Skip to main content

ଆଇଟିଡିଏ ମହାଦୁର୍ନୀତି : କାଗଜପତ୍ରରେ ଆଦିବାସୀଙ୍କ କୁଶଳୀ ବିକାଶ ତାଲିମ୍‌

ସୁନ୍ଦରଗଡ଼ : କୁମୁଦିନୀ ଲାକ୍ରା, ଘର ରାଜଗାଙ୍ଗପୁର ବ୍ଲକ୍‌ରେ। ଜିଲ୍ଲା ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ୨୦୧୬-୧୭ ବର୍ଷରେ ସୌନ୍ଦର୍ଯ୍ୟଚର୍ଯ୍ୟା (ବ୍ୟୁଟି କେୟାର) ତାଲିମ ପାଇଁ ତାଙ୍କୁ ମନୋନୀତ କରାଯାଇଥିଲା। ତା’ପରେ ରାଉରକେଲାର ଏକ ବ୍ୟୁଟି କେୟାର କେନ୍ଦ୍ରରେ ୩ ମାସ ଦିଆଯାଇଥିଲା ତାଲିମ। ସେହିପରି ଆଉ ଜଣେ ହେଉଛନ୍ତି ତାରିଣୀ ଓରାମ। ଘର ଟାଙ୍ଗରପାଲି ବ୍ଲକ୍‌ରେ। ତାଙ୍କୁ ଆଇଟିଡିଏ ପକ୍ଷରୁ ୨୦୧୭-୧୮ ବର୍ଷରେ ଡ୍ରାଇଭର-କମ୍‌-ମେକାନିକ୍‌ ତାଲିମ ଦିଆଯାଇଥିଲା। ଏଥିପାଇଁ ଆଇଟିଡିଏ ଜଣପ୍ରତି ପ୍ରାୟ ୨୦ ହଜାର ଟଙ୍କା ଖର୍ଚ୍ଚ କରିଥିବା ସରକାରୀ କାଗଜପତ୍ରରେ ଦର୍ଶାଯାଇଛି। ତେବେ ସତ ହେଉଛି, ଏହି ଦୁଇ ବେକାର ଯୁବକ ଓ ଯୁବତୀଙ୍କ ତାଲିମ କେବଳ ସେହି କାଗଜକଲମରେ ହିଁ ସୀମିତ ରହିଛି। ସେମାନେ ଆଦୌ ତାଲିମ ଦିଆ ଯାଇନାହିଁ। ଏ ସମ୍ପର୍କରେ ଲାକ୍ରାଙ୍କୁ ପଚାରିବାରୁ ସେ କହିଥିଲେ, ‘‘ମୋର ବ୍ୟୁଟି କେୟାର ପ୍ରତି ରୁଚି ନାହିଁ। ତେଣୁ ମୁଁ ସେଥିପାଇଁ ଆବେଦନ କରିନାହିଁ। ତାଲିମ ନେବାର ତ ପ୍ରଶ୍ନ ଉଠୁନାହିଁ।’’ ଅନ୍ୟପକ୍ଷରେ ଅବଶ୍ୟ ଓରାମ ଡ୍ରାଇଭିଂ ତାଲିମ ପାଇଁ ଆବେଦନ କରିଥିଲେ, କିନ୍ତୁ ତାଲିମ ପାଇଁ ତାଙ୍କୁ ଡକାଯାଇ ନଥିଲା। ତେଣୁ ସେ ତାଲିମ ନେଇ ନଥିବା ପ୍ରକାଶ କରନ୍ତି। ଏମିତି ଆହୁରି ଅନେକ ଅଛନ୍ତି। ସୁନ୍ଦରଗଡ଼ ଆଇଟିଡିଏ ପକ୍ଷରୁ ଜିଲ୍ଲାର ଶହ ଶହ ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ କର୍ମ ନିଯୁକ୍ତି ପ୍ରଦାନ ପାଇଁ ବିଭିନ୍ନ ପ୍ରକାର ତାଲିମ ଦିଆଯାଉଥିବା ପ୍ରଚାରର ଏହା ହେଉଛି ବାସ୍ତବ ଚିତ୍ର।

World of Children

ଶିକ୍ଷିତ ଆଦିବାସୀ ଯୁବକଯୁବତୀ ଜିଲ୍ଲାରେ କାମଧନ୍ଦା ନପାଇ ବାହାର ରାଜ୍ୟକୁ ଚାଲାଣ ଅଥବା ଦାଦନ ଖଟି ଯାଉଥିବାରୁ ତାକୁ ରୋକିବା ଓ କର୍ମନିଯୁକ୍ତି ଯୋଗାଇଦେବାକୁ ଆଇଟିଡିଏ ବା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ବିଭିନ୍ନ ତାଲିମ ସଂସ୍ଥା ଜରିଆରେ କୁଶଳୀ ବିକାଶ ତାଲିମ ପ୍ରଦାନ କରାଯାଉଛି। ବିଶେଷକରି, କମ୍ପ୍ୟୁଟର ହାର୍ଡୱେର୍, ଡ୍ରାଇଭିଂ, ଆତିଥ୍ୟ ଓ ସ୍ବାସ୍ଥ୍ୟ ଯତ୍ନ, ଡିଟିପି, ଟାଲି, ମୋବାଇଲ ମରାମତି, ସିକ୍ୟୁରିଟି ଗାର୍ଡ, ସିଲେଇ, ରୂପଚର୍ଯ୍ୟା ଓ ଇଲେକ୍ଟ୍ରିସିଆନ୍ ଆଦି ତାଲିମ ଦିଆଯାଇଆସୁଛି। ୨୦୧୬-୧୭ ବର୍ଷରେ ବିଭିନ୍ନ ପର୍ଯ୍ୟାୟରେ ରୂପଚର୍ଯ୍ୟାରେ ୭୬ ଜଣ, ସିଲେଇରେ ୫୩ ଜଣ, ଅତିଥିଚର୍ଚ୍ଚାରେ ୧୦୩, ମୋବାଇଲ ମରାମତିରେ ୯୮, ସିକ୍ୟୁରିଟି ଗାର୍ଡରେ ୫୦ ଜଣ, ଡ୍ରାଇଭିଂରେ ୯୧ ଜଣ, ସ୍ବାସ୍ଥ୍ୟଯତ୍ନରେ ୧୧୩ ଜଣ, ଡିଟିପିରେ ୧୦୦ ଜଣ, ଟାଲିରେ ୨୧୨, ଡାଟା ଏଣ୍ଟ୍ରି ଅପରେଟର୍‌ରେ ୩୦ ଓ ଇଲେକ୍ଟ୍ରିସିଆନ୍ କ୍ଷେତ୍ରରେ ୨୫ ଜଣଙ୍କୁ ତାଲିମ ଦିଆଯାଇଥିବା ଦର୍ଶାଯାଇଛି। କିନ୍ତୁ ବାସ୍ତବତା ଭିନ୍ନ। କିଛି ଯୁବକ ଯୁବତୀଙ୍କୁ ନାମକୁ ମାତ୍ର ତାଲିମ ଦିଆଯାଇଥିବା ବେଳେ ଅଧିକାଂଶ କେବଳ କାଗଜପତ୍ରରେ ହିଁ ତାଲିମ ପାଇଛନ୍ତି। ଆଉ ଏଥିପାଇଁ କୋଟି କୋଟି ଟଙ୍କାର ବିଲ୍‌ କରାଯାଇଛି। ଏହି ଟଙ୍କା ତାଲିମ ପ୍ରଦାନ କରିଥିବା ସଂସ୍ଥାକୁ ପଠାଯାଇଥିବା ଦର୍ଶାଯାଇଥିଲେ ମଧ୍ୟ ପ୍ରକୃତରେ ବହୁ ପରିମାଣର ଅର୍ଥ ମିଥ୍ୟା ବିଲ୍‌ରେ ଚଳୁ କରାଯାଇଥିବା ସନ୍ଦେହ ସୃଷ୍ଟି ହୋଇଛି।

ମିଳିଥିବା ସୂଚନାକ୍ରମେ ୨୦୧୭-୧୮ ବର୍ଷରେ କମ୍ପ୍ୟୁଟର ହାର୍ଡୱେର ତାଲିମ ପାଇଁ ୨ ଲକ୍ଷ ୨୨ ହଜାର ୭୫୦ ଟଙ୍କା, ଡ୍ରିଇଭିଂ ତାଲିମ ପାଇଁ ୨୧ ଲକ୍ଷ ୨୦ ହଜାର ୨ଶହ ଟଙ୍କା, ଅତିଥିଚର୍ଚ୍ଚା ଓ ସ୍ବାସ୍ଥ୍ୟଯତ୍ନ ତାଲିମ ପାଇଁ ୫୨ ଲକ୍ଷ ୪୧ ହଜାର ୩୭୦ ଟଙ୍କା, ଡିଟିପି ତାଲିମ ପାଇଁ ୩୨ ଲକ୍ଷ ୩୮ ହଜାର ୨୦୭ ଟଙ୍କା, ଟାଲି ତାଲିମ ପାଇଁ ୬୭ ଲକ୍ଷ ୫୭ ହଜାର ୧୯୨ ଟଙ୍କା, ମୋବାଇଲ ମରାମତି ପାଇଁ ୬ ଲକ୍ଷ ୭ ହଜାର ୪୪୬, ସିକ୍ୟୁରିଟି ଗାର୍ଡ ତାଲିମ ପାଇଁ ୭ ଲକ୍ଷ ୮୦ ହଜାର, ସିଲେଇ ତାଲିମ ପାଇଁ ୯ ଲକ୍ଷ ୨୮ ହଜାର ୮ ଶହ, ରୂପଚର୍ଯ୍ୟା ତାଲିମ ପାଇଁ ୧୨ ଲକ୍ଷ ୧୮ ହଜାର ୩୧୭ ଟଙ୍କା, ଘରୋଇ ବିଦ୍ୟୁତ ମରାମତି ତାଲିମ ପାଇଁ ୪ ଲକ୍ଷ ୫୩ ହଜାର ଟଙ୍କା ବ୍ୟୟ କରାଯାଇଛି। କିନ୍ତୁ ଏଥିରୁ ସିଂହଭାଗ ଟଙ୍କା ବାଟମାରଣା ହୋଇଥିବା ଅଭିଯୋଗ ରହିଛି।



source https://sambad.in/state/scam-in-sundargarh-itda-534905/

Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଦିନ କେଇଟାରେ ବଦଳିଗଲା ଭାଗ୍ୟ: ରେଷ୍ଟୁରାଣ୍ଟ ପାଲଟିଲା ‘ବାବା କା ଢ଼ାବା’

ଆଜିର ଅତ୍ୟାଧୁନିକ ଯୁଗରେ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛି ସୋସିଆଲ ମିଡିଆ। ଅନେକ ଏଥିଯୋଗୁ ରାତାରାତି ଷ୍ଟାର ପାଲଟୁଥିବା ବେଳେ ଏହା ଅନେକଙ୍କ ଜୀବନ ବଦଳାଇ ଦେଉଛି। କିଛିଦିନ ତଳେ ଏହି ସୋସିଆଲ ମିଡିଆରେ ଏକ ଢ଼ାବା ବେଶ୍‌ ଭାଇରାଲ ହୋଇଥିଲା,ଯାହାର ନାମ ଥିଲା ‘ବାବା କା ଢ଼ାବା’। ଏବେ ଏହା ରେଷ୍ଟୁରାଣ୍ଟରେ ପରିଣତ ହୋଇଛି। ୮୦ ବର୍ଷୀୟ ମାଲିକ କାନ୍ତା ପ୍ରସାଦ ନିଜ ପୁରୁଣା ଦୋକାନ ପାଖରେ ନୂଆ ରେଷ୍ଟୁରାଣ୍ଟ ଖୋଲି ସେଠାରେ ବସୁଛନ୍ତି। ତାଙ୍କ ଖାଇବାକୁ ପସନ୍ଦ କରୁଥିବା ଲୋକେ ମଧ୍ୟ ରେଷ୍ଟୁରାଣ୍ଟରେ ଭିଡ ଜମାଇବା ଆରମ୍ଭ କରିଛନ୍ତି। ଦିଲ୍ଲୀର ମାଲବୀୟ ନଗରରେ କାନ୍ତା ପ୍ରସାଦଙ୍କ ଛୋଟିଆ ଢାବା ଥିଲା। ମାର୍ଚ୍ଚରେ ଲକ୍‌ଡାଉନ୍‌ ଯୋଗୁ ଢ଼ାବାଟି ବେଶ୍‌ ପ୍ରଭାବିତ ହୋଇଥିଲା। ଫଳରେ ପରିବାରର ଗୁଜରାଣ ମେଣ୍ଟାଇବା କାନ୍ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିଲା। ପରେ ଜଣେ ବ୍ୟବହାରକାରୀ କାନ୍ତାଙ୍କ ଢ଼ାବାର ଏକ ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ଭିଡିଓରେ ନିଜର ଦୁଃଖକାହାଣୀ କହିଥିଲେ କାନ୍ତା। ଏହା ଅନେକଙ୍କୁ ଭାବବିହ୍ବଳ କରିଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକେ ତାଙ୍କ ଢ଼ାବାରେ ଭିଡ ଜମାଇବା ଆରମ୍ଭ କରିଥିଲେ। ଏବେ କାନ୍ତାଙ୍କ ନୂଆ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ବସିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ପୁରୁଣା ଢ଼ାବା ଭଳି କାନ୍ତାଙ୍କ ସ୍ତ୍ରୀ ବାଦାମୀ ଦେବୀ ରେଷ୍ଟୁରାଣ୍ଟରେ ମଧ୍ୟ ଖାଇବା ରେଷେଇ କରିବେ। ଅନ୍ୟ କର୍ମଚାରୀ ତାଙ୍କ ସାହାଯ...