ଅନେକ ସମୟରେ ରାତିରେ କୁକୁର ଉପରକୁ ମୁହଁ କରି ଭୁକିଥାଏ। ତେବେ ଏହାକୁ କେତେକ ଲୋକେ କୁକୁର କାନ୍ଦୁଥିବା ମଧ୍ୟ କହିଥାନ୍ତି। ଏହାକୁ ଲୋକେ ଅଶୁଭ କହିବା ସହିତ କୁକୁର ଯାହା ଘର ପାଖରେ ଭୁକିଥାଏ ତାହା ଘରୁ କାହାର ମୃତ୍ୟୁ ହେବା ନେଇ ଅନେକ ଅନ୍ଧ ବିଶ୍ୱାସ ରହିଛି। ତେବେ ଜାଣନ୍ତୁ ଏହା କୌଣସି ଅଶୁଭ ସଙ୍କେତ ନା ଆଉକିଛି…
ତେବେ ବୈଜ୍ଞାନିକ ମତ ଅନୁସାରେ ରାତିରେ କୁକୁର କାନ୍ଦି ନ ଥାଏ ବରଂ ଭୁକିଥାଏ।
ପ୍ରାୟତଃ କୁକୁର ଏକୁଟିଆ ରହିବାକୁ ପସନ୍ଦ କରି ନଥାନ୍ତି ତେଣୁ କୋଉଁଠି ଏକୁଟିଆ ରହି ଯାଇଥିଲେ ତାର ସାଥୀ କୁକୁରକୁ ଏହି ଖବର ଦେବାପାଇଁ ସେ ଉପରକୁ ଚାହିଁ ଭୁକିଥାନ୍ତି। ସାଥୀ କୁକୁର ପାଖରେ ଯଦି ଏହି ଶବ୍ଦ ପହଞ୍ଚି ଯାଏ ସେ ମଧ୍ୟ ତାର ଉପସ୍ଥିତ ଖବର ଉପରକୁ ଚାହିଁ ଦେଇ ଦିଏ।
The post ରାତିରେ କୁକୁର ଭୁକିବା ଶୁଭ ନା ଅଶୁଭ appeared first on Dharitri Odia News.