Skip to main content

କୋଭିଡ୍‌ ଗାଇଡ୍‌ଲାଇନ୍‌ ସହ ଶେଷ ହେଲା ନୂଆଗୁଡ଼ା ଫଗୁ ମହୋତ୍ସବ

ଜୁନାଗଡ଼,୨୯।୩(ଡିଏନଏ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରେ ଗତ କିଛି ଦିନ ହେଲା ଚାଲିଥିବା ଫଗୁମହୋତ୍ସବ ସୋମବାର ହୋଲି ଉତ୍ସବ ସହ ଶେଷ ହୋଇଯାଇଛି। କରୋନା ପ୍ରଭାବ ଯୋଗୁ ଏଥର ଏହା ଫିକା ପଡ଼ିଥିବା ଦେଖିବାକୁ ମିଳିଛି। ଲୋକଙ୍କ ସୁରକ୍ଷାକୁ ଦଷ୍ଟିରେ ରଖି ଏଥର ପୂଜା କମିଟି ପକ୍ଷରୁ କୌଣସି ସାଂସ୍କୃତିକ କାର୍ଯ୍ୟକମ କରାଯାଇ ନ ଥିଲା।ସେହିପରି ବିମାନ ପରିକ୍ରମା ସମୟରେ ପୂଜା କମିଟିର ନିିର୍ଦ୍ଧିଷ୍ଟ କିଛି ସଦସ୍ୟ ସହ ପୂଜକ ମାସ୍କ ଲଗାଇ ସାମାଜିକ ଦୂରତା ରଖି ବୁଲୁଥିବା ଦେଖିବାକୁ ମିଳିଥିଲା।

The post କୋଭିଡ୍‌ ଗାଇଡ୍‌ଲାଇନ୍‌ ସହ ଶେଷ ହେଲା ନୂଆଗୁଡ଼ା ଫଗୁ ମହୋତ୍ସବ appeared first on Dharitri Odia News.