Skip to main content

ଇଜ୍‌ ଅଫ୍‌ ଡୁଇଁ ବିଜନେସ ଲାଗି ଆସିବ ପଦକ୍ଷେପ

ନୂଆଦିଲ୍ଲୀ,୩୦।୮: ବୋର୍ଡ ରିପୋର୍ଟରେ ଅସଙ୍ଗତି କିମ୍ବା ବାର୍ଷିକ ସାଧାରଣ ବୈଠକ(ଏଜିଏମ୍‌)ରେ ବିଳମ୍ବ ହେଲେ ଜେଲ୍‌ ଦଣ୍ଡ ଭୋଗିବାକୁ ପଡିବ ନ ପାରେ। ଜିଏସ୍‌ଟିର ବିଭିନ୍ନ ଆଇନକୁ ଅଣଆପରାଧିକ କରିବା ଦିଗରେ ସରକାର ପଦକ୍ଷେପ ନେବେ। ଦେଶ ମଧ୍ୟରେ ଇଜ୍‌ ଅଫ୍‌ ଡୁଇଁ ବିଜନେସ ବା ବାଣିଜ୍ୟ ସୁବିଧାକୁ ତ୍ୱରାନ୍ବିତ କରିବା ଲାଗି ସରକାର କେତେକ ନୂଆ ପଦକ୍ଷେପ ନେବେ ବୋଲି ଜଣାପଡିଛି। କମ୍ପାନୀ ଆଇନ ପରେ ସରକାର ଜିଏସ୍‌ଟି ଆଇନରେ ରହିଥିବା ବିଭିନ୍ନ ଅସୁବିଧା ଦୂରୀକରଣ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି।
ଜିଏସ୍‌ଟି ଆଇନରେ ରହିଥିବା ବିଭିନ୍ନ ଆପରାଧିକ ଦିଗକୁ ବିଚାର କରିବାକୁ ସରକାର ଯୋଜନା ରଖିଛନ୍ତି। ଏ ନେଇ କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ଅଧିକାରୀଙ୍କର ଏକ କମିଟି ଗଠନ କରାଯାଇଛି। ଏହି କମିଟି ଅଂଶୀଦାରଙ୍କ ସହ ବିଭିନ୍ନ ଆଲୋଚନା କରିବ। ଶିଳ୍ପ କ୍ଷେତ୍ରର ମଧ୍ୟ ପ୍ରସ୍ତାବ ଗ୍ରହଣ କରାଯିବ। ଏହାବାଦ ଚୂଡାନ୍ତ ରିପୋର୍ଟକୁ କ୍ୟାବିନେଟ ନିକଟକୁ ପଠାଯିବ ବୋଲି ଜଣାପଡିଛି।
ଏ ସମ୍ପର୍କରେ ଜିଏସ୍‌ଟି ମହାନିର୍ଦ୍ଦେଶାଳୟ ପକ୍ଷରୁ ଦେଶର ଶିଳ୍ପ ସଂଘଗୁଡିକୁ ଚିଠି ଲେଖାଯାଇଛି। ଇଜ ଅଫ୍‌ ଡୁଇଁ ବିଜନେସକୁ ଉତ୍ସାହିତ କରିବା ଦିଗରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ଜିଏସ୍‌ଟି ନିୟମକୁ ବ୍ୟାପକ କରିବା ଏବଂ ଆପରାଧିକ ନିୟମଗୁଡିକୁ ପୁଣି ଥରେ ବିଚାର କରିବା ଦିଗରେ ଅଂଶୀଦାର ସେମାନଙ୍କ ମତାମତ ରଖି ପାରିବେ ବୋଲି ଚିଠିରେ କୁହାଯାଇଛି। ଏ ସଂକ୍ରାନ୍ତ ବିଭିନ୍ନ ଦିଗ ଉପରେ ବୈଠକରେ ସମୀକ୍ଷା କରାଯିବା ନେଇ ପ୍ରସ୍ତାବ ରହିଛି। ଏହି ଆଧାରରେ ବାଣିଜି୍ୟକ ମନୋଭାବରେ ସୁଧାର ଆଣିବା, ଆଇନଗତ ମାମଲା ଏବଂ କାର୍ଯ୍ୟାନୁଷ୍ଠାନକୁ କମ୍‌ କରି କିଭଳି ବାଣିଜି୍ୟକ ଧାରାକୁ ଉନ୍ନତ କରାଯାଇ ପାରିବ ସେ ଦିଗରେ ବିଚାର କରାଯାଉଥିବା ଜଣାପଡିଛି।

The post ଇଜ୍‌ ଅଫ୍‌ ଡୁଇଁ ବିଜନେସ ଲାଗି ଆସିବ ପଦକ୍ଷେପ appeared first on Dharitri Odia News.



Popular posts from this blog

କ୍ଷତିପୂରଣ ଲାଗି ବଢ଼ିପାରେ ଜିଏସ୍‌ଟି

ନୂଆଦିଲ୍ଲୀ,୩୧।୭-କରୋନା ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ସରକାରଙ୍କ ଟିକସ ଜନିତ ଆୟ ବର୍ତ୍ତମାନ କମିଛି। ଫଳରେ ରାଜ୍ୟଗୁଡିକର ଅଂଶ ପ୍ରଦାନ କରିବା ଦିଗରେ ବର୍ତ୍ତମାନ କଷ୍ଟକର ହେଉଛି। ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ବଡ ବଡ ରାଜ୍ୟକୁ ବାଦ୍‌ ଦେଲେ ଅଧିକାଂଶ ରାଜ୍ୟଗୁଡ଼ିକର ଆୟ କେନ୍ଦ୍ରଠାରୁ ମିଳୁଥିବା ଜିଏସ୍‌ଟି ଉପରେ ନିର୍ଭର କରିଥାଏ। ଲକ୍‌ଡାଉନ ଯୋଗୁ ଜିଏସ୍‌ଟି ଆଦାୟ ଉପରେ ନକାରାତ୍ମକ ପ୍ରଭାବ ପଡିଛି। ଏଭଳି ସ୍ଥିତିରେ କେନ୍ଦ୍ର ସମ୍ପୂର୍ଣ୍ଣ ହାତ ଟେକି ଦେଇଥିବା ଜଣାପଡିଛି। କେନ୍ଦ୍ର ଚାହୁଁଛି ଯେ, ରାଜ୍ୟଗୁଡ଼ିକ ବଜାରରୁ ଋଣ ଉଠାନ୍ତୁ। ରାଜସ୍ବ ମାମଲାରେ ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଆଇନଗତ ଲଢ଼େଇ ଆରମ୍ଭ ହୋଇଯାଇଛି। ବଜାରରୁ ଋଣ ଉଠାଇବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି କେରଳ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ତାକୁ ବିରୋଧ କରୁଛନ୍ତି। କେନ୍ଦ୍ର ନିଜର ଦାୟିତ୍ୱକୁ ଠିକ୍‌ ଭାବେ ନିର୍ବାହ କରୁ ବୋଲି ରାଜ୍ୟଗୁଡିକ ଯୁକ୍ତି ବାଢିଛନ୍ତି। କେନ୍ଦ୍ର ବଜାରରୁ ଋଣ କରୁ ଏବଂ ରାଜ୍ୟଗୁଡିକ ଯେଉଁ ରାଜସ୍ବରେ ଯେଉଁ କ୍ଷତି ସହୁଛନ୍ତି ତା’ର ଭରଣା କରୁ ବୋଲି ରାଜ୍ୟଗୁଡିକ ଯୁକ୍ତିରେ କହିଛନ୍ତି। ୨୦୧୭ରେ ଜିଏସ୍‌ଟି କାର୍ଯ୍ୟକାରୀ କରାଯିବା ସମୟରେ କେନ୍ଦ୍ର ସରକାର କହିଥିଲେ ଯେ, ରାଜ୍ୟଗୁଡ଼ିକର ରାଜସ୍ବ ହ୍ରାସକୁ କେନ୍ଦ୍ର ଭରଣା କରିବ। ଆଗାମୀ ୫ ବର୍ଷ ଯାଏ ଏଭଳି ...

ଅକ୍ଟୋବର ୫ରେ ମୋରାଟୋରିୟମ ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଋଣ ମୋରାଟୋରିୟମ ସୁବିଧା ବଢ଼ାଇବା ଏବଂ ଋଣ କିସ୍ତିର ସୁଧ ଉପରେ ସୁଧ ଲାଗୁ ମାମଲାର ସୁପ୍ରିମକୋର୍ଟ ପୁଣି ଥରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ସରକାର ଏହି ପ୍ରସଙ୍ଗ ଉପରେ ବିଚାର କରୁଛନ୍ତି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ସରକାର ନେବା ସମ୍ଭାବନା ରହିଛି। ଏ ନେଇ ଗୁରୁବାର ସୁଦ୍ଧା ସରକାର ସ୍ପଷ୍ଟ କରିବାକୁ ପ୍ରୟାସ କରିବେ। ଅକ୍ଟୋବର ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି। ଏହି ମାମଲାର ଶୁଣାଣି ଶୀଘ୍ର କରିବାକୁ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାଜୀବ ଦତ୍ତା ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଛନ୍ତି। ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ନ୍ୟାୟାଳୟଙ୍କୁ କହିଛନ୍ତି, ଏହି ପ୍ରସଙ୍ଗରେ କିଛି ଆର୍ଥତ୍କ ମାମଲା ଜଡିତ ରହିଛି। ପ୍ରସଙ୍ଗଗୁଡିକୁ ବିଚାରକରିବା ଲାଗି ସମୟର ଆବଶ୍ୟକତା ରହିଛି। ଅକ୍ଟୋବର ପହିଲାରେ ମୋରାଟୋରିୟମ ମାମଲାର ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୩ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ କହିଥିଲେ, ଋଣ କିସ୍ତି ପ୍ରଦାନ କରିବାକୁ ସକ୍ଷମ ହେଉ ନ ଥିବା ଆକାଉଣ୍ଟଗୁଡିକୁ ଆଗାମୀ ୨ ମାସ ଯାଏ ଏନ୍‌ପିଏ ଘୋଷଣା କରା ନ ଯାଉ। ସୋମବାର ହୋଇଥିବା ଶୁଣାଣିରେ ...