Skip to main content

ପାର୍ବଣ ପୂର୍ବରୁ ପେଟ ଚିନ୍ତା

କାମାକ୍ଷାନଗର, ୩୧।୭(ଡି.ଏନ.ଏ.)

ଦିନ କେଇଟା ପରେ ପାଦ ଥାପିବ ପାର୍ବଣ। ମାଟିରେ ମାଟି ହୋଇ ମାଟିକୁ ଜୀବନ୍ତ ରୂପ ଦେଉଥିବା କାରିଗରଙ୍କୁ ଏତେବେଳକୁ ମିଳନ୍ତାନି ତର। ଅର୍ଡର ଦେବାକୁ ମୂର୍ତ୍ତିକାରଙ୍କ ଘର ଆଗରେ ଲାଗିଥାନ୍ତା ଲମ୍ବା ଲାଇନ୍‌। ହେଲେ କରୋନା ପାଇଁ ଖାଲିପଡ଼ିଛି ଶାଳଘର। ଅର୍ଥ ଉପାର୍ଜନ ସମୟରେ ହାତ ବାନ୍ଧି ବସିଛନ୍ତି ଶିଳ୍ପୀ। କରୋନା ପାଇଁ ପର୍ବପର୍ବାଣିରେ ଲାଗିଥିବା କଟକଣା ମୂର୍ତ୍ତି କାରିଗରଙ୍କ ବୃତ୍ତିକୁ ବିପନ୍ନ କରିଦେଇଥିବାବେଳେ ପାର୍ବଣ ପୂର୍ବରୁ ସେମାନଙ୍କୁ ଘାରିଛି ପେଟପାଟଣା ଚିନ୍ତା।
ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକର ମୂର୍ତ୍ତିକାରଙ୍କ ଗଁା ଭାବେ ପରିଚିତ ଆଳତୁମାରେ ରୁହନ୍ତି ୨୦ କୁମ୍ଭକାର ପରିବାର। ସେମାନଙ୍କ ମଧ୍ୟରୁ ୧୦ ପରିବାର କେବଳ ମୂର୍ତ୍ତିତିଆରି ଉପରେ ନିର୍ଭରଶୀଳ। ପାର୍ବଣ ଋତୁ ଆସିଲେ ଖୋଜାପଡ଼ନ୍ତି ଏହି ମୂର୍ତ୍ତିକାରମାନେ। ହେଲେ ଚଳିତବର୍ଷ କରୋନା କୋରଡ଼ା ସେମାନଙ୍କ ଜୀବନକୁ ଦୁର୍ବିଷହ କରିଦେଇଛି। ପାର୍ବଣ ଋତୁରେ ପର୍ଯ୍ୟାପ୍ତ ରୋଜଗାର ଆଶାରେ ରହୁଥିବା ଶିଳ୍ପୀ ପରିବାର କାମ ନ ପାଇଁ ୪ମାସ ହେଲା ହାତବାନ୍ଧି ବସିଛନ୍ତି। ମୂର୍ତ୍ତିକାରଙ୍କ କହିବା କଥା, ଜନ୍ମାଷ୍ଟମୀଠାରୁ ମୂର୍ତ୍ତିକାମ ଜୋର୍‌ ଧରିଥାଏ। ପର୍ଯ୍ୟାୟକ୍ରମେ ଖୁଦୁରୁକୁଣୀ, ଗଣେଶ, ବିଶ୍ୱକର୍ମା, ଦୁର୍ଗା, ଲକ୍ଷ୍ମୀ, କାର୍ତ୍ତିକେଶ୍ୱର, କାଳୀ, ସରସ୍ବତୀ ଆଦି ପୂଜାରେ ଦେବଦେବୀଙ୍କ ମୂର୍ତ୍ତି ନିର୍ମାଣ କରି ସେମାନେ ପ୍ରତିବର୍ଷ ଭଲ ରୋଜଗାର କରୁଥିଲେ। ଅନ୍ୟ ସମୟରେ ସିମେଣ୍ଟର ଉପକରଣ ମଧ୍ୟ ତିଆରି କରୁଥିଲେ। ଚଳିତବର୍ଷ ଜନ୍ମାଷ୍ଟମୀ ଏବଂ ଗଣେଶ ପୂଜାରେ ମୂର୍ତ୍ତି ନିର୍ମାଣ ଲାଗି ମାଟି, ନଡ଼ା, କାଠପଟା, ସୁତୁଲି, କପଡ଼ା, ରଙ୍ଗ ମହଜୁଦ୍‌ କରି ରଖିଛନ୍ତି। ହେଲେ ପାର୍ବଣ ଉପରେ ଜାରି କରାଯାଇଥିବା କଟକଣା ଯୋଗୁ କାମ ଅନୁକୂଳ ହୋଇପାରିନି। କରୋନା କଟକଣା ଚଳିତବର୍ଷ ମୂର୍ତ୍ତି ନିର୍ମାଣକୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି। ପୂର୍ବରୁ ମୂର୍ତ୍ତିକାମକୁ ବାଦ୍‌ଦେଲେ ସେମାନେ ମନ୍ଦିର ଏବଂ କୋଠା ନିର୍ମାଣ କରୁଥିଲେ। ଏବେ ସେତକ ବି ହୋଇପାରୁ ନାହିଁ। ମୂର୍ତ୍ତିକାରଙ୍କୁ ଉପଯୁକ୍ତ ମାନ୍ୟତା କି ପାରିଶ୍ରମିକ ମିଳୁ ନ ଥିବାରୁ ଜୀବନ ଦୁର୍ବିଷହ ହୋଇପଡ଼ିଛି। ସରକାର କିମ୍ବା ଜିଲା ପ୍ରଶାସନ ସହାୟତାର ହାତ ନ ବଢ଼ାଇଲେ ଆଗାମୀ ଦିନରେ ଜୀବନ ଜିଇଁବା କଷ୍ଟକର ହୋଇପଡ଼ିବ ବୋଲି ଶିଳ୍ପୀମାନେ କହିଛନ୍ତି।
ଏମିତି ଦୁର୍ଦ୍ଦିନ କେବେ ଆସି ନ ଥିଲା
୧୦ବର୍ଷରୁ ମୂର୍ତ୍ତିକାମକୁ ବୃତ୍ତି ଭାବେ ଗ୍ରହଣ କରିଛି। ପ୍ରଥମେ ମାଟିପାତ୍ର ଗଢୁଥିଲି। ମୂର୍ତ୍ତି ତିଆରିରେ ଭଲ ଦି ପଇସା ମିଳିବାପରେ ଏଥିରେ ମନ ବଳାଇଲି। ପ୍ରତିବର୍ଷ ଯାହା ରୋଜଗାର ହୁଏ ପରିବାର ଚଳିଯାଏ। କିନ୍ତୁ ଏଭଳି ଦୁର୍ଦ୍ଦିନ କେବେ ଆସି ନ ଥିଲା। ଏବେ ପ୍ରତିଦିନ କେମିତି ଚୁଲି ଜଳିବ ସେହି ଚିନ୍ତାରେ ଦିନ ବିତୁଛି।
– ବସନ୍ତ ପରିଡ଼ା, ମୂର୍ତ୍ତି କାରିଗର
ଗୋଟିଏ ବି ଅର୍ଡର ମିଳିନି
ପ୍ରତିବର୍ଷ ଛୋଟ ମୂର୍ତ୍ତି ସହ ୮ରୁ ୧୦ଟି ବଡ଼ ମୂର୍ତ୍ତି ଅର୍ଡର ମିଳିଗଲେ ଅର୍ଥର ଅଭାବ ରହୁ ନ ଥିଲା। ଚଳିତବର୍ଷ ପର୍ବପର୍ବାଣି ପାଳନରେ କଟକଣା ଲାଗିଥିବାରୁ ଗୋଟିଏ ବି ମୂର୍ତ୍ତି ଅର୍ଡର ମିଳିନାହିଁ। ଟଙ୍କାପଇସା ସବୁ ସରିଲାଣି। ମୂଲ କାମ ପାଇଁ ମଧ୍ୟ କେହି ଡାକୁନାହାନ୍ତି। ଏପରି କଷ୍ଟକର ସମୟରେ ସରକାରୀ ସହାୟତା ନିହାତି ଆବଶ୍ୟକ।
– ଗୁଣନିଧି ପରିଡ଼ା, ମୂର୍ତ୍ତି କାରିଗର
ଦୋଛକିରେ ଜୀବନ ଜୀବିକା
କରୋନା ପାଇଁ ଜୀବନ ଜୀବିକା ଦୋଛକିରେ ପଡ଼ିଛି। ମାଟିମୂର୍ତ୍ତି ବିକ୍ରି ହେଉ ନ ଥିବାରୁ ସିମେଣ୍ଟରେ ଘର ସାଜସଜ୍ଜା ପାଇଁ ମୂର୍ତ୍ତି ତିଆରି କରୁଛୁ। ହେଲେ ତାକୁ ବି କିଣିବାକୁ ଗ୍ରାହକ ମିଳୁନାହାନ୍ତି। କରୋନା କଟକଣା ହଟିଗଲେ ବି କଞ୍ଚାମାଲ ନ ଥିବାରୁ ମୂର୍ତ୍ତି ନିର୍ମାଣ କରିବା ଅସମ୍ଭବ। ଏହି ବୃତ୍ତି ଛାଡ଼ି ଦୋକାନଟିଏ କରିବି ବୋଲି ଭାବୁଛି।
– ମଦନମୋହନ ପରିଡ଼ା, ମୂର୍ତ୍ତି କାରିଗର

The post ପାର୍ବଣ ପୂର୍ବରୁ ପେଟ ଚିନ୍ତା appeared first on Dharitri Odia News.



Popular posts from this blog

ବିଜିୟୁ, ଆର୍କଜେନ ୟୁନିଭର୍ସିଟି ସହ ଆଇସିଏସ୍‌ଆଇର ଚୁକ୍ତି

ଭୁବନେଶ୍ୱର: ଦି ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କମ୍ପାନୀ ସେକ୍ରେଟାରିଜ ଅଫ୍‌ ଇଣ୍ଡିଆ(ଆଇସିଏସ୍‌ଆଇ) ପକ୍ଷରୁ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି(ବିଜିୟୁ) ଭୁବନେଶ୍ୱର ଏବଂ ଜାମସେଦପୁରସ୍ଥିତ ଆର୍କଜେନ୍‌ ୟୁନିଭର୍ସିଟି ସହ ଏକାଡେମିକ ସହବନ୍ଧନ ଏମ୍‌ଓୟୁରେ ସାମିଲ ହୋଇଛି। ଛାତ୍ରୀଛାତ୍ର ଏବଂ ଅଂଶୀଦାରଙ୍କ ଉନ୍ନତି ତଥା ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ଏଭଳି ଏକ ଚୁକ୍ତି ବିଶେଷ ଭାବେ ସହାୟକ ହେବ ବୋଲି ଆଇସିଏସ୍‌ଆଇ ସଭାପତି ସିଏସ୍‌ ଆଶିଷ ଗର୍ଗ ସୂଚନା ଦେଇଛନ୍ତି। ଉଭୟ ବିଶ୍ୱବିଦ୍ୟାଳୟ ଆଇସିଏସ୍‌ଆଇ ସହ ମିଳିତ ହୋଇ କାମ କରିବାକୁ ଆଗେଇ ଆସିଥିବାରୁ ସେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଛାତ୍ରୀଛାତ୍ରଙ୍କ ଉନ୍ନତି ଦିଗରେ ବିଭିନ୍ନ କାର୍ଯ୍ୟପନ୍ଥା ହାତକୁ ନିଆଯାଉଥିବା ଉପସଭାପତି ସିଏସ୍‌ ନାଗେନ୍ଦ୍ର ରାଓ କହିଛନ୍ତି। ନୂଆ ସହବନ୍ଧନ ଦ୍ୱାରା ଉଭୟ ଅନୁଷ୍ଠାନ ଲାଭବାନ ହୋଇପାରିବେ ବୋଲି ବିଜିୟୁ କୁଳପତି ପ୍ରଫେସର ପି.ପି. ମାଥୁର ମତ ପ୍ରକାଶ କରିଥିଲେ। ଏଭଳି ପଦକ୍ଷେପ ପାଇଁ ଅର୍କଜେନ ୟୁନିଭର୍ସିଟି କୁଳପତି ଡ.ଏସ୍‌.ଏସ୍‌.ରାଜି ଆଇସିଏସ୍‌ଆଇକୁ ଧନ୍ୟବାଦ ପ୍ରଦାନ କରିଛନ୍ତି। The post ବିଜିୟୁ, ଆର୍କଜେନ ୟୁନିଭର୍ସିଟି ସହ ଆଇସିଏସ୍‌ଆଇର ଚୁକ୍ତି appeared first on Dharitri Odia News .

ପ୍ରଚାର ମୋଡ଼ ବଦଳାଇଲେ କମଲା ହାରିସ୍‌

ଓ୍ବାଶିଂଟନ,୧୪/୮:ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଆମେରିକାର ରାଜନୈତିକ ପାଣିପାଗରେ ଉଷ୍ମତା ଭରିଦେଇଛି। ବିଶେଷକରି ଭାରତୀୟ ବଂଶୋଦ୍ଭବ କାଲିଫର୍ନିଆ ସିନେଟର କମଲା ହାରିସ୍‌ ଡେମୋକ୍ରାଟିକ୍‌ ପାର୍ଟିରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ପରେ ତାଙ୍କ ପ୍ରେସିଡେନ୍ସିଆଲ ନୋମିନି ଜୋ ବିଡେନଙ୍କ ପ୍ରଚାର ରୋଚକ ମୋଡରେ ପହଞ୍ଚତ୍ଛି। ବିଡେନ ଓ ହାରିସ୍‌ ବୁଧବାର ପ୍ରଥମଥର ପାଇଁ ଗୋଟିଏ ମଞ୍ଚରେ ଛିଡ଼ାହୋଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ହ୍ବାଇଟ୍‌ ହାଇସ୍‌ ରେକର୍ଡ ଶେୟାର କରିଛନ୍ତି। ରିପବ୍ଲିକାନ ଟ୍ରମ୍ପ୍‌ ରାଷ୍ଟ୍ରପତି ପଦ ପାଇଁ ଯୋଗ୍ୟ ନୁହନ୍ତି ବୋଲି ଦୁହେଁ ସମାଲୋଚନା କରିଛନ୍ତି। ୭୭ ବର୍ଷୀୟ ଶ୍ୱେତାଙ୍ଗ ଜୋ ବିଡେନ ମଙ୍ଗଳବାର ୫୫ ବର୍ଷୀୟା କମଲା ହାରିସ୍‌ଙ୍କୁ ତାଙ୍କର ଭାଇସ୍‌ ପ୍ରେସିଡେନ୍ସିଆଲ ରନିଂ ମେଟ୍‌ ଭାବେ ଚୟନ କରିଥିଲେ। ଆମେରିକାର ଏକ ବଡ଼ ରାଜନୈତିକ ଦଳରୁ ଜଣେ କୃଷ୍ଣକାୟ ମହିଳା ଭାବେ ଏହି ଦୌଡ଼ିରେ ସାମିଲ ହେବାରେ ହାରିସ୍‌ ହେଉଛନ୍ତି ପ୍ରଥମ। ଏହାର ଦିନକ ପରେ ଦୁଇନେତା ଡେଲାଓ୍ବେରସ୍ଥିତ ଓ୍ବିଲମିଙ୍ଗଟନରେ ପ୍ରଥମଥର ପାଇଁ ଗୋଟିଏ ମଞ୍ଚରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ଏହି ଅବସରରେ ବିଡେନ କହିଥିଲେ, ଉପରାଷ୍ଟ୍ରପତି ପଦ ଲାଗି ହାରିସ୍‌ ଜଣେ ସ୍ମାର୍ଟ, ଟାଣୁଆ ଏବଂ ଆମେରିକାର ମଧ୍ୟବିତ୍ତଙ୍କ ପାଇଁ ଲଢ଼ୁଆ ପ୍ରାର୍ଥୀ। କିପରି କଠୋର ନିଷ୍ପତ୍ତି ନିଆଯାଏ ତାଙ୍କୁ ଭଲ ...

୨୦୧୮-୧୯ ଆଇଟିଆର୍‌ ପଇଠ ସୀମା ବଢ଼ିଲା

ନୂଆଦିଲ୍ଲୀ,୩୧।୭ -ଆର୍ଥତ୍କ ବର୍ଷ ୨୦୧୮-୧୯ ଲାଗି ଆୟକର ରିଟର୍ନ (ଆଇଟିଆର୍‌) ପଇଠ କରିବା ସୀମାକୁ ସରକାର ଚଳିତ ବର୍ଷ ସେପ୍ଟେମ୍ବର ଶେଷ ଯାଏ ବଢ଼ାଇଛନ୍ତି। ବର୍ତ୍ତମାନ କରୋନା ଯୋଗୁ ଲୋକମାନେ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। ଆୟକରଦାତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଲାଗି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଆୟକର ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଆୟକର ବିଭାଗର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ଆର୍ଥତ୍କ ବର୍ଷ ୨୦୧୮-୧୯ ଲାଗି ରିଟର୍ନ ଫାଇଲ କରିବା କ୍ଷେତ୍ରରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ପୂର୍ବରୁ ରିଟର୍ନ ଫାଇଲ କରିବାର ଶେଷ ତାରିଖ ଜୁଲାଇ ୩୧ ରହିଥିଲା,ଯାହାକୁ ବର୍ତ୍ତମାନ ସେପ୍ଟେମ୍ବର ୩୦ କରାଯାଇଛି। ସୂଚନାଯୋଗ୍ୟ, ୨୦୧୮-୧୯ର ମୂଳ କିମ୍ବା ସଂଶୋଧିତ ଆଇଟି ରିଟର୍ନ ଭରିବାର ଶେଷ ତାରିଖକୁ ତୃତୀୟ ଥର ଲାଗି ବଢ଼ାଯାଇଥିବା ଜଣାପଢ଼ିଛି। The post ୨୦୧୮-୧୯ ଆଇଟିଆର୍‌ ପଇଠ ସୀମା ବଢ଼ିଲା appeared first on Dharitri Odia News .