Skip to main content

ଆମେରିକାରୁ ଫେରି ପାହାଡ଼କୁ ସବୁଜ ସୁନ୍ଦର କଲେ ଏହି ଯୁବ ଇଞ୍ଜିନିୟର

ଭୋପାଳ,୨୬।୨: ମଧ୍ୟପ୍ରଦେଶର ଖାର୍ଗୋନ ଜିଲାର ଦୀପକ ଗୋଏଲ ନାମକ ଜଣେ ଯୁବ ଇଞ୍ଜିନିୟର ଆମେରିକାରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଥିଲେ। ବର୍ତ୍ତମାନ ସେ ଆମେରିକାରୁ ଫେରି ତାଙ୍କ ସ୍ତ୍ରୀ ଶିଳ୍ପାଙ୍କ ସହ ମିଶି ଏକ ପାହାଡ଼କୁ ସବୁଜ ସୁନ୍ଦର କରିବାରେ ସକ୍ଷମ ହୋଇପାରିଛନ୍ତି।

ଗୋୟଲ ଦମ୍ପତି ପ୍ରାୟ ଏକ ଦଶନ୍ଧି ପୂର୍ବରୁ ଆମେରିକାରୁ ଘରକୁ ଫେରି ଖାର୍ଗୋନର ସୁନ୍ଦରଲ ଗ୍ରାମରେ ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ସୁନ୍ଦରଲର ପାହାଡ଼ ଉପରେ ବାଉଁଶର ‘ସବୁଜ ଭୂମି’ କରିବା ପାଇଁ ଦିନରାତି କଠିନ ପରିଶ୍ରମ କରିଥିଲେ। ଫଳସ୍ବରୂପ, ବର୍ତ୍ତମାନ ବାଉଁଶ ରୋପଣ ଏବଂ ବାଉଁଶ ଭିତ୍ତିକ ଶିଳ୍ପ ମାଧ୍ୟମରେ କେବଳ ସେମାନଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ହୋଇପାରି ନାହାନ୍ତି ବରଂ ବାଉଁଶ ରୋପଣ ଯତ୍ନ ପାଇଁ ୩୦ ପରିବାରକୁ ଯୋଡ଼ିବା ବ୍ୟତୀତ, ଦୁଇ ୟୁନିଟରେ ୭୦ ଜଣ ମହିଳା ଧୂପକାଠି ତିଆରି କରି ରୋଜଗାରକ୍ଷମ ହୋଇଛନ୍ତି। ଏଥିସହିତ ବାଉଁଶ ଉଦ୍ୟୋଗରେ ମଧ୍ୟ କିଛି ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି।

ଇଞ୍ଜିନିୟର ଦୀପକ କହିଛନ୍ତି, ତାଙ୍କ ସ୍ତ୍ରୀ ଶିଳ୍ପାଙ୍କ ସହ ରାଜ୍ୟକୁ ଫେରିବାବେଳେ ସେ ବାଉଁଶ ଚାଷ କରିବାକୁ ଚିନ୍ତା କରି ନ ଥିଲେ। ପ୍ରଥମେ ଏଠାକୁ ଆସି ଫଳ ଉଦ୍ୟାନର କାର୍ଯ୍ୟ କରିବାକୁ ଚାହୁଁଥିଲେ। ପରେ ସେ ବାଉଁଶ ପ୍ରଜାତି ବ୍ୟବହାର କରି ନିଜ ଅଞ୍ଚଳର ଚିତ୍ର ଏବଂ ଭାଗ୍ୟ ବଦଳାଇବାରେ ସମର୍ଥ ହୋଇପାରିଥିବା କହିଛନ୍ତି। ଯାହା ତାଙ୍କୁ ବର୍ତ୍ତମାନ ବହୁତ ଖୁସି ପ୍ରଦାନ କରୁଛି।

The post ଆମେରିକାରୁ ଫେରି ପାହାଡ଼କୁ ସବୁଜ ସୁନ୍ଦର କଲେ ଏହି ଯୁବ ଇଞ୍ଜିନିୟର appeared first on Dharitri Odia News.