Skip to main content

ଜଗିବାରେ ଢିଲା ନ ରହୁ

କୋଭିଡ୍‌-୧୯ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ଖର୍ଚ୍ଚର ଆବଶ୍ୟକତାକୁ ପୂରଣ କରିବା ପାଇଁ ଚଳିତମାସ ଆରମ୍ଭରେ ଅନେକ ଆର୍ଥିକ ସଂଯମ ବା ବ୍ୟୟସଂକୋଚମୂଳକ ପଦକ୍ଷେପ ଘୋଷଣା କରିବା ପରେ, ଆର୍ଥିକ ଅନଟନଗ୍ରସ୍ତ ରାଜ୍ୟ ସରକାର ପୁଣି ବିଭିନ୍ନ ହେଡ୍‌ରେ ଚଳିତ ବର୍ଷର ଆବଣ୍ଟିତ ବଜେଟ୍‌ ବ୍ୟୟ ହ୍ରାସ କରିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗତ ଫେବୃୟାରୀ ମାସରେ ୨୦୨୦-୨୧ ପାଇଁ ୧.୫୦ ଲକ୍ଷ କୋଟି ଟଙ୍କାର ରାଜ୍ୟ ବଜେଟ୍‌ ଉପସ୍ଥାପନ କରିଥିଲେ, ଯାହା ୨୦୧୯-୨୦ର ସଂଶୋଧିତ ଆକଳନଠାରୁ ୧୧ ପ୍ରତିଶତ ଅଧିକ। ବଜେଟ୍‌ରେ ଯେଉଁସବୁ ଲକ୍ଷ୍ୟ ଥିଲା ସେଗୁଡିକ ୧,୨୪,୫୫୦ କୋଟି ଟଙ୍କାର ରାଜକୋଷୀୟ ଆୟ ଏବଂ ୨୪,୪୫୦ କୋଟି ଟଙ୍କାର ଋଣ ମାଧ୍ୟମରେ ପୂରଣ ହେବ ବୋଲି ଆଶା କରାଯାଇଥିଲା। କିନ୍ତୁ ଅର୍ଥନୈତିକ ମାନ୍ଦାବସ୍ଥା ଅର୍ଥନୀତି ଉପରେ କୁପ୍ରଭାବ ପକାଇଲା ଏବଂ ତା’ପରେ ଯେତିକି ଅର୍ଥନୈତିକ କାର୍ଯ୍ୟକଳାପ ଚାଲିଥିଲା କୋଭିଡ୍‌-୧୯ ତାକୁ ପୂରା ମାରିଦେଲା। ଗତ ଏପ୍ରିଲ ଓ ମେ ମାସରେ ଆଭ୍ୟନ୍ତରୀଣ ଉତ୍ସରୁ ରାଜସ୍ବ ଆୟ ୭୦% ହ୍ରାସ ପାଇଛି। ବାର୍ଷିକ ରାଜସ୍ବ ସଂଗ୍ରହରେ ଏହା ୨୦ ପ୍ରତିଶତ ହ୍ରାସ ଘଟାଇବ। ଏଥିସହ କେନ୍ଦ୍ର ସରକାର ବିଭିନ୍ନ ହେଡ୍‌ରେ ରାଜ୍ୟ ସରକାରଙ୍କୁ ଯେଉଁ ସହାୟତା ଯୋଗାଇଥାନ୍ତି, ତାକୁ ହ୍ରାସ କରିପାରନ୍ତି। ଏଭଳି କଠିନ ସମୟରେ ରାଜ୍ୟ ସରକାର ଖର୍ଚ୍ଚକାଟ କରିବା ଏବଂ ବଜେଟ ବ୍ୟୟ ହ୍ରାସ କରିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ। କୋଭିଡ୍‌-୧୯ ମହାମାରୀ ପରିଚାଳନାରେ ସରକାର ବିଭିନ୍ନ ହେଡ୍‌ରେ ପ୍ରାୟ ୧୯୦୦ କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି।
ବ୍ୟୟ ସଂକୋଚନ ମାଧ୍ୟମରେ ସରକାର ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖିବାକୁ ସ୍ଥିର କରିଥିବାବେଳେ ବଜେଟ୍‌ ଆବଣ୍ଟନକୁ ହ୍ରାସ କରିବା ପାଇଁ ଯେଉଁ ସର୍ବଶେଷ ଘୋଷଣା କରିଛନ୍ତି ତାହା ଅର୍ଥନୀତି ଉପରେ ସିଧାସଳଖ ପ୍ରଭାବ ପକାଇବ। ସରକାର ଆଭ୍ୟନ୍ତରୀଣ ଋଣ ମାଧ୍ୟମରେ ଅର୍ଥ ସଂଗ୍ରହ କରିବା ପାଇଁ ଘୋଷଣା କରିଥିବାବେଳେ କେନ୍ଦ୍ରୀୟ ସହାୟତା ଆଶାନୁରୂପ ହେବନାହିଁ। ଖୋଲା ବଜାରରୁ ଋଣ ନ ନେବାକୁ ନିଷ୍ପତ୍ତି ନେଇ ରାଜ୍ୟ ସରକାର ଠିକ୍‌ କାର୍ଯ୍ୟ କରିଛନ୍ତି। କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା ଓ ଯୋଜନା ପ୍ରାଧିକରଣ (CAMPA) ଏବଂ ଓଡିଶା ମିନେରାଲ୍‌ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ୍‌ ଅଧୀନରେ ସ୍ବଳ୍ପ ସୁଧହାରରେ ପାଣ୍ଠିର ଉପଲବ୍ଧତା ଏଥିପାଇଁ ସହାୟକ ହେବ। ଗତ ମେ ମାସରେ କେନ୍ଦ୍ର ସରକାର FRBM ନିୟମାବଳୀକୁ କୋହଳ କରି ୨୦୨୦-୨୧ ମସିହାରେ ରାଜ୍ୟଗୁଡ଼ିକର ସର୍ବୋଚ୍ଚ ଋଣନେବା ପରିମାଣକୁ ମୋଟ ରାଜ୍ୟ ଘରୋଇ ଉତ୍ପାଦ (GSDP)ର ୩ ପ୍ରତିଶତରୁ ୫ ପ୍ରତିଶତକୁ ବୃଦ୍ଧି କରିଥିଲେ। ଏହାଦ୍ୱାରା ରାଜ୍ୟଗୁଡ଼ିକ ଅତିରିକ୍ତ ୪.୨୮ ଲକ୍ଷ କୋଟି ଟଙ୍କା ପାଇପାରିବେ। ଏହି ସୁବିଧାର ବ୍ୟବହାର କରିବା ପାଇଁ କେନ୍ଦ୍ର ସରକାର କିଛି ସର୍ତ୍ତ ରଖିଛନ୍ତି। ପ୍ରାକ୍‌ସର୍ତ୍ତଗୁଡିକ ଭିତରେ ଅଛି- ରାଜ୍ୟ ସରକାର ବ୍ୟବସାୟକୁ ସୁଗମ କରିବା (ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌) ପାଇଁ ଆବଶ୍ୟକ ସଂସ୍କାର ଆଣିବା, ଶକ୍ତି ବଣ୍ଟନ ଏବଂ ଗୋଟିଏ ଦେଶ-ଗୋଟିଏ ରାଶନ କାର୍ଡର ସାର୍ବଜନୀନୀକରଣ ଇତ୍ୟାଦି। ଏହି ସର୍ତ୍ତଗୁଡିକ ଅନୁଯାୟୀ ରାଜ୍ୟ ସରକାର ଉକ୍ତ ସଂସ୍କାରଗୁଡିକୁ କାର୍ଯ୍ୟକାରୀ କରିବାକୁ ଦ୍ରୁତଗତିରେ ଲାଗିପଡ଼ିଛନ୍ତି। ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ରେ ରାଜ୍ୟର ସ୍ଥିତିରେ ଉନ୍ନତି ଆଣିବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଜିଲାସ୍ତରୀୟ ବ୍ୟବସାୟ ସଂସ୍କାର କାର୍ଯ୍ୟ ଯୋଜନା (BRAP)ର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ। ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ ସୂଚକାଙ୍କରେ ଉନ୍ନତି ଘଟିଲେ ରାଜ୍ୟରେ ବ୍ୟବସାୟିକ ଇକୋ-ସିଷ୍ଟମ୍‌ (ପରିବେଶ)ରେ ଉନ୍ନତି ଆସିବ। ଏହା ରାଜ୍ୟକୁ ଅଧିକ ନିବେଶକଙ୍କୁ ଆକର୍ଷିତ କରିବାରେ ସାହାଯ୍ୟ କରିବ। ଏକ ପ୍ରମୁଖ ନୀତିଗତ ପଦକ୍ଷେପ ଭାବରେ ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ରେ ଉନ୍ନତି ଆଣିବା ପାଇଁ ସରକାର ଶିଳ୍ପଗୁଡିକ ପାଇଁ ଅବଧିଭିତ୍ତିକ ଲାଇସେନ୍ସ ନବୀକରଣ ବ୍ୟବସ୍ଥାକୁ ଉଠାଇଦେଇଛନ୍ତି। ଏହା ଏକ ଭଲ ପଦକ୍ଷେପ ଯାହା କେବଳ ଶିଳ୍ପାୟନ ଓ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବ ନାହିଁ ବରଂ ଏହା ମଧ୍ୟ ବ୍ୟବସ୍ଥା ଭିତରେ ରହିଥିବା ଦୁର୍ନୀତିକୁ ହ୍ରାସ କରିବ। ଶିଳ୍ପ ସଂସ୍ଥାଗୁଡ଼ିକୁ ଏକାଧିକ ଲାଇସେନ୍ସ ବିଭିନ୍ନ ସମୟାନ୍ତରରେ କର୍ତ୍ତୃପକ୍ଷଙ୍କ ପାଖରୁ ନବୀକରଣ କରାଇବାକୁ ପଡ଼ୁଥିବାରୁ ବ୍ୟବସ୍ଥାଗତ ଦୁର୍ନୀତି ହେଉଥିଲା ଏବଂ ରାଜ୍ୟରେ ଶିଳ୍ପାୟନର ଗତି ମନ୍ଥର ହେଉଥିଲା। ଏହି ନୀତିର ସମାପ୍ତି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ତେବେ ଶିଳ୍ପ କାର୍ଯ୍ୟକଳାପ ଏବଂ ପ୍ରକ୍ରିୟାଗୁଡ଼ିକ ଉପରେ ସରକାର ସଜାଗ ଦୃଷ୍ଟି ରଖିବା ଆବଶ୍ୟକ, ନ ହେଲେ କମ୍ପାନୀଗୁଡିକ ସର୍ଟକଟ୍‌ ବ୍ୟବସ୍ଥା ଆପଣେଇନେବେ। କୋଭିଡ୍‌-୧୯ ଏକ ବର୍ଦ୍ଧନଶୀଳ ସଙ୍କଟ। ଏହି ସଙ୍କଟ କେତେ ସମୟ ପର୍ଯ୍ୟନ୍ତ ରହିବ କିମ୍ବା ଏହାର ଫଳାଫଳ କ’ଣ ହେବ କେହି ଜାଣି ନାହାନ୍ତି। ଏହି ରୋଗ ମାନବଜାତି ଏବଂ ଅର୍ଥନୀତି ଉପରେ ଯେଉଁ କ୍ଷତି ଘଟାଇପାରେ ତାହାର ଆକଳନ କରିବାକୁ ସରକାର ସ୍ଥିତିରେ ନାହାନ୍ତି। ସମ୍ଭାବ୍ୟ ଘଟଣା ପାଇଁ ଯେକୌଣସି ପ୍ରସ୍ତୁତି କେବଳ ଅପୂର୍ଣ୍ଣାଙ୍ଗ ହୋଇପାରେ। ତେଣୁ ସରକାର ଜଗିବାରେ ଢିଲା କରିବା ଉଚିତ ନୁହେଁ।

The post ଜଗିବାରେ ଢିଲା ନ ରହୁ appeared first on Dharitri Odia News.



Popular posts from this blog

‘ଆହାର’ ରିହାତି ଚଳୁ

କଟକ ଅଫିସ, ୨୩ା/୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ସହାୟତାରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ଟଙ୍କା ମୂଲ୍ୟର ଖାଦ୍ୟକୁ ଲୋକମାନେ ୫ଟଙ୍କା ଦେଇ ପାଉଥିବାବେଳେ ବଳକା ୧୫ଟଙ୍କା ପିଏସ୍‌ୟୁ ବହନ କରୁଛନ୍ତି। ହେଲେ ପ୍ରତ୍ୟେକ ଆହାର କେନ୍ଦ୍ରକୁ ଯେତିକି ସଂଖ୍ୟକ ଖାଦ୍ୟ ଯୋଗାଣ କରାଯିବା କଥା, ତା’ଠାରୁ କମ୍‌ ସଂଖ୍ୟକ ଦିଆଯାଇ ବଳକା ଖାଦ୍ୟର ରିହାତି ଟଙ୍କାକୁ ଯୋଗାଣକାରୀ ସଂସ୍ଥା ଲୁଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ସୂଚନା ମୁତାବକ, କଟକ, ଭୁବନେଶ୍ୱର ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଟଚ୍‌ ଷ୍ଟୋନ ଫାଉଣ୍ଡେଶନକୁ ମିଳିଛି। ହେଲେ ଏହି ସଂସ୍ଥା ଦୈନିକ ଦର୍ଶାଯାଉଥିବା ଭୋଜନ ସଂଖ୍ୟାଠାରୁ ଯଥେଷ୍ଟ କମ୍‌ ଆଣି ରିହାତି ଅର୍ଥକୁ ମିଳିମିଶି ହଡ଼ପ କରୁଥିବା ଅନୁସନ୍ଧାନରୁ ଜଣାପଡିଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଧରିତ୍ରୀ ପକ୍ଷରୁ ମଙ୍ଗଳବାର କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୦ଟାରୁ ସାଢ଼େ ୧୨ଟା ଖାଦ୍ୟ ସରିବା ପର୍ଯ୍ୟନ୍ତ ରହି ଅନୁଧ୍ୟାନ କରାଯାଇଥିଲା। ଏଠାରେ ଦୈନିକ ୫୦୦ମିଲ୍‌ ଦେବାର ବ୍ୟବସ୍ଥା ରହିଛି। ମିଲ୍‌ ଗାଡି ଠିକ୍‌ ୧୧ଟାରେ ପହଞ୍ଚତ୍ବାପରେ ମୋଟ ୪୩୩ଟି ୫ଟଙ୍କିଆ ଟୋକନ କଟାଯାଇଥିଲା। ମଧ୍ୟାହ୍ନ ୧୨ଟା ୨୦ବେଳକୁ ସତୀଚଉରା...

ଅଷ୍ଟ୍ରେଲିଆନ ଓପନ୍:‌ ପ୍ରି- କ୍ୱାର୍ଟରରେ ନାଡାଲ, ମେଡ୍‌ଭେଡେଭ, ରୁବ୍ଲେଭ

ମେଲବୋର୍ନ, ୧୪।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଶନିବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଚତୁର୍ଥ ରାଉଣ୍ଡ ଅର୍ଥାତ୍‌ ପ୍ରି -କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲ, ୧୬ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ପଞ୍ଚମ ସିଡ୍‌ ଗ୍ରୀସ୍‌ର୍‌ ଷ୍ଟିଫାନୋଜ ସିତିସପାସ, ନବମ ସିଡ୍‌ ଇଟାଲୀର ମାଟେଓ ବେରେଟିନ, ଚତୁର୍ଥ ସିଡ୍‌ ରୁଷିଆର ଡାନିଲି ମେଡ୍‌ଭେଡେଭ, ଆମେରିକାର ଅଣସିଡ୍‌ ଖେଳାଳି ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓ ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଓ ୨୪ତମ ସିଡ୍‌ ନରଓ୍ବେର କାସପେର ରୁଡ୍‌ ପ୍ରଭୃତି ଖେଳାଳି ତୃତୀୟ ରାଉଣ୍ଡରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି। ନାଡାଲ ତୃତୀୟ ରାଉଣ୍ଡରେ ବିଶ୍ୱର ୬୯ତମ ଖେଳାଳି ୟୁକେର କାମେରନ ନୋରିଙ୍କୁ ୭-୫, ୬-୨, ୭-୫ ସେଟ୍‌ରେ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ଫୋଗନିନିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ଫୋଗନିନି ୬-୪, ୬-୩, ୬-୪ ସେଟ୍‌ରେ ୨୧ତମ ସିଡ୍‌ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ହରାଇଛନ୍ତି। ସେହିପରି ସିତିସପାସ ୬-୪, ୬-୧, ୬-୧ ସେଟ୍‌ରେ ସ୍ବିଡେନର ମିକାଏଲ ୟମେରଙ୍କୁ ହରାଇଛନ୍ତି। ଚତୁର୍ଥ ରାଉଣ୍ଡରେ ସିତିସପାସ ବେରେଟିନିଙ୍କୁ ଭେଟିବେ। ବେରେଟିନ୍‌ ତୃତୀୟ ରାଉଣ୍ଡରେ ୭-୬, ୭-୬, ୭-୬ ସେଟ୍‌ରେ ୧୯ତମ ସିଡ୍‌ ରୁଷିଆ...

ଆମେରିକାରେ ଏକ ମାସ ଟ୍ରେନିଂ ନେବେ ବଜରଙ୍ଗ

ନୂଆଦିଲ୍ଲୀ, ୨୯ା୧୧(ପି.ଟି.)-ରେସ୍‌ଲର ବଜରଙ୍ଗ ପୁନିଆ ଆମେରିକାରେ ଏକ ମାସ ଧରି ଟ୍ରେନିଂ କ୍ୟାମ୍ପରେ ଯୋଗଦେବେ। ମିଶନ ଅଲିମ୍ପିକ ସେଲ୍‌ ଦ୍ୱାରା ତାଙ୍କର ଏହି ଯୋଜନା ମଞ୍ଜୁର ଲାଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବେ ବୋଲି ଆଶା ରହିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଦ୍ୱାରା ମିଶନ ଅଲିମ୍ପିକ ସେଲ୍‌ ଗଠିତ। ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ରୁ କେଉଁ ଆଥ୍‌ଲେଟମାନେ ଆର୍ଥିକ ସହାୟତା ପାଇବେ ତାହା ଏହା ସ୍ଥିର କରିଥାଏ। ମିଶିିଗାନସ୍ଥିତ କ୍ଲିଫ୍‌ କିନ୍‌ ରେସ୍‌ଲିଂ କ୍ଲବଠାରେ ଡିସେମ୍ବର ୪ରୁ ଜାନୁୟାରୀ ୩ ପର୍ଯ୍ୟନ୍ତ କ୍ୟାମ୍ପ ଅନୁଷ୍ଠିତ ହେବ। ଏବାବଦରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଉଠିବା ପରେ ବଜରଙ୍ଗ ସୋନେପତସ୍ଥିତ ସାଇ ସେଣ୍ଟରେ ଟ୍ରେନିଂ ନେଇଛନ୍ତି। କୋଚ୍‌ ଏମଜାରିଅସ୍‌ ବେଣ୍ଟିନ୍‌ଡିସ୍‌ ଏବଂ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଗସ୍ତ କରିବେ। ସେଠାରେ ମୁଖ୍ୟ କୋଚ୍‌ ସର୍ଗେଇ ବେଲୋଗ୍ଲାଜୋଭ୍‌ଙ୍କ ଅଧୀନରେ ଅନ୍ୟ ଟପ୍‌ ଅନ୍ତର୍ଜାତୀୟ ରେସ୍‌ଲରମାନଙ୍କ ସହ ସେ ତାଲିମ ନେବେ। ବେଲୋଗ୍ଲାଜୋଭ୍‌ ହେଉଛନ୍ତି ଦୁଇଥର ଅଲିମ୍ପିକ ଚାମ୍ପିୟନ॥ ବଜରଙ୍ଗ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିସାରିଛନ୍ତି। ୬୫କେଜି ଶ୍ରେଣୀରେ ବିଶ୍ୱର ୨ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ରେସ୍‌ଲର ଡିସେମ୍ବର ୧୨ରୁ ୧୮ ପର୍ଯ...