Skip to main content

ଆଖିବୁଜିଲେ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଜଲାଲ ଆଦେନି

ଭୁବନେଶ୍ୱର, ୨୯।୩(ବ୍ୟୁରୋ): ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରିର ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଜଲାଲ ଆଦେନିଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଆଦେନିଙ୍କର କଟକ ବାସଭବନରେ ହୃଦ୍‌ଘାତରେ ପରଲୋକ ଘଟିଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।
ଆଦେନି ଏକାଧାରରେ ଜଣେ ପ୍ରୟୋଜକ, ସଙ୍ଗୀତ ନିର୍ଦ୍ଦେଶକ, ଗାୟକ, ଗୀତିକାର, ଅଭିନେତା ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଥିଲେ। ‘ଅନୁତାପ’ ସହ ଅନେକ ଓଡ଼ିଆ ହିଟ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ଦେଇଥିଲେ। ନିଦ ଭରା ରାତି ମଧୁଝରା ପ୍ରୀତି, ନୁପୁର କାହିଁକି ଆଜି ବାନ୍ଧିଲି, ମୁଁ ତୁମକୁ ଭଲ ପାଏ, ରୁଷିଛି ଅଭିମାନିତୀ ଭଳି ଅନେକ ଲୋକପ୍ରିୟ ଗୀତର ସେ ସଂଗୀତ ନିର୍ଦ୍ଦେଶକ ଥିଲେ। ୧୯୭୬ ମସିହାର ‘ହୀରା ମୋତି ମାଣିକ’ ଫିଲ୍ମର ନିର୍ଦ୍ଦେଶନା ସେ ଦେଇଥିଲେ।

The post ଆଖିବୁଜିଲେ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଜଲାଲ ଆଦେନି appeared first on Dharitri Odia News.