Skip to main content

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ବାଦ୍‌ ପଡିଲେ ରୋହିତ ଶର୍ମା

ମୁମ୍ବାଇ,୨୭।୧୦: ଆଇପିଏଲ ପରେ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ ହେବ। ଏଥିପାଇଁ ବିସିସିଆଇ ଚୟନ କମିଟି ଖେଳାଳି ଚୟନ କରିଛି। ଅଷ୍ଟ୍ରେଲିଆ ଗସ୍ତରୁ ଆହତ ରୋହିତ ଶର୍ମାଙ୍କୁ ଟେଷ୍ଟ, ଦିନିକିଆ ଓ ଟି-୨୦ରୁ ବାଦ ଦିଆଯାଇଛି। ତାଙ୍କ ସ୍ଥାନରେ ଦିନିକିଆ ଓ ଟି-୨୦ରେ କେଏଲ ରାହୁଲ ଦଳର ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ। ନଭେମ୍ବର ୨୭ରୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଆରମ୍ଭ ହେବ। ପ୍ରଥମେ ଦିନିକିଆ, ଏହାପରେ ଟି-୨୦ ଓ ଏହାରେ ଟେଷ୍ଟ ସିରିଜ ଆରମ୍ଭ ହେବ।

ଦିନିକିଆ ଟିମ: ବିରାଟ କୋହଲି(ଅଧିନାୟକ), ମୟଙ୍କ ଅଗ୍ରୱାଲ, କେଏଲ ରାହୁଲ(ଉପଅଧିନାୟକ), ଶିଖର ଧୱନ, ଶୁବମନ ଗିଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜଭେନ୍ଦର ଚହଲ, ଯଶପ୍ରୀତ ବୁମ୍‌ରା, ନଭଦୀପ ସଇନି, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି ଓ ଶାର୍ଦ୍ଦୁଲ ଠାକୁର।

ଟି-୨୦ ଟିମ: ବିରାଟ କୋହଲି(ଅଧିନାୟକ), ମୟଙ୍କ ଅଗ୍ରୱାଲ, କେଏଲ ରାହୁଲ(ଉପଅଧିନାୟକ), ଶିଖର ଧୱନ, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ମନୀଷ ପାଣ୍ଡେ, ସଞ୍ଜୁ ସମାସନ, ୱାଶିଂଟନ ସୁନ୍ଦର, ଦୀପକ ଚହର, ବରୁଣ ଚକ୍ରବର୍ତ୍ତୀ, ୟୁଜଭେନ୍ଦର ଚହଲ, ଯଶପ୍ରୀତ ବୁମ୍‌ରା, ନଭଦୀପ ସଇନି, ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ଶାମି।

ଟେଷ୍ଟ ଟିମ: ବିରାଟ କୋହଲି(ଅଧିନାୟକ), ଅଜିଙ୍କେ ରାହଣେ(ଉପଅଧିନାୟକ), ଚେତେଶ୍ୱର ପୂଜାରା, ମୟଙ୍କ ଅଗ୍ରୱାଲ, କେଏଲ ରାହୁଲ, ପୃଥ୍ବୀ ଶ’, ହନୁମା ବିହାରୀ, ଶୁବମାନ ଗିଲ, ରିଦ୍ଧିମାନ ସାହା, ଋଷଭ ପନ୍ତ, ଯଶପ୍ରୀତ ବୁମ୍‌ରା, ଉମେଶ ଯାଦବ, ନଭଦୀପ ସଇନି, ମହମ୍ମଦ ଶିରାଜ, ମହମ୍ମଦ ଶାମି, ରବି ଅଶ୍ୱିନ, ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ।

 

The post ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ବାଦ୍‌ ପଡିଲେ ରୋହିତ ଶର୍ମା appeared first on Dharitri Odia News.



Popular posts from this blog

ଦିନ କେଇଟାରେ ବଦଳିଗଲା ଭାଗ୍ୟ: ରେଷ୍ଟୁରାଣ୍ଟ ପାଲଟିଲା ‘ବାବା କା ଢ଼ାବା’

ଆଜିର ଅତ୍ୟାଧୁନିକ ଯୁଗରେ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛି ସୋସିଆଲ ମିଡିଆ। ଅନେକ ଏଥିଯୋଗୁ ରାତାରାତି ଷ୍ଟାର ପାଲଟୁଥିବା ବେଳେ ଏହା ଅନେକଙ୍କ ଜୀବନ ବଦଳାଇ ଦେଉଛି। କିଛିଦିନ ତଳେ ଏହି ସୋସିଆଲ ମିଡିଆରେ ଏକ ଢ଼ାବା ବେଶ୍‌ ଭାଇରାଲ ହୋଇଥିଲା,ଯାହାର ନାମ ଥିଲା ‘ବାବା କା ଢ଼ାବା’। ଏବେ ଏହା ରେଷ୍ଟୁରାଣ୍ଟରେ ପରିଣତ ହୋଇଛି। ୮୦ ବର୍ଷୀୟ ମାଲିକ କାନ୍ତା ପ୍ରସାଦ ନିଜ ପୁରୁଣା ଦୋକାନ ପାଖରେ ନୂଆ ରେଷ୍ଟୁରାଣ୍ଟ ଖୋଲି ସେଠାରେ ବସୁଛନ୍ତି। ତାଙ୍କ ଖାଇବାକୁ ପସନ୍ଦ କରୁଥିବା ଲୋକେ ମଧ୍ୟ ରେଷ୍ଟୁରାଣ୍ଟରେ ଭିଡ ଜମାଇବା ଆରମ୍ଭ କରିଛନ୍ତି। ଦିଲ୍ଲୀର ମାଲବୀୟ ନଗରରେ କାନ୍ତା ପ୍ରସାଦଙ୍କ ଛୋଟିଆ ଢାବା ଥିଲା। ମାର୍ଚ୍ଚରେ ଲକ୍‌ଡାଉନ୍‌ ଯୋଗୁ ଢ଼ାବାଟି ବେଶ୍‌ ପ୍ରଭାବିତ ହୋଇଥିଲା। ଫଳରେ ପରିବାରର ଗୁଜରାଣ ମେଣ୍ଟାଇବା କାନ୍ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିଲା। ପରେ ଜଣେ ବ୍ୟବହାରକାରୀ କାନ୍ତାଙ୍କ ଢ଼ାବାର ଏକ ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ଭିଡିଓରେ ନିଜର ଦୁଃଖକାହାଣୀ କହିଥିଲେ କାନ୍ତା। ଏହା ଅନେକଙ୍କୁ ଭାବବିହ୍ବଳ କରିଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକେ ତାଙ୍କ ଢ଼ାବାରେ ଭିଡ ଜମାଇବା ଆରମ୍ଭ କରିଥିଲେ। ଏବେ କାନ୍ତାଙ୍କ ନୂଆ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ବସିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ପୁରୁଣା ଢ଼ାବା ଭଳି କାନ୍ତାଙ୍କ ସ୍ତ୍ରୀ ବାଦାମୀ ଦେବୀ ରେଷ୍ଟୁରାଣ୍ଟରେ ମଧ୍ୟ ଖାଇବା ରେଷେଇ କରିବେ। ଅନ୍ୟ କର୍ମଚାରୀ ତାଙ୍କ ସାହାଯ...

ସ୍ତ୍ରୀଙ୍କ ପାଇଁ ହାତ ପାତୁଛନ୍ତି ସ୍ବାମୀ

କୁଆମରା, ୩୦।୪ (ଡି.ଏନ.ଏ.)-କର୍କଟ ରୋଗାକ୍ରାନ୍ତ ସ୍ତ୍ରୀଙ୍କୁ ଭଲ କରିବା ପାଇଁ ସ୍ବାମୀ ବାରଦୁଆର ବୁଲି ବୁଲି ଅର୍ଥ ଭିକ୍ଷା କରୁଛନ୍ତି। ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରି ନ ପାରି ସହାୟତା ପାଇଁ ପ୍ରଶାସନଠାରୁ ଆରମ୍ଭ କରି ବିଭିନ୍ନ ବ୍ୟକ୍ତିଙ୍କଠାରେ ହାତ ପାତିି ଆକୁଳ ନିବେଦନ କରୁଥିବା ଦେଖିବାକୁ ମିଳିଛି। ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ସାଇଁକୁଳା ଗଡସାହି ଗ୍ରାମରେ। ଏହି ଗ୍ରାମର ପ୍ରଫୁଲ୍ଲ ଚନ୍ଦ୍ର ବେହେରାଙ୍କ ସ୍ତ୍ରୀ କଳ୍ପଲତା (୫୦) ଗତ ଜାନୁୟାରୀ ମାସରେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ସ୍ଥାନୀୟ ଡାକ୍ତରଖାନାରେ ମାସେ କାଳ ଚିକିତ୍ସିତ ହେବା ପରେ ରୋଗ ଉପସମ ହେଲା ନାହିଁ। ଫଳରେ ସେ ବାଲେଶ୍ୱର ଡାକ୍ତରଖାନା ଯାଇଥିଲେ। ସେଠାରେ କଳ୍ପଲତାଙ୍କ ପାଟିରେ ଘା’ ଦେଖି ଡାକ୍ତର କ୍ୟାନ୍ସର ବୋଲି କହିବା ପରେ ପ୍ରଫୁଲ୍ଲଙ୍କ ପାଦତଳୁ ମାଟି ଖସି ପଡ଼ିଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ କଳ୍ପଲତାଙ୍କୁ ନେଇ କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ୍‌କୁ ଯାଇଥିଲେ। ସେଠାରେ ୩ ଦିନ ରହି ଚିକିତ୍ସିତ ହୋଇଥିଲେ। ସେଠାରେ ଚିକିତ୍ସାରେ ଅବହେଳା କରାଯିବା ସହ ଅସ୍ତ୍ରୋପଚାର ପାଇଁ ଏକ ଘରୋଇ ହସ୍ପିଟାଲକୁ ପଠାଇ ଦିଆଯାଇଥିବା ପ୍ରଫୁଲ୍ଲ ଅଭିଯୋଗ କରିଛନ୍ତି। ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ପାଖରେ ସମ୍ବଳ ନ ଥିବାରୁ ଶେଷରେ କଳ୍ପଲତାଙ୍କୁ ଘରକୁ ଫେରାଇ ଆଣିଥିଲେ।...