Skip to main content

ପିଲାଦିନର କ୍ରୀଡ଼ା ଓ ଆଜିର ମୁହୂର୍ତ୍ତ

ଡା. ବିରଞ୍ଚି ନାରାୟଣ ମଲ୍ଲିକ

ଭାରତ କେଉଁ ଖେଳରେ ବିଶ୍ୱ ଚାମ୍ପିୟନ ବୋଲି ପଚାରିଲେ ଚଟ୍‌ କିନା ଉତ୍ତର ଆସିବ କ୍ରିକେଟରେ। କିନ୍ତୁ ଭାରତ ମଧ୍ୟ କବାଡ଼ି ଖେଳରେ ଅପ୍ରତିଦ୍ୱନ୍ଦ୍ୱୀ ବିଶ୍ୱ ଚାମ୍ପିୟନ। କବାଡ଼ି କଥା ଏଇଥିପାଇଁ ଆମ ମନକୁ ଆସେନା ଯେ ଏହା ଏକ ଗ୍ରାମୀଣ ଖେଳ ।
କ୍ରିକେଟ ତ ଏବେ କି ଗ୍ରାମ କି ସହର ସବୁଠାରେ ଲୋକଙ୍କ ମନକୁ ଆଚ୍ଛନ୍ନ କରି ରଖିଛି। କିନ୍ତୁ କ୍ରିକେଟ ପରେ ହକି, ଫୁଟବଲ୍‌, ଭଲିବଲ୍‌ ବା ବାସ୍କେଟବଲ ଭଳି ଖେଳ କଥା ଆମେ କହିବା କିନ୍ତୁ କବାଡ଼ିକୁ ଭୁଲିଯିବା। ଗ୍ରାମୀଣ କ୍ରୀଡ଼ା ଭଳି ଗ୍ରାମସ୍ତରର ଖେଳାଳିମାନେ ମଧ୍ୟ ଉଦାସୀନତାର ଶିକାର ହୁଅନ୍ତି। ସତ କହିଲେ ସହର ଅପେକ୍ଷା ଗ୍ରାମରେ କ୍ରୀଡ଼ା ପ୍ରତିଭାଙ୍କ ସଂଖ୍ୟା ଅଧିକ।
ଗାଁ ପିଲାମାନେ ସ୍ବାଭାବିକ ଭାବେ ଖେଳାଳି। କିନ୍ତୁ ସେମାନେ କ୍ୱଚିତ ଜିଲା, ରାଜ୍ୟ ବା ଜାତୀୟ ସ୍ତରକୁ ଉଠନ୍ତି ବା ଲୋକଲୋଚନକୁ ଆସନ୍ତି। ସେଇଭଳି କ୍ରୀଡ଼ା ପ୍ରତିଭାମାନଙ୍କୁ ଚିହ୍ନଟ କରିବାକୁ ପ୍ରୋତ୍ସାହନ ଦେବାକୁ ତଥା ଗ୍ରାମ ସ୍ତରରେ କ୍ରୀଡ଼ାର ଭିତ୍ତିଭୂମିର ବିକାଶ କରିବା ସକାଶେ ୨୦୦୮ ମସିହାରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଛି ପଞ୍ଚାୟତ ଯୁବ କ୍ରୀଡ଼ା ଓ ଖେଳ ଅଭିଯାନ।
ପିୱାଇକେକେଏ ବା ପିକା ଏହି ଅଭିଯାନରେ ୨୦୨୧ ସୁଦ୍ଧା ଭାରତର ଅଢ଼େଇ ଲକ୍ଷ ଗ୍ରାମପଞ୍ଚାୟତ ଏବଂ ୬୪୦୦ ବ୍ଲକ ପଞ୍ଚାୟତକୁ ଅନ୍ତର୍ଭୁକ୍ତ କରାଯିବ। ୨୦୧୮ ସୁଦ୍ଧା ଏହି ଅଭିଯାନରେ ୫୧,୭୬୯ଟି ଗ୍ରାମପଞ୍ଚାୟତ ଏବଂ ୧୫୩୮ଟି ବ୍ଲକ ପଞ୍ଚାୟତକୁ ଅନ୍ତର୍ଭୁକ୍ତ କରାଯାଇ ସାରିଛି। ଏହି ଅଭିଯାନରେ ଗ୍ରାମ, ଜିଲା ରାଜ୍ୟ ଓ ଜାତୀୟ ସ୍ତରର ଗ୍ରାମୀଣ କ୍ରୀଡ଼ା ଟୁର୍ନାମେଣ୍ଟର ଆୟୋଜନ ସକାଶେ ଶତପ୍ରତିଶତ କେନ୍ଦ୍ରୀୟ ଅର୍ଥ ସାହାଯ୍ୟ ଦିଆଯାଉଛି। ଗ୍ରାମରେ ଖେଳପଡ଼ିଆର ବିକାଶ, ପଞ୍ଚାୟତ ସ୍ତରରେ କ୍ରୀଡ଼ାଶ୍ରୀ ଭାବେ ସମ୍ମାନିତ ଖେଳାଳିମାନଙ୍କ ସକାଶେ ଅର୍ଥ ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ।
ତେବେ ଅନେକ ରାଜ୍ୟରେ ଏହି କାର୍ଯ୍ୟକ୍ରମ ପଛରେ ପଡ଼ିଥିବାରୁ ୨୦୨୧ର ଲକ୍ଷ୍ୟ ପୂରଣ ସକାଶେ ପିକା ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ଓ ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି। ଏ କ୍ଷେତ୍ରରେ ସିିକିମ ଏକ ଭଲ ଦୃଷ୍ଟାନ୍ତ ଭାବେ ନିଜକୁ ସାବ୍ୟସ୍ତ କରିଛି । ୨୦୦୮ରୁ ୨୦୧୨ ଭିତରେ ସିକିମକୁ ୬.୮୭କୋଟି ଟଙ୍କାର ଆର୍ଥିକ ଅନୁଦାନ ଦିଆସାରିଲାଣି। ଗତ ଅଗଷ୍ଟ ମାସରେ ସିକିମ୍‌ ପାଇଥିଲା ୨.୫୧ କୋଟିର ଅନୁଦାନ।
ଏଥିରେ ରାଜ୍ୟର ୭୦ଟି ଗ୍ରାମପଞ୍ଚାୟତ ଓ ୩୫ଟି ବ୍ଲକ ପଞ୍ଚାୟତରେ କ୍ରୀଡ଼ା କ୍ଷେତ୍ରରେ ଭିତ୍ତିଭୂମିଗତ ବିକାଶ ଅଣାଯିବାଠାରୁ ଆରମ୍ଭ କରି କ୍ରୀଡ଼ା ପ୍ରତିଭା ଅନ୍ବେଷଣ, ଚିହ୍ନଟ ଓ ଟୁର୍ଣ୍ଣାମେଣ୍ଟ ଆୟୋଜନ ପର୍ଯ୍ୟନ୍ତ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବିଶ୍ୱସ୍ତରୀୟ କ୍ରୀଡ଼ା କ୍ଷେତ୍ରରେ ଭାରତର ପ୍ରଦର୍ଶନ ନିରାଶାଜନକ ହୋଇ ରହିଆସିଛି। ଯଦି ଗ୍ରାମୀଣ ସ୍ତରରୁ କ୍ରୀଡ଼ାକ୍ଷେତ୍ରରେ ଭିତ୍ତିଭୂମି ଗତ ବିକାଶ ଓ କ୍ରୀଡ଼ା ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମକୁ ଠିକଣା ଭାବେ ପରିଚାଳିତ କରାଯାଏ, ତେବେ ତାହା ନିଶ୍ଚିତ ଭାବେ ଭାରତର ପ୍ରଦର୍ଶନକୁ ଉଚ୍ଚତର ସୋପାନକୁ ନେଇପାରିବ। ସେଇ ମର୍ମରେ ପିକା ଏକ ସୁନ୍ଦର ପ୍ରୟାସ। ତେବେ ଲକ୍ଷ୍ୟ ପୂରଣ ସକାଶେ ସବୁ ରାଜ୍ୟ ଆଗଭର ହୋଇ କେନ୍ଦ୍ରର ଏ କାର୍ଯ୍ୟକ୍ରମକୁ ସଫଳ କରିବା ଦରକାର।
ଏହା ସ୍ବାଭାବିକ କଥା ଦିନ ଥିଲା ବାଗୁଡ଼ିଠାରୁ ଫୁଟବଲ, କବାଡ଼ିଠାରୁ ଭଲିବଲ ପରି ଖେଳର ଢେର ଆଦର ଥିଲା; ଯାହା କି ସଂପ୍ରତି ବସ୍ତୁବାଦୀ ଜୀବନରେ ଆଉ ଦେଖିବାକୁ ମିଳୁନାହିଁ। ବିଦେଶୀ ଖେଳକୁ ସ୍ବଦେଶୀ ଢାଞ୍ଚାରେ ପୂରାଇ ବାହାଦୁରି ନେଉଥିବା ତଥାକଥିତ କ୍ରିକେଟ ଆଜି ସମସ୍ତଙ୍କୁ ବାୟା କରୁଥିବା ବେଳେ କ୍ରିକେଟିୟରମାନେ କୋଟିପତି।
ଅଭିଯୋଗ ବି ଉଠେ ବିସିସିଆଇ ପରି ଧନାଢ଼୍ୟ କ୍ରିକେଟ ସାମ୍ରାଜ୍ୟ କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଆଇସିସିଆଇକୁ ପ୍ରଭାବିତ କରିବାର କ୍ଷମତା ରଖିଛି ।
ଏହି ଲେଖକ କ୍ରିକେଟ ଖେଳକୁ ଅବମାନନା କରୁନି କିନ୍ତୁ କ୍ରିକେଟ ପାଇଁ ବିତୁଥିବା ସମୟ ଓ କ୍ରିକେଟ ପାଇଁ ଖଟୁଥିବା ପୁଞ୍ଜି କେଉଁ ରାଜସ୍ବରୁ ଯାଉଛି ତାହା ସହୃଦୟ ପାଠକମାନଙ୍କୁ ଜଣା! ଗାଁର ଖେଳାଳିଟି ଦିନେ ଯେ ତେନ୍ଦୁଲକର କିମ୍ବା ସାନିଆ ମିର୍ଜା ନ ହେବ କିଏ ବା କହିବ ? କିନ୍ତୁ ନାଁ ସେମାନଙ୍କୁ ପ୍ରୋତ୍ସାହନ ଥାଏ ନାଁ ସେମାନଙ୍କୁ ସହଯୋଗ। ପଙ୍କରୁ ପଦ୍ମ ଫୁଟେ କିନ୍ତୁ ବଣମଲ୍ଲୀ ପରି ସେମାନଙ୍କ ପ୍ରତିଭା ଲୋକଲୋଚନକୁ ଆସିବା ସୁଯୋଗ ନ ଥାଏ। ତେବେ ଗଣମାଧ୍ୟମକୁ ଧନ୍ୟବାଦ କେବଳ ଗଣମାଧ୍ୟମ ଦ୍ୱାରା ହିଁ ସେମାନଙ୍କ ପ୍ରତିଭା ଲୋକଲୋଚନକୁ ଆସିବାରେ ସକ୍ଷମ ହୋଇ ସେମାନଙ୍କ ପ୍ରତିଭା ପ୍ରତିଭାତ ହୋଇପାରିଥାଏ। ଦିନକୁ ଦିନ ବ୍ୟସ୍ତବହୁଳ ବସ୍ତୁବାଦୀ ସମାଜରେ ଗାଁ ଜୀବନ ଓ ଗାଁରେ ପ୍ରତିଭା ଥାଇ ବି ଖେଳାଳିଟିକୁ ପ୍ରାୟତଃ ଅଣଦେଖା କରାଯାଏ। ଦିନଥିଲା ଏହି ଲେଖକ ପିଲାଦିନରେ ଗାଁ ସାଥୀମାନଙ୍କୁ ନେଇ ଭଲିବଲଠାରୁ ବାଗୁଡ଼ି, ଫୁଟ୍‌ବଲଠାରୁ ଲଙ୍ଗଜମ୍ପ ଓ ହାଇଜମ୍ପରେ ସାମିଲ ହେଉଥିଲା କିନ୍ତୁ ଆଜିର ସମୟରେ ସେହି ପ୍ରତିଭାମାନଙ୍କୁ ଆଉ ଦେଖିବାକୁ ମିଳୁନାହିଁ । ତେଣୁ ଗାଁର ଖେଳକୁ ପ୍ରୋତ୍ସାହନ ମିଳୁ ଖେଳାଳିଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିପାରିଲେ ଭାରତରେ ଅନେକ ସଚିନ୍‌ ତେନ୍ଦୁଲକର ହୁଅନ୍ତୁ ବା ଲେଣ୍ଟର ପାଏସ୍‌ ସୃଷ୍ଟି ହୋଇପାରିବେ ଆଉ ଯେଉଁମାନେ ସେହି ସଚ୍ଚିରାଉତରାୟଙ୍କ କାହାଣୀ ପରି ‘ଛୋଟ ମୋର ଗାଁ ଟି’ର ତେନ୍ଦୁଲକର ନ ପାଲଟିବେ ତାହା କିଏ ବା କହିବ?
ସର୍ଜରି ବିଶେଷଜ୍ଞ, କଟକ
ମୋ : ୯୪୩୭୨୭୭୭୪୮

The post ପିଲାଦିନର କ୍ରୀଡ଼ା ଓ ଆଜିର ମୁହୂର୍ତ୍ତ appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଦିନ କେଇଟାରେ ବଦଳିଗଲା ଭାଗ୍ୟ: ରେଷ୍ଟୁରାଣ୍ଟ ପାଲଟିଲା ‘ବାବା କା ଢ଼ାବା’

ଆଜିର ଅତ୍ୟାଧୁନିକ ଯୁଗରେ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛି ସୋସିଆଲ ମିଡିଆ। ଅନେକ ଏଥିଯୋଗୁ ରାତାରାତି ଷ୍ଟାର ପାଲଟୁଥିବା ବେଳେ ଏହା ଅନେକଙ୍କ ଜୀବନ ବଦଳାଇ ଦେଉଛି। କିଛିଦିନ ତଳେ ଏହି ସୋସିଆଲ ମିଡିଆରେ ଏକ ଢ଼ାବା ବେଶ୍‌ ଭାଇରାଲ ହୋଇଥିଲା,ଯାହାର ନାମ ଥିଲା ‘ବାବା କା ଢ଼ାବା’। ଏବେ ଏହା ରେଷ୍ଟୁରାଣ୍ଟରେ ପରିଣତ ହୋଇଛି। ୮୦ ବର୍ଷୀୟ ମାଲିକ କାନ୍ତା ପ୍ରସାଦ ନିଜ ପୁରୁଣା ଦୋକାନ ପାଖରେ ନୂଆ ରେଷ୍ଟୁରାଣ୍ଟ ଖୋଲି ସେଠାରେ ବସୁଛନ୍ତି। ତାଙ୍କ ଖାଇବାକୁ ପସନ୍ଦ କରୁଥିବା ଲୋକେ ମଧ୍ୟ ରେଷ୍ଟୁରାଣ୍ଟରେ ଭିଡ ଜମାଇବା ଆରମ୍ଭ କରିଛନ୍ତି। ଦିଲ୍ଲୀର ମାଲବୀୟ ନଗରରେ କାନ୍ତା ପ୍ରସାଦଙ୍କ ଛୋଟିଆ ଢାବା ଥିଲା। ମାର୍ଚ୍ଚରେ ଲକ୍‌ଡାଉନ୍‌ ଯୋଗୁ ଢ଼ାବାଟି ବେଶ୍‌ ପ୍ରଭାବିତ ହୋଇଥିଲା। ଫଳରେ ପରିବାରର ଗୁଜରାଣ ମେଣ୍ଟାଇବା କାନ୍ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିଲା। ପରେ ଜଣେ ବ୍ୟବହାରକାରୀ କାନ୍ତାଙ୍କ ଢ଼ାବାର ଏକ ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ଭିଡିଓରେ ନିଜର ଦୁଃଖକାହାଣୀ କହିଥିଲେ କାନ୍ତା। ଏହା ଅନେକଙ୍କୁ ଭାବବିହ୍ବଳ କରିଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକେ ତାଙ୍କ ଢ଼ାବାରେ ଭିଡ ଜମାଇବା ଆରମ୍ଭ କରିଥିଲେ। ଏବେ କାନ୍ତାଙ୍କ ନୂଆ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ବସିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ପୁରୁଣା ଢ଼ାବା ଭଳି କାନ୍ତାଙ୍କ ସ୍ତ୍ରୀ ବାଦାମୀ ଦେବୀ ରେଷ୍ଟୁରାଣ୍ଟରେ ମଧ୍ୟ ଖାଇବା ରେଷେଇ କରିବେ। ଅନ୍ୟ କର୍ମଚାରୀ ତାଙ୍କ ସାହାଯ...