Skip to main content

ଦିଲ୍ଲୀରେ ମନ ଜିଣୁଛନ୍ତି ଶ୍ରୀମନ୍ତ, ନିବେଦିତା

ଖଇରା, ୩୦।୧୨(ଡି.ଏନ.ଏ.)-ଦିଲ୍ଲୀରେ ଓଡିଆ ଲୋକଙ୍କ ଯେକୌଣସି ସାଂସ୍କତିକ ହେଉ କି ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମ ହେଉ ତାଙ୍କ କଣ୍ଠରୁ ଗୀତଟିଏ ନ ଶୁଣିବା ଯାଏ ଦର୍ଶକଙ୍କ ମନ ବୁଝେ ନାହିଁ । ଏମିତି ବି କୌଣସି ବି ଉତ୍ସବ ନାହିଁ ଯେଉଁ ମଞ୍ଚରେ ତାଙ୍କର ପାଦ ପଡି ନ ଥିବ। ଦିଲ୍ଲୀରେ ରହୁଥିବା ହାରାହାରି ୧୫ଲକ୍ଷ ପ୍ରବାସୀ ଓଡିଆଙ୍କ ମନ ଜିଣୁଥିବା କଣ୍ଠଶିଳ୍ପୀ ଦମ୍ପତି ହେଲେ ଶ୍ରୀମନ୍ତ ବିଶ୍ୱାଳ ଓ ନିବେଦିତା ଜେନା। ସ୍ତ୍ରୀସ୍ବାମୀ ଦୁହେଁ ଓଡିଆ ସଙ୍ଗୀତକୁ ପୁରୁଣା ନୂଆ ରୂପରେ ଓଡିଆଙ୍କ ନିକଟରେ ପହଞ୍ଚାଇବାକୁ ଅହରହ ପ୍ରୟାସ ଜାରି ରଖିଛନ୍ତି। କଣ୍ଠଦାନର ଶ୍ରମକୁ ଅର୍ଥର ତରାଜୁରେ ନ ତଉଲି ଓଡିଆଙ୍କ ଖୁସିକୁ ନିଜର ଖୁସି ଭାବି କାର୍ଯ୍ୟ କରି ଚାଲିଛନ୍ତି।
ଶ୍ରୀମନ୍ତଙ୍କ ଘର ବାଲେଶ୍ୱର ଜିଲା ଖଇରା ବ୍ଲକ କୁପାରୀ ଗ୍ରାମରେ ଓ ନିବେଦିତାଙ୍କ ଘର ଖଇରା ବ୍ଲକ ପଳସା ପଞ୍ଚାୟତ ଅର୍ଜୁନପୁର ଗ୍ରାମରେ। ଶ୍ରୀମନ୍ତ ସ୍କୁଲ ଓ କଲେଜ ପଢୁଥିବା ସମୟରେ ବିଦ୍ୟା ଅଧ୍ୟୟନ ସହିତ ମା’ କମଳିନୀ ମିଶ୍ରଙ୍କ ନିକଟରୁ ସଙ୍ଗୀତ ଶିକ୍ଷା କରିଥିଲେ। ବିଭିନ୍ନ ସଙ୍ଗୀତ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ମଧ୍ୟ ହୋଇଥିଲେ ା ତାପରେ ସଙ୍ଗୀତ ସ୍କୁଲରୁ ସଙ୍ଗୀତ ଶିକ୍ଷା କରିଥିଲେ ା ୧୯୯୭ରେ ସେ ଅର୍ଥ ପାଇଁ ଚାକିରି ଅନ୍ବେଷଣରେ ଦିଲ୍ଲୀ ଯାଇ ଏକ ଘରୋଇ କମ୍ପାନୀରେ ବ୍ୟବସାୟ ପରିଚାଳକ ପଦବୀରେ ରହିଥିଲେ। ହେଲେ ଇଛା ଥିଲେ ଉପାୟ ଆପେ ଆପେ ଆସେ। ନିଜର କଣ୍ଠଦାନ ପାଇଁ ସୁଯୋଗ ଖୋଜୁଥିବା ଶ୍ରୀମନ୍ତଙ୍କୁ ଓଡିଆମାନେ ପାଳନ କରୁଥିବା ବିଭିନ୍ନ ଗଣପର୍ବଗୁଡିକରେ ଗୀତ ଗାଇବାକୁ ସୁଯୋଗ ମିଳିଗଲା। ଓଡିଶାରୁ ଗୀତ ଗାଇବାକୁ ଦିଲ୍ଲୀ ଯାଉଥିବା ନାମୀଦାମୀ କଳକାରମାନଙ୍କ ସହ ମିଶି ଗୀତ ଗାଇବା ପରେ ଜଣେ ଦକ୍ଷଗାୟକ ପାଇଁ ରାସ୍ତା ଫିଟିଯାଇଥିଲା। ୨୦୦୪ରେ ତାଙ୍କର ବିବାହ ନିବେଦିତାଙ୍କ ସହ ହୋଇଥିଲା ା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀ ନିବେଦିତା ୨୦୦୬ରେ ଓଡିଶୀ ଭୋକାଲ ପାଠ୍ୟକ୍ରମ ଶେଷ କରିବା ପରେ ସ୍ତ୍ରୀସ୍ବାମୀ ଦୁହେଁ ଅର୍କେଷ୍ଟ୍ରା ‘ଗୀତ ସଙ୍ଗୀତ’ ନାମରେ ସଙ୍ଗଠନ ଆରମ୍ଭ କରି ଓଡିଶା ପର୍ବ, ରଥଯାତ୍ରା ଭଳି ଓଡିଆ ପର୍ବରେ ଭଜନ ଓ ଓଡିଆ ଆଲବମ, ପୁରୁଣା ଓ ନୂଆ ଚଳଚ୍ଚିତ୍ରର ମନଛୁଆଁ ଗୀତ ଗାଇ ଦର୍ଶକଙ୍କ ଶ୍ରଦ୍ଧାଭାଜନ ଲାଭ କରିଥିଲେ ା ନିକଟରେ ରିଲିଜ ହୋଇଥିବା ଓଡିଆ ଆଲବମ ଫେରିଆ ଶ୍ରାବଣରେ ପୁରୁଣା ସିନେମାର ସୁନ୍ଦର ଗୀତ ମୁଁ ଯିବି ଯିବି ଗାଇ ନିବେଦିତା ୟୁଟ୍ୟୁବ ଓ ସୋସିଆଲ ମିଡିଆରେ ବେଶ୍‌ ସଫଳତା ଲାଭ କରିଛନ୍ତି ା ଏବେ କେବଳ ଦିଲ୍ଲୀ ନୁହେଁ ରାଜସ୍ଥାନ, ଉତ୍ତରପ୍ରଦେଶ ଭଳି ରାଜ୍ୟରେ ରହୁଥିବା ଓଡିଆଙ୍କ ନିକଟରେ କଣ୍ଠଦାନ ପାଇଁ ଅନୁରୋଧ ଆସୁଛି ା ତାଙ୍କର ଏଭଳି ସାଧନା ପାଇଁ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ମୃଦୁଳା ପ୍ରଧାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେବା ସହ ବହୁ ସଂସ୍ଥା ପକ୍ଷରୁ ପୁରସ୍କୃତ ହୋଇଛନ୍ତି ା ଆଗକୁ ହଜିଯାଉଥିବା ବିଭିନ୍ନ କଣ୍ଠଶିଳ୍ପୀଙ୍କ ସଙ୍ଗୀତଗୁଡିକୁ ନୂଆ ରୂପ ଓ ରଙ୍ଗରେ ଦର୍ଶକ ନିକଟରେ ପହଞ୍ଚାଇବା ସେମାନଙ୍କର ଲକ୍ଷ୍ୟ ବୋଲି ଏହି ଯୁବ ଦମ୍ପତ୍ତି ପ୍ରକାଶ କରିଛନ୍ତି ା

The post ଦିଲ୍ଲୀରେ ମନ ଜିଣୁଛନ୍ତି ଶ୍ରୀମନ୍ତ, ନିବେଦିତା appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଦିନ କେଇଟାରେ ବଦଳିଗଲା ଭାଗ୍ୟ: ରେଷ୍ଟୁରାଣ୍ଟ ପାଲଟିଲା ‘ବାବା କା ଢ଼ାବା’

ଆଜିର ଅତ୍ୟାଧୁନିକ ଯୁଗରେ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛି ସୋସିଆଲ ମିଡିଆ। ଅନେକ ଏଥିଯୋଗୁ ରାତାରାତି ଷ୍ଟାର ପାଲଟୁଥିବା ବେଳେ ଏହା ଅନେକଙ୍କ ଜୀବନ ବଦଳାଇ ଦେଉଛି। କିଛିଦିନ ତଳେ ଏହି ସୋସିଆଲ ମିଡିଆରେ ଏକ ଢ଼ାବା ବେଶ୍‌ ଭାଇରାଲ ହୋଇଥିଲା,ଯାହାର ନାମ ଥିଲା ‘ବାବା କା ଢ଼ାବା’। ଏବେ ଏହା ରେଷ୍ଟୁରାଣ୍ଟରେ ପରିଣତ ହୋଇଛି। ୮୦ ବର୍ଷୀୟ ମାଲିକ କାନ୍ତା ପ୍ରସାଦ ନିଜ ପୁରୁଣା ଦୋକାନ ପାଖରେ ନୂଆ ରେଷ୍ଟୁରାଣ୍ଟ ଖୋଲି ସେଠାରେ ବସୁଛନ୍ତି। ତାଙ୍କ ଖାଇବାକୁ ପସନ୍ଦ କରୁଥିବା ଲୋକେ ମଧ୍ୟ ରେଷ୍ଟୁରାଣ୍ଟରେ ଭିଡ ଜମାଇବା ଆରମ୍ଭ କରିଛନ୍ତି। ଦିଲ୍ଲୀର ମାଲବୀୟ ନଗରରେ କାନ୍ତା ପ୍ରସାଦଙ୍କ ଛୋଟିଆ ଢାବା ଥିଲା। ମାର୍ଚ୍ଚରେ ଲକ୍‌ଡାଉନ୍‌ ଯୋଗୁ ଢ଼ାବାଟି ବେଶ୍‌ ପ୍ରଭାବିତ ହୋଇଥିଲା। ଫଳରେ ପରିବାରର ଗୁଜରାଣ ମେଣ୍ଟାଇବା କାନ୍ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିଲା। ପରେ ଜଣେ ବ୍ୟବହାରକାରୀ କାନ୍ତାଙ୍କ ଢ଼ାବାର ଏକ ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ଭିଡିଓରେ ନିଜର ଦୁଃଖକାହାଣୀ କହିଥିଲେ କାନ୍ତା। ଏହା ଅନେକଙ୍କୁ ଭାବବିହ୍ବଳ କରିଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକେ ତାଙ୍କ ଢ଼ାବାରେ ଭିଡ ଜମାଇବା ଆରମ୍ଭ କରିଥିଲେ। ଏବେ କାନ୍ତାଙ୍କ ନୂଆ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ବସିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ପୁରୁଣା ଢ଼ାବା ଭଳି କାନ୍ତାଙ୍କ ସ୍ତ୍ରୀ ବାଦାମୀ ଦେବୀ ରେଷ୍ଟୁରାଣ୍ଟରେ ମଧ୍ୟ ଖାଇବା ରେଷେଇ କରିବେ। ଅନ୍ୟ କର୍ମଚାରୀ ତାଙ୍କ ସାହାଯ...