Skip to main content

ସୀମା ବିବାଦ: ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର,୨୬ା୨(ବ୍ୟୁରୋ):ସୀମା ବିବାଦ ଓ ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀ ବିଧାନସଭାରେ ପୁଣି ହଙ୍ଗାମା କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ସମୟ ୧୯୬୮ ମସିହାରୁ କୋଟିଆ ସମସ୍ୟା ଦେଖାଦେଲାଣି। ମୁଖ୍ୟମନ୍ତ୍ରୀ ନିଘୋଡ଼ ନିଦରେ ଶୋଇଛନ୍ତି। ରାଜ୍ୟରେ କ’ଣ ଘଟୁଛି ସରକାରଙ୍କ ଗୋଇନ୍ଦା ସଂସ୍ଥା ଜାଣିପାରୁ ନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ଜଣାଉନାହାନ୍ତି। କୋଟିଆ ଅଞ୍ଚଳ ଏବେ ରାଜ୍ୟ ହାତରୁ ଚାଲିଗଲାଣି। ମୁଖ୍ୟମନ୍ତ୍ରୀ ତୁରନ୍ତ ସର୍ବଦଳୀୟ ବୈଠକ ଡାକନ୍ତୁ। ସମସ୍ତଙ୍କୁ ସେଠାକୁ ଯିବାକୁ ହେବ। ଲୋକମାନଙ୍କୁ ବୁଝାଇବାକୁ ପଡ଼ିବ। ଚାଷୀ ପ୍ରସଙ୍ଗରେ ସମବାୟ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ଭାଜପା ଖପ୍ପା ହୋଇଛି। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ। ଚାଷୀଙ୍କୁ ଦଲାଲ କହିଥିବାରୁ ସମବାୟ ମନ୍ତ୍ରୀ କ୍ଷମାମାଗନ୍ତୁ ଦାବିରେ ଗୃହକୁ ଅଚଳ କରି ଦେଇଥିଲେ।
ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଥିଲେ, ରାଜ୍ୟ ସରକାର ଚାଷୀଙ୍କ ଧାନ ଉଠାଉ ନାହାନ୍ତି। ସମବାୟ ମନ୍ତ୍ରୀ କହୁଛନ୍ତି ଦଲାଲଙ୍କ ପାଇଁ ଆମେ କାମ କରୁଛୁ। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ। କେବଳ ବିରୋଧୀ ନୁହନ୍ତି, ଶାସକ ଦଳର ସଦସ୍ୟମାନେ ମଧ୍ୟ ଧାନ କିଣାକୁ
ନେଇ ଉଦ୍‌ବେଗ ପ୍ରକାଶ କରୁଛନ୍ତି। ସେମାନେ ଡରରେ କିଛି ପ୍ରକାଶ କରୁ ନ ଥିଲେ ମଧ୍ୟ ମଣ୍ଡିର ଅବ୍ୟବସ୍ଥାକୁ ନେଇ ସେମାନେ ମଧ୍ୟ ଚିନ୍ତିତ। ମଣ୍ଡିରେ ଏବେ ବି ଶହ ଶହ କୁଇଣ୍ଟାଲ ଧାନ ପଡିରହିଛି। ଚାଷୀମାନଙ୍କୁ ଦଲାଲ କହିଥିବାରୁ ସମବାୟ ମନ୍ତ୍ରୀ ଗୃହରେ କ୍ଷମା ମାଗନ୍ତୁ। ଚାଷୀଙ୍କର ସବୁ ଧାନ ସରକାର ଉଠାନ୍ତୁ ବୋଲି ସେ ଦାବି କରିଥିଲେ। କଂଗ୍ରେସ ଦଳ ନେତା ନରସିଂହ ମିଶ୍ର କୋଟିଆ ପ୍ରସଙ୍ଗରେ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆର.ଏନ. ସିଂଦେଓ ଥିବା ବେଳେ ୧୯୬୮ରୁ ସୀମା ବିବାଦ ରହି ଆସିଛି। ରାଜ୍ୟ ସରକାର ନିଘୋଡ଼ ନିଦରେ ଶୋଇଛନ୍ତି। ମନ୍ତ୍ରୀ ଉତ୍ତର ଦେଲେ ଫେବୃୟାରୀ ୨ ତାରିଖରେ ତହସିଲଦାର ଜିଲାପାଳଙ୍କୁ ଜଣାଇଲେ। ଜିଲାପାଳ ସରକାରଙ୍କୁ ୩ ତାରିଖରେ ଜଣାଇଲେ। ଏହା ପୂର୍ବରୁ ସରକାର ଜାଣିପାରୁ ନ ଥିଲେ। ଆଡ୍‌ଭୋକେଟ ଜେନେରାଲଙ୍କ ସହ ଏ ବିଷୟରେ ଆଲୋଚନା କରି ପଦକ୍ଷେପ ନେବାର ଆବଶ୍ୟକତା ଥିଲା। ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ରାଜ୍ୟର ଗୋଟିଏ ଅଂଶ ଚାଲିଗଲାଣି। ରାଜ୍ୟରେ କ’ଣ ଘଟୁଛି ସେ ଖବର ଗୋଇନ୍ଦା ସଂସ୍ଥା ପାଖରେ ନାହିଁ। ଗୋଇନ୍ଦା ବିଭାଗ ମୁଖ୍ୟମନ୍ତ୍ରୀଙ୍କୁ କ’ଣ କିଛି ଜଣାଉନାହାନ୍ତି। ପ୍ରତ୍ୟେକ ମାସରେ ଗୋଇନ୍ଦା ବିଭାଗ ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ଜଣାଇବା କଥା। ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଗୋଇନ୍ଦା ବିଭାଗ ପ୍ରତ୍ୟେକ ସପ୍ତାହରେ ରାଜ୍ୟ ବିଷୟରେ ଜଣାଉଥିଲେ। ୨୦୦୬ରେ ଯେତେବେଳେ ସୁପ୍ରିମକୋର୍ଟରେ ବୈଷୟିକ ମାମଲାରେ ସରକାର ହାରିଗଲେ ସେବେଠାରୁ କ’ଣ କରୁଥିଲେ। ସରକାର ଯେତେବେଳେ ଜାଣିଲେ ଆନ୍ଧ୍ର ସରକାର ସେଠାରେ ନିର୍ବାଚନ କରିବାକୁ ଯାଉଛନ୍ତି ସେ ସମୟରେ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିକୁ ରଦ୍ଦ କରିବାକୁ କାହିଁକି ସୁପ୍ରିମକୋର୍ଟକୁ ଗଲେ ନାହିଁ। ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା କେସ୍‌ କଲେ। ଏଥିରେ କିଛି ଲାଭ ହେବ ନାହିଁ। କିଛି ଲୋକଙ୍କୁ ଦଣ୍ଡ ମିଳିପାରେ, ମାତ୍ର ଆନ୍ଧ୍ର ନେଇଥିବା ଜମି ଫେରି ପାଇବା ସମ୍ଭବ ହେବ ନାହିଁ। ରାଜ୍ୟ ଗଠନ ହେବା ବେଳେ ସୀମା ଚିହ୍ନଟ ହୋଇଥିଲା। ସୀମା ଚିହ୍ନଟ କରିବାକୁ ପୁଣି କି କମିଟି ଗଠନ କରାଯାଇଛି ବୋଲି ନରସିଂହ ପ୍ରଶ୍ନ କରିଛନ୍ତି। କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାର ବାର୍ଦ୍ଧକ୍ୟ ଭତ୍ତା ୨୨୫୦ ଟଙ୍କା ଦେଉଥିବା ବେଳେ ଓଡ଼ିଶା ସରକାର ମଧୁବାବୁ ପେନ୍‌ସନ ଯୋଜନାରେ ୫୦୦ ଟଙ୍କା ଦେଉଛନ୍ତି। ସେମାନେ କାହିଁକି ଓଡ଼ିଶା ପ୍ରତିି ଆକୃଷ୍ଟ ହେବେ। ବିଧାନସଭାରେ ଖାଲି ଆଲୋଚନା କରିଦେଲେ ସମସ୍ୟାର ସମାଧାନ ହେବ ନାହିଁ। ଏହାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକନ୍ତୁ। ସମସ୍ତେ ସାଙ୍ଗହୋଇ ସେଠାକୁ ଯିବା। ଲୋକମାନଙ୍କୁ ବୁଝାଇବା ବୋଲି ନରସିଂହ କହିଥିଲେ। ଧାନ ସଂଗ୍ରହ ପ୍ରସଙ୍ଗ ଉଠାଇ ସେ କହିଥିଲେ ଯେ ମଣ୍ଡିରେ ଚାଷୀ ଧାନ ନଷ୍ଟ ହେଉଛି। ସରକାର ଧାନ ନ କିଣିଲେ ଚାଷୀ ଆତ୍ମହତ୍ୟା ଆହୁରି ବଢ଼ିବ। ବିଧାନସଭାରେ ଚାଷୀ ପ୍ରସଙ୍ଗରେ ଆଲୋଚନା କରି ଚାଲିଗଲେ ସମସ୍ୟାର ସମାଧାନ ହେବ ନାହିଁ। ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଥିଲେ। ଏହି ପ୍ରସଙ୍ଗକୁ ନେଇ କଂଗ୍ରେସର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ମାଡ଼ି ଆସି ହଟ୍ଟଗୋଳ ଆରମ୍ଭ କରି ଦେଇଥିଲେ। କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି, ମହମ୍ମଦ ମୋକିମ, ଅଧିରାଜ ପାଣିଗ୍ରାହୀ, ରମେଶ ଚନ୍ଦ୍ର ଜେନା, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା ପ୍ରମୁଖ ଗୃହର ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିଥିଲେ। ଚାଷୀ ସୁରକ୍ଷା ଆମର ଦାବି…. ଆମର ଦାବି, କୋଟିଆ ସୁରକ୍ଷା ଆମର ଦାବି… ଚାଷୀ ଏକତା ଜିନ୍ଦାବାଦ କହି ସ୍ଲୋଗାନ ଦେଇଥିଲେ। ଏହି ସମୟରେ ସୁରେଶ କୁମାର ରାଉତରାୟ ଜଟଣୀର ୧୩ଟି ଗ୍ରାମର ସ୍ଥିତିବାନ ସମ୍ପତ୍ତି ଜଗନ୍ନାଥଙ୍କ ନାମରେ ହୋଇଯାଇଥିବା ପ୍ରସଙ୍ଗ ଉଠାଇ ସେ ସବୁ ଜମିକୁ ଫେରାଇ ଦେବାକୁ ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କଂଗ୍ରେସ ସଭ୍ୟମାନେ ହଟ୍ଟଗୋଳ କରିବା ଯୋଗୁ ଉପବାଚସ୍ପତି ଗୃହକୁ ୧୧ଟା ୫୯ ମିନିଟ୍‌ରେ ୧୦ ମିନିଟ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ୧୦ ମିନିଟ୍‌ ପରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କଂଗ୍ରେସ ସଦସ୍ୟମାନଙ୍କୁ ହଟ୍ଟଗୋଳରୁ କ୍ଷାନ୍ତ ରହିବାକୁ ଅନୁରୋଧ କରିଥିଲେ। ମୁଲତବୀ ଆଲୋଚନାରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଥିବାରୁ ସହଯୋଗ କରିବାକୁ କହିଥିଲେ। ମାତ୍ର କଂଗ୍ରେସ ସଦସ୍ୟମାନେ ଶୁଣି ନ ଥିଲେ। ଗୃହକୁ ସ୍ବାଭାବିକ କରିବାକୁ ଉପବାଚସ୍ପତି କଂଗ୍ରେସ ଓ ଭାଜପାର ସଦସ୍ୟମାନଙ୍କୁ ଚାମ୍ବରକୁ ଡାକି ଆଲୋଚନା କରିଥିଲେ। ଆଲୋଚନା ପରେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ନ ଥିଲା। ପୁଣି ହଟ୍ଟଗୋଳ ଆରମ୍ଭ ହୋଇଥିଲା। ବିରୋଧୀଙ୍କ ଉଦ୍‌ବେଗ ବାଚସ୍ପତିଙ୍କୁ ଜଣାଇ ଦିଆଯିବ ବୋଲି ଉପବାଚସ୍ପତି ବାରମ୍ବାର କହିଥିଲେ ମଧ୍ୟ ପରିସ୍ଥିତି ସ୍ବାଭାବିକ ହୋଇ ନ ଥିଲା। ଫଳରେ ଉପବାଚସ୍ପତି ବାଧ୍ୟ ହୋଇ ମୁଲତବୀ ପ୍ରସ୍ତାବ ଆଲୋଚନା ଶୁକ୍ରବାରକୁ ଘୁଞ୍ଚାଇ ଗୃହକୁ ମଧ୍ୟାହ୍ନ ୧୨ଟା ୩୮ରୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ।

The post ସୀମା ବିବାଦ: ସରକାରଙ୍କୁ ଘେରିଲେ ବିରୋଧୀ appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଆମେରିକାରେ ଏକ ମାସ ଟ୍ରେନିଂ ନେବେ ବଜରଙ୍ଗ

ନୂଆଦିଲ୍ଲୀ, ୨୯ା୧୧(ପି.ଟି.)-ରେସ୍‌ଲର ବଜରଙ୍ଗ ପୁନିଆ ଆମେରିକାରେ ଏକ ମାସ ଧରି ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ତାଙ୍କର ଏହି ଯୋଜନା ମଞ୍ଜୁର ଲାଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବେ ବୋଲି ଆଶା ରହିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ମିଶନ ଅଲିମ୍ପିକ ସେଲ୍‌ ଗଠିତ। ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ରୁ କେଉଁ ଆଥ୍‌ଲେଟମାନେ ଆର୍ଥିକ ସହାୟତା ପାଇବେ ତାହା ଏହା ସ୍ଥିର କରିଥାଏ। ମିଶିିଗାନସ୍ଥିତ କ୍ଲିଫ୍‌ କିନ୍‌ ରେସ୍‌ଲିଂ କ୍ଲବଠାରେ ଡିସେମ୍ବର ୪ରୁ ଜାନୁୟାରୀ ୩ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହେବ। ଏବାବଦରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଉଠିବା ପରେ ବଜରଙ୍ଗ ସୋନେପତସ୍ଥିତ ସାଇ ସେଣ୍ଟରେ ଟ୍ରେନିଂ ନେଇଛନ୍ତି। କୋଚ୍‌ ଏମଜାରିଅସ୍‌ ବେଣ୍ଟିନ୍‌ଡିସ୍‌ ଏବଂ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଗସ୍ତ କରିବେ। ସେଠାରେ ମୁଖ୍ୟ କୋଚ୍‌ ସର୍ଗେଇ ବେଲୋଗ୍ଲାଜୋଭ୍‌ଙ୍କ ଅଧୀନରେ ଅନ୍ୟ ଟପ୍‌ ଅନ୍ତର୍ଜାତୀୟ ରେସ୍‌ଲରମାନଙ୍କ ସହ ସେ ତାଲିମ ନେବେ। ବେଲୋଗ୍ଲାଜୋଭ୍‌ ହେଉଛନ୍ତି ଦୁଇଥର ଅଲିମ୍ପିକ ଚାମ୍ପିୟନ॥ ବଜରଙ୍ଗ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିସାରିଛନ୍ତି। ୬୫କେଜି ଶ୍ରେଣୀରେ ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ରେସ୍‌ଲର ଡିସେମ୍ବର ୧୨ରୁ ୧୮ ପର୍ଯ...