Skip to main content

୫ ଜଣ ଏକାଠି ହେଲେ କାର୍ଯ୍ୟାନୁଷ୍ଠାନ

କେନ୍ଦୁଝର, ୨୯।୪ (ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ଜିଲାରେ କରୋନାର ଦ୍ୱିତୀୟ ଲହରରେ ସ୍ଥିତି ଗୁରୁତର ହୋଇ ପଡୁଛି। ବିଶେଷ କରି ସହରାଞ୍ଚଳରେ କରନା ସଂଖ୍ୟା ଅଧିକ ଥିବାରୁ ଏହାର ସ୍ଥିତି ଅଧିକ ଗୁରୁତର ହୋଇ ପଡୁଛି। ଏଥିପାଇଁ ଜିଲାପାଳ ଆଶିଷ ଠାକରେ ଏକ ଖବରଦାତା ସମ୍ମିଳନୀ ଡାକି ଜାରି କରାଯାଇଥିବା ନୂତନ ଗାଇଡ ଲାଇନ ଓ ଏସଓପି ଉପରେ ଜଣାଇଥିଲେ। ସହରାଞ୍ଚଳ ତଥା ଏହାକୁ ଲାଗିଥିବା ପଞ୍ଚାୟତ ଅଞ୍ଚଳରେ ଏକସଙ୍ଗରେ ୫ ରୁ ଅଧିକ ଲୋକ ଏକାଠି ଉପରେ କଟକଣା ଲାଗୁକରାଯିବା ସହ ଧାରା ୧୪୪ ଲଗାଇବା ପାଇଁ ଉପଜିଲାପାଳ ମାନଙ୍କୁ ଆଦେଶ କରାଯାଇଛି।
କରୋନା ଟେଷ୍ଟ ପାଇଁ ମେଡିକାଲ ରେ ଦେଖାଦେଉଥିବା ଭିଡକୁ ଦେଖି ଏହାକୁ ପୂର୍ବ ବର୍ଷ ଭଳି ସ୍ଥାନୀୟ ଡି.ଏନ.ହାଇସ୍କୁଲରେ ଟେଷ୍ଟ କରିବା ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି। ଟେଷ୍ଟ ପାଇଁ ନମୂନା ଦେବା ପରେ ସମସ୍ତେ ଘରେ ସଙ୍ଗରୋଧରେ ରହିବାକୁ କହିଥିଲେ। ଅଧିକ ରୋଗୀ ଗୁରୁତର ହୋଇ ପଡୁଥିବା କାରଣରୁ ଏବଂ ଅଧିକ ଅକ୍ସିଜେନର ଆବଶ୍ୟକତା ପଡୁଥିବାରୁ କୋଭିଡ ହସ୍ପିଟାଲରେ ବେଡ ସଂଖ୍ୟା ବୃଦ୍ଧି କରିବା ସହ କୋଭିଡ କେୟାର ସେଣ୍ଟରରେ ବେଡ ସଂଖ୍ୟା ବୃଦ୍ଧି କରାଯାଉଥିବା କହିଛନ୍ତି। ଏଥିପାଇଁ କର୍ମଚାରୀ ଓ ମେଡିକାଲ କର୍ମଚାରୀ ନିଯୁକ୍ତ ହୋଇସାରିଥିବା କହିଛନ୍ତି।
ରାଙ୍କି ସ୍ଥିତ କୋଭିଡ ହସ୍ପିଟାଲରେ ଅକ୍ସିଜେନ ଯୁକ୍ତ ବେଡ ସଂଖ୍ୟାକୁ ୧୩୦କୁ ବୃଦ୍ଧି କରାଯାଇଛି। କେନ୍ଦୁଝରରେ ୨, ଯୋଡା, ବଡବିଲ ଚମ୍ପୁଆ, ଆନନ୍ଦପୁରରେ ଥିବା କୋଭିଡ କେୟାର ସେଣ୍ଟର୍‌ରେ ସମୁଦାୟ ୩୯୦ ସାଧାରଣ ଓ ୧୨୦ ଅକ୍ସିଜେନ ଯୁକ୍ତ ବେଡ୍‌ ରହିଛି ା ଜିଲା ମୁଖ୍ୟାଳୟରେ ଅଧିକ ୭୫୦ ବେଡ ବିଶିଷ୍ଟ କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ କରାଯାଉଛି। ଜିଲାରେ ଅଧିକ ଅକ୍ସିଜେନ ବେଡ୍‌ ପ୍ରସ୍ତୁତ କରି ୪୫୦ ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି କହିଛନ୍ତି। ବର୍ତ୍ତମାନ ରାଙ୍କି ହସ୍ପିଟାଲରେ ଜମ୍ବୋ ସିଲିଣ୍ଡର ୧୦୫ରୁ (୬୦ଟି ବ୍ୟବହାର ହେଉଛି) ଓ ଛୋଟ ସିଲିଣ୍ଡର ୧୩୯ରୁ (୫୯)ଟି ବ୍ୟବହାର ହୋଇଛି) ରହିଛି। ଅନ୍ୟ ହସ୍ପିଟାଲ ଓ ସେଣ୍ଟରରେ ୫୪୧-ବି ଟାଇପ ସିଲିଣ୍ଡର ଓ ୪୬-ଡି ଟାଇପ ସିଲିଣ୍ଡର ମହଜୁଦ ଅଛି। ସେହିପରି କୋଭିଡ ହସ୍ପିଟାଲର ଆବଶ୍ୟକତା ଦୂର କରିବା ପାଇଁ ଅକ୍ସିଜେନ ଜେନେରେଟର ପ୍ରତିଷ୍ଠା କରାଯାଇଥିବା ବେଳେ ଆବଶ୍ୟକତା ପୂରଣ ପାଇଁ ବିଭିନ୍ନ ସଂସ୍ଥା ସହିତ ଯୋଗାଯୋଗ ରଖାଯାଇଛି ବୋଲି ଜିଲାପାଳ କହିଛନ୍ତି। ଭୟ କରିବା ଦରକାର ନାହିଁ। ସମସ୍ତେ ସହଯୋଗ କରିବା ସହ ସଚେତନ ରହି କୋଭିଡ ନିୟମକୁ ପାଳନ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ପଜିଟିଭ କେସ୍‌କୁ ଟ୍ରାକ କରାଯାଉଥିବାବେଳେ ଅଧିକ ଗୁରୁତର ଥିବା ରୋଗୀଙ୍କୁ ପ୍ରାଧାନ୍ୟ ଦିଆଯାଉଛି। ତେବେ କେନ୍ଦୁଝର ପୌରାଞ୍ଚଳରେ ଘର ଘର ବୁଲି ସର୍ଭେ କରାଯାଉଛି।

The post ୫ ଜଣ ଏକାଠି ହେଲେ କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.



Popular posts from this blog

କ୍ଷତିପୂରଣ ଲାଗି ବଢ଼ିପାରେ ଜିଏସ୍‌ଟି

ନୂଆଦିଲ୍ଲୀ,୩୧।୭-କରୋନା ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ସରକାରଙ୍କ ଟିକସ ଜନିତ ଆୟ ବର୍ତ୍ତମାନ କମିଛି। ଫଳରେ ରାଜ୍ୟଗୁଡିକର ଅଂଶ ପ୍ରଦାନ କରିବା ଦିଗରେ ବର୍ତ୍ତମାନ କଷ୍ଟକର ହେଉଛି। ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ବଡ ବଡ ରାଜ୍ୟକୁ ବାଦ୍‌ ଦେଲେ ଅଧିକାଂଶ ରାଜ୍ୟଗୁଡ଼ିକର ଆୟ କେନ୍ଦ୍ରଠାରୁ ମିଳୁଥିବା ଜିଏସ୍‌ଟି ଉପରେ ନିର୍ଭର କରିଥାଏ। ଲକ୍‌ଡାଉନ ଯୋଗୁ ଜିଏସ୍‌ଟି ଆଦାୟ ଉପରେ ନକାରାତ୍ମକ ପ୍ରଭାବ ପଡିଛି। ଏଭଳି ସ୍ଥିତିରେ କେନ୍ଦ୍ର ସମ୍ପୂର୍ଣ୍ଣ ହାତ ଟେକି ଦେଇଥିବା ଜଣାପଡିଛି। କେନ୍ଦ୍ର ଚାହୁଁଛି ଯେ, ରାଜ୍ୟଗୁଡ଼ିକ ବଜାରରୁ ଋଣ ଉଠାନ୍ତୁ। ରାଜସ୍ବ ମାମଲାରେ ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଆଇନଗତ ଲଢ଼େଇ ଆରମ୍ଭ ହୋଇଯାଇଛି। ବଜାରରୁ ଋଣ ଉଠାଇବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି କେରଳ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ତାକୁ ବିରୋଧ କରୁଛନ୍ତି। କେନ୍ଦ୍ର ନିଜର ଦାୟିତ୍ୱକୁ ଠିକ୍‌ ଭାବେ ନିର୍ବାହ କରୁ ବୋଲି ରାଜ୍ୟଗୁଡିକ ଯୁକ୍ତି ବାଢିଛନ୍ତି। କେନ୍ଦ୍ର ବଜାରରୁ ଋଣ କରୁ ଏବଂ ରାଜ୍ୟଗୁଡିକ ଯେଉଁ ରାଜସ୍ବରେ ଯେଉଁ କ୍ଷତି ସହୁଛନ୍ତି ତା’ର ଭରଣା କରୁ ବୋଲି ରାଜ୍ୟଗୁଡିକ ଯୁକ୍ତିରେ କହିଛନ୍ତି। ୨୦୧୭ରେ ଜିଏସ୍‌ଟି କାର୍ଯ୍ୟକାରୀ କରାଯିବା ସମୟରେ କେନ୍ଦ୍ର ସରକାର କହିଥିଲେ ଯେ, ରାଜ୍ୟଗୁଡ଼ିକର ରାଜସ୍ବ ହ୍ରାସକୁ କେନ୍ଦ୍ର ଭରଣା କରିବ। ଆଗାମୀ ୫ ବର୍ଷ ଯାଏ ଏଭଳି ...

ଅକ୍ଟୋବର ୫ରେ ମୋରାଟୋରିୟମ ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଋଣ ମୋରାଟୋରିୟମ ସୁବିଧା ବଢ଼ାଇବା ଏବଂ ଋଣ କିସ୍ତିର ସୁଧ ଉପରେ ସୁଧ ଲାଗୁ ମାମଲାର ସୁପ୍ରିମକୋର୍ଟ ପୁଣି ଥରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ସରକାର ଏହି ପ୍ରସଙ୍ଗ ଉପରେ ବିଚାର କରୁଛନ୍ତି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ସରକାର ନେବା ସମ୍ଭାବନା ରହିଛି। ଏ ନେଇ ଗୁରୁବାର ସୁଦ୍ଧା ସରକାର ସ୍ପଷ୍ଟ କରିବାକୁ ପ୍ରୟାସ କରିବେ। ଅକ୍ଟୋବର ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି। ଏହି ମାମଲାର ଶୁଣାଣି ଶୀଘ୍ର କରିବାକୁ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାଜୀବ ଦତ୍ତା ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଛନ୍ତି। ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ନ୍ୟାୟାଳୟଙ୍କୁ କହିଛନ୍ତି, ଏହି ପ୍ରସଙ୍ଗରେ କିଛି ଆର୍ଥତ୍କ ମାମଲା ଜଡିତ ରହିଛି। ପ୍ରସଙ୍ଗଗୁଡିକୁ ବିଚାରକରିବା ଲାଗି ସମୟର ଆବଶ୍ୟକତା ରହିଛି। ଅକ୍ଟୋବର ପହିଲାରେ ମୋରାଟୋରିୟମ ମାମଲାର ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୩ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ କହିଥିଲେ, ଋଣ କିସ୍ତି ପ୍ରଦାନ କରିବାକୁ ସକ୍ଷମ ହେଉ ନ ଥିବା ଆକାଉଣ୍ଟଗୁଡିକୁ ଆଗାମୀ ୨ ମାସ ଯାଏ ଏନ୍‌ପିଏ ଘୋଷଣା କରା ନ ଯାଉ। ସୋମବାର ହୋଇଥିବା ଶୁଣାଣିରେ ...