Skip to main content

କପା ଓ ଓଡ଼ିଶାରେ ନିଯୁକ୍ତି ସମ୍ଭାବନା

ନଟବର ଖୁଣ୍ଟିଆ

ପାକୁ କୁହାଯାଏ ‘ଧଳା ସୁନା’। ସୁନା ହେଉଛି ବିଶ୍ୱର ସବୁଠାରୁ ମୂଲ୍ୟବାନ ଧାତୁ। କପା ସେହିପରି ମୂଲ୍ୟବାନ ନ ହେଲେ ବି କପାରୁ ବସ୍ତ୍ର ପ୍ରସ୍ତୁତ କରି ବ୍ୟବହାର ଉପଯୋଗୀ କରିବା ପର୍ଯ୍ୟନ୍ତ ଯେଉଁ ସବୁ ପ୍ରକ୍ରିୟା ଦେଇ ଗତି କରେ ଆଉ ସେହି ପ୍ରକ୍ରିୟାରେ ଯେତେ ସବୁ ଲୋକ କର୍ମ ସଂସ୍ଥାନ ପାଆନ୍ତି ତାକୁ ବିଚାରକୁ ନେଲେ କପା ଏକ ଅତି ମୂଲ୍ୟବାନ ବସ୍ତୁ କହିଲେ ଅତ୍ୟୁକ୍ତି ହେବ ନାହିଁ।
ମଣିଷ ଏକ ସାମାଜିକ ପ୍ରାଣୀ। ମଣିଷର ଦୁଇଟି ଅତି ଅତ୍ୟାବଶ୍ୟକ ଆବଶ୍ୟକତା ହେଲା ଖାଦ୍ୟ ଓ ବସ୍ତ୍ର। କପାର ଉପତ୍ାଦନଠାରୁ ଆରମ୍ଭ କରି ବସ୍ତ୍ର ପ୍ରସ୍ତୁତ ହୋଇ ବିକ୍ରୟ ଯୋଗ୍ୟ କରିବା ପରେ ବ୍ୟବହାରକାରୀଙ୍କ ନିକଟରେ ପହଞ୍ଚିବା ପର୍ଯ୍ୟନ୍ତ ଯେଉଁ ସବୁ ପ୍ରକ୍ରିୟା ମଧ୍ୟରେ ଗତି କରେ ସେଗୁଡ଼ିକ ହେଲା – କପାଚାଷ, କପାର ଅମଳ, କପାରୁ ମଞ୍ଜି ବାହାର କରିବା, ତୁଳାକୁ ଚାପ ଦେଇ ଛୋଟଛୋଟ ବ୍ଲକ ପ୍ରସ୍ତୁତ କରି ବିକ୍ରୟ ଯୋଗ୍ୟ କରିବା, ମଞ୍ଜିରୁ ଖାଇବା ତେଲ ବାହାର କରିବା, ମଞ୍ଜି ପେଡ଼ା ହୋଇ ତେଲ ବାହାରିବା ପରେ ଯେଉଁ ପିଡ଼ିଆ ବାହାରେ ତାକୁ ଗୋଖାଦ୍ୟ ପ୍ରସ୍ତୁତିରେ ଉପଯୋଗ କରିବା, ତୁଳା ବ୍ଲକକୁ ଗୋଦାମ ଘରେ ସାଇତି ରଖି ଆବଶ୍ୟକ ବେଳେ ସୂତାକଳକୁ ବିକ୍ରି କରିବା, ସୂତାକଳରେ ସୂତା ପ୍ରସ୍ତୁତ ହେବାପରେ ସେହି ସୂତାକୁ ବୁଣାକାରମାନେ ଓ ମିଲ୍‌ଗୁଡ଼ିକ ନେଇ ଲୁଗା ବୁଣିବା, ବସ୍ତ୍ର ଉପତ୍ାଦନ ହେବା ପରେ ସେହି ବସ୍ତ୍ର ସବୁକୁ ଖାଉଟିମାନଙ୍କ ପାଖରେ ପହଞ୍ଚାଇବା, ସେଥିରୁ ବିଭିନ୍ନ ପ୍ରକାର ପୋଷାକ ପ୍ରସ୍ତୁତ କରି ଘରୋି ବଜାରକୁ ଛାଡ଼ିବା ସହିତ ବିଦେଶକୁ ରପ୍ତାନି କରିବା କାମରେ ଯେତେ ଲୋକ ନିଯୁକ୍ତି ପାଆନ୍ତି ତାହା କୃଷି ପରେ ବସ୍ତ୍ର ଶିଳ୍ପ ଦ୍ୱିତୀୟ ବୃହତ୍ତମ କର୍ମ ଯୋଗାଣକାରୀ ସଂସ୍ଥା। ଏଥିରୁ ସହଜରେ ଅନୁମେୟ କପାର କିଭଳି ଅସୀମ ଶକ୍ତି ଅଛି ଲୋକଙ୍କୁ ନିଯୁକ୍ତି ଯୋଗାଇ ଦେବା ପାଇଁ।
ପ୍ରକୃତି ଓଡ଼ିଶାକୁ ପ୍ରାକୃତିକ ସଂପଦରେ ସମୃଦ୍ଧ କରିଥିଲେ ବି ଆମେ ତାହାର ଉପଯୁକ୍ତ ଉପଯୋଗ କରି ନ ଥିବାରୁ ଆମ ରାଜ୍ୟରେ ବେକାରି ଆଜି ଶୀର୍ଷରେ। କୋଭିଡ୍‌-୧୯ର ସଂକ୍ରମଣ ପରେ କିପରି ଲକ୍ଷ ଲକ୍ଷ ସଂଖ୍ୟାରେ ଦାଦନ ଶ୍ରମିକ ବିଭିନ୍ନ ରାଜ୍ୟରୁ ଫେରିଲେ ତାହା ପ୍ରମାଣ କରେ ଆମ ରାଜ୍ୟରେ ବେରୋଜଗାରୀ କେତେ ଉତ୍କଟ। କେବଳ ଗୁଜରାଟର ବୟନ ଶିଳ୍ପରେ ୭ଲକ୍ଷରୁ ଅଧିକ ଓଡ଼ିଆ ଦାଦନ ଶ୍ରମିକ କାମ କରୁଛନ୍ତି ବୋଲି ବିଭିନ୍ନ ସର୍ଭେରୁ ଜଣାଯାଇଛି।
ଆମ ଓଡ଼ିଶାର ଦକ୍ଷିଣ- ପଶ୍ଚିମ ଜିଲା-ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀରରେ କପାଚାଷ ବୃଦ୍ଧିପାଇବାରେ ଲାଗିଛି। ଏହି ଜିଲାଗୁଡ଼ିକରେ ପ୍ରାୟ ୩.୫ ଲକ୍ଷ ବେଲ୍‌ସ ତୁଳା ଉତ୍ପାଦନ ହେଉଛି। ଏହି ତୁଳାର ତନ୍ତୁ ଉତ୍କୃଷ୍ଟ, ଯାହାର ଚାହିଦା ଦେଶସାରା ଅଛି। କପା ଚାଷର ସଂପ୍ରସାରଣରେ ରାଜ୍ୟ କୃଷି ବିଭାଗର ଭୂମିକା ଯେତିକି ଅଛି ତା’ଠାରୁ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ବଡ଼ବଡ଼ କପାଚାଷୀଙ୍କ ଭୂମିକା କିଛି କମ୍‌ ନାହିଁ। ସେମାନେ ଛୋଟ ଛୋଟ ଚାଷୀଙ୍କଠାରୁ ଜମି ଠିକାରେ ନେଇ ଉନ୍ନତ ପ୍ରଣାଳୀରେ କପା ଚାଷ କରି ଅମଳ ପରେ କପା ସବୁ ତାଙ୍କ ରାଜ୍ୟକୁ ନେଇ ଯାଆନ୍ତି। ଜମି ମାଲିକମାନଙ୍କୁ ଏକର ପିଛା କିଛି ନିର୍ଦ୍ଦିଷ୍ଟ ପରିମାଣରେ ଟଙ୍କା ଦିଅନ୍ତି।
ଓଡ଼ିଶାରେ ମୋଟ ୩.୫ ଲକ୍ଷ ବେଲ୍‌ସ ତୁଳା ଉତ୍ପାଦନ ହେଉଥିବାବେଳେ ୨ ଲକ୍ଷ ବେଲ୍‌ସର ମଞ୍ଜି ଓଡ଼ିଶାରେ ଛଡା ହେଉଛି। ୧.୫ ଲକ୍ଷ ବେଲ୍‌ସର କପା ଅନ୍ୟ ରାଜ୍ୟକୁ ଚାଲିଯାଉଛି। ସେ ରାଜ୍ୟରେ ମଞ୍ଜି ଛଡା ହେଉଛି। କପା ମଞ୍ଜିରୁ ତେଲ ବାହାରେ। ସେହି ତେଲରୁ ଖାଇବା ତେଲ ବନସ୍ପତି ପ୍ରସ୍ତୁତ ହୁଏ ଏବଂ ଯେଉଁ ପିଡ଼ିଆ ବାହାରେ ସେଥିରୁ ଗୋଖାଦ୍ୟ ପ୍ରସ୍ତୁତ ହୁଏ। ଆମର ଏଠି କପା ମଞ୍ଜିରୁ ତେଲ ବାହାର କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ନାହିଁ ନା ପିଡିଆରୁ ଗୋଖାଦ୍ୟ ପ୍ରସ୍ତୁତ କରିବାରେ ବ୍ୟବସ୍ଥା ନାହିଁ। ତେଣୁ ଅନ୍ୟ ରାଜ୍ୟରେ କପା ତେଲ ବାହାରେ ଓ ଗୋଖାଦ୍ୟ ପ୍ରସ୍ତୁତ ହୁଏ। ଆମେ ସେସବୁ କ୍ରୟ କରିଥାଉ।
ଯେଉଁ ୨ ଲକ୍ଷ ବେଲ୍‌ସ ତୁଳା ମଞ୍ଜି ଛଡାଇବା ପରେ ବାହାରେ ତାକୁ ବ୍ଲକ ତିଆରି କରି ସାଇତି ରଖି ଧୀରେ ଧୀରେ ବଜାର ଚାହିଦାନୁସାରେ ବିକ୍ରି କରିବା ପାଇଁ ଉପଯୁକ୍ତ ଗୋଦାମ ଓ ବଜାରର ବ୍ୟବସ୍ଥା ନ ଥିବାରୁ ଛୋଟଛୋଟ ଚାଷୀମାନେ ଦର ଅଦରରେ ତୁଳା ବିକ୍ରି କରି ଦେବାକୁ ବାଧ୍ୟ ହୁଅନ୍ତି।
ବିଡ଼ମ୍ବନାର କଥା ଯେତେବେଳେ ଆମ ରାଜ୍ୟରେ ନାମକୁମାତ୍ର କପା ଉତ୍ପାଦନ ହେଉଥିଲା, ସେତେବେଳେ ଚୌଦ୍ୱାରଠାରେ ଓଡ଼ିଶା ଟେକ୍ସଟାଇଲ ମିଲ- ଓ.ଟି.ଏମ୍‌. ସ୍ଥାପନ ହୋଇ ସମଗ୍ର ପୂର୍ବ ଭାରତରେ ଏକ ଅଗ୍ରଣୀ ଲୁଗାକଳ ରୂପେ ଖ୍ୟାତି ଅର୍ଜନ କରିଥିବାବେଳେ ଆଜି ତାହା ବନ୍ଦ ହୋଇଯାଇଛି। ଆମ ରାଜ୍ୟରେ ଲୁଗାକଳ ଆଜି ନାହିଁ ନା ସୂତାକଳ ବି ନାହିଁ। ଆମେ ୩.୫ ଲକ୍ଷ ବେଲ୍‌ସ ତୁଳା ଉତ୍ପାଦନ କରୁଥିଲେ ବି ଗୋଟିଏ ମିଟର ସୂତା ଆମର ଏଠି ଉତ୍ପାଦନ ହେଉ ନାହିଁ।
ଆମ ରାଜ୍ୟର ବୁଣାକାରମାନେ ହସ୍ତତନ୍ତରେ ଲୁଗା ବୁଣିବା ପାଇଁ ଆବଶ୍ୟକ କରୁଥିବା ସୂତା ଲାଗି ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛନ୍ତି। ସେଥିପାଇଁ ସମସ୍ୟାର ସମ୍ମୁଖୀନ ହେବା ସହିତ ଅଧିକ ମୂଲ୍ୟ ଦେଇ କିଣୁଛନ୍ତି, ଯାହାଫଳରେ ଓଡିଶାରେ ହସ୍ତତନ୍ତ ବସ୍ତ୍ରର ଉତ୍ପାଦନ ବର୍ଷ ପରେ ବର୍ଷ ହ୍ରାସ ପାଇବାରେ ଲାଗିଛି। ଆମର ବୁଣାକାରମାନେ ବେକାର ହେଉଛନ୍ତି ଓ ସେମାନଙ୍କର ଆୟ ବୃଦ୍ଧି ହେଉ ନାହିଁ।
ଆମର ଲୁଗା ଉତ୍ପାଦନ ହେଉ ନ ଥିବାରୁ ଆମେ ବାହାର ରାଜ୍ୟରୁ ଲୁଗା ଆମଦାନୀ କରୁଛୁ। ଏହାଦ୍ୱାରା ଆମ ରାଜ୍ୟର ଅର୍ଥ ଅନ୍ୟ ରାଜ୍ୟକୁ ଚାଲିଯାଉଛି ଏବଂ ଆମ ରାଜ୍ୟରେ ଆମର ଆବଶ୍ୟକ ଲୁଗା ଉତ୍ପାଦନ ହେଉଥିଲେ ଆମର ବହୁ ଲୋକ ନିଯୁକ୍ତି ପାଇଥାନ୍ତେ। ଆମେ ପ୍ରତିବର୍ଷ କେତେ ଟଙ୍କାର ବସ୍ତ୍ର ଆମଦାନୀ କରୁଛୁ ତାହାର କୌଣସି ସମର୍ଥିତ ପରିସଂଖ୍ୟାନ ନ ଥିଲେ ବି ଆନୁମାନିକ ଆମେ ଏବେ ବାର୍ଷିକ ପ୍ରାୟ ୯ହଜାର କୋଟି ଟଙ୍କାର ବସ୍ତ୍ର ଆମଦାନୀ କରୁଛୁ। ଓଡ଼ିଶାରେ ଯଦି କପାରୁ ମଞ୍ଜି ଛଡାଇବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଥାଆନ୍ତା ତେବେ ଜିନିଂ ମିଲ୍‌ରେ ବହୁ ଲୋକ ନିଯୁକ୍ତି ପାଆନ୍ତେ ଏବଂ ମଞ୍ଜିଛଡା କପାରୁ ବ୍ଲକ ତିଆରି କରିବାରେ ଏବଂ ସେସବୁକୁ ଉପଯୁକ୍ତ ଗୋଦାମରେ ସାଇତି ରଖି ଆବଶ୍ୟକ ବେଳେ ବିକ୍ରି କରିବାରେ ଅନେକ ଲୋକ ନିଯୁକ୍ତି ପାଆନ୍ତେ। ସେହି ବ୍ଲକରୁ ସୂତା ତିଆରି କରିବା ପାଇଁ ଯଦି ଉପଯୁକ୍ତ ସଂଖ୍ୟାରେ ସୂତାକଳ ଥାଆନ୍ତା ତେବେ ସୂତା ପ୍ରସ୍ତୁତିରେ ଅନେକ ଲୋକ ନିଯୁକ୍ତି ପାଆନ୍ତେ। ସେହି ସୂତାକୁ ନେଇ ପାଓ୍ବାରଲୁମ୍‌ ସ୍ଥାପନ ହୁଅନ୍ତା, ସେଠି ମଧ୍ୟ ଲୋକ ନିଯୁକ୍ତି ପାଆନ୍ତେ। ଯଦି ପଶ୍ଚିମ ଓଡ଼ିଶାରେ ଯେଉଁ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣରେ କପା ଉତ୍ପାଦନ ହେଉଛି ସେଠି ଏକ ବଡ଼ଧରଣର ଲୁଗାକଳ ସ୍ଥାପନ ହୁଅନ୍ତା । କପାର ଉପଯୋଗ ହୁଅନ୍ତା- ଲୁଗାର ଆବଶ୍ୟକତା ଆମେ ମେଣ୍ଟାଇ ପାରନ୍ତେ ଏବଂ ବହୁଲୋକ ନିଯୁକ୍ତି ପାଆନ୍ତେ। ସୂତା ପର୍ଯ୍ୟାପ୍ତ ପରିମାଣରେ ଆମ ରାଜ୍ୟରେ ମିଳିଲେ ଆମ ବୁଣାକାରମାନେ ସୁବିଧାରେ ସୂତା ପାଇ ହସ୍ତତନ୍ତ ବସ୍ତ୍ର ଉତ୍ପାଦନ ଅଧିକ କରି ଲାଭବାନ ହୁଅନ୍ତେ। ଆମ ରାଜ୍ୟରେ କପଡ଼ା ଉତ୍ପାଦନ ହେଲେ ପୋଷାକ ଶିଳ୍ପର ବିକାଶ କରି ଆମ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ତାଲିକା ଦେଇ ପୋଷାକ ଉତ୍ପାଦନ ବଢ଼ାଇଲେ ଆମ ରାଜ୍ୟର ଚାହିଦା ମେଣ୍ଟାଇବା ସହ ରାଜ୍ୟ ବାହାରକୁ ଓ ବିଦେଶକୁ ରପ୍ତାନି କରିପାରନ୍ତେ। କିନ୍ତୁ ଆମ ରାଜ୍ୟରେ କପାର ଉପଯୋଗ ହେଉନାହିଁ ଅଥଚ ଆମର ସାତ ଲକ୍ଷ ବୁଣାକାର ଗୁଜରାଟରେ ଯାଇ ଦାଦନ ଶ୍ରମିକ ରୂପେ ଖଟି ତାଙ୍କ ରାଜ୍ୟ ଅର୍ଥନୀତିକୁ ସମୃଦ୍ଧ କରୁଛନ୍ତି। ଏହାଛଡା କପା ମଞ୍ଜିରୁ ତେଲ ବାହାର କରି ଖାଇବା ତେଲ ଉତ୍ପାଦନ ହୁଅନ୍ତା ଏବଂ କପା ପିଡିଆରୁ ଗୋଖାଦ୍ୟ ମଧ୍ୟ ପ୍ରସ୍ତୁତ ହୋଇପାରନ୍ତା।
ସରକାର ଏକ ଦୀର୍ଘମିଆଦୀ ଯୋଜନା କରି ଯଦି କପାର ଯଥାଯଥ ଉପଯୋଗ କରି କପା ସମ୍ବନ୍ଧୀୟ ବିଭିନ୍ନ ଶିଳ୍ପର ବିକାଶ କରନ୍ତେ ତେବେ ଆମ ରାଜ୍ୟର ଅର୍ଥନୀତି ସମୃଦ୍ଧ କେବଳ ହୁଅନ୍ତା ନାହିଁ ରାଜ୍ୟରୁ ନିଯୁକ୍ତି ସମସ୍ୟାର ସମାଧାନ ହୋଇ ବର୍ତ୍ତମାନ ଥିବା ବେକାରମାନଙ୍କ ମଧ୍ୟରୁ ଅଧାରୁ ଅଧିକ କପା ସମ୍ବନ୍ଧୀୟ ଶିଳ୍ପରେ ନିଯୁୁକ୍ତି ପାଇପାରନ୍ତେ। ଆମର କଥାରେ ଅଛି ‘ଜଣେ ଦଶ ଲୋକଙ୍କୁ ପୋଷେ’। ଏହି ନ୍ୟାୟର ପ୍ରୟୋଗ କରି ଲୋକଙ୍କୁ କାମ ଯୋଗାଇବା ସମ୍ଭବ ହୁଅନ୍ତା।

ଏ୫୦୨, ମୋତିବ୍ଲକ, ତୋଷାଳୀ ଆପାର୍ଟମେଣ୍ଟ
ସତ୍ୟନଗର, ଭୁବନେଶ୍ୱର,
ମୋ-୯୯୩୭୯୫୧୨୬୨

The post କପା ଓ ଓଡ଼ିଶାରେ ନିଯୁକ୍ତି ସମ୍ଭାବନା appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଦିନ କେଇଟାରେ ବଦଳିଗଲା ଭାଗ୍ୟ: ରେଷ୍ଟୁରାଣ୍ଟ ପାଲଟିଲା ‘ବାବା କା ଢ଼ାବା’

ଆଜିର ଅତ୍ୟାଧୁନିକ ଯୁଗରେ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛି ସୋସିଆଲ ମିଡିଆ। ଅନେକ ଏଥିଯୋଗୁ ରାତାରାତି ଷ୍ଟାର ପାଲଟୁଥିବା ବେଳେ ଏହା ଅନେକଙ୍କ ଜୀବନ ବଦଳାଇ ଦେଉଛି। କିଛିଦିନ ତଳେ ଏହି ସୋସିଆଲ ମିଡିଆରେ ଏକ ଢ଼ାବା ବେଶ୍‌ ଭାଇରାଲ ହୋଇଥିଲା,ଯାହାର ନାମ ଥିଲା ‘ବାବା କା ଢ଼ାବା’। ଏବେ ଏହା ରେଷ୍ଟୁରାଣ୍ଟରେ ପରିଣତ ହୋଇଛି। ୮୦ ବର୍ଷୀୟ ମାଲିକ କାନ୍ତା ପ୍ରସାଦ ନିଜ ପୁରୁଣା ଦୋକାନ ପାଖରେ ନୂଆ ରେଷ୍ଟୁରାଣ୍ଟ ଖୋଲି ସେଠାରେ ବସୁଛନ୍ତି। ତାଙ୍କ ଖାଇବାକୁ ପସନ୍ଦ କରୁଥିବା ଲୋକେ ମଧ୍ୟ ରେଷ୍ଟୁରାଣ୍ଟରେ ଭିଡ ଜମାଇବା ଆରମ୍ଭ କରିଛନ୍ତି। ଦିଲ୍ଲୀର ମାଲବୀୟ ନଗରରେ କାନ୍ତା ପ୍ରସାଦଙ୍କ ଛୋଟିଆ ଢାବା ଥିଲା। ମାର୍ଚ୍ଚରେ ଲକ୍‌ଡାଉନ୍‌ ଯୋଗୁ ଢ଼ାବାଟି ବେଶ୍‌ ପ୍ରଭାବିତ ହୋଇଥିଲା। ଫଳରେ ପରିବାରର ଗୁଜରାଣ ମେଣ୍ଟାଇବା କାନ୍ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିଲା। ପରେ ଜଣେ ବ୍ୟବହାରକାରୀ କାନ୍ତାଙ୍କ ଢ଼ାବାର ଏକ ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ଭିଡିଓରେ ନିଜର ଦୁଃଖକାହାଣୀ କହିଥିଲେ କାନ୍ତା। ଏହା ଅନେକଙ୍କୁ ଭାବବିହ୍ବଳ କରିଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକେ ତାଙ୍କ ଢ଼ାବାରେ ଭିଡ ଜମାଇବା ଆରମ୍ଭ କରିଥିଲେ। ଏବେ କାନ୍ତାଙ୍କ ନୂଆ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ବସିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ପୁରୁଣା ଢ଼ାବା ଭଳି କାନ୍ତାଙ୍କ ସ୍ତ୍ରୀ ବାଦାମୀ ଦେବୀ ରେଷ୍ଟୁରାଣ୍ଟରେ ମଧ୍ୟ ଖାଇବା ରେଷେଇ କରିବେ। ଅନ୍ୟ କର୍ମଚାରୀ ତାଙ୍କ ସାହାଯ...