ନୂଆଦିଲ୍ଲୀ,୩୦।୩: ନ୍ୟାଶ୍ନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ପୁଅ ଓମାର ଅବଦୁଲ୍ଲା ଟୁଇଟ କରି ଏ ବିଷୟରେ ସୂଚନା ଦେଇଛନ୍ତି। ସେ କହିଥିଲେ ଯେ, ମୋ ବାପାଙ୍କ କରୋନା ରିପୋର୍ଟ ପଜିଟିଭ୍ ହୋଇଛି ଏବଂ ତାଙ୍କ ଶରୀରରେ କରୋନା ସଂକ୍ରମଣର କିଛି ଲକ୍ଷଣ ମଧ୍ୟ ପ୍ରକାଶ ପାଇଛି। ଓମାର ଆହୁରି କହିଛନ୍ତି ଯେ, କରୋନା ଟେଷ୍ଟ ଶେଷ ନ ହେବା ପର୍ଯ୍ୟନ୍ତ ମୁଁ ଏବଂ ଆମର ପୁରା ପରିବାର କ୍ୱାରାଣ୍ଟାଇନରେ ରହିବୁ। ଏହା ସହିତ ଗତ କିଛି ଦିନ ମଧ୍ୟରେ ସେମାନଙ୍କ ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ସେ ନିବେଦନ କରିଥିଲେ।
My father has tested positive for COVID-19 & is showing some symptoms. I will be self-isolating along with other family members until we get ourselves tested. I request anyone who has come in to contact with us over the last few days to take all the mandated precautions.
— Omar Abdullah (@OmarAbdullah) March 30, 2021
The post ଫାରୁଖ ଅବଦୁଲ୍ଲା କରୋନା ସଂକ୍ରମିତ: ପୂରା ପରିବାର ଏବେ କ୍ୱାରାଣ୍ଟାଇନରେ appeared first on Dharitri Odia News.