ନୂଆଦିଲ୍ଲୀ, ୩୦ା୪ (ପି.ଟି.)-କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ କ୍ରୟ ଲାଗି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଗୁରୁବାର ୧କୋଟି ଟଙ୍କା ଦାନ କରିଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଥିବାରୁ ଦେଶର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଏବେ ସଙ୍କଟରେ ପଡ଼ିଛି। ରୋଗୀଙ୍କୁ ଚିକିତ୍ସା କ୍ଷେତ୍ରରେ ଅକ୍ସିଜେନ ଓ ଗୁରୁତ୍ୱପୂର୍ଣ୍ଣ ଔଷଧର ଅଭାବ ଦେଖାଦେଇଛି। ସମଗ୍ର ଦେଶରେ ହସ୍ପିଟାଲଗୁଡ଼ିକୁ ଜୀବନରକ୍ଷାକାରୀ ଅକ୍ସିଜେନ କନ୍ସେନଟ୍ରେଟର୍ସ ଯୋଗାଇ ଦେଉଥିବା ‘ମିଶନ ଅକ୍ସିିଜେନ୍’ ନାମକ ସଂସ୍ଥାକୁ ତେନ୍ଦୁଲକର ଏହି ଅର୍ଥ ଦାନ କରିଛନ୍ତି। ସୂଚନାଯୋଗ୍ୟ, ମୁମ୍ବାଇର ଏହି ୪୮ ବର୍ଷୀୟ ବ୍ୟାଟିଂ ଆଇକନ ଗତ ମାସରେ କରୋନା ସଂକ୍ରମିତ ହୋଇଥିଲେ। ଡାକ୍ତରଖାନାରେ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ। ଯୋଗ୍ୟ ବିବେଚିତ ହେବା ମାତ୍ରେ ସେ ପ୍ଲାଜ୍ମା ଦାନ କରିବାକୁ ପ୍ରସ୍ତୁତ ବୋଲି ନିକଟରେ ପ୍ରକାଶ କରିଥିଲେ।
The post ତେନ୍ଦୁଲକର ଦେଲେ ୧ କୋଟି ଟଙ୍କା appeared first on Dharitri Odia News.