ଆଡିଲେଡ୍, ୨୬ା୨ (ଏପି)-କୋକୋ ଗଫ୍ ଓ ଜିଲ୍ ଟିଚ୍ମ୍ୟାନ ଗୁରୁବାର ଆଡିଲେଡ୍ ଇଣ୍ଟରନ୍ୟାଶନାଲ ଟେନିସ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୧୬ ବର୍ଷୀୟା ଗଫ୍ ୨-୬, ୬-୪, ୬-୪ ସେଟ୍ରେ ସେଲ୍ବି ରୋଜର୍ସଙ୍କୁ ପରାସ୍ତ କରିଥିବା ବେଳେ ଟିଚ୍ମ୍ୟାନ ୬-୪, ୬-୭ (୮), ୭-୫ ସେଟ୍ରେ ଆନାସ୍ତାସିଆ ସେଭାସ୍ତୋଭାଙ୍କୁ ହରାଇ ଦେଇଛନ୍ତି। ଅଷ୍ଟ୍ରେଲିଆନ ଓପନ୍ର ଦ୍ୱିିତୀୟ ରାଉଣ୍ଡରେ ଆଡିଲେଡ୍ରେ ଦୁଇ କ୍ୱାଲିଫାଇଂ ସମେତ ଗଫ୍ଙ୍କ ଏହା ହେଉଛି କ୍ରମାଗତ ୫ମ ବିଜୟ। ଗଫ୍ ପରବର୍ତ୍ତୀ ରାଉଣ୍ଡରେ ଦ୍ୱିତୀୟ ସିଡ୍ ବେଲିଣ୍ଡା ବେନ୍ସିକ୍ଙ୍କୁ ଭେଟିବେ। ବେନ୍ସିକ୍ ଷ୍ଟର୍ମ ସାଣ୍ଡର୍ସଙ୍କୁ ୬-୨, ୬-୪ ସେଟ୍ରେ ହରାଇ ଦେଇଛନ୍ତି। ଆମେରିକୀୟ ପ୍ରତିଦ୍ୱନ୍ଦ୍ୱୀ ଡାନିଲ କଲିନ୍ସ ମ୍ୟାଚରେ ୬-୩, ୩-୦ରେ ପଛୁଆ ଥିବାବେଳେ ରିଟାୟର୍ଡ ନେଇଯିବାରୁ ଫ୍ରେଞ୍ଚ ଓପନ ଚାମ୍ପିୟନ ଇଗା ସ୍ବିଆଟେକ୍ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସ୍ବିଆଟେକ୍ ତାଙ୍କ ପରବର୍ତ୍ତୀ ମ୍ୟାଚ ଟିଚ୍ମ୍ୟାନଙ୍କ ବିପକ୍ଷରେ ଖେଳିବେ।
The post କୋକୋ ଗଫ୍ ସେମିଫାଇନାଲରେ appeared first on Dharitri Odia News.