Skip to main content

କରୋନା ଆଣିଛି ନିଦ୍ରା ବିଶୃଙ୍ଖଳା

ଡା.ସମ୍ରାଟ କର

ରାଜ୍ୟର ସମସ୍ତ ସହରାଞ୍ଚଳରେ ପୂର୍ବଭାବେ ସପ୍ତାହାନ୍ତ ଶନିବାର ଓ ରବିବାର ଲକ୍‌ଡାଉନ ଆରମ୍ଭ ହୋଇଛି। ଯଦିଓ ଏହା ପୂର୍ବରୁ ବିଶେଷକରି ଦ୍ୱୈତନଗରୀରେ ରାତି ନଅରୁ ପରଦିନ ସକାଳ ପାଞ୍ଚ ପର୍ଯ୍ୟନ୍ତ କର୍ଫ୍ୟୁ ରହୁଛି। ବାସ୍ତବ କଥା ହେଉଛି, ଦେଶବ୍ୟାପୀ କରୋନା ଦ୍ୱିତୀୟ ଲହର ପରେ ତମାମ ଶଟ୍‌ଡାଉନ୍‌ ସମ୍ଭାବ୍ୟ ଘୋଷଣାକୁ ଚିନ୍ତା କରି କିଛି ଲୋକଙ୍କର କହିବାକୁ ଗଲେ ତାଙ୍କ ନିଦ ହଜିଗଲାଣି। ସେମାନଙ୍କ ମନରେ ଅହେତୁକ ଅବସନ୍ନତା, ଉତ୍କଣ୍ଠା ଆଦି ବଢ଼ିବା ସହ ନିଦ୍ରା ବିଶୃଙ୍ଖଳା ବି ପ୍ରମୁଖ ଅସ୍ବାଭାବିକତା ଭାବେ ଉଭା ହେଉଛି। ସରସତା ଆଣିବା ଲାଗି ରାତି ଅନିଦ୍ରା ରହି ଦୀର୍ଘକାୟ ଟେଲି ଧାରାବାହିକଗୁଡ଼ିକୁ ଏକାଧିକ୍ରମେ ଉପଭୋଗ କରିବା, ଅସୀମ ଅନ୍‌ଲାଇନ୍‌ ଗେମ୍‌ ଖେଳିବା ଓ ଭିଡିିଓ ଚାଟିଂ ଭଳି ବିକୃତ ଅଭ୍ୟାସ ଆପଣାଇବା ଯୋଗୁ ଆମ୍ଭମାନଙ୍କର ପ୍ରାକୃତିକ ନିଦ୍ରାଚକ୍ରରେ ଘୋର ବିଭ୍ରାଟ ଦେଖାଦେଇଛି। ଏ ଅବସରରେ ନିଦ୍ରା ବିଶୃଙ୍ଖଳା ସମ୍ପର୍କରେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ମଧ୍ୟ ଆଶାତୀତ ଭାବେ ବଢ଼ିଯାଇଛି। କରୋନା ବେଳେ ନିଜର ସ୍ବାସ୍ଥ୍ୟ, ରୋଜଗାର ଓ ଆର୍ଥିକ ସୁରକ୍ଷାକୁ ନେଇ ବ୍ୟସ୍ତ ବିବ୍ରତ ହୋଇପଡ଼ିବା ସହ ସ୍ଥଳବିଶେଷରେ ଘରେ ବସି ଧାର୍ଯ୍ୟ କାର୍ଯ୍ୟ କରିବା ଓ ସେହି ସମୟରେ ପରିବାରର ଭଲମନ୍ଦ ଆଦି ବୁଝିବା ଘଟଣା ନିଦ୍ରାକୁ ବହୁ ମାତ୍ରାରେ ପ୍ରଭାବିତ କରିଛି। ନିକଟରେ ଏକ ସର୍ଭେର ତଥ୍ୟ ଅନୁଯାୟୀ ଅଧିକାଂଶ ଲୋକ ଦୈନିକ ଛଅଘଣ୍ଟାରୁ କମ୍‌ ଶୋଉଛନ୍ତି। ଅନେକେ ମଧ୍ୟ ସମ୍ପୂର୍ଣ୍ଣ ନିଦ୍ରାହୀନତା ଭୋଗୁଛନ୍ତି। ଅତ୍ୟନ୍ତ ଦୁଶ୍ଚିନ୍ତା ଓ ବ୍ୟସ୍ତବିବ୍ରତ ହିଁ ନିଦ୍ରାଚକ୍ରରେ ଏଭଳି ନକାରାତ୍ମକ ପ୍ରଭାବ ପକାଇଥାଏ।
ଏଇ କାରଣରୁ ସେମାନେ ଶାରୀରିକ ଏବଂ ମାନସିକ ଅସୁସ୍ଥତାର ଶିକାର ହୋଇପଡ଼ୁଛନ୍ତି। ସେମାନଙ୍କଠାରେ ସ୍ମୃତି ବିଭ୍ରମତା ଦେଖାଦେଉଛି । ଖୁବ୍‌ କମ୍‌ ସମୟ ଶୋଉଥିବାରୁ ମାନସିକ ଚାପ ଏବଂ ଉଚ୍ଚ ରକ୍ତଚାପ ଦେଖାଦେଉଛି । ସମଗ୍ର ପୃଥିବୀରେ ନିଦ୍ରା ଅଭ୍ୟାସ (ସ୍ଲିପ୍‌ ହାବିଟ୍‌) ଉପରେ ନିକଟରେ ‘ଏସି ନିଏଲସନ୍‌ ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାଯାଇଛି, ଭାରତୀୟମାନେ ହିଁ ସବୁଠୁ ବେଶୀ ନିଦ୍ରାହୀନତାର ଶିକାର ହୋଇଥାଆନ୍ତି। ଏସିଆ ମହାଦେଶରେ ଭାରତ ଆଗରେ ଅଛି। ଅଧିକାଂଶ ଭାରତୀୟ ୬ ଘଣ୍ଟାରୁ କମ୍‌ ଶୋଇଥା’ନ୍ତି। ଏମାନଙ୍କ ଭିତରୁ ୪୫% କହନ୍ତି- ଲଗାତର ଦୀର୍ଘ ସମୟ ଧରି କାମ କରିବା ଫଳରେ ସେମାନେ ଶୋଇବାକୁ ସମୟ ପାଇନଥା’ନ୍ତି। ଏଇ ସମସ୍ୟା ଲାଗି ରହିଲେ ନିଦ୍ରାହୀନତା ଏକ ଅଭ୍ୟାସରେ ପରିଣତ ହୋଇଯାଏ। ଚାହିଁଲେ ବି ନିଦ ସହଜେ ଆସେ ନାହିଁ। ନିଦରେ ଭାରତୀୟ ଲୋକ ସବୁଠୁ ଆଗରେ ଥିଲାବେଳେ ଦ୍ୱିତୀୟରେ ସାଉଦିଆରବ ଓ ତୃତୀୟରେ ଚାଇନା ରହିଛି। ସେହିପରି ଭାରତୀୟମାନଙ୍କ ତୁଳନାରେ ଅନ୍ୟାନ୍ୟ ପ୍ରଗତିଶୀଳ ରାଷ୍ଟ୍ରଗୁଡ଼ିକ ନିଦ୍ରାହୀନତାରେ ଅନେକ ପଛରେ ଅଛନ୍ତି- ୩୪% ଆମେରିକୀୟ, ୩୨% ୟୁରୋପୀୟ ଏବଂ ୨୭% ଜାପାନୀମାନେ ନିଦ୍ରାହୀନତା ଭୋଗନ୍ତି। ଟଙ୍କା ରୋଜଗାର କରିବା ଏବଂ ସଞ୍ଚୟ କରିବାର ପ୍ରବଳ ଆକାଂକ୍ଷା ଏହାର ଏକମାତ୍ର କାରଣ ବୋଲି ମନୋବିଜ୍ଞାନୀମାନେ କହନ୍ତି। ଅର୍ଥ ଏବଂ ପ୍ରାଚୁର୍ଯ୍ୟ ପଛରେ ଅନ୍ଧଭଳି ଦୌଡ଼ିବା ଫଳରେ ଭାରତୀୟମାନେ କ୍ଳାନ୍ତି ମେଣ୍ଟାଇବା ପାଇଁ ସମୟ ପାଉନାହାନ୍ତି । ବଡ଼ ବଡ଼ କମ୍ପାନୀ ଏବଂ ଅନ୍ତର୍ଦ୍ଦେଶୀୟ ସଂସ୍ଥାରେ କାମ କରୁଥିବା ପଦସ୍ଥ ଅଫିସରମାନେ ବ୍ୟକ୍ତିଙ୍କ ନଁା ଭୁଲିଯାଉଥିବା ବେଳେ କେଉଁ ଜିନିଷ କେଉଁଠି ରଖିଛନ୍ତି ତାହା ମଧ୍ୟ ମନେପକେଇ ପାରନ୍ତି ନାହିଁ । ବଜାରକୁ ଗଲେ କ’ଣ କିଣିବେ ଠିକ୍‌ସେ ମନେ ପକେଇ ପାରିନଥା’ନ୍ତି। ଗୋଟିଏ ଦିନର ନିଦ୍ରାହୀନତା ମସ୍ତିଷ୍କର ସ୍ମୃତିଶକ୍ତିକୁ ଅନେକ କ୍ଷତି ପହଞ୍ଚାଇଥାଏ। ବଡ଼ ବଡ଼ ସହରରେ ମାନସିକ ରୋଗ ବିଶେଷଜ୍ଞମାନଙ୍କ ପାଖକୁ ପ୍ରତିଦିନ ୫ରୁ ୧୦ଜଣ ଏହିଭଳି ରୋଗୀ ଆସିଥା’ନ୍ତି ଚିକିତ୍ସା ପାଇଁ। ପାଞ୍ଚବର୍ଷ ପୂର୍ବେ ଏ ସଂଖ୍ୟା ଖୁବ୍‌ ସୀମିତ ଥିଲା। ଏବେ ଦିନର ବାରଘଣ୍ଟା ଏବଂ ରାତିର ବାରଘଣ୍ଟା ମଧ୍ୟ ଆଧୁନିକ ମଣିଷଙ୍କୁ ନିଅଣ୍ଟ ହେଉଛି। ସମ୍ପୂର୍ଣ୍ଣ ରାତିଟା ବିତିଯାଉଛି ଟିଭି, ନାଇଟ୍‌ ପାର୍ଟି ଏବଂ ଇଣ୍ଟରନେଟ ଶର୍ଫିଙ୍ଗରେ। ନିଦ୍ରାହୀନତା ମସ୍ତିଷ୍କକୁ ମାନ୍ଦା କରିଦେବା ସହିତ ସମଗ୍ର ସ୍ନାୟୁ ବିଭାଗକୁ କ୍ଷତିଗ୍ରସ୍ତ କରିଥାଏ। ବିଶେଷଜ୍ଞମାନେ କହନ୍ତି- ଏହା ହେଉଛି ବର୍ତ୍ତମାନର ସହରୀ ମଣିଷମାନଙ୍କ ସବୁଠୁ ବଡ଼ ସ୍ବାସ୍ଥ୍ୟ ସମସ୍ୟା। ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି- ନିଦ୍ରାହୀନତା ଶରୀରର ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦେଇଥାଏ। ଏଥିପାଇଁ ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ ଏବଂ ଡାଏବେଟିସ୍‌ ଭଳି ରୋଗ ଦେଖାଦେଇଥାଏ।
ଆଜିକାଲି ଦେଖାଯାଉଛି, ବିଦ୍ୟାର୍ଥୀମାନେ ଦିନ ଅପେକ୍ଷା ରାତିରେ ହିଁ ପଢ଼ାପଢ଼ି ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ତରୁଣ ତରୁଣୀମାନଙ୍କ ପାଇଁ ୯.୨ ଘଣ୍ଟା ନିଦ୍ରା ଶରୀର ଏବଂ ମସ୍ତିଷ୍କ ପାଇଁ ଖୁବ୍‌ ଭଲ। ପିଲାଙ୍କ ସହିତ ବେଶି ସମୟ ଗପି ସେମାନଙ୍କ ନିଦ୍ରାକୁ ବ୍ୟାଘାତ କରିବା ଉଚିତ ନୁହେଁ। ବାପା-ମା’ଙ୍କ ଡେରିରେ ଶୋଇବାର କୁପ୍ରଭାବ ସେମାନଙ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଆସନ୍ତୁ, ଆଖିରୁ ନିଦ ଛଡ଼ାଇ ବ୍ୟସ୍ତମୟ ହେବାର ପ୍ରତିପାଦନ କରି ନିଜ ଶରୀରକୁ ନଷ୍ଟ ନ କରିବା ପାଇଁ ଶପଥ ନେବା।
ମାନସିକ ରୋଗ ବିଶେଷଜ୍ଞ, ଦି’ବେନ,
ପୁରୀଘାଟ ରୋଡ୍‌, କଟକ,
ମୋ: ୯୧୩୨୪୩୩୩୩୩

The post କରୋନା ଆଣିଛି ନିଦ୍ରା ବିଶୃଙ୍ଖଳା appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଦିନ କେଇଟାରେ ବଦଳିଗଲା ଭାଗ୍ୟ: ରେଷ୍ଟୁରାଣ୍ଟ ପାଲଟିଲା ‘ବାବା କା ଢ଼ାବା’

ଆଜିର ଅତ୍ୟାଧୁନିକ ଯୁଗରେ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛି ସୋସିଆଲ ମିଡିଆ। ଅନେକ ଏଥିଯୋଗୁ ରାତାରାତି ଷ୍ଟାର ପାଲଟୁଥିବା ବେଳେ ଏହା ଅନେକଙ୍କ ଜୀବନ ବଦଳାଇ ଦେଉଛି। କିଛିଦିନ ତଳେ ଏହି ସୋସିଆଲ ମିଡିଆରେ ଏକ ଢ଼ାବା ବେଶ୍‌ ଭାଇରାଲ ହୋଇଥିଲା,ଯାହାର ନାମ ଥିଲା ‘ବାବା କା ଢ଼ାବା’। ଏବେ ଏହା ରେଷ୍ଟୁରାଣ୍ଟରେ ପରିଣତ ହୋଇଛି। ୮୦ ବର୍ଷୀୟ ମାଲିକ କାନ୍ତା ପ୍ରସାଦ ନିଜ ପୁରୁଣା ଦୋକାନ ପାଖରେ ନୂଆ ରେଷ୍ଟୁରାଣ୍ଟ ଖୋଲି ସେଠାରେ ବସୁଛନ୍ତି। ତାଙ୍କ ଖାଇବାକୁ ପସନ୍ଦ କରୁଥିବା ଲୋକେ ମଧ୍ୟ ରେଷ୍ଟୁରାଣ୍ଟରେ ଭିଡ ଜମାଇବା ଆରମ୍ଭ କରିଛନ୍ତି। ଦିଲ୍ଲୀର ମାଲବୀୟ ନଗରରେ କାନ୍ତା ପ୍ରସାଦଙ୍କ ଛୋଟିଆ ଢାବା ଥିଲା। ମାର୍ଚ୍ଚରେ ଲକ୍‌ଡାଉନ୍‌ ଯୋଗୁ ଢ଼ାବାଟି ବେଶ୍‌ ପ୍ରଭାବିତ ହୋଇଥିଲା। ଫଳରେ ପରିବାରର ଗୁଜରାଣ ମେଣ୍ଟାଇବା କାନ୍ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିଲା। ପରେ ଜଣେ ବ୍ୟବହାରକାରୀ କାନ୍ତାଙ୍କ ଢ଼ାବାର ଏକ ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ଭିଡିଓରେ ନିଜର ଦୁଃଖକାହାଣୀ କହିଥିଲେ କାନ୍ତା। ଏହା ଅନେକଙ୍କୁ ଭାବବିହ୍ବଳ କରିଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକେ ତାଙ୍କ ଢ଼ାବାରେ ଭିଡ ଜମାଇବା ଆରମ୍ଭ କରିଥିଲେ। ଏବେ କାନ୍ତାଙ୍କ ନୂଆ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ବସିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ପୁରୁଣା ଢ଼ାବା ଭଳି କାନ୍ତାଙ୍କ ସ୍ତ୍ରୀ ବାଦାମୀ ଦେବୀ ରେଷ୍ଟୁରାଣ୍ଟରେ ମଧ୍ୟ ଖାଇବା ରେଷେଇ କରିବେ। ଅନ୍ୟ କର୍ମଚାରୀ ତାଙ୍କ ସାହାଯ...