Skip to main content

କାଳିଝାଟି କେନାଲରେ ଆହତ ଭାଲୁ, ଜଗିଛି ବନବିଭାଗ

ସଜନାଗଡ଼, ୩୦।୧୨(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟର ପାଦଦେଶର କାଳିଝାଟି ଖାଣ୍ଡିଆହୁଡ଼ି କେନାଲ ନିକଟରେ ଏକ ବିରାଟକାୟ ଭାଲୁ ଆହତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଛି । ଭାଲୁକୁ କେହି ଶିକାରୀ ଆହତ କରିଥିବା ଶୁଣିବାକୁ ମିଳୁଛି। ବନବିଭାଗ କର୍ମଚାରୀ ଆହତ ଭାଲୁକୁ ଜଗି ରହିଛନ୍ତି। ଭାଲୁଟିର ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ସେ ଚାଲି ପାରୁ ନାହିଁ। ବନବିଭାଗ ଆହତ ଭାଲୁକୁ ଉଦ୍ଧାର କରି ଚିକିତ୍ସା କରିଛି।

The post କାଳିଝାଟି କେନାଲରେ ଆହତ ଭାଲୁ, ଜଗିଛି ବନବିଭାଗ appeared first on Dharitri Odia News.