Skip to main content

ଅନୁପ୍ରବେଶକାରୀଙ୍କୁ ସୁହାଉଛି ଜଳପଥ

ବାଲେଶ୍ୱର ଅଫିସ, ୩୦।୪- ବାଲେଶ୍ୱର ଜିଲାରେ ୮୪ କିଲୋମିଟର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ପାଇଁ ୩ଟି ସାମୁଦ୍ରିକ ଥାନା ରହିଛି। ସଦର ବ୍ଲକ ଅନ୍ତର୍ଗତ ବଳରାମଗଡ଼ି ଓ କଷାଫଳ ସାମୁଦ୍ରିକ ଥାନା ଏବଂ ଭୋଗରାଇ ବ୍ଲକ ଅଧୀନ ତାଳସାରୀ ସାମୁଦ୍ରିକ ଥାନା ରହିଛି। ଉକ୍ତ ଥାନାଗୁଡ଼ିକରେ କର୍ମଚାରୀ ଅଭାବରୁ ଅନୁପ୍ରବେଶକାରୀଙ୍କୁ ରୋକିବା ଅସମ୍ଭବ ହୋଇପଡୁଛି। କରୋନାର ଦ୍ୱିତୀୟ ଲହରରେ ସ୍ଥଳପଥ ସିଲ୍‌ କରାଯାଇଥିବା ବେଳେ ଜଳପଥ ସେମାନଙ୍କୁ ବେଶ୍‌ ସୁହାଉଛି। ବିଶେଷ କରି ପଶ୍ଚିମବଙ୍ଗରୁ ବହୁ ଲୋକ ଜଳପଥ ଦେଇ ଓଡ଼ିଶାରେ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି।
କରୋନା ଦ୍ୱିତୀୟ ଲହର ପ୍ରଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଓଡ଼ିଶାକୁ ଏବେ ପଶ୍ଚିମବଙ୍ଗ ଓ ବାଂଲାଦେଶ ବହୁ ଅନୁପ୍ରବେଶକାରୀ ମାଛ ଧରିବା ସହ ଜାଲବୁଣା, ବୋଟ୍‌ ମରାମତି କରିବା ଓ ଚାଳକ ଭାବରେ କାମ କରିବା ପାଇଁ ଆସୁଛନ୍ତି। ଏମାନଙ୍କ ମାଧ୍ୟମରେ କରୋନା ଭଳି ମହାମାରୀ ରାଜ୍ୟରେ ଅଧିକ ହେବାରେ ଲାଗିଛି। ବିଶେଷ କରି ସମୁଦ୍ର ଉପକୂଳବର୍ତ୍ତୀ ଭୋଗରାଇ, ବାଲିଆପାଳ, ସଦର, ବାହାନଗା ଓ ରେମୁଣା ବ୍ଲକ ପ୍ରତି ବିପଦ ଦେଖାଦେଇଛି।
୨୦୦୮ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ କେନ୍ଦ୍ରସରକାର ଉପକୂଳ ସୁରକ୍ଷା ପାଇଁ ରାଜ୍ୟସରକାରଙ୍କୁ ସାମୁଦ୍ରିକ ଥାନା ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଏହି ତିନୋଟି ସାମୁଦ୍ରିକ ଥାନା ପ୍ରତିଷ୍ଠା କରିଥିଲେ ରାଜ୍ୟ ସରକାର। ବଳରାମଗଡ଼ି ଥାନାରେ ଜଣେ ଇନ୍ସପେକ୍ଟର, ୬ଜଣ ସବ୍‌ଇନ୍ସପେକ୍ଟର, ୬ଜଣ ଏଏସ୍‌ଆଇ, ୧୭ଜଣ ହାବିଲଦାର ଓ ୪୮ଜଣ କନେଷ୍ଟବଳ ନିଯୁକ୍ତି ପାଇଥିଲେ। ଥାନାକୁ ଦୁଇଟି ପୋଲିସ ଭ୍ୟାନ୍‌ ଓ ୨ଟି ବୋଟ୍‌ ଦିଆଯାଇଥିଲା। କେବଳ ସେତିକି ନୁହେଁ, ଅନୁପ୍ରବେଶକାରୀଙ୍କ ଉପରେ କଡ଼ା ନଜର ରଖିବା ପାଇଁ ୧୬ଜଣ ଅବସରପ୍ରାପ୍ତ ନୌସେନା ଯବାନ ବି ଏଠାରେ ନିଯୁକ୍ତି ପାଇଥିଲେ। କିନ୍ତୁ ବର୍ତ୍ତମାନ ଏହି ଥାନାରେ ଅଧା କର୍ମଚାରୀ ବି ନାହାନ୍ତି। ଜଣେ ସବ୍‌ଇନ୍ସପେକ୍ଟର, ଜଣେ ହାବିଲଦାର, ୪ଜଣ କନେଷ୍ଟବଳ ଓ ୬ଜଣ ହୋମ୍‌ଗାର୍ଡ଼ ଏହି ଥାନାକୁ ଜଗିଛନ୍ତି। ସେହିପରି କଷାଫଳ ଥାନାରେ ଜଣେ ଇନ୍ସପେକ୍ଟର, ଜଣେ ହାବିଲଦାର, ୭ଜଣ କନେଷ୍ଟବଳ ଥିବା ବେଳେ ତାଳସାରୀ ଥାନାରେ ଜଣେ ଇନ୍ସପେକ୍ଟର, ୩ଜଣ ଏଏସ୍‌ଆଇ, ୪ଜଣ କନଷ୍ଟେବଳ ରହିଛନ୍ତି। ବର୍ତ୍ତମାନ କୋଭିଡ୍‌ ଭଳି ମହାମାରୀ ସ୍ଥିତିରେ ପ୍ରବାସୀ ଓ ଅନୁପ୍ରବେଶକାରୀଙ୍କ ଉପରେ ରୋକ୍‌ ଲଗାଇବା ଜରୁରୀ ହୋଇପଡ଼ିଥିବା ବେଳେ କର୍ମଚାରୀ ଓ ବୋଟ୍‌ ଅଭାବ କାରଣରୁ ଏହି ଅଞ୍ଚଳକୁ ସୁରକ୍ଷା ଦେବା ସହ ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖିବା ନିମନ୍ତେ ଠିକ୍‌ ଭାବେ ପାଟ୍ରୋଲିଂ ହୋଇପାରୁ ନାହଁି।
ଏନେଇ ବଳରାମଗଡ଼ି ଥାନା ଅଧିକାରୀ ଅଜୟ କୁମାର ମୁର୍ମୁ କହନ୍ତି, ମେରାଇନ୍‌ ଥାନା ଅଧୀନରେ ଥିବା ଗୋଟିଏ ବୋଟ୍‌ ଯୋଗେ ବର୍ତ୍ତମାନ ଥିବା କର୍ମଚାରୀମାନଙ୍କୁ ନେଇ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ନିୟମିତ ଭାବେ ପାଟ୍ରୋଲିଂ କରାଯାଉଛି।

The post ଅନୁପ୍ରବେଶକାରୀଙ୍କୁ ସୁହାଉଛି ଜଳପଥ appeared first on Dharitri Odia News.



Popular posts from this blog

ପ୍ରଚାର ମୋଡ଼ ବଦଳାଇଲେ କମଲା ହାରିସ୍‌

ଓ୍ବାଶିଂଟନ,୧୪/୮:ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଆମେରିକାର ରାଜନୈତିକ ପାଣିପାଗରେ ଉଷ୍ମତା ଭରିଦେଇଛି। ବିଶେଷକରି ଭାରତୀୟ ବଂଶୋଦ୍ଭବ କାଲିଫର୍ନିଆ ସିନେଟର କମଲା ହାରିସ୍‌ ଡେମୋକ୍ରାଟିକ୍‌ ପାର୍ଟିରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ପରେ ତାଙ୍କ ପ୍ରେସିଡେନ୍ସିଆଲ ନୋମିନି ଜୋ ବିଡେନଙ୍କ ପ୍ରଚାର ରୋଚକ ମୋଡରେ ପହଞ୍ଚତ୍ଛି। ବିଡେନ ଓ ହାରିସ୍‌ ବୁଧବାର ପ୍ରଥମଥର ପାଇଁ ଗୋଟିଏ ମଞ୍ଚରେ ଛିଡ଼ାହୋଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ହ୍ବାଇଟ୍‌ ହାଇସ୍‌ ରେକର୍ଡ ଶେୟାର କରିଛନ୍ତି। ରିପବ୍ଲିକାନ ଟ୍ରମ୍ପ୍‌ ରାଷ୍ଟ୍ରପତି ପଦ ପାଇଁ ଯୋଗ୍ୟ ନୁହନ୍ତି ବୋଲି ଦୁହେଁ ସମାଲୋଚନା କରିଛନ୍ତି। ୭୭ ବର୍ଷୀୟ ଶ୍ୱେତାଙ୍ଗ ଜୋ ବିଡେନ ମଙ୍ଗଳବାର ୫୫ ବର୍ଷୀୟା କମଲା ହାରିସ୍‌ଙ୍କୁ ତାଙ୍କର ଭାଇସ୍‌ ପ୍ରେସିଡେନ୍ସିଆଲ ରନିଂ ମେଟ୍‌ ଭାବେ ଚୟନ କରିଥିଲେ। ଆମେରିକାର ଏକ ବଡ଼ ରାଜନୈତିକ ଦଳରୁ ଜଣେ କୃଷ୍ଣକାୟ ମହିଳା ଭାବେ ଏହି ଦୌଡ଼ିରେ ସାମିଲ ହେବାରେ ହାରିସ୍‌ ହେଉଛନ୍ତି ପ୍ରଥମ। ଏହାର ଦିନକ ପରେ ଦୁଇନେତା ଡେଲାଓ୍ବେରସ୍ଥିତ ଓ୍ବିଲମିଙ୍ଗଟନରେ ପ୍ରଥମଥର ପାଇଁ ଗୋଟିଏ ମଞ୍ଚରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ଏହି ଅବସରରେ ବିଡେନ କହିଥିଲେ, ଉପରାଷ୍ଟ୍ରପତି ପଦ ଲାଗି ହାରିସ୍‌ ଜଣେ ସ୍ମାର୍ଟ, ଟାଣୁଆ ଏବଂ ଆମେରିକାର ମଧ୍ୟବିତ୍ତଙ୍କ ପାଇଁ ଲଢ଼ୁଆ ପ୍ରାର୍ଥୀ। କିପରି କଠୋର ନିଷ୍ପତ୍ତି ନିଆଯାଏ ତାଙ୍କୁ ଭଲ

କୁଶଳୀ ଶିଳ୍ପୀ ନିହଣ ସଙ୍ଗେ ଅସ୍ତ୍ର ବି ଧରୁଥିଲେ

ପୂର୍ବ ଆଲୋଚନାରେ (ଧରିତ୍ରୀ, ୨୬ା୪ା୨୧) ‘ମଗୋ ଜାତୀୟ ବ୍ରାହ୍ମଣ’ଙ୍କ ପ୍ରସଙ୍ଗ ଆମେ ଆଲୋଚନା କରିଥିଲେ। ପ୍ରାଚୀନ ଭାରତର ଇତିହାସ ପୁସ୍ତକରେ ବା ଭଗବତ୍‌ ଶରଣ ଉପାଧ୍ୟାୟ ଏ ସମ୍ପର୍କିତ ମତ ଦେବାପରେ ଡ. ରାମ୍‌ଜୀ ଉପାଧ୍ୟାୟ ଏହି ମତକୁ ଆଗେଇ ନେଇଥିଲେ। ମଗୋମାନେ ତୃତୀୟ ଶତାବ୍ଦୀରେ ଭାରତକୁ ଆସି ସୂର୍ଯ୍ୟଙ୍କ ଉପାସନା କରିଥିଲେ ବୋଲି ଲେଖିବା ପରେ କେତେକ ଐତିହାସିକ କୁଶାଣ ଯୁଗରେ ସୂର୍ଯ୍ୟ ଉପାସନା ଇରାନରୁ ଭାରତକୁ ଆସିଥିଲା ବୋଲି ମତ ଦେଇଥିଲେ। ବାସ୍ତବରେ କୁଶାଣ ଯୁଗ ପୂର୍ବରୁ ଭାରତରେ ସୂର୍ଯ୍ୟ ଉପାସନା ପ୍ରଚଳିତ ଥିଲା। ବେଦ ହିଁ ଏହାର ପ୍ରମାଣ। ତୃତୀୟ ଶତକ ପୂର୍ବରୁ ରାମାୟଣ, ମହାଭାରତ, କେତେକ ପୁରାଣ ଓ ତନ୍ତ୍ରଗ୍ରନ୍ଥ ଲେଖା ସରିଥିଲା। ମହାଭାରତରେ ସେତେବେଳକୁ ସୂର୍ଯ୍ୟ ହୋଇ ସାରିଥିଲେ ‘ବ୍ରହ୍ମଶାଶ୍ୱତ’। ପୁରାଣ ଶାସ୍ତ୍ରରେ ସୂର୍ଯ୍ୟଙ୍କର କ୍ରାନ୍ତିବୃତ୍ତିକୁ ସୂର୍ଯ୍ୟରଥ ବୋଲି ପ୍ରମାଣ କରାଯାଇ ସାରିଲାଣି। ଜ୍ୟୋତିଷ ତତ୍ତ୍ୱର ରହସ୍ୟ ପୁରାଣ ଶାସ୍ତ୍ରରେ ସ୍ଥାନ ପାଇ ସାରିଥିଲା। ସୂର୍ଯ୍ୟଙ୍କ ରଥ ବେଦମୟ, ମୁହୂର୍ତ୍ତକେ ୩୪ ଲକ୍ଷ ୮୦୦ ଯୋଜନ ଏହି ରଥ ଗତିକରେ। ଗୋଟିଏ ଚକ ହେଉଛି ସମ୍ବତ୍ସର। ୧୨ ମାସର ପ୍ରତୀକ ୧୨ଟି ଅର। ୬ ଋତୁ ପରି ୬ଟି ପଇ। ଅରୁଣ ହେଉଛନ୍ତି ସାରଥି। ଦତ୍ତାତ୍ରେୟ ତନ୍ତ୍ରରେ ସୂର୍ଯ୍ୟଙ୍କର ରଥର ରହସ୍ୟ ସବିଶେଷ ବର୍ଣ୍ଣନା ହୋଇ ସାରିଥିଲା। ସ୍ଥାପତ୍ୟ କଳାର ଏତେସବୁ ରହସ୍ୟ ଓଡ଼ିଆ ଶିଳ୍ପୀ ଜାଣିଥିଲେ। ବ

ବିଜିୟୁ, ଆର୍କଜେନ ୟୁନିଭର୍ସିଟି ସହ ଆଇସିଏସ୍‌ଆଇର ଚୁକ୍ତି

ଭୁବନେଶ୍ୱର: ଦି ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କମ୍ପାନୀ ସେକ୍ରେଟାରିଜ ଅଫ୍‌ ଇଣ୍ଡିଆ(ଆଇସିଏସ୍‌ଆଇ) ପକ୍ଷରୁ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି(ବିଜିୟୁ) ଭୁବନେଶ୍ୱର ଏବଂ ଜାମସେଦପୁରସ୍ଥିତ ଆର୍କଜେନ୍‌ ୟୁନିଭର୍ସିଟି ସହ ଏକାଡେମିକ ସହବନ୍ଧନ ଏମ୍‌ଓୟୁରେ ସାମିଲ ହୋଇଛି। ଛାତ୍ରୀଛାତ୍ର ଏବଂ ଅଂଶୀଦାରଙ୍କ ଉନ୍ନତି ତଥା ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ଏଭଳି ଏକ ଚୁକ୍ତି ବିଶେଷ ଭାବେ ସହାୟକ ହେବ ବୋଲି ଆଇସିଏସ୍‌ଆଇ ସଭାପତି ସିଏସ୍‌ ଆଶିଷ ଗର୍ଗ ସୂଚନା ଦେଇଛନ୍ତି। ଉଭୟ ବିଶ୍ୱବିଦ୍ୟାଳୟ ଆଇସିଏସ୍‌ଆଇ ସହ ମିଳିତ ହୋଇ କାମ କରିବାକୁ ଆଗେଇ ଆସିଥିବାରୁ ସେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଛାତ୍ରୀଛାତ୍ରଙ୍କ ଉନ୍ନତି ଦିଗରେ ବିଭିନ୍ନ କାର୍ଯ୍ୟପନ୍ଥା ହାତକୁ ନିଆଯାଉଥିବା ଉପସଭାପତି ସିଏସ୍‌ ନାଗେନ୍ଦ୍ର ରାଓ କହିଛନ୍ତି। ନୂଆ ସହବନ୍ଧନ ଦ୍ୱାରା ଉଭୟ ଅନୁଷ୍ଠାନ ଲାଭବାନ ହୋଇପାରିବେ ବୋଲି ବିଜିୟୁ କୁଳପତି ପ୍ରଫେସର ପି.ପି. ମାଥୁର ମତ ପ୍ରକାଶ କରିଥିଲେ। ଏଭଳି ପଦକ୍ଷେପ ପାଇଁ ଅର୍କଜେନ ୟୁନିଭର୍ସିଟି କୁଳପତି ଡ.ଏସ୍‌.ଏସ୍‌.ରାଜି ଆଇସିଏସ୍‌ଆଇକୁ ଧନ୍ୟବାଦ ପ୍ରଦାନ କରିଛନ୍ତି। The post ବିଜିୟୁ, ଆର୍କଜେନ ୟୁନିଭର୍ସିଟି ସହ ଆଇସିଏସ୍‌ଆଇର ଚୁକ୍ତି appeared first on Dharitri Odia News .