Skip to main content

Posts

Showing posts from December, 2020

ଆଇଏଏସ୍‌ ଅଫିସରଙ୍କୁ ପଦୋନ୍ନତି

ଭୁବନେଶ୍ୱର,୩୧।୧୨(ବ୍ୟୁରୋ):ରାଜ୍ୟ ସରକାର ବରିଷ୍ଠ ଓ କନିଷ୍ଠ ଆଇଏଏସ୍‌ ଅଫିସରଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦବୀକୁ ପଦୋନ୍ନତି ଦେଇଛନ୍ତି। ସ୍ବରାଷ୍ଟ୍ର ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ପଦୋନ୍ନତି ଦିଆଯାଇଥିବା ବେଳେ ପର୍ଯ୍ୟଟନ, କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ବିଶାଳ ଦେବ ଏବଂ ଉଚ୍ଚଶିକ୍ଷା ବିଭାଗ ସଚିବ ଶାସ୍ବତ ମିଶ୍ରଙ୍କୁ ପ୍ରମୁଖ ସଚିବ ଭାବେ ପଦୋନ୍ନତି ଦିଆଯାଇଛି। ସେହିପରି ଗଜପତି ଜିଲାପାଳ ଅନୁପମ ସାହା, ସୁନ୍ଦରଗଡ଼ ଜିଲାପାଳ ନିଖିଲ ପବନ କଲ୍ୟାଣ, ଯୋଜନା ଓ ସଂଯୋଜନ ବିଭାଗ ଡେପୁଟି ସେକ୍ରେଟାରି ମନୀଷ ଅଗ୍ରଓ୍ବାଲ, ମୟୂରଭଞ୍ଜ ଜିଲାପାଳ ଭିନିତ ଭରଦ୍ୱାଜ, ନୟାଗଡ଼ ଜିଲାପାଳ ପୋମା ଟୁଡ଼ୁ, ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ, ଅର୍ଥ ବିଭାଗ ଡେପୁଟି ସେକ୍ରେଟାରି ସିଦ୍ଧାର୍ଥ ଦାସଙ୍କୁ ଜୁନିୟର ଆଡ୍‌ମିନ୍‌ଷ୍ଟ୍ରେଟିଭ୍‌ ଗ୍ରେଡ୍‌କୁ ପଦୋନ୍ନତି ଦିଆଯାଇଛି। ଓଡ଼ିଶା ଖଣି ନିଗମ ପରିଚାଳନା ନିର୍ଦ୍ଦେଶକ ଆର୍‌ ଭିନିଲ୍‌ କ୍ରିଷ୍ଣା, ପ୍ରାଣୀ ସମ୍ପଦ ବିଭାଗ ନିର୍ଦ୍ଦେଶକ ରତ୍ନାକର ରାଉତ, ଓଡ଼ିଶା ବିଧାନସଭା ସଚିବ ଦାଶରଥି ଶତପଥୀ, ଗୃହ ବିଭାଗ ଅତିରିକ୍ତ ସଚିବ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଅବକାରୀ କମିଶନର ଅଞ୍ଜନ କୁମାର ମାଣିକ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅତିରିକ୍ତ ସଚିବ ବେଣୁଧର ବେହେରା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ସଚିବ ସୁରେଶ ଚନ୍...

ଭରତପୁର ଜଙ୍ଗଲରେ ହାତୀଛୁଆ ଜନ୍ମ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ):ଭୁବନେଶ୍ୱରେ ଚନ୍ଦକା ବନଖଣ୍ଡ ଅନ୍ତର୍ଗତ ଭରତପୁର ସଂରକ୍ଷିତ ଜଙ୍ଗଲରେ ଏକ ହାତୀ ଛୁଆ ଜନ୍ମ ନେଇଛି। ମା’ ହାତୀ ସହ ୧୪ ଟିକିଆ ହାତୀ ପଲ ତାକୁ ସୁରକ୍ଷା ଯୋଗାଉଥିବା ଦେଖିବାକୁ ମିଳୁଛି। ମା’ ହାତୀଟି ୩ରୁ ୪ ମାସ ଭିତରେ ଏହି ଛୁଆଟିକୁ ଜନ୍ମ ଦେଇଥିବା ଅନୁମାନ କରାଯାଉଛି। ଏ ସମ୍ପର୍କରେ ଏବେ ଜଣାପଡିବା ପରେ ଚନ୍ଦକା ବନଖଣ୍ଡ ଓ ଭୁବନେଶ୍ୱର ରେଞ୍ଜ କର୍ମଚାରୀମାନେ ପାଟ୍ରୋଲିଂ ବଢ଼େଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଆଗରୁ ଭରତପୁର ଜଙ୍ଗଲକୁ ଚନ୍ଦକା ହାତୀଙ୍କ ମାମୁଘର ବୋଲି କୁହାଯାଉଥିଲା। କାରଣ ଚନ୍ଦକାରେ ମାଈ ହାତୀ ଟିଏ ଗର୍ଭ ଧାରଣ କରିବା ପରେ ଛୁଆ ଜନ୍ମ କରିବା ପାଇଁ ଭରତପୁର ଜଙ୍ଗଲକୁ ଆସୁଥିଲେ। ମାନବ ସମାଜରେ ଆଗରୁ ପିଲା ଜନ୍ମ ପାଇଁ ଝିଅମାନେ ବାପଘରକୁ ଯାଉଥିଲେ, ଅର୍ଥାତ୍‌ ଛୁଆମାନେ ନିଜର ମାମୁଘରେ ହିଁ ଜନ୍ମ ହେଉଥିଲେ। ତେବେ ଭୁବନେଶ୍ୱରର କ୍ରମବର୍ଦ୍ଧିଷ୍ଣୁ ସହରୀକରଣ ଏହି ହାତୀଙ୍କ କ୍ରମବିକାଶ ଓ ସଂଖ୍ୟାବୃଦ୍ଧିକୁ ଗୁରୁତର ପ୍ରଭାବିତ କରିଆସୁଛି। ଫଳରେ ହାତୀ ମାମୁଘର ଭରତପୁର ଜଙ୍ଗଲକୁ ନେଇ ଲୋକଙ୍କ ସନ୍ଦେହ ବଢିବା ସହ ବିଭିନ୍ନ ସମୟରେ ନାନା ପ୍ରଶ୍ନ ଉଠୁଥିଲା। ହେଲେ ଏବେ କୌତୁକିଆ ହାତୀ ଛୁଆ ମା’ ସହ ଖେଳ ପୁଣିଥରେ ଇତିହାସକୁ ଦୋହରାଇଛି। ଗର୍ଭିଣୀ ହାତୀ ମଧ୍ୟ ଭରତପୁରକୁ ସବୁଠୁ ସୁରକ୍ଷିତ ସ୍ଥାନ ଭାବେ ବାଛି ନିଜର ପ୍ରସବ ସମ୍ପାଦନ କରିଛି। ପୁଣିଥରେ ଭରତପୁର ଜଙ୍ଗଲ ଚନ୍ଦକା ହାତୀଙ୍କ ମାମ...

ଉତ୍କଳ ବିଶ୍ୱବିଦ୍ୟାଳୟ ବିଏଡ୍‌ ପରୀକ୍ଷା ଅନ୍‌ଲାଇନ୍‌ରେ ହେବ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ):ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଏଡ୍‌ ପରୀକ୍ଷା ଅନ୍‌ଲାଇନ୍‌ରେ ହେବ। ଏନେଇ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ପୂର୍ବ ନିର୍ଦ୍ଧାରିତ ଦିନରେ ହିଁ ପରୀକ୍ଷା ହେବ ବୋଲି ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର କହିଛନ୍ତି। ଅଫ୍‌ଲାଇନରେ ବିଏଡ୍‌ ପରୀକ୍ଷାକୁ ବିରୋଧ କରି ପ୍ରଥମ ବର୍ଷ ଛାତ୍ରୀଛାତ୍ରମାନେ ବୁଧବାର ବିଶ୍ୱବିଦ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ଅନ୍‌ଲାଇନ୍‌ରେ କରିବା ପାଇଁ ଦାବି କରିଥିଲେ। ଶେଷରେ ଛାତ୍ରୀଛାତ୍ରଙ୍କ ଦାବିକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମାନି ନେଇଥିଲେ। ପରୀକ୍ଷାକୁ ଅନ୍‌ଲାଇନ୍‌ରେ କରାଯିବ ବୋଲି କହିବା ପରେ ଛାତ୍ରୀଛାତ୍ରମାନେ ଆନ୍ଦୋଳନରୁ ଓହରିଥିଲେ। ସୂଚନାଯୋଗ୍ୟ, ଏହି ପରୀକ୍ଷା ଜୁନ୍‌ରେ ହେବାର ଥିଲା। କିନ୍ତୁ କରୋନା ପାଇଁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ପରୀକ୍ଷାକୁ ଜାନୁୟାରୀ ୭ରେ ଅଫ୍‌ଲାଇନ୍‌ରେ କରିବା ପାଇଁ ନିଷତ୍ତି ନିଆଯିବାରୁ ଛାତ୍ରୀଛାତ୍ରମାନେ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଥିଲେ। The post ଉତ୍କଳ ବିଶ୍ୱବିଦ୍ୟାଳୟ ବିଏଡ୍‌ ପରୀକ୍ଷା ଅନ୍‌ଲାଇନ୍‌ରେ ହେବ appeared first on Dharitri Odia News .

ମହିଳା, ଶିଶୁ ଅପରାଧ ରୋକିବାକୁ ହେବ ସ୍ବତନ୍ତ୍ର ଶାଖା

ଭୁବନେଶ୍ୱର,୩୧।୧୨(ବ୍ୟୁରୋ):ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ ରୋକିବା ଦିଗରେ ଆହୁରି ପଦକ୍ଷେପ ନିଆଯିବ। ଏଥିପାଇଁ ଓଡ଼ିଶା ପୋଲିସର ଏକ ସ୍ବତନ୍ତ୍ର ଶାଖା ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବୁଧବାର ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୨ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଏଥିସହିତ ରାଜ୍ୟରେ ସାଇବର ଓ ଅର୍ଥନୈତିକ ଅପରାଧଜନିତ ଆହ୍ବାନର ମୁକାବିଲା ନିମନ୍ତେ ୩୪ ନୂଆ ସାଇବର ଥାନା ଓ ଅର୍ଥନୈତିକ ଅପରାଧ ଥାନା ଖୋଲାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ରାଜ୍ୟର ୬ ନୂଆ ଥାନାକୁ ଉଦ୍‌ଘାଟନ କରିଛନ୍ତି। ଏହି ନୂଆ ଥାନାଗୁଡ଼ିକ ହେଲା ଅନୁଗୋଳ ଜିଲାର ଅନୁଗୋଳ ସଦର ଥାନା, ଭୁବନେଶ୍ୱର ସହରାଞ୍ଚଳ ଜିଲାର ଭରତପୁର ଥାନା, ଝାରସୁଗୁଡା ଜିଲାର ସଦର ଥାନା, ଗଞ୍ଜାମ ଜିଲାର ବେଲଗୁଣ୍ଠା ଥାନା, ଭଦ୍ରକ ଜିଲାର ସାବରଙ୍ଗ ଓ ପୀରହାଟ ଥାନା। ସେହିଭଳି ମୁଖ୍ୟମନ୍ତ୍ରୀ ଆଧୁନିକ ଫରେନ୍‌ସିକ କୌଶଳକୁ ଉପଯୋଗ ସହ ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାରରେ ବୃଦ୍ଧି ଘଟାଇବା, ସଡ଼କ ସୁରକ୍ଷା କ୍ଷେତ୍ରରେ ଉନ୍ନତ କାର୍ଯ୍ୟ କରିବା ଏବଂ ଅପରାଧରେ ଶିକାର ହୋଇଥିବା ବ୍ୟକ୍ତି ଓ ତାଙ୍କ ପରିବାର ପ୍ରତି ସମ୍ବେଦନଶୀଳ ହେବା ସହ ଉଚିତ ନ୍ୟାୟ ପ୍ରଦାନ ପାଇଁ ଉପସ୍ଥିତ ବରି...

କୋଭିଡ୍‌ ପ୍ରଭାବ କମାଇବା ନେଇ ସରକାରଙ୍କ ଯୋଜନା: ଖର୍ଚ୍ଚ ଉପରେ ରହିପାରେ ଫୋକସ

ନୂଆଦିଲ୍ଲୀ,୩୧।୧୨: କରୋନା ମହାମାରୀ ଯୋଗୁ ବିଶ୍ୱର ପ୍ରମୁଖ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ମଧ୍ୟରେ ଭାରତ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛି। ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) -୨୩.୯% ଖସିଥିବା ବେଳେ ଦ୍ୱିତୀୟ ତ୍ରୈମାସରେ ଏହା ୭.୫% ନିମ୍ନରେ ରହିଛି। ୨୦୨୦-୨୧ରେ ଅଭିବୃଦ୍ଧି ଋଣାତ୍ମକ ରହିବା ନେଇ ରିଜର୍ଭ ବ୍ୟାଙ୍କ ମଧ୍ୟ ଏହାର ରିପୋର୍ଟରେ ପ୍ରକାଶ କରିଛି। ଏଭଳି ସ୍ଥିତିରେ କୋଭିଡ୍‌ ପ୍ରଭାବିତ ବଜାରକୁ ପୁଣି ଥରେ ଅଭିବୃଦ୍ଧି ଫେରାଇ ଆଣିବା ଲାଗି ସରକାର ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି। ଚଳିତ ବର୍ଷ ଅଧିକ ଖର୍ଚ୍ଚ କରିବାକୁ ପଡୁଥିବାରୁ ଦେଶର ବିତ୍ତୀୟ ନିଅଣ୍ଟ ବଢିଛି। ଏଭଳି ସ୍ଥିତିରେ ମଧ୍ୟ ସରକାର ତାଙ୍କ ଖର୍ଚ୍ଚ କମାଇବେ ନାହିଁ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ ବ୍ଲୁମବର୍ଗକୁ କହିଛନ୍ତି। ଅର୍ଥ ଗଚ୍ଛିତ କରି ରଖିବାକୁ ଅର୍ଥ ମନ୍ତ୍ରଣାଳୟ ବିଭିନ୍ନ ବିଭାଗ ଏବଂ ମନ୍ତ୍ରଣାଳୟକୁ କହିଥିଲା। ଚଳିତ ବର୍ଷର ବଜେଟ ୩୦ ଲକ୍ଷ କୋଟି ଟଙ୍କାରୁ ଟପିବା ନେଇ ଅଧିକାରୀ ଜଣକ ମତ ପ୍ରକାଶ କରିଛନ୍ତି। ଫେବୃୟାରୀ ପହିଲାରେ ସରକାରଙ୍କ ବଜେଟ ଆସିବ। ଏଥିରେ ବିସ୍ତୃତ ଖର୍ଚ୍ଚ ସମ୍ପର୍କରେ ଜଣାପଡିବ। ସୂଚନା ଏବେ ଯାଏ ସାର୍ବଜନୀନ ହୋଇ ନ ଥିବାରୁ ଅଧିକାରୀ ଜଣକ ନାମ ଗୋପନ ରଖି ଏହା କହିଛନ୍ତି। କରୋନା ମହାମାରୀ ଯୋଗୁ ରାଜକୋଷ ଉପରେ ମଧ୍ୟ ଗଭୀର ପ୍ରଭାବ ପଡିଛି। ହେଲେ ବଜ...

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ଟାଇଗର୍ସର କ୍ରମାଗତ ଦ୍ୱିତୀୟ ବିଜୟ

ଭୁବନେଶ୍ୱର, ୩୧।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ବୁଧବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ଟାଇଗର୍ସ ୨୮ ରନରେ ଜାଗୁଆର୍ସକୁ ପରାସ୍ତ କରିଛି। ବୋଲରଙ୍କୁ ସୁହାଇଥିବା ପିଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଟାଇଗର୍ସ ୧୨୮ ରନ କରିଥିବାବେଳେ ଜାଗୁଆର୍ସ ଇନିଂସ ୧୦୦/୯ରେ ସୀମିତ ରହି ଯାଇଥିଲା। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ବିଜୟୀ ଦଳର ରାଜକିଶନ ପଟେଲ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଉଦ୍‌ଘାଟନୀ ମ୍ୟାଚରେ ଓଡ଼ିଶା ଚିତାସ୍‌ଠାରୁ ହାରି ଯାଇଥିବା ଟାଇଗର୍ସ ଏହାର ଦ୍ୱିତୀୟ ମ୍ୟାଚରେ ଲାୟନ୍ସକୁ ପରାସ୍ତ କରିଥିଲା। ଫଳରେ ୩ ମ୍ୟାଚରୁ ଦଳ ୨ ବିଜୟ ଓ ୧ ପରାଜୟ ସହ ୮ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ଜାଗୁଆର୍ସ ୩ଟି ଯାକ ମ୍ୟାଚ ହାରିସାରିଥିବାରୁ ପଏଣ୍ଟ ଖାତା ଖୋଲି ପାରିନାହିଁ। ଟସ୍‌ଜିତି ଓଡ଼ିଶା ଜାଗୁଆର୍ସ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଟାଇଗର୍ସ ୩୬ରନରେ ୪ ଉଇକେଟ ହରାଇ ବିପଦରେ ପଡ଼ିଥିଲେ ହେଁ ଅଧିନାୟକ ଦେବାଶିଷ ସାମନ୍ତରାୟଙ୍କ ୩୦ (୨୮ ବଲ, ୨ ଚୌକା) ଏବଂ ୭ ନମ୍ବର ବ୍ୟାଟ୍ସମ୍ୟାନ ରାଜକିଶନଙ୍କ ଅପରାଜିତ ଦ୍ରୁତ ୪୪(୩୪ ବଲ, ୪ ଚୌକା) ରନ ବଳରେ ସମ୍ମାନଜନକ ସ୍କୋର ଦିଗରେ ଅଗ୍ରସର ହୋଇଥିଲା। ତେବେ ଶେଷଭାଗ ବ୍ୟାଟିଂ ବିଫଳତା ଯୋଗୁ ଦଳ ୧୯.୪ ଓଭରରେ ୧୨୮ ରନକରି ଅଲଆଉଟ ହୋଇଯାଇଥିଲା। ବିପକ୍ଷ ଦ...

ଭିଆଇଟିରୁ ୭୪୦୩ ନିଯୁକ୍ତି ଅଫର

ନୂଆଦିଲ୍ଲୀ,୩୧।୧୨: ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଟାନ ଭେଲୋର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଭିଆଇଟି) କ୍ୟାମ୍ପସରୁ ୭୪୦୩ ଜଣ ଛାତ୍ରୀଛାତ୍ରଙ୍କୁ ୩୮୨ କମ୍ପାନୀ ନିଯୁକ୍ତି ଅଫର ଦେଇଛନ୍ତି। କରୋନା ମହାମାରୀ କାରଣରୁ ଭିଆଇଟିର ବିଭିନ୍ନ କ୍ୟାମ୍ପସର ଛାତ୍ରୀଛାତ୍ରମାନେ ଭର୍ଚୁଆଲ ମୋଡ୍‌ରେ କ୍ୟାମ୍ପସରେ ଅଂଶ ଗ୍ରହଣ କରିଥିଲେ। ଏହି ସମସ୍ତ ନିଯୁକ୍ତି ଅଫର ପାଇଥିବା ପିଲାଙ୍କ ମଧ୍ୟରୁ ୪୫୦୩ ଜଣ ଛାତ୍ରୀଛାତ୍ର ବିଭିନ୍ନ କମ୍ପାନୀରେ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି କମ୍ପାନୀ ଗୁଡିକ ମଧ୍ୟରେ କନ୍‌ଗିଜାଣ୍ଟ, ଇନ୍‌ଫୋସିସ୍‌ ଏବଂ ଟିସିଏସ୍‌ ରହିଛନ୍ତି। ଏହି ୩ ପ୍ରମୁଖ ଆଇଟି କମ୍ପାନୀ ତାଙ୍କର ବାର୍ଷିକ କ୍ୟାମ୍ପସ ଚୟନ ପ୍ରଣାଳୀ ଅବଲମ୍ବନ ସହ ଭିଆଇଟିର ସମସ୍ତ ୪ଟି କ୍ୟାମ୍ପସ ( ଚେନ୍ନାଇ, ଅମରାବତୀ, ଭେଲୋର ଏବଂ ଭୋପାଳ)ର ଛାତ୍ରୀଛାତ୍ରମାନେ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ଉକ୍ତ କମ୍ପାନୀର ଫଳାଫଳ ସମ୍ପର୍କରେ ଭିଆଇଟିର ଚାନ୍‌ସେଲର ଡ. ଜି. ବିଶ୍ୱନାଥନ ୩୫୧୭ ଛାତ୍ରୀଛାତ୍ରଙ୍କୁ ନିଯୁକ୍ତିପତ୍ର ବିଷୟରେ ସୂଚନା ଦେଇଛନ୍ତି। The post ଭିଆଇଟିରୁ ୭୪୦୩ ନିଯୁକ୍ତି ଅଫର appeared first on Dharitri Odia News .

ଜାନୁୟାରୀ ୪ ର୍ପୂବରୁ ଭାରତ ଓ ଅଷ୍ଟ୍ରେଲିଆ ଦଳ ସିଡ୍‌ନୀ ଯିବେନି: ହୋକ୍‌ଲି

ମେଲବୋର୍ନ,୩୧।୧୨ (ପି.ଟି.): ଜାନୁୟାରୀ ୪ ତାରିଖ ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟ ଦଳ ସିଡ୍‌ନୀ ଗସ୍ତ କରିବେ ନାହିଁ ବୋଲି କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ମୁଖ୍ୟ କାର୍ଯ୍ୟନିର୍ବାହୀ ନିକ୍‌ ହୋକ୍‌ଲି କହିଛନ୍ତି। ଦୁଇ ଦଳ ଆଉ କିଛିଦିନ ମେଲବୋର୍ନରେ ଟ୍ରେନିଂ ଜାରି ରଖିବେ। ତୃତୀୟ ଟେଷ୍ଟ ମ୍ୟାଚ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି)ରେ ଜାନୁୟାରୀ ୭ ତାରିଖରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ତୃତୀୟ ଟେଷ୍ଟ ଖେଳିବା ପାଇଁ ଦୁଇ ଦଳ ମ୍ୟାଚ ଆରମ୍ଭ ହେବାର ଠିକ୍‌ ୩ ଦିନ ପୂର୍ବରୁ ସିଡ୍‌ନୀ ଯାତ୍ରା କରିବେ। ନୂଆବର୍ଷ ପୂର୍ବରୁ ଦୁଇଦଳ ସିଡ୍‌ନୀରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା। ତେବେ ସିଡ୍‌ନୀରେ କରୋନ ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। ଫଳରେ ଦୁଇ ଦଳର ଖେଳାଳି, ଅଫିସିଆଲମାନେ ମେଲବୋର୍ନରେ ଆଉ କିଛିଦିନ ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି। ଗତ ରାତିରେ ସିଡ୍‌ନୀ ଯିବାକୁ ଆମେ ଘୋଷଣ କରିଥିଲୁ। କିନ୍ତୁ ନିରପତ୍ତା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମରେ ପରିବର୍ତ୍ତନ ଆଣିଥିଲୁ। ମେଲବୋର୍ନରେ ଆଉ କିଛିଦିନ ଖେଳାଳିମାନେ ରହିବା ସହ ଟ୍ରେନିଂ ଜାରି ରଖିବେ ଓ ୩ ଦିନ ପୂର୍ବରୁ ମ୍ୟାଚ ଖେଳିବାକୁ ସିଡ୍‌ନୀ ଯାତ୍ରା କରିବେ ବୋଲି ହୋକ୍‌ଲି କହିଛନ୍ତି। ମଙ୍ଗଳବାର ସିଏ ସିଡ୍‌ନୀରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସିଡ୍‌ନୀରେ ତୃତୀୟ ଟେଷ୍ଟ ଆୟୋଜ...

ପ୍ରାଣୀମାନଙ୍କ ଅଦ୍ଭୁତ ବୁଦ୍ଧି

ମାନେକା ଗାନ୍ଧୀ ‘ସୋଫିସ୍‌ ଚଏସ୍‌’ ବହି କିମ୍ବା ଫିଲ୍ମରେ ପ୍ରମୁଖ ଚରିତ୍ର ବା ନାୟକଙ୍କୁ ତାଙ୍କ ଦୁଇ ପିଲାଙ୍କ ଜୀବନ ମଧ୍ୟରୁ ଗୋଟିକୁ ବାଛିବାକୁ ବାଧ୍ୟ କରାଯାଇଛି। ତୁମେ ଏହା ସ୍ଥିର କରିପାରିବ କି? ପ୍ରାଣୀଗୁଡ଼ିକ ଅନୁଭବ କରିପାରନ୍ତି ନାହିଁ କି ବିଚାର କରିପାରନ୍ତି ନାହିଁ ବୋଲି ଅନେକ ମାଂସାହାରୀ ବ୍ୟକ୍ତି ଦାବି କରନ୍ତି । ପ୍ରାଣୀ ହତ୍ୟାର ଏହା ଉଚିତ କାରଣ ବୋଲି ଦର୍ଶାଇବାକୁ ସେମାନେ ଚେଷ୍ଟା କରିଥାନ୍ତି। ସେମାନେ ସେମାନଙ୍କ ଜ୍ଞାନ ବା ବୁଦ୍ଧିକୁ ଏକ ମୁଖ୍ୟ ମାନଦଣ୍ଡ ଭାବେ ଉପସ୍ଥାପନ କରିବା ସହ ପୃଥିବୀରେ ଅଧିକାରକୁ ଜାହିର କରି ଆସିଛନ୍ତିି। କିନ୍ତୁ ପୃଥିତ୍ବୀରେ ଛୋଟ ହେଉ କି ବଡ଼ ସବୁ ପ୍ରାଣୀ ବୁଦ୍ଧିଆ ଓ ବିସ୍ମୟକର ଅଟନ୍ତି, ଯାହାର ପ୍ରମାଣ ଏଠାରେ ଉପସ୍ଥାପନ କରାଯାଉଛି। ଆସନ୍ତୁ ପ୍ରଥମେ ଏକ ଛୋଟ ଜୀବରୁ ଆରମ୍ଭ କରିବା। ଆମ ଚାରିପାଖରେ ରହୁଥିବା ବମ୍ବଲବି(ଏକ ପ୍ରକାର ବଡ଼ ଲୋମଶ ମହୁମାଛି) କିପରି ଜଟିଳ ଅପ୍ରାକୃତିକ କାର୍ଯ୍ୟ ସମାଧାନ କରିପାରନ୍ତି ତାହା ଲକ୍ଷ୍ୟ କରିବା। ଏକ ଗବେଷକ ଟିମ୍‌ ଚିନିପାଣିକୁ ନେଇ ଷ୍ଟିଙ୍ଗ୍‌ ପୁଲିଂ ସ୍କିଲ୍‌ ବା କୌଶଳ ସମ୍ପର୍କରେ ଏହି ମହୁମାଛିଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଯେଉଁ ମହୁମାଛିମାନେ ଏହି କୌଶଳ ହାସଲ କରିିଥିଲେ, ସେମାନଙ୍କୁ ଇନୋଭେଟର ବା ‘ଆବିଷ୍କାରକ’ ବର୍ଗ ଭାବେ ଚିହ୍ନିତ କରାଗଲା । ପ୍ରଶିକ୍ଷିତ ମହୁମାଛିଙ୍କୁ ଲକ୍ଷ୍ୟ କରୁଥିବା ୨୫ଟି ଅପ୍ରଶିକ୍ଷିତ ମହୁମାଛିଙ୍କ ...

ଡାର୍କ ସର୍କଲ ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ଆଖିତଳେ କଳାଦାଗ ବା ଡାର୍କ ସର୍କଲ ଅନେକଙ୍କୁ ସମସ୍ୟାରେ ପକାଇଥାଏ। ସମୟର ଅଭାବରୁ ଅନେକ ନିଜ ଶରୀରର ଯତ୍ନ ନେଇପାରନ୍ତି ନାହିଁ। ଫଳରେ ଆଖି ତଳେ ଦେଖାଯାଏ ଡାର୍କ ସର୍କଲ। ଏହା ସୃଷ୍ଟି ହେବାର ବିଭିନ୍ନ କାରଣ ରହିଛି। ରାତିରେ ଭଲ ନିଦ ନ ହେବା, ଶରୀରରେ ଭିଟାମିନ କିମ୍ବା ଅନ୍ୟପୋଷକ ତତ୍ତ୍ୱର ପରିମାଣରେ ହ୍ରାସ, ମାନସିକ ଅବସାଦ କିମ୍ବା ବଂଶଗତ କାରଣରୁ ମଧ୍ୟ ଦେଖାଯାଇଥାଏ ଏପରି ସମସ୍ୟା । ଆଖିତଳୁ ଏଭଳି କଳାଦାଗ ହଟାଇବା ପାଇଁ କିଛି ସାଧାରଣ ଉପଚାର କରିବା ଆବଶ୍ୟକ। ସବୁଠାରୁ ବଡ କଥା ହେଲା ପ୍ରଥମେ ନିଜ ଆଖିକୁ ପ୍ରର୍ଯ୍ୟାପ୍ତ ସମୟ ଆରାମ ଦେଲେ ଏହା ହୋଇ ନ ଥାଏ। ଶରୀରରେ ପାଣିର ଅଭାବ ପରିଲକ୍ଷିତ ହେଲେ ଡିହାଇଡ୍ରେସନ ହୋଇଥାଏ। ଫଲରେ ଦେଖାଯାଇଥାଏ ଡାର୍କ ସର୍କଲ ଭଳି ସମସ୍ୟା । ଦିନକୁ୧୨ ରୁ ୧୫ ଗ୍ଲାସ ପାଣି ପିଇଲେ ଶରୀରରେ ଜଳୀୟ ଅଂଶ ପରିମାଣ ଠିକ୍‌ ରହିଥାଏ। ସେହିପରି ଆଖି ତଳର କଳା ଦାଗକୁ କମାଇବା ପାଇଁ ବାଦାମ ତେଲ ବେଶ ଉପକାରୀ ବୋଲି ବିୟୁଟିସିଆନ୍‌ମାନେ କହିଥାନ୍ତି। ଏହା ସହିତ ଖାଦ୍ୟରେ କ୍ଷୀର, ଦହି, ଡାଲି,ସବୁଜ ପନିପରିବା ଏବଂ ଗଜାମୁଗ ଓ ଗଜାବୁଟ ଆଦି ଗ୍ରହଣ କରିବା ଆବଶ୍ୟକ। କଳାପଡ଼ିଥିବା ଅଂଶରେ ଆଳୁ ଓ କାକୁଡିକୁ ଗୋଲ ଗୋଲ କରି କାଟି ରଖିଲେ ସୁଫଳ ମିଳିଥାଏ। କଳାଦାଗ ହଟାଇବା ଲାଗି କମଳା ଓ ଗାଜରର ରସକୁ ବାହାର କରି ତାକୁ ତୁଳାରେ କିଛି ସମୟ ପର୍ଯ୍ୟନ୍ତ ଆଖି ଉପରେ ମାଲିସ୍‌ କରି ପାରିବେ । The post ଡାର୍କ ସ...

ଥାଇଲାଣ୍ଡ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ: ସହଜ ଡ୍ର’ରେ ସିନ୍ଧୁ, ସାଇନାଙ୍କ ପାଇଁ କଷ୍ଟସାଧ୍ୟ

ନୂଆଦିଲ୍ଲୀ, ୩୧।୧୨(ପି.ଟି.)- କୋଭିଡ-୧୯ ମହାମାରୀ ପାଇଁ ପାଖାପାଖି ୧୦ ମାସର ବ୍ରେକ୍‌ ପରେ ଭାରତର ଦୁଇ ତାରକା ମହିଳା ଖେଳାଳି ପି.ଭି. ସିନ୍ଧୁ ଓ ସାଇନା ନେହ୍ବାଲ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନକୁ ଫେରିବାକୁ ଯାଉଛନ୍ତି। ଥାଇଲାଣ୍ଡରେ ହେବାକୁ ଯାଉଥିବା ଟୁର୍ନାମେଣ୍ଟ ପାଇଁ ସିନ୍ଧୁ ସହଜ ଡ୍ର’ରେ ସ୍ଥାନ ପାଇଛନ୍ତି। ମାତ୍ର ସାଇନାଙ୍କୁ କଷ୍ଟସାଧ୍ୟ ଡ୍ର’ ମିଳିଛି। ଗତ ମାର୍ଚ୍ଚରେ ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ ପରେ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟଗୁଡ଼ିକୁ ସ୍ଥଗିତ ରଖାଯାଇଥିଲା। ଏହାପରେ ନିକଟରେ ହୋଇଥିବା ୨ଟି ଇଭେଣ୍ଟ ଡେନମାର୍କ ଓପନ ସୁପର ୭୫୦ ଓ ସାର୍ଲୋର୍ଲକ୍ସ ସୁପର ୧୦୦ରେ ସିନ୍ଧୁ ଓ ସାଇନା ଖେଳି ନ ଥିଲେ। ଆଗାମୀ ବର୍ଷ ପ୍ରାରମ୍ଭରେ ଦୁଇଟି ସୁପର ୧୦୦୦ ଇଭେଣ୍ଟ ଉପରେ ସମସ୍ତଙ୍କ ନଜର ରହିଛି। ଜାନୁୟାରୀ ୧୨ରୁ ୧୭ ୟୋନେକ୍ସ ଥାଇଲାଣ୍ଡ ଓପନ ଏବଂ ୧୯ରୁ ୨୪ ଟୋୟୋଟା ଥାଇଲାଣ୍ଡ ଓପନ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଏଥିରେ ବିଶ୍ୱର ଶ୍ରେଷ୍ଠ ଖେଳାଳିମାନେ ଭାଗ ନେବେ। ବିଶ୍ୱ ଚାମ୍ପିୟନ ୬ଷ୍ଠ ସିଡ୍‌ ସିନ୍ଧୁ ନିଜ ପ୍ରଥମ ମ୍ୟାଚରେ ଡେନ୍‌ମାର୍କର ମିଆ ବିକ୍‌ଫିଲ୍ଡଙ୍କୁ ଭେଟିବେ। ମାତ୍ର ନିକଟରେ କୋଭିଡ୍‌-୧୯ରୁ ସୁସ୍ଥ ହୋଇଥିବା ସାଇନା ଜାପାନର ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ନୋଜୋମି ଓକୁହାରାଙ୍କ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବେ। ଓକୁହାରା ତୃତୀୟ ସିଡ୍‌ର ମାନ୍ୟତା ପାଇଛନ୍ତି। ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜ...

ଜାନୁୟାରୀ ୭ପର୍ଯ୍ୟନ୍ତ ବ୍ରିଟେନକୁ ବିମାନ ବନ୍ଦ

ନୂଆଦିଲ୍ଲୀ,୩୧।୧୨: କୋଭିଡ୍‌-୧୯ ମହାମାରୀର ନୂଆ ଷ୍ଟ୍ରେନ୍‌ କାରଣରୁ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆସନ୍ତା ଜାନୁୟାରୀ ୭ ତାରିଖ ପର୍ଯ୍ୟନ୍ତ ବ୍ରିଟେନକୁ ବିମାନ ସେବା ବନ୍ଦ କରିଥିବା ସୂଚନା ମିଳିଛି। ବ୍ରିଟେନରୁ ଭାରତ କିମ୍ବା ଭାରତରୁ ବ୍ରିଟେନକୁ ବିମାନ ଆଗାମୀ ନିଷ୍ପତ୍ତି ନ ହେବା ଯାଏ ଆଉ ବିମାନ ବାତିଲ ବୋଲିି ସରକାର ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ରୀ ମନ୍ତ୍ରୀ ହରଦୀପ ପୁରୀ ଟୁଇଟ୍‌ କରି କହିଛନ୍ତି, ଭାରତ ଓ ବ୍ରିଟେନ୍‌ ମଧ୍ୟରେ ଆଉ କିଛି ସମୟ ପାଇଁ ବିମାନ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତିକୁ ଅସ୍ଥାୟୀ ଭାବେ ୭ ଜାନୁୟାରୀ ୨୦୨୧ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ଘୋଷଣା କରାଯାଇଛି। The post ଜାନୁୟାରୀ ୭ପର୍ଯ୍ୟନ୍ତ ବ୍ରିଟେନକୁ ବିମାନ ବନ୍ଦ appeared first on Dharitri Odia News .

ଇଜିପ୍ଟର ସୁପରଷ୍ଟାରଙ୍କ ସହ ନଜର ଆସିବେ ବଲିଉଡ୍‌ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ବୋଲ୍ଡ ଇମେଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଫିଲ୍ମ କ୍ୟାରିୟର ସେତେଟା ସଫଳ ହୋଇପାରି ନାହିଁ। କିନ୍ତୁ ଏବେ ସେ ଏକ ଅନ୍ତର୍ଜାତୀୟ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଖବର ଅନୁଯାୟୀ, ଏବେ ଉର୍ବଶୀ ଏକ ଅନ୍ତର୍ଜାତୀୟ ପ୍ରୋଜେକ୍ଟ ସାଇନ୍‌ କରିଛନ୍ତି। ଇତିମଧ୍ୟରେ ଏହାର ଶୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି। ଏ ନେଇ ନିଜେ ଉର୍ବଶୀ ଇନ୍‌ଷ୍ଟାଗ୍ରାମ୍‌ ଆଉଣ୍ଟରେ ସୂଚନା ଦେଇଛନ୍ତି। ଉର୍ବଶୀଙ୍କୁ ଏହି ପ୍ରୋଜେକ୍ଟରେ ମିଶରର ପ୍ରସିଦ୍ଧ ଅଭିନେତା ମହମ୍ମଦ ରମଦାନଙ୍କ ସହ ଦେଖିବାକୁ ମିଳିବ। ରମଦାନଙ୍କ ସହ ନିଜର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରି ଉର୍ବଶୀ ଏହି ସୂଚନା ଦେଇଛନ୍ତି। ତେବେ ଏହା କୌଣସି ଫିଲ୍ମ ନା ବିଜ୍ଞାପନ ସେ ନେଇ ସେ କିଛି ସ୍ପଷ୍ଟ କରି ନାହାନ୍ତି। The post ଇଜିପ୍ଟର ସୁପରଷ୍ଟାରଙ୍କ ସହ ନଜର ଆସିବେ ବଲିଉଡ୍‌ ଏହି ଅଭିନେତ୍ରୀ appeared first on Dharitri Odia News .

ଶିଶୁ ଅନନ୍ତଙ୍କ ସାରସ୍ବତ ସୃଷ୍ଟିକର୍ମ

ଡ. ଭବାନୀ ଶଙ୍କର ଦାଶ ଷୋଡ଼ଶ ଶତାବ୍ଦୀବେଳକୁ ପ୍ରାୟ ସମଗ୍ର ଭାରତବର୍ଷରେ ମୁସଲମାନ ଶାସନ ଅଭିଯାନ ପ୍ରଖର ହୋଇଉଠିଥିଲା। ଭାରତର ଗୋଟିଏ ପରେ ଗୋଟିଏ ଅଞ୍ଚଳ ମୁସଲମାନ ଶାସନାଧୀନ ହେଉଥିଲା ବେଳେ ଓଡ଼ିଶାରେ ସୂର୍ଯ୍ୟବଂଶୀ ରାଜାମାନଙ୍କର ପ୍ରଚଣ୍ଡ ପ୍ରଭାବୀ ରାଜତ୍ୱ ଯୋଗୁ ସ୍ବାଧୀନ ଓଡ଼ିଶା ଭୂଖଣ୍ଡ ବାହ୍ୟ ଆକ୍ରମଣକୁ ସଦର୍ପେ ପ୍ରତିହତ କରି ସଗର୍ବେ ମଥାଟେକି ରହିଥିଲା। ମାତ୍ର କ୍ରମେ ବିଭିନ୍ନ କାରଣରୁ ଏହା ନିସ୍ତେଜ ହୋଇ ଆସିଲା। ତେବେ ଏହିଭଳି ଏକ ସନ୍ଧିକ୍ଷଣରେ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ବୈଷ୍ଣବ ମତବାଦର ମହାପ୍ଳାବନ ହୋଇଥିଲା ଓଡ଼ିଶାରେ। ଯେଉଁ ଅପରିମେୟ ଐଶୀ-ଶକ୍ତିସମ୍ପନ୍ନ ସିଦ୍ଧସାଧକ ପାଞ୍ଚଜଣ ଏହି ମହାପ୍ଳାବନର କର୍ଣ୍ଣଧାର ସାଜିଥିଲେ ସେମାନେ ହେଲେ ଯଶୋବନ୍ତ, ଅଚ୍ୟୁତ, ବଳରାମ, ଜଗନ୍ନାଥ ଓ ଅନନ୍ତ। ଏମାନେ ପଞ୍ଚସଖା ନାମରେ ପ୍ରସିଦ୍ଧ। ଦାସ ଭାବରେ ପରିଚିତ ହେବା ଏମାନଙ୍କର ଥିଲା ଭକ୍ତସୁଲଭ ସରଳତା। ଧାମ ଥିଲା ଶ୍ରୀକ୍ଷେତ୍ର। ଏହି ପଞ୍ଚସଖାଙ୍କ ମଧ୍ୟରେ ଶିଶୁ ଅନନ୍ତ ଅନ୍ୟତମ। ଅନ୍ୟ ଚାରି ସଖାଙ୍କ ପରି ଅନନ୍ତ ଦାସଙ୍କ ଜନ୍ମ ସମୟ ମଧ୍ୟ ପ୍ରମାଣଭିତ୍ତିକ ନ ହୋଇ ଅନୁମାନ ନିର୍ଭର ହୋଇ ରହିଯାଇଛି। କାରଣ ପଞ୍ଚସଖାଙ୍କ ଠାର ବା ଇଙ୍ଗିତଧର୍ମୀ ଭାଷାର ବାସ୍ତବ ବିଶ୍ଳେଷଣ ନିର୍ଭୁଲ ଭାବେ ତଥାପି ହୋଇପାରିନାହିଁ। ଆଜି ମଧ୍ୟ ଓଡ଼ିଶାର ଲୋକକଥାରେ ଅଚ୍ୟୁତ ଠାର ଓ ଅନନ୍ତ ଗାର ଯଥେଷ୍ଟ ମହତ୍ତ୍ୱ ରଖିଥାଏ। ଅଚ୍ୟୁତାନନ୍ଦଙ୍କ ‘...

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ର଼୍ୟାଙ୍କିଙ୍ଗ୍‌: ଭାରତ ଦ୍ୱିତୀୟ ସ୍ଥାନ ବଜାୟ ରଖିଲା

ଦୁବାଇ,୩୧।୧୨(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ର଼୍ୟାଙ୍କିଙ୍ଗ୍‌ରେ ଭାରତ ତା’ର ଦ୍ୱିତୀୟ ସ୍ଥାନ ବଜାୟ ରଖିଛି। ମେଲବୋର୍ନରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବିଜୟୀ ହୋଇ ଭାରତ ଅପରିବର୍ତ୍ତିତ ରହିଛି। ଏଥିସହ ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଖେଳିବା ଦୌଡ଼ରେ ଭାରତ ତା’ର ସ୍ଥିତି ବଜାୟ ରଖିଛି। ମେଲବୋର୍ନ ଟେଷ୍ଟରେ ୮ ଉଇକେଟରେ ବିଜୟୀ ହୋଇ ଭାରତ ୩୦ ପଏଣ୍ଟ ହାସଲ କରିଛି। ୭୨.୨ ପଏଣ୍ଟ ପ୍ରତିଶତ ବା ପର୍ସେଣ୍ଟେଜ ଅଫ୍‌ ପଏଣ୍ଟ (ପିସିଟି) ସହ ଭାରତ ମୋଟ ୩୯୦ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ବକ୍ସିଂ ଡେ’ରେ ପରାସ୍ତ ହୋଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ପୂର୍ବପରି ଶୀର୍ଷ ସ୍ଥାନରେ ରହିଛି। ଏହି ମ୍ୟାଚ୍‌ରେ ସ୍ଲୋ ଓଭର ରେଟ ପାଇଁ ଅଷ୍ଟ୍ରେଲିଆ ଦଣ୍ଡିତ ହୋଇଥିଲା। ଅଷ୍ଟ୍ରେଲିଆ ୭୬.୬ ପିସିଟି ସହ ୩୨୨ ପଏଣ୍ଟ ପାଇଛି। ସେହିପରି ବୁଧବାର ପାକିସ୍ତାନକୁ ପ୍ରଥମ ଟେଷ୍ଟରେ ହରାଇ ୬୦ ପଏଣ୍ଟ ହାସଲ କରିଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ତୃତୀୟ ସ୍ଥାନରେ ରହିଛି। ନ୍ୟୁଜିଲାଣ୍ଡ ମୋଟ ଉପରେ ୩୬୦ ପଏଣ୍ଟ ପାଇଛି ଓ ତା’ର ୬୬.୭ ପିସିଟି ରହିଛି। ଏଥି ସହିତ ନ୍ୟୁଜିଲାଣ୍ଡ ଫାଇନାଲ ଦୌଡ଼ରେ ମଧ୍ୟ ତା’ର ସ୍ଥିତି ବଜାୟ ରଖିଛି। ସେହିପରି ର଼୍ୟାଙ୍କିଙ୍ଗ୍‌ରେ ଇଂଲଣ୍ଡ ଚତୁର୍ଥ ଓ ...

ସୀମା ସମସ୍ୟାର ସମାଧାନ ଲୋଡ଼ା

ଦିଲ୍ଲୀପ ଦାଶଶର୍ମା ଉତ୍କଳ ଗୌରବ ମଧୁସୂଦନ ଦାସ, ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ, ବ୍ୟାସକବି ଫକୀର ମୋହନ ସେନାପତି, ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର ଓ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଭଳି ଅନେକ ବରପୁତ୍ରଙ୍କ ଅବଦାନ ଓ କଠିନ ପରିଶ୍ରମରେ ଉକତ୍ଳ ସମ୍ମିଳନୀ ମାଧ୍ୟମରେ ୧୯୩୬ ମସିହାରେ ଗଠନ ହୋଇଥିଲା ସ୍ବତନ୍ତ୍ର ଓଡ଼ିଶା। ଉତ୍କଳ ସମ୍ମିଳନୀକୁ ବହୁ ମହାରାଜା, ବହୁ ରାଜନେତା ନେତୃତ୍ୱ ଦେଇଥିଲେ ହେଁ ସମ୍ମିଳନୀ କେବେହେଲେ ରାଜନୀତି କରିନାହିଁ କିମ୍ବା ଓଡ଼ିଶାର ଶାସନ ଡୋରି ହାତକୁ ନେବାକୁ ଚାହିଁ ନାହିଁ। କିନ୍ତୁ ଅନ୍ୟପକ୍ଷରେ କହିବାକୁ ଗଲେ କ୍ଷମତାରେ ଥିବା ରାଜନେତାମାନେ ସମ୍ମିଳନୀକୁ ନେତୃତ୍ୱ ଦେଇ ଆଗେଇ ନେଇଛନ୍ତି। ନିଜେ ଦେଖିଛି ବିଭିନ୍ନ ରାଜନୈତିକ ଦଳର ନେତାମାନେ ଉତ୍କଳ ସମ୍ମିଳନୀ କାର୍ଯ୍ୟାଳୟ ଭିତରକୁ ଆସିଲେ କୁହନ୍ତି, ଆମେ ଆମ ରାଜନୈତିକ ପୋଷାକ ସମ୍ମିଳନୀ କାର୍ଯ୍ୟାଳୟ ବାହାରେ ରଖିଦେଇ ଆସିଛୁ। ଏଠାରେ ଆମେ ସମସ୍ତେ କେବଳ ଓଡ଼ିଆ, ଓଡ଼ିଆ ଜାତିର ଉନ୍ନତି କଥା ଆଲୋଚନା କରିବା। ସମ୍ମିଳନୀ ଭିତରକୁ ଆସିଲେ ଆମେ ସମସ୍ତେ ଏକ ଓ ଅଭିନ୍ନ। ଏବେର ରାଜନୀତିରେ ଦୁଇଟି କଥାର ଅଭାବ ଦେଖାଯାଉଛି। ଯେମିତି କି ରାଜନୀତିରୁ ଧୋତିପିନ୍ଧା ବ୍ୟକ୍ତିମାନେ ଯେତିକି ଯେତିକି ଦୂରେଇ ଯାଉଛନ୍ତି, ଉତ୍କଳ ସମ୍ମିଳନୀରୁ ରାଜନୈତିକ ବ୍ୟକ୍...

ମେଦବହୁଳତାରୁ ଦୂରେଇ ରହିବା ପାଇଁ ନିତି ଏଥିରୁ ଚାମଚେ…

ପରିବର୍ତ୍ତିତ ଜୀବନଶୈଳୀରେ କେତେକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଦେଇଥାଏ। ତେବେ ଏହାର ସଫଳ ଚିକିତ୍ସା ବିଭିନ୍ନ ଔଷଧୀୟ ଗଛଲତା ସହାୟତାରେ ସହଜରେ ହୋଇପାରିଥାଏ। ପ୍ରତିଦିନ ଚାମଚେ ଘିକୁଆଁରୀ ରସ ପିଇଲେ ମେଦବହୁଳତା କମିଥାଏ ବୋଲି ଆୟୁବେର୍ଦରେ ଉଲ୍ଲେଖ ଅଛି। ମେଥିପତ୍ର ଓ ଘିକୁଆଁରୀ ରସ ଏକାଠି ମିଶାଇ ସକାଳେ ଖାଲିପେଟରେ ପିଇଲେ ମେଦବହୁଳତା ସମସ୍ୟା ସହଜରେ ଦୂର ହୋଇଥାଏ। ଅଧାଗ୍ଲାସ ଉଷୁମପାଣିରେ ଲେମ୍ବୁରସ ଏବଂ ଘିକୁଆଁରୀ ରସ ପକାଇ ଏହାକୁ ପିଇଲେ ଅଧିକ ସୁଫଳ ମିଳିଥାଏ। The post ମେଦବହୁଳତାରୁ ଦୂରେଇ ରହିବା ପାଇଁ ନିତି ଏଥିରୁ ଚାମଚେ… appeared first on Dharitri Odia News .

ବଜେଟ ଅର୍ଥ ଖର୍ଚ୍ଚ କରି ପ୍ରକଳ୍ପ କାମ ସାରିବାକୁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ଗତବର୍ଷ ତୁଳନାରେ ଚଳିତବର୍ଷ ନଭେମ୍ବର ଶେଷ ସୁଦ୍ଧା ମୋଟ୍‌ ରାଜସ୍ବ ସଂଗ୍ରହରେ ୪ ପ୍ରତିଶତ ବୃଦ୍ଧି ଘଟିଛି। ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ କୋଭିଡ୍‌ ସଙ୍କଟ ସତ୍ତ୍ବେ ରାଜସ୍ବ ସଂଗ୍ରହରେ ଅଭିବୃଦ୍ଧି ଘଟିଛି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ହୋଇଥିବା ସଚିବସ୍ତରୀୟ ବୈଠକରୁ ଏହା ଜଣାପଡ଼ିଛି। ନଭେମ୍ବର ୨୦୨୦ ସୁଦ୍ଧା ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା ଉପସ୍ଥାପନ କରିଥିବା ବିଭିନ୍ନ ବିଭାଗର ଆର୍ଥିକ ପ୍ରଦର୍ଶନ ଉପରେ ସମୀକ୍ଷାକରି ପ୍ରକଳ୍ପଗୁଡ଼ିକର ତ୍ୱରାନ୍ବିତ କାର୍ଯ୍ୟାନ୍ବୟନକୁ ଗୁରୁତ୍ୱ ଦେବା ଲାଗି ମୁଖ୍ୟ ଶାସନ ସଚିବ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବଜେଟ ଅର୍ଥକୁ ବ୍ୟବହାର କରି ପ୍ରକଳ୍ପ କାର୍ଯ୍ୟାନ୍ବୟନକୁ ଗୁରୁତ୍ୱ ଦେବାକୁ ସେ କହିଛନ୍ତି। ଏହାସହ ଭିତ୍ତିଭୂମି ଏବଂ ଜୀବନଜୀବିକା ସୃଷ୍ଟି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରିବା ନେଇ ସୁନିଶ୍ଚିତ କରାଇବାକୁ ସେ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓମ୍ବାଡ୍‌ସି ଓ ଡିଏମ୍‌ଫ୍‌ ପ୍ରକଳ୍ପଗୁଡ଼ିକର ନିୟମିତ ତଦାରଖ ଓ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନୁଗୋଳ, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ରାୟଗଡ଼ା ଏବଂ ସୁନ୍ଦରଗଡ଼ ଆଦି ପ୍ରମୁଖ ଖଣି ସମ୍ପନ୍ନ ଜିଲାର...

ଏଇ ଭାରତରେ

ଘର ବର୍ଜ୍ୟରୁ ଖତ ପ୍ରସ୍ତୁତ କରିବା କାର୍ଯ୍ୟ କଥା ଶୁଣିଲେ ସହଜରେ ଏହାର ଗୁରୁତ୍ୱ ଉପଲବ୍ଧି କରିହୁଏନି। କିନ୍ତୁ ବାଣୀ ମୂର୍ର୍ତ୍ତିିଙ୍କ ଏଭଳି କାର୍ଯ୍ୟକୁ ସମୀକ୍ଷା କଲେ ଏହା ପଛରେ ଏକ ବିରାଟ ପରିବେଶଗତ ତଥା ସୁସ୍ଥ ଜୀବନର ରହସ୍ୟ ଲୁଚି ରହିଥିବା ପ୍ରତୀୟମାନ ହୁଏ। ବାଣୀ ରହନ୍ତି ବେଙ୍ଗାଲୁରୁରେ । ସେ ଲୋକଙ୍କୁ ସୁସ୍ଥ ଜୀବନର ମନ୍ତ୍ରରେ ଦୀକ୍ଷିତ କରୁଛନ୍ତି। ଏହି ମନ୍ତ୍ର ହେଉଛି- ଖତ ପ୍ରସ୍ତୁତ କର, ଘରେ ଚାଷ କର ଓ ସମ୍ପୂର୍ଣ୍ଣ ବିଶୁଦ୍ଧ ଖାଦ୍ୟ ଖାଅ। ବାଣୀ ତାଙ୍କର ଏହି ମନ୍ତ୍ରକୁ ଲୋକଙ୍କ ନିକଟରେ ଦୁଇ ଦଶନ୍ଧି ଧରି ପହଞ୍ଚାଇ ଆସୁଛନ୍ତି। ଖତ ପ୍ରସ୍ତୁତ କରିବା ଯୋଗୁ ଲୋକେ ତାଙ୍କୁ ଶ୍ରଦ୍ଧାରେ ‘ଓ୍ବର୍ମରାଣୀ’ ବା କୀଟର ରାଣୀ ବୋଲି ଡାକନ୍ତି। ସେ ସହରବାସୀଙ୍କୁ କିଚେନ ବର୍ଜ୍ୟରୁ ଖତ ପ୍ରସ୍ତୁତ କରିବା ଲାଗି ଉତ୍ସାହିତ କରୁଛନ୍ତି। ଏହାକୁ ବଗିଚା କିମ୍ବା ବାଲକୋନିରେ ପନିପରିବା ଚାଷରେ ଉପଯୋଗ କରିବା ଲାଗି ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି। ବାଣୀଙ୍କର ଏହି ପ୍ରୟାସରେ ପରିବେଶକୁ ଉପକାର ମିଳିବା ସହ ଗ୍ରୀନ୍‌ ହାଉସ ଗ୍ୟାସ ହ୍ରାସ ପାଉଛି ବୋଲି ବିଶେଷଜ୍ଞମାନଙ୍କ ମତ। ପ୍ରତ୍ୟେକ ଘରେ ବର୍ଜ୍ୟବସ୍ତୁ ରିସାଇକ୍ଲିଂ କରାଗଲେ ତାହାଦ୍ୱାରା ସରକାରଙ୍କ କୋଟି କୋଟି ଟଙ୍କା ରହିଯିବ ଓ ଏହା ସହରାଞ୍ଚଳରେ ଲୋକେ ସୁସ୍ଥ ରହିବା ଲାଗି ସାହାଯ୍ୟ କରିବ ବୋଲି କହନ୍ତି ବାଣୀ। The post ଏଇ ଭାରତରେ appeared first on Dharitri Odia New...

ସଚିନଙ୍କ ‘ହ୍ୟାଲୋ’ ଶୁଣି ଏହି ଖେଳାଳିଙ୍କୁ ହାତରୁ ଖସିପଡିଥିଲା ଖାଦ୍ୟ ଥାଳି

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ବିଶ୍ୱର ଜଣେ ମହାନ ବ୍ୟାଟ୍ସମ୍ୟାନ୍‌ ଭାବେ ଜଣାଶୁଣା। ଜଣେ ମହାନ କ୍ରିକେଟର୍‌ ହୋଇଥିବାରୁ ଯୁବ କ୍ରିକେଟରମାନେ ତାଙ୍କୁ ଭେଟିବାକୁ ମଧ୍ୟ ଡରନ୍ତି। ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସହ ମଧ୍ୟ ଏମିତି ହୋଇଥିଲା। ସଚିନଙ୍କୁ ପ୍ରଥମଥର ପାଇଁ ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ବାସଭବନରେ ଚାଲିଥିବା ଏକ ପାର୍ଟିରେ ଭେଟିଥିଲେ ପାଣ୍ଡ୍ୟା। ଏହି ସମୟରେ ହାତରେ ପ୍ଲେଟ୍‌ ଖାଉଥିଲେ ସେ। ଏହି ସମୟରେ ସଚିନ ଆସି ତାଙ୍କୁ ହ୍ୟାଲୋ କହିଥିଲେ। ଏହା ଶୁଣି ହଠାତ୍‌ ପାଣ୍ଡ୍ୟା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଏତେ ମାତ୍ରାରେ ଭୟଭୀତ ହୋଇଯାଇଥିଲେ ଯେ ତାଙ୍କ ହାତରୁ ଖାଦ୍ୟ ଥାଳି ଖସିପଡିଥିଲା। ନିକଟରେ ପାଣ୍ଡ୍ୟା ବିକ୍ରମ ସାଥିୟାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲର ଶୋ’ ହ୍ବାଟ୍‌ ଦ ଡକ୍‌ରେ ଭାଗ ନେଇ ଏହାର ଖୁଲାସା କରିଥିଲେ। ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଗଡି ହେବା ପୂର୍ବରୁ ଏହି ଘଟଣା ଘଟିଥିଲା ବୋଲି ପାଣ୍ଡ୍ୟା କହିଛନ୍ତି। ଏହାପରେ ପରେ ସଚିନ ସାର୍‌ଙ୍କ ସହ ବାର୍ତ୍ତାଳାପ ହୋଇଥିଲା। ପିଲାଦିନୁ ତାଙ୍କୁ ମୁଁ ଭଗବାନ ବୋଲି ମାନୁଥିଲି। ହଠାତ୍‌ ତାଙ୍କୁ ଆଖି ଆଗରେ ଦେଖି ବିଶ୍ୱାସ କରିପାରି ନ ଥିଲି ବୋଲି ପାଣ୍ଡ୍ୟା କହିଥିଲେ। The post ସଚିନଙ୍କ ‘ହ୍ୟାଲୋ’ ଶୁଣି ଏହି ଖେଳାଳିଙ୍କୁ ହାତରୁ ଖସିପଡିଥିଲା ଖାଦ୍ୟ ଥାଳି appeared first on Dharitri Odia News .

ଇଣ୍ଡିଆନ ସୁପର ଲିଗ୍‌: ଗୋଆ ବିଜୟୀ

ଭାସ୍କୋଡାଗାମା,୩୧।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌(ଆଇଏସ୍‌ଏଲ୍‌)ରେ ବୁଧବାର ଖେଳାଯାଇଥିବା ମ୍ୟାଚରେ ଗୋଆ ୨-୧ ଗୋଲରେ ହାଇଦ୍ରାବାଦ ଏଫ୍‌ସିକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧ ସଂଘର୍ଷପୂର୍ଣ୍ଣ ରହିଥିଲା ଓ ଗୋଲ ସ୍କୋର ହୋଇପାରି ନ ଥିଲା। ଦ୍ୱିତୀୟାର୍ଦ୍ଧରେ ସ୍ପେନ୍‌ ଷ୍ଟ୍ରାଇକର ଆଡ୍ରିଆନା ସାଣ୍ଟାନା ୫୮ତମ ମିନିଟ୍‌ରେ ଗୋଲ ଦେଇ ହାଇଦ୍ରାବାଦକୁ ଅଗ୍ରଣୀ କରାଇଥିଲେ। ତେବେ ୮୭ତମ ମିନିଟ୍‌ରେ ଗୋଆର ଇଶାନ ପଣ୍ଡିତା ଗୋଲ ଦେଇ ମ୍ୟାଚକୁ ସମାନ ସ୍ତରକୁ ଆଣିଥିଲେ। ଇଞ୍ଜୁରି ଟାଇମ୍‌ର ପ୍ରଥମ ମିନିଟ୍‌ରେ ସ୍ପେନ୍‌ ଷ୍ଟ୍ରାଇକର ଆଇଗର ଅଙ୍ଗୁଲୋ ଗୋଲ ଦେଇ ଗୋଆକୁ ଅଗ୍ରଣୀ କରାଇବା ସହ ବିଜୟୀ କରାଇଥିଲେ। ବଲ୍‌ ପଜେଶନ, ପାସ୍‌ ଓ ପାସ୍‌ ଆକୁରେସିରେ ଗୋଆ ଆଗରେ ରହିଥିଲା। ଏଥିସହ ଗୋଆ ୯ଟି ମ୍ୟାଚ ଖେଳି ୪ ବିଜୟ, ୨ ଡ୍ର ଓ ୩ ପରାଜୟ ସହ ୧୪ ପଏଣ୍ଟ ପାଇ ତାଲିକାର ତୃତୀୟ ସ୍ଥାନରେ ରହିଛି। ଅନ୍ୟପଟେ ହାଇଦ୍ରାବାଦ୍‌ ୮ଟି ମ୍ୟାଚ ଖେଳି ୨ ବିଜୟ, ୩ଟି ଲେଖାଏ ଡ୍ର ଓ ପରାଜୟ ସହ ୯ ପଏଣ୍ଟ ପାଇ ତାଲିକାର ଅଷ୍ଟମ ସ୍ଥାନରେ ରହିଛି। The post ଇଣ୍ଡିଆନ ସୁପର ଲିଗ୍‌: ଗୋଆ ବିଜୟୀ appeared first on Dharitri Odia News .

ପ୍ରଥମ ଟେଷ୍ଟ: ନ୍ୟୁଜିଲାଣ୍ଡର ବୃହତ୍‌ ବିଜୟ

ମାଉଣ୍ଟ ମାଉନ୍‌ଗାନୁଇ,୩୧।୧୨(ଏପି): ସ୍ଥାନୀୟ ବେ ଓଭାଲ ଗ୍ରାଉଣ୍ଡରେ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଘରୋଇ ନ୍ୟୁଜିଲାଣ୍ଡ ୧୦୧ ରନରେ ବିଜୟ ହାସଲ କରିଛି। ଦୁଇ ମ୍ୟାଚବିଶିଷ୍ଟ ସିରିଜ୍‌ରେ ନ୍ୟୁଜିଲାଣ୍ଡ ୧-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମ ଇନିଂସର ୧୨୯ ରନର ଶତକୀୟ ଇନିଂସ ଖେଳିଥିବା ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ପ୍ଲେୟାର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ପ୍ରଥମ ଇନିଂସରେ ୧୯୨ ରନର ଅଗ୍ରଣୀ ହାସଲ କରିଥିବା ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ ୪୫.୩ ଓଭରରେ ୫ ଉଇକେଟ ହରାଇ ୧୮୦ ରନକରି ପାଳି ଘୋଷଣା କରିଥିଲା। ଫଳରେ ପାକିସ୍ତାନ ସମ୍ମୁଖରେ ୩୭୩ ରନର ଟାର୍ଗେଟ୍‌ ଧାର୍ଯ୍ୟ ହୋଇଥିଲା। ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ପାକିସ୍ତାନ ବୁଧବାର ପଞ୍ଚମ ଦିନରେ ୧୨୩.୩ ଓଭରରେ ୨୭୧ ରନ କରି ଅଲ୍‌ଆଉଟ ହୋଇଥିଲା ଓ ବୃହତ୍‌ ୧୦୧ ରନରେ ପରାସ୍ତ ହୋଇଥିଲା। ଚତୁର୍ଥ ଦିବସର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୭୧/୩ରୁ ପାକିସ୍ତାନ ଖେଳ ଆରମ୍ଭ କରିଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ଆଝାର ଅଲୀ ୩୪ ରନରୁ ଖେଳ ଆରମ୍ଭ କରି ୩୮ ରନରେ ଟ୍ରେଣ୍ଟ ବୋଲ୍ଟଙ୍କ ଦ୍ୱାରା ଆଉଟ ହୋଇଥିଲେ। ସେହିପରି ଓ ଫଓ୍ବାଦ ଆଲମ ୨୧ରୁ ଖେଳ ଆରମ୍ଭ କରି ଲଢୁଆ ପ୍ରଦର୍ଶନ କରିବା ସହ ୧୦୨ ରନର ଶତକୀୟ ପାଳି ଖେଳିଥିଲେ ଓ କ୍ୟାରିୟର ଦ୍ୱିତୀୟ ଟେଷ୍ଟ ଶତକ ହାସଲ କରିଥିଲେ। ଅଧିନାୟକ ତଥା ଉଇକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ...

ଜାତୀୟତାର ଯଜ୍ଞପୀଠ: ଉତ୍କଳ ସମ୍ମିଳନୀ

ଡ. ପ୍ରଫୁଲ୍ଲ କୁମାର ସାହୁ   ଆଜି ଡିସେମ୍ବର ୩୦, ଓଡ଼ିଆ ଜାତି ପାଇଁ ଏକ ଐତିହାସିକ ଦିବସ। ଉତ୍କଳୀୟତାର ମୁଗ୍‌ଧ ଅନୁଭବରେ ଜଡ଼ସଡ଼ ବା ଓଡ଼ିଆ ଅସ୍ମିତାର ଅବବୋଧରେ ବଢୁଥିବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଦୀର୍ଘ ୧୧୭ ବର୍ଷ ଧରି ଏହି ଦିବସ ବହନ କରି ଆସିଛି ଏକ ସ୍ବତନ୍ତ୍ର ମର୍ଯ୍ୟାଦା। କାରଣ ୧୯୦୩ ମସିହା ଠିକ୍‌ ଆଜିର ଦିନରେ ଅନୁଷ୍ଠିତ ହୋଇଥିଲା ଓଡ଼ିଆ ଜାତୀୟତାର ଯଜ୍ଞପୀଠ ‘ଉତ୍କଳ ସମ୍ମିଳନୀ’ର ପ୍ରଥମ ଅଧିବେଶନ। ସେଦିନ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୩୨୫ ଜଣ ପ୍ରତିନିଧିଙ୍କୁ ନେଇ ଅନୁଷ୍ଠିତ ଏହି ସମ୍ମିଳନୀରେ ସଭାପତିତ୍ୱ କରିଥିଲେ ମୟୂରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ। ସମ୍ମିଳନୀର ମହାମନ୍ତ୍ର ଘୋଷଣା କରି ତା’ର ପ୍ରାଣ ପ୍ରତିଷ୍ଠାତା ଉକତ୍ଳ ଗୌରବ ମଧୁସୂଦନ ଦାସ ଲେଖିଥିଲେ – ”ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ କୋଟି ପ୍ରାଣ ବିନ୍ଦୁ ଧରେ, ତୋ’ର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ ଡେଇଁ ପଡ଼ି ସିନ୍ଧୁ ନୀରେ।“ ଏହି ଆହ୍ବାନର ପ୍ରତିଟି ଅକ୍ଷର ଏଭଳି ଅନୁଭବସିଦ୍ଧ ସତ୍ୟତା ଓ ବିଶ୍ୱାସର ବହ୍ନିରେ ପ୍ରଜ୍ୱଳିତ ଥିଲା ଯେ ତା’ର ଯାଦୁକରୀ ଆକର୍ଷଣରେ ଚେଇଁ ଉଠିଲା ଓଡ଼ିଆ ଜାତି। ଇତିହାସ କହେ ୧୫୬୮ରେ ଗଜପତି ମୁକୁନ୍ଦଦେବଙ୍କ ପରାଜୟ ଓ ନିଧନ ପରେ ଦୁର୍ବଳ ହୋଇଗଲା ଦୁର୍ଦ୍ଧର୍ଷ ଓ ଅପରାଜିତ ଓଡ଼ିଆ ଜାତି। ମୋଗଲ ଓ ମରହଟ୍ଟାମାନଙ୍କ ଅକଥନୀୟ କଷଣର ତୋଡ଼ମାଡ଼ରେ ନିର୍ବେଦ, ନିଃସହାୟ ଓ ରିକ୍ତ ହୋଇ ଗୁରୁଣ...

ଅସ୍ତ୍ରୋପଚାର ବେଳେ ରହିଗଲା ଛୁଞ୍ଚତ୍

ନୟାଗଡ଼ ଅଫିସ,୩୦।୧୨: ନିରାପଦ ପ୍ରସବ ପାଇଁ ଜଣେ ମହିଳାଙ୍କୁ ତାଙ୍କ ପରିବାର ଲୋକେ ନୟାଗଡ଼ ଜିଲା ଖଣ୍ଡପଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ନର୍ମାଲ ଡେଲିଭରି ବି ହେଲା। ହେଲେ ଏହି ପ୍ରସବ ପାଇଁ ମହିଳାଙ୍କ ପରିସ୍ରା ଦ୍ୱାରକୁ ସାମାନ୍ୟ କାଟିବାକୁ ପଡିଥିଲା। ପ୍ରସବ ପରେ କଟାଯାଇଥିବା ସ୍ଥାନକୁ ଷ୍ଟିଚ୍‌ କରାଯାଇଥିଲା। ହେଲେ ଦାୟିତ୍ୱରେ ଥିବା ଷ୍ଟାଫ୍‌ନର୍ସଙ୍କ ଖାମଖିଆଲ ମନୋଭାବ ଯୋଗୁ ଏକ ଛୁଞ୍ଚତ୍ ଷ୍ଟିଚ୍‌ ଭିତରେ ରହିଯାଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ୫ ଦିନ ହେଲା ଯନ୍ତ୍ରଣା ଭୋଗୁଛନ୍ତି ସମ୍ପୃକ୍ତା ମହିଳା। ଗରିବ ପରିବାରର ଏହି ମହିଳା ଅର୍ଥାଭାବ ଯୋଗୁ ଅସ୍ତ୍ରୋପଚାର ପାଇଁ ସରକାରୀ ଚିକିତ୍ସାଳୟ ଉପରେ ନିର୍ଭର କରିଛନ୍ତି। ଇତିମଧ୍ୟରେ ତାଙ୍କୁ ଖଣ୍ଡପଡ଼ା ସ୍ବାସ୍ଥ୍ୟକେନ୍ଦ୍ରରୁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ମାତୃ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଗତ ୨୫ ତାରିଖରେ ଖଣ୍ଡପଡା ବ୍ଲକ୍‌ ଗୋଛାବାରୀ ଗଁାର ପ୍ରଭାତ ବାହୁକଙ୍କ ସ୍ତ୍ରୀ ଲତାଙ୍କ ଗର୍ଭଯନ୍ତ୍ରଣା ହୋଇଥିଲା। ତାଙ୍କୁ ତୁରନ୍ତ ଖଣ୍ଡପଡା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ତେବେ ପ୍ରସବ ପାଇଁ ଲତାଙ୍କ ପରିସ୍ରାଦ୍ୱାରକୁ ସାମାନ୍ୟ କଟାଯିବା ପରେ ଷ୍ଟିଚ କରାଯାଇଥିଲା। ହେଲେ ସେହି ଷ୍ଟିଚ୍‌ ଭିତରେ ଏକ ଛୁଞ୍ଚତ୍ ରହି ଯାଇଥିଲା। ଏ କଥା ଜଣାପଡ଼ିବା...

ସରକାରୀ ନିର୍ଦ୍ଦେଶକୁ ଅପେକ୍ଷା

କାମାକ୍ଷାନଗର, ୩୦ା୧୨(ଡି.ଏନ.ଏ.) – ଶିକ୍ଷାୟତନ ଏବଂ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଟଣାଯାଇଛି ଲକ୍ଷ୍ମଣରେଖା। କରୋନା ସଂକ୍ରମଣ ଭୟରେ ଦୀର୍ଘ ୯ମାସ ହେଲା ଶିକ୍ଷାନୁଷ୍ଠାନରେ ଝୁଲୁଛି ତାଲା। ଯଦିଓ ବିକଳ୍ପ ଭାବେ ଅନ୍‌ଲାଇନ ମାଧ୍ୟମରେ ପାଠପଢ଼ା ଆରମ୍ଭ ହୋଇଛି, ତଥାପି ଏହା ଶ୍ରେଣୀଗୃହ ଶିକ୍ଷାର ସ୍ଥାନ ନେଇପାରୁନାହିଁ। କୋଭିଡ୍‌-୧୯ ମାଡ଼ ସମ୍ପୂର୍ଣ୍ଣ ଶିକ୍ଷାବର୍ଷର ରୂପରେଖ ବଦଳାଇ ଦେଇଥିବାବେଳେ ଭବିଷ୍ୟତକୁ ନେଇ ଚିନ୍ତାଗ୍ରସ୍ତ ହୋଇପଡ଼ିଲେଣି ଛାତ୍ରୀଛାତ୍ର। କେବେ ଜାରି ହେବ ସରକାରୀ ନିର୍ଦ୍ଦେଶନାମା ଏବଂ ପୁଣି ଥରେ ବହିବସ୍ତାନି ଧରି ପିଲାଏ ପାଠପଢ଼ି ଯିବେ ତାହାକୁ ଚାହିଁଛନ୍ତି ଉଭୟେ ବିଦ୍ୟାର୍ଥୀ, ଶିକ୍ଷକ ଏବଂ ଅଭିଭାବକ। ବିଶ୍ୱ ଅର୍ଥନୀତିକୁ ଧରାଶାୟୀ କରିଦେଇଛି କରୋନା। ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଶିକ୍ଷାବ୍ୟବସ୍ଥା। ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକରେ ୭୬ ପ୍ରାଥମିକ, ୪୫ ଉଚ୍ଚ ପ୍ରାଥମିକ, ୩୧ ଉଚ୍ଚ ବିଦ୍ୟାଳୟ ଏବଂ ୪ ଆଶ୍ରମ ବିଦ୍ୟାଳୟ ବନ୍ଦ ରହିଛି। ଏଠାରେ ପଢୁଥିବା ସହସ୍ରାଧିକ ଛାତ୍ରୀଛାତ୍ର ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ବିଶେଷ କରି ସୀମିତ ଟେକ୍ନୋଲୋଜି ଜ୍ଞାନ ଥିବା ଆଦିବାସୀ ଅଧ୍ୟୁଷିତ ଏବଂ ଗ୍ରାମାଞ୍ଚଳର ଛାତ୍ରୀଛାତ୍ରଙ୍କ ଶିକ୍ଷା ଠପ୍‌ ହୋଇଯାଇଛି। ହାତଗଣତି ପିଲା ବେସରକାରୀ ଭାବେ ପାଠପଢ଼ା ଜାରି ରଖିଥିବାବେଳେ ଗରିବ ପରିବାର ପକ୍ଷେ ସେତକ ମଧ୍ୟ ସମ୍ଭବ ହେଉନାହିଁ। ତେଣୁ ସେମାନଙ୍କ ଲାଗି...

‘ବ୍ରିଟେନ ଫେରନ୍ତା ନିଜ ତଥ୍ୟ ଦିଅନ୍ତୁ’

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ): ବ୍ରିଟେନ୍‌ ଫେରନ୍ତାଙ୍କୁ ନେଇ ଚିନ୍ତା ବଢ଼ୁଛି। ପତ୍ତା ମିଳୁ ନ ଥିବା ବ୍ରିଟେନ ଫେରନ୍ତାଙ୍କୁ ନିଜ ନିଜର ତଥ୍ୟ ଦେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିବେଦନ କରାଯାଇଛି। ନିଜ ଆଡୁ ସରକାରଙ୍କ ପାଖରେ ତଥ୍ୟ ରଖିବାକୁ ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ବ୍ରିଟେନରୁ ଫେରିଥିବା ୧୮୧ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୧୯ ଜଣଙ୍କ ପତ୍ତା ମିଳିଥିବା ବେଳେ ସେମାନଙ୍କ ମଧ୍ୟରୁ ୬ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କିନ୍ତୁ ବାକି ୬୨ଜଣ ଭୁଲ୍‌ ନମ୍ବର ଓ ଠିକଣା ଦେଇଥିବାରୁ ସେମାନଙ୍କ ସମ୍ପର୍କରେ ସୂଚନା ମିଳିନାହିଁ। ତେବେ ନୂଆ ଷ୍ଟ୍ରେନ୍‌କୁ ନେଇ ଭୟ କରିବାର କୌଣସି କାରଣ ନାହିଁ। ବ୍ରିଟେନ୍‌ରେ ଦେଖାଦେଇଥିବା ନୂଆ କରୋନା ଆକ୍ରାନ୍ତ କେସ୍‌ ଦ୍ୱାରା କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇନାହିଁ। ତେଣୁ ଏଥିରେ ବିଚଳିତ ନ ହୋଇ ଏହାର ମୁକାବିଲା କରିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି। ଯଦି ବି ସେମାନଙ୍କ ମଧ୍ୟରୁ କିଏ ପଜିଟିଭ୍‌ ଚିହ୍ନଟ ହେବେ, ସେମାନଙ୍କର ଜେନମ୍‌ ସିକ୍ୱେନ୍ସିଂ ଦେଖିବୁ ଏବଂ ଆକାଡେମିକ୍‌ ରିସର୍ଚ୍ଚ କରିବୁ ବୋଲି ମିଶ୍ର କହିଛନ୍ତି। ଅନ୍ୟପକ୍ଷରେ ଭାରତରେ ନୂଆ କରୋନା ଷ୍ଟ୍ରେନକୁ  ନେଇ ଡିଏମ୍‌ଇଟି ନିର୍ଦ୍ଦେଶକ ଡା. ସି.ବି.କେ. ମହାନ୍ତି କହିଛନ୍ତି ଯେ, ଏହି ଭୂତାଣୁ ପୂର୍ବ ଭୂତାଣୁଠାରୁ କ୍ଷିପ୍ର ଗତିରେ ସଂ...

ଶିଶୁର ଏହି ଅଙ୍ଗ ପାଇଁ ପାଳନ କରାଯାଏ ଶୋକ

ଶିଶୁଟିଏ ଜନ୍ମ ହେବା ପରେ ପରିବାରରେ ଖୁସିର ବାତାବରଣ ଦେଖାଯାଏ। ତେବେ ଶିଶୁ ଜନ୍ମକୁ ନେଇ ବିଶ୍ୱର ଅନେକ ସମ୍ପ୍ରଦାୟରେ ପୃଥକ ପୃଥକ ପରମ୍ପରା ପାଳନ କରିଥାନ୍ତି। କାରଣ ବିଶ୍ୱାସ କରାଯାଏ ଯେ, ଏହି ରୀତିନୀତି ଦ୍ୱାରା ପିଲାଟି ସମସ୍ତ ସମସ୍ୟାରୁ ରକ୍ଷା ପାଇପାରିବ। ତେବେ ବିକଶିତ ଦେଶଗୁଡିକ ମଧ୍ୟ ଏହି ନିୟମରୁ ବାଦ୍‌ ପଡ଼ିନାହାନ୍ତି। ନାଇଜେରିଆ ଏବଂ ଘାନାରେ, ମା ସହିତ ଜଡ଼ିତ ଥିବା ନାଭି ପାଇଁ ଶୋକ ପାଳନ କରାଯିବା ପ୍ରଥା ରହିଛି। ଆଫ୍ରିକୀୟ ଦେଶଗୁଡ଼ିକରେ ନାଭିକ ଶିଶୁର ଯାଆଁଳା ଭାଇ କିମ୍ବା ଭଉଣୀ ଭାବରେ ବିବେଚନା କରାଯାଏ। ଏହାକୁ ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ପୋତି ଦିଆଯାଏ। ଏହି ପ୍ରକ୍ରିୟା ଏକ ଗଛ ତଳେ କରାଯାଇଥାଏ। The post ଶିଶୁର ଏହି ଅଙ୍ଗ ପାଇଁ ପାଳନ କରାଯାଏ ଶୋକ appeared first on Dharitri Odia News .

୩୧ରୁ ବଢ଼ିବ ଶୀତ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ରାଜ୍ୟରେ ଶୀତ କମିଯାଇଛି। ଗୋଟିଏ ଦୁଇଟି ସ୍ଥାନକୁ ବାଦ୍‌ ଦେଲେ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲ୍‌ସିୟସ ଉପରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ସେଲ୍‌ସିୟସ ଥିବାବେଳେ ଦାରିଙ୍ଗବାଡିରେ ୬.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସେହିପରି ବାରିପଦାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲ୍‌ସିୟସ ଥିବା ବେଳେ ସୁନ୍ଦରଗଡ଼ରେ ୧୦.୫, କୋରାପୁଟ ୧୦, ବୌଦ୍ଧ ୧୦.୫, ରାୟଗଡ଼ା ୧୦, ଝାରସୁଗୁଡ଼ା ୧୧.୨ ଏବଂ କେନ୍ଦୁଝରରେ ୧୧.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ  କରାଯାଇଛି। ତେବେ ଡିସେମ୍ବର ୩୧ରୁ ପୁଣି ଶୀତ ବଢିବ। ଏ ନେଇ ଜାନୁୟାରୀ ୨ ଯାଏ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଡିସେମ୍ବର ୩୧ରୁ ୨୦୨୧ ଜାନୁୟାରୀ ୨ ତାରିଖ ଯାଏ ଝାରସୁଗୁଡା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ବୌଦ୍ଧ ଓ କନ୍ଧମାଳ ଜିଲାରେ ଶୀତ ଲହରି ଦେଖାଦେବ। ସେହି ଜିଲାଗୁଡିକ ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ଏହି ସମୟରେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଗୃହପାଳିତ ପ୍ରାଣୀଙ୍କୁ ଘରଭିତରେ କିମ୍ବା ଛପର ତଳେ ରଖିବାକୁ କୁହାଯାଇଛି। The post ୩୧ରୁ ବଢ଼ିବ ଶୀତ appeared first on Dharitri Odia News .

ପରପାରିରେ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ବିଶିଷ୍ଟ ଓ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ଏନେଇ ତାଙ୍କ ପୁଅ କୌଶିକ ମହାପାତ୍ର ସୂଚନା ଦେଇଛନ୍ତି। ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତେବେ ଗତ କିଛି ଦିନ ହେଲା ସେ ନିମୋନିଆରେ ପୀଡିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।  ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି।   The post ପରପାରିରେ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର appeared first on Dharitri Odia News .

ନିଅଁ ନାହିଁ

ଜମି କିଣିବା ପରେ ଏବଂ ଘର ତିଆରି ଆରମ୍ଭ ହେବା ପୂର୍ବରୁ ନିଅଁ ଖୋଳିବା ପ୍ରଥମ କାର୍ଯ୍ୟ ହୋଇଥାଏ। ଘର ଯେତିକି ଉଚ୍ଚା ଓ ନିଦା କରିବାର ଇଚ୍ଛା ଥାଏ, ସେତିକି ଗଭୀର ନିଅଁ ଖୋଳିବାକୁ ହୋଇଥାଏ। ଏପରିକି ପାଣି ଭିତରେ ଘର କରିବାକୁ ଇଚ୍ଛା ଥିଲେ ଭିତରୁ ଖମ୍ବ ଉଠାଇବାକୁ ପଡ଼ିଥାଏ। ଏହା ହେଉଛି ପୃଥିବୀର ବ୍ୟବସ୍ଥା। ସମାଜ ନିର୍ମାଣ କରିବା ଲାଗି ସେହିଭଳି ଗଭୀରକୁ ଯିବାକୁ ପଡ଼େ। ସେଥିପାଇଁ କୁହାଯାଏ ଯେ, ଏକ ସାମାଜିକ ଚରିତ୍ର ଗଠନ ସକାଶେ ଅନେକ ପିଢ଼ିର ଚେଷ୍ଟା ଆବଶ୍ୟକ। ମଣିଷ ଜାତିର ବୁଦ୍ଧି ଜାଗିବା ସମୟରୁ ଶିକ୍ଷାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଓଡ଼ିଶାର ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ସକାଶେ ଓଡ଼ିଶା ସରକାର ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୮ ଡିସେମ୍ବରରେ ରାଜ୍ୟ କ୍ୟାବିନେଟର ଏକ ବୈଠକରେ ଏ ନେଇ ଏକ ସଙ୍କଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହାକୁ ଚୂଡ଼ାନ୍ତ ରୂପ ଦେବା ନିମନ୍ତେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରାଯିବ। ସର୍ବଭାରତୀୟ ସ୍ତରରେ ଏନ୍‌ଇଇଟି ଏବଂ ଜେଇଇ ଭଳି ଏକକ ପରୀକ୍ଷା ପ୍ରବର୍ତ୍ତନ ହେବା ପରେ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ରାଜ୍ୟର ସରକାରୀ ହାଇସ୍କୁ...

କାଳିଝାଟି କେନାଲରେ ଆହତ ଭାଲୁ, ଜଗିଛି ବନବିଭାଗ

ସଜନାଗଡ଼, ୩୦।୧୨(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟର ପାଦଦେଶର କାଳିଝାଟି ଖାଣ୍ଡିଆହୁଡ଼ି କେନାଲ ନିକଟରେ ଏକ ବିରାଟକାୟ ଭାଲୁ ଆହତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଛି । ଭାଲୁକୁ କେହି ଶିକାରୀ ଆହତ କରିଥିବା ଶୁଣିବାକୁ ମିଳୁଛି। ବନବିଭାଗ କର୍ମଚାରୀ ଆହତ ଭାଲୁକୁ ଜଗି ରହିଛନ୍ତି। ଭାଲୁଟିର ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ସେ ଚାଲି ପାରୁ ନାହିଁ। ବନବିଭାଗ ଆହତ ଭାଲୁକୁ ଉଦ୍ଧାର କରି ଚିକିତ୍ସା କରିଛି। The post କାଳିଝାଟି କେନାଲରେ ଆହତ ଭାଲୁ, ଜଗିଛି ବନବିଭାଗ appeared first on Dharitri Odia News .

ଦିଲ୍ଲୀରେ ମନ ଜିଣୁଛନ୍ତି ଶ୍ରୀମନ୍ତ, ନିବେଦିତା

ଖଇରା, ୩୦।୧୨(ଡି.ଏନ.ଏ.)-ଦିଲ୍ଲୀରେ ଓଡିଆ ଲୋକଙ୍କ ଯେକୌଣସି ସାଂସ୍କତିକ ହେଉ କି ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମ ହେଉ ତାଙ୍କ କଣ୍ଠରୁ ଗୀତଟିଏ ନ ଶୁଣିବା ଯାଏ ଦର୍ଶକଙ୍କ ମନ ବୁଝେ ନାହିଁ । ଏମିତି ବି କୌଣସି ବି ଉତ୍ସବ ନାହିଁ ଯେଉଁ ମଞ୍ଚରେ ତାଙ୍କର ପାଦ ପଡି ନ ଥିବ। ଦିଲ୍ଲୀରେ ରହୁଥିବା ହାରାହାରି ୧୫ଲକ୍ଷ ପ୍ରବାସୀ ଓଡିଆଙ୍କ ମନ ଜିଣୁଥିବା କଣ୍ଠଶିଳ୍ପୀ ଦମ୍ପତି ହେଲେ ଶ୍ରୀମନ୍ତ ବିଶ୍ୱାଳ ଓ ନିବେଦିତା ଜେନା। ସ୍ତ୍ରୀସ୍ବାମୀ ଦୁହେଁ ଓଡିଆ ସଙ୍ଗୀତକୁ ପୁରୁଣା ନୂଆ ରୂପରେ ଓଡିଆଙ୍କ ନିକଟରେ ପହଞ୍ଚାଇବାକୁ ଅହରହ ପ୍ରୟାସ ଜାରି ରଖିଛନ୍ତି। କଣ୍ଠଦାନର ଶ୍ରମକୁ ଅର୍ଥର ତରାଜୁରେ ନ ତଉଲି ଓଡିଆଙ୍କ ଖୁସିକୁ ନିଜର ଖୁସି ଭାବି କାର୍ଯ୍ୟ କରି ଚାଲିଛନ୍ତି। ଶ୍ରୀମନ୍ତଙ୍କ ଘର ବାଲେଶ୍ୱର ଜିଲା ଖଇରା ବ୍ଲକ କୁପାରୀ ଗ୍ରାମରେ ଓ ନିବେଦିତାଙ୍କ ଘର ଖଇରା ବ୍ଲକ ପଳସା ପଞ୍ଚାୟତ ଅର୍ଜୁନପୁର ଗ୍ରାମରେ। ଶ୍ରୀମନ୍ତ ସ୍କୁଲ ଓ କଲେଜ ପଢୁଥିବା ସମୟରେ ବିଦ୍ୟା ଅଧ୍ୟୟନ ସହିତ ମା’ କମଳିନୀ ମିଶ୍ରଙ୍କ ନିକଟରୁ ସଙ୍ଗୀତ ଶିକ୍ଷା କରିଥିଲେ। ବିଭିନ୍ନ ସଙ୍ଗୀତ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ମଧ୍ୟ ହୋଇଥିଲେ ା ତାପରେ ସଙ୍ଗୀତ ସ୍କୁଲରୁ ସଙ୍ଗୀତ ଶିକ୍ଷା କରିଥିଲେ ା ୧୯୯୭ରେ ସେ ଅର୍ଥ ପାଇଁ ଚାକିରି ଅନ୍ବେଷଣରେ ଦିଲ୍ଲୀ ଯାଇ ଏକ ଘରୋଇ କମ୍ପାନୀରେ ବ୍ୟବସାୟ ପରିଚାଳକ ପଦବୀରେ ରହିଥିଲେ। ହେଲେ ଇଛା ଥିଲେ ଉପାୟ ଆପେ ଆପେ ଆସେ। ନିଜର କଣ୍ଠଦା...

ପର୍ଯ୍ୟଟନସ୍ଥଳୀ ଉନ୍ନୟନ ନେଇ ସମୀକ୍ଷା

ଭୋଗରାଇ, ୩୦।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀଗୁଡିକର ଉନ୍ନୟନ କାର୍ଯ୍ୟ ନେଇ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସମୀକ୍ଷା କରିଛନ୍ତି । ମଙ୍ଗଳବାର ଜିଲାପାଳ ତାଳସାରୀ-ଉଦୟପୁର ଗସ୍ତ କରି ଓଟିଡିସିରେ ବେଳାଭୂମି ଉନ୍ନୟନ ପରିଷଦ ଓ ସେଚ ଡ୍ରେନେଜ, ବିଦ୍ୟୁତ୍‌ ଓ ଗ୍ରାମ ଉନ୍ନୟନ ବିଭାଗ ଅଧିକାରୀଙ୍କୁ ନେଇ ଏକ ବୈଠକ କରିଛନ୍ତି। ବୈଠକରେ ଭୋଗରାଇ ବିଧାୟକ ଅନନ୍ତ ଦାସ ପୌରୋହିତ୍ୟ କରି ପର୍ଯ୍ୟଟନସ୍ଥଳୀ ମାଷ୍ଟରପ୍ଲାନ କାର୍ଯ୍ୟର ମନ୍ଥରତାକୁ ନେଇ କ୍ଷୋଭ ପ୍ରକାଶ କରିବା ସହିତ ଯୁଦ୍ଧକାଳୀନ ଭିତ୍ତିରେ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ତାଗିଦ୍‌ କରିଥିଲେ। ଭୋଗରାଇ ସୀମାନ୍ତକୁ ଛୁଇଁଥିବା ପଶ୍ଚିମବଙ୍ଗର ଦୀଘା ସୈକତ ସହର ପର୍ଯ୍ୟଟନ କେନ୍ଦ୍ର ବିକାଶ ଶୀର୍ଷରେ ଛୁଇଁଥିବା ବେଳେ ଆମେ ପଛରେ ପଡ଼ିଛୁ ବୋଲି ବିଧାୟକ ସ୍ବୀକାର କରିବା ସହିତ ପର୍ଯ୍ୟଟନସ୍ଥଳୀର ବିକାଶ ନିମନ୍ତେ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରାଯାଉ ବୋଲି ସେ କହିଥିଲେ। ଏଥିପ୍ରତି ଜିଲାପାଳ ଗୁରୁତ୍ୱ ଦେଇ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଦାବି କରିଥିଲେ। ସୁବର୍ଣ୍ଣପୁର ଜିଲାରେ ୫୦ଏକର ଜଙ୍ଗଲ ଜାଗା ବଦଳରେ ଉଦୟପୁର-ତାଳସାରୀ ଜଙ୍ଗଲ ଜାଗାକୁ ରାଜସ୍ବ ବିଭାଗକୁ ଖୁବ୍‌ଶୀଘ୍ର ହସ୍ତାନ୍ତର କରିବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିବା ବେଳେ ଜଙ୍ଗଲ ବିଭାଗର ମନ୍ଥର ଓ ଖାମଖିଆଲି ନୀତିକୁ ଅସନ୍ତୋଷ ପ୍ରକ...

ଜୀବନ ସଜାଡିଛି କଣ୍ଢେଇ

ବାରିପଦା ଅଫିସ,୩୦ା୧୨-ବିଶ୍ୱ ମହାମାରୀ କରୋନା ପାଇଁ ଲକ୍‌ଡାଉନ୍‌ ପରିସ୍ଥିତି। ଘରୁ କେହି ପଦାକୁ ବାହାରୁ ନ ଥିବା ବେଳେ ଜୀବନ ଜୀବିକା ହୋଇ ପଡ଼ିଥିଲା ବିପନ୍ନ। ଠିକ୍‌ ଏହି ସମୟରେ ୟୁ ଟ୍ୟୁବ୍‌ ଦେଖି ଖେଳନା କଣ୍ଢେଇ ତିଆରି ଆରମ୍ଭ କଲେ। ସୁନ୍ଦର ଆକୃତି ସହିତ ରଙ୍ଗବେରଙ୍ଗର ଏହି କଣ୍ଢେଇ ଏବେ ଲୋକଙ୍କୁ ବେଶ ଆକୃଷ୍ଟ କରି ପାରୁଛି। ପଡ଼ୋଶୀ ପଶ୍ଚିମବଙ୍ଗର ନଦିଆ ଜିଲା ଅନ୍ତର୍ଗତ ରାନାଘାଟ ଅଞ୍ଚଳର ଯୁବକ ମଣି ପାଲ ମୟୂରଭଞ୍ଜ ଜିଲା ବାରିପଦା ସହରର ରାସ୍ତା କଡ଼ରେ ଏହି କଣ୍ଢେଇ ବିକି ବେଶ ଦି’ ପଇସା ରୋଜଗାର କରି ପାରୁଛନ୍ତି। ଦିନକୁ ୩ରୁ ୪ଶହ ଟଙ୍କା ରୋଜଗାର ହେଉଥିବା ବେଳେ ଏଥିରେ ତାଙ୍କ ପରିବାର ଲୋକେ ସହଯୋଗ କରୁଛନ୍ତି। ମଣି ପାଲଙ୍କ ପରିବାର କହିଲେ ସ୍ତ୍ରୀଙ୍କ ସହ ଦୁଇ ସନ୍ତାନ ା ଦିନକୁ ୧୨ଘଣ୍ଟା ପରିଶ୍ରମ କରି ତିଆରି କରୁଛନ୍ତି କଣ୍ଢେଇ ା କୋଲକାତା ବଜାରରୁ ସାମଗ୍ରୀ କିଣି ଘରେ ବସି ଏହାକୁ ତିଆରି କରି ଦେଢ଼ଶହ ଟଙ୍କାରେ ବିକ୍ରି କରୁଛନ୍ତି ା ଅଧିକ ଦୁଇ ପଇସା ଲାଭ ଆଶାରେ ପଶ୍ଚିମବଙ୍ଗରୁ ଆସି ବାରିପଦା ସହରର ମୁଖ୍ୟ ସଡ଼କ ପାର୍ଶ୍ୱରେ ସୁନ୍ଦର ଭାବେ ସଜାଇ କଣ୍ଢେଇ ବିକ୍ରି କରୁଛନ୍ତି ା ଗୋଟିଏ କଣ୍ଢେଇ ତିଆରି ପାଇଁ ଦେଢ ଘଣ୍ଟା ସମୟ ଲାଗିଥାଏ ା ରାତିରେ ବସି ଏହାକୁ ପ୍ରସ୍ତୁତ କରୁଥିବା ମଣି ପାଲ କହିଛନ୍ତି। ବାଟୋଇ ଓ ଶିଶୁମାନଙ୍କୁ ଏହା ବେଶ ଆକୃଷ୍ଟ କରୁଥିବାରୁ କଣ୍ଢେଇ ଆଦର ବଢ଼ିବାକୁ ଲାଗିଛି ା ବେଡ୍‌ରୁମ କିମ୍ବ...

ନ୍ୟୁଜିଲାଣ୍ଡ ବିଜୟ ନିକଟତର: ସୌଦିଙ୍କୁ ୩୦୦ତମ ଟେଷ୍ଟ ଉଇକେଟ

ମାଉଣ୍ଟ ମଙ୍ଗାନୁଇ, ୩୦ା୧୨ (ଏପି)-ପାକିସ୍ତାନ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡ ବିଜୟ ନିକଟତର ହୋଇଛି। ପ୍ରଥମ ଇନିଂସରେ ୧୯୨ରନ ଅଗ୍ରଣୀ ଲାଭ କରିବାପରେ ଘରୋଇ ଦଳ ମଙ୍ଗଳବାର ଚତୁର୍ଥ ଦିବସ ଖେଳରେ ୧୮୦/୫ରେ ଏହାର ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଫଳରେ ପାକିସ୍ତାନ ଆଗରେ ୩୭୩ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଷ୍ଟମ୍ପ୍ସ ଅପସାରଣ ବେଳକୁ ପାକିସ୍ତାନ ୩ ଉଇକେଟ ବିନିମୟରେ ୭୧ ରନ କରିଥିଲା। ଦଳ ଏବେ ସୁଦ୍ଧା ୨୦୨ ରନ ପଛରେ ରହିଛି। ଆଝାର ଅଲୀ ୩୪ ଏବଂ ଫଓ୍ବାଦ ଆଲାମ ୨୧ ରନ କରି ଅପରାଜିତ ଅଛନ୍ତି। ଦୁହେଁ ପାର୍ଟନରଶିପ୍‌ରେ ଅପରାଜିତ ୩୪ ରନ ଯୋଗ କରିସାରିଛନ୍ତି। ଭ୍ରମଣକାରୀ ଦଳର ଆରମ୍ଭ ଭଲ ନ ଥିଲା। ଦଳ ବିନା କୌଣସି ରନ୍‌ରେ ଏହାର ୨ଟି ଉଇକେଟ ହରାଇଥିଲା। ମଙ୍ଗଳବାର ପ୍ରଥମ ପାକିସ୍ତାନ ଉଇକେଟ ଟିମ୍‌ ସୌଦି ଅକ୍ତିଆର କରିଥିଲେ। ସେ ତାଙ୍କ ୯ ଓଭର ବୋଲିଂରେ ୧୫ରନ ବିନିମୟରେ ୨ଟି ଉଇକେଟ ହାସଲ କରିଥିଲେ। ଫଳରେ ଟେଷ୍ଟରେ ୩୦୦ ଉଇକେଟ ମାଇଲ ଖୁଣ୍ଟ ହାସଲ କରିବାରେ ରିଚାର୍ଡ ହାଡ୍‌ଲି (୪୩୧) ଓ ଡାନିଏଲ ଭିଟୋରୀ (୩୬୧)ଙ୍କ ପଛକୁ ସେ ନ୍ୟୁଜିଲାଣ୍ଡର ତୃତୀୟ, ବିଶ୍ୱର ୩୪ତମ ଏବଂ ବର୍ତ୍ତମାନ ସକ୍ରିୟ ଥିବା ୪ର୍ଥ ବୋଲର ହୋଇଛନ୍ତି। ସେ ୭୬ ଟେଷ୍ଟ ମ୍ୟାଚରେ ଏହି ସଫଳତା ହାସଲ କରିଛନ୍ତି। ତାଙ୍କର ଆଭରେଜ ୨୮.୪୮ ଏବଂ ଷ୍ଟ୍ରାଇକ୍‌ ରେଟ୍‌ ୫୬.୮ ରହିଛି। The post ନ୍ୟୁଜିଲାଣ୍ଡ ବିଜୟ ନିକଟତର: ସୌଦିଙ୍କୁ ୩୦୦ତମ ଟେଷ...

ଇଣ୍ଡିଆନ ସୁପର ଲିଗ୍‌: ଚେନ୍ନାଇନ୍‌-ଏଟିକେ ମ୍ୟାଚ ଡ୍ର

ବାମ୍ବୋଲିମ୍‌, ୩୦।୧୨-ଇଣ୍ଡିଆନ ସୁପରଲିଗ୍‌ରେ ମଙ୍ଗଳବାର ଚେନ୍ନାଇନ୍‌ ଏଫ୍‌ସି-ଏଟିକେ ମୋହନବାଗାନ ମ୍ୟାଚ ଡ୍ର ରହିଛି। ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ ହେଁ ତାହାକୁ ଗୋଲରେ ପରିଣତ କରିପାରି ନ ଥିଲେ। ଫଳରେ ମ୍ୟାଚଟି ଗୋଲଶୂନ୍ୟଭାବେ ଶେଷ ହୋଇଛି। ପଏଣ୍ଟ ଭାଗ କରିବା ଫଳରେ ଏଟିକେ ମୋହନବାଗାନ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି। ଦଳ ୮ ମ୍ୟାଚ ଖେଳିସାରିଥିବାବେଳେ ୫ ବିଜୟ, ୨ ଡ୍ର ଓ ୧ ପରାଜୟ ସହ ୧୭ ପଏଣ୍ଟ ପାଇଛି। ଏଟିକେ ୮ଟି ଗୋଲ ଦେଇଥିବାବେଳେ ମାତ୍ର ୩ଟି ବରଣ କରିଛି। ଅନ୍ୟପକ୍ଷରେ ଚେନ୍ନାଇନ ୮ ମ୍ୟାଚରୁ ୨ ବିଜୟ, ୪ ଡ୍ର ଓ ୨ ପରାଜୟ ସହ ୧୦ ପଏଣ୍ଟ ପାଇ ୭ମ ସ୍ଥାନରେ ଅପରିବର୍ତ୍ତିତ ରହିଛି। ଏଟିକେର ଇଡୁ ଗାର୍ସିଆ ପାସ୍‌ ଅଫ୍‌ ଦି ମ୍ୟାଚ ଏବଂ ଗୋଲକିପର ଅରିନ୍ଦମ ଭଟ୍ଟାଚାର୍ଯ୍ୟ ହିରୋ ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଛନ୍ତି। The post ଇଣ୍ଡିଆନ ସୁପର ଲିଗ୍‌: ଚେନ୍ନାଇନ୍‌-ଏଟିକେ ମ୍ୟାଚ ଡ୍ର appeared first on Dharitri Odia News .

ଦକ୍ଷିଣ ଆଫ୍ରିକାର ଇନିଂସ ବିଜୟ

ସେଞ୍ଚୁରିଅନ, ୩୦ା୧୨- ସ୍ଥାନୀୟ ସୁପର ସ୍ପୋର୍ଟ ପାର୍କଠାରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୧ ଇନିଂସ ଓ ୪୫ ରନରେ ବିଜୟ ହାସଲ କରିଛି। ମ୍ୟାଚବେଳେ ଶ୍ରୀଲଙ୍କାର ୫ ବୋଲରଙ୍କ ମଧ୍ୟରୁ ୪ଜଣ ଆଘାତପ୍ରାପ୍ତ ହୋଇଛନ୍ତି। ମଙ୍ଗଳବାର ଥିଲା ମ୍ୟାଚର ଚତୁର୍ଥ ଦିବସ। ପୂର୍ବଦିନର ଅସମାପ୍ତ ସ୍କୋର ୬୫/୨ରୁ ବ୍ୟାଟିଂ ଆରମ୍ଭ କରିଥିବା ଶ୍ରୀଲଙ୍କାର ଦ୍ୱିତୀୟ ଇନିଂସ ଶେଷ କରିବା ଲାଗି ଦକ୍ଷିଣ ଆଫ୍ରିକାର ଫାଷ୍ଟ ବୋଲରମାନେ ଗୋଟିଏ ସେସନରୁ ସାମାନ୍ୟ ଅଧିକ ସମୟ ନେଇଥିଲେ। ଭ୍ରମଣକାରୀ ଦଳ ୪୬.୧ ଓଭରରେ ୧୮୦ରନ କରି ଅଲଆଉଟ ହୋଇଯାଇଥିଲା। ଜଙ୍ଘରେ ଆଘାତପ୍ରାପ୍ତ ଯୋଗୁ ଅଲରାଉଣ୍ଡର ଧନଞ୍ଜୟ ସିଲ୍‌ଭା ବ୍ୟାଟିଂ କରିବା ଲାଗି ଆସିପାରି ନ ଥିଲେ। ଫଳତଃ ବିଜୟ ପାଇଁ ଦକ୍ଷିଣ ଆଫ୍ରିକା ୯ ଉଇକେଟ ଆବଶ୍ୟକ କରୁଥିଲା। କୁସାଲ ପେରେରା (୬୪) ଓ ଓ୍ବାନିଣ୍ଡୁ ହାରଙ୍ଗା (୫୯)ଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ୱେ ଘରୋଇ ଦଳ ମଙ୍ଗଳବାର ପ୍ରଥମ ସେସନ ଖେଳରେ ୫ ଉଇକେଟ ଏବଂ ଅବଶିଷ୍ଟ ୨ ଉଇକେଟ ମଧ୍ୟାହ୍ନଭୋଜନର ଅଧଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଖସାଇ ଦେଇଥିଲା। ଏହି ଇିନଂସରେ ଦକ୍ଷିଣ ଆଫ୍ରିକା ପେସ୍‌ ବୋଲର ଲୁନ୍‌ଗି ଏନ୍‌ଗିିଡି, ଏନ୍‌ରିଚ୍‌ ନୋର୍ଜେ, ଓ୍ବିଆନ୍‌ ମୋଲ୍ଡର ଏବଂ ଲୁଥୋ ସିପାମ୍ଲା ପ୍ରତ୍ୟେକ ଦୁଇଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଶ୍ରୀଲଙ୍କା ପ୍ରଥମ ଇନିଂସ୍‌ ଦକ୍ଷିଣ ଆଫ୍ରିକାରେ ଏହାର ସର୍ବାଧିକ ୩୯୬ରନ ସଂଗ...

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ଲାୟନ୍ସକୁ ହରାଇଲା ପାନ୍ଥର୍ସ

ଭୁବନେଶ୍ୱର, ୩୦।୧୨(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଓଡ଼ିଶା ପାନ୍ଥର୍ସ ୭ ଉଇକେଟରେ ଲାୟନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଲାୟନ୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୨୫ ରନ କରିଥିବାବେଳେ ପାନ୍ଥର୍ସ ୧୭.୩ ଓଭରରେ ୩ ଉଇକେଟ ହରାଇ ୧୨୯ ରନ ସଂଗ୍ରହ କରି ନେଇଥିଲା। ଟସ୍‌ ଜିତି ପାନ୍ଥର୍ସ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଭାବୀ ବୋଲିଂ କରି ଦଳର ବୋଲରମାନେ ଏହାକୁ ଉଚିତ ପ୍ରମାଣିତ କରିଥିଲେ। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଲାୟନ୍ସ ୪୩ ରନ ମଧ୍ୟରେ ୫ ଉଇକେଟ ହରାଇ ବ୍ୟାକ୍‌ଫୁଟ୍‌କୁ ଚାଲି ଯାଇଥିଲା। ଦୁଇ ଓପନର ଶୁଭ୍ରଜ୍ୟୋତି ମିଶ୍ର (୩) ଓ ସ୍ବସ୍ତିକ ସାମଲ (୯) ଫେଲ୍‌ ମାରିଥିବାବେଳେ ସୁଜିତ ଲେଙ୍କା ଇନିଂସକୁ ଆଗେଇ ନେଇଥିଲେ। ମାତ୍ର ଅପର ପକ୍ଷରେ ରାକେଶ ପଟ୍ଟନାୟକ (୧), ନଉତ୍ତମ ଭଞ୍ଜ(୨) ଓ ଚିନ୍ମୟ ସାହୁ(୦)ଙ୍କ ବିଫଳତା ସୁଜିତଙ୍କ ଉପରେ ଚାପ ପକାଇଥିଲା। ଶେଷ ଭାଗରେ ଦୀପକ ବେହେରା ୨୩, ବିକାଶ ରାଉତ ୨୨*, ବିଶ୍ୱଭୂଷଣ ବିହାରୀ ୧୩ ରନ କରିବାରୁ ଦଳ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚତ୍ ପାରିଥିଲା। ସୁଜିତ ଦଳ ପକ୍ଷରୁ ସର୍ବାଧିକ ୩୯(୩୮ ବଲ, ୪ ଚୌକା) ରନ ସ୍କୋର କରିଥିଲେ। ବିପକ୍ଷ ଦଳର ଆଲୋକ ସାହୁ ୩ଟି, ଜୟନ୍ତ ବେହେରା ଓ ବସନ୍ତ ମହାନ୍ତି ୨ଟି ...

ପ୍ରଶଂସକଙ୍କୁ ଘାଇଲା କରୁଛି ଦିଶାଙ୍କ ଫଟୋ

ନୂଆଦିଲ୍ଲୀ,୩୦।୧୨: ଦିଶା ପଟାନିଙ୍କ ଅନ୍ତିମ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ପାଇଁ ପ୍ରଶଂସା ବ୍ୟବହାର ହେଉଥିବା ଶ୍ରେଷ୍ଠ ଶବ୍ଦ ମଧ୍ୟ କମ୍‌ ପଡ଼ିପାରେ। ଫଟୋଟି ହିଁ କିଛି ଏମିତି। ଦିଶା ମଙ୍ଗଳବାର ଇନ୍‌ଷ୍ଟାଗ୍ରାମ ପ୍ରୋଫାଇଲ ଫଟୋ ଶେୟାର କରିଛନ୍ତି। ଫଟୋରେ ତାଙ୍କୁ ଦେଖିବାକୁ ମିଳୁଛି ହଳଦିଆ ବିକିନିରେ। ତାଙ୍କ ଚାରିଆଡ଼େ ଘେରି ରହିଛି ପାଣି। ଆଉ ସେ ଏକ ସର୍ଫବୋର୍ଡ ଉପରେ ଛିଡ଼ା ହୋଇଛନ୍ତି। ଫଟୋର କ୍ୟାପଶନରେ ଲେଖିଛନ୍ତି, ଆକ୍ୱାମ୍ୟାନ ଭଳି ଅନୁଭବ ହେଉଛି। କହିବା ଦରକାର ନାହିଁ ଏହି ଅଭିନେତ୍ରୀଙ୍କ ପିକ୍‌କୁ କେଉଁଭଳି ପସନ୍ଦ କରନ୍ତି ୟୁଜର୍ସ। ଏହି ଫଟୋକୁ ମାତ୍ର ଗୋଟିଏ ଦିନରେ ପ୍ରାୟ ୨୦ ଲକ୍ଷରୁ ଅଧିକ ୟୁଜର୍ସ ଲାଇକ୍‌ କରିଛନ୍ତି। ଅନ୍ତିମ ଥର ‘ମଲଙ୍ଗ’ ଫିଲ୍ମରେ ନଜର ଆସିଥିବା ବଲିଉଡ୍‌ ଅଭିନେତ୍ରୀ ଏବେ ଏକ ଅଜଣା ବିଚ୍‌ରେ ଛୁଟି କାଟୁଛନ୍ତି। ତେବେ ଏହା ଦିଶାଙ୍କ ପାଇଁ କିଛି ନୂଆ ନୁହେଁ। ଗତ ମାସରେ ବଲିଉଡ୍‌ ଆକ୍ଟର ଟାଇଗର ଶ୍ରଫଙ୍କ ସହ ଛୁଟି କାଟିବାକୁ ମାଳଦ୍ୱୀପ ଯାଇଥିଲେ। The post ପ୍ରଶଂସକଙ୍କୁ ଘାଇଲା କରୁଛି ଦିଶାଙ୍କ ଫଟୋ appeared first on Dharitri Odia News .

ଏହି ବାଳକଙ୍କ ବେଲି ଡ୍ୟାନ୍ସ ଆଗରେ ଫେଲ୍‌ ମାରିଯିବେ ବଡ଼ବଡ଼ ଡ୍ୟାନ୍ସର

ପ୍ରସିଦ୍ଧ ଗାୟିକା ତଥା ବେଲି ଡ୍ୟାନ୍ସର ଶକିରାଙ୍କ ନୃତ୍ୟ ଆପଣ ନିଶ୍ଚିତ ଦେଖିଥିବେ। ମାତ୍ର ପ୍ରତିଭା କାହା ପାଖରେ କେମିତି ବି ଥାଇପାରେ। ବିହାରର କାଟିହାରରେ ମଧ୍ୟ ଏପରି କିଛି ଘଟିଛି। ଯେଉଁଠାରେ ଜଣେ ବାଳକ ଏପରି ବେଲି ଡ୍ୟାନ୍ସ କରୁଛନ୍ତି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାଟିହର ଜିଲାର ଏହି ବାଳକଙ୍କ ବେଲି ଡ୍ୟାନ୍ସ ସମଗ୍ର ଗାଁରେ ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ନାମ ମନଭା ଯା। ସେ ବେଲି ଡ୍ୟାନ୍ସ କରି ନାଁ କମାଇବାକୁ ଚାହାନ୍ତି। ବିନା ତାଲିମ୍‌ରେ ନୃତ୍ୟକରି ସେ ଅନେକ ପୁରସ୍କାର ଜିତିଛନ୍ତି। ମନଭାଙ୍କ ନୃତ୍ୟ ଦେଖି ଗ୍ରାମବାସୀ କହିଛନ୍ତି, ସେ ମା’ ସରସ୍ବତୀଙ୍କଠାରୁ ଆଶୀର୍ବାଦ ପାଇ ଏମିତି ନୃତ୍ୟ କରୁଛନ୍ତି। ନଚେତ ଏତେ କମ୍‌ ବୟସରେ ଏମିତି ନୃତ୍ୟ କରିବା ବିରଳ ବୋଲି ସେମାନେ ଦାବି କରିଛନ୍ତି। The post ଏହି ବାଳକଙ୍କ ବେଲି ଡ୍ୟାନ୍ସ ଆଗରେ ଫେଲ୍‌ ମାରିଯିବେ ବଡ଼ବଡ଼ ଡ୍ୟାନ୍ସର appeared first on Dharitri Odia News .

ସୂର୍ଯ୍ୟାସ୍ତ ପରେ ସେଓ ଖାଇବା ମନା…

ସେଓ ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର। ତେବେ ଏହାକୁ ଦିନର କେତେକ ନିର୍ଦ୍ଦିଷ୍ଟ ସମୟରେ ଖାଇବା ଆବଶ୍ୟକ। କିଛି ଲୋକ ଦିନରେ ଖାଦ୍ୟ ଖାଇ ସାରିବାର ଅଧଘଣ୍ଟା କିମ୍ବା ଘଣ୍ଟେ ପରେ ସେଓ ଖାଇଲେ ହଜମ ପ୍ରକ୍ରିୟା ଭଲ ହୋଇଥାଏ। ସେଓରେ ଆସ୍କରବିକ୍‌ ଏବଂ ମାଲିକ୍‌ ଏସିଡି ଥାଏ। ଏହା ପେଟରେ ଏସିଡି ସୃଷ୍ଟି କରିଥାଏ। ଫଳରେ ଖାଦ୍ୟ ହଜମ ହେବା ସହଜ ହୋଇଥାଏ। ତେବେ ରାତିରେ ସେଓ ଖାଇବାକୁ ଚିକିତ୍ସକ ବାରଣ କରିଥାନ୍ତି। ସୂର୍ଯ୍ୟାସ୍ତ ପରେ ସାଧାରଣତଃ ହଜମ ହେବା ପ୍ରକ୍ରିୟା ଧିମା ହୋଇ ଯାଇଥାଏ। ତେଣୁ ସେଓ ଖାଇଲେ ଏହା ଏସିଡ୍‌ ସୃଷ୍ଟି କରିବା ସହିତ ଦୀର୍ଘ ସମୟ ଧରି ପେଟରେ ରହିଥାଏ। ଏହାଯୋଗୁ ରାତିରେ ନିଦ ଭଲରେ ହୋଇ ନ ଥାଏ। ସେଥିପାଇଁ ରାତିରେ ସେଓ ଖାଇବାକୁ ମନା କରାଯାଇଥାଏ। The post ସୂର୍ଯ୍ୟାସ୍ତ ପରେ ସେଓ ଖାଇବା ମନା… appeared first on Dharitri Odia News .

କରନ୍ତୁ ଏପରି, ଘରୁ ପଳାଇବେ ମୂଷା-ଚୁଚୁନ୍ଦ୍ରା…

କେତେକଙ୍କ ଘରେ ମୂଷା ଏବଂ ଚୁଚୁନ୍ଦ୍ରା ରହିଥାନ୍ତି। ତେବେ ସେମାନଙ୍କ ଯୋଗୁ ବିଭିନ୍ନ ରୋଗ ସୃଷ୍ଟି ହେବାର ଆଶଙ୍କା ରହିଥାଏ। ମୂଷା ଏବଂ ଚୁଚୁନ୍ଦ୍ରାଙ୍କୁ ଘରୁ ତଡ଼ିବା ପାଇଁ କେହି କେହି ବିଷର ପ୍ରୟୋଗ କରିଥାନ୍ତି। ମାତ୍ର ଏଥିରେ ମୁହଁ ମାରି ମୂଷା ଏବଂ ଚୁଚୁନ୍ଦ୍ରା ଘୋଡ଼ା ନ ହୋଇଥିବା ଖାଦ୍ୟ ପଦାର୍ଥ ଖାଇବା ଦ୍ୱାରା ବିଷ ସେଠାକୁ ସ୍ଥାନାନ୍ତର ହୋଇଥାଏ। ଫଳରେ ମଣିଷ ଲାଗି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଥାଏ। ଘରୁ ମୂଷା ଏବଂ ଚୁଚୁନ୍ଦ୍ରା ତଡ଼ିବା ପାଇଁ ପିପରମେଣ୍ଟ୍‌ ତେଲ କିମ୍ବା ପୋଦିନା ତେଲର ବ୍ୟବହାର କଲେ ସୁଫଳ ମିଳିଥାଏ। ଏହାର ଗନ୍ଧ ମୂଷା ଏବଂ ଚୁଚୁନ୍ଦ୍ରା ଲାଗି ଅସହ୍ୟ ହୋଇଥାଏ। ସେମାନେ ଘରୁ ପଳାଇ ଯାଇଥାନ୍ତି। ସେହିପରି ପ୍ରତିଦିନ ଘରେ ଖାଇବା କର୍ପୂର ପକାଇଲେ ମଧ୍ୟ ମୂଷା ଏବଂ ଚୁଚୁନ୍ଦ୍ରା ଆସି ନ ଥାନ୍ତି। ଏହାର ଗନ୍ଧ ସେମାନଙ୍କ ନାସାରନ୍ଦ୍ରରେ ଏକ ପ୍ରକାର ପ୍ରତିକ୍ରିୟା କରିଥାଏ। ଫଳରେ ସେମାନେ ଘରୁ ବାହାରି ଅନ୍ୟ ସୁରକ୍ଷିତ ସ୍ଥାନରେ ରହିବାକୁ ପସନ୍ଦ କରିଥାନ୍ତି। The post କରନ୍ତୁ ଏପରି, ଘରୁ ପଳାଇବେ ମୂଷା-ଚୁଚୁନ୍ଦ୍ରା… appeared first on Dharitri Odia News .

ଜରୁରୀକାଳିନ ସର୍ଜରୀ କରାଇଲେ ଶ୍ରୁତି

ନୂଆଦିଲ୍ଲୀ,୩୦।୧୨: ବଲିଉଡ୍‌ ଅଭିନେତ୍ରୀ ଶ୍ରୁତି ସେଠ ମଙ୍ଗଳବାର ମେଡିକାଲରୁ ଏକ ଫଟୋ ଶେୟାର କରିଛନ୍ତି। ନିଜ ପୋଷ୍ଟରେ ଜରୁରୀକାଳିନ ଅସ୍ତ୍ରୋପଚାର କରାଇଥିବା ସୂଚନା ଦେଇଛନ୍ତି ୪୩ ବର୍ଷୀୟା ଅଭିନେତ୍ରୀ। ଆଉ ସେ କହିଛନ୍ତି ସ୍ବାସ୍ଥ୍ୟଠାରୁ ଅନ୍ୟ କିଛି ଗୁରୁତ୍ୱ ନୁହେଁ। ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଖୁସିରେ ରୁହ। ୨୦୨୦ ମୋତେ ଏବଂ ମୋ ପରିବାରକୁ ଶେଷ ଝଟ୍‌କା ଦେଇଛି। ଜରୁରୀକାଳୀନ ଅସ୍ତ୍ରୋପଚାର ସହ ହେଉଛି ଚଳିତବର୍ଷ। ଖ୍ରୀଷ୍ଟମସ ଓ ନୂତନ ବର୍ଷ ପାଇଁ ମୋର ସମସ୍ତ ଗସ୍ତ ସ୍ଥଗିତ ରଖାଯାଇଛି। ମୁଁ ଭଗବାନଙ୍କୁ ଧନ୍ୟବାଦ୍‌ ଦେଉଛି। ମୋତେ ଏକ ବଡ଼ ଶିକ୍ଷା ମିଳିଛି। କଦାପି ସ୍ବାସ୍ଥ୍ୟକୁ ହେୟଜ୍ଞାନ କରନ୍ତୁ ନାହିଁ ବୋଲି ଶ୍ରୁତି ଟୁଇଟ୍‌ କରିଛନ୍ତି। The post ଜରୁରୀକାଳିନ ସର୍ଜରୀ କରାଇଲେ ଶ୍ରୁତି appeared first on Dharitri Odia News .

ଏହି ସବୁ ସମସ୍ୟାରୁ ମୁକ୍ତି ଦିଏ ଜାଇଫଳ

ସ୍ବାସ୍ଥ୍ୟ ହିଁ ସମ୍ପଦ। ନିଜକୁ ସୁସ୍ଥ ରଖିବା ଲାଗି ମଣିଷ ସର୍ବଦା ତତ୍ପର। ତେବେ ଏପରି କିଛି ଜିନିଷ ଅଛି, ଯାହାକୁ ଖାଇବା ଫଳରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ। ସେହିପରି ଜାଇଫଳ ମଧ୍ୟ ଗୁଣକାରୀ ଏବଂ ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏହା ଶରୀରକୁ କାର୍ଯ୍ୟକ୍ଷମ କରିବା ସହିତ ପାଚନ ପ୍ରକ୍ରିୟା ସୁଦୃଢ଼ କରିଥାଏ। -ନିଦ୍ରାହୀନତା ଭଳି ବଡ଼ ସମସ୍ୟାରୁ ଜାଇଫଳ ମୁକ୍ତି ଦେଇଥାଏ। ଇନ୍‌ସୁମାନିଆ ଏପରି ଏକ ରୋଗ, ଯେଉଁଥିରେ ବାରମ୍ବାର ନିଦ ଭାଙ୍ଗିବା ସମସ୍ୟା ଦେଖାଯାଇଥାଏ। ପ୍ରାୟ ଅଧିକାଂଶ ଲୋକଙ୍କଠାରେ ଏହି ସମସ୍ୟା ଦେଖାଯାଇଥାଏ। ଜାଇଫଳ ଖାଇବା ଦ୍ୱାରା ଶରୀରରେ ସେରୋଟୋନିନ୍‌ ହର୍ମୋନ ବଢ଼ିଥାଏ, ଯାହା ଅନେକ ପ୍ରକାର ଚିନ୍ତାରୁ ମୁକ୍ତି ଦେଇଥାଏ। ଜାଇଫଳ ଖାଇବା ଫଳରେ ଏହି ସମସ୍ୟା ମଧ୍ୟ ଦୂରେଇ ଯାଇଥାଏ। -ଶରୀରକୁ ସୁସ୍ଥ ରଖି କାର୍ଯ୍ୟକ୍ଷମ କରାଏ ଜାଇଫଳ। ବ୍ୟବହାର ଏହାର ଗୁଣ୍ଡକୁ ଚା’ ରେ ମିଶାଇ ପିଇବା ସହ ରାତିରେ କ୍ଷୀରରେ ପକାଇ ପିଇପାରିବେ। ଏପରି କରିବା ଫଳରେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ମସଲା ଭାବେ ମଧ୍ୟ ଖାଦ୍ୟରେ ଗ୍ରହଣ କରିପାରିବେ। ଏହା ଦ୍ୱାରା ଖାଦ୍ୟର ସ୍ବାଦ ବଢ଼ିଥାଏ। The post ଏହି ସବୁ ସମସ୍ୟାରୁ ମୁକ୍ତି ଦିଏ ଜାଇଫଳ appeared first on Dharitri Odia News .

ଭାରତର ଐତିହାସିକ ବିଜୟ

ମେଲବୋର୍ନ,୨୯।୧୨: ବକ୍ସିଂ ଡେ’ ଟେଷ୍ଟରେ କଙ୍ଗାରୁ ଟିମକୁ ଧୂଳି ଚଟାଇଛି ଭାରତୀୟ ଦଳ। ଟିମ ଇଣ୍ଡିଆ ଏହି ଐତିହାସିକ ଟେଷ୍ଟରେ ୮ ଉଇକେଟରେ ଅଷ୍ଟ୍ରେଲିଆକୁ ହରାଇ ହିସାବ ବରାବର କରିଛି। ଏହି ବିଜୟ ସହ ଚାରିମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୧-୧ରେ ବରାବର ହୋଇଛି। ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ମ୍ୟାଚକୁ ୮ ଉଇକେଟରେ ଜିତି ନେଇଥିଲା। ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ୭ ଜାନୁଆରୀରୁ ସିଡନୀରେ ଖେଳାଯିବ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ମେଲବୋର୍ଣ୍ଣରେ ଖେଳାଯାଇଥିଲା। ଭାରତୀୟ ଦଳ ମ୍ୟାଚ୍‌ର ପ୍ରଥମ ଦିନରେ ଅଷ୍ଟ୍ରେଲିଆକୁ ୧୯୫ ରେ ରଖିଥିଲା। ଏହା ପରେ ସେ ୩୨୬ ରନ ସ୍କୋର କରି ୧୩୧ ରନର ଅଗ୍ରଣୀ ନେଇଥିଲେ। ଅଷ୍ଟ୍ରେଲିଆ ଦଳ କେବଳ ଦ୍ୱିତୀୟ ଇନିଂସରେ ୨୦୦ ରନ ସ୍କୋର କରିପାରିଥିଲା। ଏହି ପରିପ୍ରେକ୍ଷୀରେ ଭାରତ ଜିତିବା ପାଇଁ ୭୦ରନ ଲକ୍ଷ୍ୟ ହାସଲ କରିଥିଲା। ଭାରତୀୟ ଦଳ ୧୫.୫ ଓଭରରେ ୨ ୱିକେଟ ହରାଇ ଲକ୍ଷ୍ୟ ହାସଲ କରିଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏହା ୧୦୦ ତମ ଟେଷ୍ଟ ମ୍ୟାଚ ଥିଲା। ଭାରତ ଏହି ମ୍ୟାଚ ମଧ୍ୟରୁ ୨୯ଟି ଜିତିଥିବାବେଳେ ୪୩ ରେ ପରାଜୟର ସମ୍ମୁଖୀନ ହୋଇଛି। ଦୁଇ ଦଳ ମଧ୍ୟରେ ଏକ ମ୍ୟାଚ ଟାଇ ଏବଂ ୨୭ ମ୍ୟାଚ ଡ୍ର ରହିଛି। The post ଭାରତର ଐତିହାସିକ ବିଜୟ appeared first on Dharitri Odia News .

ତିବ୍ବତ ନୀତିକୁ ଆମେରିକାର ମଞ୍ଜୁରୀ

ଓ୍ବାଶିଂଟନ୍‌, ୨୯ା୧୨: ତିବ୍ବତର ପରବର୍ତ୍ତୀ ଦଲାଇଲାମା ଚୟନ ପ୍ରକ୍ରିୟାରେ ହସ୍ତକ୍ଷେପ ନ କରିବାକୁ ଚାଇନାର ବାରମ୍ବାର ଧମକ ସତ୍ତ୍ୱେ ଏହାକୁ ଅଣଦେଖା କରିଛି ଆମେରିକା। ତିବ୍ବତରେ ଧାର୍ମିକ ସ୍ବାଧୀନତାକୁ ସର୍ମଥନ କରି ସମ୍ପୂର୍ଣ୍ଣ ସ୍ବଚ୍ଛ ପ୍ରକିୟାରେ ୧୫ତମ ଦଲାଇଲାମା ଚୟନ ପାଇଁ ଆମେରିକା ନୂଆ ନୀତି ପ୍ରଣୟନ କରିଛି। ତିବ୍ବତାନ ପଲିସି ଆଣ୍ଡ ସପୋର୍ଟ ଆକ୍ଟ,୨୦୨୦ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ବାକ୍ଷର କରି ଏହି ପ୍ରକ୍ରିୟା ଆଗକୁ ନେଇଛନ୍ତି। ଅନ୍ୟପକ୍ଷରେ ଚାଇନା ଆମେରିକାର ଏହି ନୀତିକୁ ପ୍ରତ୍ୟାଖ୍ୟାନ କରିଛି। ସ୍ବାଧୀନ ଦେଶ ହେବାକୁ ଲଢ଼େଇ ଜାରି ରଖିଥିବା ତିବ୍ବତବାସୀଙ୍କୁ ନିଜ ଆୟତ୍ତରେ ରଖିବାକୁ ଚାଇନା ଉଦ୍ୟମ କରୁଥିବା ଆମେରିକା ଅଭିଯୋଗ କରିଆସୁଛି। ଏପରି ସ୍ଥିତିରେ ତିବ୍ବତ ଗୁରୁଙ୍କୁ ଚାଇନା ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିବାରୁ ଆମେରିକା ଏଭଳି ନିୟମ ପ୍ରଣୟନ କରିଛି। ଏହା ଦ୍ୱାରା ତିବ୍ବତବାସୀ ସ୍ବାଧୀନ ଭାବେ ଦଲାଇଲାମା ବାଛିପାରିବେ। ଏହି ପଲିସିରେ ତିବ୍ବତ ପାଇଁ ବାର୍ଷିକ ୧ ମିଲିୟନ ଡଲାର ଅନୁମୋଦନ ମିଳିଛି। ଗତ ସପ୍ତାହରେ ଆମେରିକା କଂଗ୍ରେସରେ ବିଲ୍‌ ପାରିତ ହୋଇଥିଲା। ଚାଇନାର ଆଭ୍ୟନ୍ତରୀଣ ମାମଲାରେ ଆମେରିକା ହସ୍ତକ୍ଷେପ ଗ୍ରହଣୀୟ ନୁହେଁ ବୋଲି ବେଜିଂ କହିଛି। The post ତିବ୍ବତ ନୀତିକୁ ଆମେରିକାର ମଞ୍ଜୁରୀ appeared first on Dharitri Odia News .

ଲୋରି ଲାଫଲିନ୍‌ଙ୍କୁ ୨ ମାସ ଜେଲ୍‌

ଡୁବ୍‌ଲିନ, ୨୯।୧୨ : କଲେଜରେ ନାମଲେଖା ଦୁର୍ନୀତିରେ ‘ଫୁଲ୍‌ ହାଉସ୍‌’ ଅଭିନେତ୍ରୀ ଲୋରି ଲାଫଲିନ୍‌ ୨ ମାସ ଜେଲ୍‌ରେ ସଜା କାଟିବା ପରେ ମୁକ୍ତ ହୋଇଛନ୍ତି। ସେ ତାଙ୍କର ଦୁଇଝିଅଙ୍କୁ କଲେଜରେ ନାମ ଲେଖାଇବା ଲାଗି ୫ ନିୟୁତ ଡଲାର ଲାଞ୍ଚ ଦେଇଥିଲେ। ଏହି ଅପରାଧରେ ତାଙ୍କୁ କାଲିଫର୍ନିଆର ଡୁବଲିନ୍‌ ଜେଲ୍‌ରେ ଦୁଇମାସ କାଟିବାକୁ ପଡ଼ିଛି। ତାଙ୍କ ସ୍ବାମୀ ଫେଶନ ଡିଜାଇନର ମୋସିମୋ ଗ୍ୟାନୁଲିଙ୍କୁ ମଧ୍ୟ ୫ ମାସ ଜେଲ୍‌ଦଣ୍ଡ ମିଳିଥିଲା। ଖ୍ୟାତନାମା ବିଶ୍ୱବିଦ୍ୟାଳୟରେ ନିଜ ପିଲାଙ୍କୁ ନାମ ଲେଖାଇବା ଲାଗି ଧନୀ ମାତାପିତା ଲାଞ୍ଚ ଦେଇଥାନ୍ତି। ଏହି ଦୁର୍ନୀତିରେ ଫସିବାରେ ଲାଫଲିନ୍‌ ଓ ଗ୍ୟାନୁଲି ହାଇପ୍ରୋଫାଇଲ୍‌ ଅଭିଯୁକ୍ତ। ସେମାନେ ସଦର୍ନ କାଲିଫର୍ନିଆ ୟୁନିଭର୍ସିଟିରେ ଦୁଇ ଝିଅଙ୍କ ନାମ ଲେଖାଇବା ଲାଗି ୫ ଲକ୍ଷ ଡଲାର ଦେଇଥିବା ସ୍ବୀକାର କରିଥିଲେ। ନାମଲେଖା ପାଇଁ ଲାଞ୍ଚ କାରବାର ମାମଲାରେ ପାଖାପାଖି ୬୦ ଅଭିଭାବକ, କୋଚ୍‌ ଓ ଅନ୍ୟମାନେ ମାମଲାର ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ଏବେ ବି ମାମଲା ଲଢ଼ୁଛନ୍ତି। ଯେଉ ଅଭିଭାବକ ଦୋଷ ସ୍ବୀକାର କରିଛନ୍ତି, ସେମାନଙ୍କୁ ଦୁଇ ସପ୍ତାହରୁ ୯ ମାସ ଜେଲ୍‌ଦଣ୍ଡ ହୋଇଛି। The post ଲୋରି ଲାଫଲିନ୍‌ଙ୍କୁ ୨ ମାସ ଜେଲ୍‌ appeared first on Dharitri Odia News .

ଏହି ସୁପରଷ୍ଟାରଙ୍କ ଜନ୍ମଦିନରେ ଆସୁଥିଲା ଟ୍ରକ ଭର୍ତ୍ତି ଫୁଲ: ଝିଅଙ୍କର ଥିଲା ଏହି ଭୁଲ ଚିନ୍ତାଧାରା

ବଲିଉଡ୍‌ରେ କାକା ନାମରେ ପ୍ରସିଦ୍ଧ ଭେଟେରାନ ସୁପରଷ୍ଟାର ରାଜେଶ ଖନ୍ନାଙ୍କର ଆଜି ହେଉଛନ୍ତି ୭୮ତମ ଜନ୍ମଦିନ। ୨୯ ଡିସେମ୍ବର, ୧୯୪୨ରେ ପଞ୍ଜାବର ଅମୃତସରରେ ସେ ଜନ୍ମଗ୍ରହଣ କରିଥିଲେ। ଏହି ସମାନ ଦିନରେ ତାଙ୍କ ଝିଅ ଟ୍ବିଙ୍କଲ ଖନ୍ନା ମଧ୍ୟ ଜନ୍ମଦିନ ପାଳନ କରିଥାନ୍ତି। ଟ୍ବିଙ୍କଲ ଖନ୍ନା ୨୯ ଡିସେମ୍ବର, ୧୯୭୪ରେ ପୁନେରେ ଜନ୍ମଗ୍ରହଣ କରିଥିଲେ। ୧୯୭୩ ମାର୍ଚ୍ଚ ମାସରେ ରାଜେଶ ଡିମ୍ପଲ କପାଡିଆଙ୍କୁ ବିବାହ କରିଥିଲେ। ତାଙ୍କର ୨ ଝିଅ ଟ୍ବିଙ୍କଲ ଏବଂ ରିଙ୍କି ଖନ୍ନା ଅଛନ୍ତି। ଟ୍ବିଙ୍କଲଙ୍କ ସହ ବାପା ରାଜେଶଙ୍କ ସମ୍ପର୍କ ସବୁଠାରୁ ସ୍ବତନ୍ତ୍ର। ଏ ନେଇ ଟ୍ବିଙ୍କଲ ସୋସିଆଲ ମିଡିଆରେ ଅନେକ ଥର ପୋଷ୍ଟ ମଧ୍ୟ ଶେୟାର କରିଛନ୍ତି। ୨୦୧୮ରେ ଟ୍ବିଙ୍କଲ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଥିଲେ। ଏଥିରେ ସେ ଲେଖିଥିଲେ ଯେ, ଯେତେବେଳେ ସେ ଛୋଟ ଥିଲେ ପ୍ରତିବର୍ଷ ଜନ୍ମଦିନରେ ତାଙ୍କ ଘରକୁ ଏକ ଟ୍ରକରେ ଭର୍ତ୍ତି ହୋଇ ଫୁଲ ଆସୁଥିଲା। ଏହି ଫୁଲ ତାଙ୍କ ବାପାଙ୍କ ପାଇ ଆସୁଥିଲା। କିନ୍ତୁ ଟ୍ବିଙ୍କଲକୁ କୁହାଯାଉଥିଲା ଯେ, ଉକ୍ତ ଫୁଲ ତାଙ୍କ ପାଇଁ ଆସିଛି । ମାତ୍ର ଟ୍ବିଙ୍କଲ ବଡ଼ ହେବା ପରେ ତାଙ୍କର ଏହି ଭୁଲ ଚିନ୍ତାଧାର ଦୂର ହୋଇଥିଲା। ସେ ଜାଣିଥିଲେ ଯେ, ଉକ୍ତ ଫୁଲ ଭର୍ତ୍ତି ଟ୍ରକ ତାଙ୍କ ପାଇଁ ନୁହେଁ ବରଂ ତାଙ୍କର ସୁପରଷ୍ଟାର ବାପାଙ୍କ ପାଇଁ ଆସୁଥିଲା। ବାପାଙ୍କ ପ୍ରଶଂସକମାନେ ତାଙ୍କ ପାଇଁ ଉକ୍ତ ଫୁଲ ପଠାଉଥିଲେ। The post ଏହି ସୁପରଷ...

ପାକିସ୍ତାନରେ ଭୟାବହ ସ୍ଥିତି ଆଶଙ୍କା

ଡାର୍‌ ମାନ୍‌ଗି (ପାକିସ୍ତାନ), ୨୯।୧୨: ଆତଙ୍କବାଦୀ ଏବଂ ମୌଳବାଦୀ ସଙ୍ଗଠନ ଲାଗି କରୋନା ଟିକାକରଣ ପ୍ରଭାବିତ ହୋଇପାରେ। ବିଶେଷକରି ମୁସ୍‌ଲିମ୍‌ ବହୁଳ ଦେଶର ଏହି ଆଶଙ୍କା ବେଶି। ମାରାତ୍ମକ ପୋଲିଓ ପ୍ରତିଷେଧକ ଦିଆଯିବା ସମୟରେ ପାକିସ୍ତାନରେ ସଂଘଟିତ ବର୍ବରତାକୁ ବିଶ୍ୱ ଦେଖିସାରିଛି। ପୋଲିଓ ବୁନ୍ଦା ପାଶ୍ଚାତ୍ୟଦେଶର ମୁସ୍‌ଲିମ୍‌ ସମ୍ପ୍ରଦାୟ ପ୍ରତି ଥୋପ। ମୁସ୍‌ଲମାନ ବହୁଳ ଦେଶରେ ଜନସଂଖ୍ୟା ହ୍ରାସ କରିବାକୁ ଏହା ବିଧିବଦ୍ଧ ଚକ୍ରାନ୍ତ ବୋଲି ପାକିସ୍ତାନ ଦାବି କରିଥିଲା। ଫଳସ୍ବରୂପ ଟିକାକରଣରେ ସାମିଲ କର୍ମଚାରୀଙ୍କ ହତ୍ୟା କରାଯାଇଥିଲା। ଏବେ ସାମୂହିକ କୋଭିଡ୍‌-୧୯ ଟିକାକରଣ ପୂର୍ବରୁ ପୁଣିଥରେ ଏହାର ଆଭାସ ମିଳିଲାଣି । ଗୋଟିଏ ଦେଶ ବାଦ୍‌ ପଡ଼ିଲେ ବା ସାମାନ୍ୟ ଅବହେଳା କଲେ ବିଶ୍ୱରୁ କରୋନା ହଟାଇବା ସମ୍ଭବ ନୁହେଁ। କରୋନା ମହାମାରୀରୁ ବର୍ତ୍ତିବା ଲାଗି ଟିକା ଏକମାତ୍ର ଭରସା ବୋଲି କୁହାଯାଉଥିବାବେଳେ ବିଭିନ୍ନ ଦେଶରେ ଟିକାଦାନ ଆରମ୍ଭ ହୋଇଛି। ତେବେ ଗରିବ ରାଷ୍ଟ୍ରରେ ଯୁଦ୍ଧ ଓ ଅସ୍ଥିରତା ଟିକାକରଣ କ୍ଷେତ୍ରରେ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ପାକିସ୍ତାନ ଭଳି ଦେଶରେ ଟିକାକରଣ ଭୟାବହ ସ୍ଥିତି ଉପୁଜାଇପାରେ ବୋଲି କୁହାଯାଉଛି। କାରଣ ସେଠାରେ ପୋଲିଓ ଟିକାକୁ ଆତଙ୍କବାଦୀ ଓ ଧର୍ମୀୟ ମୌଳବାଦୀ ସଂଗଠନଗୁଡ଼ିକ ଘୋର ବିରୋଧ କରନ୍ତି। ମୁସଲମାନ ପିଲାମାନଙ୍କୁ ବନ୍ଧ୍ୟାକରଣ କରିବା ପାଇଁ କିମ୍ବା ସେମାନଙ୍କୁ ଧର୍ମରୁ ବିଚ୍ୟୁତ କର...