Skip to main content

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେନି : ଅବଢା ପାଇଁ ନୃସିଂହ ମନ୍ଦିର ପାଖରେ ୫ ହଜାର ଲୋକ ଏକାଠି

ପୁରୀ : ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ କୋଭିଡ କଟକଣାକୁ ଫୁ କରି ଦିଆଯାଇଛି। ସୁଆର ନିଯୋଗ ଅବଢ଼ା ବିକ୍ରି କରିବ ବୋଲି ମାନ୍ୟବର ସୁପ୍ରିମକୋର୍ଟଙ୍କ ସମସ୍ତ କୋଭିଡ କଟକଣାକୁ ଦଳିମକଚି ଦେଇଛନ୍ତି। ସତେ ଯେମିତି ଜିଲ୍ଲା ପ୍ରଶାସନକୁ ଏମାନଙ୍କ ଖାତିର ନାହିଁ। ଅବଢ଼ା ବିକ୍ରି ଭିଡ଼ ତାହା ପ୍ରମାଣିତ କରିଛି। ଜିଲ୍ଲା ପ୍ରଶାସନ ଓ ପୁଲିସର ଅନୁପସ୍ଥିତି ଯୋଗୁଁ ଆଜି ନୃସିଂହ ମନ୍ଦିର, ମାଟିଆପଡ଼ା ଛକରେ ୫ ହଜାରରୁ ଅଧିକ ଲୋକ ସମାଗମ ହୋଇଥିଲେ। ମାଟିଆପଡ଼ା ମୁଖ୍ୟ ରାସ୍ତା ୪ ଘଣ୍ଟା ଧରି ଜାମ ରହିଥିଲା।

୫୦୦ ସେବକ ରଥ ଟାଣିବାକୁ ନେଇ ଗୋଟିଏ ପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିବ‌ାବେଳେ ଅନ୍ୟପଟେ ପ୍ରଶାସନ ୫ ହଜାର ଲୋକଙ୍କୁ ଏକତ୍ର ‌ହେବାର ସୁଯୋଗ ଦେବା ଦୁର୍ଭାଗ୍ୟର କଥା ବୋଲି ସ୍ଥାନୀୟ ଲୋକେ ମତ ରଖିଛନ୍ତି। ସୁଆର ନିଯୋଗର ବଡ଼ ବଡ଼ ଟାଣୁଆ ଅବଢ଼ା ବ୍ୟବସାୟୀ ନିୟମକୁ ଭାଂଗିବାକୁ ପ୍ରଶାସନ ଓ ପୁଲିସ ସହିତ ସନ୍ଧି କରିଥିବା ଅଭିଯୋଗ ହୋଇଛି। ରଥ ଶରଧାବାଲିରେ ଲାଗିବା ପରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରୁ ଥିବା ଆଡ଼ପ ଅବଢ଼ା ପାଇବ‌ା ପାଇଁ ସମସ୍ତଙ୍କ ଆଗ୍ରହ ଥାଏ। ସେହି ଆଗ୍ରହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ ଓ ସୁଆର ନିଯୋଗର ମିଳିତ ଆଲୋଚନାରେ ଭକ୍ତଙ୍କୁ ଅବଢ଼ା ବାଣ୍ଟିବା ପାଇଁ ଏକ କାଉଣ୍ଟର ବ୍ୟବସ୍ଥା କରାଯାଇଥିଲା। ସେଠାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ କାଉଣ୍ଟର ନିର୍ମାଣ କରାଗଲା। ବ୍ୟବସ୍ଥା ଥି‌ଲା ଯିଏ ଟୋକନ କାଟିବ, ସେ ହିଁ କେବଳ ଅବଢ଼ା ନେଇପାରିବ। ବରାଦ ଅନୁସାରେ ନିଯୋଗ ପକ୍ଷରୁ ନିଯୁକ୍ତ ‌ସେବକମାନେ ଏ ଅବଢ଼ା ଆଣି ଦେବେ। ସବୁ କିଛି ବ୍ୟବସ୍ଥିତ ହେବ, ଏହାଦ୍ବାରା ସାମାଜିକ ଦୂରତା ମଧ୍ୟ ରକ୍ଷା‌ କରାଯାଇପାରିବ। ମାତ୍ର ଏହି କାଉଣ୍ଟର ଫାଙ୍କା ପଡ଼ିଲା। କଟାଯାଇଥିବା ସାମାଜିକ ଦୂରତା‌ ଘର ଖାଲି ପଡ଼ିଲା। ସୁଆରମାନେ ସେମାନଙ୍କ ବରାଦି ଅବଢାକୁ ବିକ୍ରି କରିବାକୁ ପାଇଁ ଭକ୍ତଙ୍କୁ ନୃସିଂହ ମନ୍ଦିର ନିକଟରେ ଏକତ୍ର କରାଇଥିଲେ। ବୋଝିଆମାନେ ମହାପ୍ରସାଦ ଆଣି ସେଠାରେ ଦେଉଥିଲେ। ଆଜି ଏହାକୁ ନେଇ ଅଭାବନୀୟ ସ୍ଥିତି ଉପୁଜିଥିଲା।

କରୋନା ଭଳି କଠିନ ପରିସ୍ଥିତିରେ ମହାପ୍ରଭୁଙ୍କ ରଥଯାତ୍ରାକୁ କଟକଣାରେ କରାଯାଉଛି। ପୁରୀର ସ୍ଥାନୀୟ ଲୋକଙ୍କୁ ଘରୁ ବାହାରିଲେ ପୁଲିସ ପିଟୁଛି। ସାହି ଗଳିକନ୍ଦିରେ ବ୍ୟାରିକେଡ କରି ଲୋକଙ୍କୁ ପ୍ରଶାସନ କଲବଲ କରୁଛି। ମାତ୍ର ପ୍ରଶାସନିକ ଅଧିକାରୀ ଓ ପୁଲିସର ଅବଢ଼ା ଲୋଭ ସୁପ୍ରିମକୋର୍ଟଙ୍କ କୋଭିଡ କଟକଣାକୁ ଫୁ କରି ଦେଇଥିବା ସୁଆର ନିଯୋଗ ବିରୋଧରେ କା‌ର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ଅଭିଯୋଗ ହୋଇଛି। ବାରମ୍ବାର ଅବଢ଼ା ବିକ୍ରି ଆଳରେ କଟକଣାର ଖୋଲା ଉଲଂଘନ କରାଯାଉଥିଲେ ବି ପ୍ରଶାସନ କିନ୍ତୁ ନିରବ ରହୁଛି।



source https://sambad.in/state/crowd-of-people-in-the-nrusingh-temple-puri-534922/

Popular posts from this blog

କ୍ଷତିପୂରଣ ଲାଗି ବଢ଼ିପାରେ ଜିଏସ୍‌ଟି

ନୂଆଦିଲ୍ଲୀ,୩୧।୭-କରୋନା ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ସରକାରଙ୍କ ଟିକସ ଜନିତ ଆୟ ବର୍ତ୍ତମାନ କମିଛି। ଫଳରେ ରାଜ୍ୟଗୁଡିକର ଅଂଶ ପ୍ରଦାନ କରିବା ଦିଗରେ ବର୍ତ୍ତମାନ କଷ୍ଟକର ହେଉଛି। ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ବଡ ବଡ ରାଜ୍ୟକୁ ବାଦ୍‌ ଦେଲେ ଅଧିକାଂଶ ରାଜ୍ୟଗୁଡ଼ିକର ଆୟ କେନ୍ଦ୍ରଠାରୁ ମିଳୁଥିବା ଜିଏସ୍‌ଟି ଉପରେ ନିର୍ଭର କରିଥାଏ। ଲକ୍‌ଡାଉନ ଯୋଗୁ ଜିଏସ୍‌ଟି ଆଦାୟ ଉପରେ ନକାରାତ୍ମକ ପ୍ରଭାବ ପଡିଛି। ଏଭଳି ସ୍ଥିତିରେ କେନ୍ଦ୍ର ସମ୍ପୂର୍ଣ୍ଣ ହାତ ଟେକି ଦେଇଥିବା ଜଣାପଡିଛି। କେନ୍ଦ୍ର ଚାହୁଁଛି ଯେ, ରାଜ୍ୟଗୁଡ଼ିକ ବଜାରରୁ ଋଣ ଉଠାନ୍ତୁ। ରାଜସ୍ବ ମାମଲାରେ ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଆଇନଗତ ଲଢ଼େଇ ଆରମ୍ଭ ହୋଇଯାଇଛି। ବଜାରରୁ ଋଣ ଉଠାଇବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି କେରଳ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ତାକୁ ବିରୋଧ କରୁଛନ୍ତି। କେନ୍ଦ୍ର ନିଜର ଦାୟିତ୍ୱକୁ ଠିକ୍‌ ଭାବେ ନିର୍ବାହ କରୁ ବୋଲି ରାଜ୍ୟଗୁଡିକ ଯୁକ୍ତି ବାଢିଛନ୍ତି। କେନ୍ଦ୍ର ବଜାରରୁ ଋଣ କରୁ ଏବଂ ରାଜ୍ୟଗୁଡିକ ଯେଉଁ ରାଜସ୍ବରେ ଯେଉଁ କ୍ଷତି ସହୁଛନ୍ତି ତା’ର ଭରଣା କରୁ ବୋଲି ରାଜ୍ୟଗୁଡିକ ଯୁକ୍ତିରେ କହିଛନ୍ତି। ୨୦୧୭ରେ ଜିଏସ୍‌ଟି କାର୍ଯ୍ୟକାରୀ କରାଯିବା ସମୟରେ କେନ୍ଦ୍ର ସରକାର କହିଥିଲେ ଯେ, ରାଜ୍ୟଗୁଡ଼ିକର ରାଜସ୍ବ ହ୍ରାସକୁ କେନ୍ଦ୍ର ଭରଣା କରିବ। ଆଗାମୀ ୫ ବର୍ଷ ଯାଏ ଏଭଳି ...

ଅକ୍ଟୋବର ୫ରେ ମୋରାଟୋରିୟମ ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଋଣ ମୋରାଟୋରିୟମ ସୁବିଧା ବଢ଼ାଇବା ଏବଂ ଋଣ କିସ୍ତିର ସୁଧ ଉପରେ ସୁଧ ଲାଗୁ ମାମଲାର ସୁପ୍ରିମକୋର୍ଟ ପୁଣି ଥରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ସରକାର ଏହି ପ୍ରସଙ୍ଗ ଉପରେ ବିଚାର କରୁଛନ୍ତି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ସରକାର ନେବା ସମ୍ଭାବନା ରହିଛି। ଏ ନେଇ ଗୁରୁବାର ସୁଦ୍ଧା ସରକାର ସ୍ପଷ୍ଟ କରିବାକୁ ପ୍ରୟାସ କରିବେ। ଅକ୍ଟୋବର ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି। ଏହି ମାମଲାର ଶୁଣାଣି ଶୀଘ୍ର କରିବାକୁ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାଜୀବ ଦତ୍ତା ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଛନ୍ତି। ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ନ୍ୟାୟାଳୟଙ୍କୁ କହିଛନ୍ତି, ଏହି ପ୍ରସଙ୍ଗରେ କିଛି ଆର୍ଥତ୍କ ମାମଲା ଜଡିତ ରହିଛି। ପ୍ରସଙ୍ଗଗୁଡିକୁ ବିଚାରକରିବା ଲାଗି ସମୟର ଆବଶ୍ୟକତା ରହିଛି। ଅକ୍ଟୋବର ପହିଲାରେ ମୋରାଟୋରିୟମ ମାମଲାର ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୩ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ କହିଥିଲେ, ଋଣ କିସ୍ତି ପ୍ରଦାନ କରିବାକୁ ସକ୍ଷମ ହେଉ ନ ଥିବା ଆକାଉଣ୍ଟଗୁଡିକୁ ଆଗାମୀ ୨ ମାସ ଯାଏ ଏନ୍‌ପିଏ ଘୋଷଣା କରା ନ ଯାଉ। ସୋମବାର ହୋଇଥିବା ଶୁଣାଣିରେ ...