Skip to main content

ନୂଆ ଶିକ୍ଷାନୀତି: ୫+୩+୩+୪

ନୂଆଦିଲ୍ଲୀ,୩୦।୭:ଏନ୍‌ଇପିରେ ରହିଥିବା ପ୍ରସ୍ତାବ ଅନୁଯାୟୀ ୧୦+୨ଶିକ୍ଷା ପାଟର୍ନ (ଢାଞ୍ଚା)ରେ ପରିବର୍ତ୍ତନ କରାଯିବ। ଅର୍ଥାତ୍‌ ୧୨ ବର୍ଷର ସ୍କୁଲ୍‌ ଶିକ୍ଷା ଓ ୩ ବର୍ଷର ଅଙ୍ଗନଓ୍ବାଡି ବା ପ୍ରାକ୍‌ ବିଦ୍ୟାଳୟ ଶିକ୍ଷାକୁ ନେଇ ୫+୩+୩+୪ ଶିକ୍ଷା ପାଟର୍ନ ପ୍ରସ୍ତୁତ ହେବ। ତଦନୁଯାୟୀ ୩ରୁ ୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ମୌଳିକ ପର୍ଯ୍ୟାୟ(୩ବର୍ଷ ପ୍ରି-ସ୍କୁଲ ପରେ ୧ମ ଓ ୨ୟ ଶ୍ରେଣୀ), ୮ରୁ ୧୧ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ପ୍ରସ୍ତୁତି ପର୍ଯ୍ୟାୟ (୩ୟରୁ ୫ମ), ୧୧ରୁ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ମଧ୍ୟମ ପର୍ଯ୍ୟାୟ (୬ଷ୍ଠରୁ ୮ମ) ଏବଂ ୧୪ରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ମାଧ୍ୟମିକ ପର୍ଯ୍ୟାୟ(୯ମରୁ ଦ୍ୱାଦଶ ଶ୍ରେଣୀ) ଏଭଳି ବିଭକ୍ତ କରାଯାଇଛି। ଏହି ସଂଶୋଧିତ ଢାଞ୍ଚା କାର୍ଯ୍ୟକାରୀ ହେଲେ ଶିକ୍ଷାଠାରୁ ଦୂରେଇ ରହୁଥିବା ୩ରୁ ୬ ବର୍ଷ ବୟସର ପିଲା ପାଠପଢ଼ା ସହ ସାମିଲ ହୋଇପାରିବେ। କାରଣ ସ୍କୁଲ ପାଠ୍ୟକ୍ରମରେ ମାନସିକ ବିକାଶ ଘଟାଇବା ପାଇଁ ଏହି ବୟସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ବୋଲି ବିଶ୍ୱ ସ୍ବୀକୃତି ଦେଇଛି। ସବୁ ସ୍କୁଲରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ମାତୃଭାଷାରେ କିମ୍ବା ସ୍ଥାନୀୟ ଭାଷା ଓ ଆଞ୍ଚଳିକ ଭାଷା ମଧ୍ୟରୁ ଗୋଟିକରେ ଶିକ୍ଷା ପ୍ରଦାନ କରାଯିବ। ଅଷ୍ଟମ ଶ୍ରେଣୀ ଏବଂ ଏହା ପରେ ମଧ୍ୟ ଛାତ୍ରୀଛାତ୍ର ଏହି ଭାଷାରେ ଶିକ୍ଷା ଗ୍ରହଣ କରିପାରିବେ। ସଂସ୍କୃତ ଭାଷାକୁ ସବୁ ସ୍ତରରେ ଏବଂ ବିଦେଶୀ ଭାଷାକୁ ମାଧ୍ୟମିକ ସ୍କୁଲ ସ୍ତରରୁ ଶିକ୍ଷା ଦିଆଯିବ। ତେବେ ପିଲାଙ୍କ ଉପରେ କୌଣସି ଭାଷାକୁ ଲଦି ଦିଆଯିବ ନାହିଁ ବୋଲି ନୂତନ ଶିକ୍ଷାନୀତିରେ କୁହାଯାଇଛି। ନୂତନ ଶିକ୍ଷାନୀତିରେ ପିଲାମାନଙ୍କ ଶିକ୍ଷାଗ୍ରହଣ ଅଧିକାର ୩ ବର୍ଷରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।
ନୂତନ ଶିକ୍ଷାନୀତିରେ ବୋର୍ଡ ପରୀକ୍ଷା ସହଜ ହେବ। ବର୍ତ୍ତମାନର ପାଠ୍ୟକ୍ରମ ପିଲାମାନଙ୍କ ସମେତ ସେମାନଙ୍କ ମାତାପିତାଙ୍କ ଉପରେ ମଧ୍ୟ ମାନସିକ ଚାପ ପକାଉଛି। ତେଣୁ ନୂତନ ଶିକ୍ଷାନୀତିରେ ପାଠ୍ୟକ୍ରମ ହ୍ରାସ କରିବା ପାଇଁ ବିଚାର କରାଯାଉଛି। ଏନ୍‌ଇପି ଅଧୀନରେ ଘରୋଇ ଓ ସରକାରୀ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ସମାନ ନୀତି କାର୍ଯ୍ୟକାରୀ ହେବ। ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମଲେଖା ନିମନ୍ତେ ଗୋଟିଏ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଅନ୍ୟ ବୈଶିଷ୍ଟ୍ୟ ମଧ୍ୟରେ ରହିଛି ଶିକ୍ଷାନୁଷ୍ଠାନର ପ୍ରଶାସନିକ, ଆର୍ଥତ୍କ ସ୍ବୟଂଶାସନ କ୍ଷମତା।
ନୂତନ ଶିକ୍ଷାନୀତିରେ ଆଞ୍ଚଳିକ ଭାଷାରେ ଇ-ପାଠ୍ୟକ୍ରମର ବିକାଶ କରାଯିବା ସହ ଭର୍ଚୁଆଲ ଲାବରେଟୋରି ଏବଂ ଜାତୀୟ ଶିକ୍ଷା ପ୍ରଯୁକ୍ତି ଫୋରମ୍‌ (ଏନ୍‌ଇଟିଏଫ୍‌) ଗଠନ କରାଯିବ। ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ପିଲା ଘରେ ବ୍ୟବହାର କରୁଥିବା ଭାଷା, ମାତୃଭାଷା କିମ୍ବା ଆଞ୍ଚଳିକ ଭାଷା ମାଧ୍ୟମରେ ପ୍ରଦାନ କରାଯିବ। ସ୍କୁଲ୍‌ ପାଠ୍ୟକ୍ରମକୁ ମୌଳିକ ଧାରଣାରେ ସୀମିତ କରାଯିବ। ଷଷ୍ଠ ଶ୍ରେଣୀରୁ ଧନ୍ଦାମୂଳକ ଶିକ୍ଷା ପ୍ରଚଳନ ହେବ। ରିପୋର୍ଟ କାର୍ଡରେ କେବଳ ନମ୍ବର ଏବଂ ମନ୍ତବ୍ୟ ନ ରହି ପିଲାଙ୍କ ଦକ୍ଷତା ଓ ସାମର୍ଥ୍ୟ ସମ୍ପର୍କରେ ସବିଶେଷ ରିପୋର୍ଟ ରହିବ। ଜାତୀୟ ମିଶନ ମୌଳିକ ସାକ୍ଷରତା ଓ ମୌଳିକ ସଂଖ୍ୟାଜ୍ଞାନ ଉପରେ ଗୁରୁତ୍ୱ ଦେବ।
ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ପୂର୍ବତନ ମୁଖ୍ୟ କେ. କସ୍ତୁରୀରଙ୍ଗନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନୂତନ ଏନ୍‌ଇପିର ଚିଠାପ୍ରସ୍ତାବ ଗତବର୍ଷ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କୁ ପ୍ରଦାନ କରିଥିଲେ। ଏହାପରେ ସରକାର ଉକ୍ତ ଚିଠା ପ୍ରସ୍ତାବ ଉପରେ ଶିକ୍ଷା ସହ ସମ୍ପୃକ୍ତ ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନର ମତାମତ ଲୋଡ଼ିଥିଲେ। ଏଚ୍‌ଆର୍‌ଡି ମନ୍ତ୍ରଣାଳୟକୁ ୨ ଲକ୍ଷରୁ ଊର୍ଦ୍ଧ୍ୱ ମତାମତ ମିଳିଥିଲା। ସେଗୁଡ଼ିକୁ ବିଚାରକୁ ନେଇ ଚୂଡ଼ାନ୍ତ ଜାତୀୟ ଶିକ୍ଷାନୀତି ପ୍ରସ୍ତୁତ କରାଯାଇଥିଲା, ଯାହାକୁ କ୍ୟାବିନେଟ ଅନୁମୋଦନ କରିଛି। ସୂଚନାଯୋଗ୍ୟ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା ଏହାର ନିର୍ବାଚନୀ ଇସ୍ତାହାରରେ ଶିକ୍ଷାନୀତିରେ ପରିବର୍ତ୍ତନ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ବର୍ତ୍ତମାନର ପ୍ରଚଳିତ ଶିକ୍ଷାନୀତି ୧୯୮୬ରେ ପ୍ରସ୍ତୁତ ହୋଇଥିଲା ଓ ୧୯୯୨ରେ ସେଥିରେ କେତେକ ପରିବର୍ତ୍ତନ କରାଯାଇଥିଲା।

ସମସ୍ତେ ପଢ଼ିପାରିବେ ବିଜ୍ଞାନ, କଳା ବିଷୟ
ପାଠ୍ୟକ୍ରମର ଶୈକ୍ଷିକ ଢାଞ୍ଚାରେ ବଡ଼ ପରିବର୍ତ୍ତନ ଘୋଷଣା କରାଯାଇଛି। ବିଭିନ୍ନ ଷ୍ଟ୍ରିମ୍‌ ମଧ୍ୟରେ ବଡ଼ ଧରଣର ପାର୍ଥକ୍ୟ ନାହିଁ। ଧନ୍ଦାମୂଳକ ଏବଂ ଶୈକ୍ଷିକ, ପାଠ୍ୟକ୍ରମ ଓ ପାଠ୍ୟକ୍ରମୋତ୍ତର ଶିକ୍ଷା ମଧ୍ୟରେ ଥିବା ବ୍ୟବଧାନକୁ ଦୂରେଇ ଦିଆଯାଇଛି। ନୂତନ ଶିକ୍ଷାନୀତିରେ ମୁଖ୍ୟତଃ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବୋଝ କମାଇବା ଲକ୍ଷ୍ୟ ରଖାଯାଇଛି। ଏହା ବଦଳରେ ପିଲାଙ୍କୁ ବହୁବିଷୟକ ଓ ବହୁ ଭାଷା ଉପରେ ଆଗ୍ରହ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯିବ। ବିଜ୍ଞାନ ଓ କଳା ମଧ୍ୟରେ ବିଶେଷ ପାର୍ଥକ୍ୟ ରହିବ ନାହିଁ। ଜଣେ କଳା ବିଷୟ ସହ ବିଜ୍ଞାନ ବିଷୟକୁ ମଧ୍ୟ ପଢ଼ିପାରିବେ। ସେହିପରି ପାଠ୍ୟକ୍ରମ ଓ ପାଠ୍ୟକ୍ରମୋତ୍ତର କାର୍ଯ୍ୟକ୍ରମ ଏବଂ ଶୈକ୍ଷିକ ଓ ଧନ୍ଦାମୂଳକ ଶିକ୍ଷା ମଧ୍ୟରେ କୌଣସି ଅନ୍ତରାୟ ରହିବ ନାହିଁ। ଆଇଆଇଟି (ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି) ଭଳି ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ ସାମଗ୍ରିକ ଶିକ୍ଷା ବ୍ୟବସ୍ଥା ୨୦୪୦ ସୁଦ୍ଧା ପ୍ରଚଳନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅର୍ଥାତ୍‌ ଏହି ପାଠ୍ୟକ୍ରମରେ ବିଜ୍ଞାନ ବିଷୟ ଥିବା ପିଲାଙ୍କୁ କଳା ବିଷୟ ଓ କଳା ବିଷୟ ରଖିଥିବା ପିଲାଙ୍କୁ ବିଜ୍ଞାନ ପଢ଼ିବାର ସୁଯୋଗ ମିଳିବ। ନୂତନ ଶିକ୍ଷାନୀତିରେ ୪ ବର୍ଷର ଅଣ୍ଡରଗ୍ରାଜୁଏଟ୍‌ ପାଠ୍ୟକ୍ରମରେ ଛାତ୍ରୀଛାତ୍ରଙ୍କ ପାଇଁ କେତେକ ପ୍ରସ୍ଥାନ ବିକଳ୍ପ ରହିଛି। ୪ ବର୍ଷ ଶିକ୍ଷା ସମାପ୍ତ ପରେ ସେମାନଙ୍କୁ ବହୁବିଷୟକ ସ୍ନାତକ ଡିଗ୍ରୀ ପ୍ରଦାନ କରାଯିବ। ଯଦି ପିଲା ଦୁଇବର୍ଷ ପରେ ପାଠପଢ଼ା ଛାଡ଼ିଦିଏ ତେବେ ଡିପ୍ଲୋମା ସାର୍ଟିଫିକେଟ ମିଳିବ। ୧୨ ମାସ ପରେ ଯେଉଁମାନେ ପାଠ ଛାଡ଼ିଥିବେ ସେମାନଙ୍କୁ ଧନ୍ଦାମୂଳକ କିମ୍ବା ପେସାଦାରୀ ପାଠ୍ୟକ୍ରମରେ ପଢ଼ିବାର ସୁଯୋଗ ମିଳିବ। ଏମ୍‌ଫିଲ୍‌ ପାଠ୍ୟକ୍ରମ ମଧ୍ୟ ଜଣେ ଚାହିଁଲେ ଅଧାରୁ ଛାଡ଼ିପାରିବେ।

ଉଚ୍ଚଶିକ୍ଷାକୁ ନିୟନ୍ତ୍ରଣ କରିବ ଏଚ୍‌ଇସିଆଇ
ଉଚ୍ଚଶିକ୍ଷାକୁ ନିୟନ୍ତ୍ରଣ କରିବା ପାଇଁ ଭାରତର ଉଚ୍ଚଶିକ୍ଷା ପରିଷଦ (ଏଚ୍‌ଇସିଆଇ) ପ୍ରତିଷ୍ଠା ହେବ। ୩୦୦୦ କିମ୍ବା ତଦୂର୍ଦ୍ଧ୍ୱ ଛାତ୍ରୀଛାତ୍ର ଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ଉପରେ ଅଧିକ ଧ୍ୟାନ ଦିଆଯିବ। ୨୦୧୮ରେ ମୋଟ ନାମଲେଖା ହାର ୨୬.୩ ପ୍ରତିଶତ ଥିବାବେଳେ ଏହାକୁ ୨୦୩୫ ସୁଦ୍ଧା ୫୦ ପ୍ରତିଶତରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ଆଇନ ଓ ମେଡିକାଲ କଲେଜ ଏଚ୍‌ଇସିଆଇ ପରିସରରେ ରହିବ ନାହିଁ। ଏଚ୍‌ଇସିଆଇରେ ୪ଟି ସ୍ବାଧୀନ ବିଭାଗ ରହବ। ସେଗୁଡ଼ିକ ହେଲା ଜାତୀୟ ଉଚ୍ଚଶିକ୍ଷା ନିୟାମକ ପରିଷଦ, ସାଧାରଣ ଶିକ୍ଷା ପରିଷଦ, ଉଚ୍ଚଶିକ୍ଷା ଅନୁଦାନ ପରିଷଦ ଏବଂ ଜାତୀୟ ସ୍ବୀକୃତି ପରିଷଦ। ଜାତୀୟ ଉଚ୍ଚଶିକ୍ଷା ନିୟାମକପରିଷଦ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ଥିବାବେଳେ, ସାଧାରଣ ଶିକ୍ଷା ପରିଷଦ ଶିକ୍ଷାର ମାନ ନିର୍ଦ୍ଧାରଣ କରିବ। ସେହିପରି ଉଚ୍ଚଶିକ୍ଷା ଅନୁଦାନ ପରିଷଦ ଶିକ୍ଷାନୁଷ୍ଠାନଗୁଡିକୁ ଅନୁଦାନ ମଞ୍ଜୁର କରିବାକୁ ଥିବାବେଳେ ଜାତୀୟ ସ୍ବୀକୃତି ପରିଷଦ ଶିକ୍ଷାନୁଷ୍ଠାନଗୁଡ଼ିକୁ ସ୍ବୀକୃତି ପ୍ରଦାନ କରିବ।

The post ନୂଆ ଶିକ୍ଷାନୀତି: ୫+୩+୩+୪ appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଆମେରିକାରେ ଏକ ମାସ ଟ୍ରେନିଂ ନେବେ ବଜରଙ୍ଗ

ନୂଆଦିଲ୍ଲୀ, ୨୯ା୧୧(ପି.ଟି.)-ରେସ୍‌ଲର ବଜରଙ୍ଗ ପୁନିଆ ଆମେରିକାରେ ଏକ ମାସ ଧରି ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ତାଙ୍କର ଏହି ଯୋଜନା ମଞ୍ଜୁର ଲାଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବେ ବୋଲି ଆଶା ରହିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ମିଶନ ଅଲିମ୍ପିକ ସେଲ୍‌ ଗଠିତ। ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ରୁ କେଉଁ ଆଥ୍‌ଲେଟମାନେ ଆର୍ଥିକ ସହାୟତା ପାଇବେ ତାହା ଏହା ସ୍ଥିର କରିଥାଏ। ମିଶିିଗାନସ୍ଥିତ କ୍ଲିଫ୍‌ କିନ୍‌ ରେସ୍‌ଲିଂ କ୍ଲବଠାରେ ଡିସେମ୍ବର ୪ରୁ ଜାନୁୟାରୀ ୩ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହେବ। ଏବାବଦରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଉଠିବା ପରେ ବଜରଙ୍ଗ ସୋନେପତସ୍ଥିତ ସାଇ ସେଣ୍ଟରେ ଟ୍ରେନିଂ ନେଇଛନ୍ତି। କୋଚ୍‌ ଏମଜାରିଅସ୍‌ ବେଣ୍ଟିନ୍‌ଡିସ୍‌ ଏବଂ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଗସ୍ତ କରିବେ। ସେଠାରେ ମୁଖ୍ୟ କୋଚ୍‌ ସର୍ଗେଇ ବେଲୋଗ୍ଲାଜୋଭ୍‌ଙ୍କ ଅଧୀନରେ ଅନ୍ୟ ଟପ୍‌ ଅନ୍ତର୍ଜାତୀୟ ରେସ୍‌ଲରମାନଙ୍କ ସହ ସେ ତାଲିମ ନେବେ। ବେଲୋଗ୍ଲାଜୋଭ୍‌ ହେଉଛନ୍ତି ଦୁଇଥର ଅଲିମ୍ପିକ ଚାମ୍ପିୟନ॥ ବଜରଙ୍ଗ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିସାରିଛନ୍ତି। ୬୫କେଜି ଶ୍ରେଣୀରେ ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ରେସ୍‌ଲର ଡିସେମ୍ବର ୧୨ରୁ ୧୮ ପର୍ଯ...