Skip to main content

Posts

ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୫ ଜୀବନ

ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟରେ ଶନିବାର ଦୈନିକ ସଂକ୍ରମଣ ହ୍ରାସ ପାଇଥିବା ବେଳେ କିନ୍ତୁ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍‌। ଶନିବାର ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନାଜନିତ ୪୫ ଜଣଙ୍କ ପ୍ରାଣହାନୀ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪,୦୧୫୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। The post ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୫ ଜୀବନ appeared first on Dharitri Odia News .

ବୈବାହିକ ଜୀବନରେ ସଫଳ ହୋଇ ନଥିଲେ ହିମେଶ: ପୁଅ ଥାଇବି ପ୍ରଥମ ସ୍ତ୍ରୀଙ୍କୁ ଦେଇଥିଲେ ଛାଡ଼ପତ୍ର

ବଲିଉଡ୍‌ ଗାୟକ ହିମେଶ ରେଶ୍‌ମିଆ ଅନେକ ହିଟ୍‌ ଗୀତ ଗାଇଛନ୍ତି। ତାଙ୍କ ଗୀତ ପ୍ରାୟ ହିଟ୍‌ ହୋଇଥାଏ। ତେବେ ସେ କେବେ ଗାୟକ ହେବାକୁ ଚାହୁଁ ନ ଥିଲେ। କେବଳ ତାଙ୍କ ବାପା ଭିପିନ ରେଶ୍‌ମିଆଙ୍କ ଇଚ୍ଛା ପୂରଣ କରିବା ପାଇଁ ସେ ବଡ଼ ଗାୟକ ହୋଇଛନ୍ତି। ସେ ବିଳାସପୂର୍ଣ୍ଣ ଜୀବନଶୈଳୀ ବଞ୍ଚିବାକୁ ଅଧିକ ପସନ୍ଦ କରନ୍ତି । ହିମେଶ ଇଣ୍ଡିଆନ ଆଇଡଲ ସିଜିନ୍‌ ୧୨ ରେ ବିଚାରପତି ଭାବରେ ପ୍ରାୟ ୨.୫ ଲକ୍ଷ ଟଙ୍କା ଚାର୍ଜ କରନ୍ତି । ଏହା ସହିତ ହିମେଶ ମଧ୍ୟ ବ୍ୟକ୍ତିଗତ କଥା ଆଲୋଚନା କରିଛନ୍ତି। ତାଙ୍କ କ୍ୟାରିୟର ଯେତିକି ଉଚ୍ଚତାକୁ ଛୁଇଁଛି ତାଙ୍କ ବୈବାହିକ ଜୀବନ ନୁହେଁ। ବର୍ତ୍ତମାନ ହିମେଶ ତାଙ୍କର ଦ୍ୱିତୀୟ ପତ୍ନୀ ସୋନିଆ କପୁରଙ୍କ ସହ ରହୁଥିବା ବେଳେ ପ୍ରଥମ ସ୍ତ୍ରୀ ଥିଲେ କୋମଲ। ଯାହାଙ୍କ ସହ ସେ ୨୨ ବର୍ଷ ରହିିଥିଲେ। ପରେ ୨୦୧୭ରେ ସେ କୋମଲଙ୍କୁ ଛାଡପତ୍ର ଦେଇଥିଲେ। ସେମାନଙ୍କ ଛାଡପତ୍ର ଖବର ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଥିଲା। ହିମେଶ ଏବଂ କୋମଲଙ୍କର ମଧ୍ୟ ସ୍ବୟଂନାମକ ଏକ ପୁଅ ଅଛି। ପରେ ୨୦୧୮ରେ ହିମେଶ ସୋନିଆ କପୁରଙ୍କୁ ବିବାହ କରିଥିଲେ। ସୋନିଆ ଜଣେ ପ୍ରସିଦ୍ଧ ଟିଭି ଅଭିନେତ୍ରୀ। ସେ ଅନେକ ସିରିଏଲରେ ଅଭିନୟ କରିଛନ୍ତି। ବର୍ତ୍ତମାନ ମୁମ୍ବାଇରେ ହିମେଶଙ୍କର ଏକ ବିଳାସପୂର୍ଣ୍ଣ ଫ୍ଲାଟ ଅଛି ଯେଉଁଥିରେ ସେ ତାଙ୍କର ଦ୍ୱିତୀୟ ସ୍ତ୍ରୀ ସୋନିଆ କପୁରଙ୍କ ସହିତ ରୁହନ୍ତି । The post ବୈବାହିକ ଜୀବନରେ ସଫଳ ହୋଇ ନଥିଲେ ହିମେଶ: ପୁଅ ଥ...

ଏଇ ଭାରତରେ

କୋଭିଡ୍‌ ମହାମାରୀରେ ସବୁଠୁ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସଂକ୍ରମିତ ଗର୍ଭବତୀମାନେ। ଏହି ସମୟରେ ସନ୍ତାନ ପ୍ରସବ କରିବା ମା’ ଓ ଶିଶୁଙ୍କ ସ୍ବାସ୍ଥ୍ୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ତେବେ ସନ୍ତାନ ପ୍ରସବ କରାଇବାରେ ଶ୍ରୀନଗରର ଜେଏଲ୍‌ଏନ୍‌ଏମ୍‌ ହସ୍ପିଟାଲର ସୁଗୁପ୍ତା ଆରା ନିଜର ସାହସ, ଧୈର୍ଯ୍ୟ ଓ କର୍ତ୍ତବ୍ୟନିଷ୍ଠାର ପରିଚୟ ଦେଇଛନ୍ତି। ସେ ୧୦୦ କୋଭିଡ୍‌ ସଂକ୍ରମିତ ମା’ଓ ସେମାନଙ୍କ ଶିଶୁମାନଙ୍କ ଯନତ୍ ନେଇପାରିଛନ୍ତି। ଏମିତି ହୋଇଥିଲା ଯେ, ଶିଶୁକୁ ସୁରକ୍ଷିତ ପ୍ରସବ କରାଇବା ତଥା କୋଭିଡ୍‌ମୁକ୍ତ ରଖିତ୍ତ୍ବା ଲାଗି ସେ ପିପିଇ କିଟ୍‌ ପିନ୍ଧିବାକୁ ମଧ୍ୟ ସମୟ ପାଇ ନ ଥିଲେ। ତାଙ୍କ ପରିବାର କୋଭିଡ୍‌-୧୯ରେ ସଂକ୍ରମିତ ହୋଇଥିଲେ ମଧ୍ୟ ସୁଗୁପ୍ତା ଦିନଟିଏ ଛୁଟି ନେଇନାହାନ୍ତି। ଦୁଇଟି ସନ୍ତାନର ମା’ ସୁଗୁପ୍ତା ସେମାନଙ୍କ ଯନତ୍ ନେବା ସହ କୋଭିଡ୍‌ ସଂକ୍ରମିତ ମା’ ଓ ନବଜାତକମାନଙ୍କ ସେବାରେ କେବେ ବି ଅବହେଳା କରିନାହାନ୍ତି। The post ଏଇ ଭାରତରେ appeared first on Dharitri Odia News .

ରାଜ୍ୟରେ କମିଲା ସଂକ୍ରମଣ:ଗତ ୨୪ଘଣ୍ଟାରେ ୩ହଜାର ତଳେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୩।୭(ବ୍ୟୁରୋ): ଗତ କିଛି ଦିନରୁ ଓଡ଼ିଶାରେ କରୋନା ଗ୍ରାଫ୍‌ ଉପରମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ୩ହଜାରରୁ ଉପରେ ରହୁଥିଲା। ଯାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା। ତେବେ ଶୁକ୍ରବାର ରାଜ୍ୟରେ ୩,୨୨୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହି ସଂଖ୍ୟାରେ ହ୍ରାସ ଘଟିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨,୯୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶନିବାର ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧,୬୭୭ଜଣ କ୍ୱାରାଣ୍ଟାଇନ୍‌ରୁ ହୋଇଥିବା ବେଳେ ୧,୨୪୦ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୫୪୯ ଓ କଟକରୁୁ ୪୨୨ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୮୬, ବାଲେଶ୍ୱର ୨୩୭, ବରଗଡ଼ ୨୨, ଭଦ୍ରକ ୧୬୩, ବଲାଙ୍ଗୀର ୭, ବୌଦ୍ଧ ୧୯, ଦେବଗଡ଼ ୫, ଢ଼େଙ୍କାନାଳ ୭୭, ଗଜପତି ୬, ଗଞ୍ଜାମ ୨୧, ଜଗତସିଂହପୁର ୧୧୯, ଯାଜପୁର ୨୧୮, ଝାରସୁଗୁଡ଼ା ୮, କଳାହାଣ୍ଡି ୨୧, କନ୍ଧମାଳ ୧୩, କେନ୍ଦ୍ରାପଡ଼ା ୭୯, କେନ୍ଦୁଝର ୭୫, କୋରାପୁଟ ୫୫, ମାଲକାନଗିରି ୫୯, ମୟୁରଭଞ୍ଜ ୧୬୫, ନବରଙ୍ଗପୁର ୧୯, ନୟାଗଡ଼ ୯୬, ନୂଆପଡ଼ା ୮, ପୁରୀ ୧୩୨, ରାୟଗଡ଼ା ୫୩, ସମ୍ବଲପୁର ୨୨, ସୁବର୍ଣ୍ଣପୁର ୧୨, ସୁନ୍ଦରଗଡ଼ ୪୮ ଓ ଷ୍ଟେଟ ପୁଲରୁ ୧୦୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍...

ଶିକ୍ଷା ଓ ବିଦ୍ୟା

ଇଂ. ମୁରଲୀଧର ହୋତା ଆମର ପ୍ରଚଳିତ ଧାରଣାରେ ଶିକ୍ଷା, ସାକ୍ଷରତାରୁ ଆରମ୍ଭ କରି ବୈଷୟିକ ପାଠ୍ୟକ୍ରମରେ ସିଦ୍ଧି, କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସାଫଲ୍ୟ ଅଥବା ଜୀବିକା ନିର୍ବାହ ତଥା ସମୃଦ୍ଧି ପ୍ରାପ୍ତିପାଇଁ ଅନ୍ୟ କୌଣସି ବୃତ୍ତିରେ ତାଲିମ ପ୍ରାପ୍ତି। ଏହିଥିରୁ ଯେକୌଣସି ଗୋଟିଏ ବା ଏକାଧିକ ବିଭାଗରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତିଟି ଶିକ୍ଷିତ ପଦବାଚ୍ୟ। ଶିକ୍ଷାର ଉପରୋକ୍ତ ଅର୍ଥରେ ଆମ ଦେଶରେ ଶିକ୍ଷିତ ସଂଖ୍ୟାରେ ଯଥେଷ୍ଟ ଅଭିବୃଦ୍ଧି ଘଟିଛି। ମାତ୍ର ଏହାଦ୍ୱାରା ଆମର ସାମାଜିକ ନିରାପତ୍ତା, ନୀତି-ନୈତିକତା, ପରାର୍ଥଭାବ, ଭ୍ରାତୃଭାବ, ଜାତୀୟ-ସଂହତି ସର୍ବୋପରି ମାନସିକ ସ୍ବାସ୍ଥ୍ୟ କ୍ଷେତ୍ରରେ ସେଭଳି କିଛି ଉନ୍ନତିର ଲକ୍ଷଣ ଦେଖିବାକୁ ମିଳୁନାହିଁ ବରଂ ଏହା ସମାଜରେ ଏକ ନୈରାଶ୍ୟଜନକ ସ୍ଥିତି ସୃଷ୍ଟି କରୁଛି। ଅଶାନ୍ତିର ବାତାବରଣ ଭିତରେ ପ୍ରାୟ ସମସ୍ତେ ଅଳ୍ପ ବହୁତେ ଅଣନିଃଶ୍ୱାସୀ ହେବାରେ ଲାଗିଛନ୍ତି। ଆଜି ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନେ ଏକପ୍ରକାର ଶିଳ୍ପରେ ପରିଣତ ହୋଇଛନ୍ତି। ଏହି ଶିଳ୍ପ, ଶିକ୍ଷିତ ନାମରେ ଯାହା ଉପତ୍ାଦନ କରୁଛି, ତାହା ପ୍ରାୟତଃ ଏକ ବୈଚିତ୍ର୍ୟହୀନ ପ୍ରାଣୀ (ଷ୍ଟେରିଓଟାଇପ୍‌)। ସେ ପ୍ରାଣୀର ଆଭିମୁଖ୍ୟ ହେଲା ପ୍ରତିଯୋଗିତାରେ ସାମିଲ ହେବା ଏବଂ ସୁଖର ମରୀଚିକା ପଛରେ ଧାବମାନ ହେବା। ଏଠାରେ ମନେପଡ଼ିଯାଏ ବିଖ୍ୟାତ ଲେଖକ ଟଲଷ୍ଟୟଙ୍କର ଏକ କାହାଣୀ- ‘କେତେ ଜାଗା ଜଣକର ଲୋଡ଼ା’ ଅଥବା ତା...

ଦେଶର ଅର୍ଥନୀତି ତଳକୁ ତଳକୁ

କିଶୋର ଜେନା ଦେଶର ଅର୍ଥନୀତି ତଳକୁ ତଳକୁ ଯାଉଛି, ଆଉ ପ୍ରଧାନମନ୍ତ୍ରୀ ଅର୍ଥନୈତିକ ସଂସ୍କାରର ଗଳ୍ପ ଶୁଣାଉଛନ୍ତି। ସଂସ୍କାର ନୀତି ସମ୍ପର୍କରେ ତାଙ୍କର ଦାବି, କୋଭିଡ୍‌ ମହାମାରୀ ସମୟରେ ଏହି ଉଦ୍ୟମ ଆସ୍ଥା ଓ ଉତ୍ସାହ ସୃଷ୍ଟିରେ ସହାୟକ ହେବ। ଏହି ସଂସ୍କାର ପ୍ରକ୍ରିୟାରେ ସେ ଅଂଶୀଦାର ଭାବେ ରାଜ୍ୟଗୁଡ଼ିକୁ ନେଇଛନ୍ତି। ତାଙ୍କ ଭାଷାରେ କେନ୍ଦ୍ର ଓ ରାଜ୍ୟର ଭାଗୀଦାରି। ଏହାଫଳରେ ଦେଶର ନଇଁପଡ଼ିଥିବା ଅର୍ଥନୀତିର ଅବସ୍ଥା ଫେରିପାଇଛି ବା ଫେରିପାଇବ କି ନାହିଁ, ଏଭଳି ଆଶା ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଜାଗ୍ରତ କରିପାରିନାହାନ୍ତି। ତେବେ ବେଶ୍‌ ମନଭୁଲାଣିଆ କଥା ଶୁଣେଇଛନ୍ତି ଏବଂ ଚାରି ସଂସ୍କାରନୀତି କଥା ମଧ୍ୟ କହିଛନ୍ତି। ୨୨ଜୁନ୍‌ରେ ସାମାଜିକ ଗଣମାଧ୍ୟମ ‘ଲିଙ୍କ୍‌ ଉଇନ’ରେ ଦେଶର ଅର୍ଥନୀତି ଓ ଏହାର ସଂସ୍କାର ସମ୍ପର୍କରେ ଦୀର୍ଘ ପୋଷ୍ଟ କରିଛନ୍ତି। ଏଥିରେ ସେ ଦାବି କରିଛନ୍ତି ”କୋଭିଡ୍‌ ମହାମାରୀ ସମୟରେ ଏକ ନୂଆ ଧରଣର ଅର୍ଥନୈତିକ ସିଦ୍ଧାନ୍ତ ନିଆଯାଇଛି ପରିସ୍ଥିତିର ମୁକାବିଲା ପାଇଁ। କେତେବେଳେ ସେହି ସମାନ ଧରଣର ଢାଞ୍ଚା ଅନୁସରଣ କରାଯାଇ ନାହିଁ। ଏଭଳି ନୁହେଁ ଯେ ‘ସମସ୍ତଙ୍କ ପାଇଁ ସମାନ ସାଇଜ ଲାଗିବ।’ ମହାମାରୀ ସମୟରେ ସମଗ୍ର ବିଶ୍ୱର ଅର୍ଥନୀତି ଯେତେବେଳେ ସଙ୍କଟରେ ସେତେବେଳେ ଆମ ଦେଶର ରାଜ୍ୟଗୁଡ଼ିକ ଅନେକ ବେଶି ଅର୍ଥ ଯୋଗାଡ଼ କରିବାରେ ସକ୍ଷମ ହେବା ଏକ ବିରଳ ଦୃଷ୍ଟାନ୍ତ। ଅତିରିକ୍ତ ୧.୦୬ ଲକ୍ଷ କୋଟି ଟ...

ସଞ୍ଚାର ଭବନରେ ନିରାଶା

ସଞ୍ଚାର ଭବନରେ ଜଟିଳ ପରିସ୍ଥିତିରେ କାର୍ଯ୍ୟ ସମ୍ପାଦନ କରିବାକୁ କେହି ରାଜି ନ ଥିତ୍ବା ଭଳି ଜଣାପଡ଼ୁଛି। ଏବେ ସେଠାରେ ବିଭିନ୍ନ ବିଭାଗରେ ବାବୁମାନଙ୍କ ସଂଖ୍ୟା ପୂର୍ବଭଳି ରହିଛି। କିନ୍ତୁ ଭିତିରିଆ ଭାବେ ନୀତିରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବା ଲାଗି କାର୍ଯ୍ୟ ଜାରି ରହିଥିଲା ବୋଲି ସଞ୍ଚାର ଭବନରେ ଏ ସମ୍ପର୍କରେ ଅବଗତ ଥିବା ବ୍ୟକ୍ତିମାନେ କହୁଛନ୍ତି। ୨୦୧୯ରେ ସରକାର ଯେତେବେଳେ ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନ୍‌ଏଲ୍‌ର ହଜାର ହଜାର କର୍ମଚାରୀଙ୍କୁ ଭିଆର୍‌ଏସ୍‌ ବା ସ୍ବେଚ୍ଛାକୃତ ଅବସର ଦେବାକୁ କାହିଁକିି ତରବରିଆ ଭାବେ କାର୍ଯ୍ୟ କଲେ ସେ ସମ୍ପର୍କରେ ଏଯାବତ କେହି ବି ପ୍ରଶ୍ନ ଉତ୍‌ଥାପନ କରୁନାହାନ୍ତି। ଏହାର ଦୁଇ ବର୍ଷ ପରେ ଡିପାର୍ଟମେଣ୍ଟ ଅଫ୍‌ ଟେଲିକମ୍ୟୁନିକେଶନସ୍‌ (ଡିଓଟି) ବାବୁମାନଙ୍କୁ ଅସୁବିଧାରେ ପକାଇବାକୁ ପୁଣି ସେଭଳି ଏକ ନିଷ୍ପତ୍ତି ଲାଗୁ କରିଛି। ଆର୍ଥିକ ସମସ୍ୟାରେ ବୁଡି ରହିଥିବା ଦୁଇଟି ରାଷ୍ଟ୍ରାୟତ୍ତ ଟେଲିକମ୍ୟୁନିକେଶନ କମ୍ପାନୀ ଚାଲୁ ରହିବା ଲାଗି ସଂଗ୍ରାମ କରୁଛନ୍ତି। ତେବେ ବ୍ୟାପକ କର୍ମଚାରୀ ଭିଆର୍‌ଏସ୍‌ ନେବା ସତ୍ତ୍ୱେ ବି ଏହା ଠିକ୍‌ ଭାବେ କାର୍ଯ୍ୟ କରିପାରିଲା ନାହିଁ। ସଞ୍ଚାର ଭବନରେ ନିରାଶା ଭାବ ବଢୁଛି। ଏହା ଏବେ କାର୍ଯ୍ୟରତ ଗୋଟିଏ ଗୋଷ୍ଠୀର ବାବୁମାନଙ୍କ ଯୋଗୁ ହେଉଛି ବୋଲି ଶୁଣିବାକୁ ମିଳୁଛି। ଯେଉଁ ବାବୁମାନେ ସେତେବେଳେ ଚାକିରିରୁ ଅବସର ନେଇ ପ୍ରଚୁର ଟଙ୍କା ପାଇଥିତ୍ଲେ ସେହି ବ...