Skip to main content

ବଡ଼ ପରଦାକୁ ଫେରୁଛନ୍ତି ଅମ୍ଳାନ-ଅନୁଭା ଯୋଡ଼ି

ଭୁବନେଶ୍ବର:  ଓଲିଉଡର ଲୋକପ୍ରିୟ ନାୟକ- ନାୟିକା ଯୋଡ଼ି ଅମ୍ଳାନ-ଅନୁଭା ଏକ ସିନେମା ଜରିଆରେ ଫେରୁଛନ୍ତି।  ଏହି ସିନେମାର ଟାଇଟଲ ହେଲା ‘କୁହ, ମୁଁ ତୁମରି ପାଇଁ’। । ଏହି ଯେଉଁ ନୂଆ ଓଡ଼ିଆ ସିନେମାରେ ଅମ୍ଳାନ-ଅନୁଭା ଯୋଡ଼ିକୁ ଦର୍ଶକ ଭେଟିବେ,ତାହାର ନିର୍ଦ୍ଦେଶନା ଦେଉଛନ୍ତି ଚିତ୍ତରଂଜନ ତ୍ରିପାଠୀ। ଚିତ୍ତରଂଜନ ତ୍ରିପାଠୀଙ୍କର ଏହା ପ୍ରଥମ ସିନେମା ନୁହେଁ। ଆଗରୁ ସେ ’ଧଉଳି ଏକ୍ସପ୍ରେସ୍‌’ ଓ ‘ମୁଖ୍ୟମନ୍ତ୍ରୀ’ ଶୀର୍ଷକରେ ଦୁଇଟି ଓଡ଼ିଆ ସିନେମାର ନିର୍ଦେଶନା ଦେଇଥିଲେ। ଅମ୍ଳାନ-ଅନୁଭା ଏହା ପୂର୍ବରୁ ବିନି ପଟ୍ଟନାୟକଙ୍କ ନିର୍ଦେଶିତ ‘ବଜରଙ୍ଗୀ’ରେ ଏକାଠି କାମ କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ ‘କୁହ, ମୁଁ ତୁମରି ପାଇଁ ’ର ସମସ୍ତ ସୁଟିଂ ସରିଛି। ଏହା ରିଲିଜ୍ ଅପେକ୍ଷାରେ ରହିଛି।

ସୂଚନାଯୋଗ୍ୟ, ଅନୁଭାଙ୍କୁ ଦର୍ଶକ ପ୍ରଥମେ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ମୁଁ ପ୍ରେମୀ ମୁଁ ପାଗଳ’ସିନେମାରେ ନାୟିକା ଭୂମିକାରେ ଦେଖିବାକୁ ପାଇଥିଲେ। ତା’ପରେ ଅନୁଭା ସମୟ ବଡ଼ ବଳବାନ୍‌, ରିଭେଂଜ୍‌, ବଜରଙ୍ଗୀ, ସାଥୀ ତୁ ଫେରିଆ ଓ ମୁଁ ପରଦେଶୀ ଚଢେଇ’ ଆଦି ଓଡ଼ିଆ ସିନେମାରେ ନଜର ଆସିଛନ୍ତି ସେ। ଠିକ୍ ସେହିପରି ଅମ୍ଳାନ ନିଂରଜନ ରଣାଙ୍କ ପ୍ରଯୋଜିତ ତଥା ଏସ୍‌.କେ.ମୁରଲୀ ଧରନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଟାର୍ଗେଟ୍‌’ରୁ ଏଣ୍ଟ୍ରି ନେଇଥିଲେ। ଏହାପରେ ସେ ୧୫ରୁ ଅଧିକ ଓଡ଼ିଆ ସିନେମାରେ ନାୟକ ଭୂମିକାରେ ଅଭିନୟ କରିଛନ୍ତି।

‘ବଜରଙ୍ଗୀ’ରେ ଅମ୍ଳାନ-ଅନୁଭାଙ୍କ ଯୋଡ଼ିକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଏଥର ଏହି ଯୋଡ଼ି କି କମାଲ୍‌ ଦେଖାଉଛନ୍ତି,ତାହା ଫିଲ୍ମଟି ରିଲିଜ୍‌ ହେବାପରେ ଜଣାପଡ଼ିବ।



source https://sambad.in/entertainment/amlan-anubha-story-534624/