Skip to main content

ପିଲାଦିନର କ୍ରୀଡ଼ା ଓ ଆଜିର ମୁହୂର୍ତ୍ତ

ଡା. ବିରଞ୍ଚି ନାରାୟଣ ମଲ୍ଲିକ

ଭାରତ କେଉଁ ଖେଳରେ ବିଶ୍ୱ ଚାମ୍ପିୟନ ବୋଲି ପଚାରିଲେ ଚଟ୍‌ କିନା ଉତ୍ତର ଆସିବ କ୍ରିକେଟରେ। କିନ୍ତୁ ଭାରତ ମଧ୍ୟ କବାଡ଼ି ଖେଳରେ ଅପ୍ରତିଦ୍ୱନ୍ଦ୍ୱୀ ବିଶ୍ୱ ଚାମ୍ପିୟନ। କବାଡ଼ି କଥା ଏଇଥିପାଇଁ ଆମ ମନକୁ ଆସେନା ଯେ ଏହା ଏକ ଗ୍ରାମୀଣ ଖେଳ ।
କ୍ରିକେଟ ତ ଏବେ କି ଗ୍ରାମ କି ସହର ସବୁଠାରେ ଲୋକଙ୍କ ମନକୁ ଆଚ୍ଛନ୍ନ କରି ରଖିଛି। କିନ୍ତୁ କ୍ରିକେଟ ପରେ ହକି, ଫୁଟବଲ୍‌, ଭଲିବଲ୍‌ ବା ବାସ୍କେଟବଲ ଭଳି ଖେଳ କଥା ଆମେ କହିବା କିନ୍ତୁ କବାଡ଼ିକୁ ଭୁଲିଯିବା। ଗ୍ରାମୀଣ କ୍ରୀଡ଼ା ଭଳି ଗ୍ରାମସ୍ତରର ଖେଳାଳିମାନେ ମଧ୍ୟ ଉଦାସୀନତାର ଶିକାର ହୁଅନ୍ତି। ସତ କହିଲେ ସହର ଅପେକ୍ଷା ଗ୍ରାମରେ କ୍ରୀଡ଼ା ପ୍ରତିଭାଙ୍କ ସଂଖ୍ୟା ଅଧିକ।
ଗାଁ ପିଲାମାନେ ସ୍ବାଭାବିକ ଭାବେ ଖେଳାଳି। କିନ୍ତୁ ସେମାନେ କ୍ୱଚିତ ଜିଲା, ରାଜ୍ୟ ବା ଜାତୀୟ ସ୍ତରକୁ ଉଠନ୍ତି ବା ଲୋକଲୋଚନକୁ ଆସନ୍ତି। ସେଇଭଳି କ୍ରୀଡ଼ା ପ୍ରତିଭାମାନଙ୍କୁ ଚିହ୍ନଟ କରିବାକୁ ପ୍ରୋତ୍ସାହନ ଦେବାକୁ ତଥା ଗ୍ରାମ ସ୍ତରରେ କ୍ରୀଡ଼ାର ଭିତ୍ତିଭୂମିର ବିକାଶ କରିବା ସକାଶେ ୨୦୦୮ ମସିହାରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଛି ପଞ୍ଚାୟତ ଯୁବ କ୍ରୀଡ଼ା ଓ ଖେଳ ଅଭିଯାନ।
ପିୱାଇକେକେଏ ବା ପିକା ଏହି ଅଭିଯାନରେ ୨୦୨୧ ସୁଦ୍ଧା ଭାରତର ଅଢ଼େଇ ଲକ୍ଷ ଗ୍ରାମପଞ୍ଚାୟତ ଏବଂ ୬୪୦୦ ବ୍ଲକ ପଞ୍ଚାୟତକୁ ଅନ୍ତର୍ଭୁକ୍ତ କରାଯିବ। ୨୦୧୮ ସୁଦ୍ଧା ଏହି ଅଭିଯାନରେ ୫୧,୭୬୯ଟି ଗ୍ରାମପଞ୍ଚାୟତ ଏବଂ ୧୫୩୮ଟି ବ୍ଲକ ପଞ୍ଚାୟତକୁ ଅନ୍ତର୍ଭୁକ୍ତ କରାଯାଇ ସାରିଛି। ଏହି ଅଭିଯାନରେ ଗ୍ରାମ, ଜିଲା ରାଜ୍ୟ ଓ ଜାତୀୟ ସ୍ତରର ଗ୍ରାମୀଣ କ୍ରୀଡ଼ା ଟୁର୍ନାମେଣ୍ଟର ଆୟୋଜନ ସକାଶେ ଶତପ୍ରତିଶତ କେନ୍ଦ୍ରୀୟ ଅର୍ଥ ସାହାଯ୍ୟ ଦିଆଯାଉଛି। ଗ୍ରାମରେ ଖେଳପଡ଼ିଆର ବିକାଶ, ପଞ୍ଚାୟତ ସ୍ତରରେ କ୍ରୀଡ଼ାଶ୍ରୀ ଭାବେ ସମ୍ମାନିତ ଖେଳାଳିମାନଙ୍କ ସକାଶେ ଅର୍ଥ ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ।
ତେବେ ଅନେକ ରାଜ୍ୟରେ ଏହି କାର୍ଯ୍ୟକ୍ରମ ପଛରେ ପଡ଼ିଥିବାରୁ ୨୦୨୧ର ଲକ୍ଷ୍ୟ ପୂରଣ ସକାଶେ ପିକା ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ଓ ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି। ଏ କ୍ଷେତ୍ରରେ ସିିକିମ ଏକ ଭଲ ଦୃଷ୍ଟାନ୍ତ ଭାବେ ନିଜକୁ ସାବ୍ୟସ୍ତ କରିଛି । ୨୦୦୮ରୁ ୨୦୧୨ ଭିତରେ ସିକିମକୁ ୬.୮୭କୋଟି ଟଙ୍କାର ଆର୍ଥିକ ଅନୁଦାନ ଦିଆସାରିଲାଣି। ଗତ ଅଗଷ୍ଟ ମାସରେ ସିକିମ୍‌ ପାଇଥିଲା ୨.୫୧ କୋଟିର ଅନୁଦାନ।
ଏଥିରେ ରାଜ୍ୟର ୭୦ଟି ଗ୍ରାମପଞ୍ଚାୟତ ଓ ୩୫ଟି ବ୍ଲକ ପଞ୍ଚାୟତରେ କ୍ରୀଡ଼ା କ୍ଷେତ୍ରରେ ଭିତ୍ତିଭୂମିଗତ ବିକାଶ ଅଣାଯିବାଠାରୁ ଆରମ୍ଭ କରି କ୍ରୀଡ଼ା ପ୍ରତିଭା ଅନ୍ବେଷଣ, ଚିହ୍ନଟ ଓ ଟୁର୍ଣ୍ଣାମେଣ୍ଟ ଆୟୋଜନ ପର୍ଯ୍ୟନ୍ତ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବିଶ୍ୱସ୍ତରୀୟ କ୍ରୀଡ଼ା କ୍ଷେତ୍ରରେ ଭାରତର ପ୍ରଦର୍ଶନ ନିରାଶାଜନକ ହୋଇ ରହିଆସିଛି। ଯଦି ଗ୍ରାମୀଣ ସ୍ତରରୁ କ୍ରୀଡ଼ାକ୍ଷେତ୍ରରେ ଭିତ୍ତିଭୂମି ଗତ ବିକାଶ ଓ କ୍ରୀଡ଼ା ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମକୁ ଠିକଣା ଭାବେ ପରିଚାଳିତ କରାଯାଏ, ତେବେ ତାହା ନିଶ୍ଚିତ ଭାବେ ଭାରତର ପ୍ରଦର୍ଶନକୁ ଉଚ୍ଚତର ସୋପାନକୁ ନେଇପାରିବ। ସେଇ ମର୍ମରେ ପିକା ଏକ ସୁନ୍ଦର ପ୍ରୟାସ। ତେବେ ଲକ୍ଷ୍ୟ ପୂରଣ ସକାଶେ ସବୁ ରାଜ୍ୟ ଆଗଭର ହୋଇ କେନ୍ଦ୍ରର ଏ କାର୍ଯ୍ୟକ୍ରମକୁ ସଫଳ କରିବା ଦରକାର।
ଏହା ସ୍ବାଭାବିକ କଥା ଦିନ ଥିଲା ବାଗୁଡ଼ିଠାରୁ ଫୁଟବଲ, କବାଡ଼ିଠାରୁ ଭଲିବଲ ପରି ଖେଳର ଢେର ଆଦର ଥିଲା; ଯାହା କି ସଂପ୍ରତି ବସ୍ତୁବାଦୀ ଜୀବନରେ ଆଉ ଦେଖିବାକୁ ମିଳୁନାହିଁ। ବିଦେଶୀ ଖେଳକୁ ସ୍ବଦେଶୀ ଢାଞ୍ଚାରେ ପୂରାଇ ବାହାଦୁରି ନେଉଥିବା ତଥାକଥିତ କ୍ରିକେଟ ଆଜି ସମସ୍ତଙ୍କୁ ବାୟା କରୁଥିବା ବେଳେ କ୍ରିକେଟିୟରମାନେ କୋଟିପତି।
ଅଭିଯୋଗ ବି ଉଠେ ବିସିସିଆଇ ପରି ଧନାଢ଼୍ୟ କ୍ରିକେଟ ସାମ୍ରାଜ୍ୟ କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଆଇସିସିଆଇକୁ ପ୍ରଭାବିତ କରିବାର କ୍ଷମତା ରଖିଛି ।
ଏହି ଲେଖକ କ୍ରିକେଟ ଖେଳକୁ ଅବମାନନା କରୁନି କିନ୍ତୁ କ୍ରିକେଟ ପାଇଁ ବିତୁଥିବା ସମୟ ଓ କ୍ରିକେଟ ପାଇଁ ଖଟୁଥିବା ପୁଞ୍ଜି କେଉଁ ରାଜସ୍ବରୁ ଯାଉଛି ତାହା ସହୃଦୟ ପାଠକମାନଙ୍କୁ ଜଣା! ଗାଁର ଖେଳାଳିଟି ଦିନେ ଯେ ତେନ୍ଦୁଲକର କିମ୍ବା ସାନିଆ ମିର୍ଜା ନ ହେବ କିଏ ବା କହିବ ? କିନ୍ତୁ ନାଁ ସେମାନଙ୍କୁ ପ୍ରୋତ୍ସାହନ ଥାଏ ନାଁ ସେମାନଙ୍କୁ ସହଯୋଗ। ପଙ୍କରୁ ପଦ୍ମ ଫୁଟେ କିନ୍ତୁ ବଣମଲ୍ଲୀ ପରି ସେମାନଙ୍କ ପ୍ରତିଭା ଲୋକଲୋଚନକୁ ଆସିବା ସୁଯୋଗ ନ ଥାଏ। ତେବେ ଗଣମାଧ୍ୟମକୁ ଧନ୍ୟବାଦ କେବଳ ଗଣମାଧ୍ୟମ ଦ୍ୱାରା ହିଁ ସେମାନଙ୍କ ପ୍ରତିଭା ଲୋକଲୋଚନକୁ ଆସିବାରେ ସକ୍ଷମ ହୋଇ ସେମାନଙ୍କ ପ୍ରତିଭା ପ୍ରତିଭାତ ହୋଇପାରିଥାଏ। ଦିନକୁ ଦିନ ବ୍ୟସ୍ତବହୁଳ ବସ୍ତୁବାଦୀ ସମାଜରେ ଗାଁ ଜୀବନ ଓ ଗାଁରେ ପ୍ରତିଭା ଥାଇ ବି ଖେଳାଳିଟିକୁ ପ୍ରାୟତଃ ଅଣଦେଖା କରାଯାଏ। ଦିନଥିଲା ଏହି ଲେଖକ ପିଲାଦିନରେ ଗାଁ ସାଥୀମାନଙ୍କୁ ନେଇ ଭଲିବଲଠାରୁ ବାଗୁଡ଼ି, ଫୁଟ୍‌ବଲଠାରୁ ଲଙ୍ଗଜମ୍ପ ଓ ହାଇଜମ୍ପରେ ସାମିଲ ହେଉଥିଲା କିନ୍ତୁ ଆଜିର ସମୟରେ ସେହି ପ୍ରତିଭାମାନଙ୍କୁ ଆଉ ଦେଖିବାକୁ ମିଳୁନାହିଁ । ତେଣୁ ଗାଁର ଖେଳକୁ ପ୍ରୋତ୍ସାହନ ମିଳୁ ଖେଳାଳିଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିପାରିଲେ ଭାରତରେ ଅନେକ ସଚିନ୍‌ ତେନ୍ଦୁଲକର ହୁଅନ୍ତୁ ବା ଲେଣ୍ଟର ପାଏସ୍‌ ସୃଷ୍ଟି ହୋଇପାରିବେ ଆଉ ଯେଉଁମାନେ ସେହି ସଚ୍ଚିରାଉତରାୟଙ୍କ କାହାଣୀ ପରି ‘ଛୋଟ ମୋର ଗାଁ ଟି’ର ତେନ୍ଦୁଲକର ନ ପାଲଟିବେ ତାହା କିଏ ବା କହିବ?
ସର୍ଜରି ବିଶେଷଜ୍ଞ, କଟକ
ମୋ : ୯୪୩୭୨୭୭୭୪୮

The post ପିଲାଦିନର କ୍ରୀଡ଼ା ଓ ଆଜିର ମୁହୂର୍ତ୍ତ appeared first on Dharitri Odia News.



Popular posts from this blog

କ୍ଷତିପୂରଣ ଲାଗି ବଢ଼ିପାରେ ଜିଏସ୍‌ଟି

ନୂଆଦିଲ୍ଲୀ,୩୧।୭-କରୋନା ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ସରକାରଙ୍କ ଟିକସ ଜନିତ ଆୟ ବର୍ତ୍ତମାନ କମିଛି। ଫଳରେ ରାଜ୍ୟଗୁଡିକର ଅଂଶ ପ୍ରଦାନ କରିବା ଦିଗରେ ବର୍ତ୍ତମାନ କଷ୍ଟକର ହେଉଛି। ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ବଡ ବଡ ରାଜ୍ୟକୁ ବାଦ୍‌ ଦେଲେ ଅଧିକାଂଶ ରାଜ୍ୟଗୁଡ଼ିକର ଆୟ କେନ୍ଦ୍ରଠାରୁ ମିଳୁଥିବା ଜିଏସ୍‌ଟି ଉପରେ ନିର୍ଭର କରିଥାଏ। ଲକ୍‌ଡାଉନ ଯୋଗୁ ଜିଏସ୍‌ଟି ଆଦାୟ ଉପରେ ନକାରାତ୍ମକ ପ୍ରଭାବ ପଡିଛି। ଏଭଳି ସ୍ଥିତିରେ କେନ୍ଦ୍ର ସମ୍ପୂର୍ଣ୍ଣ ହାତ ଟେକି ଦେଇଥିବା ଜଣାପଡିଛି। କେନ୍ଦ୍ର ଚାହୁଁଛି ଯେ, ରାଜ୍ୟଗୁଡ଼ିକ ବଜାରରୁ ଋଣ ଉଠାନ୍ତୁ। ରାଜସ୍ବ ମାମଲାରେ ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଆଇନଗତ ଲଢ଼େଇ ଆରମ୍ଭ ହୋଇଯାଇଛି। ବଜାରରୁ ଋଣ ଉଠାଇବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି କେରଳ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ତାକୁ ବିରୋଧ କରୁଛନ୍ତି। କେନ୍ଦ୍ର ନିଜର ଦାୟିତ୍ୱକୁ ଠିକ୍‌ ଭାବେ ନିର୍ବାହ କରୁ ବୋଲି ରାଜ୍ୟଗୁଡିକ ଯୁକ୍ତି ବାଢିଛନ୍ତି। କେନ୍ଦ୍ର ବଜାରରୁ ଋଣ କରୁ ଏବଂ ରାଜ୍ୟଗୁଡିକ ଯେଉଁ ରାଜସ୍ବରେ ଯେଉଁ କ୍ଷତି ସହୁଛନ୍ତି ତା’ର ଭରଣା କରୁ ବୋଲି ରାଜ୍ୟଗୁଡିକ ଯୁକ୍ତିରେ କହିଛନ୍ତି। ୨୦୧୭ରେ ଜିଏସ୍‌ଟି କାର୍ଯ୍ୟକାରୀ କରାଯିବା ସମୟରେ କେନ୍ଦ୍ର ସରକାର କହିଥିଲେ ଯେ, ରାଜ୍ୟଗୁଡ଼ିକର ରାଜସ୍ବ ହ୍ରାସକୁ କେନ୍ଦ୍ର ଭରଣା କରିବ। ଆଗାମୀ ୫ ବର୍ଷ ଯାଏ ଏଭଳି ...

ଅକ୍ଟୋବର ୫ରେ ମୋରାଟୋରିୟମ ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଋଣ ମୋରାଟୋରିୟମ ସୁବିଧା ବଢ଼ାଇବା ଏବଂ ଋଣ କିସ୍ତିର ସୁଧ ଉପରେ ସୁଧ ଲାଗୁ ମାମଲାର ସୁପ୍ରିମକୋର୍ଟ ପୁଣି ଥରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ସରକାର ଏହି ପ୍ରସଙ୍ଗ ଉପରେ ବିଚାର କରୁଛନ୍ତି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ସରକାର ନେବା ସମ୍ଭାବନା ରହିଛି। ଏ ନେଇ ଗୁରୁବାର ସୁଦ୍ଧା ସରକାର ସ୍ପଷ୍ଟ କରିବାକୁ ପ୍ରୟାସ କରିବେ। ଅକ୍ଟୋବର ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି। ଏହି ମାମଲାର ଶୁଣାଣି ଶୀଘ୍ର କରିବାକୁ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାଜୀବ ଦତ୍ତା ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଛନ୍ତି। ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ନ୍ୟାୟାଳୟଙ୍କୁ କହିଛନ୍ତି, ଏହି ପ୍ରସଙ୍ଗରେ କିଛି ଆର୍ଥତ୍କ ମାମଲା ଜଡିତ ରହିଛି। ପ୍ରସଙ୍ଗଗୁଡିକୁ ବିଚାରକରିବା ଲାଗି ସମୟର ଆବଶ୍ୟକତା ରହିଛି। ଅକ୍ଟୋବର ପହିଲାରେ ମୋରାଟୋରିୟମ ମାମଲାର ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୩ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ କହିଥିଲେ, ଋଣ କିସ୍ତି ପ୍ରଦାନ କରିବାକୁ ସକ୍ଷମ ହେଉ ନ ଥିବା ଆକାଉଣ୍ଟଗୁଡିକୁ ଆଗାମୀ ୨ ମାସ ଯାଏ ଏନ୍‌ପିଏ ଘୋଷଣା କରା ନ ଯାଉ। ସୋମବାର ହୋଇଥିବା ଶୁଣାଣିରେ ...