ନୂଆଦିଲ୍ଲୀ,୨୦।୩: ସଡକ ସୁରକ୍ଷା ବିଶ୍ୱ ସିରିଜ ଭାରତୀୟ ଖେଳାଳିଙ୍କ ପାଇଁ ଏକ ସମସ୍ୟା ପାଲଟିଛି। ଏପର୍ଯ୍ୟନ୍ତ ଏହି ସିରିଜ୍ ଖେଳିଥିବା ୪ ଜଣ ଭାରତୀୟ ଖେଳାଳି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଚିନ ତେନ୍ଦୁଲକର, ୟୁସୁଫ ପଠାନ ଏବଂ ଏସ ବଦ୍ରିନାଥ ପରେ ଏବେ ଅଲରାଉଣ୍ଡର ଇରଫାନ ପଠାନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମ୍ପ୍ରତି ରାୟପୁରରେ ଶେଷ ହୋଇଥିବା ସଡକ ସୁରକ୍ଷା ବିଶ୍ୱ ସିରିଜରେ ଏହି ୪ ଖେଳାଳିଙ୍କ ଭାଗ ନେଇଥିଲେ। ଇରଫାନ ପଠାନ ସୋସିଆଲ ମିଡିଆରେ ଲେଖିଛନ୍ତି, ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ମୋର କରୋନା ଲକ୍ଷଣ ମଧ୍ୟ ଅଛି। ମୁଁ ନିଜକୁ ଅଲଗା କରି ଘରେ କ୍ୱାରାଣ୍ଟାଇନରେ ଅଛି। ଅତୀତରେ ମୋ ସହିତ ଯୋଗାଯୋଗ କରିଥିବା ସମସ୍ତଙ୍କୁ ମୁଁ ଅନୁରୋଧ କରୁଛ। ସେମାନେ କରୋନା ଟେଷ୍ଟ କରାଇ ନିଅନ୍ତୁ। ସମସ୍ତ ମାସ୍କ ପିନ୍ଧନ୍ତୁ ଏବଂ ସାମାଜିକ ଦୂରତା ଅନୁସରଣ କରନ୍ତୁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଛତିଶଗଡର ରାୟପୁରରେ ଆୟୋଜିତ ସଡକ ସୁରକ୍ଷା ବିଶ୍ୱ ସିରିଜରେ ଟାଇଟଲ ଜିତିଥିଲା ସଚିନ ତେନ୍ଦୁଲକରଙ୍କ ନେତୃତ୍ୱଧୀନ ଇଣ୍ଡିଆ ଲିଜେଣ୍ଡସ। ଏହି ଟୁର୍ନାମେଣ୍ଟରେ ୬ଟି ଦେଶର ଖେଳାଳି ଅଂଶଗ୍ରହଣ କରିଥିଲେ। ଭାରତ ବ୍ୟତୀତ ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଏବଂ ଇଂଲଣ୍ଡ ଦଳ ମଧ୍ୟ ସାମିଲ ହୋଇଥିଲେ। ଫାଇନାଲରେ ଭାରତ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା।
— Irfan Pathan (@IrfanPathan) March 29, 2021
The post ପୁଣି ଜଣେ କ୍ରିକେଟର୍ଙ୍କୁ କରୋନା appeared first on Dharitri Odia News.