ ଗୋମେରା

ବିଶ୍ୱର ପ୍ରାୟ ୧୫ କୋଟିରୁ ଊର୍ଦ୍ଧ୍ୱ ଲୋକ କରୋନା ମହାମାରୀରେ ପୀଡ଼ିତ। ଏହି ସଂଖ୍ୟା କାନାଡା, ଫ୍ରାନ୍ସ ଓ ଇଂଲଣ୍ଡର ମୋଟ ଜନସଂଖ୍ୟା ସହ ପାଖାପାଖି ସମାନ। ଗତ ବର୍ଷେ ହେଲାଣି ଉକ୍ତ ମହାମାରୀ ସମସ୍ତଙ୍କୁ ଦାରିଦ୍ର୍ୟ ଭିତରକୁ ଠେଲି ଦେଇଛି। ଫଳରେ କେତେକ ସରକାର କୋଭିଡ୍‌ -୧୯ ମୁକାବିଲା ଲାଗି ଅଭୂତପୂର୍ବ ଭାବେ ପ୍ରଚୁର ଅର୍ଥ ବ୍ୟୟ କରୁଛନ୍ତି। ମହାମାରୀଜନିତ ପରିସ୍ଥିତିରେ ଉଦ୍ଧାର ଏବଂ ପ୍ରୋତ୍ସାହନ ବାବଦରେ କେବଳ ୨୦୨୦ରେ ୧୪.୬ ଟ୍ରିଲିଅନ୍‌ ଡଲାରର ଆର୍ଥିକ ପ୍ୟାକେଜ ଘୋଷଣା କରାଯାଇଛି। କିନ୍ତୁ ମିଳିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି) ଓ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟର ଏକ ଅଧ୍ୟୟନଭିତ୍ତିକ ରିପୋର୍ଟ ସୂଚିତ କରିଛି ଯେ ,କୋଭିଡ୍‌ ଜନିତ କ୍ଷତି ଭରଣା କରି ପରିସ୍ଥିତି ସୁଧାରିବା ପାଇଁ ଯାହା ନିବେଶ କରାଯାଇଛି ସେଥିମଧ୍ୟରୁ ମାତ୍ର ୧୮ ପ୍ରତିଶତ ‘ଗ୍ରୀନ୍‌’ ଅର୍ଥାତ ପରିବେଶ ଉପଯୋଗୀ । ଏହା ହିଁ ସମସ୍ୟା।
ବିଭିନ୍ନ ଦେଶର ସରକାର ଶୀଘ୍ର ଆର୍ଥିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ଚାହୁଁଥିବାରୁ ସେମାନଙ୍କୁ ମାନବ ପ୍ରଗତି ଓ କଲ୍ୟାଣର ମାନଦଣ୍ଡ ବଦଳାଇବାକୁ ହେବ। ନ ହେଲେ ସେମାନେ କରୁଥିବା ବିପୁଳ ନିବେଶ ବ୍ୟାପକ ତାରତମ୍ୟ ସୃଷ୍ଟି କରିବ ଏବଂ ଏହା ପରିବେଶର କ୍ଷତିକରିବ। ଏଭଳି କ୍ଷତି କୋଭିଡ୍‌ -୧୯ ଲାଗି ଭିତ୍ତି ସୃଷ୍ଟି କରିଛି। ଅବକ୍ଷୟମୁଖୀ ପରିବେଶ ଓ ବନ୍ୟଜନ୍ତୁ ତଥା ମଣିଷ ମଧ୍ୟରେ ବଢୁଥିବା ସମ୍ପର୍କ ଯୋଗୁଁ ସାର୍ସ- ସିଓଭି-୨ ଭୂତାଣୁ ପଶୁଙ୍କଠାରୁ ମଣିଷକୁ ସଂକ୍ରମିତ ହେଲା। ଏହି ଭୂତାଣୁ ମଧ୍ୟ କୋଭିଡ୍‌ -୧୯ର କାରଣ ପାଲଟିଲା। ଧୀରେ ଧୀରେ ଏହି ଭୂତାଣୁ ପରିବେଶଗତ ପରିସ୍ଥିତିକୁ ସାମ୍ନା କରି,ବ୍ୟାପକ ସାମାଜିକ ତାରତମ୍ୟ ମଧ୍ୟରେ ନିଜକୁ ଦୃଢ କରିବା ପରେ ମହାମାରୀର ରୂପ ନେବାକୁ ସକ୍ଷମ ହେଲା। ଏହା ସ୍ବାସ୍ଥ୍ୟଗତ, ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପ୍ରଳୟଙ୍କରୀ ପ୍ରଭାବ ପକାଇଲା। ଏପରିକି ଯେଉଁିସବୁ ଦେଶ ପରିବେଶଗତ ଅବକ୍ଷୟ ଓ ସାମାଜିକ ତାରତମ୍ୟ ଦୂର କରିବା ଲାଗି ଲକ୍ଷ୍ୟ ରଖିଥିଲେ ତାହା ସେମାନଙ୍କ ଦ୍ୱାରା ମହାମାରୀ ପୂର୍ବରୁ ଅର୍ଥନତିକ କାର୍ଯ୍ୟକଳାପ ଉପରେ ପର୍ଯ୍ୟବସିତ ଅସ୍ଥାୟୀ ନିବେଶ ବା ବ୍ୟୟ ଯୋଗୁ ପ୍ରଭାବିତ ହେଲା। ଏହି ସବୁ ଦିଶାହୀନ ନିବେଶ ପରିସ୍ଥିତିକୁ ଅଧିକ ଜଟିଳ କରିଦେଲା ଯାହାଦ୍ୱାରା ଆମେ ଆଜିର ସ୍ଥିତିରେ ପହଞ୍ଚିଲୁ । ଉଦାହରଣ ସ୍ବରୂପ ଭାରତ, କାନାଡା, ଦକ୍ଷିଣ ଆଫ୍ରିକା ଓ ଚାଇନା ଭଳି ଦେଶ ସବୁଜ ସୁଧାର ବା ପରିବେଶ ସୁଧାରିବା ପାଇଁ ଅର୍ଥବ୍ୟବସ୍ଥା କରିଛନ୍ତି ସତ ,କିନ୍ତୁ ଏସବୁ ଦେଶରେ ଜୀବାଶ୍ମ ଇନ୍ଧନ ଆଧାରିତ ଶିଳ୍ପ ସବୁ ଛତୁ ଫୁଟିଲା ଭଳି ବଢିଚାଲିଛି। ତେବେ ଚୀନ୍‌ ସବୁଜ ସୁଧାର ଲାଗି ଏକ ଉତ୍କୃଷ୍ଟ ଯୋଜନା କରିଥିଲେ ବି ୨୦୨୦ର ପ୍ରଥମାର୍ଦ୍ଧରେ ଦେଶରେ ଅନେକ କୋଲ୍‌(କୋଇଲା)ପ୍ଲାଣ୍ଟ ବୃଦ୍ଧି ପାଇଥିଲା। ଦକ୍ଷିଣ ଆଫ୍ରିକା ଡିଜେଲ ଆଧାରିତ ଇଲେକ୍ଟ୍ରିକାଲ ଜେନେରେଟର ବ୍ୟବହାର ଯଥେଷ୍ଟ କମ୍‌ କରିବା ପାଇଁ ୩ଟି ନୂଆ ଶକ୍ତି ପ୍ରକଳ୍ପ କରିବା ପାଇଁ ଆଗକୁ ବଢିଛି। ଏଥିରେ ୩.୫ ବିଲିୟନ୍‌ ଡଲାର ନିବେଶ କରିବାକୁ ଯୋଜନା କରିଛିି। କିନ୍ତୁ ସରକାରୀ ବିଦ୍ୟୁତ ଉଦ୍ୟୋଗ ଏସ୍‌କମ୍‌ ଏହା ପୂର୍ବରୁ ବିଶ୍ୱର ତୃତୀୟ ଓ ଚତୁର୍ଥ ବୃହତ୍ତମ କୋଇଲା ଆଧାରିତ ତାପଜ ଶକ୍ତି ପ୍ରକଳ୍ପ ପ୍ରତିଷ୍ଠା କରିଛି। ୪.୭ ମିଲିୟନ୍‌ ଲୋକ ବାସ କରୁଥିବା ମିଡେଲ୍‌ବର୍ଗର ଆଖପାଖି ଶିଳ୍ପାଞ୍ଚଳରେ ୧୨ଟି କୋଇଲା ଆଧାରିତ ତାପଜ ଶକ୍ତି ପ୍ରକଳ୍ପ ସ୍ଥାପନ ହୋଇଛି। ଏହାଛଡା କୋଇଲାରୁ ତରଳ ପେଟ୍ରୋଲିୟମ୍‌ ଉତ୍ପାଦନ କରୁଥିବା ଏକ ବିଶାଳ ବିଶୋଧନାଗାର ମଧ୍ୟ ପ୍ରତିଷ୍ଠା କରାଯାଇଛି। ଏସବୁ ଶିଳ୍ପ ଦ୍ୱାରା ବାର୍ଷିକ ଅଧିକରୁ ଅଧିକ ସବୁଜଗୃହ ଗ୍ୟାସ ନିର୍ଗମନ ହେଉଛି ଓ ଏହା ନରଓ୍ବେ ଓ ପର୍ତ୍ତୁଗାଲରେ ନିର୍ଗତ ମୋଟ ଗ୍ୟାସ୍‌ ଠାରୁ ଅଧିକ। ପ୍ରତିବର୍ଷ ଏହି ଅଞ୍ଚଳରେ ଶ୍ୱାସକ୍ରିୟା ଜନିତ ରୋଗରେ ୩୦୦ରୁ ଅଧିକ ଲୋକଙ୍କର ଅକାଳ ମୃତ୍ୟୁ ଘଟୁଛି।
ଜଙ୍ଗଲ ଧ୍ୱଂସ, ଚାରଣ ଜମିରେ ଚାଷ ଏବଂ ସଡ଼କ ନିର୍ମାଣ ଏବଂ ମଧୁର ଜଳ ପ୍ରଦୂଷଣ କରିବା ଆଦି କାର୍ଯ୍ୟ ପରିବେଶର କ୍ଷତି କରୁଛି। ଏହା ସବୁବେଳେ ବ୍ୟାପକ ଭାବେ କରାଯାଉଛି। କୋଟି କୋଟି ଲୋକଙ୍କ ଜୀବନ ଜୀବିକା ଏହି ସବୁ ପ୍ରାକୃତିକ ସଂଶାଧନ ଉପରେ ନିର୍ଭରଶୀଳ। ଭାରତର ଗ୍ରାମାଞ୍ଚଳରେ ରହୁଥିତ୍ବା ୪୭% , ଇଣ୍ଡୋନେସିଆରେ ପାଖାପାଖିତ୍ ୭୫% ଏବଂ ବ୍ରାଜିଲ୍‌ର ଉତ୍ତର ଆମାଜନରେ ୮୯% ଗରିବ ପରିବାରର ଏହା ଆୟର ଉତ୍ସ। ଆଫ୍ରିକାର ଉପ ସାହାରାଞ୍ଚଳରେ ୭୦%ରୁ ଊର୍ଦ୍ଧ୍ୱ ଲୋକ ଜଙ୍ଗଲ ଏବଂ ଜଙ୍ଗଲଜମି ଉପରେ ନିର୍ଭର କରିଥାଆନ୍ତି। ଆମର ବଞ୍ଚତ୍ବାର ଧାରାକୁ ପରିବର୍ତ୍ତନ କରିବାକୁ ହେଲେ ମାନବ ବିକାଶ ଏବଂ ସାମାଜିକ ପ୍ରଗତିକୁ ଆମେ ଯେଉଁଭଳି ଆକଳନ କରୁଛେ ବା ଏଥିପାଇଁ ଯେଉଁ ମାପଦଣ୍ଡ ଉପଯୋଗ କରୁଛେ ସେଥିତ୍ତ୍ରେ ଆମକୁ ପରିବର୍ତ୍ତନ କରିବାକୁ ପଡ଼ିବ। ଉଚିତ ଦିଶାନିର୍ଦ୍ଦେଶ ସୂଚକ ବିନା ଆମ ଜୀବନ ଜୀବିକାକୁ ନିଶ୍ଚିତ କରୁଥିତ୍ବା ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସୁଧାର ହାସଲ କରିବାକୁ ଆମେ ସକ୍ଷମ ହେବା ନାହିଁ। ମୋଟ ଘରୋଇ ଉପତ୍ାଦ ( ଜିଡିପି) କୁ ଅର୍ଥନୈତିକ ବିକାଶର ଏକ ପ୍ରମୁଖ ତଥା ଉପଯୋଗୀ ମାପକ ବା ମାନଦଣ୍ଡ ଭାବେ ବହୁଳ ବ୍ୟବହାର କରାଯାଏ। ଏହା ମଧ୍ୟ ମାନବ କଲ୍ୟାଣ ସମ୍ପର୍କିତ ବହୁ ତଥ୍ୟ ଯୋଗାଇ ଦିଏ। କିନ୍ତୁ ପରିବେଶକୁ କ୍ଷତି କରୁଥିତ୍ବା ଓ ଅସମାନତା ପରିଣାମକୁ ଦୂର କରିବା ପାଇଁ ଏହା କୌଣସି ଦିଶାନିର୍ଦ୍ଦେଶ କରେ ନାହିଁ। ଭାଗ୍ୟବଶତଃ ଯେହେତୁ ଦେଶଗୁଡ଼ିକ ମହାମାରୀ ପରେ ସୁଧାର ଆଣିବା ଲାଗି ବ୍ୟୟ କରିବାକୁ ଯୋଜନା କରିଛନ୍ତି , ସେମାନେ ଏକ ନୂଆ ପଦ୍ଧତି ଉପରେ ବିଚାର କରିପାରନ୍ତି। ତାହା ହେଉଛି ପ୍ଲାନେଟାରି-ପ୍ରେସର୍ସ ଆଡଜଷ୍ଟେଡ୍‌ ଡେଭଲପ୍‌ମେଣ୍ଟ ଇଣ୍ଡେକ୍ସ (ପିଏଚ୍‌ଡିଆଇ)। ଏହା ଜାତିସଂଘ ବିକାଶ କାର୍ଯ୍ୟକ୍ରମ ଏବଂ ଏହାର ସହଭାଗୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି।
ପିଏଚ୍‌ଡିଆଇ ମାନବ ପ୍ରଗତିର ଏକ ମାନଦଣ୍ଡ। ଏହା ଦାରିଦ୍ର୍ୟ, ଅସମାନତା ଏବଂ ବିଶ୍ୱରେ ପରିବେଶଗତ ଚାପ ଆକଳନ କରିଥାଏ। ଏହା କେବଳ ଦେଶର ସ୍ବାସ୍ଥ୍ୟ, ଶିକ୍ଷା ଏବଂ ଜୀବନଶୈଳୀ ଆକଳନ କରି ନ ଥାଏ ,ବରଂ ସେହି ଦେଶର କାର୍ବନ ଡାଇଅକ୍ସାଇଡ ନିର୍ଗମନ ଏବଂ ବିଭିନ୍ନ ଉତ୍ସରୁ ନିର୍ଗତ ସାମଗ୍ରୀର ଆକାରକୁ ଆକଳନ କରିଥାଏ। ଏହି ପଦ୍ଧତିରେ ଶେଷକୁ ଏକ ସୂଚକାଙ୍କ ମିଳିଥାଏ। ଉଭୟ ଲୋକ ଏବଂ ବିଶ୍ୱର ମଙ୍ଗଳକୁ ମାନଦଣ୍ଡ ଭାବେ ଯଦି ମାନବଜାତିର ପ୍ରଗତି ଆକଳନ କରିବାରେ ଉପଯୋଗ କରାଯାଏ, ତେବେ କିଭଳି ପ୍ରାଥମିକତା ଆଧାରରେ ବିକାଶର ଧାରାକୁ ପରିବର୍ତ୍ତନ କରାଯିବ ସେ ସମ୍ପର୍କରେ ଏହି ସୂଚକାଙ୍କ ହିଁ ଦିଶା ନିର୍ଦ୍ଦେଶ କରିଥାଏ। ଏହି ପଦ୍ଧତିକୁ ଉପଯୋଗ କରି ୟୁଏନ୍‌ଡିପିର ମାନବ ବିକାଶ ସୂଚକାଙ୍କ ଆଧାରରେ ଅତି ଅଧିକ ମାନବ ବିକାଶ ଗ୍ରୁପରେ ରହିଥିବା ୫୦ରୁ ଅଧିକ ଦେଶକୁ ବାଦ ଦିଆଯାଇଛି। ଅନ୍ୟ ପକ୍ଷରେ କୋଷ୍ଟାରିକା, ମୋଲଡୋଭା ଏବଂ ପାନାମା ଭଳି ଦେଶ ସୂଚକାଙ୍କରେ ଅତି କମ୍‌ରେ ୩୦ ସ୍ଥାନ ଉପରକୁ ଉଠିଛନ୍ତି। ପ୍ରକୃତିର ସୁରକ୍ଷା କଲେ କୋଟି କୋଟି ଲୋକଙ୍କ ମଙ୍ଗଳ ହେବ ଏଭଳି ନୀତି ଆପଣାଇ ସେମାନେ ଭଲ ସ୍ଥିତିରେ ପହଞ୍ଚିିଛନ୍ତି।
ଜିଡିପି ଆର୍ଥିକ ତଥା ମାନବ ପ୍ରଗତି ଆକଳନ କରିବାରେ ଏକ ଜଣାଶୁଣା ମାନଦଣ୍ଡ ବୋଲି କେହି ଯୁକ୍ତି ବାଢିପାରନ୍ତି। ସେମାନେ ଏହା ମଧ୍ୟ କହିପାରନ୍ତି ଯେ, ପିଏଚ୍‌ଡିଆଇ ତ୍ୱରିତ ତଥା ପ୍ରାଥମିକତା ଆଧାରରେ ବିକାଶ ଲାଗି ପ୍ରତିଦ୍ୱନ୍ଦ୍ୱିତା କରୁଥିତ୍ବା ଦେଶଗୁଡ଼ିକ ପାଇଁ ଜଟିଳ ହେବ। କିନ୍ତୁ ଏହା ଭୁଲ ଧାରଣା। ନୂଆ ସୂଚକାଙ୍କ ପରିବେଶ ଓ ସାମାଜିକ ସମ୍ପର୍କିତ ସ୍ଥାୟୀ ସମସ୍ୟାଗୁଡ଼ିକୁ ଚିହ୍ନଟ କରିବା ସହ ଏହାକୁ ଆକଳନ କରିବାରେ ସକ୍ଷମ ହୋଇଥାଏ। ଏହା ମଧ୍ୟ ଦେଶର ପ୍ରଗତିର ଏକମାତ୍ର ମୁଖ୍ୟ ମାନଦଣ୍ଡ ଭାବେ ନିର୍ଭର କରାଯାଉଥିତ୍ବା ଜିଡିପିର ଏକ ସମ୍ପୂର୍ଣ୍ଣ ବିକଳ୍ପ ହୋଇପାରିବ। ଏକ ପୃଥକ ପଦ୍ଧତି ବିନା ଅସମାନତା ଏବଂ ପରିବେଶଗତ ସଙ୍କଟକୁ ବଢାଇ ଆମେ ଆଗକୁ ମହାମାରୀର ବିପଦକୁ ଆମନ୍ତ୍ରଣ କରିବା, ଏହା ନିଶ୍ଚିତ। ଏହି ଦୁଇଟି ଏକାବେଳେ ସଂଗଠିତ ହୋଇଥାଏ ଏବଂ ଶେଷରେ ଯେତେବେଳେ ବିପର୍ଯ୍ୟୟ ଆସେ ଆମେ ଠିକ୍‌ ସେହି ସମୟରେ ମାନବୀୟ ସହାୟତା ଚାହଁୁ। ଏହା ବଦଳରେ ସରକାର ପରିବେଶ ସଙ୍କଟ ଏବଂ ବର୍ଦ୍ଧିତ ଅସମାନତାକୁ ସମାଧାନ କରିବା ପାଇର୍ଁ ନୂଆ ମାନଦଣ୍ଡ ଗ୍ରହଣ କରିବା ଉଚିତ। ଏହାକୁ ଏବେ ଆରମ୍ଭ କରି ଏକ ଦୀର୍ଘକାଳୀନ ରଣନୀତିର ଏକ ଅଂଶ କରିବା ଦରକାର। ପ୍ରକୃତ ଘଟଣା ସରକାର ଆକଳନ କଲେ ସୁଧାର ଯୋଜନା କରିବାକୁ ସକ୍ଷମ ହେବେ, ଯାହାଦ୍ୱାରା ପରିବେଶର ଯନତ୍ ନେବା ଓ ଅସମାନତା କମାଇବା କ୍ଷେତ୍ରରେ ଅଧିତ୍କ ଶକ୍ତି ଜୁଟାଇ ପାରିବେ। ମୋଟ ଉପେରେ ସମସ୍ତଙ୍କ ପାଇଁ ଏକ ସମୃଦ୍ଧ ଏବଂ ସ୍ବାସ୍ଥ୍ୟକର ଭବିଷ୍ୟତ ଗଢିବାରେ ମଧ୍ୟ ସରକାର ସକ୍ଷମ ହେବେ।
ରେସିଡେଣ୍ଟ ରିପ୍ରେଜେଣ୍ଟେଟିଭ, ୟୁନାଇଟେଡ୍‌ ନେଶନ୍ସ ଡେଭ୍‌ଲପ୍‌ମେଣ୍ଟ ପ୍ରୋଗ୍ରାମ

The post ବିକାଶ ଆକଳନର ନୂଆ ମାନଦଣ୍ଡ appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଆମେରିକାରେ ଏକ ମାସ ଟ୍ରେନିଂ ନେବେ ବଜରଙ୍ଗ

ନୂଆଦିଲ୍ଲୀ, ୨୯ା୧୧(ପି.ଟି.)-ରେସ୍‌ଲର ବଜରଙ୍ଗ ପୁନିଆ ଆମେରିକାରେ ଏକ ମାସ ଧରି ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ତାଙ୍କର ଏହି ଯୋଜନା ମଞ୍ଜୁର ଲାଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବେ ବୋଲି ଆଶା ରହିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ମିଶନ ଅଲିମ୍ପିକ ସେଲ୍‌ ଗଠିତ। ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ରୁ କେଉଁ ଆଥ୍‌ଲେଟମାନେ ଆର୍ଥିକ ସହାୟତା ପାଇବେ ତାହା ଏହା ସ୍ଥିର କରିଥାଏ। ମିଶିିଗାନସ୍ଥିତ କ୍ଲିଫ୍‌ କିନ୍‌ ରେସ୍‌ଲିଂ କ୍ଲବଠାରେ ଡିସେମ୍ବର ୪ରୁ ଜାନୁୟାରୀ ୩ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହେବ। ଏବାବଦରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଉଠିବା ପରେ ବଜରଙ୍ଗ ସୋନେପତସ୍ଥିତ ସାଇ ସେଣ୍ଟରେ ଟ୍ରେନିଂ ନେଇଛନ୍ତି। କୋଚ୍‌ ଏମଜାରିଅସ୍‌ ବେଣ୍ଟିନ୍‌ଡିସ୍‌ ଏବଂ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଗସ୍ତ କରିବେ। ସେଠାରେ ମୁଖ୍ୟ କୋଚ୍‌ ସର୍ଗେଇ ବେଲୋଗ୍ଲାଜୋଭ୍‌ଙ୍କ ଅଧୀନରେ ଅନ୍ୟ ଟପ୍‌ ଅନ୍ତର୍ଜାତୀୟ ରେସ୍‌ଲରମାନଙ୍କ ସହ ସେ ତାଲିମ ନେବେ। ବେଲୋଗ୍ଲାଜୋଭ୍‌ ହେଉଛନ୍ତି ଦୁଇଥର ଅଲିମ୍ପିକ ଚାମ୍ପିୟନ॥ ବଜରଙ୍ଗ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିସାରିଛନ୍ତି। ୬୫କେଜି ଶ୍ରେଣୀରେ ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ରେସ୍‌ଲର ଡିସେମ୍ବର ୧୨ରୁ ୧୮ ପର୍ଯ...