Skip to main content

ଜିଭ କାମୁଡ଼ିବା

ଡ. ସୁବାସ ଚନ୍ଦ୍ର ପାତ୍ର

ଜିଭ ମଣିଷ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଦୈନନ୍ଦିନ କଥୋପକଥନରେ ଜିଭ ଶବ୍ଦର ମଧ୍ୟ ବ୍ୟାପକ ବ୍ୟବହାର ପରିଲକ୍ଷିତ ହୁଏ। କେତେ ରୂଢ଼ି, ସଂଳାପ, ବାକ୍‌ଚାତୁରି ଏହି ଜିଭ ଶବ୍ଦକୁ ନେଇ ସମୃଦ୍ଧ। ଅବଶ୍ୟ ଜିଭ ଓ ଦାନ୍ତର ସମ୍ପର୍କକୁ ନେଇ ଆମ ଭାଷା, ସାହିତ୍ୟ, ସଂସ୍କୃତି ଓ ସମାଜ ବେଶ୍‌ ମୁଖର ଯଦିଓ ବିଜ୍ଞାନ ଏ ବାବଦରେ ଭିନ୍ନ କଥା କହେ।
ଜିଭ ଦାନ୍ତର ସମ୍ପର୍କ ପ୍ରାୟତଃ ଅହିଂସ, କିନ୍ତୁ ବେଳେବେଳେ ଦାନ୍ତ ଜିଭପ୍ରତି ହିଂସାତ୍ମକ ଆଚରଣ କରେ। ବିଜ୍ଞାନ ଏହାର ବ୍ୟାଖ୍ୟା କରି କହେ ଯେ, ପ୍ରକୃତରେ ଏ ଦୁହିଁଙ୍କ ଭିତରେ ଥିବା ସୁସଂହତ ସମ୍ପର୍କ ଅବା ସାମୟିକ ବିଚ୍ୟୁତି ପାଇଁ ଏମାନେ ଦାୟୀ ନୁହନ୍ତି। ମସ୍ତିଷ୍କରେ ଥିବା ନିଉରନମାନେ ଜିଭ ଓ ଦାନ୍ତର ସୁସଂହତ ଗତିକୁ ନିୟନ୍ତ୍ରଣ କରନ୍ତି, ଯାହାଫଳରେ ନରମ ଜିଭଟି ଧାରୁଆ ଦାନ୍ତ ହାବୁଡ଼ରେ ପଡ଼ି ଖାଦ୍ୟ ପାଲଟି ପାକସ୍ଥଳୀ ମଧ୍ୟକୁ ଯାଏ ନାହିଁ। ବେଳେବେଳେ ଏହି ନିଉରନମାନଙ୍କ କାର୍ଯ୍ୟଧାରା ଶର୍ଟ ସର୍କିଟର ଶିକାର ହୁଏ; ଯାହାଫଳରେ ବିଚରା ଜିଭଟି କୌଣସି ଏକ ଦାନ୍ତର ଆକ୍ରମଣରେ କ୍ଷତିଗ୍ରସ୍ତ ହୁଏ, ଯାହାକୁ ଆମେ ଜିଭ କାମୁଡ଼ିବା କହୁଁ ଏବଂ ଏହାକୁ ବିଭିନ୍ନ ରୂପରେ ଚିତ୍ରଣ କରୁ। କେହି କେହି ଏହାକୁ ଅନ୍ୟମନସ୍କତା, ଉଦ୍‌ବିଗ୍ନତା, ମାନସିକ ଚାପର ପରିଣାମ ବୋଲି କହନ୍ତି। ତେବେ ଜିଭ ଓ ଦାନ୍ତର ଏ ପ୍ରକାର ଅନିୟନ୍ତ୍ରିତ ଓ ଅନିଚ୍ଛାକୃତ ସମ୍ପର୍କ ଆମ ଭାଷା, ସାହିତ୍ୟ, ସମାଜ ଓ ସଂସ୍କୃତିର ଉପାଦନ ନୁହେଁ। ଇଚ୍ଛାକୃତ ଭାବରେ ଆମେ ଯେଉଁ ଜିଭ କାମୁଡୁ ବା କାମୁ଼ଡ଼ିବାର ଅଭିନୟ କରୁ ତାହାକୁ ନେଇ ଏମାନେ ଋଦ୍ଧିମନ୍ତ।
ସାମାଜିକ ରୀତିନୀତିରେ ଜିଭ କାମୁଡ଼ିବାକୁ ଲାଜ ବା ସଂଭ୍ରମର ଏକ ଲକ୍ଷଣ ଅବା ଭୁଲ୍‌ କରି ତୁରନ୍ତ ଅନୁଶୋଚନା ପ୍ରକାଶ କରିବାର ଏକ ଭଙ୍ଗୀ ହିସାବରେ ବିଚାର କରାଯାଏ। ଲାଜରେ ଜିଭ କାମୁଡ଼ି ପକାଇବାରେ ଅସୁବିଧା ନାହିଁ କିନ୍ତୁ ଲାଜରେ ଜିଭ କାମୁଡ଼ି ପକେଇବା ଏବଂ ତୁରନ୍ତ ସେହି ଅବସ୍ଥାରେ ଶୋଇପଡ଼ି ଅନ୍ୟମାନଙ୍କ ମନରେ ଭ୍ରମ ଓ ଭୀତି ସଞ୍ଚାର କଲାଭଳି ଏକ ହାସ୍ୟରସାତ୍ମକ ଚିତ୍ର ଅଙ୍କନ କରିଛନ୍ତି ପ୍ରଖ୍ୟାତ ସାରସ୍ବତ ସାଧକ ମନୋଜ ଦାସ ତାଙ୍କ ‘ଭୋଳାଅଜା’ ଗଳ୍ପରେ।
”ଅବଶିଷ୍ଟ ପଥ ଅତିକ୍ରମ କଲାବେଳେ ବାପା ଭୋଳାଅଜାଙ୍କ ସମ୍ପର୍କରେ ଯେଉଁ ସବୁ ସ୍ମୃତିକଥା ଶୁଣାଇଥିଲେ, ତହିଁ ମଧ୍ୟରୁ ଉଲ୍ଲେଖଯୋଗ୍ୟ ହେଲା, ଦିନେ ଅପରାହ୍ନରେ ସେ ଯୁଗର ତରୁଣ ଭୋଳାଅଜାଙ୍କୁ ଆମ ବାରଣ୍ଡାରେ ଜିଭକାମୁଡ଼ି ପଡ଼ିଥିବାର ଦେଖି ସମସ୍ତେ ଶଙ୍କି ଯାଇଥିଲେ। ବୁଝିବାବେଳକୁ, ଘଣ୍ଟାଏ ପୂର୍ବେ ତାଙ୍କ ବିବାହ ବିଷୟକ ଏକ ପ୍ରସ୍ତାବ ଶୁଣି ସେ ଲାଜରେ ଜିଭ କାମୁଡ଼ି ପକାଇଥିଲେ ଓ ପରେ ପରେ ନିଦରେ ଶୋଇପଡ଼ି ଜିଭଟି ସମ୍ବରଣ କରିବାକୁ ପାସୋରି ପକାଇଥିଲେ।“
ଭୋଳାଅଜାଙ୍କର ଜିଭ ବି ଥିଲା ନିଜର, ଦାନ୍ତ ବି ଥିଲା ନିଜର। କିନ୍ତୁ ଯେତେବେଳେ ଜଣଙ୍କର ଜିଭ ଏବଂ ଅନ୍ୟଜଣଙ୍କର ଦାନ୍ତ ଭିତରେ କୌଣସି ପରିସ୍ଥିତିରେ ସମ୍ପର୍କ ସ୍ଥାପନ ହୁଏ ସେଠି ଭୋଳାଅଜାଙ୍କ ଲାଜ ପ୍ରକାଶ ପାଏନି, ପ୍ରକାଶ ପାଏ ଅନ୍ୟ କିଛି। ଏହି ସମ୍ପର୍କକୁ ନେଇ ଏକ ରୋଚକ ଖବର ପ୍ରକାଶ ପାଇଥିଲା ବେଶ୍‌ କିଛିବର୍ଷ ତଳେ ଇଂଲିଶ ଖବରକାଗଜରେ ଫିଲିପାଇନ୍‌ସରେ ଘଟିଥିବା ଏକ ଦୁଃଖଦାୟକ ତଥା କୌତୂହଳପୂର୍ଣ୍ଣ ଘଟଣାକୁ ନେଇ। ଭାରି ନାଟକୀୟ ଢଙ୍ଗରେ ଖବରଟି ପରିବେଷିତ ହୋଇଥିଲା। ଥାନାରେ ପହଞ୍ଚିଲେ ଜଣେ ଭଦ୍ର ମହିଳା। ଗୋଟିଏ କାଗଜରେ ବେଶ୍‌ ସନ୍ତର୍ପଣରେ ମୋଡ଼ା ହୋଇଥିବା ଏକ କଞ୍ଚା, ତତଲା କଟାଜିଭଟିକୁ ଥାନାବାବୁଙ୍କ ଟେବୁଲ ଉପରେ ଥୋଇ ପଚାରିଲେ, ‘କହି ପାରିବେ ଏ ଜିଭଟି କାହାର?’ ଥାନାବାବୁ ସ୍ତମ୍ଭୀଭୂତ ହୋଇଯିବାର ଦେଖି ସେ ଘଟଣାର ବର୍ଣ୍ଣନା କଲେ କିପରି ଘରୁ ଅଫିସ ଆସୁଥିବା ବାଟରେ ବିପରୀତ ଦିଗରୁ ମୋଟରସାଇକେଲରେ ଆସୁଥିବା ଜଣେ ଉଦ୍‌ଭ୍ରାନ୍ତ ଯୁବକ ତାଙ୍କ ଆଗରେ ଅଚାନକ ମୋଟରସାଇକେଲ ରଖି ତାଙ୍କୁ ଚୁମ୍ବନ କରିବାକୁ ଲାଗିଲେ। ମହିଳାଙ୍କ ପ୍ରତିରୋଧ ଅତିବେଶି ଫଳପ୍ରଦ ହେଲାନାହିଁ। ପ୍ରବୃତ୍ତିବଶତଃ କିଛି ଗୋଟିଏ ଘଟଣା ଘଟିଲା ଏବଂ ପରମୁହୂର୍ତ୍ତରେ ଉନ୍ମାଦ ଯୁବକ ଚିତ୍କାର କରି ରକ୍ତାକ୍ତ ପାଟିରେ ମୋଟରସାଇକେଲ ଚଢ଼ି ପଳାୟନ କଲେ। ମହିଳା ଜଣକ ମାନସିକ ସ୍ଥିତାବସ୍ଥା ଫେରି ପାଇଲା ପରେ ପାଟି ଆଁ କରନ୍ତେ ହଠାତ୍‌ ଏକ କଟାଜିଭ ଖସି ପଡ଼ିଲା। ଭାରି ସତର୍କତାର ସହ ସେ ଜିଭଟିକୁ ସଂଗ୍ରହ କଲେ। ଥାନାବାବୁଙ୍କୁ ପ୍ରକୃତିସ୍ଥ କରିବା ପାଇଁ କହିଲେ ‘ସଂଗୃହୀତ ଜିଭ, ଏଇଟି। ଆପଣ ଏହି ଜିଭ ଖଣ୍ଡିକ ନେଇ ସେହି ଅସାମାଜିକ ଯୁବକକୁ ଠାବ କରନ୍ତୁ, ମୋତେ ନ୍ୟାୟ ପ୍ରଦାନ କରନ୍ତୁ।’ ଥାନାବାବୁ ତଥାପି ପ୍ରକୃତିସ୍ଥ ହୋଇ ନ ଥିଲେ। ସେ ବାରମ୍ବାର ଭଦ୍ରମହିଳା ତଥା ଟେବୁଲ ଉପରେ ସାକ୍ଷୀ ବନିଥିବା ଜିଅନ୍ତା ଜିଭଟିକୁ ଅନାଉଥାନ୍ତି। ଅବଶ୍ୟ ପରବର୍ତ୍ତୀ ସମୟରେ ସହରର ସମସ୍ତ ହସ୍‌ପିଟାଲ ଖାନ୍‌ତଲାସ ପରେ ଜିଭର ଅଧିକାରୀ ଯୁବକଟିକୁ ଠାବ କରାଗଲା ଏବଂ ବାକି କଥା ନିୟମ ଅନୁଯାୟୀ ଅନୁଷ୍ଠିତ ହେଲା। ଖବରଟିର ଶିରୋନାମାଟି ଥିଲା ମଜାଦାର, ‘କିସ ମିସ୍‌, ଟଙ୍ଗ୍‌ ମିସ୍‌’। ବର୍ଣ୍ଣନାର ପ୍ରଥମ ଧାଡ଼ି ଥିଲା ‘କିସ୍‌ ଏ ମିସ୍‌ ଏଣ୍ଡ ମିସ୍‌ ଏ ଟଙ୍ଗ୍‌’ (ତରୁଣୀଟିକୁ ଚୁମ୍ବନ କରନ୍ତୁ ଆଉ ଜିଭ ହରାନ୍ତୁ)!
ଜିଭ କାମୁଡ଼ିବା ଏକ ଛୋଟକଥା ଭଳି ଜଣାପଡୁଥିଲେ ହେଁ ଏହାର ଅନ୍ତରାଳରେ ଥିବା ସାମାଜିକତ୍ୱ, ଏକ ଉଚ୍ଚ ସଂସ୍କାରର ବାର୍ତ୍ତାବହ। ଗୋଟିଏ ସଭ୍ୟତା ଓ ସଂସ୍କୃତିର ଆଭିଜାତ୍ୟ ଏହି ସଂସ୍କାରରୁ ଜଣାପଡ଼େ। ଜିଭ କାମୁଡ଼ିବା କଥା ମନକୁ ଆସିଲେ ମା’କାଳୀଙ୍କ ଛବି ମନକୁ ଆସେ। ସାଧାରଣ ଗ୍ରାମାଞ୍ଚଳରେ ମା’ କାଳୀଙ୍କର ଏହି ମୁଦ୍ରାକୁ ସାମାଜିକ ସଂଭ୍ରମ ହିସାବରେ ବିଚାର କରାଯାଉଥିଲା ବେଳେ ମନୋଜ ଦାସ କିନ୍ତୁ ଏହାର ଏକ ଭିନ୍ନ ବ୍ୟାଖ୍ୟା ପ୍ରଦାନ କରିଛନ୍ତି। ‘କାଳୀଙ୍କ ଗୋଟାଏ ପାଦ ପଛକୁ; ତାହା ଅତୀତ। ଅନ୍ୟ ପାଦଟି ସ୍ଥିତ; ତାହା ବର୍ତ୍ତମାନ। କିନ୍ତୁ ଉଭୟପାଦ ସମନ୍ବିତ ଭାବରେ ଗତିର ସୂଚନା ଦେଇଛନ୍ତି-ଅର୍ଥାତ୍‌ ଭବିଷ୍ୟତର ସୂଚନା’। ‘ବର୍ତ୍ତମାନ’ ଶବ୍ଦଟି ଚମତ୍କାର। ଆବର୍ତ୍ତିତ ମୁହୂର୍ତ୍ତ ପରେ ମୁହୂର୍ତ୍ତ ସର୍ବଦା ଚଳମାନ। ନିୟତ ତାହା ଅତୀତକୁ ଚାଲିଯାଉଛି। ଶିବ ଚିରନ୍ତନ କାଳ; ଶୁଭ୍ର। ଚଳମାନ କାଳ ଅନ୍ଧକାରାଚ୍ଛନ୍ନ-କାଳୀ। ପରମୁହୂର୍ତ୍ତରେ କ’ଣ ହେବ ଆମେ ଜାଣୁନା। ସେହି ଆବର୍ତ୍ତଧର୍ମୀ ସମୟ ଯାହା ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମନ୍ବିତ ତାହା ପ୍ରହେଳିକାମୟ। କିନ୍ତୁ କାଳୀ-ରୂପୀ କାଳର ଭିତ୍ତି ମହାକାଳ ଶିବ-ଚିରନ୍ତନ ଓ ଅକ୍ଷୟ। କାଳାତୀତ ସହ କାଳର ସମ୍ପର୍କର ଏହାଠୁ ଅଧିକ ଶକ୍ତିଶାଳୀ ଚିତ୍ର ଆଉ କ’ଣ ହୋଇପାରେ?
(ମହାକାଳର ପ୍ରହେଳିକା…ପୃ.୧୩)
ଦାନ୍ତ ସିନା ଜିଭକୁ କାମୁଡ଼ି ଦିଏ, କିନ୍ତୁ ଜିଭ ସହିତ ଦାନ୍ତର ସମ୍ପର୍କ ବହୁତ ମଧୁର । କୁହାଯାଏ ଯେତେଥର ଦାନ୍ତ ଜିଭକୁ କାମୁଡ଼ି ଦେଲେ ବି ସେମାନେ ଏକାଠି ରହି କାମ କରନ୍ତି। ଦାନ୍ତ ଜିଭର ସମ୍ପର୍କ କ୍ଷମାଶୀଳ ନିବିଡ଼ତା ଉପରେ ପର୍ଯ୍ୟବସିତ। ମଣିଷମାନେ ଦାନ୍ତ ଓ ଜିଭର ସମ୍ପର୍କଠୁ କିଛି ଶିଖି ପାରନ୍ତେ କି?
ପୂର୍ବତନ ଅଧ୍ୟକ୍ଷ, ଜେଲ୍‌ରୋଡ, ବାଲେଶ୍ୱର, ମୋ:୯୪୩୭୩୭୬୨୧୯

The post ଜିଭ କାମୁଡ଼ିବା appeared first on Dharitri Odia News.



Popular posts from this blog

ବିଜିୟୁ, ଆର୍କଜେନ ୟୁନିଭର୍ସିଟି ସହ ଆଇସିଏସ୍‌ଆଇର ଚୁକ୍ତି

ଭୁବନେଶ୍ୱର: ଦି ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କମ୍ପାନୀ ସେକ୍ରେଟାରିଜ ଅଫ୍‌ ଇଣ୍ଡିଆ(ଆଇସିଏସ୍‌ଆଇ) ପକ୍ଷରୁ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି(ବିଜିୟୁ) ଭୁବନେଶ୍ୱର ଏବଂ ଜାମସେଦପୁରସ୍ଥିତ ଆର୍କଜେନ୍‌ ୟୁନିଭର୍ସିଟି ସହ ଏକାଡେମିକ ସହବନ୍ଧନ ଏମ୍‌ଓୟୁରେ ସାମିଲ ହୋଇଛି। ଛାତ୍ରୀଛାତ୍ର ଏବଂ ଅଂଶୀଦାରଙ୍କ ଉନ୍ନତି ତଥା ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ଏଭଳି ଏକ ଚୁକ୍ତି ବିଶେଷ ଭାବେ ସହାୟକ ହେବ ବୋଲି ଆଇସିଏସ୍‌ଆଇ ସଭାପତି ସିଏସ୍‌ ଆଶିଷ ଗର୍ଗ ସୂଚନା ଦେଇଛନ୍ତି। ଉଭୟ ବିଶ୍ୱବିଦ୍ୟାଳୟ ଆଇସିଏସ୍‌ଆଇ ସହ ମିଳିତ ହୋଇ କାମ କରିବାକୁ ଆଗେଇ ଆସିଥିବାରୁ ସେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଛାତ୍ରୀଛାତ୍ରଙ୍କ ଉନ୍ନତି ଦିଗରେ ବିଭିନ୍ନ କାର୍ଯ୍ୟପନ୍ଥା ହାତକୁ ନିଆଯାଉଥିବା ଉପସଭାପତି ସିଏସ୍‌ ନାଗେନ୍ଦ୍ର ରାଓ କହିଛନ୍ତି। ନୂଆ ସହବନ୍ଧନ ଦ୍ୱାରା ଉଭୟ ଅନୁଷ୍ଠାନ ଲାଭବାନ ହୋଇପାରିବେ ବୋଲି ବିଜିୟୁ କୁଳପତି ପ୍ରଫେସର ପି.ପି. ମାଥୁର ମତ ପ୍ରକାଶ କରିଥିଲେ। ଏଭଳି ପଦକ୍ଷେପ ପାଇଁ ଅର୍କଜେନ ୟୁନିଭର୍ସିଟି କୁଳପତି ଡ.ଏସ୍‌.ଏସ୍‌.ରାଜି ଆଇସିଏସ୍‌ଆଇକୁ ଧନ୍ୟବାଦ ପ୍ରଦାନ କରିଛନ୍ତି। The post ବିଜିୟୁ, ଆର୍କଜେନ ୟୁନିଭର୍ସିଟି ସହ ଆଇସିଏସ୍‌ଆଇର ଚୁକ୍ତି appeared first on Dharitri Odia News .

ପ୍ରଚାର ମୋଡ଼ ବଦଳାଇଲେ କମଲା ହାରିସ୍‌

ଓ୍ବାଶିଂଟନ,୧୪/୮:ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଆମେରିକାର ରାଜନୈତିକ ପାଣିପାଗରେ ଉଷ୍ମତା ଭରିଦେଇଛି। ବିଶେଷକରି ଭାରତୀୟ ବଂଶୋଦ୍ଭବ କାଲିଫର୍ନିଆ ସିନେଟର କମଲା ହାରିସ୍‌ ଡେମୋକ୍ରାଟିକ୍‌ ପାର୍ଟିରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ପରେ ତାଙ୍କ ପ୍ରେସିଡେନ୍ସିଆଲ ନୋମିନି ଜୋ ବିଡେନଙ୍କ ପ୍ରଚାର ରୋଚକ ମୋଡରେ ପହଞ୍ଚତ୍ଛି। ବିଡେନ ଓ ହାରିସ୍‌ ବୁଧବାର ପ୍ରଥମଥର ପାଇଁ ଗୋଟିଏ ମଞ୍ଚରେ ଛିଡ଼ାହୋଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ହ୍ବାଇଟ୍‌ ହାଇସ୍‌ ରେକର୍ଡ ଶେୟାର କରିଛନ୍ତି। ରିପବ୍ଲିକାନ ଟ୍ରମ୍ପ୍‌ ରାଷ୍ଟ୍ରପତି ପଦ ପାଇଁ ଯୋଗ୍ୟ ନୁହନ୍ତି ବୋଲି ଦୁହେଁ ସମାଲୋଚନା କରିଛନ୍ତି। ୭୭ ବର୍ଷୀୟ ଶ୍ୱେତାଙ୍ଗ ଜୋ ବିଡେନ ମଙ୍ଗଳବାର ୫୫ ବର୍ଷୀୟା କମଲା ହାରିସ୍‌ଙ୍କୁ ତାଙ୍କର ଭାଇସ୍‌ ପ୍ରେସିଡେନ୍ସିଆଲ ରନିଂ ମେଟ୍‌ ଭାବେ ଚୟନ କରିଥିଲେ। ଆମେରିକାର ଏକ ବଡ଼ ରାଜନୈତିକ ଦଳରୁ ଜଣେ କୃଷ୍ଣକାୟ ମହିଳା ଭାବେ ଏହି ଦୌଡ଼ିରେ ସାମିଲ ହେବାରେ ହାରିସ୍‌ ହେଉଛନ୍ତି ପ୍ରଥମ। ଏହାର ଦିନକ ପରେ ଦୁଇନେତା ଡେଲାଓ୍ବେରସ୍ଥିତ ଓ୍ବିଲମିଙ୍ଗଟନରେ ପ୍ରଥମଥର ପାଇଁ ଗୋଟିଏ ମଞ୍ଚରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ଏହି ଅବସରରେ ବିଡେନ କହିଥିଲେ, ଉପରାଷ୍ଟ୍ରପତି ପଦ ଲାଗି ହାରିସ୍‌ ଜଣେ ସ୍ମାର୍ଟ, ଟାଣୁଆ ଏବଂ ଆମେରିକାର ମଧ୍ୟବିତ୍ତଙ୍କ ପାଇଁ ଲଢ଼ୁଆ ପ୍ରାର୍ଥୀ। କିପରି କଠୋର ନିଷ୍ପତ୍ତି ନିଆଯାଏ ତାଙ୍କୁ ଭଲ ...

୨୦୧୮-୧୯ ଆଇଟିଆର୍‌ ପଇଠ ସୀମା ବଢ଼ିଲା

ନୂଆଦିଲ୍ଲୀ,୩୧।୭ -ଆର୍ଥତ୍କ ବର୍ଷ ୨୦୧୮-୧୯ ଲାଗି ଆୟକର ରିଟର୍ନ (ଆଇଟିଆର୍‌) ପଇଠ କରିବା ସୀମାକୁ ସରକାର ଚଳିତ ବର୍ଷ ସେପ୍ଟେମ୍ବର ଶେଷ ଯାଏ ବଢ଼ାଇଛନ୍ତି। ବର୍ତ୍ତମାନ କରୋନା ଯୋଗୁ ଲୋକମାନେ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। ଆୟକରଦାତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଲାଗି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଆୟକର ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଆୟକର ବିଭାଗର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ଆର୍ଥତ୍କ ବର୍ଷ ୨୦୧୮-୧୯ ଲାଗି ରିଟର୍ନ ଫାଇଲ କରିବା କ୍ଷେତ୍ରରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ପୂର୍ବରୁ ରିଟର୍ନ ଫାଇଲ କରିବାର ଶେଷ ତାରିଖ ଜୁଲାଇ ୩୧ ରହିଥିଲା,ଯାହାକୁ ବର୍ତ୍ତମାନ ସେପ୍ଟେମ୍ବର ୩୦ କରାଯାଇଛି। ସୂଚନାଯୋଗ୍ୟ, ୨୦୧୮-୧୯ର ମୂଳ କିମ୍ବା ସଂଶୋଧିତ ଆଇଟି ରିଟର୍ନ ଭରିବାର ଶେଷ ତାରିଖକୁ ତୃତୀୟ ଥର ଲାଗି ବଢ଼ାଯାଇଥିବା ଜଣାପଢ଼ିଛି। The post ୨୦୧୮-୧୯ ଆଇଟିଆର୍‌ ପଇଠ ସୀମା ବଢ଼ିଲା appeared first on Dharitri Odia News .