Skip to main content

ଆଇଏଏସ୍‌ ଅଫିସରଙ୍କୁ ପଦୋନ୍ନତି

ଭୁବନେଶ୍ୱର,୩୧।୧୨(ବ୍ୟୁରୋ):ରାଜ୍ୟ ସରକାର ବରିଷ୍ଠ ଓ କନିଷ୍ଠ ଆଇଏଏସ୍‌ ଅଫିସରଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦବୀକୁ ପଦୋନ୍ନତି ଦେଇଛନ୍ତି। ସ୍ବରାଷ୍ଟ୍ର ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ପଦୋନ୍ନତି ଦିଆଯାଇଥିବା ବେଳେ ପର୍ଯ୍ୟଟନ, କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ବିଶାଳ ଦେବ ଏବଂ ଉଚ୍ଚଶିକ୍ଷା ବିଭାଗ ସଚିବ ଶାସ୍ବତ ମିଶ୍ରଙ୍କୁ ପ୍ରମୁଖ ସଚିବ ଭାବେ ପଦୋନ୍ନତି ଦିଆଯାଇଛି।
ସେହିପରି ଗଜପତି ଜିଲାପାଳ ଅନୁପମ ସାହା, ସୁନ୍ଦରଗଡ଼ ଜିଲାପାଳ ନିଖିଲ ପବନ କଲ୍ୟାଣ, ଯୋଜନା ଓ ସଂଯୋଜନ ବିଭାଗ ଡେପୁଟି ସେକ୍ରେଟାରି ମନୀଷ ଅଗ୍ରଓ୍ବାଲ, ମୟୂରଭଞ୍ଜ ଜିଲାପାଳ ଭିନିତ ଭରଦ୍ୱାଜ, ନୟାଗଡ଼ ଜିଲାପାଳ ପୋମା ଟୁଡ଼ୁ, ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ, ଅର୍ଥ ବିଭାଗ ଡେପୁଟି ସେକ୍ରେଟାରି ସିଦ୍ଧାର୍ଥ ଦାସଙ୍କୁ ଜୁନିୟର ଆଡ୍‌ମିନ୍‌ଷ୍ଟ୍ରେଟିଭ୍‌ ଗ୍ରେଡ୍‌କୁ ପଦୋନ୍ନତି ଦିଆଯାଇଛି।
ଓଡ଼ିଶା ଖଣି ନିଗମ ପରିଚାଳନା ନିର୍ଦ୍ଦେଶକ ଆର୍‌ ଭିନିଲ୍‌ କ୍ରିଷ୍ଣା, ପ୍ରାଣୀ ସମ୍ପଦ ବିଭାଗ ନିର୍ଦ୍ଦେଶକ ରତ୍ନାକର ରାଉତ, ଓଡ଼ିଶା ବିଧାନସଭା ସଚିବ ଦାଶରଥି ଶତପଥୀ, ଗୃହ ବିଭାଗ ଅତିରିକ୍ତ ସଚିବ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଅବକାରୀ କମିଶନର ଅଞ୍ଜନ କୁମାର ମାଣିକ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅତିରିକ୍ତ ସଚିବ ବେଣୁଧର ବେହେରା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ସଚିବ ସୁରେଶ ଚନ୍ଦ୍ର ଦଳାଇ ଏବଂ ଯୋଜନା ଓ ସଂଯୋଜନା ବିଭାଗ ଅତିରିକ୍ତ ସଚିବ ଦେବେନ୍ଦ୍ର ଜେନାଙ୍କୁ ସୁପର ଟାଇମ୍‌ ସ୍କେଲ ଗ୍ରେଡ୍‌କୁ ପଦୋନ୍ନତି ଦିଆଯାଇଛି।
ସେହିପରି ଓଏସ୍‌ଏସ୍‌ଇପିଏ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂହ ପୁନିଆ, ଓଡ଼ିଶା ଔଷଧ ନିଗମ ପରିଚାଳନା ନିର୍ଦ୍ଦେଶକ ଯାମିନୀ ଷଡ଼ଙ୍ଗୀ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ୍‌. ମୁଥୁକୁମାର, ପାନୀୟ ଜଳ ଓ ପରିମଳ ବିଭାଗ ନିର୍ଦ୍ଦେଶକ ବି. ପରମେଶ୍ୱରନ, ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଗୁହାପୁନମ୍‌ ତାପସ କୁମାର, ପର୍ଯ୍ୟଟନ ବିଭାଗ ଅତିରିକ୍ତ ସଚିବ ମାଗୁଣି ଚରଣ ପାତ୍ର, ଉଚ୍ଚଶିକ୍ଷା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବୃନ୍ଦାବନ ବେହେରା, କଟକ ଆର୍‌ଡିସି ସେକ୍ରେଟାରି ଧନଞ୍ଜୟ ହେମ୍ବ୍ରମ୍‌, ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ ସଚିବ ଗଙ୍ଗାଧର ପାତ୍ର, ଏସ୍‌ସି/ଏସ୍‌ଟି ଉନ୍ନୟନ ବିଭାଗ ଅତିରିକ୍ତ ସଚିବ ପବିତ୍ର ମଣ୍ଡଳ, ଓଡ଼ିଶା ମାନବାଧିକାର କମିଶନ ସଚିବ ସୁନୀଲ ନାୟକ ଏବଂ ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ସଚିବ ବଟକୃଷ୍ଣ ଦେହୁରୀଙ୍କୁ ସିଲେକ୍‌ସନ ଗ୍ରେଡ୍‌କୁ ପଦୋନ୍ନତି ଦିଆଯାଇଛି।
ବାରିପଦା ସବ୍‌କଲେକ୍ଟର ପି. ଅନ୍ବେଷା ରେଡ୍ଡୀ, ବାଲେଶ୍ୱର ସବ୍‌କଲେକ୍ଟର ପାଟିଲ ଆଶିଷ ଈଶ୍ୱର, ଧର୍ମଗଡ଼ ସବ୍‌କଲେକ୍ଟର ଦିବାକର ଟି.ଏସ୍‌, ଜୟପୁର ସବ୍‌କଲେକ୍ଟର ହେମକାନ୍ତ ସାଏଙ୍କୁ ସିନିୟର ଟାଇମ୍‌ ସ୍କେଲକୁ ପଦୋନ୍ନତି ଦିଆଯାଇଛି।

The post ଆଇଏଏସ୍‌ ଅଫିସରଙ୍କୁ ପଦୋନ୍ନତି appeared first on Dharitri Odia News.