Skip to main content

Posts

Showing posts from June, 2020

ଅନ୍‌ଲାଇନ୍‌ ଚେସ୍‌: ନିପୁନ ଚାମ୍ପିୟନ

ଭୁବନେଶ୍ୱର, ୩୦।୬(କ୍ରୀଡ଼ା ପ୍ରତିନିଧି):ଏସଆର ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ରବିବାର ଅନୁଷ୍ଠିତ ୯ମ ଅନ୍‌ଲାଇନ୍‌ ଚେସ୍‌ରେ ନିପୁନ ଆଦିତ୍ୟ ମହାନ୍ତି ଚାମ୍ପିୟନ ହୋଇଛନ୍ତି। ୨୦୧୯ରେ ରାଜ୍ୟ ବଧିର ଚେସ୍‌ ଚାମ୍ପିୟନ ହୋଇଥିବା ଭୁବନେଶ୍ୱର ନିପୁନ ୬ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ପୂରା ୬ ପଏଣ୍ଟ ପାଇ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ତନ୍ମୟ ତ୍ରିପାଠୀ, ସନ୍ଦୀପା ସାହୁ, ବିକାଶ କୁମାର ଲେଙ୍କା ଓ ପ୍ରତୀକ ଚୌରାସିଆ(ସମସ୍ତେ ୪.୫ ପଏଣ୍ଟ) ଯଥାକ୍ରମେ ଦ୍ୱିତୀୟରୁ ୫ମ ସ୍ଥାନ ହାସଲ କରିଛନ୍ତି। ୧୧ ବର୍ଷରୁ କମ୍‌ ବର୍ଗରେ ଆଦିତ୍ୟ ନାରାୟଣ ମହାନ୍ତି, ତ୍ରିଦେବ ତୀର୍ଥଙ୍କର, ଦେବାଂଶ ପଣ୍ଡା, ୯ ବର୍ଷରୁ କମ୍‌ରେ ସୂର଼୍ୟାଂଶୁ ମହାକୁଡ଼, ନିଲିଶା ନିବେଦିତା, ୭ ବର୍ଷରୁ କମ୍‌ରେ ସାରାଂଶ ସାହୁ ଓ ଅର୍ନବ ବିଶ୍ୱାଳ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ଓ ଦେଶର ୪୧ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଆୟୋଜକ ସେଣ୍ଟରର ନିର୍ଦ୍ଦେଶକ ସତ୍ୟରଞ୍ଜନ ପଟ୍ଟନାୟକ, ଡାକ୍ତର ମାନସ ରଞ୍ଜନ ମିଶ୍ର ଓ ସତ୍ୟଜିତ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏହି ଟୁର୍ନାମେଣ୍ଟ ପରିଚାଳିତ ହୋଇଥିଲା। The post ଅନ୍‌ଲାଇନ୍‌ ଚେସ୍‌: ନିପୁନ ଚାମ୍ପିୟନ appeared first on Dharitri Odia News .

ରୁଟ୍‌ ଖେଳିବେନି, ଷ୍ଟୋକ୍ସ ନେତୃତ୍ୱ ନେବେ

ଲଣ୍ଡନ, ୩୦।୬(ପି.ଟି.):ଦ୍ୱିତୀୟ ସନ୍ତାନର ଜନକ ହେବାକୁ ଯାଉଥିବା ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଖେଳିବେ ନାହିଁ। ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଥିବା ଏହି ସିରିଜର ପ୍ରଥମ ଟେଷ୍ଟରେ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ପ୍ରଥମଥର ପାଇଁ ଦଳର ନେତୃତ୍ୱ ନେବେ। ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ସାଇଥାମ୍ପଟନର ଏଜେସ ବାଓଲ ଷ୍ଟାଡିୟମରେ ଜୁଲାଇ ୮ରୁ ଆରମ୍ଭ ହେବ। ସେହି ସମୟରେ ରୁଟ୍‌ଙ୍କ ସ୍ତ୍ରୀ ଦ୍ୱିତୀୟ ସନ୍ତାନର ଜନନୀ ହେବା ସମ୍ଭାବନା ରହିଛି। ଅନ୍ତରୀଣ ଅଧିନାୟକ ନିଯୁକ୍ତ ହୋଇଥିଲେ ହେଁ ଷ୍ଟୋକ୍ସଙ୍କୁ ରୁଟ୍‌ ‘ନେଚୁରାଲ ଲିଡର’ ଭାବେ ଅଭିହିତ କରିଛନ୍ତି। କେବଳ ପ୍ରଥମ ଟେଷ୍ଟ ନୁହେଁ, ରୁଟ୍‌ ଦ୍ୱିତୀୟ ଟେଷ୍ଟ ଖେଳିବା ନେଇ ମଧ୍ୟ ସନ୍ଦେହ ରହିଛି। କାରଣ ଦଳସହ ଯୋଗ ଦେବା ପୂର୍ବରୁ ତାଙ୍କୁ ୭ ଦିନ ସେଲ୍ଫ-ଆଇସୋଲେଶନରେ ରହିବାକୁ ପଡ଼ିବ। କରୋନା ଭାଇରସ ସଂକ୍ରମଣ ଯୋଗୁ ୩ ମାସ ବ୍ୟବଧାନ ପରେ ଏହି ସିରିଜ ଜୈବ-ସୁରକ୍ଷିତ ଭେନ୍ୟୁରେ ଆରମ୍ଭ ହେବାକୁ ଯାଉଛି। The post ରୁଟ୍‌ ଖେଳିବେନି, ଷ୍ଟୋକ୍ସ ନେତୃତ୍ୱ ନେବେ appeared first on Dharitri Odia News .

ଓଡ଼ିଶା ଏଫ୍‌ସି ଦଳରେ ଗୋଲକିପର ରବି କୁମାର

ଭୁବନେଶ୍ୱର, ୩୦।୬(କ୍ରୀଡ଼ା ପ୍ରତିନିଧି):ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ୭ମ ସିଜନ ପୂର୍ବରୁ ଓଡ଼ିଶା ଏଫସି ଦଳରେ ସାମିଲ ହୋଇଛନ୍ତି ଗୋଲକିପର ରବି କୁମାର। ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍‌ ସହିତ ଉତ୍ତର ପ୍ରଦେଶ ଜନ୍ମିତ ରବି କୁମାର ୨ ବର୍ଷୀୟା ଚୁକ୍ତି କରିଛନ୍ତି। ଇଣ୍ଡିଆନ ଆରୋଜ ଓ ସ୍ପୋର୍ଟିଂ କ୍ଲବ ଡି ଗୋଆ ପକ୍ଷରୁ ଖେଳିବା ପରେ ରବି ଆଇଏସଏଲ ଦ୍ୱିତୀୟ ସିଜନ ପାଇଁ ଦିଲ୍ଲୀ ଡାଇନାମସ ସହିତ ଚୁକ୍ତି କରିଥିଲେ। ଏହା ବ୍ୟତୀତ ସେ ନର୍ଥଇଷ୍ଟ ୟୁନାଇଟେଡ ଓ ମୁମ୍ବାଇ ସିଟି ଏଫସି ପକ୍ଷରୁ ଯଥାକ୍ରମେ ୨୦୧୭-୧୮ ଓ ୨୦୧୮-୧୯ ସିଜନରେ ଖେଳିଥିଲେ। କ୍ୟାରିୟର ଆରମ୍ଭରେ ଏହି ୨୬ ବର୍ଷୀୟ ଗୋଲକିପର ମିନର୍ଭା ପଞ୍ଜାବ ଏଫସି ପକ୍ଷରୁ ମଧ୍ୟ ଖେଳିଥିଲେ। The post ଓଡ଼ିଶା ଏଫ୍‌ସି ଦଳରେ ଗୋଲକିପର ରବି କୁମାର appeared first on Dharitri Odia News .

ଭାରତ ମୁତୟନ କଲା ‘ଘାତକ’ କମାଣ୍ଡୋ, ଚୀନ୍‌ର ମାର୍ସଲ୍‌ ଆର୍ଟ ନିପୁଣ ପ୍ରଶିକ୍ଷକଙ୍କୁ ମୁକାବିଲା କରିବେ

ବେଜିଂ: ପୂର୍ବ ଲଦାଖ୍‌ର ଗଲୱାନ୍‌ ଘାଟିରେ ଭାରତ -ଚୀନ୍‌ ସେନା ମଧ୍ୟରେ ସଂଘର୍ଷ ଉପୁଜିବାପରଠାରୁ ସ୍ଥିତି ଉଦ୍‌ବେଗଜନକ ରହିଛି। ଅନେକ ଉଚ୍ଚସ୍ତରୀୟ ବୈଠକ ଏବଂ ଆଲୋଚନା ‌ହୋଇଥିଲେ ସୁଦ୍ଧା ଏହାର କିଛି ସୁଫଳ ମିଳିନି। ଏଲ୍‌ଏସିରେ ଯୁଦ୍ଧଭଳି ସ୍ଥିତି ଲାଗି ରହିଥିବାବେଳେ ଚୀନ୍‌ର ପିଏଲ୍‌ଏ ଏହାର ସାମରିକ ଅଧିକାରୀମାନଙ୍କୁ ତାଲିମ ଦେବାପାଇଁ ମାର୍ସଲ୍‌ ଆର୍ଟ (ସାମରିକ କଳା)ରେ ନିପୁଣ ପ୍ରଶିକ୍ଷକଙ୍କୁ ନିଯୁକ୍ତ କରିଛି। ମିଳିଥିବା ରିପୋର୍ଟ ଅନୁଯାୟୀ ଚୀନ୍‌ ପ୍ରାୟ ୨୦ ମାର୍ସଲ୍‌ ଆର୍ଟରେ ନିପୁଣ ପ୍ରଶିକ୍ଷକଙ୍କୁ ତିବ୍ଦତକୁ ପଠାଇଛି। କିନ୍ତୁ ଭାରତୀୟ ସେନା ଚୀନ୍‌ ସେନା ପକ୍ଷରୁ ଆସନ୍ନ ଯେକୌଣସି ପ୍ରକାର ଆକ୍ରମଣର ମୁକାବିଲା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଛି। ଲଦାଖ୍‌ରେ ଚୀନ୍‌ର ମାର୍ସଲ୍‌ ଆର୍ଟ ପ୍ରଶିକ୍ଷକଙ୍କୁ ମୁକାବିଲା କରିବା ପାଇଁ ଭାରତ ସେନା ‘ଘାତକ’ କମାଣ୍ଡୋଙ୍କୁ ମୁତୟନ କରିଛି। ଜଣେ ସେନା ଅଧିକାରୀ କହିଛନ୍ତି, ଘାତକ କମ‌ାଣ୍ଡୋ‌ କର୍ଣ୍ଣାଟକର ବେଲଗାଓଁରେ ୪୩ ଦିନିଆ ସ୍ବତନ୍ତ୍ର ତାଲିମ ନେଇଛନ୍ତି। ଏହି ତାଲିମ ସମୟରେ ଜ‌ଣେ ଜଣେ କମାଣ୍ଡୋଙ୍କୁ ୩୫ କିଲୋ ଓଜନର ଜିନିଷ ଧରି ଲଗାତାର ୪୦ କିମି ବାଟ ଦୌଡ଼ି‌ବାକୁ ପଡ଼ିଥାଏ। ଏହା ସେମାନଙ୍କୁ ଶାରୀରିକ ଭାବେ ଅତ୍ୟନ୍ତ ସୁଦୃଢ଼ କରିଥାଏ। ଫଳରେ ଜଣେ ଘାତକ କମାଣ୍ଡୋ ପ୍ରତିକୂଳ ପରିସ୍ଥିତିରେ ଅନ୍ୟ କାହା ସହଯୋଗରେ ମଧ୍ୟ ଶତ୍ରୁ ପକ୍ଷଙ୍କୁ ଏକାକୀ ମୁକାବିଲା କରି...

୪ ଦିନ ଧରି ରାଜ୍ୟରେ ଜାରି ରହିବ ବର୍ଷା : ଆଜି ୪ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ବର : ପ୍ରାୟ ସପ୍ତାହେ ବ୍ୟବଧାନରେ ପୁଣି ରାଜ୍ୟରେ ସକ୍ରିୟ ହୋଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ବି ସମ୍ଭାବନା ରହିଛି। ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା ୪ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତାକାଲି ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝରର କିଛି କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର, ଦେବଗଡ଼, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ବୌଦ୍ଧ, ଅନୁଗୁଳ ଓ ମୟୂରଭଞ୍ଜ ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ଜୁଲାଇ ପହିଲାରୁ ରାଜ୍ୟରେ ବର୍ଷା ଲାଗି ରହିବ। ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ଝାରସୁଗୁଡ଼ା ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। WKBN.com ୨ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବ। ବିଶେଷକରି ୯ଟି ଜିଲ୍ଲାରେ ପ୍ରବଳ ବର୍ଷିବ। ସେହି ଜିଲ୍ଲାଗୁଡ଼ିକ ହେଲା,...

ରାଜଧାନୀରେ ୧୨୦ ସ୍ଥାନୀୟ ସଂକ୍ରମିତ : ଗୋଷ୍ଠୀ ସଂକ୍ରମଣ!

ଭୁବନେଶ୍ବର : ଜୁନ୍‌ ୨୯ ତାରିଖ ସୁଦ୍ଧା ରାଜଧାନୀରେ ୩୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିନ୍ତୁ ଏଥିରୁ ୧୨୦ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଅର୍ଥାତ୍‌ ଏହି ଆକ୍ରାନ୍ତମାନେ ବାହାର ରାଜ୍ୟ/ଦେଶକୁ ମାର୍ଚ୍ଚ ମାସଠାରୁ ଯାଇନାହାନ୍ତି କି ଫେରି ନାହାନ୍ତି। ଏମାନେ ଘରେ ସବୁ ପ୍ରକାରର ପ୍ରତିଷେଧକ ନେଇ ରହିଥିଲେ। କେବଳ ଭୁବନେଶ୍ବର ଭିତରେ ବିଭିନ୍ନ କାର୍ଯ୍ୟ ପାଇଁ ଯାତାୟାତ କରିଛନ୍ତି। ବିଏମ୍‌ସିର ରିପୋର୍ଟ କହୁଛି, ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରୁ କିଛି ଲୋକ ପୂର୍ବରୁ କରୋନା ଆକ୍ରାନ୍ତ ହୋଇଥିବା ଲୋକଙ୍କ ସଂସ୍ପର୍ଶରେ ଆସିଥିବାରୁ ଏବେ ଆକ୍ରାନ୍ତ ହୋଇଛନ୍ତି। ହେଲେ ଆଉ କିଛି ଲୋକଙ୍କୁ କେମିତି କରୋନା ହେଲା, ତାହା ବିଏମ୍‌ସି କର୍ତ୍ତୃପକ୍ଷ ଖୋଜି ଖୋଜି ପାଉନାହାନ୍ତି। ଯେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିନାହାନ୍ତି, ସେମାନଙ୍କୁ କିପରି କରୋନା ହେଲା, ତାହା ବିଏମ୍‌ସି କର୍ତ୍ତୃପକ୍ଷ ଖୋଜୁ ନାହାନ୍ତି ନା ଜାଣିକି ଲୁଚାଉଛନ୍ତି, ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରିଲାଣି। ଭୁବନେଶ୍ବରରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଗଲା କି? ଏ ଆଶଙ୍କା ଏବେ ସମସ୍ତଙ୍କ ମନକୁ ଆସିଲାଣି। କାରଣ ଆକ୍ରାନ୍ତଙ୍କ ପରିବାରରୁ ଯେତିକି ଲୋକଙ୍କର ପଜିଟିଭ୍ ବାହାରୁନି, ବାହାର ଲୋକ ଅଧିକ ପଜିଟିଭ୍ ବାହାରୁଛନ୍ତି। ବସ୍ତି ତ ଦୂର କଥା ଅନ୍ୟ ଅଞ୍ଚଳରେ ରହୁଥିବା ଲୋକ ବି ସଙ୍ଗରୋଧ ନିୟମ ମାନୁ ନାହାନ...

ରାଜଧାନୀରେ କରୋନା ୩୦୦ ଟପିଲା

ଭୁବନେଶ୍ବର : ରାଜଧାନୀରେ କରୋନା ସଂଖ୍ୟା ୩ ଶହ ଡେଇଁଛି। ଗତ ୨୪ ଘଣ୍ଟାରେ ୨୫ନୂଆ ରୋଗୀ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୩୧୪ରେ ପହଞ୍ଚିଛି। ତେବେ ଆକ୍ରାନ୍ତଙ୍କ ମଧ୍ୟରେ ୨୩ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା ରାଜଧାନୀରେ ସଂକ୍ରମଣ ସ୍ଥିତିକୁ ଆହୁରି ଗମ୍ଭୀର କରି ଦେଇଛି। ୨୫ ପଜିଟିଭ୍‌ଙ୍କ ମଧ୍ୟରେ ୨୩ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ମାତ୍ର ୨ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ରାଜଧାନୀର ଏକ ଘ‌ରୋଇ ହସ୍ପିଟାଲର କୋଲକାତା ଫେରନ୍ତା କର୍ମଚାରୀ ଓ ରେଳବାଇର ଦିଲ୍ଲୀ ଫେରନ୍ତା କର୍ମଚାରୀଙ୍କୁ ଚିହ୍ନଟ କରାଯାଇଛି। ତେବେ ରାଜଧାନୀର ମଞ୍ଚେଶ୍ବର ଅଞ୍ଚଳ ହଟସ୍ପଟ୍ ପାଲଟିଛି। ତହିଁରୁ ୫ଜଣ, ନୂଆଗାଁ ପେଟ୍ରୋଲ ପମ୍ପ ନିକଟରେ ଥିବା ସଙ୍ଗରୋଧ କେନ୍ଦ୍ରର ଦୁଇଜଣ କର୍ମଚାରୀ, ଚକେଇସିଆଣିର ଏକ ହାଇସ୍କୁଲରୁ ୪ଜଣ, ହାଡ଼ବାଇ ବସ୍ତିରୁ ୨ଜଣ, ପାସ୍‌ପୋର୍ଟ କାର୍ଯ୍ୟାଳୟ ନିକଟରୁ ୪ଜଣ, ଶିରିପୁର ଲକ୍ଷ୍ମୀବଜାରରୁ ଜଣେ, ଘରୋଇ ହସ୍ପିଟାଲର ଜଣେ କର୍ମଚାରୀ, ନୀଳାଦ୍ରିବିହାର ବୁଦ୍ଧ ପାର୍କ ନିକଟରୁ ଜଣେ ଓ ଏକ ସରକାରୀ ହସ୍ପିଟାଲର ଜଣେ କର୍ମଚାରୀ ପଜିଟିଭ୍‌ ବାହାରିଛନ୍ତି। ସମସ୍ତ ସଂକ୍ରମିତଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ୩୧୪ସଂକ୍ରମିତଙ୍କ ମଧ୍ୟରୁ ୧୭୪ଜଣ ସୁସ୍ଥ ହୋଇଥିବା ବେଳେ ୧୩୫ ଜଣଙ୍କ ଚିକିତ୍ସା ଜାରି ରହିଛି। kdvr.com ...

ବସ୍ତିରେ ଉତ୍ତେଜନା ବଢ଼ାଉଛନ୍ତି ହଟସ୍ପଟ୍‌ ଫେରନ୍ତା

ଚନ୍ଦ୍ରଶେଖରପୁର : ରାଜଧାନୀରେ ମାଡ଼ି ଚାଲିଛି ମହାମାରୀ କରୋନା। ୩ ଶହରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ତେଣୁ ବିଭିନ୍ନ କଲୋନିରୁ ବସ୍ତି ପର୍ଯ୍ୟନ୍ତ ସବୁଠାରେ ଭୟର ବାତାବରଣ। ଏଭଳି ସ୍ଥିତିରେ ରାଜ୍ୟର ହଟସ୍ପଟ୍‌ ଅଞ୍ଚଳରୁ ରାଜଧାନୀର ବିଭିନ୍ନ ବସ୍ତିକୁ ଫେରୁଥିବା ଶ୍ରମିକମାନଙ୍କୁ ନେଇ ଉତ୍ତେଜନା ବଢ଼ୁଛି। ‌ସେମାନେ ସଙ୍ଗରୋଧରେ ନ ରହିବାକୁ ଅଡ଼ି ବସୁଥିବାରୁ ଗଣ୍ଡ‌ଗୋଳ ହେଉଛି। କଥା ହାତାହାତି ପର୍ଯ୍ୟନ୍ତ ଯାଉଛି। ଏଭଳି ମାମଲାକୁ ନେଇ ପ୍ରତିଦିନ ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନାରେ ଭିଡ଼ ହେଉଥିବା ଦେଖିବାକୁ ମିଳୁଛି। ଲକ୍‌ଡାଉନ୍ କୋହଳ ହେବା ପରେ ରାଜଧାନୀରେ ନିର୍ମାଣ କାମଧନ୍ଦା ଆରମ୍ଭ ହୋଇଯାଇଥିବାରୁ ଗାଁକୁ ପଳାଇଥିବା ଲୋକେ ପୁଣି ରାଜଧାନୀ ମୁହାଁ ହୋଇଛନ୍ତି। ତେବେ ଗଞ୍ଜାମ ଭଳି ହଟସ୍ପଟ୍‌ ଜିଲ୍ଲାରୁ ଫେରୁଥିବା ଲୋକଙ୍କୁ ନେଇ ବସ୍ତିମାନଙ୍କରେ ଗଣ୍ଡ‌ଗୋଳ ବଢ଼ୁଛି। ସେମାନଙ୍କଠାରୁ ମହାମାରୀ କରୋନା ସଂକ୍ରମଣ ହେବା ଆଶଙ୍କା ହେବ ବୋଲି ବସ୍ତିବାସିନ୍ଦାମାନେ ଅଭିଯୋଗ କରୁଛନ୍ତି। ତେଣୁ ସେମାନଙ୍କୁ ସଙ୍ଗରୋଧରେ ରହିବାକୁ ସାହି ଲୋକେ କହୁଛନ୍ତି। କିନ୍ତୁ ଦୀର୍ଘ ୩ ମାସ ଧରି ବେରୋଜଗାର ହୋଇ ପଡ଼ିଥିବା ଗାଁ ଫେରନ୍ତା ଶ୍ରମିକ ପୁଣି ଦୁଇ ସପ୍ତାହ ବସି ରହିବାକୁ ଇଛା କରୁନାହାନ୍ତି। ସେମାନେ ନିଜ ଘରେ ରହି କାମଧନ୍ଦାକୁ ଯିବେ ବୋଲି ଜିଦ୍‌ କରୁଛନ୍ତି। ଏଣେ ବସ୍ତିଲୋକେ ସେମାନଙ୍କ...

ସଙ୍ଗରୋଧରେ ଗଲେ କ୍ୟାପିଟାଲ ହସ୍ପିଟାଲର ଡାକ୍ତର

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲର ୨ଜଣ ଡାକ୍ତରଙ୍କୁ ସଙ୍ଗରୋଧରେ ପଠାଇ ଦିଆଯାଇଛି। କିଛିଦିନ ପୂର୍ବରୁ ବିଡିଏରେ ସୁରକ୍ଷା କର୍ମୀ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ସଙ୍ଗରୋଧରେ ଅଛନ୍ତି। ଏହାସହ ଅନ୍ୟ ଜଣେ ଡାକ୍ତରଙ୍କ କରୋନା ଲକ୍ଷଣ ଦେଖାଯାଇଥିବାରୁ ତାଙ୍କୁ ମଧ୍ୟ ସଙ୍ଗରୋଧ ରହିବା ଲାଗି କୁହାଯାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। source https://sambad.in/metro/capital-hospital-doctor-under-quarantined-534958/

ବାଲିଅନ୍ତାରେ ପୁଣି ଜଣେ କରୋନା ଆକ୍ରାନ୍ତ

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଞ୍ଚଳରେ ଆଜି ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଜଣକ ପୁରୁଷ ଓ ତାଙ୍କ ବୟସ ୩୦ ହେବ। ହୀରାପୁର ସଂଗରୋଧ କେନ୍ଦ୍ରରେ ରହିଥିବା ସଂପୃକ୍ତ ପ୍ରବାସୀ ଓଡ଼ିଆ ଜଣକ ମହାରାଷ୍ଟ୍ରରୁ ଗତ ୨୭ ତାରିଖରେ ତାଙ୍କ ପତ୍ନୀ ଓ ଛୋଟ ପୁଅ ସହିତ ଫେରିଥିଲେ। ସୌଭାଗ୍ୟବଶତଃ ପତ୍ନୀ ଓ ପୁଅଙ୍କ ସ୍ବାବ୍‌ ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଥିବା ବେଳେ ଉକ୍ତ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗତ ଦୁଇଦିନ ତଳେ ଅନୁରୂପ ଭାବେ ଆଉ ଜଣେ ମହାରାଷ୍ଟ୍ର ଫେରନ୍ତା କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ବାଲିଅନ୍ତା ବ୍ଲକର ୧୬ଟି ପଞ୍ଚାୟତରେ ଏଯାଏ ଜଣେ ମହିଳାଙ୍କ ସମେତ ମୋଟ ୬ ଜଣ ବ୍ୟକ୍ତି କରୋନାରେ ପୀଡ଼ିତ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ବାକି ୩ ଜଣ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ବିନ୍ଧ୍ୟଗିରିରେ କରୋନା ପଜିଟିଭ୍‌,ଗାଁ ୪୮ ଘଣ୍ଟା ପାଇଁ ସିଲ୍‌ ମେଣ୍ଢାଶାଳ : ଗତକାଲି ଜଟଣୀ ବ୍ଲକ ଛତାବର ପଞ୍ଚାୟତରେ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଆଜି ପୁଣି ସେହି ପଞ୍ଚାୟତର ବିନ୍ଧ୍ୟଗିରି ଗ୍ରାମରେ ଅନ୍ୟ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉକ୍ତ ଆକ୍ରାନ୍ତଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର...

ଓଏଫ୍ଏସ୍ ଅଫିସର୍‌ ଆତ୍ମହତ୍ୟା ମାମଲା : ଅଧାରୁ ଛାଡ଼ିଦେଲେ ଅଧୁରା ସଂସାର

ଭୁବନେଶ୍ବର : ସଂଘର୍ଷ କରି ସଫଳ ହୋଇଥିଲେ। ଜୀବନର ଲକ୍ଷ୍ୟ ଥିଲା ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ସଫଳତା ପାଇବେ। ଓଡ଼ିଶା ଫାଇନାନ୍‌ସ ସର୍ଭିସ୍‌ (ଓଏଫ୍‌ଏସ୍) ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଏହି ଲକ୍ଷ୍ୟ ହାସଲ କଲେ ମଧ୍ୟ। ତଥାପି ତାଙ୍କ ନିଜ ସଂସାର ଅଧୁରା ରହି ଯାଇଥିଲା। ଜୀବନର ଏହି ବଡ଼ ସଫଳତା ତାଙ୍କ ଅଧୁରା ସଂସାରରେ କିନ୍ତୁ ଶାନ୍ତି ଭରି ପାରିନଥିଲା। ବହୁ ପୂର୍ବରୁ ମନକୁ ପୋଡ଼ି ପକାଉଥିବା ପାରିବାରିକ ବିବାଦଜନିତ ଅଶାନ୍ତ ଅଗ୍ନିର ଏକ ବଡ଼ ସ୍ଫୁଲିଙ୍ଗ କ୍ଷଣକ ଭିତରେ ତାଙ୍କୁ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ କଲା। ତେଣୁ ନୂଆ ଚାକିରି ଜୀବନ ଆରମ୍ଭ କରିବା ପୂର୍ବରୁ ନିଜ ଜୀବନଦୀପକୁ ନିଜ ହାତରେ ଲିଭାଇ ଦେଲେ। ତାଙ୍କ ଅଧୁରା ସଂସାରକୁ ସବୁ ଦିନ ପାଇଁ ଅଧା ରାସ୍ତାରେ ଛାଡ଼ିଦେଲେ। ଓଏଫ୍‌ଏସ୍‌ ଅଫିସର୍‌ ଅଭିଳାଷ ସ୍ବରୂପ ମହାପାତ୍ରଙ୍କ ଆତ୍ମହତ୍ୟା ପଛରେ ଥିବା ଏହି ରହସ୍ୟ ଉପରୁ ଆଜି ଏମିତି ଭାବେ ପରଦା ହଟାଇଛି ଖଣ୍ଡଗିରି ଥାନା ପୁଲିସ। ପାରିବାରିକ କଳହ ତାଙ୍କ ଆତ୍ମହତ୍ୟାର କାରଣ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ସ୍ବାମୀ-ସ୍ତ୍ରୀଙ୍କ ଭିତରେ କୁହୁଳୁଥିବା କଳହ ଉଗ୍ରରୂପ ଧାରଣା କରିବା ପରେ ଅଭିଳାଷ ଏଭଳି ନିଷ୍ପତ୍ତି ନେଇଥିବା ପୁଲିସ ଅନୁମାନ କରୁଛି। ମିଳିଥିବା ସୂଚନା ଅନୁସାରେ, ଅଭିଳାଷଙ୍କ ଘର ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ। ତାଙ୍କ ପତ୍ନୀଙ୍କ ଘର ଜଗତ୍‌ସିଂହପୁରରେ। ୨୦୧୩ରେ ସେମାନଙ୍କ ପ...

ଗ୍ରାହକ ଭିଡ଼ ପାଇଁ ୧୦ ଦୋକାନୀଙ୍କୁ ଜରିମାନା

ବାଲିଅନ୍ତା : ବାଳକାଟି ବଜାରରେ ସାମାଜିକ ଦୂରତା ନିୟମ ଭଙ୍ଗ କରିଥିବା ଅଭିଯୋଗରେ ଆଜି ୧୦ ଜଣ ଦୋକାନୀଙ୍କୁ ଜରିମାନା ଦେବାକୁ ପଡ଼ିଛି। ଦୋକାନ ଆଗରେ ଗ୍ରାହକ ଭିଡ଼ ଥିବାରୁ ବାଳକାଟି ଫାଣ୍ଡି ପୁଲିସ ୧୦ ଜଣ ଦୋକାନୀଙ୍କଠାରୁ ୧୦୦ ଟଙ୍କା ଲେଖାଏ ଜରିମାନା ସଂଗ୍ରହ କରିଛନ୍ତି। ଏହି ୧୦ଟି ଯାକ ଦୋକାନରେ ବହୁ ଗ୍ରାହକଙ୍କର ଭିଡ଼ ଥିଲା। ଗ୍ରାହକମାନେ ସାମାଜିକ ଦୂରତା ବଜାୟ ରଖିନଥିଲେ କି ଦୋକାନ ସମ୍ମୁଖରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଦୋକାନୀମାନେ ଚିହ୍ନ ଦେଇନଥିଲେ। ଏହି ଅମାନିଆ ବ୍ୟବସାୟୀମାନେ କରୋନା କଟକଣାକୁ ଅବମାନନା କରି ବେପାର ଚଳାଇଥିଲେ। ତେଣୁ ଆଜି ପୂର୍ବାହ୍ନରେ ଫାଣ୍ଡି ପୁଲିସ ଅତର୍କିତ ଚଢ଼ଉ କରି ଗ୍ରାହକମାନଙ୍କୁ ତାଗିଦ୍‌ କରିଥିଲା। ମୁହଁରେ ମାସ୍କ ପିନ୍ଧି ନଥିବା ୮ ଜଣ ଗ୍ରାହକଙ୍କଠାରୁ ୨୦୦ ଟଙ୍କା ଲେଖାଏ ଜରିମାନା ଅସୁଲ କରିଥିଲା ଫାଣ୍ଡି ପୁଲିସ। ସୂଚନାଯୋଗ୍ୟ ବାଳକାଟି ସାପ୍ତାହିକ ହାଟ ସହିତ ପ୍ରତିଦିନ ଏହି ବଜାରରେ ଥିବା ଅଧିକାଂଶ ଦୋକାନରେ ସାମାଜିକ ଦୂରତା ବଜାୟ ରଖିବା ଦେଖାଯାଉନାହିଁ। କିନ୍ତୁ ଏ ନେଇ ପଞ୍ଚାୟତ ଜନପ୍ରତିନିଧି ଓ ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ବିଶେଷକରି ମନୋହରି ସାମଗ୍ରୀ, ଲୁଗା ଦୋକାନ, ଫାଷ୍ଟଫୁଡ଼, ଜଳଖିଆ ଦୋକାନ, ଚିକେନ୍‌ ସେଣ୍ଟର ଓ ମାଂସ ଦୋକାନ, ତେଜରାତି ଦୋକାନରେ ଅପରାହ୍ନ ସୁଦ୍ଧା ନାହିଁ ନଥିବା ଭିଡ଼ ହେଉଥିବା ଦେଖିବାକୁ ମିଳୁଛ...

ମାଲକାନଗିରି ଓ ବୀରମିତ୍ରପୁରରେ ଦୁଷ୍କର୍ମ ଘଟଣାରେ ପୁଲିସର ସଂପୃକ୍ତି : ଡିଜିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ଭୁବନେଶ୍ୱର : ରାଜ୍ୟରେ ମହିଳାମାନେ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇ ପଡ଼ିଛନ୍ତି। ରକ୍ଷକ ଏଠି ଭକ୍ଷକ ସାଜିଛି। ଖୋଦ୍‌ ପୁଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି। ଗତ ମେ ୭ ତାରିଖ ଦିନ ମାଲକାନଗିରି ପୁଲିସ କ୍ୟାଣ୍ଟିନ୍‌ରେ ଜଣେ ଆଦିବାସୀ ମହିଳା ଚନ୍ଦ୍ରମାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିଲା। ସେହିପରି ଗତ ୨୨ ତାରିଖରେ ବୀରମିତ୍ରପୁର ଥାନା ଅଧିକାରୀ ଜଣେ ଆଦିବାସୀ ନାବାଳିକା ସହ ଦୁଷ୍କର୍ମ କରି ପୀଡ଼ିତାର ଗର୍ଭପାତ କରାଇଛନ୍ତି। ଏହି ଦୁଇଟି ପ୍ରସଙ୍ଗରେ ବିଜେପିର ଏକ ପ୍ରତିନିଧି ଦଳ ପୁଲିସ୍‌ ଡିଜିଙ୍କୁ ଭେଟିଥିଲେ। ଘଟଣାର ଠିକ୍ ତଦନ୍ତ କରି ଦୋଷୀ ପୁଲିସ୍‌ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ମାଲକାନଗିରିରେ ପୀଡ଼ିତାଙ୍କ ସ୍ୱାମୀ ବୁଦୁରା ଗଉଡ଼ଙ୍କ କହିବାନୁଯାୟୀ ତାଙ୍କ ସ୍ତ୍ରୀ ଅଚେତ ଅବସ୍ଥାରେ ଥିଲେ ଓ ତାଙ୍କ ଦେହରେ କ୍ଷତ ଚିହ୍ନ ରହିଥିଲା। ତାଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି ବୋଲି ସେ ଥାନାରେ ଏତଲା ଦେବା ସହ ଗଣମାଧ୍ୟମ ଆଗରେ କହିଥିଲେ। ଏହି ଘଟଣାକୁ ଦେଢ଼ ମାସରୁ ଉର୍ଦ୍ଧ୍ୱ ବିତିଥିଲେ ମଧ୍ୟ ପୋଲିସ ଚୁପ୍‌ ରହିଛି। ଅନ୍ୟ ପଟେ ପୋଷ୍ଟମର୍ଟମ ରିପୋର୍ଟ ନ ଆସିବାରୁ ମନରେ ଆଶଙ୍କା ସୃଷ୍ଟି ହେଉଛି ଯେ ଯେହେତୁ ଘଟଣା ପୁଲିସ କ୍ୟାଣ୍ଟିନ୍‌ରେ ଘଟିଲା ଓ ପୁଲିସର ସଂପୃକ୍ତି ଥିବାରୁ ଏ ଘଟଣାକୁ ସରକାରୀ ସ୍...

ପୃଥିବୀ ସହ ଧକ୍କା ହେବାକୁ ଥିବା ୨ହଜାର ପିଣ୍ଡ ଠାବ ହେଲାଣି

ଭୁବନେଶ୍ବର : କିଛି ଦିନ ତଳେ ଏକ ଉତ୍ତପ୍ତ ପିଣ୍ଡ ପୃଥିବୀ ସହ ଧକ୍କା ହେବ ବୋଲି ଗୁଜବ ସୃଷ୍ଟି ହୋଇଥିଲା। ତେବେ ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନଥିଲା। ଏହା ସତ ଯେ ଏଭଳି କିଛି ପିଣ୍ଡ ପୃଥିବୀ ସହ ଧକ୍କା ହୋଇନାହିଁ। ମାତ୍ର ପୃଥିବୀ ସହ ଧକ୍କା ହେବାର ସମ୍ଭାବନା ଥିବା ୨ ହଜାର ପିଣ୍ଡ ବା ଗ୍ରହାଣୁ ଠାବ କରାଗଲାଣି। ଏଥିସହ ସେଗୁଡ଼ିକର ଗତିବିଧି ଉପରେ ନଜର ରଖାଯାଇଛି। ତେବେ ଆସନ୍ତା କିଛି ବର୍ଷ ମଧ୍ୟରେ କୌଣସି ପିଣ୍ଡ ଦ୍ବାରା ପୃଥିବୀ ପ୍ରତି କିଛି ବିପତ୍ତି ନାହିଁ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ୨୦୧୬ ଡିସେମ୍ବରରେ ଜାତିସଂଘର ସାଧାରଣ ଅଧିବେଶନରେ ସର୍ବସମ୍ମତି ଦ୍ବାରା ଅନ୍ତର୍ଜାତୀୟ ଗ୍ରହାଣୁ ଦିବସ ପାଳନ ହୋଇ ଆସୁଛି। ବାସ୍ତବରେ ୧୯୦୮ ମସିହାରେ ଋଷର ତୁଙ୍ଗାସ୍କା ଅଞ୍ଚଳରେ ଏକ ଗ୍ରହାଣୁ ଖସି ସଂଘଟିତ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଏହା ପାଳନ କରାଯାଉଛି। ୧୯୦୮ରେ ଗ୍ରହାଣୁ ପଡ଼ିବାରୁ ତୁଙ୍ଗାସ୍କାରେ ପ୍ରାୟ ୨ହଜାର ବର୍ଗ କିଲୋମିଟର ଅଞ୍ଚଳର ଜଙ୍ଗଲ ନଷ୍ଟ ହୋଇଯାଇଥିଲା। ଧ୍ବଂସଲୀଳା ଘଟାଇଥିବା ସେହି ପିଣ୍ଡଟି ଥିଲା ୨୦୦ରୁ ୪୦୦ ଫୁଟ ଲମ୍ବର ସାମାନ୍ୟ ଏକ ଗ୍ରହାଣୁ। ମାତ୍ର ଏହା ପ୍ରଭାବରେ ଜଙ୍ଗଲର ୮ କୋଟିରୁ ଅଧିକ ଗଛ ଓ ସେଠାରେ ଥିବା ପଶୁପକ୍ଷୀ ନିମିଷକ ମଧ୍ୟରେ ପୋଡ଼ି ଯାଇଥିଲେ। ଗ୍ରହାଣୁ ଦ୍ବାରା ସଂଘଟିତ ଭୟଙ୍କର ପ୍ରଳୟକୁ ମନେ ପକାଇ ଏବଂ ଗ୍ରହା...

ବ୍ୟବସାୟୀଙ୍କ ପତ୍ତା ମିଳୁନି, ସମାଜର ତାଗିଦ୍‌ରେ ସ୍ତ୍ରୀ ସାଜିଲେ ବିଧବା

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ସାମସିଙ୍ଗା ଗ୍ରାମର ତେଜରାତି ଦୋକାନୀ ଭୀମସେନ ପ୍ରଧାନ ଗତ ୨୧ ତାରିଖ ଦିନ ପାଣିରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ୯ ଦିନ ପରେ ବି ତାଙ୍କର କୌଣସି ସନ୍ଧାନ ମିଳୁ ନଥିବା ବେଳେ ଜାତି ସମାଜର ତାଗିଦ ପରେ ଶୁଦ୍ଧିକ୍ରିୟା ପାଇଁ ପରିବାର ଲୋକେ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁସାରେ ଭୀମସେନ ଗତ ୨୧ ତାରିଖ ଦିନ ନିଜ ସାଇକଲରେ ଜାଲ ନେଇ ନିକଟସ୍ଥ ଗଡ଼ଗଡ଼ି ଯୋରକୁ ମାଛ ମାରିବାକୁ ଯାଇଥିଲେ। ତେବେ ଦୁର୍ଭାଗ୍ୟବଶତଃ ସେ ସେଠାରେ ପାଣିରେ ଭାସି ଯାଇଥିଲେ। ଗ୍ରାମବାସୀ ଓ ପରିବାର ଲୋକଙ୍କ ସହ ପୁଲିସ୍ ବହୁ ଖୋଜାଖୋଜି କରିଥିଲେ ହେଁ ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ। ତେଣେ ଗାଁରେ ଏହାକୁ ନେଇ ଦେଖାଦେଇଛି ଅଭାବନୀୟ ପରିସ୍ଥିତି। ଜାତି ସମାଜର ତାଗିଦ ଯୋଗୁଁ ସୋମବାର ଭୀମସେନଙ୍କ ପତ୍ନୀଙ୍କୁ ବିଧବା ସାଜିବାକୁ ପଡ଼ିଛି। ରୀତି ନୀତି ଅନୁସାରେ ଆଜି ଗାଁର ମହିଳାମାନେ ତାଙ୍କ ହାତରୁ ଚୁଡ଼ି ଭାଙ୍ଗି, ମଥାରୁ ସିନ୍ଦୂର ପୋଛି ବିଧବା ବେଶ କରିଥିବା ବେଳେ ତେଣେ ସ୍ବାମୀଙ୍କ ବାଟକୁ ଚାହିଁ ବସିଥିବା ପତ୍ନୀ ମଧ୍ୟ ଭାରସାମ୍ୟ ହରାଇ ବସିଛନ୍ତି। ପୁଣି ସେହି ଜାତି ସାମଜର ତାଗିଦରେ ଶୁଦ୍ଧିକ୍ରିୟା କରିବାକୁ ପରିବାର ଲୋକେ ପ୍ରସ୍ତୁତ ହେଉଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। source https://sambad.in/state/businessma...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେନି : ଅବଢା ପାଇଁ ନୃସିଂହ ମନ୍ଦିର ପାଖରେ ୫ ହଜାର ଲୋକ ଏକାଠି

ପୁରୀ : ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ କୋଭିଡ କଟକଣାକୁ ଫୁ କରି ଦିଆଯାଇଛି। ସୁଆର ନିଯୋଗ ଅବଢ଼ା ବିକ୍ରି କରିବ ବୋଲି ମାନ୍ୟବର ସୁପ୍ରିମକୋର୍ଟଙ୍କ ସମସ୍ତ କୋଭିଡ କଟକଣାକୁ ଦଳିମକଚି ଦେଇଛନ୍ତି। ସତେ ଯେମିତି ଜିଲ୍ଲା ପ୍ରଶାସନକୁ ଏମାନଙ୍କ ଖାତିର ନାହିଁ। ଅବଢ଼ା ବିକ୍ରି ଭିଡ଼ ତାହା ପ୍ରମାଣିତ କରିଛି। ଜିଲ୍ଲା ପ୍ରଶାସନ ଓ ପୁଲିସର ଅନୁପସ୍ଥିତି ଯୋଗୁଁ ଆଜି ନୃସିଂହ ମନ୍ଦିର, ମାଟିଆପଡ଼ା ଛକରେ ୫ ହଜାରରୁ ଅଧିକ ଲୋକ ସମାଗମ ହୋଇଥିଲେ। ମାଟିଆପଡ଼ା ମୁଖ୍ୟ ରାସ୍ତା ୪ ଘଣ୍ଟା ଧରି ଜାମ ରହିଥିଲା। ୫୦୦ ସେବକ ରଥ ଟାଣିବାକୁ ନେଇ ଗୋଟିଏ ପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିବ‌ାବେଳେ ଅନ୍ୟପଟେ ପ୍ରଶାସନ ୫ ହଜାର ଲୋକଙ୍କୁ ଏକତ୍ର ‌ହେବାର ସୁଯୋଗ ଦେବା ଦୁର୍ଭାଗ୍ୟର କଥା ବୋଲି ସ୍ଥାନୀୟ ଲୋକେ ମତ ରଖିଛନ୍ତି। ସୁଆର ନିଯୋଗର ବଡ଼ ବଡ଼ ଟାଣୁଆ ଅବଢ଼ା ବ୍ୟବସାୟୀ ନିୟମକୁ ଭାଂଗିବାକୁ ପ୍ରଶାସନ ଓ ପୁଲିସ ସହିତ ସନ୍ଧି କରିଥିବା ଅଭିଯୋଗ ହୋଇଛି। ରଥ ଶରଧାବାଲିରେ ଲାଗିବା ପରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରୁ ଥିବା ଆଡ଼ପ ଅବଢ଼ା ପାଇବ‌ା ପାଇଁ ସମସ୍ତଙ୍କ ଆଗ୍ରହ ଥାଏ। ସେହି ଆଗ୍ରହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ ଓ ସୁଆର ନିଯୋଗର ମିଳିତ ଆଲୋଚନାରେ ଭକ୍ତଙ୍କୁ ଅବଢ଼ା ବାଣ୍ଟିବା ପାଇଁ ଏକ କାଉଣ୍ଟର ବ୍ୟବସ୍ଥା କରାଯାଇଥିଲା। ସେଠାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ କାଉଣ୍ଟର ନିର୍ମାଣ କରାଗଲା...

ଆଇଟିଡିଏ ମହାଦୁର୍ନୀତି : କାଗଜପତ୍ରରେ ଆଦିବାସୀଙ୍କ କୁଶଳୀ ବିକାଶ ତାଲିମ୍‌

ସୁନ୍ଦରଗଡ଼ : କୁମୁଦିନୀ ଲାକ୍ରା, ଘର ରାଜଗାଙ୍ଗପୁର ବ୍ଲକ୍‌ରେ। ଜିଲ୍ଲା ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ୨୦୧୬-୧୭ ବର୍ଷରେ ସୌନ୍ଦର୍ଯ୍ୟଚର୍ଯ୍ୟା (ବ୍ୟୁଟି କେୟାର) ତାଲିମ ପାଇଁ ତାଙ୍କୁ ମନୋନୀତ କରାଯାଇଥିଲା। ତା’ପରେ ରାଉରକେଲାର ଏକ ବ୍ୟୁଟି କେୟାର କେନ୍ଦ୍ରରେ ୩ ମାସ ଦିଆଯାଇଥିଲା ତାଲିମ। ସେହିପରି ଆଉ ଜଣେ ହେଉଛନ୍ତି ତାରିଣୀ ଓରାମ। ଘର ଟାଙ୍ଗରପାଲି ବ୍ଲକ୍‌ରେ। ତାଙ୍କୁ ଆଇଟିଡିଏ ପକ୍ଷରୁ ୨୦୧୭-୧୮ ବର୍ଷରେ ଡ୍ରାଇଭର-କମ୍‌-ମେକାନିକ୍‌ ତାଲିମ ଦିଆଯାଇଥିଲା। ଏଥିପାଇଁ ଆଇଟିଡିଏ ଜଣପ୍ରତି ପ୍ରାୟ ୨୦ ହଜାର ଟଙ୍କା ଖର୍ଚ୍ଚ କରିଥିବା ସରକାରୀ କାଗଜପତ୍ରରେ ଦର୍ଶାଯାଇଛି। ତେବେ ସତ ହେଉଛି, ଏହି ଦୁଇ ବେକାର ଯୁବକ ଓ ଯୁବତୀଙ୍କ ତାଲିମ କେବଳ ସେହି କାଗଜକଲମରେ ହିଁ ସୀମିତ ରହିଛି। ସେମାନେ ଆଦୌ ତାଲିମ ଦିଆ ଯାଇନାହିଁ। ଏ ସମ୍ପର୍କରେ ଲାକ୍ରାଙ୍କୁ ପଚାରିବାରୁ ସେ କହିଥିଲେ, ‘‘ମୋର ବ୍ୟୁଟି କେୟାର ପ୍ରତି ରୁଚି ନାହିଁ। ତେଣୁ ମୁଁ ସେଥିପାଇଁ ଆବେଦନ କରିନାହିଁ। ତାଲିମ ନେବାର ତ ପ୍ରଶ୍ନ ଉଠୁନାହିଁ।’’ ଅନ୍ୟପକ୍ଷରେ ଅବଶ୍ୟ ଓରାମ ଡ୍ରାଇଭିଂ ତାଲିମ ପାଇଁ ଆବେଦନ କରିଥିଲେ, କିନ୍ତୁ ତାଲିମ ପାଇଁ ତାଙ୍କୁ ଡକାଯାଇ ନଥିଲା। ତେଣୁ ସେ ତାଲିମ ନେଇ ନଥିବା ପ୍ରକାଶ କରନ୍ତି। ଏମିତି ଆହୁରି ଅନେକ ଅଛନ୍ତି। ସୁନ୍ଦରଗଡ଼ ଆଇଟିଡିଏ ପକ୍ଷରୁ ଜିଲ୍ଲାର ଶହ ଶହ ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ କର୍ମ ନିଯୁକ୍ତି ...

ନୟାଗଡ଼ରେ ପୋଲିଓ ବୁନ୍ଦା ଖାଇ ଶିଶୁ ମୃତ୍ୟୁ ମାମଲା : ମୃତକଙ୍କୁ ୪ଲକ୍ଷର କ୍ଷତିପୂରଣ ନିର୍ଦେଶ ଦେଲେ ଏନ୍‌ଏଚ୍‌ଆରସି

ଭୁବନେଶ୍ବର : ୬ ବର୍ଷ ତଳର ଏକ ମାମଲାର ବିଚାର କରି ଜାତୀୟ ମାନବାଧିକାର କମିସନ (ଏନ୍‌ଏଚ୍‌ଆରସି) ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦେଶ ଦେଇଛନ୍ତି। ୨୦୧୪ ମସିହାରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ବଳଭଦ୍ରପୁର ଗାଁର ଜଣେ ଶିଶୁ ପୋଲିଓ ବୁନ୍ଦା ଖାଇ ପ୍ରାଣ ହରାଇବା ଘଟଣାରେ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କାର କ୍ଷତିପୂରଣ ନିର୍ଦେଶ ଦେଇଛନ୍ତି। ଏହାବାଦ୍ ଅସୁସ୍ଥ ହୋଇଥିବା ୧୧ଜଣ ଶିଶୁଙ୍କ ପରିବାରକୁ ୧ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବା ଲାଗି ମୁଖ୍ୟ ଶାସନ ସଚିବଙ୍କୁ କମିସନ ନିର୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ, ୨୦୧୪ ମସିହା ଜୁଲାଇ ୨ତାରିଖରେ ବଳଭଦ୍ରପୁର ଗାଁରେ ପୋଲିଓ ବୁନ୍ଦା ଖାଇବା ପରେ ଶିଶୁମାନେ ଅସୁସ୍ଥ ହୋଇ ପଡ଼ିଥିଲେ। ଏଥିରେ ଜଣେ ଶିଶୁ ପ୍ରାଣ ହରାଇଥିଲା। ଏ ନେଇ ସୂଚନାଧିକାର କର୍ମୀ ଜୟନ୍ତ ଦାସ ଏନ୍‌ଏଚ୍‌ଆରସିଙ୍କ ନିକଟରେ ପିଟିସନ୍ ଦାଖଲ କରିଥିଲେ। ଏହି ପିଟିସନ୍ ଆଧାରରେ କମିସନ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସଚିବଙ୍କୁ ରିପୋର୍ଟ ତଲବ କରିଥିଲେ। ସ୍ବାସ୍ଥ୍ୟ ସଚିବ ସଂପୃକ୍ତ ଶିଶୁଟି ଆସଫେକ୍ସିଆରେ ପ୍ରାଣ ହରାଇଥିବା ଦର୍ଶାଇଥିଲେ। ଟିକାକରଣ କେନ୍ଦ୍ରରେ ଏହି ଘଟଣା ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା କମିସନଙ୍କ ନଜରକୁ ଆସିଥିଲା। ଶିଶୁର ମାନବାଧିକାର ଉଲ୍ଲଂଘନ ହୋଇଥିବା ଦୃଷ୍ଟିରୁ କମିସନ ମୃତ ଶିଶୁକୁ ୪ ଲକ୍ଷ ଟଙ୍କା ଓ ଅସୁସ୍ଥ ଶିଶୁଙ୍କୁ ୧ଲକ...

ବାହୁଡ଼ା ପୂର୍ବରୁ ଯାଞ୍ଚ ହେଲା ତିନିରଥ

ପୁରୀ : ଜୁଲାଇ ପହିଲା‌ରେ ବାହୁଡ଼ାଯାତ୍ରା। ଏହା ପୂର୍ବରୁ ଉତ୍ତରମୁହାଁ ତିନିରଥକୁ ଶରଧାବାଲିରେ ଦକ୍ଷିଣମୋଡ଼ ‌ଦିଆଯାଇଛି। ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିରକୁ ବାହୁଡ଼ିବା ପୂର୍ବରୁ ଅଘଟଣ ଏଡ଼ାଇବା ପାଇଁ ରଥ ନିର୍ମାଣ କମିଟି ତିନି ରଥର ଆବଶ୍ୟକ ଯାଞ୍ଚ କାମ ଆଜି ‌ଶେଷ କରିଛି। ଏଥିସହ ତିନିରଥର ଆବଶ୍ୟକ ଛୋଟମୋଟ ମରାମତି କାମ ବି ଶେଷ ହୋଇଛି। ଆଜି ମଧ୍ୟାହ୍ନରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ତିନି ରଥର ମୁଖ୍ୟ ବିଶ୍ବକର୍ମା ଓ ୧୦ ଜଣ ଶାଢ଼ୀବନ୍ଧା ସେବକ ତିନି ରଥର ସ୍ଥିତି ଅନୁଧ୍ୟାନ କରିଥିଲେ। କମିଟି ଚତୁଃପାର୍ଶ୍ବ ବୁଲି ଅନୁଧ୍ୟାନ କରିବା ପରେ ତିନି ରଥର ଛୋଟବଡ଼ ମରାମତି କାମ କରାଯାଇଥିଲା। ଏଥି ପାଇଁ ରେଳ ବିଭାଗ ପକ୍ଷରୁ ଜର୍କ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇ ଥିଲା। ଆଜି ଅପରାହ୍ଣ ସୁଦ୍ଧା ଏହି କାମ ଶେଷ ହୋଇଛି। ଏଥି ସହ ରଥ ନିର୍ମାଣ କମିଟି ବାହୁଡ଼ାଯାତ୍ରା ପାଇଁ ତିନିରଥ ପ୍ରସ୍ତୁତ ବୋଲି ପ୍ରମାଣପତ୍ର ଦେଇଛି। ଅଘଟଣ ଏଡ଼ାଇବା ପାଇଁ ରଥଯାତ୍ରା ପୂର୍ବରୁ ବି ଏହି କମିଟି ତିନିରଥର ସ୍ଥିତି ଯାଞ୍ଚ କରିଥିଲା। କମିଟି ରଥ ଗଡ଼ିବା ପାଇଁ ସବୁଜ ସଙ୍କେତ ଦେବା ପରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିଲେ। source https://sambad.in/state/ratha-reparing-work-ends-in-puri-before-bahuda-jatra-534901/

ବିନା ଭକ୍ତରେ ଆଜି ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ

ପୁରୀ : ଆସନ୍ତାକାଲି ଜନ୍ମବେଦିରେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ। ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଜନ୍ମବେଦିରେ ଏହା ଶେଷ ଦର୍ଶନ। ଏହି ଶେଷ ଦର୍ଶନ ସାରି ମହାପ୍ରଭୁ ବାହୁଡ଼ା ଯାତ୍ରାରେ ବାହାରିବେ। ପ୍ରତିବର୍ଷ ସଂଧ୍ୟା ଦର୍ଶନରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବାରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରଯାଇଥାଏ। କିନ୍ତୁ ଚଳିତବର୍ଷ କରୋନା କଟକଣା ପାଇଁ ବିନା ଭକ୍ତରେ ମହାପ୍ରଭୁଙ୍କ ସଂଧ୍ୟାଦର୍ଶନ ନୀତି ଅନୁଷ୍ଠିତ ହେବ। ସଂଧ୍ୟା ଦର୍ଶନ ନୀତିକୁ ରାତି ୭ଟା ଭିତରେ ଶେଷ କରି ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାର ପ୍ରସ୍ତୁତି ପର୍ବ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ରାତି ୭ଟାରେ ପହୁଡ଼ ଆଳତି ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାହୁଟ କଣ୍ଟ, ଚାରବନ୍ଧା, କୁସୁମିଲାଗି ନୀତି ଅନୁଷ୍ଠିତ ହେବ। ନବମୀ ସଂଧ୍ୟା ଦର୍ଶନ ସଂପର୍କରେ ସ୍କନ୍ଧ ପୁରାଣରେ ବର୍ଣ୍ଣନା କରାଯାଇଛି। ତ୍ରିକାଳରେ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ ଯେଉଁ ପୂଣ୍ୟ ମିଳେ, ତାହା ଗୋଟିଏ ଦିନ ଅର୍ଥାତ୍ ନବମୀ ସଂଧ୍ୟା ଦର୍ଶନରୁ ମିଳିଥାଏ। କିନ୍ତୁ ଚଳିତବର୍ଷ ଏହି ଦର୍ଶନରୁ ଭକ୍ତ ବଞ୍ଚିତ ହୋଇଛନ୍ତି। ଅନ୍ୟପଟେ ସଂଧ୍ୟା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ଆସନ୍ତା ୧ ତାରିଖରେ ବାହୁଡ଼ା ନୀତି ଶେଷ ପରେ ମଧ୍ୟାହ୍ନ ୧୨ଟାରେ ରଥଟଣା ଆରମ୍ଭ ହେବ। ସୂଚନାଯୋଗ୍ୟ, ବାହ...

କଳାହାଣ୍ଡି କପାରେ ୪ ସୂତାକଳ ଚାଲିପାରିବ

ମୁଖ୍ୟମନ୍ତ୍ରୀଙ୍କୁ ବୁଦ୍ଧିଜୀବୀଙ୍କ ଟୁଇଟ୍‌ କୃଷି ସଂକଟ ଓ ଶ୍ରମିକ ସମସ୍ୟା ଦୂର ହୋଇପାରିବ ନୂଆ ସମ୍ଭାବନା ସୃଷ୍ଟି, ଏକଜୁଟ୍‌ ହେଲେ ଅଞ୍ଚଳବାସୀ କେସିଙ୍ଗା : ‘କଳାହାଣ୍ଡି କପାରେ ୪ଟି ସୂତାକଳ ଚାଲିପାରିବ’ ଶୀର୍ଷକ ଏକ ତଥ୍ୟ ଭିତ୍ତିକ ବିସ୍ତୃତ ରିପୋର୍ଟ ସୋମବାର ‘ସମ୍ବାଦ’ରେ ପ୍ରକାଶ ପାଇବା କଳହାଣ୍ଡିରେ ସୂତାକଳର ସମ୍ଭାବନାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗାଁ ଠୁ ଆରମ୍ଭ କରି ଅନ୍ୟରାଜ୍ୟ ତଥା ବିଦେଶରେ ରହୁଥିବା ବହୁ ବୁଦ୍ଧିଜୀବୀ କେସିଙ୍ଗା ସୂତାକଳକୁ ପୁନରୁଦ୍ଧାର କରି ଟେକ୍ସଟାଇଲ ଓ କଟନ୍‌ ପାର୍କ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟୁଇଟ୍‌ ମାଧ୍ୟମରେ ଦାବି କରିଛନ୍ତି। ବର୍ତ୍ତମାନ କୃଷିକ୍ଷେତ୍ରରେ ଉପୁଜିଥିବା ସଂକଟ ଏବଂ କରୋନା ଜନିତ ପ୍ରବାସୀ ଶ୍ରମିକଙ୍କ କାମଧନ୍ଦା ଯୋଗାଣକୁ ନେଇ ଦେଖାଦେଇଥିବା ସମସ୍ୟାର ସମାଧାନ ହୋଇପାରିବ ବୋଲି ଟୁଇଟ୍‌ ମାନଙ୍କରେ ଉଲ୍ଲେଖ ରହିଛି। କେସିଙ୍ଗା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ସ୍ଥାନୀୟ ଏନ୍‌ଏସି କଲ୍ୟାଣ ମଣ୍ଡପଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କୋଣାର୍କ ସୂତାକଳକୁ ଚଳାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କଠାରେ ଦାବି ଉପସ୍ଥାପନ କରିବା ସହ ସ୍ଥାନୀୟ ନେତୃବୃନ୍ଦଙ୍କୁ ଏକଜୁଟ କରିବାକୁ ଆଲୋଚନା ହୋଇଥିଲା। ଏହି ବୈଠକରେ ଅଞ୍ଚଳର ଚାଷୀ, ରାଜନେତା, ଯୁବ ସଙ୍ଗଠକ, ଗଣମାଧ୍ୟମ ପ୍ରତିନିଧି, ବ୍ୟବସାୟୀମାନେ ‌ସାମିଲ ହୋଇ ଦଳ ମତ ନିର୍ବିଶେଷର...

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। ପୁଞ୍ଜି ନିବେଶ ପାଇଁ ଭଲ ପରାମର୍ଶ ପାଇବେ। ଜୀବନସାଥୀଙ୍କ ଠାରୁ ଢେର୍ ପ୍ରେମ ପାଇବେ। ବୃଷ: ବିଶେଷ କାର୍ଯ୍ୟ ଅତିଶୀଘ୍ର ପୂରା କରିଦେବେ। ଧନଲାଭ ହେବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ସ୍ବାସ୍ଥ୍ୟରେ ସୁଧାର ହେବ। ମିଥୁନ: ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ସମସ୍ୟାର ସମାଧାନ ଲାଗି ତୁରନ୍ତ ରାସ୍ତା ମିଳିବ। ବ୍ୟବସାୟରେ ଉନ୍ନତି ହେବ। ପାରିବାରରେ ସୁଖ ଶାନ୍ତି ବଢ଼ିବ। କର୍କଟ: ଆଗକୁ ବଢ଼ିବା ପାଇଁ ଭଲ ଦିନଟିଏ। ସାମାଜିକ କାର୍ଯ୍ୟରେ ସମୟ ବିତିବ। ବଜେଟକୁ ଧୢାନରେ ରଖି ଖର୍ଚ୍ଚ କରନ୍ତୁ। ସ୍ବାସ୍ଥ୍ୟରେ ଅବନତି ଦେଖାଦେବ। ସି˚ହ: ଆପଣଙ୍କ ଯୋଗ୍ୟତା ଅନୁସାରେ ଯଥେଷ୍ଟ କାମ ମିଳିବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ସୁସମ୍ବାଦ ପାଇବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ସୁଖଦ ହେବ। କନ୍ୟା: ଆପଣଙ୍କର ଆତ୍ମବିଶ୍ବାସ ବଢ଼ିବ। କୌଣସି ବିଶେଷ କାମ କରିବେ। ଅଚାନକ ଧନପ୍ରାପ୍ତି ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ତୁଳା: ଦିନଟି ସବୁ ଦୃଷ୍ଟିରୁ ଭଲ। ସ୍ବାସ୍ଥ୍ୟରେ ସୁଧାର ହେବ। କାର୍ଯ୍ୟକ୍ଷେତ୍ରରେ ନୂଆ ସମ୍ଭାବନା ତଲାସ କରିବେ। ପ୍ରିୟଜନଙ୍କ ସହିତ ସ˚ପର୍କ ନିବିଡ଼ ହେବ। ବିଛା: ନିଜ ବ୍ୟବହାରରେ ସ˚ଯମ ରଖିବାକୁ ଚେଷ୍ଟା କରନ୍ତୁ। ଆୟ ଉପରେ ଅଧିକ ଧୢାନ ଦିଅନ୍ତୁ। ଚାକିରି କ୍ଷେତ୍ରରେ କିଛି ପରିବର୍ତ୍ତନ ହୋଇପାରେ। ଧନୁ: ଜୀବନରେ ...

ଝୁଲି ରହିଲା ଯୁକ୍ତ୨ ପରୀକ୍ଷା ନିଷ୍ପତ୍ତି

୬ ଘଣ୍ଟାରେ ବସିଲା ୪ଟା ବୈଠକ ପରୀକ୍ଷା ବାତିଲ୍‌ ସପକ୍ଷରେ ଅଧିକାଂଶ ମତ ଆଜି ଘୋଷଣା ହୋଇପାରେ ଚୂଡ଼ାନ୍ତ ନିଷ୍ପତ୍ତି ଭୁବନେଶ୍ବର : ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ବାକି ବିଷୟର ପରୀକ୍ଷା ହେବା ନେଇ ଆଜି ବି କୌଣସି ନିଷ୍ପତ୍ତି ହୋଇପାରିଲାନି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ)ର ବରିଷ୍ଠ ଅଧିକାରୀଙ୍କୁ ନେଇ ୬ଘଣ୍ଟା ଧରି ମାନସମନ୍ଥନ ହୋଇଥିଲେ ମଧ୍ୟ ବାଟ ବାହାରିପାରି ନାହିଁ। ୬ଘଣ୍ଟାରେ ୪ଥର ବୈଠକ ବସିବା ସହ ଶିକ୍ଷାବିତ୍‌, ଶିକ୍ଷକ, ଅଭିଭାବକ, କେତେକ କଲେଜ ଅଧ୍ୟକ୍ଷଙ୍କ ମତାମତ ବି ଲୋଡ଼ା ‌ଯାଇଥିଲା। ତା’ପରେ ବି ପରୀକ୍ଷା ହେବ କି ନାହିଁ, ସେ ସଂପର୍କରେ ଘୋଷଣା‌ ହେଲା ନାହିଁ। ପରୀକ୍ଷା ନିଷ୍ପତ୍ତି ବିଳମ୍ବ ହେଉଥିବା ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା। ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀ, ସିଏଚ୍‌ଏସ୍‌ଇର ଅଧ୍ୟକ୍ଷ, ପରୀକ୍ଷା ନିୟନ୍ତ୍ରକ ସାମିଲ ହୋଇ ବାକି ଥିବା ପରୀକ୍ଷା ଉପରେ ମତ ରହିଥିଲେ। ପରୀକ୍ଷା ହେଲେ କ’ଣ ସୁବିଧା ଅସୁବିଧା ହେବ, ସେନେଇ ବ୍ୟାପକ ଆଲୋଚନା ମଧ୍ୟ ହୋଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସିବିଏସ୍‌ଇର ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ୍‌ ସମ...

ଜମ୍ମୁ ଓ କଶ୍ମୀରର ଅନନ୍ତନାଗରେ ଏନ୍‌କାଉଣ୍ଟର୍‌ ଯୋଗୁଁ ତିନି ଆତଙ୍କବାଦୀ ନିହତ

ଶ୍ରୀନଗର: ସୋମବାର ସକାଳେ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ଖୁଲଚୋହର ଅଞ୍ଚଳରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କାରଣରୁ ତିନି ଜଣ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ପରିଚୟ ପାଇବାକୁ ଉଦ୍ୟମ ଚାଲୁ ରହିଥିବା କଥା କଶ୍ମୀର ଜୋନ୍ ପୁଲିସ କହିଛି। ଜମ୍ମୁ ଓ କଶ୍ମୀର ପୁଲିସ ଏବଂ ନିରାପତ୍ତା ବଳଙ୍କର ଏକ ଟିମ୍ ସେ ଅଞ୍ଚଳରେ ତଲାସ ଅଭିଯାନ ଚଳାଇଛି। Image Courtesy of Zee News ସେ ଅଞ୍ଚଳରେ ଆତଙ୍କବାଦୀମାନେ ଉପସ୍ଥିତ ଥିବା ବିଷୟରେ ପୁଲିସକୁ ନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ ଜମ୍ମୁ ଓ କଶ୍ମୀର ପୁଲିସ, ସେନାର ୧୯ ଆର୍‌ଆର୍ ଏବଂ ସିଆର୍‌ପିଏଫ୍‌ଙ୍କ ମିଳିତ ଦଳ ଖୁଲଚୋହର ଅଞ୍ଚଳରେ ତଲାସ ଆରମ୍ଭ କରିଥିଲା। ମିଳିତ ନିରାପତ୍ତା ବଳ ସନ୍ଦିଗ୍ଧ ସ୍ଥାନକୁ ଘେରାଉ କରିବା ପରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ମିଳିତ ନିରାପତ୍ତା ବଳ ପାଲଟା ଗୁଳି ଚଳାଇବାରୁ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା। ଘଟଣାସ୍ଥଳରୁ ନିରାପତ୍ତା ବଳ ନିହତ ଆତଙ୍କବାଦୀଙ୍କ ଶବ ଓ ଗୋଟିଏ ଏକେ ୪୭ ରାଇଫଲ୍ ଏବଂ ଦୁଇଟି ପିସ୍ତଲ୍ ଉଦ୍ଧାର କରିଛନ୍ତି। ଏହା ହେଉଛି ଜୁନ୍‌ ମାସରେ ୧୩ଶ ଏନ୍‌କାଉଣ୍ଟର୍ ଏବଂ ଏ ପର୍ଯ୍ୟନ୍ତ ଏ ମାସ ମଧ୍ୟରେ କଶ୍ମୀର ଉପତ୍ୟକାରେ ୪୦ରୁ ଅଧିକ ଆତଙ୍କବାଦୀ ନିପାତ ହେଲେଣି। source https://sambad.in/india-and-beyond/3-...

ମାଙ୍ଗାନିଜ୍ ଚୋରା ଚାଲାଣ କରୁଥିବା ବେଳେ ମାଷ୍ଟର ମାଇଣ୍ଡ ସମେତ ୫ ଗିରଫ

ବଡ଼ବିଲ: କେନ୍ଦୁଝର ଜିଲ୍ଲାର ଲସର୍ଦ୍ଦା ଜଙ୍ଗଲରୁ ମାଙ୍ଗାନିଜ୍ ଚୋରା ଚାଲାଣ ହେଉଥିବା ୧୨ ଚକିଆ ଟ୍ରକ ସହ ଏକ ବୋଲେରୋ ଜବତ ହେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ମାମଲାରେ, ବଡ଼ବିଲ ପୁଲିସ ୫ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ମିଳିଥିବା ଖବର ଅନୁଯାୟୀ ଗତ ୨୮ ତାରିଖ ଭୋର ପ୍ରାୟ ୩ ଟା ସମୟରେ ବୋଲାଣି ଥାନା ଅନ୍ତର୍ଗତ ଲସର୍ଦ୍ଦା ଜଙ୍ଗଲ ନିକଟରୁ ଚୋରା ମାଙ୍ଗାନିଜ ଵୋଝେଇ କରି ଡବ୍ଲ୍ୟୁବି ୫୯ବି-୮୮୫୩ ନମ୍ବର ଥିବା ଏକ ୧୨ ଚକିଆ ଟ୍ରକରେ, ପଶ୍ଚିମବଙ୍ଗର ଦୁର୍ଗାପୁର ଅଞ୍ଚଳକୁ ଚୋର ଚାଲାଣ ହେଉଥିବା ସମୟରେ ବଡ଼ବିଲ ପୁଲିସ ଖବର ପାଇଥିଲା। ବଡ଼ବିଲ ପୁଲିସ ତତକ୍ଷଣାତ୍ କଳିଙ୍ଗ ନଗର ନିକଟ ବିର୍ଷାମୁଣ୍ଡ ଛକ ନିକଟରେ ଉକ୍ତ ଟ୍ରକକୁ ଜବତ କରିଥିଲା। ଏହି ଚୋରା ଗାଡ଼ିକୁ ସୁରକ୍ଷା ଦେଉଥିବା ଜେଏଚ ୦୬ଡ଼ି-୨୮୨୧ ନମ୍ବର ଥିବା ଏକ ବୋଲେରୋ ଗାଡ଼ିକୁ ମଧ୍ୟ ଜବତ କରିଥିଲା। ଏହି ଚୋରା କାରବାରର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଏମଡ଼ି. ଫିରୋଜ ସହ ଟ୍ରକ ଚାଳକ ସାୟୁମ ଅନସାରି, ଏମଡ଼ି. ରଫିକ, କ୍ଷୀରୋଦ ବିରୁଲି ଓ ବାଦଲ ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବଡ଼ବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ସୂଚନା ଦେଇଛନ୍ତି। ଜବତ ୨୦ ଟନ ମାଙ୍ଗାନିଜର ଆନୁମାନିକ ମୂଲ୍ୟ ଦେଢଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାଯାଇଛି। source https://sambad.in/state/5-arrested-story-534630/

ବଡ଼ ପରଦାକୁ ଫେରୁଛନ୍ତି ଅମ୍ଳାନ-ଅନୁଭା ଯୋଡ଼ି

ଭୁବନେଶ୍ବର:  ଓଲିଉଡର ଲୋକପ୍ରିୟ ନାୟକ- ନାୟିକା ଯୋଡ଼ି ଅମ୍ଳାନ-ଅନୁଭା ଏକ ସିନେମା ଜରିଆରେ ଫେରୁଛନ୍ତି।  ଏହି ସିନେମାର ଟାଇଟଲ ହେଲା ‘କୁହ, ମୁଁ ତୁମରି ପାଇଁ’। । ଏହି ଯେଉଁ ନୂଆ ଓଡ଼ିଆ ସିନେମାରେ ଅମ୍ଳାନ-ଅନୁଭା ଯୋଡ଼ିକୁ ଦର୍ଶକ ଭେଟିବେ,ତାହାର ନିର୍ଦ୍ଦେଶନା ଦେଉଛନ୍ତି ଚିତ୍ତରଂଜନ ତ୍ରିପାଠୀ। ଚିତ୍ତରଂଜନ ତ୍ରିପାଠୀଙ୍କର ଏହା ପ୍ରଥମ ସିନେମା ନୁହେଁ। ଆଗରୁ ସେ ’ଧଉଳି ଏକ୍ସପ୍ରେସ୍‌’ ଓ ‘ମୁଖ୍ୟମନ୍ତ୍ରୀ’ ଶୀର୍ଷକରେ ଦୁଇଟି ଓଡ଼ିଆ ସିନେମାର ନିର୍ଦେଶନା ଦେଇଥିଲେ। ଅମ୍ଳାନ-ଅନୁଭା ଏହା ପୂର୍ବରୁ ବିନି ପଟ୍ଟନାୟକଙ୍କ ନିର୍ଦେଶିତ ‘ବଜରଙ୍ଗୀ’ରେ ଏକାଠି କାମ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ ‘କୁହ, ମୁଁ ତୁମରି ପାଇଁ ’ର ସମସ୍ତ ସୁଟିଂ ସରିଛି। ଏହା ରିଲିଜ୍ ଅପେକ୍ଷାରେ ରହିଛି। ସୂଚନାଯୋଗ୍ୟ, ଅନୁଭାଙ୍କୁ ଦର୍ଶକ ପ୍ରଥମେ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ମୁଁ ପ୍ରେମୀ ମୁଁ ପାଗଳ’ସିନେମାରେ ନାୟିକା ଭୂମିକାରେ ଦେଖିବାକୁ ପାଇଥିଲେ। ତା’ପରେ ଅନୁଭା ସମୟ ବଡ଼ ବଳବାନ୍‌, ରିଭେଂଜ୍‌, ବଜରଙ୍ଗୀ, ସାଥୀ ତୁ ଫେରିଆ ଓ ମୁଁ ପରଦେଶୀ ଚଢେଇ’ ଆଦି ଓଡ଼ିଆ ସିନେମାରେ ନଜର ଆସିଛନ୍ତି ସେ। ଠିକ୍ ସେହିପରି ଅମ୍ଳାନ ନିଂରଜନ ରଣାଙ୍କ ପ୍ରଯୋଜିତ ତଥା ଏସ୍‌.କେ.ମୁରଲୀ ଧରନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଟାର୍ଗେଟ୍‌’ରୁ ଏଣ୍ଟ୍ରି ନେଇଥିଲେ। ଏହାପରେ ସେ ୧୫ରୁ ଅଧିକ ଓଡ଼ିଆ ସିନେମାରେ ନାୟକ ଭୂମିକାରେ ଅଭିନୟ କରିଛନ୍ତି...

ଜାମୁଝରୀ ଛକରୁ ଛତାବର ଗ୍ରାମ ୪୮ଘଣ୍ଟିଆ ସଟ୍‌ଡାଉନ

ମେଣ୍ଢାଶାଳ : ଜଟଣୀ ବ୍ଲକ ଅନ୍ତର୍ଗତ ଛତାବର ଗ୍ରାମରେ ଗତକାଲି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଛତାବର ଟାଙ୍ଗି ସାହିକୁ ୫ ଦିନ ପାଇଁ ସଂକ୍ରମଣ ଅବରୋଧ ଅଞ୍ଚଳ (କଣ୍ଟେନମେଣ୍ଟ) ଜୋନ୍‌ ଘୋଷଣା କରାଯାଇଛି। ଏହାପରେ ଛତାବର ସରପଞ୍ଚ ମନସ୍ୱିନୀ ମିଶ୍ର ଡେଙ୍ଗ ଆଜି ଜାମୁଝରୀ ଛକରୁ ଛତାବର ଗ୍ରାମ ପର୍ଯ୍ୟନ୍ତ ଅଞ୍ଚଳକୁ ୪୮ ଘଣ୍ଟିଆ ସଟ୍‌ଡାଉନ ଘୋଷଣା କରିଛନ୍ତି। ସୋମବାର ସକାଳ ୬ରୁ ଏହା ବୁଧବାର ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଯଦି ଆଉ କୌଣସି ପଜିଟିଭ୍‌ ଚିହ୍ନଟ ହୁଅନ୍ତି ତେବେ ଏହି ସଟ୍‌ଡାଉନ ଅବଧି ବୃଦ୍ଧି ହେବ ବୋଲି ସରପଞ୍ଚ କହିଛନ୍ତି। ଏହି ଅଞ୍ଚଳରୁ କରୋନା ଚିହ୍ନଟ ମହିଳା କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ୱାମୀ ଓ ଝିଅ ମଧ୍ୟ ହସ୍‌ପିଟାଲରେ ଅଛନ୍ତି। ଗତକାଲି ତାଙ୍କର ସ୍ୱାବ୍‌ ପରୀକ୍ଷା କରାଯାଇଛି। source https://sambad.in/metro/chhatabar-village-48-hours-shutdown-534574/

ଶ୍ରମିକ ଟ୍ରେନ୍‌ରେ ଫେରିଲେଣି ୩ ଲକ୍ଷରୁ ଅଧିକ

ଭୁ‌ବନେଶ୍ବର : କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକ, ପର୍ଯ୍ୟଟକ, ଛାତ୍ରଛାତ୍ରୀଙ୍କୁ ଓଡ଼ିଶାକୁ ଫେରାଇ ଆଣିବା ଲାଗି ରେଳ ମନ୍ତ୍ରଣାଳୟ ପକ୍ଷରୁ ସାରା ଦେଶରେ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ମେ’ ପହିଲାରୁ ଚଳାଚଳ କରୁଥିବା ଏହି ଟ୍ରେନ୍‌ରେ ୩ ଲକ୍ଷରୁ ଅଧିକ ଲୋକ ଓଡ଼ିଶା ଫେରିଛନ୍ତି। ରାଜ୍ୟ ସରକାରଙ୍କ ଚାହିଦା ଅନୁସାରେ, ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ ଯୋଗାଇ ଦିଆଯାଉଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। ଆହୁରି କୁହାଯାଇଛି ଯେ ସୁପ୍ରିମକୋର୍ଟଙ୍କ ନିର୍ଦେଶାନୁଯାୟୀ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା କାର୍ଯ୍ୟ ଜୁନ୍‌ ୨୪ ସୁଦ୍ଧା ଶେଷ ହେବାର ଥିଲା। ପୂର୍ବତଟ ରେଳପଥରେ ଏହି କାର୍ଯ୍ୟ ସମୟ ସୀମା ମଧ୍ୟରେ ସରିଛି। ଯେହେତୁ ବିଭିନ୍ନ ରାଜ୍ୟରୁ ପୂର୍ବତଟ ରେଳପଥକୁ ଆସିବା ପାଇଁ ଥିବା ଶ୍ରମିକ ସ୍ବତନ୍ତ୍ର ଟ୍ରେନ ସଂଖ୍ୟା ଅତି କମ୍‌ ରହିଛି, ତେଶୁ ପୂର୍ବତଟ ରେଳପଥ ପକ୍ଷରୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ରୁ ବିଭିନ୍ନ ରାଜ୍ୟକୁ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ ପଠାଇ ଆବଶ୍ୟକତା ପୂରଣ କରାଯାଉଛି। ମେ’ ପ୍ରଥମ ସପ୍ତାହରୁ ପୂର୍ବତଟ ରେଳପଥ ପାଖାପାଖି ୬୩୪ଟି ଟ୍ରେନ୍ ପରିଚାଳନା କରିଛି। ସେଥିମଧ୍ୟରୁ ୨୫୦ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ବାହାର ରାଜ୍ୟରୁ ପୂର୍ବତଟ ରେଳପଥକୁ ଆସିଛି। ସେଥିରେ ଓଡ଼ିଶାକୁ ୨୪୭ଟି ଓ ଆନ୍ଧ୍ର ପ୍ରଦେଶକୁ ୩ଟି ଆସିଛି...

ବିଡିଏ ଅଫିସ୍‌ରେ କରୋନା ଆକ୍ରାନ୍ତ : ପ୍ଲାନିଂ ବିଭାଗ ଖୋଲିବା ନିଷ୍ପତ୍ତି ୫ଦିନ ପରେ

ଭୁବନେଶ୍ବର : ବିଡିଏର ପ୍ଲାନିଂ ବିଭାଗର ସୁରକ୍ଷାକର୍ମୀ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହେବା ପରେ ବିଏମ୍‌ସି କାର୍ଯ୍ୟାଳୟକୁ ସିଲ୍‌ କରି ବିଶୋଧନ କରାଯାଇଛି। ଏବେ ସଟ୍‌ଡାଉନ୍‌ ଥିବାରୁ କର୍ମଚାରୀ ଆସିନାହାନ୍ତି କି କୌଣସି ଲୋକ ଆସିନାହାନ୍ତି। କିନ୍ତୁ ସୋମବାର ଠାରୁ ଦ୍ବିତୀୟ ମହଲାରେ ଥିବା ପ୍ଲାନିଂ, ଆଲଟମେଣ୍ଟ ଓ ଏଷ୍ଟାବ୍ଲିସମେଣ୍ଟ ବିଭାଗର କର୍ମଚାରୀଙ୍କୁ ଛାଡ଼ି ଅନ୍ୟ ବିଭାଗର କର୍ମଚାରୀଙ୍କୁ ଅଫିସ ଆସିବାକୁ କୁହାଯାଇଛି। ଅପରପକ୍ଷେ ଆଜି ପ୍ଲାନିଂ, ଆଲଟମେଣ୍ଟ ଓ ଏଷ୍ଟାବ୍ଲିସମେଣ୍ଟ ବିଭାଗର ସମସ୍ତ କର୍ମଚାରୀଙ୍କ ଘର ଆଗରେ ସଙ୍ଗରୋଧ ଷ୍ଟିକର ଲଗାଯାଇଛି। ସମସ୍ତଙ୍କୁ ୧୪ଦିନ ସଙ୍ଗରୋଧରେ ରହିବାକୁ କୁହାଯାଇଛି। ଜୁନ୍‌ ୨୭ରୁ ଜୁଲାଇ ୧୦ ପର୍ଯ୍ୟନ୍ତ ଘରେ ସଙ୍ଗରୋଧ ରହିବାକୁ କୁହାଯାଇଛି। ତେଣୁ ୧୪ଦିନ ପର୍ଯ୍ୟନ୍ତ ବିଡିଏର ଏହି ସମସ୍ତ ବିଭାଗର କାର୍ଯ୍ୟ ବନ୍ଦ ରହିବ ବୋଲି ଆଶଙ୍କା କରାଯାଉଛି। କିନ୍ତୁ ଏନେଇ ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ୫ଦିନ ପରେ ଏହି ତିନିଟି ବିଭାଗ କେବେ ଖୋଲିବ ନିଷ୍ପତ୍ତି ହେବ। ବିଡିଏର ଜଣେ ଅଧିକାରୀ କହିଛନ୍ତି ଯେ, ୧୪ଦିନ କୌଣସି କାର୍ଯ୍ୟାଳୟ ସଂପୂର୍ଣ୍ଣ ବନ୍ଦ କଲେ ବହୁ କାମ ପଛୁଆ ପଡ଼ିଯିବ। ତେଣୁ ଆମେ ୭ଦିନ ପରେ କରୋନା ପରୀକ୍ଷା କରିବୁ। ୭ଦିନ ସଙ୍ଗରୋଧ ରହିଲେ ଯଦି କରୋନା ଲକ୍ଷଣ ଥିବ ଜଣାପଡ଼ିଯିବ। ତେଣୁ ଯେଉଁମାନଙ...

ପଶ୍ଚିମବଙ୍ଗ ଶ୍ରମିକଙ୍କୁ ସମ୍ଭାଳି ପାରୁନି ବିଏମ୍‌ସି, ସଙ୍ଗରୋଧରେ ନ ରହି ବୁଲୁଛନ୍ତି

ଚନ୍ଦ୍ରଶେଖରପୁର : ଗୃହ ସଙ୍ଗରୋଧରେ ନରହି ପଟିଆ ଶ୍ରୀବିହାର ଅଞ୍ଚଳରେ ବୁଲୁଛନ୍ତି ଶ୍ରମିକ। ସେମାନଙ୍କ ମଧ୍ୟରେ କିଛି ପଶ୍ଚିମବଙ୍ଗ ଶ୍ରମିକ ଅସୁସ୍ଥ ଥିଲେ। ଏ ସମ୍ପର୍କରେ ଅଭିଯୋଗ ପାଇବା ପରେ ଗତକାଲି ବିଏମ୍‌ସି କର୍ତ୍ତୃପକ୍ଷ ସେମାନଙ୍କ ନିକଟରେ ପହଞ୍ଚିଥିଲେ। ପ୍ରାୟ ୫୦ରୁ ଅଧିକ ଶ୍ରମିକଙ୍କ ମଧ୍ୟରୁ ୧୪ଜଣଙ୍କୁ ଜ୍ବର ହୋଇଥିବାରୁ ସେଠାରେ ରହୁଥିବା ସମସ୍ତ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେମାନେ କାମ କରୁଥିବା ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟରେ ହୋମ୍‌ କ୍ବାରାଣ୍ଟିନରେ ରହିବା ପାଇଁ ବିଏମ୍‌ସି ପରାମର୍ଶ ଦେଇଥିଲା। ସେମାନେ ରହୁଥିବା ନିର୍ମାଣାଧୀନ ଆପାର୍ଟମେଣ୍ଟକୁ ବିଏମ୍‌ସି ସିଲ୍ କରିଥିଲା। ସେମାନଙ୍କ ସ୍ବାସ୍ଥ୍ୟ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ସେହି ସ୍ଥାନରୁ ବାହାରିବେ ନାହିଁ ବୋଲି ତାଗିଦ କରି କୁହାଯାଇଥିଲା। ଶ୍ରମିକମାନେ କିନ୍ତୁ କଥା ମାନିବାକୁ ନାରାଜ। ସେମାନେ କାହାକଥା ନମାନି ଆଜି ସକାଳେ ଆଖପାଖ ଅଞ୍ଚଳରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଗଣମାଧ୍ୟମକୁ ସୂଚନା ଦେବା ସହିତ ସ୍ବାସ୍ଥ୍ୟ ବିଭାଗକୁ ଜଣାଇଥିଲେ। ଅନ୍ୟପକ୍ଷରେ ଶ୍ରମିକମାନେ କହିଥିଲେ ଆପାର୍ଟମେଣ୍ଟକୁ ସିଲ୍ କରି ବିଏମ୍‌ସି ଲୋକଙ୍କ ଦାୟିତ୍ବ ନେଉନଥିବାରୁ ସେମାନଙ୍କର ଅତ୍ୟାବଶ୍ୟକ ନିଜିଷପତ୍ର ପାଇଁ ଅସୁବିଧା ହେଉଛି। ତେଣୁ ବାଧ୍ୟହୋଇ ବାହାରକୁ ବାହାରିବା ପାଇଁ ପଡ଼ୁଛି। କାମ ନକଲେ ସେ...