ଅଧିକାଂଶ ପୁଅ ଚାହିଁଥାଆନ୍ତି ଯାହାକୁ ସେମାନେ ବିିବାହ କରିବେ ସେ ଭଲ ସ୍ବଭାବର ହେବା ସହ ତାଙ୍କୁ ମଧ୍ୟ ଅନୁରୂପ ଭାବେ ଭଲ ପାଆନ୍ତୁ। ତେବେ ଏପରି ଝିଅ ଖୋଜିବା ସମ୍ଭବ ହୋଇ ନ ଥାଏ। ସାଧାରଣତଃ ଅନ୍ୟ ଜଣଙ୍କୁ ଦେଖି ତାହାର ସ୍ବଭାବ ବିଷୟରେ ଜାଣିବା ସମ୍ଭବପର ନୁହେଁ। ମାତ୍ର ରାଶି ଦ୍ୱାରା ଝିଅଙ୍କ ସ୍ବଭାବ ସହଜରେ ଜାଣି ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ର ମତ ପୋଷଣ କରିଥାଏ। ତେବେ ଜାଣନ୍ତୁ କୁମ୍ଭରାଶି ମହିଳାଙ୍କ ସ୍ବଭାବ ସମ୍ପର୍କରେ …
ସମସ୍ତଙ୍କ ସହ କରିଥାନ୍ତି ବନ୍ଧୁତା
ଏହି ରାଶିର ମହିଳାମାନେ ସାଧାରଣତଃ ସମସ୍ତଙ୍କ ସହ ବନ୍ଧୁତା ସ୍ଥାପନ କରିଥାନ୍ତି। ଏମାନେ ବନ୍ଧୁତାରେ ବୟସର ତାରତମ୍ୟକୁ ନଜର ଦେଇ ନ ଥାଆନ୍ତି। ଏହା ସହ ଏମାନେ ଏହି ଦୋସ୍ତିକୁ ମୁଣ୍ଡରେ ନୁହେଁ, ବରଂ ହୃଦୟ ସହକାରେ ଗ୍ରହଣ କରିଥାଆନ୍ତି।
ସୁନ୍ଦର କଥା
ଏମାନଙ୍କ କଥା କହିବାଶୈଳୀ ଅଧିକ ସୁନ୍ଦର ହୋଇଥାଏ। ଏମାନଙ୍କ କଥା ମଧୁର। ଉଚ୍ଚ କଥା ଏମାନଙ୍କୁ ପସନ୍ଦ ହୋଇ ନ ଥାଏ।
ଦେଖିବାକୁ ସୁନ୍ଦର
ଏମାନଙ୍କ କଥା ଯେତିକି ସୁନ୍ଦର, ଦେଖିବାକୁ ମଧ୍ୟ ସେତିକି ସୁନ୍ଦର ହୋଇଥାନ୍ତି। ଏମାନେ ନିଜ ହିସାବରେ ଜୀବନଯାପନ କରିବାକୁ ପସନ୍ଦ କରିଥା’ନ୍ତି।
ମଧୁର କଥା କହୁଥିବା ପୁଅଙ୍କୁ ଭଲ ପାଇଥା’ନ୍ତି
ଏହି ରାଶିର ଝିଅ ତାଙ୍କ ପାର୍ଟନରଙ୍କୁ ଅଧିକ ଭଲ ପାଇଥା’ନ୍ତି। ଏମାନେ ଚାହାନ୍ତି ତାଙ୍କ ପାର୍ଟନର ତାଙ୍କ କଥାକୁ ଶୁଣନ୍ତୁ ଏବଂ ଧ୍ୟାନ ରଖନ୍ତୁ। ଏମାନଙ୍କୁ ଆରାମରେ ରହିବା ପାଇଁ ତାଙ୍କ ପସନ୍ଦର ଜିିନିଷ ଆବଶ୍ୟକ ହୋଇଥାଏ।
The post ଜାଣନ୍ତୁ ଏହି ରାଶିର ମହିଳାଙ୍କ ସ୍ବଭାବ: ବିବାହ ସମୟରେ ଆସିବ କାମରେ appeared first on Dharitri Odia News.