Skip to main content

Posts

Showing posts from February, 2021

ବିଟ୍‌ କଏନ୍‌ ମୂଲ୍ୟ ହ୍ରାସର ସମ୍ମୁଖୀନ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ମୂଲ୍ୟବାନ ଡିଜିଟାଲ ମୁଦ୍ରା କୁହାଯାଉଥିବା କ୍ରିପ୍ଟୋ କରେନ୍ସି ବା ବିଟ୍‌ କଏନ୍‌ ବର୍ତ୍ତମାନ ସମୟରେ ମୂଲ୍ୟ ହ୍ରାସର ସମ୍ମୁଖୀନ ହୋଇଛି। ଗତ କିଛି ଦିନ ହେବ ଏହା ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ୨ଦିନ ହେଲା ସେଥିରେ ଅସ୍ଥିରତା ଦେଖାଦେଇଛି। ପୂର୍ବରୁ ଏହାର ମୂଲ୍ୟ ୫୬ ହଜାର ଡଲାରରେ ଥିବାବେଳେ ଶନିବାର ଏହି କଏନ ଦର ୪୬ ହଜାର ୩୦୦ ଡଲାରରେ କାରବାର କରୁଥିବା ଦେଖାଯାଇଛି। ବିଟ୍‌ କଏନ୍‌ ଗୋଟିଏ ବର୍ଷରେ ନିବେଶକଙ୍କୁ ୫୪.୮୫% ରିଟର୍ନ ଦେଇଥିବା ଜଣାପଡିଛି। ଏଥିରେ ଏଲନ ମସ୍କ ନିବେଶ କରିବା ପରଠାରୁ ଏହାର ଦର ଅନିୟନ୍ତ୍ରିତ ହୋଇଚାଲିଥିଲା। ଫଳରେ ପ୍ରାୟ ୩୫୦ ବିଲିୟନ ଡଲାର ମାର୍କେଟ କ୍ୟାପିଟାଲ ବୃଦ୍ଧି ସହ ବିଟ୍‌ କଏନ୍‌ ବିଶ୍ୱର ସବୁଠୁ ମୂଲ୍ୟବାନ ମୁଦ୍ରାରେ ପରିବର୍ତ୍ତିତ ହୋଇସାରିଥିଲା। ସାରା ବିଶ୍ୱ ୨୦୦୯ ମସିହାରେ ଗୁରୁତର ଭାବେ ଆର୍ଥିକ ସଙ୍କଟରେ ଗତି କରୁଥିବା ବେଳେ ଏହି ଡିଜିଟାଲ ମୁଦ୍ରାର ନୂଆକରି ନିବେଶ ଆରମ୍ଭ ହୋଇଥିଲା। ଏହା ୨୦୧୭ ବେଳକୁ ବିଶ୍ୱବାସୀଙ୍କୁ ଆକୃଷ୍ଟ କରିବା ସହ ନିବେଶର ମାଧ୍ୟମ ହୋଇସାରିଥିଲା। ତେବେ ୨୦୧୮ ମସିହାରେ ଅଚାନକ ଏହାର କାରବାର ହ୍ରାସ ହେବା ନିବେଶକଙ୍କୁ କ୍ଷତିରେ ପକାଇଥିଲା। The post ବିଟ୍‌ କଏନ୍‌ ମୂଲ୍ୟ ହ୍ରାସର ସମ୍ମୁଖୀନ appeared first on Dharitri Odia News .

ସଙ୍କଟରେ ରିଲାଏନ୍ସ ହୋମ୍‌ ଫାଇନାନ୍ସ

ନୂଆଦିଲ୍ଲୀ: ଅନୀଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ହୋମ୍‌ ଫାଇନାନ୍ସ ବର୍ତ୍ତମାନ ସମୟରେ ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି। କମ୍ପାନୀ ଡିସେମ୍ବର ୨୦୨୦ରେ ୧୦୦କୋଟି ଟଙ୍କାର ଋଣ ପରିଶୋଧରେ ଖିଲାପ କରିଥିବା ଜଣାପଡିଛି। ଦେଶର ପ୍ରମୁଖ ବ୍ୟାଙ୍କ ଯଥା ବ୍ୟାଙ୍କ ଅଫ୍‌ ବରୋଦା, ପିଏନ୍‌ବି, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, କାନାରା ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ ଇଣ୍ଡିଆନ୍‌ ବ୍ୟାଙ୍କର ଋଣ ପରିଶୋଧ କରିବାରେ ରିଲାଏନ୍ସ ହୋମ୍‌ ଫାଇନାନ୍ସ ବିଫଳ ହୋଇଛି। ରିଲାଏନ୍ସ ହୋମ୍‌ ଫାଇନାନ୍ସ ଉପରେ ବର୍ତ୍ତମାନ ୪୨୮୦ କୋଟି ଟଙ୍କାର ଋଣ ପରିଶୋଧ କରିବାର ବୋଝ ରହିଛି। ସେହିଭଳି ରିଲାଏନ୍ସ ହୋମ୍‌ ଫାଇନାନ୍ସର ମାମଲା ସମାଧାନ ଲାଗି ୭ଜୁନ୍‌ ୨୦୧୯ରେ ଏହି ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଇଣ୍ଟର କ୍ରେଡିଟର ଏଗ୍ରିମେଣ୍ଟରେ ସ୍ବାକ୍ଷର କରିଥିଲେ। ରିଲାଏନ୍ସ ହୋମ୍‌ ଫାଇନାନ୍ସ ନିକଟରେ ନଗଦ ୧୦୦୦ କୋଟି ଟଙ୍କା ଥିବା କୁହାଯାଇଛି। The post ସଙ୍କଟରେ ରିଲାଏନ୍ସ ହୋମ୍‌ ଫାଇନାନ୍ସ appeared first on Dharitri Odia News .

ଜେଲରେ ବାଂଲାଦେଶୀ ଲେଖକଙ୍କ ମୃତ୍ୟୁ

ଢାକା, ୨୮।୨: ସୋସିଆଲ ମିଡିଆ ପୋଷ୍ଟ ପାଇଁ ବର୍ଷେ ହେଲା ଜେଲରେ ଥିବା ବାଂଲାଦେଶୀ ଲେଖକ ମୁସ୍ତାକ ଅହମଦଙ୍କର ମୃତ୍ୟୁ ହୋଇଛି। ମହାମାରୀ ପରିଚାଳନାରେ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ବିଫଳତା ଓ ଦୁର୍ନୀତି ଅଭିଯୋଗ କରି କେତେଜଣ ସୋସିଆଲ ମିଡିଆରେ ସମାଲୋଚନା କରିବା ସହ ବ୍ୟଙ୍ଗଚିତ୍ର ପୋଷ୍ଟ କରିଥିଲେ। ଏଥିପାଇଁ ମୁସ୍ତାକଙ୍କ ସମେତ ୧୧ ଜଣଙ୍କୁ ଗତବର୍ଷ ଜେଲ ପଠାଯାଇଥିଲା। ମୁସ୍ତାକଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଭିନ୍ନ ମତବାଦୀଙ୍କ ଉପରେ ସରକାରଙ୍କ ଦମନଲୀଳା ବିରୋଧରେ ସ୍ବର ଉଠିଛି। ବାଂଲାଦେଶ ଡିଜିଟାଲ ସିକ୍ୟୁରିଟି ଆକ୍ଟ ଅନୁଯାୟୀ ଦେଶର ଏକତା, ଆର୍ଥତ୍କ କାର୍ଯ୍ୟ, ସୁରକ୍ଷ, ପ୍ରତିରକ୍ଷା, ଧର୍ମୀୟ ମୂଲ୍ୟବୋଧର ଉଲ୍ଲଂଘନ ଓ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସରକାର ଦଣ୍ଡିତ କରିପାରିବେ। ଭିନ୍ନ ମତବାଦୀଙ୍କ ମୁହଁ ବନ୍ଦ କରିବା ପାଇଁ ଏହି ଆଇନକୁ ବ୍ୟବହାର କରାଯାଉଛି। ହାସିନା ସରକାରଙ୍କୁ ସମାଲୋଚନା କରିଥିବା ଖବରଦାତା, ଛାତ୍ରୀଛାତ୍ର ଓ ରାଜନୈତିକ କର୍ମୀଙ୍କ ସମେତ ୧୩୮ ଜଣଙ୍କୁ ଗତବର୍ଷ ଗିରଫ କରାଯାଇଥିଲା । The post ଜେଲରେ ବାଂଲାଦେଶୀ ଲେଖକଙ୍କ ମୃତ୍ୟୁ appeared first on Dharitri Odia News .

ଭୁବନେଶ୍ୱରରେ ହୋଇପାରେ ଇଣ୍ଡିଆନ ଓମେନ୍ସ ଲିଗ୍‌

ଭୁବନେଶ୍ୱର, ୨୮।୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ସରକାର କ୍ରୀଡ଼ାକୁ ଅଗ୍ରାଧିକାର ଦେଇ ଆସିଛନ୍ତି। ରାଜ୍ୟରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଉପଲବ୍ଧ କରାଯାଉଥିବାବେଳେ ହକି ପରି ଜାତୀୟ ଦଳର ପ୍ରାୟୋଜକ ରହିଛନ୍ତି। କୌଣସି ନିର୍ଦ୍ଦିଷ୍ଟ କ୍ରୀଡ଼ାରେ ସୀମିତ ନ ରହି ବିଭିନ୍ନ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ଉନ୍ନତି ପାଇଁ ପ୍ରୟାସ ଜାରି ରହିଛି। ଏହି କ୍ରମରେ ରାଜ୍ୟରେ ଫୁଟ୍‌ବଲର ଲୋକପ୍ରିୟତା ବଢ଼ାଇବା ପାଇଁ ମଧ୍ୟ ଉଦ୍ୟମ ଜୋରଦାର ହୋଇଛି। ଏଠାରେ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ) ଓ ଆଇ-ଲିଗ୍‌ ପରି ଜାତୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇସାରିଛି। ଏବେ ପ୍ରଥମ ଥର ପାଇଁ ଇଣ୍ଡିଆନ ଓମେନ୍ସ ଲିଗ୍‌ ଆୟୋଜନର ଆଭାସ ମିଳିଛି। ଶନିବାର ଓଡ଼ିଶା ଓମେନ୍ସ ଲିଗ୍‌ (ଓଡବ୍ଲ୍ୟୁଏଲ୍‌)ର ଜର୍ସି ଉନ୍ମୋଚନ ଉତ୍ସବରେ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଅନୁରୋଧ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ସ୍ବତନ୍ତ୍ର ସଚିବ ବିଶାଳ କୁମାର ଦେବ ଏହାକୁ ନେଇ ସବୁଜ ସଙ୍କେତ ଦେଇଛନ୍ତି। ଉଦ୍ୟମ ଜାରି ରହିଛି, ସବୁକିଛି ଠିକ୍‌ ରହିଲେ ଆମେ ଏହି ପ୍ରତିଯୋଗିତା ଆୟୋଜନ କରିବାକୁ ଚେଷ୍ଟା କରିବୁ ବୋଲି ବିଶାଲ କହିଛନ୍ତି। ଏଆଇଏଫ୍‌ଏଫ୍‌ ସହିତ ରାଜ୍ୟ ସରକାର ଏବଂ ଫାଓର ଉତ୍ତମ ସମ୍ପର୍କ ରହିଛି। ଫଳରେ ଭୁବନେଶ୍ୱରରେ ଇଣ୍ଡିଆନ୍ସ ଓମେନ୍ସ ଲିଗ୍‌ର ୫ମ ସଂସ୍କରଣ ଆୟୋଜନ ସମ୍ଭାବନା ବଢ଼ି ଯାଇଛି। ୨୦୨...

ଗୋଗୋଇଙ୍କ ବିରୋଧରେ ମକଦ୍ଦମା ପାଇଁ ଅନୁମତି ଦେଲେନି ଏଜି

ନୂଆଦିଲ୍ଲୀ, ୨୮।୨: ସର୍ବୋଚ୍ଚ ନ୍ୟାୟାଳୟ ବିରୋଧରେ ମନ୍ତବ୍ୟ ଦେଇଥିବା ଭାରତର ପୂର୍ବତନ ପ୍ରଧାନ ବିଚାରପତି ତଥା ରାଜ୍ୟ ସଭା ସଦସ୍ୟ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଅଦାଲତ ଅବମାନନା ମକଦ୍ଦମା ଚଳାଇବା ପାଇଁ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ଅନୁମତି ଦେବାକୁ ମନା କରିଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବତନ ସିଜେଆଇ କହିଥିଲେ, ଦେଶର ନ୍ୟାୟପାଳିକା ଭୁଶୁଡ଼ିବା ଅବସ୍ଥାରେ। ତେଣୁ ଜଣେ ବ୍ୟକ୍ତି ଠିକ୍‌ ସମୟରେ ନ୍ୟାୟ ପାଇବା ସମ୍ପୂର୍ଣ୍ଣ ଅସମ୍ଭବ ବୋଲି ସେ କହିଥିଲେ। ଗୋଗୋଇଙ୍କ ଏଭଳି ମନ୍ତବ୍ୟ ଲାଗି ତାଙ୍କ ବିରୋଧରେ କଣ୍ଟେପ୍ଟ ପ୍ରୋସିଡିଂ ପାଇଁ ସାମାଜିକ କର୍ମୀ ସାକେତ୍‌ ଗୋଖଲେ ଆଟର୍ନି ଜେନେରାଲଙ୍କ ଅନୁମତି ଲୋଡ଼ିଥିଲେ। The post ଗୋଗୋଇଙ୍କ ବିରୋଧରେ ମକଦ୍ଦମା ପାଇଁ ଅନୁମତି ଦେଲେନି ଏଜି appeared first on Dharitri Odia News .

ସେରାଓ୍ବିକ୍‌ ସମ୍ମାନ ପାଇବେ ପ୍ରଧାନମନ୍ତ୍ରୀ

ହୋଷ୍ଟନ, ୨୮ା୨: ଭାରତରେ ପରିବେଶ ଓ ଉର୍ଜା କ୍ଷେତ୍ରରେ ସ୍ଥାୟୀ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେରାଓ୍ବିକ୍‌ ଗ୍ଲୋବାଲ ଏନର୍ଜି ଆଣ୍ଡ ଏନ୍‌ଭାରଇନମେଣ୍ଟ ପୁରସ୍କାର ପ୍ରଦାନ କରାଯିବ। ମାର୍ଚ୍ଚ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଅନ୍ତର୍ଜାତୀୟ ସେରାଓ୍ବିକ୍‌ କନ୍‌ଫରେନ୍ସ-୨୦୨୧ରେ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ଆୟୋଜକ ଆଇଏଚ୍‌ଏସ୍‌ ମାର୍କିଟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସେରାଓ୍ବିକ୍‌ର ୩୯ ତମ ସମ୍ମିଳନୀ ଭର୍ଚୁଆଲ ମାଧ୍ୟମରେ ଆୟୋଜନ କରାଯିବ। ଏଥିରେ ମୋଦି ମଧ୍ୟ ବକ୍ତବ୍ୟ ରଖିବେ। ଅଥନୈତିକ ବିକାଶ, ଦାରିଦ୍ର୍ୟ ହ୍ରାସ ତଥା ନୂତନ ଶକ୍ତିର ଭବିଷ୍ୟତ ଆଡକୁ ଗତି କରିବାରେ ଭାରତ ବିଶ୍ୱ ଶକ୍ତି ଭାବେ ଉଭା ହୋଇଛି ବୋଲି ଆଇଏଚ୍‌ଏସ୍‌ ମାର୍କିଟର ଉପାଧ୍ୟକ୍ଷ ଡାନିଏଲ ୟର୍ଗିନ କହିଛନ୍ତି। ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦେଶ ଭାରତର ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ଦୃଷ୍ଟିକୋଣ ଓ ଆଭିମୁଖ୍ୟ ଜାଣିବା ପାଇଁ ସେ ଉତ୍ସାହିତ ଥିବା ୟର୍ଗିନ କହିଛନ୍ତି। ଏହି ସମ୍ମିଳନୀରେ ମୁଖ୍ୟ ପ୍ରବକ୍ତା ଭାବେ ଜଳବାୟୁ ପାଇଁ ଆମେରିକାର ସ୍ବତନ୍ତ୍ର ରାଷ୍ଟ୍ରଦୂତ ଜନ୍‌ କେରୀ, ବିଲ୍‌ ଏବଂ ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେଶନର ସହଅଧ୍ୟକ୍ଷ ଆମିନ୍‌ ନାସିର ପ୍ରମୁଖ ଉପସ୍ଥିତ ରହିବେ। The post ସେରାଓ୍ବିକ୍‌ ସମ୍ମାନ ପାଇବେ ପ୍ରଧାନମନ୍ତ୍ରୀ appeared first on Dharitri Odi...

ଟିକାକରଣ ଲାଗି ୨୦ ରୋଗ ଚିହ୍ନଟ

ନୂଆଦିଲ୍ଲୀ, ୨୮।୨: ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ଏବଂ ବିଭିନ୍ନ ରୋଗ ଥିବା ୪୫ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ କୋଭିଡ୍‌ ଟିକା ଦିଆଯିବ। କେଉଁସବୁ ରୋଗ ଥିଲେ ଟିକା ପାଇଁ ଅନୁମତି ମିଳିବ ତାହା ସ୍ଥିର ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୨୦ଟି ରୋଗର ତାଲିକା ପ୍ରକାଶ ପାଇଛି। ସେଗୁଡ଼ିକ ହେଲା ହୃଦ୍‌ଘାତ କାରଣରୁ ବର୍ଷେ ପୂର୍ବେ ହସ୍ପିଟାଲରେ ଭର୍ତ୍ତି ହୋଇଥିବେ, ହୃଦ୍‌ପିଣ୍ଡ କିମ୍ବା ବାମ ଭେଣ୍ଟ୍ରିକୁଲାର ଆସିଷ୍ଟ ଡିଭାଇସ୍‌ ପ୍ରତିରୋପଣ, ବାମ ଭେଣ୍ଟ୍ରିକୁଲାର ସିଷ୍ଟୋଲିକ୍‌ ଡାଇଫଙ୍କ୍‌ଶନିଂ, ମଧ୍ୟମ କିମ୍ବା ଗୁରୁତର ଭାଲଭୁଲାର ହୃଦ୍‌ରୋଗ, ଗୁରୁତର ପିଏଏଚ୍‌ କିମ୍ବା ଇଡିଓପାଥିକ୍‌ ପିଏଏଚ୍‌ ସହ ଜନ୍ମରୁ ରହିଥିବା ହୃଦ୍‌ରୋଗ, କରୋନାରି ଆର୍ଟେରି ରୋଗ, ଆଞ୍ଜିନା ଏବଂ ରକ୍ତଚାପ/ମଧୁମେହ ଚିକିତ୍ସା, ସିଟି/ଏମ୍‌ଆର୍‌ଆଇ ରିପୋର୍ଟରେ ଷ୍ଟ୍ରୋକ୍‌ ଏବଂ ଉଚ୍ଚ ରକ୍ତଚାପ/ମଧୁମେହ ଚିକିତ୍ସା, ପଲ୍‌ମୋନାରି ଆର୍ଟେରି ହାଇପରଟେନଶନ, ହାଇପରଟେନସନ/ ମଧୁମେହ ଚିକିତ୍ସା, ୧୦ ବର୍ଷରୁ ଊର୍ଦ୍ଧ୍ୱ କିମ୍ବା ଜଟିଳତା ଥିବା ମଧୁମେହ ଏବଂ ଉଚ୍ଚ ରକ୍ତଚାପ, କିଡ୍‌ନୀ/ଲିଭର/ହେମାଟୋପୋଏଟିକ୍‌ ଷ୍ଟେମ୍‌ ସେଲ୍‌ ପ୍ରତିରୋପଣ, କିଡ୍‌ନୀ ରୋଗ ହେମୋଡାଇଲିସିସ୍‌/ସିଏପିଡି ଶେଷ ପର୍ଯ୍ୟାୟ, ଡିକମ୍ପେନ୍‌ସେଟେଡ୍‌ ସିରୋସିସ୍‌, ଶ୍ୱାସକ୍ରିୟା ଜନିତ ରୋଗରେ ଗତ ଦୁଇବର୍ଷରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ଲିମ୍ଫୋମା/ଲ୍ୟୁକେମି...

ଓଡ଼ିଶା ଓମେନ୍ସ ଲିଗ୍‌ରେ ୬ ଦଳ

ଭୁବନେଶ୍ୱର, ୨୮।୨(କ୍ରୀଡ଼ା ପ୍ରତିନିଧି)- * ପ୍ରତିଯୋଗିତାରେ ୩୦ ମ୍ୟାଚ * ଡବଲ୍‌ ହେଡର ଲିଗ୍‌ଭିତ୍ତିରେ ଖେଳ ହେବ * ଅଂଶଗ୍ରହଣକାରୀ ଦଳ: ସ୍ପୋଟର୍‌ସ ହଷ୍ଟେଲ, ସାଇ-ଏସ୍‌ଟିସି, ଓଡ଼ିଶା ସରକାରୀ ପ୍ରେସ୍‌ (ଓଜିପି), ରାଇଜିଂ ଷ୍ଟୁଡେଣ୍ଟ କ୍ଲବ, ଇଷ୍ଟକୋଷ୍ଟ ରେଲଓ୍ବେ, ଓଡ଼ିଶା ପୋଲିସ * ୬ ଦଳର ଅଧିନାୟିକା: ବନ୍ୟା କବିରାଜ, ଇଭା ପାନ୍ନା, ସସ୍ମିତା ପରିଡ଼ା, ସତ୍ୟବତୀ ଖାଡ଼ିଆ, ମନୀଷା ପାନ୍ନା ଓ କରିସ୍ମା ଓରାମ * ଭେନ୍ୟୁ: କଳିଙ୍ଗ ଷ୍ଟାଡିୟମ୍‌, କ୍ୟାପିଟାଲ ହାଇସ୍କୁଲ ପଡ଼ିଆ * ଓଡ଼ିଶା ପୋଲିସ-ସ୍ପୋଟର୍‌ସ ହଷ୍ଟେଲ ଉଦ୍‌ଘାଟନୀ ମ୍ୟାଚ * ଚାମ୍ପିୟନ ଦଳ ଇଣ୍ଡିଆନ ଓମେନ୍ସ ଲିଗ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଏବଂ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ)ର ମିଳିତ ଆନୁକୂଲ୍ୟରେ ‘ଓଡ଼ିଶା ଓମେନ୍ସ ଲିଗ୍‌’ (ଓଡବ୍ଲ୍ୟୁଏଲ୍‌) ଫୁଟ୍‌ବଲ ପ୍ରତିଯୋଗିତାର ପ୍ରଥମ ସଂସ୍କରଣ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ହେବାକୁଥିବା ଲିଗ୍‌ରେ ମୋଟ ୩୦ଟି ମ୍ୟାଚ ଖେଳାଯିବ। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ସ୍ବତନ୍ତ୍ର ସଚିବ ବିଶାଳ କୁମାର ଦେବ, ଉପସଚିବ ଶୈଳେନ୍ଦ୍ର କୁମାର ଜେନା, ଫାଓ ସମ୍ପାଦକ ଆଶୀର୍ବାଦ ବେହେରା, ଯୁଗ୍ମ ସମ୍ପାଦକ ଅଭିଜିତ ପାଲ୍‌ ଏବଂ ୬ ଦଳର ଅଧିନାୟିକାଙ୍କ ଉପସ୍ଥିତିରେ ଶନିବାର ଜର୍ସି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ...

ନିଯୁକ୍ତି ମାଗୁଛନ୍ତି ଆଶାୟୀ

ନୂଆଦିଲ୍ଲୀ, ୨୮ା୨ : ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ଟୁଇଟର୍‌ରେ ଏବେ ନମ୍ବର ଓ୍ବାନ ଟ୍ରେଣ୍ଡ ପାଲଟିଛି ହାଶଟ୍ୟାଗ୍‌ ମୋଦି ଜବ୍‌ ଦୋ, ହାଶଟ୍ୟାଗ୍‌ ମୋଦି ରୋଜଗାର ଦୋ। ୫୦ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ତଥା ଚାକିରି ଆଶାୟୀ ଏହି ହାଶଟ୍ୟାଗ୍‌ ବ୍ୟବହାର କରି ଟୁଇଟ କରିଲେଣି। ରୋଜଗାର ଦେବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ଭାଜପା ସରକାର ନିଜ କଥା ରଖିବାକୁ ଭୁଲିଯାଇଥିବା ଅଭିଯୋଗ ବଢ଼ିବାରେ ଲାଗିଛି। ଚାକିରି ଅପେକ୍ଷାରେ ଥିବା ଛାତ୍ରୀଛାତ୍ର ଏହି ହାଶଟ୍ୟାଗ୍‌ର ବହୁଳ ବ୍ୟବହାର କରି ସୋସିଆଲ ମିଡିଆରେ ଏକ ପ୍ରକାର ଆନ୍ଦୋଳନକୁ ଓହ୍ଳାଇଛନ୍ତି। ମାତ୍ର କିଛି ଦିନରେ ଏହା ଗ୍ଲୋବାଲ ଟୁଇଟର ଟ୍ରେଣ୍ଡ୍‌ ପାଲଟିଛି। ଟୁଇଟରରେ ‘ହାଶଟ୍ୟାଗ୍‌ ମୋଦି ରୋଜଗାର ଦୋ’ ଟ୍ରେଣ୍ଡ ଚଳିତ ସପ୍ତାହରେ ବହୁଳ ମାତ୍ରାରେ ବ୍ୟବହାର କରାଯାଇଛି। ଏବେ ସୁଦ୍ଧା ୫୦ ଲକ୍ଷରୁ ଅଧିକ ରୋଜଗାର ଆଶାୟୀ ଏହି ହାଶଟ୍ୟାଗ୍‌ ବ୍ୟବହାର କରି ସରକାରଙ୍କୁ ଚାକିରି ମାଗୁଛନ୍ତି। ଷ୍ଟାଫ୍‌ ସିଲେକ୍ସନ କମିଶନ(ଏସ୍‌ଏସ୍‌ସି) ପକ୍ଷରୁ କମ୍ବାଇନ୍‌ଡ୍‌ ଗ୍ରାଜୁଏଟ ଲେଭଲ(ସିଜିଏଲ୍‌) ପରୀକ୍ଷା ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ଯୋଗୁ ଅନେକ ଛାତ୍ରୀଛାତ୍ର ବଞ୍ଚିତ ହେଉଥିବା ଅଭିଯୋଗ କରି ସେମାନେ ଏଥିରେ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି। ଏହାସହ ଅଧିକ ସଂଖ୍ୟାରେ ସରକାରୀ ପଦବୀରେ ଚାକିରି ମାଗିବା ଏବଂ ସରକାରୀ ସଂସ୍ଥା ଗୁଡ଼ିକର ଘରୋଇକରଣ ବନ୍ଦ କରିବା ପାଇଁ ଜୋର୍‌ଦାର...

ଭାରତ ସହ ସବୁ ପ୍ରସଙ୍ଗର ସମାଧାନ ପାଇଁ ପାକ୍‌ ପ୍ରସ୍ତୁତ

ଇସ୍‌ଲାମାବାଦ, ୨୮।୨: ଭାରତ ସହ ପାକିସ୍ତାନର ଅସ୍ତ୍ରବିରତି ରାଜିନାମାକୁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଶନିବାର ସ୍ବାଗତ କରିଛନ୍ତି। ତେବେ ଦ୍ୱିପାକ୍ଷିକ ସମ୍ପର୍କରେ ଅଧିକ ଉନ୍ନତି ଲାଗି ଉପଯୁକ୍ତ ପରିବେଶ ସୃଷ୍ଟି କରିବା ଭାରତର ଦାୟିତ୍ୱ ବୋଲି ସେ କହିଛନ୍ତି। ନିୟନ୍ତ୍ରଣ ରେଖା ଓ ଅନ୍ୟାନ୍ୟ ସେକ୍ଟରରେ ଅସ୍ତ୍ରବିରତି ନିୟମ କଡ଼ାକଡ଼ି ପାଳନ ପାଇଁ ଦୁଇ ଦେଶର ସୈନ୍ୟବାହିନୀ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଥିଲା। ଆଲୋଚନା ମାଧ୍ୟମରେ ଭାରତ ସହ ସମସ୍ତ ବକେୟା ପ୍ରସଙ୍ଗର ସମାଧାନ ପାଇଁ ପାକିସ୍ତାନ ପ୍ରସ୍ତୁତ ବୋଲି ଖାନ୍‌ ଟୁଇଟ୍‌ କରିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦର ପ୍ରସ୍ତାବ ଅନୁଯାୟୀ ଜମ୍ମୁ-କଶ୍ମୀରବାସୀଙ୍କୁ ସ୍ବନିର୍ଣ୍ଣୟ ଅଧିକାର ଦେବା ଲାଗି ଦୀର୍ଘଦିନର ଦାବି ପୂରଣ ଦିଗରେ ଭାରତ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଆହ୍ବାନ ଦେଇଛନ୍ତି। ୨୦୧୯ ଫେବୃୟାରୀ ୨୬ରେ ଭାରତୀୟ ବାୟୁସେନା ବାଲାକୋଟ୍‌ସ୍ଥିତ ଜୈଶ-ଇ-ମହମ୍ମଦ ଆତଙ୍କବାଦୀଙ୍କ ପ୍ରଶିକ୍ଷଣ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌ କରିଥିଲା। ଏହାର ଦୁଇବର୍ଷ ପୂର୍ତ୍ତି ଅବସରରେ ଇମ୍ରାନ୍‌ କେତେକ ଟୁଇଟ୍‌ କରିଛନ୍ତି। ପାକିସ୍ତାନ ସବୁବେଳେ ଶାନ୍ତି ଚାହିଁ ଆସିଛି ବୋଲି ସେ କହିଛନ୍ତି। The post ଭାରତ ସହ ସବୁ ପ୍ରସଙ୍ଗର ସମାଧାନ ପାଇଁ ପାକ୍‌ ପ୍ରସ୍ତୁତ appeared first on Dharitri Odia News .

କଂଗ୍ରେସରେ ବିରୋଧର ସ୍ବର

ନୂଆଦିଲ୍ଲୀ, ୨୮।୨: ବିଭିନ୍ନ ନିର୍ବାଚନରେ କଂଗ୍ରେସ କ୍ରମାଗତ ଭାବେ ଖରାପ ପ୍ରଦର୍ଶନ କରିଆସୁଛି। ଏହାର ସମୀକ୍ଷା ପାଇଁ ଗତବର୍ଷ ଅଗଷ୍ଟରେ ଦଳର ୨୩ ଜଣ ଅସନ୍ତୁଷ୍ଟ ନେତା (ଜି-୨୩) ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖିଥିଲେ। ସେମାନେ ଦଳର ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇବା ସହ ସାଂଗଠନିକ ସ୍ତରରେ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଥିଲେ। ଏହାକୁ ନେଇ ଦଳରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ଜୋର୍‌ ଧରିଥିଲା। ଆଗକୁ ପଶ୍ଚିମବଙ୍ଗ, ତାମିଲନାଡୁ ସମେତ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନ ଥିଲାବେଳେ କଂଗ୍ରେସ ଏକ ନିର୍ଣ୍ଣାୟକ ସମୟର ସାମ୍‌ନା କରିବାକୁ ଯାଉଛି। ଏହି ଅବସରରେ ଶନିବାର ଗୁଲାମ ନବୀ ଆଜାଦଙ୍କ ସମେତ ଅସନ୍ତୁଷ୍ଟ ବରିଷ୍ଠ ନେତାମାନେ ଜମ୍ମୁରେ ଏକ ବୈଠକରେ ଏକାଠି ହୋଇଛନ୍ତି। ଦଳରେ ଫାଟ ବଢ଼ୁଥିବା ଏଥିରୁ ସ୍ପଷ୍ଟ ସୂଚିତ ହୋଇଛି। କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱକୁ ସେମାନଙ୍କର ପୂର୍ବ ଦାବି ସମ୍ପର୍କରେ ସ୍ମରଣ କରାଇଦେବା ପାଇଁ ଅସନ୍ତୁଷ୍ଟମାନେ ଏକାଠି ହୋଇଥିବା କୁହାଯାଉଛି। ନିକଟରେ ରାଜ୍ୟ ସଭାରୁ ଅବସର ନେଇଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ, କପିଲ୍‌ ସିବଲ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା, ରାଜ୍ୟ ସଭା ସଦସ୍ୟ ବିବେକ ଟଙ୍ଖା, ଲୋକ ସଭା ସଦସ୍ୟ ମନୀଷ ତିଓ୍ବାରୀ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡା ଏବଂ ଅଭିନେତା-ରାଜନେତା ରାଜ ବବର ପ୍ରମ...

ଖେଳନା ଶିଳ୍ପରେ ଦେଶର ଶକ୍ତି ଲୁଚି ରହିଛି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭିଡିଓ କନଫେରେନ୍ସିଂ ଜରିଆରେ ଭାରତୀୟ ଖେଳଣା ମେଳା ଉଦଘାଟନ କରିଛନ୍ତି। ଏହି ମେଳାର ଉଦଘାଟନୀ ଉସତ୍ବରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ଦେଶର ଖେଳନା ଶିଳ୍ପ ମଧ୍ୟରେ ଅନେକ କାହାଣୀ ସହିତ ଏକ ବିରାଟ ଶକ୍ତି ଲୁଚି ରହିଛି। ଏହି ଶକ୍ତିକୁ ବୃଦ୍ଧି କରିବା ସହ ଏହାର ପରସରକୁ ଆଗକୁ ନେବା ହେଉଛି ଆତ୍ମର୍ନିଭରଶୀଳ ଭାରତ ଅଭିଯାନର ଏକ ବଡ ଅଂଶ। ପ୍ରଥମ ଖେଳନା ମେଳା କେବଳ ବ୍ୟବସାୟ କିମ୍ବା ଆର୍ଥିକ କାର୍ଯ୍ୟକ୍ରମ ପାଇଁ ନୁହେଁ, ଏହି କାର୍ଯ୍ୟକ୍ରମ ଦେଶର ପୁରାତନ କ୍ରୀଡା, ମନୋରଞ୍ଜନ, ସଂସ୍କୃତିକୁ ମଜଭୂତ କରିବା ପାଇଁ ଏକ ମାଧ୍ୟମ ଅଟେ। ଏହା ସହ ଆମ ଦେଶର ବିଭିନ୍ନ ଶାସ୍ତ୍ରରେ ଖେଳାନା ବିଷୟରେ ବର୍ଣ୍ଣନା କରାଯାଇଛି। The post ଖେଳନା ଶିଳ୍ପରେ ଦେଶର ଶକ୍ତି ଲୁଚି ରହିଛି appeared first on Dharitri Odia News .

୨୫୦ରେ ଟିକା

ନୂଆଦିଲ୍ଲୀ, ୨୮।୨: ଘରୋଇ ହସ୍ପିଟାଲ ଓ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ୍‌ ଟିକା ଡୋଜ୍‌ ପିଛା ୨୫୦ ଟଙ୍କାରେ ଉପଲବ୍ଧ ହେବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏହା ସ୍ଥିର ହୋଇଛି। ତେବେ ସରକାରୀ ହସ୍ପିଟାଲ ଓ ଟିକାଦାନ କେନ୍ଦ୍ରରେ ଟିକା ମାଗଣାରେ ମିଳିବ। ମାର୍ଚ୍ଚ ୧ରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେଉଛି। ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ ଏବଂ ବହୁବିଧ ରୋଗ ଥିବା ୪୫ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ କୋଭିଡ୍‌ ଟିକା ଦିଆଯିବ। ଜନସାଧାରଣ ନିଜ ପସନ୍ଦରେ ଟିକାକେନ୍ଦ୍ର ଚୟନ କରିବେ। ଘରୋଇ ହସ୍ପିଟାଲରେ ଟିକା ନେବାକୁ ଚାହୁଁଥିବା ବ୍ୟକ୍ତି ଡୋଜ୍‌ ପ୍ରତି ୨୫୦ ଟଙ୍କା ଦେବେ। ସେଥିରୁ ଟିକା ପ୍ରସ୍ତୁତକାରୀ କମ୍ପାନୀ ୧୫୦ ଟଙ୍କା ପାଇବାକୁ ଥିବାବେଳେ ୟୁଜର ଫି ୧୦୦ ଟଙ୍କା ହସ୍ପିଟାଲକୁ ମିଳିବ। ଉକ୍ତ ୧୦୦ ଟଙ୍କାରୁ ଟିକା ଦେଉଥିବା କର୍ମଚାରୀ ୫୦ ଟଙ୍କା ପାଇବେ ବୋଲି ସ୍ଥିର କରାଯାଇଛି। ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ)ଙ୍କ ନେତୃତ୍ୱରେ ସରକାରୀ ଅଧିକାରୀମାନଙ୍କ ସହ ଦୁଇ ଉତ୍ପାଦନକାରୀ କମ୍ପାନୀର ପ୍ରତିନିଧିଙ୍କର ଏକାଧିକ ପର୍ଯ୍ୟାୟ ବୈଠକ ପରେ ଟିକା ଦର ଧାର୍ଯ୍ୟ ହୋଇଛି। ସ୍ବାସ୍ଥ୍ୟ କର୍ମଚାରୀ ଏବଂ ଆଗଧାଡ଼ିର କୋଭିଡ୍‌ ଯୋଦ୍ଧାମାନଙ୍କ ପାଇଁ ସରକାର ଯେଉଁ ଦରରେ ଟିକା କିଣିଥିଲେ ତାହାଠାରୁ କମ୍‌ ଦରରେ ଘରୋଇ ହସ୍ପିଟାଲରେ ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେବ। କେନ୍ଦ୍ର ସରକାର...

ଆନ୍ଧ୍ର-ଓଡିଶା ବିବାଦରେ କୋଟିଆ ବାସୀ

କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଗ୍ରାମପଞ୍ଚାୟତର ୨୧ଟି ଗ୍ରାମ ବିବାଦ ଘେରରେ ରହିଛି। ତେବେ କୋଟିଆ ପଞ୍ଚାୟତର ବାସ୍ତବ ଚିତ୍ର କିପରି ରହିଛି, ଏ ନେଇ ଗ୍ରାଉଣ୍ଡ ଜିରୋ ରିପୋର୍ଟ।   The post ଆନ୍ଧ୍ର-ଓଡିଶା ବିବାଦରେ କୋଟିଆ ବାସୀ appeared first on Dharitri Odia News .

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ: ଭାରତୀୟ ମହିଳା ଦଳ ଘୋଷିତ; ଶିଖାଙ୍କୁ ଅଣଦେଖା, ଦିନିକିଆରୁ ଶେଫାଳି ବାଦ୍‌

ନୂଆଦିଲ୍ଲୀ,୨୮।୨(ପି.ଟି.): ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟୁଇନ୍‌ ସିରିଜ (ଦିନିକିଆ ଓ ଟି୨୦) ପାଇଁ ଭାରତୀୟ ମହିଳା ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟି୨୦ ସିରିଜ ଦଳରୁ ଅଭିଜ୍ଞ ଦ୍ରୁତ ବୋଲର ଶିଖା ପାଣ୍ଡେଙ୍କୁ ବାଦ୍‌ ଦିଆଯାଇଛି। ସେହିପରି ଆଶ୍ଚର୍ଯ୍ୟଜନକ ଭାବେ ଦିନିକିଆ ଦଳର ଧୂଆଁଧାର ଓପନର ଶେଫାଳି ବର୍ମାଙ୍କୁ ବାଦ୍‌ ଦିଆଇଛି। ନିତୁ ଡେଭିଡ୍‌ଙ୍କ ନେତୃତ୍ୱାଧୀନ ଚୟନ କମିଟି ଶେଫାଳିଙ୍କୁ ବାଦ୍‌ ଦେଇଥିବାରୁ ଏ ନେଇ ଚର୍ଚ୍ଚା ହେଉଛି। ମିଥାଲି ରାଜ ଓ ପୁନମ ରାଉତଙ୍କ ଷ୍ଟ୍ରାଇକ୍‌ ରେଟ୍‌ ନୈରାଶ୍ୟଜନକ ଥିବା ବେଳେ ଦଳରେ ସ୍ଥାନ ପାଇଛନ୍ତି। ମାତ୍ର ୧୯ଟି ଟି୨୦ ଖେଳିଥିବା ଶେଫାଳି ଗତବର୍ଷ ଟି୨୦ ବିଶ୍ୱକପ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଥିଲେ ଓ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିଲେ। ଚୟନକର୍ତ୍ତାମାନେ ଗତବର୍ଷର ଘରୋଇ ସେସନର ପ୍ରଦର୍ଶନ ସହିତ ବାଂଲାଦେଶ ବିପକ୍ଷରେ ସିରିଜରେ ଏ ଓ ବି ଦଳର ପ୍ରଦର୍ଶନକୁ ବିଚାର କରି ଦଳ ଚୟନ କରିଛନ୍ତି। ଦୁଇଟି ଫର୍ମାଟ୍‌ ପାଇଁ ଉଇକେଟକିପର ବ୍ୟାଟ୍ସମ୍ୟାନ ଶ୍ୱେତା ଭର୍ମା ଓ ସୁଷମା ବର୍ମାଙ୍କୁ ଉଭୟ ଦଳରେ ସାମିଲ କରାଯାଇଛି। ସେହିପରି ଡାହାଣହାତୀ ମିଡିୟମ ପେସର ସି. ପ୍ରତ୍ୟୁଷା ଓ ମୋନିକା ପଟେଲ ଉଭୟ ଦଳରେ ସ୍ଥାନ ପାଇଛନ୍ତି। ସେହିପରି ଯୁବ ଦ୍ରୁତ ବୋଲର ସିମ୍‌ରନ ଡିଲ ବାହାଦୁର ମଧ୍ୟ ଟି୨୦ ଦଳରେ ସ୍ଥାନ ପାଇଛନ୍ତି। ସେହିପରି ଦୁର୍ବଳ ଫର୍ମ ଦେଇ ଗତ...

ମହିଳା ହକି: ଜର୍ମାନୀଠାରୁ ହାରିଲା ଭାରତ

ଡସେଲଡର୍ଫ,୨୮ା୨ (ପି.ଟି.)- ବିଶ୍ୱର ୩ ନମ୍ବର ମାନ୍ୟତାପ୍ରାପ୍ତ ଜର୍ମାନୀ ମହିଳା ହକି ଦଳ ୫-୦ ଗୋଲରେ ଭ୍ରମଣକାରୀ ଭାରତକୁ ପରାସ୍ତ କରିଛି। ଆୟୋଜକ ଦଳ ପକ୍ଷରୁ ପିଆ ମାର୍ଟେନ୍ସ (୧୦ମ ଓ ୧୪ତମ ମିନିଟ), ପଲିନ୍‌ ହେଞ୍ଜ୍‌ (୨୮ତମ) ଏବଂ ଲିସା ଅଲ୍‌ଟେନବର୍ଗ (୪୧ତମ) ଗୋଲ ସ୍କୋର କରିଥିଲେ। ମ୍ୟାଚରେ ଜର୍ମାନୀ ସମ୍ପୂର୍ଣ୍ଣ ପ୍ରଧାନ୍ୟ ବିସ୍ତାର କରି ଖେଳିଥିଲା। ତୃତୀୟ କ୍ୱାର୍ଟରରେ ଲଢୁଆ ପ୍ରଦର୍ଶନ ସହ ଭାରତ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରି ବିଫଳ ରହିଥିଲା। ଚତୁର୍ଥ କ୍ୱାର୍ଟରରେ ଭାରତ ୪୭ତମ ଓ ୫୦ତମ ମିନିଟ୍‌ରେ ଦୁଇଟି ପେନାଲଟି କର୍ନର ପାଇଥିଲା, ମାତ୍ର ଏହାର ସଦୁପଯୋଗ କରିପାରି ନ ଥିଲା। ଏହି ଟୁର୍‌ରେ ଭାରତ ଆହୁରି ତିନୋଟି ମ୍ୟାଚ ଖେଳିବ। ଦ୍ୱିତୀୟ ମ୍ୟାଚ ରବିବାର ଖେଳାଯିବ। The post ମହିଳା ହକି: ଜର୍ମାନୀଠାରୁ ହାରିଲା ଭାରତ appeared first on Dharitri Odia News .

ଏବେ ରାନୁ ମଣ୍ଡଳଙ୍କ ନାଁ ଶୁଣିଲେ ପ୍ରଚଣ୍ଡ ରାଗୁଛନ୍ତି ହିମେଶ

ମୁମ୍ବାଇ: ବଲିଉଡ୍‌ କମ୍ପୋଜର, ଗାୟକ ତଥା ଅଭିନେତା ହିମେଶ ରେଶମିୟା ନିଜର କଠୋର ଆଭିମୁଖ୍ୟ ପାଇଁ ବେଶ୍‌ ଜଣାଶୁଣା। ମ୍ୟୁଜିକ୍‌ ଶୋ’ ସମୟରେ ହେଉ କି ଖବରଦାତାଙ୍କ ପ୍ରଶ୍ନ ପାଇଁ ହେଉ ସେ ରୋକ୍‌ଠୋକ୍‌ ଜବାବ ଦିଅନ୍ତି। ଏବେ ଏକ କାର୍ଯ୍ୟକ୍ରମରେ ଫଟୋଗ୍ରାଫରମାନେ ହିମେଶଙ୍କୁ ରାନୁ ମଣ୍ଡଳଙ୍କ ବିଷୟରେ ପଚାରିଦେଲେ। ଏହା ଶୁଣି ହିମେଶ ରାଗି ନିଆଁବାଣ। ଫଟୋଗ୍ରାଫର ରାନୁଙ୍କ ସେଲ୍‌ଫି ବିବାଦ ସମ୍ପର୍କରେ ହିମେଶଙ୍କୁ ପ୍ରଶ୍ନ ପଚାରିଦେଲେ। ହିମେଶ ରାଗି କି କହିଲେ ମୁଁ ତାଙ୍କ ମ୍ୟାନେଜର ନୁହେଁ। ଏ ବିଷୟରେ ଯାଆନ୍ତୁ ରାନୁଙ୍କୁ ପଚାରିବେ ସେ ଅଧିକ କହିପାରିବେ। ମୁଁ ଅନେକ ଲୋକଙ୍କୁ ବ୍ରେକ୍‌ ଦେଇଛି। ମାତ୍ର ଯଦି କାହା ଜୀବନରେ କିଛି ଘଟେ ତା’ର ଉତ୍ତର ମୁଁ ଦେଇପାରିବି ନାହିଁ। ରାନୁଙ୍କ ସ୍ବର ଲତା ମଙ୍ଗେସକରଙ୍କ ପରି ଥିଲା। ମୁଁ ତାଙ୍କୁ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲି। ସେ ତାଙ୍କ ଫିଲ୍ମ ‘ହାପି ହାର୍ଡି ଆଣ୍ଡ୍‌ ହୀର୍‌’ରେ ରାନୁଙ୍କୁ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ। ଏବେ ଆଉ ରାନୁଙ୍କୁ ଦେଖିବାକୁ ମିଳୁନି। ରାନୁ ପଶ୍ଚିମବଙ୍ଗର ରାଣାଘାଟ ରେଲ୍‌ଓ୍ବେ ଷ୍ଟେଶନରେ ଗୀତ ଗାଇ ଏକଦା ଚର୍ଚ୍ଚାକୁ ଆସିଥିଲେ। ଜଣେ ବ୍ୟକ୍ତି ଏହାର ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିଥିଲେ। ଯେଉଁଥିରେ ରାନୁ ଲତା ମଙ୍ଗେସକରଙ୍କ ଗୀତ ‘ଏକ ପ୍ୟାର କା ନଗମା’ ଗାଉଥିଲେ। ଭିଡିଓ ଭାଇରାଲ ହେବା ପରେ ରାତାରାତି ରାନୁ ଷ୍ଟାର ପାଲଟିଯାଇଥିଲେ। Th...

ଜାଣନ୍ତୁ ଏହି ରାଶିର ମହିଳାଙ୍କ ସ୍ବଭାବ: ବିବାହ ସମୟରେ ଆସିବ କାମରେ

ଅଧିକାଂଶ ପୁଅ ଚାହିଁଥାଆନ୍ତି ଯାହାକୁ ସେମାନେ ବିିବାହ କରିବେ ସେ ଭଲ ସ୍ବଭାବର ହେବା ସହ ତାଙ୍କୁ ମଧ୍ୟ ଅନୁରୂପ ଭାବେ ଭଲ ପାଆନ୍ତୁ। ତେବେ ଏପରି ଝିଅ ଖୋଜିବା ସମ୍ଭବ ହୋଇ ନ ଥାଏ। ସାଧାରଣତଃ ଅନ୍ୟ ଜଣଙ୍କୁ ଦେଖି ତାହାର ସ୍ବଭାବ ବିଷୟରେ ଜାଣିବା ସମ୍ଭବପର ନୁହେଁ। ମାତ୍ର ରାଶି ଦ୍ୱାରା ଝିଅଙ୍କ ସ୍ବଭାବ ସହଜରେ ଜାଣି ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ର ମତ ପୋଷଣ କରିଥାଏ। ତେବେ ଜାଣନ୍ତୁ କୁମ୍ଭରାଶି ମହିଳାଙ୍କ ସ୍ବଭାବ ସମ୍ପର୍କରେ … ସମସ୍ତଙ୍କ ସହ କରିଥାନ୍ତି ବନ୍ଧୁତା ଏହି ରାଶିର ମହିଳାମାନେ ସାଧାରଣତଃ ସମସ୍ତଙ୍କ ସହ ବନ୍ଧୁତା ସ୍ଥାପନ କରିଥାନ୍ତି। ଏମାନେ ବନ୍ଧୁତାରେ ବୟସର ତାରତମ୍ୟକୁ ନଜର ଦେଇ ନ ଥାଆନ୍ତି। ଏହା ସହ ଏମାନେ ଏହି ଦୋସ୍ତିକୁ ମୁଣ୍ଡରେ ନୁହେଁ, ବରଂ ହୃଦୟ ସହକାରେ ଗ୍ରହଣ କରିଥାଆନ୍ତି। ସୁନ୍ଦର କଥା ଏମାନଙ୍କ କଥା କହିବାଶୈଳୀ ଅଧିକ ସୁନ୍ଦର ହୋଇଥାଏ। ଏମାନଙ୍କ କଥା ମଧୁର। ଉଚ୍ଚ କଥା ଏମାନଙ୍କୁ ପସନ୍ଦ ହୋଇ ନ ଥାଏ। ଦେଖିବାକୁ ସୁନ୍ଦର ଏମାନଙ୍କ କଥା ଯେତିକି ସୁନ୍ଦର, ଦେଖିବାକୁ ମଧ୍ୟ ସେତିକି ସୁନ୍ଦର ହୋଇଥାନ୍ତି। ଏମାନେ ନିଜ ହିସାବରେ ଜୀବନଯାପନ କରିବାକୁ ପସନ୍ଦ କରିଥା’ନ୍ତି। ମଧୁର କଥା କହୁଥିବା ପୁଅଙ୍କୁ ଭଲ ପାଇଥା’ନ୍ତି ଏହି ରାଶିର ଝିଅ ତାଙ୍କ ପାର୍ଟନରଙ୍କୁ ଅଧିକ ଭଲ ପାଇଥା’ନ୍ତି। ଏମାନେ ଚାହାନ୍ତି ତାଙ୍କ ପାର୍ଟନର ତାଙ୍କ କଥାକୁ ଶୁଣନ୍ତୁ ଏବଂ ଧ୍ୟାନ ରଖନ୍ତୁ। ଏମାନଙ୍କୁ ଆରାମରେ ର...

ନକଲି ଖାଦ୍ୟ ସାମଗ୍ରୀ ପରେ ବିଦେଶୀ ମଦ

ବ୍ରହ୍ମପୁର ଅଫିସ,୨୮।୨: ବ୍ରହ୍ମପୁରରେ ନକଲି ଖାଦ୍ୟ ସାମଗ୍ରୀ ପରେ ଏବେ ନକଲି ବିଦେଶୀ ମଦ କାରଖାନା ଠାବ ହୋଇଛି। ଅବକାରୀ ବିଭାଗ ବଡ଼ବଜାର ଥାନା ଅନ୍ତର୍ଗତ ତୃପ୍ତି ନଗରରେ ଏକ ଘରେ ଚଢ଼ାଉ କରି ବିଭିନ୍ନ ବ୍ରାଣ୍ଡର ନକଲି ବିଦେଶୀ ମଦ, କଞ୍ଚାମାଲ, ସ୍ପିରିଟ ଆଦି ଜବତ କରିଛି । ଏହି ଘଟଣାରେ ମାଷ୍ଟରମାଇଣ୍ଡ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ କାଳୁପାତ୍ର ସାହିର ନାରାୟଣ ବିଶୋୟୀ, ସୁକୁଣ୍ଡାର ରବୀନ୍ଦ୍ର ପାଣିଗ୍ରାହୀ, ହରିଡ଼ାଖଣ୍ଡି ଶାନ୍ତିନଗରର ଏମ. ଆଶିଷ କୁମାର ରାଓ, ବେଗୁନିଆପଡ଼ା ଥାନା ଅନ୍ତର୍ଗତ କେ.ବରିଡ଼ା ଗ୍ରାମର ଶ୍ରୀକାନ୍ତ କୁମାର ବେହେରା ଓ ଗଣେଶ ନଗରର ସନ୍ତୋଷ ସ୍ବାଇଁ । ତୃପ୍ତି ନଗରରେ ନକଲି ମଦ କାରଖାନା ଚାଲିଥିବା ଜଣାପଡ଼ିବା ପରେ ଅବକାରୀ ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତଙ୍କ ସମେତ ଏସଆଇ ବିଶ୍ୱଜିତ ଦାଶ, ଏସଆଇ ସଞ୍ଜୟ କୁମାର ପାଣ୍ଡି ପ୍ରମୁଖ ସେଠାରେ ଚଢ଼ାଉ କରିଥିଲେ। ମାଷ୍ଟରମାଇଣ୍ଡ ନାରାୟଣ ଘରଭଡ଼ା ନେଇ ଏହି କାରଖାନା ଚଳାଉଥିଲେ। ତାଙ୍କର ୨ ସହଯୋଗୀ ହେଉଛନ୍ତି ରବୀନ୍ଦ୍ର ଓ ଆଶିଷ । ଶ୍ରୀକାନ୍ତ ଏବଂ ସନ୍ତୋଷ ଅଟୋ ଚାଳକ ବୋଲି ଜଣାପଡ଼ିଛି। କଲିକତାରୁ କଞ୍ଚାମାଲ ଆଣି ଏଠାରେ ନକଲି ମଦ ପ୍ରସ୍ତୁତ କରାଯାଇ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ବିକ୍ରି କରାଯାଉଥିଲା। ନକଲି ମଦ କିଭଳି ପ୍ରସ୍ତୁତ କରାଯାଉଥିଲା ମୁଖ୍ୟ ଅଭିଯୁକ୍ତ ତାହାର ଡେମୋ ଦେଖାଇଥିଲେ। ଏ ନେଇ ଅବକାର...

ଜନ୍ମଦିନ ପାଳନ ପାଇଁ ୪ ବର୍ଷ ଅପେକ୍ଷା କରନ୍ତି ଏହି ଅଭିନେତ୍ରୀ…

ଛୋଟ ପରଦାର ସୁନ୍ଦରୀ ନାୟିକା ଜାହ୍ନଭୀ ଛେଡ଼ା ନିଜର ଜନ୍ମଦିନ ପାଳନ ପାଇଁ ସମସ୍ୟାରେ ପଡ଼ିଥାନ୍ତି। ସେ ୧୯୮୪ ଫେବୃୟାରୀ ୨୯ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତେଣୁ କେବଳ ୨୯ ଦିନିଆ ଫେବୃୟାରୀ ମାସକୁ ସେ ଚାହିଁ ବସିଥାନ୍ତି। ପ୍ରତି ୪ ବର୍ଷରେ ଥରେ ଅଧିବର୍ଷ ପଡ଼ିଲେ ଫେବୃୟାରୀ ମାସ ୨୯ ଦିନ ହୁଏ। ଜାହ୍ନଭୀ ମନ ଖୁସିରେ ଜନ୍ମଦିନ ପାଳନ କରନ୍ତି। ଅନ୍ୟ ସବୁ ବର୍ଷ ତାରିଖ ଅନୁସାରେ ଜନ୍ମଦିନ ପାଳନ ନ କରି ତିଥି ଅନୁସାରେ ସେ ଏହି ଦିନଟିକୁ ପାଳନ କରନ୍ତି। ଏବେ ତାଙ୍କର ଜନ୍ମଦିନ ପୁଣି ୨୦୨୪ରେ ପଡ଼ିବ ବୋଲି ଜାହ୍ନଭୀ କୁହନ୍ତି। ତେବେ ଏନେଇ ସେ କେବେ ମନ ଦୁଃଖ କରି ନ ଥାନ୍ତି। ବାଳିକା ବଧୁ ସିରିଏଲରେ ଜାହ୍ନଭୀଙ୍କ ଅଭିନୟ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା। ସେହିପରି ସିଆଇଡି ସିରିଏଲରେ ସେ ଇନସ୍ପେକ୍ଟର ଭାବେ ମଧ୍ୟ ଅଭିନୟ କରିଛନ୍ତି। ୨୦୧୧ରେ ଜାହ୍ନଭୀ ବୟଫ୍ରେଣ୍ଡ ନିଶାନ୍ତ ଗୋପାଲିଆଙ୍କୁ ବିବାହ କରିଥିଲେ। ଏହାପରେ ସେ ଅଭିନୟ ଜଗତରୁ ଦୂରେଇ ରହିଯାଇଛନ୍ତି। The post ଜନ୍ମଦିନ ପାଳନ ପାଇଁ ୪ ବର୍ଷ ଅପେକ୍ଷା କରନ୍ତି ଏହି ଅଭିନେତ୍ରୀ… appeared first on Dharitri Odia News .

ତେଲୁଗୁ ବଦଳରେ ଓଡ଼ିଆ ପଢିବେ ଛାତ୍ରୀଛାତ୍ର

ଚିତ୍ରକୋଣ୍ଡା,୨୮ା୨: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତର ଜୁମଡାଙ୍ଗ ଗ୍ରାମକୁ ପୂର୍ବରୁ ବିଇଓ ଗାୟତ୍ରୀ ଦେବୀ ଗସ୍ତକରି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଗ୍ରାମର ପିଲାଙ୍କୁ ଶିକ୍ଷାଦାନ ନେଇ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେହି ଅନୁସାରେ ଶନିବାର ବିଇଓ ଗାଁରେ ପହଞ୍ଚତ୍ ଗ୍ରାମର ୬ ଝିଅ ଓ ୮ ପୁଅ ଏପରି ୧୪ ଜଣଙ୍କୁ ନେଇ ବଡପଡା ଆବାସିକ ବିଦ୍ୟାଳୟରେ ନାମ ଲେଖାଇଛନ୍ତି। ସେମାନଙ୍କୁ ବହି, ଖାତା,ପୋଷାକ, ଜୋତା ଦିଆଯାଇଛି। ଛାତ୍ରୀଛାତମାନେ ଆଉ ତେଲୁଗୁ ବିଦ୍ୟାଳୟକୁ ଯିବେ ନାହିଁ। ତେଲୁଗୁ ବଦଳରେ ଓଡ଼ିଆ ପଢିବେ ବୋଲି ବିଇଓ କହିଛନ୍ତି। ମାଲକାନଗିରି-ଆନ୍ଧ୍ର ସୀମାନ୍ତ ଜୁମଡାଙ୍ଗ ଗ୍ରାମ ଉପରେ ଆନ୍ଧ୍ର ନଜର ପକାଇ ଜୁମଡାଙ୍ଗ ଗ୍ରାମବାସୀଙ୍କୁ ପ୍ରଲୋଭିତ କରିଚାଲିଛି। ଗ୍ରାମରେ ବିଭିନ୍ନ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରୁଛି। ନିକଟରେ ଆନ୍ଧ୍ରରେ ହେଉଥିବା ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ସୀମାନ୍ତ ଗ୍ରାମବାସୀଙ୍କୁ ପ୍ରବର୍ତ୍ତାଇଥିଲା। ମାତ୍ର ଏନେଇ ଖବର ପାଇ ବିଇଓଙ୍କ ସମେତ ଜିଲା ପ୍ରଶାସନର ଅଧିକାରୀମାନେ ଜୁମଡାଙ୍ଗରେ ପହଞ୍ଚତ୍ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ସେମାନେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନରୁ ଦୂରେଇ ରହିବାକୁ ପ୍ରବର୍ତ୍ତାଇଥିଲେ। ଗ୍ରାମବାସୀ ଆଲୋଚନା ବେଳେ ଗ୍ରାମରେ ରହିଥିବା ବିଭିନ୍ନ ସମସ୍ୟା ଅଧିକାରୀମାନଙ୍କ ଦୃଷ୍ଟିକୁ ଆଣିବା ସହ ଗ୍ରାମରେ...

ଅନେକ ସମସ୍ୟାର ସମାଧାନ କରେ ଗୁଜୁରାତି

ପ୍ରାୟ ସମସ୍ତଙ୍କ ଘରେ ଗୁଜୁରାତିର ବ୍ୟବହାର କରାଯାଉଥିବା ଦେଖାଯାଏ । କିନ୍ତୁ ଏହାର ଔଷଧୀୟ ଗୁଣ ସମ୍ପର୍କରେ ସମସ୍ତଙ୍କୁ ଜଣା ନ ଥାଏ । ଏହା ହଜମ ଶକ୍ତି ବୃଦ୍ଧି କରିବା ସହ ଶରୀରରେ କୋଲେଷ୍ଟରଲ ସ୍ତର କମ୍ କରିଥାଏ ବୋଲି କୁହାଯାଏ । ଏହା ସିଷ୍ଟୋଲିକ ଓ ଡାଇଷ୍ଟୋଲିକ୍ କମ୍ କରିବାରେ ସହାୟକ ହୋଇଥାଏ । ବ୍ଲଡପ୍ରେସରରେ ଏହାର ପ୍ରଭାବ ବି ରହିଛି । ଏହାର ପାଉଡର ଖାଇଲେ ଏହା ଶରୀରର ଚର୍ବି ଅଂଶ କମ୍ କରିଥାଏ । ନିୟମିତ ଗୁଜୁରାତି ଖାଇଲେ ଏହା ଶରୀର ପାଇଁ କ୍ଷତିକାରକ ନୁହେଁ ବୋଲି ଏକ ଗବେଷଣାରୁ ଜଣାପଡିଛି । -ଗୁଜୁରାତି ତେଲର ବାମ୍ଫ ନେଲେ ସର୍ଦ୍ଦି, କାଶ ଓ ହୃଦ ସମସ୍ୟା ଦେଖାଦେଇ ନ ଥାଏ । -ନିୟମିତ ଗୁଜୁରାତି ଚା’ରେ ବ୍ୟବହାର କଲେ ହୃଦରୋଗ ଓ ଉଚ୍ଚ ରକ୍ତଚାପ ସମସ୍ୟା ଦୂର ହୋଇଥାଏ । -ଖାଇବା ପରେ ନିୟମିତ ଗୁଜୁରାତି ଚୋବାଇ ଖାଇଲେ ଏସିଡିଟି ସମସ୍ୟା ଦୂର ହୋଇଥାଏ । -ହଜମ ସମସ୍ୟା ଥିଲେ ପ୍ରତିଦିନ ସକାଳେ ଗୁଜୁରାତି ଚା’ ପିଇଲେ ଉପକାର ମିଳିଥାଏ । -ଯେଉଁମାନଙ୍କର ପାଟିରୁ ଦୁର୍ଗନ୍ଧ ବାହାରୁଥାଏ ସେମାନେ ନିୟମିତ ଗୁଜୁରାତି ଖାଇଲେ ଭଲ । The post ଅନେକ ସମସ୍ୟାର ସମାଧାନ କରେ ଗୁଜୁରାତି appeared first on Dharitri Odia News .

ଜୀବନସାଥୀଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ଛାଡପତ୍ରର କାରଣ ହୋଇପାରେ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୭।୨: ଦାମ୍ପତ୍ୟ ଜୀବନରେ ସୃଷ୍ଟି ହେଉଥିବା ଅଶାନ୍ତି ନେଇ ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଜଣେ ଜୀବନସାଥୀଙ୍କ ବିରୋଧରେ ଅନ୍ୟ ଜଣେ ବାରମ୍ବାର ଅଭିଯୋଗ ଆଣିବା ଅବା ତାଙ୍କୁ ତିରସ୍କାର କରିବା ଅନୁଚିତ। ଏହାଦ୍ୱାରା ସମ୍ପୃକ୍ତ ଜୀବନସାଥୀଙ୍କ ମାନସମ୍ମାନ ଏବଂ ପ୍ରତିଷ୍ଠାରେ ଆଞ୍ଚ୍‌ ସୃଷ୍ଟି ହେବାର ଆଶଙ୍କା ରହିଥାଏ। ଏଭଳି ଘଟଣା ଛାଡପତ୍ରର କାରଣ ମଧ୍ୟ ସାଜି ପାରେ ବୋଲି କୋର୍ଟ କହିଛନ୍ତି। ଏହା ଉଭୟ ସ୍ତ୍ରୀ ଏବଂ ସ୍ବାମୀଙ୍କ କ୍ଷେତ୍ରରେ ଲାଗୁ ହେବ। ଏକ ମାମଲାର ବିଚାର ସମୟରେ ସବୋର୍ଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଏଭଳି କୁହାଯାଇଛି। ଜଣେ ସେନା ଅଧିକାରୀ ତାଙ୍କ ସ୍ତ୍ରୀଙ୍କ ଅଭିଯୋଗ ନେଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସ୍ତ୍ରୀ ସେନା ଅଧିକାରୀଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ଆଣୁଥିବାରୁ ପାରିବାରିକ ଜୀବନରେ ଝଡ଼ ଉଠିଥିଲା। ସେନା ଅଧିକାରୀ ଜଣଙ୍କ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଥିଲେ। କୋର୍ଟ ତାଙ୍କର ଛାଡପତ୍ର ଆବେଦନକୁ ଗ୍ରହଣ କରିଛନ୍ତି। The post ଜୀବନସାଥୀଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ଛାଡପତ୍ରର କାରଣ ହୋଇପାରେ: ସୁପ୍ରିମ୍‌କୋର୍ଟ appeared first on Dharitri Odia News .

ଖାଶୋଗୀ ହତ୍ୟାରେ ଏମ୍‌ବିଏସ୍‌ଙ୍କ ବିମାନ

ଓ୍ବାଶିଂଟନ, ୨୭।୨: ଓ୍ବାଶିଂଟନ ପୋଷ୍ଟର ସ୍ତମ୍ଭକାର ଜମାଲ ଖାଶୋଗୀ ହତ୍ୟାକାଣ୍ଡ ସହ ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ (ଏମ୍‌ବିଏସ୍‌) ସମ୍ପୃକ୍ତ ଥିବା ନେଇ ନୂଆ ରିପୋର୍ଟ ପ୍ରକାଶ ପାଇବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସାଉଦି ରାଜା ସଲମାନଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ୨୦୧୮ ଅକ୍ଟୋବରରେ ଇସ୍ତାନବୁଲସ୍ଥିତ ସାଉଦି ବାଣିଜି୍ୟକ ଦୂତାବାସରେ ଖାଶୋଗୀଙ୍କୁ ହତ୍ୟା କରାଯାଇଥିଲା। ନିକଟରେ କୋର୍ଟରେ ଦାଖଲ ହୋଇଥିବା ଦସ୍ତାବିଜ୍‌ ଅନୁଯାୟୀ ସାଉଦି ଆରବର ହତ୍ୟାକାରୀ ସ୍କ୍ବାଡ୍‌ ବ୍ୟବହାର କରିଥିବା ଦୁଇଟି ଘରୋଇ ବିମାନ କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ଙ୍କ ଅଧୀନରେ ଥିଲା। ଏକ ଘରୋଇ କମ୍ପାନୀର ଉକ୍ତ ବିମାନକୁ କ୍ରାଉନ୍‌ ପ୍ରିନ୍ସ ଜବତ କରିଥିଲେ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି। ‘ଅତ୍ୟନ୍ତ ଗୋପନୀୟ’ ଲେଖାଥିବା ଉକ୍ତ ଦସ୍ତାବିଜ୍‌ରେ ସାଉଦିର ଜଣେ ମନ୍ତ୍ରୀ ସ୍ବାକ୍ଷର କରିଛନ୍ତି। ଏହି ମନ୍ତ୍ରୀ କ୍ରାଉନ୍‌ ପ୍ରିନ୍ସଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିଥାନ୍ତି। କୋର୍ଟରେ ଦାଖଲ ଦସ୍ତାବିଜ୍‌ ଅନୁଯାୟୀ ୨୦୧୭ ଶେଷ ଭାଗରେ ସ୍କାଏ ପ୍ରାଇମ୍‌ ଆଭିଏଶନର ମାଲିକାନା ସାଉଦି ସରକାରଙ୍କ ୪୦୦ ବିଲିୟନ ଡଲାର ନିବେଶ ପାଣ୍ଠିକୁ ସ୍ଥାନାନ୍ତର କରାଯାଇଥିଲା। ଉକ୍ତ କମ୍ପାନୀର ବିମାନକୁ ଖାଶୋଗୀଙ୍କ ହତ୍ୟାରେ ବ୍ୟବହାର କରାଯାଇଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି। ଉକ୍ତ ସରକାରୀ ନିବେଶ ପ...

ଲିଜିଆ ୟୁଏନ୍‌ଇପି ମୁଖ୍ୟ

ଜାତିସଂଘ, ୨୭।୨: ଭାରତୀୟ ଅର୍ଥନୀତିଜ୍ଞ ଲିଜିଆ ନୋରୋନ୍‌ହାଙ୍କୁ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି)ସହକାରୀ ମହାସଚିବ ଏବଂ ନ୍ୟୁୟର୍କ କାର୍ଯ୍ୟାଳୟର ମୁଖ୍ୟ ଭାବେ ନିଯୁକ୍ତି ମିଳିଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ପୂର୍ବରୁ ଏହି ପଦବୀରେ ଥିବା ଭାରତୀୟ ତଥା ବିକାଶ ଅର୍ଥଶାସ୍ତ୍ରୀ ସତ୍ୟ ତ୍ରିପାଠୀଙ୍କ ସ୍ଥାନରେ ଲିଜିଆ ଦାୟିତ୍ୱ ଗ୍ରହଣ କରିବେ। ସ୍ଥାୟୀ ବିକାଶ କ୍ଷେତ୍ରରେ ଲିଜିଆଙ୍କର ୩୦ ବର୍ଷରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ଅଭିଜ୍ଞତା ରହିଛି। ସେ ୨୦୧୪ରୁ ୟୁଏନ୍‌ଇପିର ନାଇରୋବିସ୍ଥିତ ଆଥିର୍ତ୍କ ବିଭାଗର ନିର୍ଦ୍ଦେଶକ ଥିଲେ। ୟୁଏନ୍‌ଇପିରେ ଯୋଗଦେବା ପୂର୍ବରୁ ସେ ନୂଆଦିଲ୍ଲୀସ୍ଥିତ ଦି ଏନର୍ଜି ଆଣ୍ଡ ରିସୋର୍ସେସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। The post ଲିଜିଆ ୟୁଏନ୍‌ଇପି ମୁଖ୍ୟ appeared first on Dharitri Odia News .

ବଦଳିବ ସମୀକରଣ

ନୂଆଦିଲ୍ଲୀ,୨୭ା୨: ପ୍ରଚାର କେବେଠୁ ଆରମ୍ଭ ହୋଇସାରିଥିଲା। ବାକି ଥିଲା କେବଳ ନିର୍ବାଚନ ତାରିଖ। ଶୁକ୍ରବାର ସିଇସି ସୁନୀଲ ଆରୋରାଙ୍କ ଘୋଷଣା ସହ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଆନୁଷ୍ଠାନିକ ଭାବେ ବାଜିଛି ନିର୍ବାଚନୀ ବିଗୁଲ। ୮୨୪ ବିଧାନସଭା ଆସନରେ ୧୮.୬୮ କୋଟି ଭୋଟର ନିଜ ରାଜନୈତିକ ଅଧିକାର ସାବ୍ୟସ୍ତ କରି ଆଗାମୀ ୫ ବର୍ଷ ପାଇଁ ପ୍ରତିନିଧି ବାଛିବେ। ଟିଏମ୍‌ସି ନେତ୍ରୀ ମମତା ବାନାର୍ଜୀଙ୍କ ଶାସନାଧୀନ ପଶ୍ଚିମବଙ୍ଗରେ ସର୍ବାଧିକ ୮ ପର୍ଯ୍ୟାୟରେ (ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯) ଭୋଟ ଗ୍ରହଣ କରାଯିବାକୁ ଥିବାବେଳେ ଭାଜପା କ୍ଷମତାସୀନ ଆସାମରେ ୩ ପର୍ଯ୍ୟାୟରେ (ମାର୍ଚ୍ଚ ୨୭ରୁ ଏପ୍ରିଲ ୬) ନିର୍ବାଚନ ହେବ। କେରଳ, ତାମିଲନାଡୁ ଓ ପୁଡୁଚେରୀରେ ଏପ୍ରିଲ ୬ରେ ମତଦାନ କରାଯିବ। ୨୦୧୬ ନିର୍ବାଚନ ପରଠାରୁ ଏହି ରାଜ୍ୟଗୁଡ଼ିକର ରାଜନୈତିକ ପାଣିପାଗରେ ଅନେକ ପରିବର୍ତ୍ତନ ଆସିଥିବାରୁ ଏଥର ସମୀକରଣ ବଦଳିପାରେ ବୋଲି ଆକଳନ କରୁଛନ୍ତି ବିଶ୍ଳେଷକ। ମମତା ବନାମ ମୋଦି ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୧୬ ଏପ୍ରିଲ ୪ରୁ ମେ ୫ ମଧ୍ୟରେ ୬ ପର୍ଯ୍ୟାୟରେ ହୋଇଥିଲା। ଏଠାରେ ମ୍ୟାଜିକ୍‌ ନମ୍ବର ୧୪୮ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ୨୧୧ ସିଟ୍‌ ଦଖଲ କରି ପୁନର୍ବାର କ୍ଷମତାକୁ ଫେରିଥିଲା। କଂଗ୍ରେସ ୪୪, ଭାରତୀୟ କମ୍ୟୁନିଷ୍ଟ ପାର୍ଟି-ମାର୍କ୍ସବାଦୀ(ସିପିଆଇଏମ...

ଆମେରିକାରୁ ଫେରି ପାହାଡ଼କୁ ସବୁଜ ସୁନ୍ଦର କଲେ ଏହି ଯୁବ ଇଞ୍ଜିନିୟର

ଭୋପାଳ,୨୬।୨: ମଧ୍ୟପ୍ରଦେଶର ଖାର୍ଗୋନ ଜିଲାର ଦୀପକ ଗୋଏଲ ନାମକ ଜଣେ ଯୁବ ଇଞ୍ଜିନିୟର ଆମେରିକାରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଥିଲେ। ବର୍ତ୍ତମାନ ସେ ଆମେରିକାରୁ ଫେରି ତାଙ୍କ ସ୍ତ୍ରୀ ଶିଳ୍ପାଙ୍କ ସହ ମିଶି ଏକ ପାହାଡ଼କୁ ସବୁଜ ସୁନ୍ଦର କରିବାରେ ସକ୍ଷମ ହୋଇପାରିଛନ୍ତି। ଗୋୟଲ ଦମ୍ପତି ପ୍ରାୟ ଏକ ଦଶନ୍ଧି ପୂର୍ବରୁ ଆମେରିକାରୁ ଘରକୁ ଫେରି ଖାର୍ଗୋନର ସୁନ୍ଦରଲ ଗ୍ରାମରେ ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ସୁନ୍ଦରଲର ପାହାଡ଼ ଉପରେ ବାଉଁଶର ‘ସବୁଜ ଭୂମି’ କରିବା ପାଇଁ ଦିନରାତି କଠିନ ପରିଶ୍ରମ କରିଥିଲେ। ଫଳସ୍ବରୂପ, ବର୍ତ୍ତମାନ ବାଉଁଶ ରୋପଣ ଏବଂ ବାଉଁଶ ଭିତ୍ତିକ ଶିଳ୍ପ ମାଧ୍ୟମରେ କେବଳ ସେମାନଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ହୋଇପାରି ନାହାନ୍ତି ବରଂ ବାଉଁଶ ରୋପଣ ଯତ୍ନ ପାଇଁ ୩୦ ପରିବାରକୁ ଯୋଡ଼ିବା ବ୍ୟତୀତ, ଦୁଇ ୟୁନିଟରେ ୭୦ ଜଣ ମହିଳା ଧୂପକାଠି ତିଆରି କରି ରୋଜଗାରକ୍ଷମ ହୋଇଛନ୍ତି। ଏଥିସହିତ ବାଉଁଶ ଉଦ୍ୟୋଗରେ ମଧ୍ୟ କିଛି ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ଇଞ୍ଜିନିୟର ଦୀପକ କହିଛନ୍ତି, ତାଙ୍କ ସ୍ତ୍ରୀ ଶିଳ୍ପାଙ୍କ ସହ ରାଜ୍ୟକୁ ଫେରିବାବେଳେ ସେ ବାଉଁଶ ଚାଷ କରିବାକୁ ଚିନ୍ତା କରି ନ ଥିଲେ। ପ୍ରଥମେ ଏଠାକୁ ଆସି ଫଳ ଉଦ୍ୟାନର କାର୍ଯ୍ୟ କରିବାକୁ ଚାହୁଁଥିଲେ। ପରେ ସେ ବାଉଁଶ ପ୍ରଜାତି ବ୍ୟବହାର କରି ନିଜ ଅଞ୍ଚଳର ଚିତ୍ର ଏବଂ ଭାଗ୍ୟ ବଦଳାଇବାରେ ସମର୍ଥ ହୋଇପାରିଥିବା କହିଛନ୍ତି। ଯାହା ତାଙ୍କ...

ଆଇପିଏଲ-୧୪: କୋଲକାତା, ଅହମ୍ମଦାବାଦ ସମେତ ୫ଟି ଭେନ୍ୟୁ ଚୂଡ଼ାନ୍ତ

ମୁମ୍ବାଇ,୨୭।୨: ସମ୍ଭବତଃ ଭାରତରେ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ତମ ସଂସ୍କରଣ ଲାଗି ମୁମ୍ବାଇକୁ ଏପର୍ଯ୍ୟନ୍ତ ଚୂଡ଼ାନ୍ତ କରାଯାଇନାହିଁ। ଲିଗ୍‌ର ସମସ୍ତ ଫ୍ରାଞ୍ଚାଇଜ ସହ ଶୁକ୍ରବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଆଲୋଚନା କରି ଏପ୍ରିଲ ୧୦ ତାରିଖରୁ ଆରମ୍ଭ ହେବାକୁ ଥିବା ଲିଗ୍‌ ପାଇଁ ୫ଟି ଭେନ୍ୟୁ ଚୂଡ଼ାନ୍ତ କରାଯାଇଛି। ଭେନ୍ୟୁ ତାଲିକାରେ ଚେନ୍ନାଇ, କୋଲକାତା, ଅହମ୍ମଦାବାଦ, ବାଙ୍ଗାଲୋର ଓ ଦିଲ୍ଲୀକୁ ରଖାଯାଇଛି। ମୁମ୍ବାଇକୁ ମଧ୍ୟ ବ୍ୟବହାର କରାଯାଇପାରେ। ଏ ସମ୍ପର୍କରେ ମହାରାଷ୍ଟ୍ର ସରକାରଙ୍କ ସହ ଆଲୋଚନା ଚାଲିଛି। ଦେଶରେ କରୋନାର ଦ୍ୱିତୀୟ ଲହରି ଫେରିଥିବାରୁ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାର ଅନୁମତି ଦେବାକୁ ପଛ ଘୁଞ୍ଚା ଦେଉଛନ୍ତି। The post ଆଇପିଏଲ-୧୪: କୋଲକାତା, ଅହମ୍ମଦାବାଦ ସମେତ ୫ଟି ଭେନ୍ୟୁ ଚୂଡ଼ାନ୍ତ appeared first on Dharitri Odia News .

ଓଜନ ଆଉ ପେଟ କମାଇବ ଏହି ଯୋଗାସନ

ସୁସ୍ଥ ରହିବା ପାଇଁ ଯୋଗାସନ ଜରୁରୀ ଅଟେ। ଫଳକାସନ ଏମିତି ଏକ ଆସନ ଯାହା କରିବା ଦ୍ୱାରା ଓଜନ କମିବା ସହ ପେଟ କମିଥାଏ ବୋଲି ଯୋଗଗୁରୁ ମତ ଦିଅନ୍ତି। ଖାଲି ଏତିକି ନୁହେଁ, ପାଚନ ସମ୍ବନ୍ଧୀୟ ସମସ୍ୟା, ନିଦ୍ରାହୀନତା ହୂର ହୁଏ। ମାଂସପେଶୀ ମଜଭୁତ ହୋଇଥାଏ। ଆସନ କରିବା ପ୍ରଣାଳୀ: ପ୍ରଥମେ ଚଟାଣରେ ସିଧା ହୋଇ ଠିଆ ହୁଅନ୍ତୁ। ଏବେ ଆଗକୁ ଝୁଙ୍କି ଠିଆ ହୁଅନ୍ତୁ। ଦୁଇ ହାତକୁ ଚଟାଣରେ ରଖନ୍ତୁ। ତା’ପରେ ଗୋଟିଏ ପାଦ ପଛକୁ ନିଅନ୍ତୁ। ପରେ ଆଉ ଏକ ପାଦ ନିଅନ୍ତୁ। ଗୋଇଠିକୁ ଟାଣ କରି ଚଟାଣରେ ରଖନ୍ତୁ। ମୁଣ୍ଡକୁ ଆଗକୁ ଓହଳାଇ ରଖନ୍ତୁ। ଏପରି ୩୦ରୁ୪୦ ସେକେଣ୍ଡ୍‌ ସ୍ଥିତିରେ ରୁହନ୍ତୁ। ତା’ ପରେ ଆଣ୍ଠୁକୁ ଭାଙ୍ଗନ୍ତୁ। ପାଦକୁ ଏପରି ରଖନ୍ତୁ ଯେପରି ବଜ୍ରାସନ ସ୍ଥିତିରେ ରହିବ। ଏପରି ନିୟମିତ ଭାବରେ କରନ୍ତୁ। ହାଡ଼ ମଜଭୁତ ହେବା ସହ ଅନିଦ୍ରା, ମାଇଗ୍ରେନ୍‌ ଠିକ୍‌ ହୋଇଥାଏ। ଚିନ୍ତା ଦୂର ହୁଏ। ପେଟର ମାଂସପେଶୀ କମିବା ସହ ଓଜନ କମାଇବାରେ ସହାୟକ ହୋଇଥାଏ। ଅନ୍ୟ କୌଣସି ସମସ୍ୟା ଥିଲେ ଯୋଗଗୁରୁଙ୍କ ପରାମର୍ଶ ନେଇ ଏପରି ଯୋଗ କରିବା ଉଚିତ୍‌। The post ଓଜନ ଆଉ ପେଟ କମାଇବ ଏହି ଯୋଗାସନ appeared first on Dharitri Odia News .

ମହିଳାମାନେ ଡେଟ୍‌ରେ ଗଲାବେଳେ ବ୍ୟାଗ୍‌ରେ ରଖନ୍ତୁ ଏହି ଜିନିଷ: ରହିବେ ସୁରକ୍ଷିତ

ବର୍ତ୍ତମାନ ସମୟର ଯୁବପିଢ଼ି ପାର୍ଟନରଙ୍କ ସହିତ ଅଧିକ ସମୟ ବିତାଇବାକୁ ଚାହୁଁଛନ୍ତି। ସେଥିଲାଗି ସେମାନେ ନିଜ ନିଜ ପାର୍ଟନରଙ୍କ ସହ ଡେଟ୍‌ରେ ଯିବାକୁ ପସନ୍ଦ କରିଥାନ୍ତି। ତେବେ ଏହି ଡେଟ୍‌ରେ ଯିବା ସମୟରେ ଝିଅମାନେ କିଛି ଜିନିଷ ନେବାକୁ ଭୁଲି ଯାଇଥାନ୍ତି, ଯେଉଁଥିପାଇଁ ଅସୁବିଧା ହୋଇଥାଏ। ତେବେ ଜାଣନ୍ତୁ ସେ ସବୁ ସମ୍ପର୍କରେ… – ପାର୍ଟନରଙ୍କ ସହିତ ଡେଟ୍‌ରେ ଯିବା ସମୟରେ ବ୍ୟାଗରେ ଏଟିଏମ୍‌ କାର୍ଡ ନେବାକୁ ଭୁଲନ୍ତୁ ନାହିଁ। ଅଧିକାଂଶ ସମୟ ପାର୍ଟନର ବିଲ୍‌ ଦେଲା ବେଳେ କାର୍ଡ କାମ କରି ନ ଥାଏ। ଏହି ସମୟରେ ଆପଣ ଆପଣଙ୍କ କାର୍ଡର ବ୍ୟବହାର କରି ପାର୍ଟନରଙ୍କୁ ଚିନ୍ତାମୁକ୍ତ କରାଇପାରିବେ। – ଡେଟ୍‌ରେ ଯିବା ସମୟରେ ଲିପ୍‌ଷ୍ଟିକ ନେବାକୁ ଭୁଲନ୍ତୁ ନାହିଁ। ଖାଇବା ସମୟରେ ଲିପ୍‌ଷ୍ଟିକ ଖରାପ ହୋଇପାରେ। ଖାଇବା ପରେ ଏହାକୁ ଲଗେଇଲେ ମୁହଁର ସୌନ୍ଦର୍ଯ୍ୟ ପୂର୍ବପରି ରହିବ। – ଯଦି ଅନୁଭବ କରନ୍ତି, ଆପଣଙ୍କ ଶରୀରରୁ ଦୁର୍ଗନ୍ଧ ବାହାରୁଛି, ତେବେ ବ୍ୟାଗରେ ରଖିଥିବା ସେଣ୍ଟ୍‌ ବ୍ୟବହାର କରନ୍ତୁ। – ଯଦି କାହା ସହ ପ୍ରଥମ ଥର ଡେଟ୍‌ରେ ଯାଉଛନ୍ତି, ଏସବୁ ନେବାକୁ ଯେପରି ଭୁଲି ନ ଯାଆନ୍ତି। The post ମହିଳାମାନେ ଡେଟ୍‌ରେ ଗଲାବେଳେ ବ୍ୟାଗ୍‌ରେ ରଖନ୍ତୁ ଏହି ଜିନିଷ: ରହିବେ ସୁରକ୍ଷିତ appeared first on Dharitri Odia News .

ଭିନ୍ନ ରହିବେନି ଭିନ୍ନକ୍ଷମ

ଅନୁଗୋଳ ଅଫିସ, ୨୭।୨ ଜନ୍ମରୁ ହେଉ ଅବା ରୋଗ କି ଦୁର୍ଘଟଣା, ବିଭିନ୍ନ କାରଣରୁ ଭିନ୍ନକ୍ଷମ ହୋଇଯାଇଥିବା ବ୍ୟକ୍ତିଙ୍କୁ ଶାରୀରିକ ଭାବେ ସକ୍ଷମ କରାଯିବ। କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଲଗାଇ ସେମାନଙ୍କୁ ସାଧାରଣଙ୍କ ପରି ଜୀବନ ଅତିବାହିତ ପାଇଁ ସୁଯୋଗ ଦିଆଯିବ। ଏଥିନିମନ୍ତେ ସରକାରଙ୍କ ପକ୍ଷରୁ ଅନୁଗୋଳ ଜିଲାରେ ସ୍ଥାପନ କରାଯାଉଛି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର। ଭୁବନେଶ୍ୱର ଓ ସୁନ୍ଦରଗଡ଼ ପରେ ଏହା ରାଜ୍ୟର ୩ୟ କେନ୍ଦ୍ରର ମାନ୍ୟତା ପାଇବାକୁ ଯାଉଛି। ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ନଚେତ୍‌ ଏପ୍ରିଲ ପ୍ରଥମ ସପ୍ତାହରେ ଏହି କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇ ଭିନ୍ନକ୍ଷମଙ୍କୁ ସକ୍ଷମ କରାଯିବା ଉଦ୍ୟମ ଆରମ୍ଭ କରିବାକୁ ଅନୁଗୋଳ ଜିଲା ପ୍ରଶାସନ ଲକ୍ଷ୍ୟ ରଖିଛି। ଅନୁଗୋଳ ସହରସ୍ଥିତ କଦମ ପଡ଼ିଆ ସମ୍ମୁଖରେ ଥିବା ଜିଲା ସାମାଜିକ ସୁରକ୍ଷା ସଶକ୍ତୀକରଣ ବିଭାଗ କାର୍ଯ୍ୟାଳୟରେ ଏହି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ସ୍ଥାପନ କରାଯିବ। ଏ ନେଇ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହାକୁ ବି.ଆର୍‌. ବାୟୋମେଡିକାଲ ପ୍ରାଇଭେଟ୍‌ ଲିମିଟେଡ୍‌ ପରିଚାଳନା କରିବ ବୋଲି ପ୍ରଶାସନ ପକ୍ଷରୁ ଚୁକ୍ତି କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୬ଟି ଗୃହ ନିର୍ମାଣ କରାଯାଉଥିବାବେଳେ ୨ଟି ଗୃହରେ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ତିଆରି କରାଯିବ। ଅବଶିଷ୍ଟ ୪ ରୁମ୍‌ରେ ରୋଗୀଙ୍କୁ ଚିକିତ୍ସାସେବା ଯୋଗାଇ ଦିଆଯିବ। ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହେବା ପରେ ଭିନ୍ନକ୍ଷ...

ଷ୍ଟ୍ରାଣ୍ଡ୍‌ଜା ମେମୋରିଆଲ ବକ୍ସିଂ: ଦୀପକ କୁମାର ଫାଇନାଲରେ

ନୂଆଦିଲ୍ଲୀ, ୨୭ା୨ (ପି.ଟି.)-ଅଲିମ୍ପିକ ଓ ବିଶ୍ୱ ଚାମ୍ପିୟନ ଉଜ୍‌ବେକିସ୍ତାନର ସାଖୋବିଦ୍ଦିିିନ ଜୋଇରୋଭଙ୍କ ବିପକ୍ଷରେ ୪-୧ରେ ବିଜୟ ହାସଲ କରି ଏସିଆନ ଗେମ୍ସ ବିଜେତା ଦୀପକ କୁମାର (୫୨କେଜି) ବୁଲ୍‌ଗେରିଆର ସୋଫିଆଠାରେ ଚାଲିଥିବା ୭୨ତମ ଷ୍ଟ୍ରାଣ୍ଡ୍‌ଜା ମେମୋରିଆଲ ବକ୍ସିଂ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଦୀପକଙ୍କର ଏହା ହେଉଛି ସବୁଠାରୁ ବଡ଼ ସ୍ମରଣୀୟ ବିଜୟ। ଜୋଇରୋଭ ୨୦୧୯ରେ ଭାରତର ଅମିତ ଫଙ୍ଗାଲଙ୍କୁ ପରାସ୍ତ କରି ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ଜିତିଥିଲେ। କୋଇରୋଭ ଏସିଆନ ଗେମ୍ସ ଏବଂ ଏହି ଚାମ୍ପିୟନଶିପ୍‌ରେ ରୌପ୍ୟ ବିଜେତା। ଗୁରୁବାର ପୂର୍ବରୁ ଅନୁଷ୍ଠିତ ଏକ କ୍ୱାର୍ଟରଫାଇନାଲରେ ଦୀପକ ୫-୦ରେ ବୁଲଗେରିଆର ଦାରିସ୍ଲ୍ଳାମ ଭାସିଲେଭ୍‌ଙ୍କୁ ୫-୦ରେ ପରାସ୍ତ କରିଥିଲେ। ଅନ୍ୟପକ୍ଷରେ ମହିଳା ପ୍ରତିଯୋଗିତାରେ ପୂର୍ବତନ ଯୁବ ବିଶ୍ୱ ଚାମ୍ପିୟନ ଜ୍ୟୋତି ଗୁଲିଆ (୫୧କେଜି) ଓ ଭାଗ୍ୟବତୀ କାଚାରୀ (୭୫କେଜି) ସେମାନଙ୍କ ଲଢେଇରେ ହାରିଯାଇଛନ୍ତି। ସେମାନଙ୍କର ଏହି ପରାଜୟ ଦ୍ୱାରା ମହିଳା ବିଭାଗରେ ବିନା ପଦକରେ ଭାରତୀୟ ଅଭିଯାନ ଶେଷ ହୋଇଛି। ପୁରୁଷ ବିଭାଗରେ ମନଜିତ୍‌ ସିଂ (+୯୧କେଜି) ମଧ୍ୟ ଟୁର୍ନାମେଣ୍ଟରୁ ବିଦାୟ ନେଇଛନ୍ତି। The post ଷ୍ଟ୍ରାଣ୍ଡ୍‌ଜା ମେମୋରିଆଲ ବକ୍ସିଂ: ଦୀପକ କୁମାର ଫାଇନାଲରେ appeared first on Dharitri Odia News .

ହିମାଙ୍କୁ ପୋଲିସ ଡିଏସ୍‌ପି ନିଯୁକ୍ତି

ଗୁଆହାଟୀ, ୨୭ ୨ (ପି.ଟି.)-ଷ୍ଟାର ସ୍ପ୍ରିଣ୍ଟର ହିମା ଦାସ ଆସାମ ପୋଲିସରେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ପଦବୀରେ ନିଯୁକ୍ତି ପାଇଛନ୍ତି। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କଠାରୁ ସେ ନିଯୁକ୍ତିପତ୍ର ଗ୍ରହଣ କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ପୋଲିସ ଡିଜିଙ୍କ ସମେତ ପୋଲିସ ବିଭାଗ ଏବଂ ରାଜ୍ୟ ସରକାରଙ୍କ ବହୁ ଉଚ୍ଚପଦାଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ୨୧ ବର୍ଷୀୟା ହିମା କହିଥିଲେ, ଜଣେ ପୋଲିସ ଅଫିସର ହେବା ଲାଗି ତାଙ୍କର ପିଲାଦିନରୁ ଏକ ଅଭିଳାଷ ଥିଲା। ଏସିଆନ ଗେମ୍ସ ରୌପ୍ୟ ବିଜୟିନୀ ତଥା ଜୁନିୟର ବିଶ୍ୱ ଚାମ୍ପିୟନ କହିଛନ୍ତି, ସେ ରାଜ୍ୟ ପୋଲିସରେ କାର୍ଯ୍ୟ କରିବା ସହ ପୂର୍ବଭଳି ଖେଳରେ ଅଧିକରୁ ଅଧିକ ଭଲ ପ୍ରଦର୍ଶନ କରିବା ଲାଗି ତାଙ୍କ ପ୍ରଚେଷ୍ଟା ଜାରି ରହିବ। The post ହିମାଙ୍କୁ ପୋଲିସ ଡିଏସ୍‌ପି ନିଯୁକ୍ତି appeared first on Dharitri Odia News .

ପ୍ଲେ ଅଫ୍‌ରେ ନର୍ଥଇଷ୍ଟ ୟୁନାଇଟେଡ୍‌

ଭାସ୍କୋ, ୨୭ା୨: ସ୍ଥାନୀୟ ତିଳକ ମୈଦାନରେ ଶୁକ୍ରବାର ଖେଳାଯାଇଥିବା ଇଣ୍ଡିଆନ ସୁପର ଲିଗ୍‌ର ଏକ ମ୍ୟାଚରେ ନର୍ଥଇଷ୍ଟ ୟୁନାଇଟେଡ ୨-୦ ଗୋଲରେ କେରଳ ବ୍ଲାଷ୍ଟର୍ସ ଏଫ୍‌ସିକୁ ପରାସ୍ତ କରିଛି। ଏଥି ସହିତ ଦଳ ପ୍ଲେ-ଅଫ୍‌ରେ ସ୍ଥାନ ପକ୍କା କରିଛି। ଦଳ ପକ୍ଷରୁ ଭି.ପି. ସୁହେର (୩୪ତମ) ଓ ଲାଲେଙ୍ଗମାଓ୍ବିଆ (୪୫ତମ ମିନିଟ) ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଏହାକୁ ମିଶାଇ ନର୍ଥଇଷ୍ଟ କ୍ରମାଗତ ୯ଟି ମ୍ୟାଚରେ ଅପରାଜେୟ ରହିଛି। କୋଚ୍‌ ଖଲିଦ ଜମିଲ ପ୍ରଥମ ଭାରତୀୟ ମ୍ୟାନେଜର ଭାବେ ୩ କିମ୍ବା ତା’ଠାରୁ ଅଧିକ ଲିଗ୍‌ ମ୍ୟାଚରେ ସଫଳତାର ସହ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କରିଛନ୍ତି। ପଏଣ୍ଟ ଟେବୁଲରେ ନର୍ଥଇଷ୍ଟ ୟୁନାଇଟେଡ୍‌ ତୃତୀୟ ସ୍ଥାନରେ ରହିଥିବାବେଳେ ଓଡ଼ିଶା ଏଫ୍‌ସି ଉପରେ କେରଳ ବ୍ଲାଷ୍ଟର୍ସ ୧୦ମ ସ୍ଥାନରେ ରହିଛି। ମ୍ୟାଚରେ କେରଳ ବ୍ଲାଷ୍ଟର୍ସ ୧୦ଟି କର୍ନର ପାଇଥିଲେ ମଧ୍ୟ ସେଥିରୁ ଫାଇଦା ଉଠାଇ ପାରି ନ ଥିଲା। ସେ ତୁଳନାରେ ନର୍ଥଇଷ୍ଟକୁ ମାତ୍ର ୩ଟି କର୍ନର ମିଳିଥିଲା। ମ୍ୟାଚ ପରେ ବିଜୟୀ ଦଳ କୋଚ୍‌ ଖଲିଦ କହିଛନ୍ତି, ଖାସା କାମରା ହେଉଛନ୍ତି ତାଙ୍କ ଦଳର ଜଣେ ପ୍ରମୁଖ ଖେଳାଳି। ତାଙ୍କୁ କୌଣସି ପରାମର୍ଶର ଆବଶ୍ୟକ ପଡ଼ି ନ ଥାଏ। ଗାଲେଗୋ ଶତ ପ୍ରତିଶତ ଫିଟ୍‌ ନ ଥିବାରୁ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ତାଙ୍କ ଖେଳାଳିମାନେ କଠିନ ପରିଶ୍ରମ କରିଥିବାରୁ ସେ ଖୁସି। ଫାଇନାଲରେ ପ୍ରବେଶ ପାଇଁ ଆମକୁ ଅଧିକ ପରିଶ୍ରମ କରିବ...

ବିଜୟ ହଜାରେ ଟ୍ରଫି: ଓଡ଼ିଶାର ପ୍ରଥମ ବିଜୟ

ଭୁବନେଶ୍ୱର, ୨୭।୨(କ୍ରୀଡ଼ା ପ୍ରତିନିଧି)-ଅଧିନାୟକ ଶାନ୍ତନୁ ମିଶ୍ରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଓଡ଼ିଶା ଚଳିତ ବିଜୟ ହଜାରେ ଟ୍ରଫି ଦିନିକିଆ ଘରୋଇ କ୍ରିକେଟ ଟୁର୍ନାମେଣ୍ଟରେ ଶୁକ୍ରବାର ପ୍ରଥମ ବିଜୟ ସ୍ବାଦ ଚାଖିଛି। ଅଲୁରର କେଏସ୍‌ସିଏ ଗ୍ରାଉଣ୍ଡ-୨ରେ ଶୁକ୍ରବାର ଅନୁଷ୍ଠିତ ଗ୍ରୁପ୍‌ ‘ସି’ ମ୍ୟାଚରେ ଓଡ଼ିଶା ୭ ଉଇକେଟରେ ବିହାରକୁ ପରାସ୍ତ କରିଛି। କେରଳ, ରେଲଓ୍ବେ ଓ କର୍ନାଟକଠାରୁ କ୍ରମାଗତ ୩ ପରାଜୟ ପରେ ଓଡ଼ିଶାର ଏହା ପ୍ରଥମ ବିଜୟ। ଏଠାରେ ପ୍ରଥମେ ବ୍ୟାଟିଂ କରିଥିବା ବିହାର ୫୦ ଓଭରରେ ୭ ଉଇକେଟ ହରାଇ ୨୫୫ ରନ କରିଥିଲା। ଜବାବରେ ଓଡ଼ିଶା ୪୮.୧ ଓଭରରେ ୩ ଉଇକେଟ ହରାଇ ୨୫୮ ରନ ସଂଗ୍ରହ କରି ନେଇଥିଲା। ବିଜୟ ଫଳରେ ଓଡ଼ିଶା ପଏଣ୍ଟ (୪) ଖାତା ଖୋଲିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବିହାର। ମଙ୍ଗଲ ମହରୋର ଓ ଏସ. ଗନିଙ୍କ ଓପନିଂ ଯୋଡ଼ିରେ ଦଳ ୨୧ ଓଭରରୁ ୯୫ ରନ ସଂଗ୍ରହ କରି ଦଳ ପାଇଁ ଭଲ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲା। ୬୮ ବଲ୍‌ରୁ ୭ ଚୌକା ସହାୟତାରେ ୪୮ ରନ କରିଥିବା ଗନିଙ୍କୁ ଆଉଟ କରି ଓଡ଼ିଶାକୁ ପ୍ରତୀକ୍ଷିତ ବ୍ରେକ୍‌ ଥ୍ରୁ ଦେଇଥିଲେ ଅଧିନାୟକ ଶାନ୍ତନୁ ମିଶ୍ର। ପରେ ମଙ୍ଗଲ (୩୮ ରନ, ୬୪ ବଲ, ୩ ଚୌକା, ୧ ଛକା) ଓ ଯଶଭି ରିଷଭ (୨)ଙ୍କୁ ଶାନ୍ତନୁ ଆଉଟ କରିବାରୁ ୨୩ ଓଭର ବେଳକୁ ବିହାର ସ୍କୋର ୯୯/୩ ହୋଇ ଯାଇଥିଲା। ମିଡ୍‌ଲ ଅର୍ଡରରେ ବବୁଲ କୁମାର ୭୮(୭୧ ବଲ, ୩ ଚୌକା, ୪ ଛକା) ରନ କରି ଦଳକ...

ଜୀବନରେ ଅପବ୍ୟୟ

ଡ. ସତ୍ୟ ନାରାୟଣ ମିଶ୍ର ବଞ୍ଚିବା  ନିମନ୍ତେ ଆବଶ୍ୟକ ଉପକରଣ ତଥା ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ବ୍ୟୟ ଯଥାର୍ଥ। ବ୍ୟୟ ଓ ଅପବ୍ୟୟ ମଧ୍ୟରେ ପ୍ରାସଙ୍ଗିକତା ଦୃଷ୍ଟିରୁ ପ୍ରଥମେ ଯେତେବେଳେ ଅପବ୍ୟୟ କଥା ଆଲୋଚନା ହୁଏ, ସେତେବେଳେ ଆଗ ବ୍ୟୟ କଥା ଆସେ। ସେ ଦୃଷ୍ଟିରୁ ସୂକ୍ଷ୍ମ ଚିନ୍ତାଧାରାରେ ତର୍ଜମା କଲେ ସୃଷ୍ଟିର ପ୍ରତ୍ୟେକ ମଣିଷ ବର୍ତ୍ତମାନ ବ୍ୟୟ ସଙ୍କୁଚିତ କରି ଅପବ୍ୟୟରେ ନିଜେ ନିମଜ୍ଜିତ। ବ୍ୟୟ ହେଉଛି ଆବଶ୍ୟକତାକୁ ସମ୍ମୁଖୀନ ହେବା ଓ ଜୀବନଧାରଣରେ ନିଜର ଅଭାବକୁ ମେଣ୍ଟେଇବା। ତେଣୁ ବ୍ୟୟରେ ଥାଏ ହିସାବ ଓ ଏହା ସହିତ ଆୟର ମଧ୍ୟ ସମ୍ପର୍କ ଥାଏ। ଆୟ ସହିତ ବ୍ୟୟର ସମଷ୍ଟିଗତ ତଥା ତୁଳନାତ୍ମକ ସମ୍ପର୍କ ରହିଅଛି। ବ୍ୟୟ ଆୟକୁ ଦେଖି କରାଯାଏ, ମାତ୍ର ଆୟ ବ୍ୟୟକୁ ଦେଖି ମଣିଷ ଯାହା ଚାହେଁ ହୋଇପାରେନା। ତେଣୁ ବ୍ୟୟରେ ଥାଏ ଏକ ପରିସୀମା, ଯାହା ଆୟ ତାହାକୁ ଲଗାମ ଧରେ। ସେଥିପାଇଁ ବିଜ୍ଞ ଲୋକମାନେ ଆୟ ଓ ବ୍ୟୟର ଏକ ଅଟକଳ କରିଥାଆନ୍ତି, ଯାହା ‘cut your court according to your cloth’ କୁ ମାନ୍ୟତା ଦିଏ । ମାତ୍ର ପ୍ରାସଙ୍ଗିକତା ଦୃଷ୍ଟିକୋଣରୁ ବିଚାର କଲେ ଯାହା ବ୍ୟୟର ପରିସୀମାକୁ ଲଙ୍ଘି ଆଗକୁ ଚାଲିଯାଏ, ତାହାକୁ ଅପବ୍ୟୟ କୁହାଯାଏ। ଅପବ୍ୟୟର କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନଥାଏ। ଅପବ୍ୟୟ ହେଉଛି ଏକ ମାନସିକ ଦୁର୍ବଳତା ଓ ଅସହିଷ୍ଣୁତାର ରୂପରେଖ। ସମାଜରେ ନିଜର ବାହ୍ୟାଡ଼ମ୍ବର ସ୍ଥିତିକୁ ମଜଭୁତ କରିବା ପାଇଁ ଅନେକ...

ରାଜ୍ୟ ବଜେଟ: ସମ୍ବଳ ବାଧକ

ଡ. ସନ୍ତୋଷ କୁମାର ମହାପାତ୍ର ଫେବୃୟାରୀ ୨୨ରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୧-୨୨ ଆର୍ଥତ୍କବର୍ଷ ପାଇଁ କାଗଜବିହୀନ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖାଦେଇଛି। ସାଧାରଣତଃ ଏକ ବଜେଟକୁ ଯେତେବେଳେ ସମୀକ୍ଷା କରାଯାଏ, ନୋମିନାଲ ବା ନାମାଙ୍କନ ମୂଲ୍ୟରେ କେତେ ବୃଦ୍ଧି ପାଇବ ତାହା ବିଚାର କରାଯାଏ ନାହିଁ। କାରଣ ଏହା ପ୍ରତ୍ୟେକ ବର୍ଷ ବୃଦ୍ଧି ପାଇଥାଏ। ଏଣୁ ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ କେତେ ବ୍ୟୟ ଅଟକଳ ବୃଦ୍ଧି ପାଇଛି, ତାହା ସମୀକ୍ଷା ହେବା କଥା। ରାଜ୍ୟ ଜିଡିପି ଅନୁସାରେ ମୋଟ ବ୍ୟୟ ତଥା ବିଭିନ୍ନ କ୍ଷେତ୍ରରେ ବ୍ୟୟ, ରାଜସ୍ବ, ଅଣରାଜସ୍ବ କେତେ ବୃଦ୍ଧି ପାଇଛି ତାହାକୁ ବିଚାରକୁ ନିଆଯାଇଥାଏ। ଗତବର୍ଷ ବଜେଟ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ୨୦୨୦-୨୧ ବର୍ଷରେ ନୋମିନାଲ ବା ନାମାଙ୍କନ ଜିଏସ୍‌ଡିପି ୧୧.୭% ଏବଂ ବାସ୍ତବ ଜିଏସ୍‌ଡିପି ବୃଦ୍ଧି ୭% (ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ) ହେବ ବୋଲି ଆକଳନ କରିଥିଲେ। କିନ୍ତୁ କରୋନା ମହାମାରୀର କୁପ୍ରଭାବରେ ବାସ୍ତବ ଜିଏସ୍‌ଡିପି ବିଯୁକ୍ତାତ୍ମକ ୪.୯୨% (ଭାରତୀୟ ଅର୍ଥନୀତିରେ ବିଯୁକ୍ତାତ୍ମକ ୭.୬% ହ୍ରାସ ପାଇଛି) ହେବା ସହିତ ନାମାଙ୍କନ ଜିଏସ୍‌ଡିପି ବିଯୁକ୍ତାତ୍ମକ ୨.୨୪% ହୋଇଛି। ଅର୍ଥାତ୍‌ ନୋମିନାଲ ଜିଏସ୍‌ଡିପି ୨୦୨୦-୨୧ ବର୍ଷ ପାଇଁ ଏହା ୫,୯୬,୨୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। କିନ୍ତୁ କରୋନା ମହାମାରୀର କୁ...

ଏଇ ଭାରତରେ

ଭୀମା ଚାଲଓ୍ବାଡିଙ୍କ ସାହସର ଗାଥା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ। ଗୋଆର ଭାସ୍କୋ ନିବାସୀ ସମ୍ପୃକ୍ତା ମହିଳାଙ୍କୁ ୧୫ ବର୍ଷ ବୟସରେ ଜଣେ ଦେହଜୀବୀ ହେବାକୁ ବାଧ୍ୟ କରାଯାଇଥିଲା। କିନ୍ତୁ ସେ ସେଥିରୁ ମୁକୁଳି ଏବେ ୮୦୦ କମ୍‌ ବୟସର ଦେହଜୀବୀଙ୍କୁ ଉଦ୍ଧାର କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାରେ ଲାଗିଛନ୍ତି। ଏବେ ଭୀମାଙ୍କୁ ୩୫ ବର୍ଷ। କେବଳ ଶିଶୁମାନଙ୍କୁ ସେ ଉଦ୍ଧାର କରୁନାହାନ୍ତି, ବହୁ ମହିଳାଙ୍କୁ ବି ଏହି ଭୟଙ୍କର ପରିସ୍ଥିତିରୁ ମୁକାଳି ଥଇଥାନ କରିଛନ୍ତି। ଏଭଳି ଏକ ଦିନ ତାଙ୍କ ପାଇଁ ଆସିବ ବୋଲି ସେ ୨୦ ବର୍ଷ ତଳେ କେବେବି ଚିନ୍ତା କରିନଥିଲେ। ପ୍ରଥମେ ଜଣେ ଦେବଦାସୀ ହେବା ପରେ ତାଙ୍କ ମାତାପିତା ତାଙ୍କୁ ଦେହଜୀବୀ ଭାବେ ଜୀବନ ଜିଇବାକୁ ଭାସ୍କୋର ରେଡ୍‌ ଲାଇଟ୍‌ ଏରିଆକୁ ପଠାଇ ଦେଇଥିତ୍ଲେ। ସେଠାରୁ ଖସି ଆସିବା ଲାଗି ଭୀମା ଦୁଇ ତିନି ଥର ଚେଷ୍ଟା କରିଥିଲେ ବି ସଫଳ ହୋଇ ନ ଥିଲେ। କିନ୍ତୁ ୨୦୦୩ରେ ସେହି ଅଞ୍ଚଳରେ କ୍ରାଇମ୍‌ ବ୍ରାଞ୍ଚ ଚଢ଼ାଉ କରିବା ପରେ ତାଙ୍କୁ ଉଦ୍ଧାର କରାଯିବା ପରେ ସେ ଏକ ଏନ୍‌ଜିଓରେ କାମକଲେ। ପରେ ସେ ଦେବଦାସୀମାନଙ୍କୁ ନେଇ ଏକ ଟିମ୍‌ ଗଠନ କରି ଦେହଜୀବୀ ହେବାକୁ ବାଧ୍ୟ କରାଯାଉଥିବା ଝିଅମାନଙ୍କୁ ଚିହ୍ନଟ କରି ଉଦ୍ଧାର କରିବାରେ ଲାଗିଲେ। ନିଜେ କିଛି ପଢ଼ି ନ ଥିଲେ ବି ସେମାନଙ୍କୁୁ ଶିକ୍ଷା ଦେବାର ବ୍ୟବସ୍ଥା କରୁଛନ୍ତି। The post ଏଇ ଭାରତରେ appeared first on Dhari...

ଛୋଟ ପଦକ୍ଷେପ

ବିଦେଶ ମନ୍ତ୍ରଣାଳୟ(ଏମ୍‌ଇଏ) ଅଧିକ ଯୁଗ୍ମ ସଚିବଙ୍କୁ କୂଟନୈତିକ କ୍ଷେତ୍ରରେ ଯୋଡ଼ିବାକୁ ଅତ୍ୟନ୍ତ ଉତ୍ସୁୁକତା ପ୍ରକାଶ କରିଛି। ବିଭିନ୍ନ ଦେଶରେ ସ୍ଥାପିତ ନୂଆ ଦୂତାବାସ ଏବଂ ବାଣିଜ୍ୟ ଦୂତାବାସରେ କର୍ମଚାରୀ ନିଯୁକ୍ତି ପାଇଁ ଏଭଳି କରାଯାଇଛି। କିଛି ଦିନର ଅପେକ୍ଷା ପରେ ଏବେ ଏହି କ୍ଷେତ୍ରରେ ପ୍ରଗତି ହୋଇଛି। ସରକାର ୨୦୦୩ ବ୍ୟାଚ୍‌ର ୮ ଜଣ ଆଇଏଫ୍‌ଏସ୍‌ ଅଧିକାରୀଙ୍କୁ ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରିବା ଲାଗି ନିଯୁକ୍ତି ତାଲିକା ପ୍ରସ୍ତୁତ କରିଛନ୍ତି। ସୂତ୍ରରୁ ଜଣାପଡିଛି ଯେ, ଆଇଏଫ୍‌ଏସ୍‌ର କ୍ୟାଡର କଣ୍ଟ୍ରୋଲିଂ ଅଥରିଟି ଗତବର୍ଷ ଡିସେମ୍ବରରେ ତା’ ତାଲିକା ପ୍ରସ୍ତୁତ କରିଥିଲା, କିନ୍ତୁ ସରକାର ୨୦୦୩ ବ୍ୟାଚର ୪୧ ଜଣ ଆଇଏଏସ୍‌ ଅଧିକାରୀଙ୍କ ନିଯୁକ୍ତି ତାଲିକା ପ୍ରସ୍ତୁତ କରିବାକୁ ଚାହଁୁଥିବାରୁ ତାହାକୁ ଅଟକାଇବା ଲାଗି କୁହାଯାଇଥିଲା। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି) ମଧ୍ୟ ବିଦେଶ ମନ୍ତ୍ରଣାଳୟକୁ କହିଥିଲା ଯେ, ଆଇଏଏସ୍‌ ଏବଂ ଆଇଏଫ୍‌ଏସ୍‌ଙ୍କ ନିଯୁକ୍ତି ତାଲିକା ପ୍ରସ୍ତୁତି ପ୍ରକ୍ରିୟା ମଧ୍ୟରେ ଗୋଟିଏ ମାସ ଅନ୍ତର ରହିବା ଉଚିତ। ଏଥିତ୍ରୁ ଆହୁରି ମଧ୍ୟ ସୂଚନା ମିଳୁଛି ଯେ,କେବଳ ଦିବେଶ ଉତ୍ତମଙ୍କୁ ଦେଶରେ ଓ ଅନ୍ୟ ସମସ୍ତ ଆଇଏଫ୍‌ଏସ୍‌ ଅଧିକାରୀଙ୍କୁ ବିଦେଶରେ ନିଯୁକ୍ତି ଦିଆଯାଇଛିି। ଏହା ଏକ ଜଣାଶୁଣା କଥା ଯେ,ଭାରତୀୟ ବିଦେଶ ସେବା ଏହାର ନିର୍ଦ୍ଧାରିତ ସଂଖ୍ୟାଠାରୁ ବହୁତ କମ୍‌ ରହିଛି। ବିଦେଶରେ ଥିବା ଭ...

ଜଙ୍ଗଲରେ ନିଆଁ…

କେନ୍ଦୁଝର,୨୭ା୨: କେନ୍ଦୁଝର ଜିଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବାରୁ ବନ ବିଭାଗ ପାଇଁ ଚିନ୍ତାର କାରଣ ହୋଇଛି। ନିଆଁ ଲାଗିଲେ ଲିଭାଇବା ପାଇଁ କାୈଣସି ବ୍ୟବସ୍ଥା ଗ୍ରହଣ କରାଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଜିଲାର ତେଲକୋଇ, ସଦର, ଭୂୟାଁ ଓ ଜୁଆଙ୍ଗପୀଢ଼, ଘଟଗାଁ, ଦୈତାରୀ, ବଡ଼ବିଲ ଆଦି ବନାଞ୍ଚଳ ଜଙ୍ଗଲରେ ନିଆଁ ଲାଗୁଥିବା ନଜିର ରହିଛି। ଏନେଇ ବନ ବିଭାଗ ପକ୍ଷରୁ ଜନ ସଚେତନତା ସୃଷ୍ଟି କରିବା ସହ ନିଆଁ ଲିଭାଇବା ପାଇଁ ସ୍କ୍ବାଡ୍‌ ଗଠନ କରାଯାଇଛି। ଏହା ସତ୍ତ୍ୱେ ପ୍ରତ୍ୟେକ ବର୍ଷ ଜିଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବାରୁ ବ୍ୟାପକ କ୍ଷୟକ୍ଷତି ଘଟୁଛି। ତେଲକୋଇ ବନାଞ୍ଚଳ ଅନ୍ତର୍ଗତ ଛାମୁଣ୍ଡା ଜଙ୍ଗଲ ଓ ଆଖପାଖ ଚାଷ ଜମିରେ ନିଆଁ ଲାଗିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ହେଲେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେମାତ୍ର କର୍ମଚାରୀ ନିରୁପାୟ ହୋଇ ନିଆଁ ଲିଭିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ନିଆଁ ବ୍ୟାପି ସମଗ୍ର ଅଞ୍ଚଳ ଧୂଆଁରେ ଆଚ୍ଛାଦିତ ହୋଇଯାଇଥିଲା ା ଫଳରେ ତେଲକୋଇ-ଜଗମୋହନପୁର ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପ୍ରକାଶ ଯେ, ଛାମୁଣ୍ଡା, ବିଞ୍ଜବାହାଳ, ଗୋଳାବନ୍ଧ, କାକୁଡିଅମ୍ବା, ଟୁଙ୍ଗୁରୁବାହାଳ, ଦନ୍ଦରଗଣି, ନୂଆଡିହି ଆଦି ଅଞ୍ଚଳରେ ନିଆଁକୁ ରୋକିବା ପାଇଁ ୪ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେହିପରି ସଦର ରେଞ୍ଜ ଓ ଭୂୟାଁ ଓ ଜୁଆଙ୍ଗ ପୀଢ ରେଞ୍ଜ ଅନ୍ତର୍ଗତ ଜୁଡ଼ିଆ ଓ ସିଦ୍ଧ...

ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକରି ପୋଡ଼ିଦେଲେ

ପଦ୍ମପୁର,୨୭ା୨: ଗୁଣିଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା ପରେ ପୋଡ଼ି ଦିଆଯାଇଛି। ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ୍‌ ନୂଆଗଡ଼ ପଞ୍ଚାୟତ ପାଜିଲିବନ୍ଧ ଗାଁ ନୂଆସାହିରେ ଏଭଳି ଏକ ଅମାନବୀୟ ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ସାହିର ରାମ ମୂଲି(୫୮)। ସୂଚନା ଅନୁଯାୟୀ, ଗୁରୁବାର ରାତିରେ ରାମ ଘରେ ଶୋଇଥିଲେ। ଗାଁର କିଛି ଲୋକ ଆସି ତାଙ୍କୁ ବାହାରକୁ ଡାକି ନେଇଥିଲେ। ପରେ ଗାଁ ଦାଣ୍ଡରେ ସ୍ତ୍ରୀ ମାୟା ଏବଂ ଝିଅ ଚନ୍ଦ୍ରାବତୀଙ୍କ ଉପସ୍ଥିତିରେ ରାମଙ୍କୁ ଠେଙ୍ଗାରେ ପିଟିଥିଲେ। ସ୍ତ୍ରୀ ଏବଂ ଝିଅଙ୍କୁ ଘରେ ବନ୍ଦ ରଖି ଦୁର୍ବୁତ୍ତମାନେ ରାମଙ୍କୁ ଗାଁ ନିକଟ ତୋଟାକୁ ନେଇ ହତ୍ୟା କରିଥିବା ଜଣାପଡ଼ିଛି। ମୃତ୍ୟୁପରେ ପ୍ରମାଣ ନଷ୍ଟ କରିବାକୁ ରାମଙ୍କୁ ଗାଁ ନିକଟ ନାଳ ପାଖରେ ପୋଡ଼ି ଦେଇଥିବା ରାମଙ୍କ ସ୍ତ୍ରୀ ମାୟା ପଦ୍ମପୁର ଥାନାରେ ଏତଲା ଦେଇଛନ୍ତି। ଏ ନେଇ ଥାନାରେ ଏକ ହତ୍ୟା ମାମଲା(ନଂ.୧୯/୨୧) ରୁଜୁ ହୋଇଛି। ପଦ୍ମପୁର ଥାନା ଅଧିକାରୀ ସଞ୍ଜୟ କୁମାର ନାୟକ, ଗୁଣପୁର ଏସ୍‌ଡିପିଓ ରାଜକିଶୋର ଦାସ ପୋଲିସ ଟିମ୍‌ ସହ ପହଞ୍ଚି ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଘଟଣାପରେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଥିବା ବେଳେ କେହି ବାହାରକୁ ବାହାରୁ ନ ଥିବା ଦେଖିବାକୁ ମିଳିଛ The post ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକରି ପୋଡ଼ିଦେଲେ appeared first on Dharitr...

ଆଣ୍ଠୁ ଗଣ୍ଠି ଦରଜ ଦୂର କରେ ଲେମ୍ବୁ

ଅନେକ ଘରୋଇ ଉପଚାର ମାଧ୍ୟମରେ ବେଳେ ବେଳେ କିଛି ଜଟିଳ ସମସ୍ୟାରୁ ମୁକ୍ତି ମିଳିଥାଏ । ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ପ୍ରାୟ ପ୍ରତିଦିନ ଆଣ୍ଠୁଗଣ୍ଠି ସମସ୍ୟାରେ ପୀଡ଼ିତ ହୋଇଥାଆନ୍ତି । ହେଲେ ଲେମ୍ବୁ ଚୋପାର ତେଲ ବ୍ୟବହାର କରି ଏହି ସମସ୍ୟାରୁ ସହଜରେ ମୁକ୍ତି ମିଳିପାରିବ । ଲେମ୍ବୁ ଏକ ଖଟା ଫଳ ହୋଇଥିବା ବେଳେ ଏଥିରେ ପ୍ରଚୁର ପରିମାଣରେ ରହିଛି ଭିଟାମିନ୍ ସି । ଏହାସହ ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଓ ମିନେରାଲ୍‌ସ୍ ବି ରହିଛି । ଏହା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଯେମିତିକି ଫ୍ଲୁ, ସର୍ଦ୍ଦି, କାଶ ଓ ବ୍ୟାକ୍ଟେରିଆ ଇନଫେକ୍ସନରୁ ଏହା ଆମକୁ ସୁରକ୍ଷା ଦେଇଥାଏ । ଏହାସହ ଆଣ୍ଠୁଗଣ୍ଠି ସମସ୍ୟା ବା ଜଏଣ୍ଟ ପେନ୍‌ରୁ ବି ଏହା ମୁକ୍ତି ଦେଇଥାଏ । ତେବେ ଏହାର ପ୍ର୍‌ସ୍ତୁତି ପାଇଁ ଏକ କପ୍ ଅଲିଭ ଅଏଲ, ୨ଟା ବଡ ଲେମ୍ବୁ, ୫ ୟୁକାଲିପଟାସ୍ ପତ୍ର, ୨ ସଫା କପଡା ପଟି, କିଛି ପ୍ଲାଷ୍ଟିକ ସୂତା ଏଥିପାଇଁ ଆବଶ୍ୟକ ହୋଇଥାଏ । ପ୍ରଥମେ ଲେମ୍ବୁର ଚୋପାକୁ ଛଡାଇ ଏହାକୁ ଛୋଟ ଛୋଟ ଖଣ୍ଡରେ କାଟିଦେବା । ଏହାପରେ ଏହାକୁ ଏକ ସଫା ଜାର୍‌ରେ ପକାଇ ଏଥିରେ ଅଲିଭ ଅଏଲ ଢାଳିବା ଯେମିତି ଲେମ୍ବୁର ଚୋପା ତେଲରେ ବୁଡିଯିବ । ଏଥିରେ ୟୁକାଲିପଟାସ ପତ୍ରକୁ ଛୋଟ ଛୋଟ କରି କାଟି ପକାଇ ଦେବା । ଜାର୍‌କୁ ବନ୍ଦ କରିନେବା । ଏହାପରେ ଏହାକୁ ଘରର ଏକ ଥଣ୍ଡା ଓ ଅନ୍ଧାରିଆ ସ୍ଥାନରେ ୨ ସପ୍ତାହ ପର୍ଯ୍ୟନ୍ତ ରଖିଦେବା । ୨ ସପ୍ତାହ ପ...

ଫୁଡ୍‌ ଡେଲିଭରୀ ବୟ ଲୋକେଶନ ନ ପାଇବାରୁ ଏମିତି କଲେ ଗ୍ରାହକ

ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇବା ବର୍ତ୍ତମାନ ସାଧାରଣ ହୋଇଗଲାଣି। ଏହାକୁ ଲକ୍‌ଡାଉନର ପ୍ରଭାବ କହିପାରିବା। କିନ୍ତୁ ରେଷ୍ଟୁରାଣ୍ଟ ଯିବା ବଦଳରେ ଏବେ ଅନ୍‌ଲାଇନରେ ଖାଦ୍ୟ ମଗାଇବାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। ତେବେ ଖାଦ୍ୟ ନେଇକି ଆସୁଥିବା ଡେଲିଭରୀ ବୟକୁ ସଠିକ୍‌ ଲୋକେଶନ ଦେବା ପାଇଁ କିଛି ୟୁଜର୍ସଙ୍କୁ ନାକେଦମ ହେବାକୁ ପଡ଼ିଥାଏ। ଏହି ସମସ୍ୟାର ସହଜ ଓ ସରଳ ଉପାୟ ଖୋଜି ବାହାର କରିଛନ୍ତି ଜଣେ ୟୁଜର। ଡେଲିଭରୀ ବୟ ବାଟ ଦେଖାଇବା ପାଇଁ ଜଣେ ୟୁଜର ବ୍ୟବହାର କରିଛନ୍ତି ବିକନ ଲାଇଟ୍‌। ଆକାଶରେ ଦେଖାଯାଉଥିବା ବିକନ ଲାଇଟ୍‌କୁ ପିଛା କରିବାକୁ ଡେଲିଭରୀ ବୟଙ୍କୁ କହିଥିଲେ ୟୁଜର। ଏହି ଘଟଣା ଫଟୋ ଓ ଡେଲିଭରୀ ବୟ ସହ ୟୁଜରଙ୍କ ଚାଟିଂ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ମୂଳତଃ ରେଡିଟ୍‌ ପକ୍ଷରୁ ଶେୟାର କରାଯାଇଥିବା ଫଟୋକୁ ପ୍ରାୟ ୭୮୫ ହଜାର ଲାଇକ୍‌ ଓ ୧ ଲକ୍ଷରୁ ଅଧିକ ରିଟୁଇଟ୍‌ ହୋଇସାରିଛି। The post ଫୁଡ୍‌ ଡେଲିଭରୀ ବୟ ଲୋକେଶନ ନ ପାଇବାରୁ ଏମିତି କଲେ ଗ୍ରାହକ appeared first on Dharitri Odia News .

ଓଜନ ନିୟନ୍ତ୍ରଣ କରେ ସାଗୁ

ଅନେକ ଅଛନ୍ତି ବ୍ରତ ଉପବାସ ସମୟରେ ହିଁ କେବଳ ସାଗୁଦାନା ଭିଜେଇ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଜାଣିରଖନ୍ତୁ, ଏସମୟରେ ସାଗୁଦାନା ଯେତିକି ଆବଶ୍ୟକ ଅନ୍ୟସମୟରେ ବି ସ୍ବାସ୍ଥ୍ୟ ପାଇଁ ତାହା ଅଧିକ ନିରାମୟ ଏବଂ ଲାଭକାରୀ ସାବ୍ୟସ୍ତ ହୋଇଥାଏ। ଧଳା ମୋତି ଭଳି ଦେଖାଯାଉଥିବା ଏହି ଛୋଟ ଛୋଟ ଦାନା ଭିତରେ ଲୁଚିରହିଛି ଅନେକ ଗୁଣକାରୀ ତତ୍ତ୍ୱ। ଯାହା ସମ୍ପର୍କରେ ହୁଏତ ଅନେକ ଅଜଣା ଥିବେ। ସାଗୁଦାନାରେ ଥିବା ଫଲିକ୍‌ ଏସିଡ୍‌ ଏବଂ ଭିଟାମିନ୍‌ ବି କମ୍ପ୍ଲେକ୍ସ ଗର୍ଭାବସ୍ଥା ସମୟରେ ଗର୍ଭରେ ଥିବା ଭ୍ରୂଣର ବିକାଶରେ ସହାୟକ ହୋଇଥାଏ। ଏହାସାଙ୍ଗକୁ ସାଗୁଦାନା କାର୍ବୋହାଇଡ୍ରେଟ୍‌ର ଏକ ଉତ୍ତମ ସ୍ରୋତ। ଏହା ଶରୀରରେ ତୁରନ୍ତ ଏବଂ ଆବଶ୍ୟକ ଶକ୍ତି ଦେବାରେ ସହାୟକ ହୋଇଥାଏ। କାମ କରିବା ପରେ ଥକ୍କା ଲାଗୁଥିଲେ, ସାଗୁଦାନା ସେବନ କଲେ ଶରୀର ତୁରନ୍ତ ତାଜା ହୋଇଯାଏ। ଏଥିରେ ଥିବା ପୋଟାସିୟମ୍‌ ରକ୍ତ ସଞ୍ଚାଳନକୁ ଉତ୍ତମ କରିବା ସହ ତାକୁ ନିୟନ୍ତ୍ରଣରେ ମଧ୍ୟ ରଖିଥାଏ, ଏହାଦ୍ୱାରା ରକ୍ତଚାପ ସମସ୍ୟାରୁ ବ୍ୟକ୍ତି ବର୍ତ୍ତିଯାଏ। ଯେଉଁମାନଙ୍କଠାରେ ଇଟିଙ୍ଗ୍‌ ଡିଜ୍‌ଅର୍ଡର୍‌ ସମସ୍ୟା ରହିଛି, ସେମାନଙ୍କ ପାଇଁ ସାଗୁଦାନା ବରଦାନ। ସକାଳେ ଏହା ସେବନ କରିବା ଦ୍ୱାରା ଅଧିକ ଭୋକ ଲାଗେନାହଁି। ଫଳରେ ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ। The post ଓଜନ ନିୟନ୍ତ୍ରଣ କରେ ସାଗୁ appeared first on Dharitri Odia News .

ଅସ୍ତ୍ରବିରତି ପାଇଁ ଭାରତ, ପାକ୍‌ ରାଜି

ନୂଆଦିଲ୍ଲୀ, ୨୬।୨(ପି.ଟି.):ନିୟନ୍ତ୍ରଣ ରେଖା (ଏଲ୍‌ଓସି) ସମେତ ଅନ୍ୟାନ୍ୟ ସେକ୍ଟରରେ ଅସ୍ତ୍ରବିରତି ରାଜିନାମାକୁ କଡ଼ାକଡ଼ି ପାଳନ କରିବା ଲାଗି ଭାରତ ଓ ପାକିସ୍ତାନ ସହମତ ହୋଇଥିବା ଗୁରୁବାର ଏକ ମିଳିତ ବିବୃତିରେ ପ୍ରକାଶ କରିଛନ୍ତି। ବୁଧବାର ମଧ୍ୟରାତ୍ରରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି। ଦୁଇ ଦେଶର ସାମରିକ ଅଭିଯାନର ମହାନିର୍ଦ୍ଦେଶକ (ଡିଜିଏମ୍‌ଓ)ଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ହଟ୍‌ଲାଇନ ଯୋଗାଯୋଗ ଜରିଆରେ ଡିଜିଏମ୍‌ଓମାନେ ଆଲୋଚନା କରିବା ସହ ନିୟନ୍ତ୍ରଣ ରେଖା ଓ ଅନ୍ୟାନ୍ୟ ସେକ୍ଟରର ସ୍ଥିତି ସମୀକ୍ଷା କରିଥିଲେ। ସୀମାରେ ଶାନ୍ତି ବଜାୟ ରଖିବା ଲାଗି କିଛି ମାସ ପୂର୍ବରୁ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲ ତାଙ୍କ ପାକ୍‌ ପ୍ରତିପକ୍ଷ ମୋଇଦ୍‌ ଡବ୍ଲ୍ୟୁ ୟୁସୁଫଙ୍କ ମଧ୍ୟରେ ବ୍ୟାକ୍‌ ଚ୍ୟାନେଲରେ କଥାବାର୍ତ୍ତା ହୋଇଥିଲା ବୋଲି ଜଣାପଡ଼ିଛି। ସୀମାରେ ଆପୋସ ସୁବିଧା ଏବଂ ଦୀର୍ଘମିଆଦୀ ଶାନ୍ତି ବଜାୟ ରଖିବା ପାଇଁ ଦୁଇ ଡିଜିଏମ୍‌ଓ ପରସ୍ପରର ପ୍ରମୁଖ ପ୍ରସଙ୍ଗ ଓ ଉଦ୍‌ବେଗ ଦୂର କରିବା ଲାଗି ରାଜି ହୋଇଥିଲେ। ନିୟନ୍ତ୍ରଣ ରେଖା ଓ ଅନ୍ୟାନ୍ୟ ସେକ୍ଟରରେ ସମସ୍ତ ରାଜିନାମା, ବୁଝାମଣା ଓ ଅସ୍ତ୍ରବିରତିକୁ କଡ଼ାକଡ଼ି ପାଳନ କରିବା ଲାଗି ସେମାନଙ୍କ ମଧ୍ୟରେ ସହମତି ହୋଇଥିଲା। କୌଣସି ଅଦୃଷ୍ଟ ସ୍ଥିତି କିମ୍ବା ଭୁଲ୍‌ ବୁଝାମଣାର ସମାଧାନ ବର୍ତ୍ତମାନର ହଟ୍‌ଲ...

ଓଟିଟି ଉପରେ ଅଙ୍କୁଶ: ସୋସିଆଲ ଓ ଡିଜିଟାଲ ମିଡିଆକୁ ନିୟନ୍ତ୍ରଣ କରିବ କେନ୍ଦ୍ର

ନୂଆଦିଲ୍ଲୀ,୨୬ା୨:ଦେଶରେ ଅଭିବ୍ୟକ୍ତି ସ୍ବାଧୀନତା କ୍ରମଶଃ ସଙ୍କୁଚିତ ହେବାରେ ଲାଗିଥିବାବେଳେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ, ଡିଜିଟାଲ ମିଡିଆ ଅର୍ଗାନାଇଜେଶନ ଏବଂ ଓଭର ଦି ଟପ୍‌ (ଓଟିଟି) ଷ୍ଟ୍ରିମିଂ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଉପରେ ଅଙ୍କୁଶ ଲଗାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ବଡ଼ ବଡ଼ ଟେକ୍ନୋଲୋଜି ଫାର୍ମଗୁଡ଼ିକୁ ଲଗାମ କଷିବା ପାଇଁ ପୂର୍ବ ଆଇନରେ ସଂଶୋଧନ ଅଣାଯାଇ ଚିଠା ପ୍ରସ୍ତୁତ କରାଯାଇଛି। ଇନ୍‌ଫର୍ମେଶନ ଟେକ୍ନୋଲୋଜି (ଗାଇଡ୍‌ଲାଇନ୍ସ ଫର୍‌ ଇଣ୍ଟରମେଡିଆରିଜ୍‌ ଆଣ୍ଡ ଡିଜିଟାଲ ମିଡିଆ ଏଥିକ୍ସ କୋଡ୍‌) ରୁଲ୍ସ, ୨୦୨୧ ଶୀର୍ଷକ ଏହି ଚିଠା ରିପୋର୍ଟରେ ଅନ୍‌ଲାଇନ୍‌ ମିଡିଆ ନିୟନ୍ତ୍ରଣ ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା କରାଯାଇଛି। କୌଣସି ପୋଷ୍ଟ ପ୍ରଥମେ କେଉଁଠୁ ବାହାରିଛି ତାକୁ ଠାବ ଓ ବ୍ଲକ୍‌ କରିବା ଲାଗି ଏକ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି ଗଠନ ନିମନ୍ତେ କ୍ଷମତା ପ୍ରଦାନ ଲାଗି ଏଥିରେ ନିୟମ ରହିଛି। ଓଭର ଦି ଟପ୍‌ (ଓଟିଟି) ଏବଂ ସୋସିଆଲ ମିଡିଆ ପାର୍ଟଫର୍ମଗୁଡ଼ିକୁ ଭାରତୀୟ ଆଇନ ପ୍ରତି ଅଧିକ ଉତ୍ତରଦାୟୀ କରିବା ଲାଗି ସୂଚନା ଓ ପ୍ରଯୁକ୍ତିବିଦ୍ୟା (ଆଇଟି) ନିୟମରେ ସଂଶୋଧନ ଅଣାଯିବ ବୋଲି କେନ୍ଦ୍ର ସରକାର ପୂର୍ବରୁ ପାର୍ଲାମେଣ୍ଟରେ ସୂଚନା ଦେଇଥିଲେ। ଏବେ ପ୍ରସ୍ତାବିତ ଆଇନର ଚିଠା ପ୍ରସ୍ତୁତ ହୋଇଛି। ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସହ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜା...

ସୀମା ବିବାଦ: ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର,୨୬ା୨(ବ୍ୟୁରୋ):ସୀମା ବିବାଦ ଓ ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀ ବିଧାନସଭାରେ ପୁଣି ହଙ୍ଗାମା କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ସମୟ ୧୯୬୮ ମସିହାରୁ କୋଟିଆ ସମସ୍ୟା ଦେଖାଦେଲାଣି। ମୁଖ୍ୟମନ୍ତ୍ରୀ ନିଘୋଡ଼ ନିଦରେ ଶୋଇଛନ୍ତି। ରାଜ୍ୟରେ କ’ଣ ଘଟୁଛି ସରକାରଙ୍କ ଗୋଇନ୍ଦା ସଂସ୍ଥା ଜାଣିପାରୁ ନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ଜଣାଉନାହାନ୍ତି। କୋଟିଆ ଅଞ୍ଚଳ ଏବେ ରାଜ୍ୟ ହାତରୁ ଚାଲିଗଲାଣି। ମୁଖ୍ୟମନ୍ତ୍ରୀ ତୁରନ୍ତ ସର୍ବଦଳୀୟ ବୈଠକ ଡାକନ୍ତୁ। ସମସ୍ତଙ୍କୁ ସେଠାକୁ ଯିବାକୁ ହେବ। ଲୋକମାନଙ୍କୁ ବୁଝାଇବାକୁ ପଡ଼ିବ। ଚାଷୀ ପ୍ରସଙ୍ଗରେ ସମବାୟ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ଭାଜପା ଖପ୍ପା ହୋଇଛି। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ। ଚାଷୀଙ୍କୁ ଦଲାଲ କହିଥିବାରୁ ସମବାୟ ମନ୍ତ୍ରୀ କ୍ଷମାମାଗନ୍ତୁ ଦାବିରେ ଗୃହକୁ ଅଚଳ କରି ଦେଇଥିଲେ। ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଥିଲେ, ରାଜ୍ୟ ସରକାର ଚାଷୀଙ୍କ ଧାନ ଉଠାଉ ନାହାନ୍ତି। ସମବାୟ ମନ୍ତ୍ରୀ କହୁଛନ୍ତି ଦଲାଲଙ୍କ ପାଇଁ ଆମେ କାମ କରୁଛୁ। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ। କେବଳ ବିରୋଧୀ ନୁହନ୍ତି, ଶାସକ ଦଳର ସଦସ୍ୟମାନେ ମଧ୍ୟ ଧାନ କିଣାକୁ ନେଇ ଉଦ୍‌ବେଗ ପ୍ରକାଶ କରୁଛନ୍ତି। ସେମାନେ ଡରରେ କିଛି ପ୍ରକାଶ କରୁ ନ ଥିଲେ ମଧ୍ୟ ମଣ୍ଡିର ଅବ୍ୟବସ୍ଥାକୁ ନେଇ ସେମାନେ ମଧ୍ୟ ଚିନ୍ତିତ। ମଣ୍ଡିରେ ଏବେ ବି ...

ଆଜି ଭାରତ ବନ୍ଦ

ଭୁବନେଶ୍ୱର, ୨୬ା୨(ବ୍ୟୁରୋ): ବ୍ୟବସାୟୀ ସଂଘ ପକ୍ଷରୁ ଶୁକ୍ରବାର ଭାରତ ବନ୍ଦ ଡାକରା ଦିଆଯାଇଛି। କଟକ ନଗର ବ୍ୟବସାୟୀ ସଂଘ ଏହାକୁ ସମର୍ଥନ କରିବ ବୋଲି ଘୋଷଣା କରିଛି। ଜିଏସ୍‌ଟି ଜଟିଳତା ଦ୍ୱାରା ବ୍ୟବସାୟୀମାନେ ଆର୍ଥିକ ଓ ମାନସିକସ୍ତରରେ ଅତିଷ୍ଠ ହେଲେଣି। ଏହାଛଡ଼ା ଜିଏସ୍‌ଟି ଆଇନ ଯୋଗୁ ବ୍ୟବସାୟ କରିବା ଅସମ୍ଭବ ହୋଇପଡିଛି। କଟକ ମାଲଗୋଦାମ ବଣିକ ସଂଘ କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ମହାସଂଘ ବନ୍ଦ ଡାକରାକୁ ସମର୍ଥନ କରିବାକୁ କଟକ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି। ଏହି ବନ୍ଦ ଡାକରାକୁ ୪୦ ହଜାର ଟ୍ରେଡ୍‌ ଆସୋସିଏଶନ ସମର୍ଥନ ଘୋଷଣା କରିଛନ୍ତି। ଅନ୍ୟପଟେ ଏହି ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଗୃହ ବିଭାଗ ତରଫରୁ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, କମିଶନର ଏବଂ ସ୍ବତନ୍ତ୍ର ସଚିବମାନଙ୍କୁ ଚିଠି କରି କିଛି ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ଚିଠିରେ ଗୃହ ବିଭାଗ ଉଲ୍ଲେଖ କରିଛି ଯେ, ଟ୍ରେଡ୍‌ ଆସୋସିଏଶନ ପକ୍ଷରୁ ସକାଳ ୬ଟାରୁ ସା ୬ଟା ପର୍ଯ୍ୟନ୍ତ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାଦ୍ୱାରା ଗାଡି ମୋଟର, ରେଳ ଏବଂ ଦୋକାନ ବଜାର ଆଦି ବନ୍ଦ ହୋଇପାରେ। ତେଣୁ ଲୋକସେବା ଭବନ, ଖାରବେଳ ଭବନ ଏବଂ ରାଜୀବ ଭବନରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ୯ଟା ୩୦ ସୁଦ୍ଧା କାର୍ଯ୍ୟରେ ଯୋଗଦିଅନ୍ତୁ। ୧୦ଟା ୧୫ ସୁଦ୍ଧା ଲୋକସେବା ଭବନର ସମ୍ମୁଖ ଫାଟକ ବନ୍ଦ କରିଦିଆଯିବ। ନାଲି ବିଲ୍ଡିଂ ଏବଂ ମୁଖ୍ୟ ଲୋକସେବା ଭବନର ଫାଟକ...