ତୁରିନ୍, ୩୧ା୮ (ଏପି)-ଜୁଭେଣ୍ଟସ ଫୁଟ୍ବଲ ଦଳରେ ଯୋଗଦାନ କରିବାରେ ପ୍ରଥମ ଆମେରିକୀୟ ଖେଳାଳି ହେଉଛନ୍ତି ମିଡ୍ଫିଲ୍ଡର ଓ୍ବେଷ୍ଟର୍ନ ମ୍ୟାକେନି। ଗୁରୁବାର ତୁରିନ୍ରେ ପହଞ୍ଚତ୍ବା ପରେ ୯ଥର ସିରିଜ ଏ’ ଚାମ୍ପିୟନ ଦଳ ତରଫରୁ ତାଙ୍କର କିଛି ଫଟୋ ପୋଷ୍ଟ କରିଥିଲା। ମ୍ୟାକେନି ଶୁକ୍ରବାର ତାଙ୍କୁ ୨୨ତମ ଜନ୍ମ ଦିବସ ପାଳିଛନ୍ତି। ଜର୍ମାନୀ କ୍ଲବ ଏଫ୍ସି ଜେଲସେଙ୍କିରଚେନ୍ ସ୍କାଲକେରୁ ଉଧାର ସୂତ୍ରରେ ସାମୟିକ ଭାବେ ଏହି ମିଡ୍ଫିଲ୍ଡରଙ୍କୁ ଅଣାଯାଇଛି। ଅର୍ଥାତ ମ୍ୟାକେନି ଜୁଭେଣ୍ଟସ ସହିତ ୨୦୨୧ ଜୁନ ୩୦ ପର୍ଯ୍ୟନ୍ତ ରହିବେ। ଖେଳାଳି ରେଜିଷ୍ଟ୍ରସନ ବାଦବରେ ୪.୫ ନିୟୁତ ୟୁରୋ (୫.୩୫ ନିୟୁତ ଡଲାର) ବ୍ୟୟ କରାଯାଇଛି। ସିଜନ ଶେଷରେ ୧୮.୫ ନିୟୁତ ଡଲାର ବିନିମୟରେ ଜୁଭେଣ୍ଟସ ମ୍ୟାକେନିଙ୍କ ଉପରେ ସମ୍ପୂର୍ଣ୍ଣ ଅଧିକାର ହାସଲ କରିବ। ବୋନସ ସହିତ ଫି’ ପରିମାଣ ୨୫.୫ ନିୟୁତ ୟୁରୋ (୩୦ ନିୟୁତ ଡଲାର)କୁ ବୃଦ୍ଧି ପାଇପାରେ। ମ୍ୟାକେନି ମିଡ୍ଫିଲ୍ଡର ଯେ କୌଣସି ପୋଜିଶନରେ ଖେଳି ପାରିବେ। ଫଳରେ ଜୁଭେଣ୍ଟସର ନୂଆ କୋଚ୍ ଆଣ୍ଡ୍ରିଆ ପିର୍ଲୋଙ୍କ ହାତରେ ବିକଳ୍ପ ରହିବ।
The post ଜୁଭେଣ୍ଟସ୍ରେ ପ୍ରଥମ ଆମେରିକୀୟ ଖେଳାଳି appeared first on Dharitri Odia News.