ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ରାଜ୍ୟରେ ଶୀତ କମିଯାଇଛି। ଗୋଟିଏ ଦୁଇଟି ସ୍ଥାନକୁ ବାଦ୍ ଦେଲେ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲ୍ସିୟସ ଉପରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ସେଲ୍ସିୟସ ଥିବାବେଳେ ଦାରିଙ୍ଗବାଡିରେ ୬.୫ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି। ସେହିପରି ବାରିପଦାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲ୍ସିୟସ ଥିବା ବେଳେ ସୁନ୍ଦରଗଡ଼ରେ ୧୦.୫, କୋରାପୁଟ ୧୦, ବୌଦ୍ଧ ୧୦.୫, ରାୟଗଡ଼ା ୧୦, ଝାରସୁଗୁଡ଼ା ୧୧.୨ ଏବଂ କେନ୍ଦୁଝରରେ ୧୧.୨ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି। ତେବେ ଡିସେମ୍ବର ୩୧ରୁ ପୁଣି ଶୀତ ବଢିବ। ଏ ନେଇ ଜାନୁୟାରୀ ୨ ଯାଏ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଡିସେମ୍ବର ୩୧ରୁ ୨୦୨୧ ଜାନୁୟାରୀ ୨ ତାରିଖ ଯାଏ ଝାରସୁଗୁଡା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ବୌଦ୍ଧ ଓ କନ୍ଧମାଳ ଜିଲାରେ ଶୀତ ଲହରି ଦେଖାଦେବ। ସେହି ଜିଲାଗୁଡିକ ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ଏହି ସମୟରେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଗୃହପାଳିତ ପ୍ରାଣୀଙ୍କୁ ଘରଭିତରେ କିମ୍ବା ଛପର ତଳେ ରଖିବାକୁ କୁହାଯାଇଛି।
The post ୩୧ରୁ ବଢ଼ିବ ଶୀତ appeared first on Dharitri Odia News.