ନୂଆଦିଲ୍ଲୀ,୩୦।୮: ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) କ୍ଷତିପୂରଣ ଆବଶ୍ୟକତା ପୂରଣ ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡିକୁ ୨ ବିକଳ୍ପ ପ୍ରଦାନ କରିଛନ୍ତି। ୪୧ତମ ଜିଏସ୍ଟି ପରିଷଦ ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏ ସମ୍ପର୍କରେ ଶନିବାର ରାଜ୍ୟଗୁଡିକ କେନ୍ଦ୍ର ପକ୍ଷରୁ ଅବଗତ କରାଯାଇଛି। ରାଜ୍ୟଗୁଡିକ କେଉଁ ବିକଳ୍ପ ଗ୍ରହଣ କରିବାକୁ ଚାହୁଁଛନ୍ତି ସେ ସମ୍ପର୍କରେ ୭ ଦିନ ମଧ୍ୟରେ ଜଣାଇବାକୁ ସମୟ ଦିଆଯାଇଛି। ଏ ସଂକ୍ରାନ୍ତରେ ରାଜ୍ୟ ଅର୍ଥ ସଚିବ ଏବଂ କେନ୍ଦ୍ର ଅର୍ଥ ସଚିବ, କେନ୍ଦ୍ର ବ୍ୟୟ ସଚିବଙ୍କ ମଧ୍ୟରେ ସେପ୍ଟେମ୍ବର ପହିଲାରେ ଏକ ବୈଠକ ଅନୁଷ୍ଠିତ ହେବ। ବିଭିନ୍ନ ପ୍ରସଙ୍ଗ ଉପରେ ସ୍ପଷ୍ଟତା ଲାଗି ଏହା ଆୟୋଜନ କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ,କୋଭିଡ୍ ଯୋଗୁ ଜିଏସ୍ଟି ରାଜସ୍ବ ପ୍ରଭାବିତ ହୋଇଛି। ରାଜ୍ୟଗୁଡିକୁ କ୍ଷତିପୂରଣ ଦେବା ଲାଗି କେନ୍ଦ୍ର ନିକଟରେ ଅର୍ଥ ନାହିଁ। ରାଜ୍ୟ ଏବଂ କେନ୍ଦ୍ର ମଧ୍ୟରେ ଏ ନେଇ ଟଣାଓଟରା ଲାଗି ରହିଛି। ଜିଏସ୍ଟି ପରିଷଦ ବୈଠକରେ ଏହି ଦୁଇ ବିକଳ୍ପ ନେଇ ଆଲୋଚନା ହୋଇଛି। କେଉଁ ଉପାୟ ଆଗାମୀ ଦିନରେ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା।
The post କ୍ଷତିପୂରଣ ବିକଳ୍ପ ନେଇ ରାଜ୍ୟଗୁଡିକୁ ଅବଗତ କରାଗଲା appeared first on Dharitri Odia News.