Skip to main content

Posts

ଲିଙ୍ଗ ପରିବର୍ତ୍ତନ କରି ଭଉଣୀ ହେଲେ ଯାଆଁଳା ଭାଇ

ବ୍ରାଜିଲରେ ରହୁଥିବା ୨ ଯାଆଁଳା ଭାଇ ସେମାନଙ୍କର ଅଧିକାଂଶ କାମ ଏକାଠି କରିଥାନ୍ତି। ଏବେ ଏହି ୨ ଭାଇ ଏକତ୍ରି ଟ୍ରାନ୍ସଜେଣ୍ଡର ଅପରେଶନ କରି ରେକର୍ଡ କରିଛନ୍ତି। ୧୯ ବର୍ଷୀୟ ଏହି ୨ ଭାଇ ଲିଙ୍ଗ ଅସ୍ତ୍ରୋପଚାର କରି ଝିଅ ହୋଇଛନ୍ତି। ମାୟଲା ଏବଂ ସୋଫିଆ କହିଛନ୍ତି, ପିଲାଦିନରୁ ସେମାନେ ପୁଅ ପରି ଅନୁଭବ କରି ନ ଥିଲେ ତେଣୁ ଅପରେଶନ କରି ଝିଅ ହେବାକୁ ନିଷ୍ପତ୍ତି ନେଲେ ବୋଲି କହିଛନ୍ତି। ବ୍ରାଜିଲର ଦକ୍ଷିଣ ପୂର୍ବ ଶହର ବ୍ଲୁମେନୋରେ ଥିବା ଏକ ଟ୍ରାନ୍ସଜେଣ୍ଡର ସେଣ୍ଟରରେ ଉଭୟ ଅସ୍ତ୍ରୋପଚାର କରିଛନ୍ତି। ଏହି କେନ୍ଦ୍ରର ଡାକ୍ତର ଜୋସେ କାର୍ଲୋସ କହିଛନ୍ତି, ଦୁଇ ଯାଆଁଳା ଭାଇ ଅସ୍ତ୍ରୋପଚାର ପରେ ଝିଅ ହେବା ଦୁନିଆରେ ଏହା ପ୍ରଥମ ରିପୋଟେଡ୍‌ କେସ୍‌। ମାୟଲା ଜୋ ଆର୍ଜେଣ୍ଟିନାରେ ମେଡିସିନ୍‌ରେ ପାଠ ପଢ଼ୁଛନ୍ତି। ସେ କହିଛନ୍ତି ଯେ, ବାଳକ ପରି ମୁଁ ନିଜକୁ ଅସହଜ ମନେ କରୁଥିଲି। ତେଣୁ ଆମେ ପରସ୍ପରର ସମର୍ଥନରେ ଝିଅ ହେବାକୁ ନିଷ୍ପତ୍ତି ନେଲୁ। ସେହିପରି ସିଭିଲ ଇଞ୍ଜିନିୟରିଂ କରୁଥିବା ସୋଫିଆ କହିନ୍ତି, ବ୍ରାଜିଲରେ ବହୁତ ଟ୍ରାନ୍ସଫୋବିଆ ଅଛି। ଏଠାରେ ଲୋକମାନେ ଟ୍ରାନ୍ସଜେଣ୍ଡରଙ୍କୁ ବହୁତ ଗାଳି କରିଥାନ୍ତି। ଆହୁରି ମଧ୍ୟ ସୋଫିଆ କହିଛନ୍ତି, ତାଙ୍କର ଏପରି ନିଷ୍ପତ୍ତିରେ ପରିବାର ଲୋକେ ତାଙ୍କୁ ସମର୍ଥନ କରିଥିଲେ। ଏହି ସର୍ଜରୀ ପାଇଁ ଜେଜେ ବାପା ଅର୍ଥ ଯୋଗାଡ଼ କରିଥିଲେ। ଜେଜେ ବାପା ନିଜର ସମ୍ପତ୍ତି ବିକ୍ରି କରି ଏହି ସର୍ଜରୀ ...

ବେଙ୍ଗାଲୁରୁକୁ ହରାଇ ଜାମସେଦପୁର ୬ଷ୍ଠ

ଭାସ୍କୋ, ୨୬।୨-ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ)ର ଗୁରୁବାର ଅନୁଷ୍ଠିତ ଲିଗ୍‌ ମ୍ୟାଚରେ ବେଙ୍ଗାଲୁରୁ ଏଫ୍‌ସିକୁ ୩-୨ ଗୋଲରେ ହରାଇ ଜାମସେଦପୁର ଏଫ୍‌ସି ୬ଷ୍ଠ ସ୍ଥାନ ଅଧିକାର କରିଛି। ଉଭୟ ଦଳପାଇଁ ଏହାଥିଲା ଚଳିତ ସିଜନର ଶେଷ ଲିଗ୍‌ ମ୍ୟାଚ। ଜାମସେଦପୁର ୨୦ ମ୍ୟାଚ ଖେଳି ୭ ବିଜୟ, ୬ ଡ୍ର ଓ ୭ ପରାଜୟ ସହ ୨୭ ପଏଣ୍ଟ ପାଇ ଅଭିଯାନ ଶେଷ କରିଛି। ବେଙ୍ଗାଲୁରୁ ୨୦ ମ୍ୟାଚରୁ ୫ ବିଜୟ, ୭ ଡ୍ର ଓ ୮ ପରାଜୟ ସହିତ ୨୨ ପଏଣ୍ଟ ପାଇ ୭ମ ସ୍ଥାନ ଅଧିକାର କରିଛି। ଗୁରୁବାର ମ୍ୟାଚରେ ଜାମସେଦପୁର ପକ୍ଷରୁ ଷ୍ଟିଫେନ୍‌ ଏଜେ, ଲେନ୍‌ କୁକି ଓ ଡେଭିଡ ଗ୍ରାଣ୍ଡେ ଏବଂ ବେଙ୍ଗାଲୁରୁର ଫ୍ରାନ୍‌ ଗ୍ଲେଜ ଓ ଅଧିନାୟି ସୁନୀଲ ଛେତ୍ରୀ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ବିଜୟୀ ଦଳର ଇଟର ମୋନରେ ହିରୋ ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଥିଲେ। ୧୯ଟି ମ୍ୟାଚ ଖେଳିଥିବା ଏଟିକେ ମୋହନବାଗାନ ୧୨ ବିଜୟ ସହ ୪୦, ମୁମ୍ବାଇ ସିଟି ଏଫ୍‌ସି ୧୧ ବିଜୟ ସହ ୩୭, ଏଫ୍‌ସି ଗୋଆ ଓ ନର୍ଥ ଇଷ୍ଟ ୟୁନାଇଟେଡ ୭ଟି ଲେଖାଏ ବିଜୟ ସହିତ ୩୦ ପଏଣ୍ଟରେ ରହି ପ୍ରଥମ ୪ ସ୍ଥାନ ଅଧିକାର କରିଛନ୍ତି। ୨୮ ପଏଣ୍ଟରେ ଥିବା ହାଇଦ୍ରାବାଦ ଏଫ୍‌ସିର ମଧ୍ୟ ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ ରହିଛି। The post ବେଙ୍ଗାଲୁରୁକୁ ହରାଇ ଜାମସେଦପୁର ୬ଷ୍ଠ appeared first on Dharitri Odia News .

ଭାଇରାଲ ହେଉଛି ‘ବ୍ୟାଟେଲ୍‌ ଅଫ୍‌ ପ୍ରତାପଗଡ଼’ ଭିଡିଓ

ପ୍ରତାପଗଡ଼,୨୬।୨: ସୋସିଆଲ ମିଡିଆରେ ୟୁଜର୍ସ ଉତ୍ତର ପ୍ରଦେଶର ବାଗପଟଠାରେ ଚାଟ ବିକାଳିଙ୍କ ମଧ୍ୟରେ ହୋଇଥିବା ଛଟ ଫାଇଟ୍‌ ଭିଡିଓର ମଜା ନେଉଥିବାବେଳେ ସାମ୍ନାକୁ ଆସିଛି ଆଉ ଏକ ଷ୍ଟ୍ରିଟ୍‌ ଫାଇଟ୍‌ର ଫୁଟେଜ। ଏଥର ମଧ୍ୟ ରାଜ୍ୟ ସମାନ। କିନ୍ତୁ ଯୁଦ୍ଧ ପୁରୁଷଙ୍କ ମଧ୍ୟରେ ନୁହେଁ, ବରଂ ଯୋଦ୍ଧା ସାଜିଛନ୍ତି ମହିଳା। ତେବେ ଏହି ଭିଡିଓ ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲାର ପାଟି ଅଞ୍ଚଳର ବୋଲି ଜଣାପଡ଼ିଛି। #UttarPradesh : #Pratapgarh में महिलाओं के बीच मारपीट का वीडियो वायरल हो रहा है। महिलाओं ने एक-दूसरे को मोहल्ले में दौड़ा दौड़ाकर पीटा। #ViralVideo pic.twitter.com/9mF6ArZqZL — Hindustan (@Live_Hindustan) February 23, 2021 ଭାଇରାଲ ଭିଡିଓରେ କିଛି ମହିଳା ପାରମ୍ପରିକ ହ୍ୟାଣ୍ଡ ଟୁ ହ୍ୟାଣ୍ଡ ଫାଇଟ୍‌ କରୁଛନ୍ତି। ସେମାନେ ପରସ୍ପରର ଚୁଟି ଟାଣୁଛନ୍ତି । ବାଡ଼ି ଓ ହାତରେ ଯାହା ପଡ଼ିଲା ସେଥିରେ ପରସ୍ପରକୁ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି। ଛଟ ଫାଇଟ୍‌ ଭଳି ଏହି ଷ୍ଟ୍ରିଟ୍‌ ଫାଇଟ୍‌ର ଭିଡିଓ ସୋସିଆଲ ମିଡିଆରେ କିଛି ସମୟରେ ହିଁ ଭାଇରାଲ ହୋଇଯାଇଛି। ଏହାର ଖୁବ୍‌ ମଜା ଉଠାଉଛନ୍ତି ୟୁଜର୍ସ। ଜଣେ ୟୁଜର ଲେଖିଛନ୍ତି, ବଲିଉଡର ବ୍ଲକବାଷ୍ଟର ଫିଲ୍ମ ଦଙ୍ଗଲ ଫିଲ୍ମର ଡାଇଲଗ (ମେରି ଛୋରିୟା ଛୋରୋ ସେ କମ୍‌ ହେ କେ)। ଆଉ କିଛି ୟୁଜର୍ସ ଏହାକୁ ବ୍ୟାଟେଲ ଅଫ୍‌ ପ୍ରତାପଗଡ...

କୋକୋ ଗଫ୍‌ ସେମିଫାଇନାଲରେ

ଆଡିଲେଡ୍‌, ୨୬ା୨ (ଏପି)-କୋକୋ ଗଫ୍‌ ଓ ଜିଲ୍‌ ଟିଚ୍‌ମ୍ୟାନ ଗୁରୁବାର ଆଡିଲେଡ୍‌ ଇଣ୍ଟରନ୍ୟାଶନାଲ ଟେନିସ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୧୬ ବର୍ଷୀୟା ଗଫ୍‌ ୨-୬, ୬-୪, ୬-୪ ସେଟ୍‌ରେ ସେଲ୍‌ବି ରୋଜର୍ସଙ୍କୁ ପରାସ୍ତ କରିଥିବା ବେଳେ ଟିଚ୍‌ମ୍ୟାନ ୬-୪, ୬-୭ (୮), ୭-୫ ସେଟ୍‌ରେ ଆନାସ୍ତାସିଆ ସେଭାସ୍ତୋଭାଙ୍କୁ ହରାଇ ଦେଇଛନ୍ତି। ଅଷ୍ଟ୍ରେଲିଆନ ଓପନ୍‌ର ଦ୍ୱିିତୀୟ ରାଉଣ୍ଡରେ ଆଡିଲେଡ୍‌ରେ ଦୁଇ କ୍ୱାଲିଫାଇଂ ସମେତ ଗଫ୍‌ଙ୍କ ଏହା ହେଉଛି କ୍ରମାଗତ ୫ମ ବିଜୟ। ଗଫ୍‌ ପରବର୍ତ୍ତୀ ରାଉଣ୍ଡରେ ଦ୍ୱିତୀୟ ସିଡ୍‌ ବେଲିଣ୍ଡା ବେନ୍‌ସିକ୍‌ଙ୍କୁ ଭେଟିବେ। ବେନ୍‌ସିକ୍‌ ଷ୍ଟର୍ମ ସାଣ୍ଡର୍ସଙ୍କୁ ୬-୨, ୬-୪ ସେଟ୍‌ରେ ହରାଇ ଦେଇଛନ୍ତି। ଆମେରିକୀୟ ପ୍ରତିଦ୍ୱନ୍ଦ୍ୱୀ ଡାନିଲ କଲିନ୍ସ ମ୍ୟାଚରେ ୬-୩, ୩-୦ରେ ପଛୁଆ ଥିବାବେଳେ ରିଟାୟର୍ଡ ନେଇଯିବାରୁ ଫ୍ରେଞ୍ଚ ଓପନ ଚାମ୍ପିୟନ ଇଗା ସ୍ବିଆଟେକ୍‌ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସ୍ବିଆଟେକ୍‌ ତାଙ୍କ ପରବର୍ତ୍ତୀ ମ୍ୟାଚ ଟିଚ୍‌ମ୍ୟାନଙ୍କ ବିପକ୍ଷରେ ଖେଳିବେ। The post କୋକୋ ଗଫ୍‌ ସେମିଫାଇନାଲରେ appeared first on Dharitri Odia News .

ନ୍ୟୁଜିଲାଣ୍ଡର କ୍ରମାଗତ ଦ୍ୱିତୀୟ ବିଜୟ

ଡିନେଡିନ୍‌ (ନ୍ୟୁଜିଲାଣ୍ଡ), ୨୬ା୨(ଏପି)- ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୪ରନରେ ରେମାଞ୍ଚକ ବିଜୟ ହାସଲ କରିଛି। ଫଳରେ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ଲାଭ କରିଛି। ଏହି ମ୍ୟାଚରେ ମାର୍ଟିନ ଗୁପ୍‌ଟିଲ ଫର୍ମକୁ ଫେରିଛନ୍ତି। ସେ ୫୦ ବଲ୍‌ରେ ଆକର୍ଷଣୀୟ ୯୭ ରନ କରିଛନ୍ତି। ନ୍ୟୁଜିଲାଣ୍ଡକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ ସେ ମ୍ୟାନ ଅଫ୍‌୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ଗୁରୁବାର ୟୁନିଭର୍ସିଟି ଓଭାଲଠାରେ ଖେଳାଯାଇଥିବା ଏହି ମ୍ୟାଚରେ ଘରୋଇ ଦଳ ଟସ୍‌ରେ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିଲା। ଦଳ ନିର୍ଦ୍ଧାରିତ ଓଭରରେ ୭ ଉଇକେଟ ବିନିମୟରେ ୨୧୯ ରନ କରିଥିଲା। ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନମାନେ ମୋଟ ୧୮ଟି ଛକା ମାରିଥିଲେ। ଅନ୍ତର୍ଜାତୀୟ ଟି୨୦ରେ ଏହା ଏକ ରେକର୍ଡ। ପୁନଶ୍ଚ ଅନ୍ତର୍ଜାତୀୟ ଟି୨୦ରେ ସର୍ବାଧିକ ଛକା ମାରିବାରେ ଗୁପ୍‌ଟିଲ (୧୩୨) ଭାରତର ରୋହିତ ଶର୍ମା (୧୨୭)କୁ ଅତିକ୍ରମ କରିଯାଇଛନ୍ତି। ୫୩ ରନ କରିଥିବା କେନ୍‌ ଓ୍ବିଲିୟମସନ ୩ଟି ଛକା ଲଗାଇଥିଲେ। ଗୁପ୍‌ଟିଲ ଓ ଓ୍ବିଲିୟମସନ ଦ୍ୱିତୀୟ ଉଇକେଟ ପାର୍ଟନରଶିପ୍‌ରେ ୧୩୧ ରନ ଯୋଗ କରିଥିଲେ। ଘରୋଇ ଦଳର ଅନ୍ୟତମ ସଫଳ ବ୍ୟାଟ୍ସବ୍ୟାନ ଜିମି ନିଶାମ ୪୫ ରନ କରି ଅପରାଜିତ ରହିଥିଲେ। ସେ ୧୬ଟି ବଲ୍‌ର ସମ୍ମୁଖୀନ ହୋଇ ୧ ଚୌକା ଓ ୬ ଛକ ଲାଗାଇଥିଲେ। ସେ ସାମ୍ନା କରିଥିବା ପ୍ରଥମ ...

ଇଣ୍ଡିଆନ ଗ୍ରାଁ ପ୍ରି-୨: ଦୂତୀଙ୍କୁ କ୍ରମାଗତ ସ୍ବର୍ଣ୍ଣ, ଅମିୟ ରୌପ୍ୟ

ଭୁବନେଶ୍ୱର,୨୬।୨(କ୍ରୀଡ଼ା ପ୍ରତିନିଧି)-ପଞ୍ଜାବର ପଟିଆଲାରେ ଗୁରୁବାର ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି-୨ରେ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ସେ ମହିଳା ୧୦୦ ମିଟର ରେସ୍‌ରେ ୧୧.୪୪ ସେକେଣ୍ଡ ସମୟ ନେଇ ଏହି ସଫଳତା ପାଇଛନ୍ତି। କର୍ନାଟକର ଦନେଶ୍ୱରୀ ଏ.ଟି. ୧୧.୮୯ ସେକେଣ୍ଡ ସହ ରୌପ୍ୟ ଏବଂ ମହାରାଷ୍ଟ୍ରର ଡିଣ୍ଡ୍ରା ଡୁଲ୍‌ଲି ଭାଲାଡାରେସ ୧୧.୯୨ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ପାଇଥିଲେ। ୧୦ ପ୍ରତିଯୋଗୀଙ୍କୁ ୨ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିଲା। ରେସ୍‌-୧ରେ ଭାଗ ନେଇଥିବା ପ୍ରତିଯୋଗୀମାନେ ୧୨ ସେକେଣ୍ଡରୁ ଅଧିକ ସମୟ ନେଇଥିଲେ। ଦୂତୀ ଭାଗ ନେଇଥିବା ରେସ୍‌-୨ରୁ ପ୍ରତିଯୋଗୀ ପଦକ ହାସଲ କରିଥିଲେ। ୨ ଜଣ ପ୍ରତିଯୋଗୀ ରେସ୍‌ ଆରମ୍ଭ କରି ନ ଥିଲେ। ପ୍ରକାଶଯୋଗ୍ୟ ଯେ କରୋନା ମହାମାରୀଜନିତ ବ୍ରେକ୍‌ ପରେ ଆରମ୍ଭ ହୋଇଥିବା ରେସ୍‌ରେ ଦୂତୀଙ୍କର ଏହା କ୍ରମାଗତ ଦ୍ୱିତୀୟ ସ୍ବର୍ଣ୍ଣ ପଦକ। ଇଣ୍ଡିଆନ ଗ୍ରାଁ ପ୍ରି-୧ରେ ମଧ୍ୟ ସେ ସ୍ବର୍ଣ୍ଣିମ ସଫଳତା ପାଇଥିଲେ। ତେବେ ସେତେବେଳେ ସେ ୧୧.୫୧ ସେକେଣ୍ଡ ସମୟ ନେଇଥିଲେ। ଏଥର ସେ ତାଙ୍କ ଟାଇମିଂରେ ଉନ୍ନତି ଆଣିପାରିଥିବାରୁ ଖୁସି ଜାହିର କରିଛନ୍ତି। ଏହି ଇଭେଣ୍ଟରେ ଦୂତୀ ୧୧.୨୨ ସେକେଣ୍ଡ ଟାଇମିଂ ସହିତ ଜାତୀୟ ରେକର୍ଡର ଅଧିକାରିଣୀ ଅଛନ୍ତି। ପୁରୁଷ ୧୦୦ ମିଟର ରେସ୍‌ରେ ଓଡ଼ିଶାର ଅମିୟ ମଲିକ ରୌପ୍ୟ ପଦକ ହାସଲ କରିଛନ୍ତି। ସେ ୧୦.୭୪ ସେକେଣ...