Skip to main content

Posts

ଅଲିମ୍ପିକ ୧୦୦ମିଟରରେ ଭାଗ ନେଇପାରିବେନି ରିଚାର୍ଡସନ

ୟୁଜେନି(ଓରେଙ୍ଗୋ),୩ା୭(ଏପି)-ଆମେରିକାନ ଚାମ୍ପିୟନ ଶା’କାରି ରିଚାର୍ଡସନ ଅଲିମ୍ପିକ ମହିଳା ୧୦୦ମିଟର ରେସ୍‌ରେ ଭାଗ ନେଇପାରିବେ ନାହିଁ। ଅଲିମ୍ପିକ ଟ୍ରାଏଲ୍ସ ବେଳେ ତାଙ୍କର ଡୋପ୍‌ ଟେଷ୍ଟ ହୋଇଥିଲା। ତାଙ୍କଠାରୁ ସଂଗ୍ରହ କରାଯାଇଥିବା ସାମ୍ପୁଲରେ ନିଶାଦ୍ରବ୍ୟ ଗଞ୍ଜେଇର ଏକ ରାସାୟନିକ ଠାବ କରାଯାଇଥିଲା। ଜୁନ୍‌ ୧୯ରେ ଅଲିମ୍ପିକ ଟ୍ରାଏଲରେ ସେ ୧୦୦ମିଟର ରେସ୍‌ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତାଙ୍କର ଟାଇମିଂ ୧୦.୮୬ ସେକେଣ୍ଡ ରହିଥିଲା। ମାତ୍ର ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବାରୁ ତାଙ୍କ ଫଳାଫଳ ମୂଲ୍ୟହୀନ ହୋଇ ପଡ଼ିଛି। ତାଙ୍କ ସ୍ଥାନରେ ରେସ୍‌ରେ ୪ର୍ଥ ହୋଇଥିବା ଜିନା ପ୍ରାନ୍ଦିନୀଙ୍କୁ ହୁଏତ ଅଲିମ୍ପିକ ୧୦୦ ମିଟର ରେସ୍‌ରେ ଭାଗ ନେବାର ସୁଯୋଗ ମିଳିପାରେ। ରିଚାର୍ଡସନଙ୍କୁ ୩୦ ଦିନ ସସ୍‌ପେଣ୍ଡ କରାଯାଇଛି। ସେ ହୁଏତ ମହିଳା ରିଲେ ଦୌଡ଼ରେ ଭାଗନେଇ ପାରନ୍ତି। ହେଲେ ୟୁଏସ୍‌ଏ ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡ ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ୨୧ ବର୍ଷୀୟା ଏହି ସ୍ପ୍ରିଣ୍ଟରଙ୍କ ଅଲିମ୍ପିକ ଟ୍ରାକ୍‌ ମିଟ୍‌ରେ ଶେଳି ଆନ୍‌ ଫ୍ରେଜର ପ୍ରାଇସ୍‌ଙ୍କ ସହ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଥିଲା। ରିଚାର୍ଡସନ ଟୁଇଟ କରି କହିଛନ୍ତି, ଯାହା ହେଲେ ବି ସେ ଜଣେ ମଣିଷ। ତାଙ୍କ ମା’ଙ୍କ ବିୟୋଗରେ ସେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲେ। ଦୁଃଖ ଭୁଲିଯିବା ଲାଗି ସେ ଗଞ୍ଜେଇ ସେବନ କରିଥିଲେ। The post ଅଲିମ୍ପିକ ୧୦୦ମି...
Recent posts

ବଗ୍‌ରାମ ଛାଡ଼ିଲେ ଆମେରିକା ସୈନ୍ୟ

କାବୁଲ,୩ା୭: ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରୁ କିଛି ସମୟ ଧରି ଆମେରକୀୟ ସେନା ପର୍ଯ୍ୟାୟକ୍ରମେ ସ୍ବଦେଶକୁ ଫେରିବାରେ ଲାଗିଛନ୍ତି। ଏହି କ୍ରମରେ ବଗ୍‌ରାମ ବାୟୁସେନା ଘାଟିରୁ ଆମେରିକା ଓ ନାଟୋ ସୈନ୍ୟ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଫଗାନ ଜାତୀୟ ସୁରକ୍ଷା ଏବଂ ପ୍ରତିରକ୍ଷା ବଳକୁ ଉକ୍ତ ଏୟାରଫିଲ୍ଡ ସମ୍ପୂଣ୍ଣର୍‌ ରୂପେ ହସ୍ତାନ୍ତର କରାଯାଇଛି। ଏହି ଅଞ୍ଚଳ ୨୦ ବର୍ଷ ଧରି କଠୋରପନ୍ଥୀଙ୍କ ବିରୋଧରେ ଲଢ଼େଇର କେନ୍ଦ୍ରସ୍ଥଳ ରହି ଆସିଥିଲା। ଆମେରିକା ଓ ନାଟୋ ସୈନ୍ୟଙ୍କ ପ୍ରତ୍ୟାହାର ଆଫଗାନିସ୍ତାନରୁ ଖୁବ୍‌ ଶୀଘ୍ର ସମସ୍ତ ବିଦେଶୀ ସୈନ୍ୟ ଫେରିଯିବେ ବୋଲି ଦର୍ଶାଉଛି। କିନ୍ତୁ ରାଜଧାନୀ କାବୁଲର ଉତ୍ତରରେ ଥିବା ଏହି ବିସ୍ତୃତ ସେନା ଘାଟିରୁ ସୈନ୍ୟ ପ୍ରତ୍ୟାହାର ଦେଶର ବିଭିନ୍ନ ପ୍ରାନ୍ତରେ ତାଲିବାନକୁ ଶକ୍ତି ବୃଦ୍ଧି ପାଇଁ ସୁଯୋଗ ଦେଇପାରେ। ୩ ହଜାର ଲୋକଙ୍କ ଜୀବନ ନେଇଥିବା ୯/୧୧ ଓ୍ବାଲର୍‌ଡ ଟ୍ରେଡ୍‌ ସେଣ୍ଟର ଆକ୍ରମଣର ୧୦ ବର୍ଷ ପୂର୍ତ୍ତି (ଆସନ୍ତା ସେପ୍ଟେମ୍ବର ୯) ସୁଦ୍ଧା ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରାଯିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପୂର୍ବରୁ ଘୋଷଣା କରିସାରିଛନ୍ତି। ଅଲ୍‌-କାଏଦା ପକ୍ଷରୁ ଏହି ଆତଙ୍କବାଦୀ ଆକ୍ରମଣ କରାଯାଇଥିଲା। ତାଲିବାନଠାରୁ ସହାୟତା ପାଇ ଅଲ୍‌-କାଏଦା ଆଫଗାନିସ୍ତାନରେ ସକ୍ରିୟ ଥିଲା। ଏହି ଆକ୍ରମଣ ପରେ ଆମେରିକା ନେତୃତ୍ୱାଧୀନ ନାଟୋ ସେନା ଆଫଗାନିସ୍ତାନରେ ...

ନାମ୍ବିଆର ଦୁଇ ଆଥ୍‌ଲେଟ ଅଲିମ୍ପିକ ୪୦୦ମିଟରରୁ ବଞ୍ଚତ୍ତ

କେପ୍‌ଟାଉନ୍‌, ୩ା୭(ଏପି)-ନାମ୍ବିଆର ଦୁଇଜଣ ୧୮ ବର୍ଷୀୟା ଧାବିକାଙ୍କୁ ଟୋକିଓ ଅଲିମ୍ପିକ୍ସ ୪୦୦ ମିଟର ରେସ୍‌ରେ ଭାଗ ନେବାକୁ ଅନୁମତି ମିଳିବ ନାହିଁ। କାରଣ ମେଡିକାଲ ଟେଷ୍ଟ ପରେ ଜଣାପଡ଼ିଥିଲା ଉଭୟଙ୍କ ଶରୀରରେ ପୁରୁଷ ହରମୋନ ସ୍ତର (ଟେଷ୍ଟୋଷ୍ଟେରୋନ ଲେଭଲ) ଅଧିକ ରହିଛି। ଏହି କାରଣରୁ ଦକ୍ଷିଣ ଆଫ୍ରିକାର କାଷ୍ଟର ସିମେନ୍ୟା ପ୍ରତିଯୋଗିତାରେ ଅଂଶଗ୍ରହଣରୁ ବଞ୍ଚତ୍ତ ହୋଇଥିଲେ। ନାମ୍ବିଆ ଅଲିମ୍ପିକ କମିଟିର ସୂଚନା ଅନୁସାରେ ଧାବିକା ଦ୍ୱୟଙ୍କ ନାମ ଖ୍ରିଷ୍ଟିନେ ଏମ୍‌ବୋମା ଓ ବିଟ୍ରିସ୍‌ ମାସିଲିଙ୍ଗି। ୪୦୦ ମିଟର ଦୌଡ଼ରୁ ସେମାନଙ୍କୁ ପ୍ରତ୍ୟାହାର କରି ନିଆଯାଇଛି। ସେମାନେ ବର୍ତ୍ତମାନ ପୂରାମାତ୍ରାରେ ୨୦୦ ମିଟର ରେସ୍‌ରେ ମନୋନିବେଶ କରିବେ। ବିଶ୍ୱ ଆଥ୍‌ଲେଟିକ୍ସ ଟେଷ୍ଟୋଷ୍ଟେରୋନ୍‌ ନିୟମ କେବଳ ୪୦୦ ମିଟର ଓ ୧ ମାଇଲ ମଧ୍ୟରେ ରହିଥିବା ଇଭେଣ୍ଟଗୁଡ଼ିକ ଲାଗି ଉଦ୍ଦିଷ୍ଟ। ଚଳିତବର୍ଷ ପୂର୍ବରୁ ଏହି ଦୁଇ ସ୍ବଳ୍ପ ବୟସ୍କା ବିଶେଷ ପରିଚିତ ନ ଥିଲେ। ବୁଧବାର ପୋଲାଣ୍ଡରେ ଅନୁଷ୍ଠିତ ଏକ ରେସ୍‌ରେ ଏମ୍‌ବୋମା ଆଶ୍ଚର୍ଯ୍ୟଜନକ ୪୮.୫୪ ସେକେଣ୍ଡ ଟାଇମିଂରେ ଜିତିଥିଲେ। ଏହା ଦ୍ୱାରା ସେ ୨୦ ବର୍ଷରୁ କମ୍‌ ୩୦ବର୍ଷର ପୁରୁଣା ବିଶ୍ୱ ରେକର୍ଡକୁ ଭଙ୍ଗ କରିଦେଇଥିଲେ। ମହିଳା ୪୦୦ ମିଟରରେ ଏହା ୭ମ ଦ୍ରୁତତମ ରହିଥିଲା। ଏହାଛଡ଼ା ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଅନୁଷ୍ଠିତ ସମସ୍ତ ଇଭେଣ୍ଟରେ ଏହା ସବୁଠାରୁ ଦ୍ରୁତତମ। ଏପ୍ରିଲରେ ଜାମ୍ବିଆରେ ଅନୁଷ୍ଠିତ ...

ବୋପାନ୍ନା-ସାନିଆ ବିଜୟୀ

ଲଣ୍ଡନ, ୩।୬(ପି.ଟି.)-ଅଭିଜ୍ଞ ସାନିଆ ମିର୍ଜା ଓ ରୋହନ ବୋପାନ୍ନା ଯୋଡ଼ି ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ମିକ୍ସଡ ଡବଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅଲ୍‌ ଇଣ୍ଡିଆନ ପ୍ରଥମ ରାଉଣ୍ଡ ମୁକାବିଲାରେ ବୋପାନ୍ନା-ସାନିଆ ୬-୨, ୭-୬(୫) ସେଟ୍‌ରେ ନିଜ ଦେଶର ରାମକୁମାର ରମାନାଥନ ଓ ଅଙ୍କିତା ରାଇନାଙ୍କୁ ପରାସ୍ତ କରିଛନ୍ତି। ଓପନ ଯୁଗରେ ପ୍ରଥମ ଥର ପାଇଁ ଦୁଇ ଭାରତୀୟ ଯୋଡ଼ି କୌଣସି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଥିଲେ। ରାମକୁମାରଙ୍କ ପାଇଁ ଏହା ଗ୍ରାଣ୍ଡସ୍ଲାମ ପଦାର୍ପଣ ମ୍ୟାଚ ଥିଲା। ପୂର୍ବରୁ ସେ ୨୧ ଥର ପୁରୁଷ ସିଙ୍ଗଲ୍ସ ମୁଖ୍ୟ ଡ୍ର’ରେ ସ୍ଥାନ ପାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ସାନିଆ-ବୋପାନ୍ନା ପ୍ରଥମ ରାଉଣ୍ଡରେ ସହଜରେ ବିଜୟୀ ହୋଇଥିଲେ ହେଁ ଦ୍ୱିତୀୟ ରାଉଣ୍ଡରେ ରାମକୁମାର-ଅଙ୍କିତା କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ମାତ୍ର ଶେଷରେ ଭେଟେରାନ ଯୋଡ଼ିଙ୍କର ବିଜୟ ହୋଇଥିଲା। ତେବେ ସାନିଆଙ୍କ ସର୍ଭିସ ଶଟ୍‌ ସେତେଟା ପ୍ରଭାବୀ ନ ଥିଲା। ପ୍ରକାଶ ଯୋଗ୍ୟ ଯେ, ସାନିଆ ତାଙ୍କ ପାର୍ଟନର ବେଥାନି ମାଟେକ-ସାଣ୍ଡ୍ସଙ୍କୁ ସାଥିକରି ମହିଳା ଡବଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମାତ୍ର ରାଇନା ଓ ତାଙ୍କ ଆମେରିକା ପାର୍ଟନର ଲୌରେନ ଡେଭିସ ଆମେରିକା ଯୋଡ଼ି ଆସିଆ ମହମ୍ମଦ ଓ ଜେସିକା ପେଗୁଲାଙ୍କଠାରୁ ହାରି ବିଦାୟ ନେଇଛନ୍ତି। ପୁରୁଷ ଡବଲ୍ସରେ ପ୍ରଥମ ରାଉଣ୍ଡ ମ୍ୟାଚ ହାରି...

ଆଇଏସ୍‌ଆଇର ଡ୍ରୋନ୍‌ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ/ଶ୍ରୀନଗର, ୩।୭: ଜୁନ୍‌ ୨୬-୨୭ ମଧ୍ୟରାତ୍ରିରେ ଜମ୍ମୁସ୍ଥିତ ବାୟୁସେନା ଘାଟିକୁ ପାକିସ୍ତାନୀ ଡ୍ରୋନ୍‌ ଟାର୍ଗେଟ କରିଥିଲା। ଏହି ହାଇସିକ୍ୟୁରିଟି ଜୋନ୍‌ର ଟେକ୍ନିକାଲ ଏରିଆରେ ଲଗାତର ଘଟିଥିବା ଦୁଇଟି ଆର୍‌ଡିଏକ୍ସ ବିସ୍ଫୋରଣ ଯଦିଓ ବିଶେଷ କ୍ଷୟକ୍ଷତି ଘଟାଇ ପାରିନାହିଁ, ତଥାପି ଭାରତର ଚିନ୍ତା ବଢ଼ାଇଦେଇଛି। କାରଣ ଏହା ପରେ ଉପତ୍ୟକାରେ ୬ ଦିନ ମଧ୍ୟରେ ୧୩ ଥର ଡ୍ରୋନ୍‌ ଦେଖିବାକୁ ମିଳିଲାଣି, ଯାହାକି ଦେଶର ଜାତୀୟ ସୁରକ୍ଷା ପ୍ରତି ଆସନ୍ନ ଏକ ବଡ଼ ବିପଦର ସଙ୍କେତ ଦେଉଛି। କେବଳ ଏତିକି ନୁହେଁ, ଏହି ଆକ୍ରମଣ ଦିନ ଇସ୍‌ଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ଅଫିସ ଉପରେ ମଧ୍ୟ ପାକିସ୍ତାନୀ ଡ୍ରୋନ୍‌ ଉଡ଼ୁଥିବା ଦେଖିବାକୁ ମିଳିଥିଲା। ଯେଉଁ ଅଞ୍ଚଳରେ ଭାରତୀୟ ହାଇକମିଶନଙ୍କ ଅଫିସ ଅବସ୍ଥିତ ସୁରକ୍ଷା ଦୃଷ୍ଟିରୁ ତାହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥାନ। ସମ୍ପୃକ୍ତ ଅଞ୍ଚଳରେ ଅନେକ ଦେଶର ଦୂତାବାସ ରହିଥିବାରୁ ପାକିସ୍ତାନ ସରକାର ଓ ସେନାର ବିନା ଅନୁମତିରେ ପକ୍ଷୀ ମଧ୍ୟ ଉଡ଼ିପାରିବ ନାହିଁ। ତେଣୁ ଭାରତୀୟ ଉଚ୍ଚାୟୁକ୍ତ କାର୍ଯ୍ୟାଳୟ ଉପରେ ଡ୍ରୋନ୍‌ ଉଡ଼ାଣ ପଛରେ ସେଠାକାର କୁଖ୍ୟାତ୍‌ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ)ର ହାତ ଥିବା ସନ୍ଦେହ କରାଯାଉଛି। ଏହାକୁ ପାକିସ୍ତାନର ଏକ ବଡ଼ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କୁହାଯାଉଛି। ଉଚ୍ଚାୟୁକ୍ତଙ୍କ ଅଫିସ ଉପରେ ଡ୍ରୋନ୍‌ ଚକ୍କର କାଟିବା ଘଟଣ...

ଟୋକିଓ ଅଲିମ୍ପିକ୍ସ : ଭାରତୀୟ ପତାକାଧାରୀ ଦୌଡ଼ରେ ସିନ୍ଧୁ, ପୁନିଆ

ନୂଆଦିଲ୍ଲୀ, ୩ା୭-ଟୋକିଓ ଅଲିମ୍ପିକ୍ସ କ୍ରମେ ପାଖେଇ ଆସିଥିବାବେଳେ ଉଦ୍‌ଘାଟନୀ ସମାରୋହରେ କେଉଁ ଆଥ୍‌ଲେଟ ଭାରତୀୟ ପତାକାଧାରୀ ହେବେ ତାହାକୁ ନେଇ ଉତ୍ସାହ ବଢ଼ିଛି। ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଜୁଲାଇ ୫ରେ ପତାକାଧାରୀଙ୍କ ନାମ ଘୋଷଣା କରିବା ସମ୍ଭାବନା ରହିଛି। ଏହା ମଧ୍ୟରେ କିଛି ଆଥ୍‌ଲେଟଙ୍କ ନାମ ଶର୍ଟଲିଷ୍ଟ ହୋଇଥିବା ଜଣା ଯାଇଛି। ସେମାନଙ୍କ ମଧ୍ୟରେ ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ ତାରକା ପି.ଭି. ସିନ୍ଧୁ ଏବଂ ରେସଲର ବଜରଙ୍ଗ ପୁନିଆ ଆଗରେ ରହିଥିବା ସୂଚନା ମିଳିଛି। ତେବେ ଆନୁଷ୍ଠାନିକ ଭାବେ କିଛି ଘୋଷଣା କରାଯାଇନାହିଁ। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଓ ଆଇଓଏ ମଧ୍ୟରେ ଆଲୋଚନା ଚାଲିଛି। ଏଥିପାଇଁ ହକ୍‌ଦାର ଆଥ୍‌ଲେଟଙ୍କୁ ସୁଯୋଗ ଦିଆଯିବା ଉପରେ ଗୁରୁତ୍ୱାରୋପ କରାଯାଉଛି। The post ଟୋକିଓ ଅଲିମ୍ପିକ୍ସ : ଭାରତୀୟ ପତାକାଧାରୀ ଦୌଡ଼ରେ ସିନ୍ଧୁ, ପୁନିଆ appeared first on Dharitri Odia News .

ବାଦ୍‌ ପଡ଼ିବ ୩ ହଜାର ଏଫ୍‌ପିଏସ୍‌ କାଉଣ୍ଟର

ଭୁବନେଶ୍ୱର,୩ା୭(ବ୍ୟୁରୋ): ଶ୍ରମିକମାନେ କାମଧନ୍ଦା ପାଇଁ ଅନ୍ୟ ରାଜ୍ୟକୁ ଚାଲିଯାଉଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସେହି ଲୋକମାନେ କିପରି ଅନ୍ୟ ରାଜ୍ୟରେ ନିଜର ରାଶନ ପାଇପାରିବେ ସେନେଇ କେନ୍ଦ୍ର ସରକାର ‘ୱାନ୍‌ ନେଶନ ୱାନ୍‌ ରାଶନ’ ବ୍ୟବସ୍ଥା କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଥିଲେ। ୨୦୧୯ରୁ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହେଉନାହିଁ। ହାତଗଣତି କେତୋଟି ରାଜ୍ୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଥିଲେ ମଧ୍ୟ ତାହା ଗରିବ ଲୋକଙ୍କୁ ରାଶନ ଯୋଗାଇବାରେ ସହାୟକ ହେଉନାହିଁ। ଫଳରେ କରୋନା ମହାମାରୀ ପାଇଁ ଜୀବିକା ହରାଇଥିବା ଲୋକମାନେ ଅନ୍ୟ ରାଜ୍ୟରେ କିମ୍ବା ନିଜ ରାଜ୍ୟର ଅନ୍ୟ ଜିଲାରେ ରାଶନ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ନେଇ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଜୁଲାଇ ୩୧ ସୁଦ୍ଧା ସମସ୍ତ ରାଜ୍ୟ ୱାନ୍‌ ନେଶନ, ୱାନ୍‌ ରାଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ତାଗିଦ୍‌ ପରେ ରାଜ୍ୟ ସରକାର ହରଡ଼ଘଣାରେ ପଡ଼ିଛନ୍ତି। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳକୁ ଛାଡ଼ିଦେଲେ ରାଜ୍ୟର ଅନ୍ୟ କୌଣସି ଜିଲାରେ ୱାନ୍‌ ନେଶନ ୱାନ୍‌ ରାଶନ ବ୍ୟବସ୍ଥା ଆରମ୍ଭ କରାଯାଇ ନାହିଁ। ୨୦୧୯ ସେପ୍ଟେମ୍ବରରୁ ବିଏମ୍‌ସି ଅଞ୍ଚଳରେ ପାଇଲଟ ପ୍ରକଳ୍ପ ଭାବେ ଏହାକୁ ଆରମ୍ଭ କରାଯାଇଥିଲା। ୯୦...