ବଲାଙ୍ଗୀର ଅଫିସ,୩୦।୩: କାଳ ହେଲା ହୋଲି। ନବ ବିବାହିତା ସ୍ତ୍ରୀଙ୍କୁ ସବୁଦିନ ପାଇଁ ଏକାକରି ଆରପାରି ଚାଲିଗଲେ ସ୍ବାମୀ। ଏଭଳି ଏକ ଅଭବାନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲାରେ। ବଲାଙ୍ଗୀର ସିଭିଲ କୋର୍ଟରେ କିରାଣି ଭାବେ କାର୍ଯ୍ୟରତ ଥିବା ବଲାଙ୍ଗୀର ରୁଗୁଡ଼ିପଡାର ସମୀର ପ୍ରଧାନ (୨୫)ଙ୍କ ମୃତଦେହକୁ ଶିବତଲା ନିକଟ ହରଗୌରୀ ମନ୍ଦିର ବନ୍ଧରୁ ଉଦ୍ଧାର କରାଯାଇଛି । ସୋମବାର ହୋଲି ଖେଳିବା ପରେ ସାଙ୍ଗମାନଙ୍କ ସହ ସେଠାକୁ ଯାଇ ସେ ଭୋଜି କରିଥିଲେ। ଗାଧୋଇବା ବେଳେ ସମୀର ପାଣିରେ ବୁଡି ମୃତ୍ୟୁବରଣ କରିଥିବା କୁହାଯାଉଛି । ପରେ ତାଙ୍କ ମୃତଦେହକୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସ୍ପିିଟାଲକୁ ନିଆଯାଇଛି । ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି । ପ୍ରାୟ ଦେଢ଼ ମାସ ତଳେ ସମୀର ବିବାହ କରିଥିଲେ। ତାଙ୍କ ମୃତ୍ୟୁରେ ପରିବାରବର୍ଗ ଭାଙ୍ଗି ପଡ଼ିଛନ୍ତି।
The post ସ୍ତ୍ରୀଙ୍କୁ ସବୁଦିନ ପାଇଁ ଛାଡ଼ିି ଆରପାରିକୁ ଚାଲିଗଲେ ନବବିବାହିତ ସ୍ବାମୀ appeared first on Dharitri Odia News.