Skip to main content

ସଙ୍ଗିନ ହେଉଛି ସ୍ଥିତି

ଅନୁଗୋଳ ଅଫିସ, ୨୯।୪:  ଅନୁଗୋଳ ଜିଲାରେ କରୋନା ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଗତ ଦୁଇଦିନ ଭିତରେ ସଂକ୍ରମଣ ୭୦୦ ପାର୍‌ କରିଛି। ମଙ୍ଗଳବାର ୨ୟ ଲହରରେ ରେକର୍ଡ ସଂଖ୍ୟକ ସଂକ୍ରମିତ (୩୯୩) ଚିହ୍ନଟ ହୋଇଥିବାବେଳେ ବୁଧବାର ୩୩୬ ଜଣ ପଜିଟିଭ୍‌ ବାହାରିଛନ୍ତି। ଏଭଳି ଉପରମୁହଁା କରୋନା ଗ୍ରାଫ୍‌ ପାଇଁ ଚିନ୍ତାରେ ପଡ଼ିଛି ପ୍ରଶାସନ। ସଂକ୍ରମଣ ଚେନ୍‌ ଭାଙ୍ଗିବା ପାଇଁ ଜିଲାର ୨ ବ୍ଲକ ଓ ଗୋଟିଏ ପୌରପାଳିକାରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ବ୍ୟବସାୟୀମାନେ ସ୍ବତଃପ୍ରବୃତ୍ତ ଭାବେ ସରକାର ଧାର୍ଯ୍ୟ କରିଥିବା ସମୟ ପୂର୍ବରୁ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରିବାକୁ ଆଲୋଚନା କରିଥିବା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି।
ଜିଲାର ତାଳଚେର ଅଞ୍ଚଳରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେହିପରି ବଅଁରପାଳ ଓ ଛେଣ୍ଡିପଦାରେ ସଂଖ୍ୟା ବଢୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତାଳଚେର ବ୍ଲକର ୩ ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏହି ସ୍ଥାନରେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ସର୍ବସାଧାରଣ ଲୋକଙ୍କ ଯାତାୟାତ ବନ୍ଦ ରହିବ। କେବଳ ଅତ୍ୟାବଶ୍ୟକୀୟ କାର୍ଯ ଥିଲେ ଲୋକମାନେ ବାହାରକୁ ଆସିପାରିବେ। ସେହିପରି ତାଳଚେର ପୌରାଞ୍ଚଳରେ ମଧ୍ୟ ପୂର୍ବରୁ ଗୋଟିଏ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଥିବାବେଳେ ବୁଧବାର ଅନ୍ୟ ଏକ ସ୍ଥାନରେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଅନୁରୂପ ଭାବେ ଛେଣ୍ଡିପଦା ଓ ବଅଁରପାଳ ବ୍ଲକର ଦୁଇଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଛି। ଏହା ଆସନ୍ତା ୭ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ। ସେହିପରି ଜିଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରେ ଅତି ସଂକ୍ରମିତ ସ୍ଥାନକୁ ରେଡ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏହି ରେଡ୍‌ ଜୋନ୍‌ରେ ଜିଲାର ୧୭୧ ଗ୍ରାମାଞ୍ଚଳ ଥିବାବେଳେ ସହରାଞ୍ଚଳର ୨୬ ୱାର୍ଡ ରହିଛି। ତାଳଚେର ବ୍ଲକର ୩୬ ଗ୍ରାମାଞ୍ଚଳ ରେଡ୍‌ଜୋନ୍‌ରେ ଥିବାବେଳେ ବଅଁରପାଳ ବ୍ଲକର ୩୪, ଅନୁଗୋଳ ବ୍ଲକର ୨୭, ଆଠମଲ୍ଲିକ ବ୍ଲକର ୮, ଛେଣ୍ଡିପଦା ବ୍ଲକର ୬, କଣିହଁା ବ୍ଲକର ୩୧, କିଶୋରନଗର ବ୍ଲକର ୨୧ ଏବଂ ପାଲଲହଡ଼ା ବ୍ଲକର ୧୦ ଗ୍ରାମାଞ୍ଚଳକୁ ରେଡ଼୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଅନୁଗୋଳ ପୌରାଞ୍ଚଳରେ ସବୁ ୱାଡ୍‌ ରେଡ୍‌ଜୋନ୍‌କୁ ଆସିଛି। ତାଳଚେର ପୌରାଞ୍ଚଳର ୧୦ ଓ ୧୭ ନମ୍ବର ୱାର୍ଡ, ଆଠମଲ୍ଲିକ ଏନ୍‌ଏସିର ୬ ନମ୍ବର ୱାର୍ଡକୁ ରେଡ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏସବୁ ଅଞ୍ଚଳରେ ସ୍ବତନ୍ତ୍ର ସ୍କ୍ରିନିଂ କରିବାକୁ ଏଏନ୍‌ଏମ୍‌, ପୁରୁଷ ସ୍ବାସ୍ଥ୍ୟକର୍ମୀ, ଆଶାକର୍ମୀ ଏବଂ ଅଙ୍ଗନଓ୍ବାଡି କର୍ମୀଙ୍କୁ ନେଇ କମିଟି ଗଠିତ ହୋଇଛି। ଏମାନେ ରେଡ୍‌ଜୋନ୍‌ ଅଞ୍ଚଳର ଘର ଘର ବୁଲି ସ୍କ୍ରିନିଂ କରୁଛନ୍ତି।
କରୋନାର ଏହି ଚେନ୍‌ ଭାଙ୍ଗିବାକୁ ଆଗକୁ ଆସିଛନ୍ତି ଅନୁଗୋଳ, ବଅଁରପାଳ ଓ ଛେଣ୍ଡିପଦାର ଅଞ୍ଚଳର ବ୍ୟବସାୟୀ। ସେମାନେ ଦୋକାନ ବନ୍ଦ ରଖିବାକୁ ପ୍ରଶାସନ ସହିତ ଆଲୋଚନା କରିଛନ୍ତି। ଅନୁଗୋଳ ସହରାଞ୍ଚଳରେ ସରକାରଙ୍କ ନିର୍ଦ୍ଦେଶନାମା ପୂର୍ବରୁ ଅପରାହ୍ନରେ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଛେଣ୍ଡିପଦା ଓ ବଅଁରପାଳ ଅଞ୍ଚଳରେ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ କରିବାକୁ ଆଲୋଚନା କରାଯାଇଛି। ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଇଏସ୍‌ଆଇରେ ଖୋଲିବ ନୂଆ ସିସିସି
ଅନୁଗୋଳ ଜିଲାରେ ଦୁଇ ଦିନ ହେଲା ଦୈନିକ କରୋନା ସଂକ୍ରମଣ ୩ ଶହ ଉପରେ ରହୁଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ପ୍ରଶାସନ ତପତ୍ର ହୋଇଉଠିଛି। ଅନୁଗୋଳ ସହର ଉପଖଣ୍ଡ ପଞ୍ଚମହଲାରେ ଖୋଲାଯାଇଥିବା ଜିଲାର ପ୍ରଥମ କୋଭିଡ୍‌ କେୟାର ସେଣ୍ଟର (ସିସିସି)ରେ ପ୍ରଥମେ ୧୦୦ ଲୋକଙ୍କୁ ରଖିବା ପାଇଁ ବ୍ୟବସ୍ଥା ହୋଇଥିବାବେଳେ ଏବେ ଏହାକୁ ୧୫୦କୁ ବୃଦ୍ଧି କରାଯାଇଛି। ଏଠାରେ ଏବେ ୭୯ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ସେହିପରି ବଅଁରପାଳ ବ୍ଲକରେ ଥିବା ଇଏସ୍‌ଆଇଠାରେ ମଧ୍ୟ ଆଉ ଗୋଟିଏ ସିସିସି ଖୋଲିବାକୁ ଯୋଜନା କରାଯାଉଛି। ସେଠାରେ ୧୦୦ ଶଯ୍ୟା ବ୍ୟବସ୍ଥା କରାଯିବ। ବେଡ଼୍‌ର ବ୍ୟବସ୍ଥା କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ବ୍ୟବସାୟୀଙ୍କ ସହ ଆଲୋଚନା ହୋଇଛି
କରୋନା ସଂକ୍ରମଣ ବଢୁଥିବାର ସରକାର ରାତ୍ରୀକାଳିନ କର୍ଫ୍ୟୁ ଲାଗୁ କରିଛନ୍ତି। ଅନୁଗୋଳ ବ୍ୟବସାୟୀ ସଂଘ ନିଜ ତରଫରୁ ଦୋକାନ ବଜାର ବନ୍ଦ କରିବାକୁ ପ୍ରଶାସନ ସହ ଆଲୋଚନା କରିଛନ୍ତି। ବଅଁରପାଳ, ଛେଣ୍ଡିପଦାରେ ସନ୍ଧ୍ୟା ୬ଟା ପରେ ଏବଂ ଅନୁଗୋଳରେ ଅପରାହ୍ନ ପରେ ଦୋକାନ ବନ୍ଦ ପାଇଁ ଆଲୋଚନା ହୋଇଛି। ତେବେ ଏ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।
ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ

୭ ସ୍ଥାନ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌
ତାଳଚେର ଉପଖଣ୍ଡ ଅଞ୍ଚଳର ୭ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏଥିରେ ତାଳଚେର ବ୍ଲକର ୫ ସ୍ଥାନ ରହି ଥିବାବେଳେ ପୌରାଞ୍ଚଳରେ ୨ ୱାର୍ଡ ରହିଛି। ଏହି ସମୟରେ ଦୋକାନ ବଜାର ବନ୍ଦ ରଖିବାକୁ କୁହାଯାଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ, ଜଳ ଯୋଗାଣ, ବିଦ୍ୟୁତ୍‌, ପରିମଳ, ଚିକିତ୍ସା ପାଇଁ ଯାତାୟତ କରିବାକୁ ଲୋକଙ୍କୁ ଅନୁମତି ଦିଆଯିବ।
ରଜନୀକାନ୍ତ ସ୍ବାଇଁ, ତାଳଚେର ଉପଜିଲାପାଳ

ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ପ୍ରୟାସ
କରୋନା ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ପ୍ରୟାସ କରାଯାଉଛି। ବଅଁରପାଳ ବ୍ଲକର ତୁଳସୀପାଳ, ଛେଣ୍ଡିପଦା ଅଞ୍ଚଳର ଡଙ୍ଗାପାଳ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ସାଧାରଣ ଲୋକଙ୍କ ପାଇଁ କରାଯାଇଥିବା ନିୟମ ମାନିବାକୁ ପଦକ୍ଷେପ ନିଆଯାଇଛି। ଅନୁଗୋଳ ଉପଖଣ୍ଡରେ ଥିବା ସମସ୍ତ ବ୍ଲକରେ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ଭାବେ କରୋନା ନିୟମ ପାଳନ କରିବାକୁ ଲୋକଙ୍କୁ ସଚେତନ କରାଯାଉଛି।
ବାସୁଦେବ ଶତପଥୀ, ଅନୁଗୋଳ ଉପଜିଲାପାଳ

ଜନସାଧାରଣ ସହଯୋଗ କରିବା ଜରୁରୀ
ଅନୁଗୋଳ ଜିଲାରେ କରୋନା ସଂକ୍ରମଣ ଉପର ମୁହଁା ହେବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ଅସ୍ବାଭାବିକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଲୋକମାନଙ୍କୁ ସଚେତନ କରିବାକୁ ପ୍ରଶାସନିକ ଅଧିକାରୀ ଦିନ ରାତି ଏକ୍‌ କରିଦେଇଛନ୍ତି। ତେଣୁ ଯେ କୌଣସି ପରିସ୍ଥିତିରେ ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ହେବ। ଏହି କାର୍ଯ୍ୟରେ ଜନସାଧାରଣଙ୍କ ସହଯୋଗ କରିବା ନିତାନ୍ତ ରୁରୀ।
ପ୍ରତାପ ମହାପାତ୍ର, ସାମାଜିକ କର୍ମୀ

The post ସଙ୍ଗିନ ହେଉଛି ସ୍ଥିତି appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଆମେରିକାରେ ଏକ ମାସ ଟ୍ରେନିଂ ନେବେ ବଜରଙ୍ଗ

ନୂଆଦିଲ୍ଲୀ, ୨୯ା୧୧(ପି.ଟି.)-ରେସ୍‌ଲର ବଜରଙ୍ଗ ପୁନିଆ ଆମେରିକାରେ ଏକ ମାସ ଧରି ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ତାଙ୍କର ଏହି ଯୋଜନା ମଞ୍ଜୁର ଲାଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବେ ବୋଲି ଆଶା ରହିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ମିଶନ ଅଲିମ୍ପିକ ସେଲ୍‌ ଗଠିତ। ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ରୁ କେଉଁ ଆଥ୍‌ଲେଟମାନେ ଆର୍ଥିକ ସହାୟତା ପାଇବେ ତାହା ଏହା ସ୍ଥିର କରିଥାଏ। ମିଶିିଗାନସ୍ଥିତ କ୍ଲିଫ୍‌ କିନ୍‌ ରେସ୍‌ଲିଂ କ୍ଲବଠାରେ ଡିସେମ୍ବର ୪ରୁ ଜାନୁୟାରୀ ୩ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହେବ। ଏବାବଦରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଉଠିବା ପରେ ବଜରଙ୍ଗ ସୋନେପତସ୍ଥିତ ସାଇ ସେଣ୍ଟରେ ଟ୍ରେନିଂ ନେଇଛନ୍ତି। କୋଚ୍‌ ଏମଜାରିଅସ୍‌ ବେଣ୍ଟିନ୍‌ଡିସ୍‌ ଏବଂ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଗସ୍ତ କରିବେ। ସେଠାରେ ମୁଖ୍ୟ କୋଚ୍‌ ସର୍ଗେଇ ବେଲୋଗ୍ଲାଜୋଭ୍‌ଙ୍କ ଅଧୀନରେ ଅନ୍ୟ ଟପ୍‌ ଅନ୍ତର୍ଜାତୀୟ ରେସ୍‌ଲରମାନଙ୍କ ସହ ସେ ତାଲିମ ନେବେ। ବେଲୋଗ୍ଲାଜୋଭ୍‌ ହେଉଛନ୍ତି ଦୁଇଥର ଅଲିମ୍ପିକ ଚାମ୍ପିୟନ॥ ବଜରଙ୍ଗ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିସାରିଛନ୍ତି। ୬୫କେଜି ଶ୍ରେଣୀରେ ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ରେସ୍‌ଲର ଡିସେମ୍ବର ୧୨ରୁ ୧୮ ପର୍ଯ...