Skip to main content

ଜରୁରୀକାଳିନ ସର୍ଜରୀ କରାଇଲେ ଶ୍ରୁତି

ନୂଆଦିଲ୍ଲୀ,୩୦।୧୨: ବଲିଉଡ୍‌ ଅଭିନେତ୍ରୀ ଶ୍ରୁତି ସେଠ ମଙ୍ଗଳବାର ମେଡିକାଲରୁ ଏକ ଫଟୋ ଶେୟାର କରିଛନ୍ତି। ନିଜ ପୋଷ୍ଟରେ ଜରୁରୀକାଳିନ ଅସ୍ତ୍ରୋପଚାର କରାଇଥିବା ସୂଚନା ଦେଇଛନ୍ତି ୪୩ ବର୍ଷୀୟା ଅଭିନେତ୍ରୀ। ଆଉ ସେ କହିଛନ୍ତି ସ୍ବାସ୍ଥ୍ୟଠାରୁ ଅନ୍ୟ କିଛି ଗୁରୁତ୍ୱ ନୁହେଁ।

ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଖୁସିରେ ରୁହ। ୨୦୨୦ ମୋତେ ଏବଂ ମୋ ପରିବାରକୁ ଶେଷ ଝଟ୍‌କା ଦେଇଛି। ଜରୁରୀକାଳୀନ ଅସ୍ତ୍ରୋପଚାର ସହ ହେଉଛି ଚଳିତବର୍ଷ। ଖ୍ରୀଷ୍ଟମସ ଓ ନୂତନ ବର୍ଷ ପାଇଁ ମୋର ସମସ୍ତ ଗସ୍ତ ସ୍ଥଗିତ ରଖାଯାଇଛି। ମୁଁ ଭଗବାନଙ୍କୁ ଧନ୍ୟବାଦ୍‌ ଦେଉଛି। ମୋତେ ଏକ ବଡ଼ ଶିକ୍ଷା ମିଳିଛି। କଦାପି ସ୍ବାସ୍ଥ୍ୟକୁ ହେୟଜ୍ଞାନ କରନ୍ତୁ ନାହିଁ ବୋଲି ଶ୍ରୁତି ଟୁଇଟ୍‌ କରିଛନ୍ତି।

The post ଜରୁରୀକାଳିନ ସର୍ଜରୀ କରାଇଲେ ଶ୍ରୁତି appeared first on Dharitri Odia News.