Skip to main content

ଜୀବନରେ ଅପବ୍ୟୟ

ଡ. ସତ୍ୟ ନାରାୟଣ ମିଶ୍ର

ବଞ୍ଚିବା  ନିମନ୍ତେ ଆବଶ୍ୟକ ଉପକରଣ ତଥା ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ବ୍ୟୟ ଯଥାର୍ଥ। ବ୍ୟୟ ଓ ଅପବ୍ୟୟ ମଧ୍ୟରେ ପ୍ରାସଙ୍ଗିକତା ଦୃଷ୍ଟିରୁ ପ୍ରଥମେ ଯେତେବେଳେ ଅପବ୍ୟୟ କଥା ଆଲୋଚନା ହୁଏ, ସେତେବେଳେ ଆଗ ବ୍ୟୟ କଥା ଆସେ। ସେ ଦୃଷ୍ଟିରୁ ସୂକ୍ଷ୍ମ ଚିନ୍ତାଧାରାରେ ତର୍ଜମା କଲେ ସୃଷ୍ଟିର ପ୍ରତ୍ୟେକ ମଣିଷ ବର୍ତ୍ତମାନ ବ୍ୟୟ ସଙ୍କୁଚିତ କରି ଅପବ୍ୟୟରେ ନିଜେ ନିମଜ୍ଜିତ। ବ୍ୟୟ ହେଉଛି ଆବଶ୍ୟକତାକୁ ସମ୍ମୁଖୀନ ହେବା ଓ ଜୀବନଧାରଣରେ ନିଜର ଅଭାବକୁ ମେଣ୍ଟେଇବା। ତେଣୁ ବ୍ୟୟରେ ଥାଏ ହିସାବ ଓ ଏହା ସହିତ ଆୟର ମଧ୍ୟ ସମ୍ପର୍କ ଥାଏ। ଆୟ ସହିତ ବ୍ୟୟର ସମଷ୍ଟିଗତ ତଥା ତୁଳନାତ୍ମକ ସମ୍ପର୍କ ରହିଅଛି। ବ୍ୟୟ ଆୟକୁ ଦେଖି କରାଯାଏ, ମାତ୍ର ଆୟ ବ୍ୟୟକୁ ଦେଖି ମଣିଷ ଯାହା ଚାହେଁ ହୋଇପାରେନା। ତେଣୁ ବ୍ୟୟରେ ଥାଏ ଏକ ପରିସୀମା, ଯାହା ଆୟ ତାହାକୁ ଲଗାମ ଧରେ। ସେଥିପାଇଁ ବିଜ୍ଞ ଲୋକମାନେ ଆୟ ଓ ବ୍ୟୟର ଏକ ଅଟକଳ କରିଥାଆନ୍ତି, ଯାହା ‘cut your court according to your cloth’ କୁ ମାନ୍ୟତା ଦିଏ ।
ମାତ୍ର ପ୍ରାସଙ୍ଗିକତା ଦୃଷ୍ଟିକୋଣରୁ ବିଚାର କଲେ ଯାହା ବ୍ୟୟର ପରିସୀମାକୁ ଲଙ୍ଘି ଆଗକୁ ଚାଲିଯାଏ, ତାହାକୁ ଅପବ୍ୟୟ କୁହାଯାଏ। ଅପବ୍ୟୟର କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନଥାଏ। ଅପବ୍ୟୟ ହେଉଛି ଏକ ମାନସିକ ଦୁର୍ବଳତା ଓ ଅସହିଷ୍ଣୁତାର ରୂପରେଖ। ସମାଜରେ ନିଜର ବାହ୍ୟାଡ଼ମ୍ବର ସ୍ଥିତିକୁ ମଜଭୁତ କରିବା ପାଇଁ ଅନେକ ଅପବ୍ୟୟ କରିଥା’ନ୍ତି ତ ପୁଣି କେତେକ ଅଭ୍ୟାସଗତ ଢାଞ୍ଚାରେ ନିଜକୁ ସାମିଲ କରିଥା’ନ୍ତି। ଯଦି ଜଣେ ମଣିଷ ଉଚିତ ମାର୍ଗ ଅବଲମ୍ବନ କରି ଅର୍ଥ ଉପାର୍ଜନ କରେ, ତେବେ ସେ ତାହାର ବ୍ୟୟ ଉପରେ ଯଥେଷ୍ଟ ନଜର ରଖିଥାଏ। ମାତ୍ର ଯଦି ଜଣେ ଅପବ୍ୟୟକୁ ଖାତିରି କରେ ନାହିଁ, ତେବେ ସେ କେବେହେଲେ ଉପଯୁକ୍ତ ମାର୍ଗରେ ଅର୍ଥ ଉପାର୍ଜନ କରି ନଥାଏ। ଅପବ୍ୟୟର ଅର୍ଥ ନୈତିକତାର ବିଲୋପ। ଅନ୍ୟପକ୍ଷରେ ମାତ୍ରାଧିକ ଧନ ବା ଅତ୍ୟଧିକ ବ୍ୟାବହାରିକ ବସ୍ତୁର ମହଜୁଦ ଅପବ୍ୟୟର କାରଣ ହୋଇଥାଏ। ଯେତେବେଳେ ବ୍ୟକ୍ତି ନିକଟରେ ଅର୍ଥ ବା ଆବଶ୍ୟକ ଉପକରଣର ମହଜୁଦରେ ସ୍ବଳ୍ପତା ଥାଏ ବା ସମାଜରେ ଉକ୍ତ ବସ୍ତୁ ବା ପଦାର୍ଥରେ ସଙ୍କଟ ଥାଏ, ମନୁଷ୍ୟ ସେ କ୍ଷେତ୍ରରେ ନିଜର ବଞ୍ଚତ୍ବାର ଅଧିକାରକୁ ଚରିତାର୍ଥ କରିବାକୁ ଯାଇ ଉକ୍ତ ଧନ, ବସ୍ତୁ, ପଦାର୍ଥ ଇତ୍ୟାଦିର ସୁ-ବିନିଯୋଗ କରିଥାଏ ଓ ଅପବ୍ୟୟ ନକରି କେବଳ ଆବଶ୍ୟକ ବ୍ୟୟ କରିଥାଏ। ତେବେ ଏଥିରୁ ପ୍ରତୀୟମାନ ହୁଏ ଯେ, ମଣିଷ ସଙ୍କଟ ସମୟରେ ଆବଶ୍ୟକୀୟ ବ୍ୟୟ କରି ଜାଣିଛି ଓ ସଙ୍କଟରୁ ମୁକ୍ତି ହେଲେ ଅପବ୍ୟୟ ଅନବରତ କରିଚାଲିଥାଏ, ଯାହା ହେଉଛି ବିକୃତ ମାନସିକତାର ପରିପ୍ରକାଶ।
ପୃଥିବୀରେ ବିଶେଷତଃ ଏସିଆ ଓ ଏସିଆର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ଅଧିକ ଅପବ୍ୟୟରେ ଅଭ୍ୟସ୍ତ। ଯଦି ଅପବ୍ୟୟକୁ ଆମେ ପର୍ଯ୍ୟାୟକ୍ରମେ ବିଭିନ୍ନ ଭାଗରେ ବିଭକ୍ତ କରିବା, ତେବେ ଅନେକ ଅପବ୍ୟୟ ମଧ୍ୟରୁ ଆମେ ମୁଖ୍ୟତଃ କେତୋଟିକୁ ଦୃଷ୍ଟିଗୋଚରକୁ ଆଣିପାରିବା। ତରଳ ପଦାର୍ଥର ଅପବ୍ୟୟଗୁଡ଼ିକ ଆମେ ଗୃହରେ ଓ କଳ କାରଖାନାରେ କରିଥାଉ ଯାହା ଏକ ବ୍ୟାଧିରେ ପରିଣତ ଓ ଦୈନନ୍ଦିନ ଜୀବନର ଦେହସୁହା ହୋଇଗଲାଣି। ସେଥିପ୍ରତି ମଧ୍ୟ କାହାର ନଜର ନଥାଏ। ଘରେ ଓ କଳକାରଖାନାରେ ପାଣିର ଅପବ୍ୟୟ, ବିଷାକ୍ତ ପାଣିର ପରିବେଶକୁ ପ୍ରୟୋଗ, ବର୍ଷା ପାଣି ଇତ୍ୟାଦିର ଅପବ୍ୟୟ। ପୃଥିବୀରେ ତିନି ପ୍ରକାରର ରତ୍ନ ଥାଏ। ସେଗୁଡ଼ିକ ହେଲା- ଜଳ, ଅନ୍ନ ଓ ମଧୁର ବଚନ। ତେଣୁ ଜଳ ଭଳି ରତ୍ନ ଓ ସମ୍ପଦର ସୁବିନିଯୋଗ ହେଉଛି ଏକାନ୍ତ ଆବଶ୍ୟକ। ନଚେତ୍‌ କେଉଁ ମୁହୂର୍ତ୍ତରେ ସୁନ୍ଦର ସୃଷ୍ଟିର ବିନାଶ ହୋଇଯାଇପାରେ। ଅନ୍ୟପକ୍ଷରେ ପେଟ୍ରୋଲ ଓ ପେଟ୍ରୋଲଜାତ ତରଳ ପଦାର୍ଥର ମାତ୍ରାଧିକ ଅପବ୍ୟୟ ଦିନେ ନା ଦିନେ ସୃଷ୍ଟିର ପ୍ରଗତିର ବାଧକ ହୋଇ ଉଭା ହେବ। କଠିନ ପଦାର୍ଥର ଅପବ୍ୟୟଗୁଡ଼ିକ ହେଲା ପ୍ଲାଷ୍ଟିକ୍‌, କାଗଜ, ଲୁହା ଓ ଟିଣ ତଥା କାଚ ଇତ୍ୟାଦିର ଅପବ୍ୟୟ। ପ୍ରତିଦିନ ଆମେ ବ୍ୟବହାରଯୋଗ୍ୟ ପଦାର୍ଥର ଏତେ ଅଣସଂଯତ ବ୍ୟବହାର କରୁ ଯେ ପରବର୍ତ୍ତୀ ସମୟରେ ଯେତେବେଳେ ଆମେ ଆବଶ୍ୟକ କରୁ ଉକ୍ତ ବ୍ୟବହୃତ ଜିନିଷଟି ଆମେ ଆଉ ପାଉନାହୁଁ।
ନିଜର ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ଅନେକ ଜିନିଷରୁ ଜୈବିକ ସାର ପାଇପାରନ୍ତେ; ମାତ୍ର ଆମେ ରାସାୟନିକ ସାର ବ୍ୟବହାର କରୁଅଛୁ। ଘରେ ବାସିଫୁଲ, ଗଛର ପତ୍ର, ଗାଈ ଗୋରୁର ଗୋବରରେ ପ୍ରସ୍ତୁତ ଜୈବିକ ସାରକୁ ଆମେ ବ୍ୟବହାର କରୁନାହୁଁ। ଆମେ ପ୍ରକୃତିର ବାୟୁ, ଜଳ, ପରିବେଶ ଆଦିକୁ ନିଜ ଇଚ୍ଛା ଅନୁସାରେ ବ୍ୟବହାର କରୁଛୁ। ଏଥିରେ ପ୍ରତ୍ୟକ୍ଷ ଭାବରେ ଯଦି ବ୍ୟକ୍ତିର କିଛି କ୍ଷତି ବା ବ୍ୟୟ ହୋଇ ନଥାଏ, ମାତ୍ର ସାମୂହିକ ଭାବରେ ବିଚାର କଲେ ଏହା ସମାଜର ବୃହତ୍‌ କ୍ଷତି କରିଥାଏ।
ଆଜିର ମଣିଷ ଯାହା ଅପବ୍ୟୟ କରେ ତାହା ହେଉଛି ସମୟ, ଶ୍ରମ, ଖାଦ୍ୟ ପଦାର୍ଥ, ବିଜୁଳି, ଇନ୍ଧନ ଇତ୍ୟାଦି ଇତ୍ୟାଦି। ଗାଁରୁ ସହର ପର୍ଯ୍ୟନ୍ତ ବର୍ତ୍ତମାନ ମଣିଷ ସମୟର ସଦ୍‌-ବିନିଯୋଗ ଉପରେ ଆଦୌ ଗୁରୁତ୍ୱ ଦେଉନାହାନ୍ତି। ସମୟ ସହ ଶ୍ରମର ମିଶ୍ରଣରେ ମଣିଷ ସମାଜରେ ଏକ ବିରାଟ ସମନ୍ବୟ ହୋଇପାରନ୍ତା। ମାତ୍ର ବର୍ତ୍ତମାନ ପ୍ରତ୍ୟେକ ମନୁଷ୍ୟ ଯଥେଷ୍ଟ ସମୟର ଉପଯୋଗ ପରିବର୍ତ୍ତେ ଅପବ୍ୟୟ କରୁଛନ୍ତି ମୋବାଇଲରେ, ଫେସ୍‌ବୁକରେ, ହ୍ବାଟ୍ସ ଆପରେ, ଟିଭି ଦେଖିବାରେ, ସର୍ବାଦୌ ଆମୋଦ ପ୍ରମୋଦରେ। ଏଥିରେ ଯଥେଷ୍ଟ ଶ୍ରମ, ଶକ୍ତି ଓ ସମୟର ଅପଚୟ ଓ ଅପବ୍ୟୟ ହେଉଅଛି। ଯେତେବେଳେ ପୃଥିବୀର ୭୯୫ ମିଲିୟନ ମଣିଷ ଖାଦ୍ୟ ମୁଠିଏ ପାଆନ୍ତି ନାହିଁ, ଅର୍ଥାତ୍‌ ପୃଥିବୀରେ ପ୍ରତି ୯ ଜଣରେ ଜଣେ ଭୋକିଲା ରହେ, ସେହି ପୃଥିବୀରେ ଘରେ କିମ୍ବା ଭୋଜିରେ ଯେତେ ପରିମାଣରେ ଖାଦ୍ୟ ନଷ୍ଟ କରାଯାଏ, ତାହା କଳନାର ବାହାରେ। ବର୍ତ୍ତମାନର ସମାଜରେ ଆଭିଜାତ୍ୟପୂର୍ଣ୍ଣ ଅଭ୍ୟର୍ଥନାରେ ଯେପରି ଖାଦ୍ୟର ଅପବ୍ୟୟ କରାଯାଇଥାଏ, ତାହା ହେଉଛି ସଭ୍ୟ ସମାଜର ପ୍ରକୃତି ତଥା ଭୁଭୁକ୍ଷୁ ମଣିଷ ସମାଜ ପ୍ରତି ତିରଷ୍କାର। ବିଜୁଳି ଓ ପେଟ୍ରୋଲିୟମ୍‌ଜାତ ପଦାର୍ଥର ଅପବ୍ୟୟର ମାତ୍ରା ଏତେ ମାତ୍ରାରେ ବଢ଼ିଯାଇଛି ଯେ ଏହାର ସର୍ବଶେଷ ସ୍ଥିତିକୁ ମଣିଷ ଅପେକ୍ଷା କରିଛି। ତେଣୁ ବର୍ତ୍ତମାନ ମଧ୍ୟ ସମୟ ଅଛି ସଭ୍ୟ ସମାଜ ଅପବ୍ୟୟରୁ କ୍ଷାନ୍ତ ହୋଇ ଆବଶ୍ୟକ ବ୍ୟୟ ଉପରେ ଗୁରୁତ୍ୱ ଦେଲେ ସମାଜର ମଙ୍ଗଳ ହେବ। ଅଭିଲେଖାଧିକାରୀ
ଜାତୀୟ ଅଭିଲେଖାଗାର,ଭୁବନେଶ୍ବର
ମୋ -୯୯୩୭୩୪୫୯୦୦

The post ଜୀବନରେ ଅପବ୍ୟୟ appeared first on Dharitri Odia News.



Popular posts from this blog

ପ୍ରଚାର ମୋଡ଼ ବଦଳାଇଲେ କମଲା ହାରିସ୍‌

ଓ୍ବାଶିଂଟନ,୧୪/୮:ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଆମେରିକାର ରାଜନୈତିକ ପାଣିପାଗରେ ଉଷ୍ମତା ଭରିଦେଇଛି। ବିଶେଷକରି ଭାରତୀୟ ବଂଶୋଦ୍ଭବ କାଲିଫର୍ନିଆ ସିନେଟର କମଲା ହାରିସ୍‌ ଡେମୋକ୍ରାଟିକ୍‌ ପାର୍ଟିରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ପରେ ତାଙ୍କ ପ୍ରେସିଡେନ୍ସିଆଲ ନୋମିନି ଜୋ ବିଡେନଙ୍କ ପ୍ରଚାର ରୋଚକ ମୋଡରେ ପହଞ୍ଚତ୍ଛି। ବିଡେନ ଓ ହାରିସ୍‌ ବୁଧବାର ପ୍ରଥମଥର ପାଇଁ ଗୋଟିଏ ମଞ୍ଚରେ ଛିଡ଼ାହୋଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ହ୍ବାଇଟ୍‌ ହାଇସ୍‌ ରେକର୍ଡ ଶେୟାର କରିଛନ୍ତି। ରିପବ୍ଲିକାନ ଟ୍ରମ୍ପ୍‌ ରାଷ୍ଟ୍ରପତି ପଦ ପାଇଁ ଯୋଗ୍ୟ ନୁହନ୍ତି ବୋଲି ଦୁହେଁ ସମାଲୋଚନା କରିଛନ୍ତି। ୭୭ ବର୍ଷୀୟ ଶ୍ୱେତାଙ୍ଗ ଜୋ ବିଡେନ ମଙ୍ଗଳବାର ୫୫ ବର୍ଷୀୟା କମଲା ହାରିସ୍‌ଙ୍କୁ ତାଙ୍କର ଭାଇସ୍‌ ପ୍ରେସିଡେନ୍ସିଆଲ ରନିଂ ମେଟ୍‌ ଭାବେ ଚୟନ କରିଥିଲେ। ଆମେରିକାର ଏକ ବଡ଼ ରାଜନୈତିକ ଦଳରୁ ଜଣେ କୃଷ୍ଣକାୟ ମହିଳା ଭାବେ ଏହି ଦୌଡ଼ିରେ ସାମିଲ ହେବାରେ ହାରିସ୍‌ ହେଉଛନ୍ତି ପ୍ରଥମ। ଏହାର ଦିନକ ପରେ ଦୁଇନେତା ଡେଲାଓ୍ବେରସ୍ଥିତ ଓ୍ବିଲମିଙ୍ଗଟନରେ ପ୍ରଥମଥର ପାଇଁ ଗୋଟିଏ ମଞ୍ଚରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ଏହି ଅବସରରେ ବିଡେନ କହିଥିଲେ, ଉପରାଷ୍ଟ୍ରପତି ପଦ ଲାଗି ହାରିସ୍‌ ଜଣେ ସ୍ମାର୍ଟ, ଟାଣୁଆ ଏବଂ ଆମେରିକାର ମଧ୍ୟବିତ୍ତଙ୍କ ପାଇଁ ଲଢ଼ୁଆ ପ୍ରାର୍ଥୀ। କିପରି କଠୋର ନିଷ୍ପତ୍ତି ନିଆଯାଏ ତାଙ୍କୁ ଭଲ

କୁଶଳୀ ଶିଳ୍ପୀ ନିହଣ ସଙ୍ଗେ ଅସ୍ତ୍ର ବି ଧରୁଥିଲେ

ପୂର୍ବ ଆଲୋଚନାରେ (ଧରିତ୍ରୀ, ୨୬ା୪ା୨୧) ‘ମଗୋ ଜାତୀୟ ବ୍ରାହ୍ମଣ’ଙ୍କ ପ୍ରସଙ୍ଗ ଆମେ ଆଲୋଚନା କରିଥିଲେ। ପ୍ରାଚୀନ ଭାରତର ଇତିହାସ ପୁସ୍ତକରେ ବା ଭଗବତ୍‌ ଶରଣ ଉପାଧ୍ୟାୟ ଏ ସମ୍ପର୍କିତ ମତ ଦେବାପରେ ଡ. ରାମ୍‌ଜୀ ଉପାଧ୍ୟାୟ ଏହି ମତକୁ ଆଗେଇ ନେଇଥିଲେ। ମଗୋମାନେ ତୃତୀୟ ଶତାବ୍ଦୀରେ ଭାରତକୁ ଆସି ସୂର୍ଯ୍ୟଙ୍କ ଉପାସନା କରିଥିଲେ ବୋଲି ଲେଖିବା ପରେ କେତେକ ଐତିହାସିକ କୁଶାଣ ଯୁଗରେ ସୂର୍ଯ୍ୟ ଉପାସନା ଇରାନରୁ ଭାରତକୁ ଆସିଥିଲା ବୋଲି ମତ ଦେଇଥିଲେ। ବାସ୍ତବରେ କୁଶାଣ ଯୁଗ ପୂର୍ବରୁ ଭାରତରେ ସୂର୍ଯ୍ୟ ଉପାସନା ପ୍ରଚଳିତ ଥିଲା। ବେଦ ହିଁ ଏହାର ପ୍ରମାଣ। ତୃତୀୟ ଶତକ ପୂର୍ବରୁ ରାମାୟଣ, ମହାଭାରତ, କେତେକ ପୁରାଣ ଓ ତନ୍ତ୍ରଗ୍ରନ୍ଥ ଲେଖା ସରିଥିଲା। ମହାଭାରତରେ ସେତେବେଳକୁ ସୂର୍ଯ୍ୟ ହୋଇ ସାରିଥିଲେ ‘ବ୍ରହ୍ମଶାଶ୍ୱତ’। ପୁରାଣ ଶାସ୍ତ୍ରରେ ସୂର୍ଯ୍ୟଙ୍କର କ୍ରାନ୍ତିବୃତ୍ତିକୁ ସୂର୍ଯ୍ୟରଥ ବୋଲି ପ୍ରମାଣ କରାଯାଇ ସାରିଲାଣି। ଜ୍ୟୋତିଷ ତତ୍ତ୍ୱର ରହସ୍ୟ ପୁରାଣ ଶାସ୍ତ୍ରରେ ସ୍ଥାନ ପାଇ ସାରିଥିଲା। ସୂର୍ଯ୍ୟଙ୍କ ରଥ ବେଦମୟ, ମୁହୂର୍ତ୍ତକେ ୩୪ ଲକ୍ଷ ୮୦୦ ଯୋଜନ ଏହି ରଥ ଗତିକରେ। ଗୋଟିଏ ଚକ ହେଉଛି ସମ୍ବତ୍ସର। ୧୨ ମାସର ପ୍ରତୀକ ୧୨ଟି ଅର। ୬ ଋତୁ ପରି ୬ଟି ପଇ। ଅରୁଣ ହେଉଛନ୍ତି ସାରଥି। ଦତ୍ତାତ୍ରେୟ ତନ୍ତ୍ରରେ ସୂର୍ଯ୍ୟଙ୍କର ରଥର ରହସ୍ୟ ସବିଶେଷ ବର୍ଣ୍ଣନା ହୋଇ ସାରିଥିଲା। ସ୍ଥାପତ୍ୟ କଳାର ଏତେସବୁ ରହସ୍ୟ ଓଡ଼ିଆ ଶିଳ୍ପୀ ଜାଣିଥିଲେ। ବ

ବିଜିୟୁ, ଆର୍କଜେନ ୟୁନିଭର୍ସିଟି ସହ ଆଇସିଏସ୍‌ଆଇର ଚୁକ୍ତି

ଭୁବନେଶ୍ୱର: ଦି ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କମ୍ପାନୀ ସେକ୍ରେଟାରିଜ ଅଫ୍‌ ଇଣ୍ଡିଆ(ଆଇସିଏସ୍‌ଆଇ) ପକ୍ଷରୁ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି(ବିଜିୟୁ) ଭୁବନେଶ୍ୱର ଏବଂ ଜାମସେଦପୁରସ୍ଥିତ ଆର୍କଜେନ୍‌ ୟୁନିଭର୍ସିଟି ସହ ଏକାଡେମିକ ସହବନ୍ଧନ ଏମ୍‌ଓୟୁରେ ସାମିଲ ହୋଇଛି। ଛାତ୍ରୀଛାତ୍ର ଏବଂ ଅଂଶୀଦାରଙ୍କ ଉନ୍ନତି ତଥା ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ଏଭଳି ଏକ ଚୁକ୍ତି ବିଶେଷ ଭାବେ ସହାୟକ ହେବ ବୋଲି ଆଇସିଏସ୍‌ଆଇ ସଭାପତି ସିଏସ୍‌ ଆଶିଷ ଗର୍ଗ ସୂଚନା ଦେଇଛନ୍ତି। ଉଭୟ ବିଶ୍ୱବିଦ୍ୟାଳୟ ଆଇସିଏସ୍‌ଆଇ ସହ ମିଳିତ ହୋଇ କାମ କରିବାକୁ ଆଗେଇ ଆସିଥିବାରୁ ସେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଛାତ୍ରୀଛାତ୍ରଙ୍କ ଉନ୍ନତି ଦିଗରେ ବିଭିନ୍ନ କାର୍ଯ୍ୟପନ୍ଥା ହାତକୁ ନିଆଯାଉଥିବା ଉପସଭାପତି ସିଏସ୍‌ ନାଗେନ୍ଦ୍ର ରାଓ କହିଛନ୍ତି। ନୂଆ ସହବନ୍ଧନ ଦ୍ୱାରା ଉଭୟ ଅନୁଷ୍ଠାନ ଲାଭବାନ ହୋଇପାରିବେ ବୋଲି ବିଜିୟୁ କୁଳପତି ପ୍ରଫେସର ପି.ପି. ମାଥୁର ମତ ପ୍ରକାଶ କରିଥିଲେ। ଏଭଳି ପଦକ୍ଷେପ ପାଇଁ ଅର୍କଜେନ ୟୁନିଭର୍ସିଟି କୁଳପତି ଡ.ଏସ୍‌.ଏସ୍‌.ରାଜି ଆଇସିଏସ୍‌ଆଇକୁ ଧନ୍ୟବାଦ ପ୍ରଦାନ କରିଛନ୍ତି। The post ବିଜିୟୁ, ଆର୍କଜେନ ୟୁନିଭର୍ସିଟି ସହ ଆଇସିଏସ୍‌ଆଇର ଚୁକ୍ତି appeared first on Dharitri Odia News .