Skip to main content

ପ୍ରାଣୀ ଚମଡ଼ାର ବିକଳ୍ପ

ମାନେକା ଗାନ୍ଧୀ

ପ୍ରାଣୀ ମାଂସ ଖାଇବା ଓ ପ୍ରାଣିଜ ଉପତ୍ାଦ ପିନ୍ଧିବାରେ ମୁଁ ଏକ ପରିବର୍ତ୍ତନ ଦେଖିବାକୁ ଯାଉଛି। ବିଶ୍ୱର ବୃହତ୍‌ କଂସେଇଖାନା କମ୍ପାନୀ ଏବଂ ନିବେଶକମାନେ ଲାବରେଟୋରିରେ ରିୟଲ ମିଟ୍‌ ବା ଅସଲି ମାଂସ (ଏହାକୁ ମଧ୍ୟ କ୍ଲନ୍‌ ମିଟ୍‌ କୁହାଯାଏ) ଏବଂ କ୍ଷୀର ପ୍ରସ୍ତୁତ କରିବା ପାଇଁ ନିବେଶ କରିଛନ୍ତି। ସିଙ୍ଗାପୁର ଭଳି ଅନ୍ୟ ଦେଶଗୁଡ଼ିକର ମାର୍କେଟରେ ରିୟଲ ମିଟ୍‌ ଉପଲବ୍ଧ ହେଉଛି। ‘ପରଫେକ୍ଟ ଡେ’ ମିଲ୍କ ସେଲ୍‌ ପ୍ରସ୍ତୁତ କରୁଛି। ତା’ର ଲହୁଣି ସ୍ମିଟେନ ନାମରେ ମାର୍କେଟରେ ମିଳୁଛି। ଏହା ପ୍ରାଣୀ କ୍ଷୀରରୁୁ ତିଆରି ହେଉନିି। ‘ଇନର୍ଭିଟୋ ଆନିମଲ ସେଲ୍‌ କଲ୍‌ଚର’ ଦ୍ୱାରା ମାଂସ ଉପତ୍ାଦନ କରିବାରେ ନେଦରଲାଣ୍ଡ ଏବଂ ଇସ୍ରାଏଲ ଆଗରେ ରହିଛନ୍ତି। ଇଣ୍ଟେନ୍‌ସିଭ ଫାର୍ମିଂ ବା ସଘନ କୃଷି ବଦଳରେ ଯଦି କ୍ଲିନ ମିଟ ଶିଳ୍ପର ମାନକ ଭାବେ ଉଭା ହେବ ତେବେ ପରିବେଶକୁ ବହୁ ଲାଭ ମିଳିିବ। ଉପଭୋକ୍ତା ଭାବେ ଆମେ ମଧ୍ୟ କ୍ଲିନ ମିଟ୍‌ ଖାଇବା ଦରକାର। ଏଥିରେ କଂସେଇଖାନାର ମାଂସ ଭଳି ଆଣ୍ଟିବାୟୋଟିକ୍ସ କି କ୍ଷତିକାରକ ବ୍ୟାକ୍ଟେରିଆ ନ ଥାଏ। ଏହାଦ୍ୱାରା ଆମେ ବର୍ଷକୁ ୫୬ ମିଲିୟନ ପ୍ରାଣୀଙ୍କ ଜୀବନ ବଞ୍ଚାଇପାରିବା। ହଁ, ପ୍ରତିବର୍ଷ ମଣିଷ ଏହି ସଂଖ୍ୟକ ପ୍ରାଣୀଙ୍କୁ ମାରି ମାଂସ ଖାଉଛି। ମାଂସ ଶିଳ୍ପ ମଧ୍ୟ ତା’ର ପରିସଂଖ୍ୟାନ ଉପସ୍ଥାପନ କରିବାରେ ଲାଗିଛି । କହୁଛି ଯେ,ମାର୍କେଟରେ ଶୁଦ୍ଧଶାକାହାରୀ ଏବଂ ଶାକାହାରୀଙ୍କ ସଂଖ୍ୟା ୫%ରୁ କମ୍‌ ରହିଛି, ହେଲେ ଏଥିରେ ସତ୍ୟତା ନାହିଁଁ। ଏହା ଯଦି ସତ ହୁଏ ,ତେବେ ସବୁ ସୁପର ମାର୍କେଟ ଏବଂ ଫାଷ୍ଟଫୁଡ୍‌ ଭେଣ୍ଡର ସେମାନଙ୍କୁ ଖାଦ୍ୟ ପରଷୁ ନ ଥାନ୍ତେ। ଉଦ୍ଭିଦଜ ଖାଦ୍ୟ ପ୍ରସ୍ତୁତ କରୁଥିବା ‘ଇମ୍ପସିବଲ ଫୁଡ୍ସ’ ଏବେ ବିଶ୍ୱରେ ସବୁଠୁ ଦ୍ରୁତ ଗତିରେ କାୟା ମେଲାଇ ଚାଲିଛି। ଏହାର ମାର୍କେଟ ଭାଲ୍ୟୁ ଏବେ ୪ ବିଲିୟନ ଡଲାର।
ଚମଡ଼ା ପରିଧାନ କରିବା କମିଛି କି? ଏଯାବତ୍‌ ଏହା ହୋଇ ନ ପାରିଲେ ମଧ୍ୟ ଆଗକୁ ଆଶା ସୃଷ୍ଟିକରିଛିି। ଲେଦର ଶିଳ୍ପ ବା ଚମଡ଼ାଶିଳ୍ପ ପ୍ରତିବର୍ଷ ଲକ୍ଷ ଲକ୍ଷ ବାଛୁରୀଙ୍କୁ ହତ୍ୟାକରୁଛି। ଏହା ପ୍ରକୃତି ପାଇଁ ଅତ୍ୟନ୍ତ ବିପଜ୍ଜନକ। ଛମଡ଼ାରେ ବ୍ୟବହୃତ ବିଷାକ୍ତ ରାସାୟନିକ ପଦାର୍ଥ ଯୋଗୁ ନଦୀ ଜଳ ପ୍ରଦୂଷିତ ହେଉଛିି। ଲେଦର ପଲିସିରେ ଲକ୍ଷ ଲକ୍ଷ ମାଛ ମରୁଛନ୍ତି। କ୍ୱାଣ୍ଟିସ୍‌ ଦ୍ୱାରା କରାଯାଇଥିବା ୨୦୧୮ର ଗୋ୍ଲବାଲ ଇମ୍ପାକ୍ଟ ପ୍ରକାଶ କରିଛି ଯେ, ପ୍ରତିବର୍ଷ ଚମଡ଼ା ଜୋତା ଶିଳ୍ପରୁ ୭୦୦ ମିଲିୟନ ମେଟ୍ରିକ ଟନ୍‌ କାର୍ବନ ଡାଇଅକ୍ସାଇଡ୍‌ ନିର୍ଗତ ହୁଏ। ଏହା ବିଶ୍ୱ ତାପନର ଏକ ମୁଖ୍ୟ କାରଣ। ନ୍ୟୁଜିଲାଣ୍ଡ ଜୋତା କମ୍ପାନୀ ଅଲ୍‌ବାର୍ଡ ଯାହା ବୃହତ୍‌ କମ୍ପାନୀ ଆଡିଡାସର ଅଂଶୀଦାର , ତାହା ପ୍ଲାଣ୍ଟ ବେସ୍‌ଡ ଲେଦର ବା ଉଦ୍ଭିଜ ଚମଡ଼ାରେ ପ୍ରଚୁର ନିବେଶ କରିଥିବା ଘୋଷଣା କରିଛି। ଅଲ୍‌ବାର୍ଡ ୟୁକାଲିପଟାସ ଏବଂ କଟନ ଫାଇବର୍‌ରେ ଜୋତା ତିଆରି କରୁଛି। କ୍ୟାଷ୍ଟର ବିନ୍‌ ଅଏଲ ଏବଂ ରିସାଇକେଲ୍‌ଡ ପ୍ଲାଷ୍ଟିକ ଲେସ୍‌ରେ ସୋଲ୍‌ ପ୍ରସ୍ତୁତ କରାଯାଉଛି। ଉଦ୍ଭିିଦଜ ଚମଡ଼ା ଭେଜିଟେବଲ ଅଏଲ, ନାଚୁରାଲ ରବର ଏବଂ ଅନ୍ୟ ଜୈବିକ କଞ୍ଚାମାଲରୁ ପ୍ରସ୍ତୁତ ହେଉଛି। କମ୍ପାନୀ ତା’ର ‘ନ୍ୟାଚୁରାଲ ଫାଇବର ଓ୍ବେଲ୍ଡିଂ’ ଫାର୍ମରେ ନିବେଶ କରିବାକୁ ଘୋଷଣା କରିବା ସହ ଏଠାରେ ପ୍ରଥମେ ୧୦୦% ପ୍ରାକୃତିକ ଉଦ୍ଭିଦଜ ଛମଡ଼ା ଡିସେମ୍ବର ୨୦୨୧ ସୁଦ୍ଧା ପ୍ରସ୍ତୁତ କରାଯିବ ବୋଲି କହିଛି। ଏହାର ନାମ ରଖାଯାଇଛି ମିରୁମ। ପରିବେଶ ଉପରେ ପ୍ରାଣୀ ଚମଡ଼ାର କାର୍ବନ ପ୍ରଭାବ ଯାହା ତା’ଠାରୁ ୪୦ ଗୁଣ କମ୍‌ ରହିବ ମିରୁମରେ। ପେଟ୍ରୋଲିୟମ ଆଧାରିତ ଉତ୍ସରୁ ପ୍ରସ୍ତୁତ କରାଯାଉଥିବା ସିନ୍ଥେଟିକ ଚମଡ଼ା ଠାରୁ ଏହା ୧୭% କମ୍‌ କାର୍ବନ ନିର୍ଗମନ କରିବ। ବିନା ପଲିୟୁରେଥନରେ ଏହା ତିଆରି ହେବ ଓ ମାଟିରେ ସହଜରେ ବିଘଟନ ହୋଇପାରିବ ଓ ଏଥିତ୍ରୁ ପୁଣି ନୂଆ ମିରୁମ ପ୍ରସ୍ତୁତ କରାଯାଇପାରିବ। ଅଲ୍‌ବାର୍ଡସ୍‌ର ସହ-ପ୍ରତିଷ୍ଠାତା ଜୋୟ ଜିଓ୍ବିଲିଙ୍ଗର କହିଛନ୍ତି ଯେ, ନାଚୁରାଲ ଫାଇବର ଓ୍ବେଲଡିଂ ସ୍ଥାୟୀ ବିଷାକ୍ତ ପଦାର୍ଥରୁ ସହଜରେ ଚମଡ଼ା ତିଆରି କରିପାରୁଛି ଏବଂ କାର୍ବନ ନିର୍ଗମନ ୯୮% ହ୍ରାସ କରିବା ଏହାର କ୍ଷମତା ରହିଛି। ପ୍ରାଣୀ ଓ ପେଟ୍ରୋଲିୟମ ଉପଯୋଗକୁ ଫ୍ୟାଶନ ଇଣ୍ଡଷ୍ଟ୍ରୀରୁ ଦୂରେଇବା ଲାଗି ଏହା ଏକ ଉତ୍ସାହପ୍ରଦ ଯାତ୍ରା।
ଭିଗନ ଲେଦର (ଉଦ୍ଭିଦଜ ଚମଡ଼ା) ପାରମ୍ପରିକ ପ୍ରାଣୀ ଚମଡ଼ାର ଏକ ବିକଳ୍ପ । ଏଥିତ୍ରେ ପ୍ରାଣୀ କ୍ରୂରତା ବା ଯନ୍ତ୍ରଣାର ସ୍ଥାନ ନାହିଁ। ଏହା ଦେଖିତ୍ବାକୁ ଠିକ୍‌ ପ୍ରାଣୀ ଚମଡ଼ା ଭଳି ଏବଂ ପିନ୍ଧିଲେ ପ୍ରାଣୀ ଚମଡ଼ା ଭଳି ଲାଗେ। ଏଥିରେ ପ୍ରଦୂଷଣ ହୁଏ ନାହିଁ। ପରିବେଶ ଓ ପ୍ରାଣୀମାନଙ୍କ ଉପରେ ଲେଦର ଶିଳ୍ପର ପ୍ରଭାବ ସମ୍ପର୍କରେ ଲୋକେ ଅଧିକରୁ ଅଧିକ ସଚେତନ ହେଉଥିବାରୁ କ୍ରୂରତା ବା ଯନ୍ତ୍ରଣାମୁକ୍ତ ବିକଳ୍ପଗୁଡ଼ିକ ପାଇଁ ମାର୍କେଟ ବୃଦ୍ଧି ପାଇବାରେ ଲାଗିଛି। ୨୦୧୩ରେ ପ୍ରତିଷ୍ଠା ହୋଇଥିବା ବ୍ରିଟିଶ କମ୍ପାନୀ ‘ଆନନାସ ଆନମ’ ଉଦ୍ଭିଦଜ ଚମଡ଼ା ପିନାଟେକ୍ସ ପ୍ରସ୍ତୁତ କରିଥିତ୍ଲା। ସପୁରି ପତ୍ର ତନ୍ତୁ ଏଥିତ୍ରେ ଉପଯୋଗ ହେଉଛିି। ଏହାକୁ ଫିଲିପାଇନ୍ସ ଯୋଗାଉଛିି। ଏହି ତନ୍ତୁକୁ ମକାରୁ ପ୍ରାପ୍ତ ଜୈବ ପା୍ଲଷ୍ଟିକ ସହ ମିଶ୍ରଣ କରି ପିନାଟେକ୍ସ ତିଆରି ହେଉଛିି। ଚମଡ଼ା ସାମଗ୍ରୀ ତିଆରି କରିବା ଲାଗି ଏହାକୁ ‘ହୁଗୋ ବସ’୍‌ ଏବଂ କାନାଡ଼ିଆନ ବ୍ରାଣ୍ଡ୍‌ ‘ନେଟିଭ ଶୁ ’ଊପଯୋଗ କରୁଛନ୍ତି। ଡଚ୍‌ ଡିଜାଇନର ଟିଜେର୍ଡ ଭେନ୍‌ହୋଭେନ ଭିଗନ ଲେଦର ପାଇଁ ଆରେକା ବିଟିଲ ନଟ୍‌(ଏକ ପ୍ରକାର ଗୁଆ ଗଛ)ର ପତ୍ର ବ୍ୟବହାର କରୁଛି।
ଡେଜର୍ଟୋ କମ୍ପାନୀ ମଧ୍ୟ ନୋପାଲ କାକ୍‌ଟସ (ଏକ ପ୍ରକାର ନାଗଫେଣୀ)ପତ୍ରରୁ ଭିଗନ ଲେଦର ତିଆରି କରିବା ଆରମ୍ଭ କରିଛି। ଏହାକୁୁ ଫର୍ନିଚର ଏବଂ କାର ଇଣ୍ଟେରିୟର, ଛୋଟ ବ୍ୟାଗ,ପର୍ସ ଏବଂ ଜୋତା ତିଆରିରେ ବ୍ୟବହାର କରାଯାଇପାରିବ। ଷ୍ଟିଲା ମ୍ୟାକ କର୍ଟିନୀ, ଆଡିଡାସ୍‌ ଏବଂ ଗୁସିର ପ୍ୟାରେଣ୍ଟ କମ୍ପାନୀ କେରିଙ୍ଗ ସମେତ ମୁଖ୍ୟ ଲକ୍‌ଜ୍ୟୁରି ଫ୍ୟାଶନ ହାଉସଗୁଡ଼ିକ ଆନିମଲ ଲେଦର ପରିବର୍ତ୍ତେ ମାୟିଲୋ ପ୍ରସ୍ତୁତ କରୁଛନ୍ତି। ମାୟିଲୋ ଲେଦର ଭଳି ନରମ ଏବଂ ଏହା ଛତୁ ଓ ଅନ୍ୟ ଫଙ୍ଗସ ଜାତୀୟ ଉଦ୍ଭିଦରୁ ସଂଗୃହୀତ ମାୟିସିଲିୟମରୁ ତିଆରି ହେଉଛି। ଏଥିପାଇଁ ଆନିମଲ ଲେଦରଠାରୁ କମ୍‌ ପାଣି ଆବଶ୍ୟକ ହୁଏ ଓ କମ୍‌ ସବୁଜ ଗ୍ୟାସ୍‌ ନିର୍ଗମନ ହୋଇଥାଏ। ଏହା ମାଟିରେ ସମ୍ପୂର୍ଣ୍ଣ ମିଶିଯାଏ ଓ ଏହାର କୌଣସି ବିଷାକ୍ତ ପ୍ରଭାବ ନ ଥାଏ। ମୁସ୍‌କିନ ଏକ ଚମଡ଼ା ଭଳି ପଦାର୍ଥ ଯାହା ଛତୁର କ୍ୟାପ୍‌(ଫେଲିିନସ ଏଲିପ୍ସୋଇଡିୟସ)ରୁ ପ୍ରସ୍ତୁତ କରାଯାଏ। ଏଭଳି ଛତୁ ବା ଫଙ୍ଗସ ସବ୍‌ଟ୍ରପିକାଲ ଜଙ୍ଗଲରେ ମିଳେ ଓ କାଠଗଣ୍ଡି ଉପରେ ବଢିଥାଏ। ଓ୍ବିଲ୍ସ ଭିଗନ ଷ୍ଟୋର ଶସ୍ୟଜାତୀୟ ଗଛରୁ ପ୍ରସ୍ତୁତ ଭିଗନ ଲେଦରରେ ଜୋତା ତିଆରି କରିଥାଏ। ଏହି କମ୍ପାନୀ ପଲିୟୁରେଥେନ ବଦଳରେ ଏବେ ୟୁକାଲିପଟାସ ଛାଲିରୁ ମିଳୁଥିବା ଭିସ୍‌କୋସ ଉପଯୋଗ କରିବା ଆରମ୍ଭ କରିଦେଇଛି। ୨୦୧୭ରେ ବି ଭେରା କମ୍ପାନୀ ଆପଲ ଜୁସ ଇଣ୍ଡଷ୍ଟ୍ରୀରୁ ମିଳୁଥିବା ଆପଲ ଚୋପା ଓ ପଲିୟୁରେଥନକୁ ନେଇ ଲେଦର ତିଆରି କରିବା ଆରମ୍ଭ କରିଥିଲା।
ଭାରତର କେରଳସ୍ଥିତ ମଲାଇ ବାୟୋମ୍ୟାଟେରିଆଲ ଡିଜାଇନ ପ୍ରାଇଭେଟ ଲିମିଟେଡ୍‌ ନଡିଆ ବର୍ଜ୍ୟରୁ ମିଳୁଥିବା ବ୍ୟାକ୍ଟେରିଆଲ ସେଲୁଲୋଜ, କଦଳୀ ଗଣ୍ଡି, ସିସାଲ( ଶୁଷ୍କ ଅଞ୍ଚଳରେ ବଢୁଥିବା ଏକପ୍ରାର ଗଛ) ଓ ଗଞ୍ଜେଇ ଗଛର ତନ୍ତୁରୁ ଉଦ୍ଭିଦଜ ଚମଡ଼ା ପ୍ରସ୍ତୁତ କରୁଛି। ଏହା ମାଟିରେ ମିଶିଯାଉଛି, ନରମ, ଜଳ ପ୍ରତିରୋଧୀ। ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ ଚମଡ଼ାର ମୁଖ୍ୟ ଗ୍ରାହକ ହେଉଛନ୍ତି କ୍ରାଫ୍ଟିଂ ପ୍ଲାଷ୍ଟିକ୍ସ, ଟିଓଏନ, ମ୍ୟାଟର, କାଜେଟୋ। ଏହାର ଉପତ୍ାଦଗୁଡ଼ିକ ମଧ୍ୟରେ ରହିଛି ବ୍ୟାଗ, ବ୍ୟାକପ୍ୟାକ, ଓ୍ବଲେଟ । ଏହା ଜୋତା ତିଆରି କରଛିି କି ନାହିଁ ତାହା ମୋତେ ଜଣାନାହିଁ। ‘ଅଲୁଭି’ ମଧ୍ୟ ଭିଗନ ଲେଦର ଉପତ୍ାଦ ବିକ୍ରି କରେ। ଏହି ସବୁ କମ୍ପାନୀ ଆନିମଲ ଲେଦର ବ୍ୟବସାୟ ପାଇଁ ପ୍ରାଣୀମାନଙ୍କୁ ଦିଆଯାଉଥିବା ଯନ୍ତ୍ରଣା ଏବଂ ପରିବେଶ ପ୍ରଦୂଷଣ ବିରୋଧରେ ଦୃଢ ଭାବେ ଠିଆ ହୋଇଛନ୍ତି। ଇଞ୍ଜିନିୟର ଅଙ୍କିତ ଅଗ୍ରଓ୍ବାଲଙ୍କ ଦ୍ୱାରା ପ୍ରତିଷ୍ଠିତ କାନପୁର ଫ୍ଲାଓ୍ବାର ସାଇକ୍ଲିଂ ପ୍ରସ୍ତୁତ କରୁଛନ୍ତି ଫ୍ଲିଦର। ମନ୍ଦିରର ବର୍ଜ୍ୟ ଫୁଲରୁ ଏହି ଚମଡ଼ା ତିଆରି ହେଉଛି, ଯଦିଓ ଏହା ଏବେ ସୁଦ୍ଧା ବଜାରକୁ ଅସିପାରିନି। ଏଭଳି ଆବିଷ୍କାର ପାଇଁ ଫ୍ଲିଦର ୟୁଏନ ସସ୍‌ଷ୍ଟେନାବିଲିଟି ଆଓ୍ବାର୍ଡ ଏବଂ ପେଟା (ପିଇଟିଏ) ପୁରଷ୍କାର ପାଇଛି। ଏହି କମ୍ପାନୀ ବିଘଟନ ଯୋଗ୍ୟ ଫ୍ଲୋରାଫୋମ ପ୍ରସ୍ତୁତ କରୁଛି। ବଜାଜ ଏବଂ ହାଭେଲ୍‌ସ କମ୍ପାନୀ ପ୍ୟାକେଜିଂରେ ଫ୍ଲୋରଫୋମ ବ୍ୟବହାର କରୁଛନ୍ତି। ଆମେ କିଣିବାର ଧାରା ବଦଳାଇଲେ କେବଳ ଏହି କମ୍ପାନୀଗୁଡ଼ିକ ହିଁ ସଫଳ ହୋଇପାରିବେ।
Email: gandhim@nic.in

The post ପ୍ରାଣୀ ଚମଡ଼ାର ବିକଳ୍ପ appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଆମେରିକାରେ ଏକ ମାସ ଟ୍ରେନିଂ ନେବେ ବଜରଙ୍ଗ

ନୂଆଦିଲ୍ଲୀ, ୨୯ା୧୧(ପି.ଟି.)-ରେସ୍‌ଲର ବଜରଙ୍ଗ ପୁନିଆ ଆମେରିକାରେ ଏକ ମାସ ଧରି ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ତାଙ୍କର ଏହି ଯୋଜନା ମଞ୍ଜୁର ଲାଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବେ ବୋଲି ଆଶା ରହିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ମିଶନ ଅଲିମ୍ପିକ ସେଲ୍‌ ଗଠିତ। ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ରୁ କେଉଁ ଆଥ୍‌ଲେଟମାନେ ଆର୍ଥିକ ସହାୟତା ପାଇବେ ତାହା ଏହା ସ୍ଥିର କରିଥାଏ। ମିଶିିଗାନସ୍ଥିତ କ୍ଲିଫ୍‌ କିନ୍‌ ରେସ୍‌ଲିଂ କ୍ଲବଠାରେ ଡିସେମ୍ବର ୪ରୁ ଜାନୁୟାରୀ ୩ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହେବ। ଏବାବଦରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଉଠିବା ପରେ ବଜରଙ୍ଗ ସୋନେପତସ୍ଥିତ ସାଇ ସେଣ୍ଟରେ ଟ୍ରେନିଂ ନେଇଛନ୍ତି। କୋଚ୍‌ ଏମଜାରିଅସ୍‌ ବେଣ୍ଟିନ୍‌ଡିସ୍‌ ଏବଂ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଗସ୍ତ କରିବେ। ସେଠାରେ ମୁଖ୍ୟ କୋଚ୍‌ ସର୍ଗେଇ ବେଲୋଗ୍ଲାଜୋଭ୍‌ଙ୍କ ଅଧୀନରେ ଅନ୍ୟ ଟପ୍‌ ଅନ୍ତର୍ଜାତୀୟ ରେସ୍‌ଲରମାନଙ୍କ ସହ ସେ ତାଲିମ ନେବେ। ବେଲୋଗ୍ଲାଜୋଭ୍‌ ହେଉଛନ୍ତି ଦୁଇଥର ଅଲିମ୍ପିକ ଚାମ୍ପିୟନ॥ ବଜରଙ୍ଗ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିସାରିଛନ୍ତି। ୬୫କେଜି ଶ୍ରେଣୀରେ ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ରେସ୍‌ଲର ଡିସେମ୍ବର ୧୨ରୁ ୧୮ ପର୍ଯ...